< Judges 11 >

1 Now Jephthah the Gileadite was a mighty man of valour, and he was the son of a harlot; and Gilead had begotten Jephthah.
ଗିଲୀୟଦୀୟ ଯିପ୍ତହ ନାମରେ ଏକ ମହାବିକ୍ରମଶାଳୀ ପୁରୁଷ ଥିଲେ, ସେ ଏକ ବେଶ୍ୟାର ପୁତ୍ର; ଗିଲୀୟଦ ଯିପ୍ତହଙ୍କୁ ଜାତ କରିଥିଲା।
2 And Gilead's wife bore him sons; and when his wife's sons were grown, they expelled Jephthah, and said to him, Thou shalt not inherit in our father's house; for thou art the son of another woman.
ମାତ୍ର ଗିଲୀୟଦର ଭାର୍ଯ୍ୟା ତାହାର କେତେକ ପୁତ୍ର ପ୍ରସବ କଲା, ପୁଣି ତାହାର ଭାର୍ଯ୍ୟାର ପୁତ୍ରମାନେ ବଢ଼ନ୍ତେ, ସେମାନେ ଯିପ୍ତହଙ୍କୁ ତଡ଼ିଦେଇ କହିଲେ, “ତୁମ୍ଭେ ଆମ୍ଭମାନଙ୍କ ପିତୃଗୃହରେ ଅଧିକାର ପାଇବ ନାହିଁ; କାରଣ ତୁମ୍ଭେ ଅନ୍ୟ ସ୍ତ୍ରୀର ପୁତ୍ର।”
3 Then Jephthah fled from his brethren, and dwelt in the land of Tob. And vain men were gathered to Jephthah, and they made expeditions with him.
ତହିଁରେ ଯିପ୍ତହ ଆପଣା ଭାଇମାନଙ୍କ ସମ୍ମୁଖରୁ ପଳାଇ ଟୋବ ଦେଶରେ ବାସ କଲେ; ତହିଁରେ କେତେଗୁଡ଼ିଏ ଅଦରକାରୀ ଲୋକ ଯିପ୍ତହ ସଙ୍ଗେ ମିଳି ତାଙ୍କର ସହଚର ହେଲେ।
4 And it came to pass after some time, that the children of Ammon fought with Israel.
କିଛି ଦିନ ପରେ ଅମ୍ମୋନ-ସନ୍ତାନଗଣ ଇସ୍ରାଏଲ ସହିତ ଯୁଦ୍ଧ କରିବାକୁ ଲାଗିଲେ।
5 And when the children of Ammon made war against Israel, the elders of Gilead went to fetch Jephthah out of the land of Tob.
ପୁଣି ଅମ୍ମୋନ-ସନ୍ତାନଗଣ ଯେତେବେଳେ ଇସ୍ରାଏଲ ସହିତ ଯୁଦ୍ଧ କଲେ, ସେତେବେଳେ ଗିଲୀୟଦର ପ୍ରାଚୀନବର୍ଗ ଯିପ୍ତହଙ୍କୁ ଟୋବ ଦେଶରୁ ଆଣିବାକୁ ଗଲେ।
6 And they said to Jephthah, Come, and be our captain, that we may fight against the children of Ammon.
ଆଉ ସେମାନେ ଯିପ୍ତହଙ୍କୁ କହିଲେ, “ଆମ୍ଭେମାନେ ଅମ୍ମୋନ-ସନ୍ତାନଗଣ ସହିତ ଯେପରି ଯୁଦ୍ଧ କରିବା, ଏଥିପାଇଁ ତୁମ୍ଭେ ଆସି ଆମ୍ଭମାନଙ୍କର ଶାସନକର୍ତ୍ତା ହୁଅ।”
7 And Jephthah said to the elders of Gilead, Did not ye hate me, and expel me out of my father's house? and why are ye come to me now when ye are in trouble?
ତହିଁରେ ଯିପ୍ତହ ଗିଲୀୟଦର ପ୍ରାଚୀନବର୍ଗଙ୍କୁ କହିଲେ, “ତୁମ୍ଭେମାନେ କି ମୋତେ ଘୃଣା କରି ମୋହର ପିତୃଗୃହରୁ ମୋତେ ତଡ଼ିଦେଇ ନାହଁ? ପୁଣି ଏବେ ଦୁର୍ଦ୍ଦଶାରେ ପଡ଼ିଅଛ ବୋଲି ମୋର ନିକଟକୁ କାହିଁକି ଆସିଅଛ?”
8 And the elders of Gilead said to Jephthah, Therefore we have returned to thee now, that thou mayest go with us, and fight against the children of Ammon, and be head over all of us the inhabitants of Gilead.
ତହୁଁ ଗିଲୀୟଦର ପ୍ରାଚୀନବର୍ଗ ଯିପ୍ତହଙ୍କୁ କହିଲେ, “ତୁମ୍ଭେ ଯେପରି ଆମ୍ଭମାନଙ୍କ ସଙ୍ଗରେ ଯିବ ଓ ଅମ୍ମୋନ-ସନ୍ତାନଗଣ ସହିତ ଯୁଦ୍ଧ କରିବ, ପୁଣି ଗିଲୀୟଦ ନିବାସୀ ଆମ୍ଭ ସମସ୍ତଙ୍କ ଉପରେ ମସ୍ତକ ସ୍ୱରୂପ ହେବ, ଏଥିପାଇଁ ସିନା ଏବେ ଆମ୍ଭେମାନେ ତୁମ୍ଭ ନିକଟକୁ ପୁନର୍ବାର ଆସିଅଛୁ।”
9 And Jephthah said to the elders of Gilead, If ye take me back to fight against the children of Ammon, and Jehovah give them up before me, shall I be your head?
ସେତେବେଳେ ଯିପ୍ତହ ଗିଲୀୟଦର ପ୍ରାଚୀନବର୍ଗଙ୍କୁ କହିଲେ, “ତୁମ୍ଭେମାନେ ତ ଅମ୍ମୋନ-ସନ୍ତାନଗଣ ସହିତ ଯୁଦ୍ଧ କରିବା ପାଇଁ ମୋତେ ଘରକୁ ଫେରାଇ ନେଉଅଛ; ଯେବେ ସଦାପ୍ରଭୁ ମୋହର ସମ୍ମୁଖରେ ସେମାନଙ୍କୁ ସମର୍ପଣ କରିବେ, ତେବେ ସତେକି ମୁଁ ତୁମ୍ଭମାନଙ୍କର ମସ୍ତକ ସ୍ୱରୂପ ହେବି?”
10 And the elders of Gilead said unto Jephthah, Jehovah be witness between us, if we do not so according to thy words!
ତହିଁରେ ଗିଲୀୟଦର ପ୍ରାଚୀନବର୍ଗ ଯିପ୍ତହଙ୍କୁ କହିଲେ, “ସଦାପ୍ରଭୁ ଆମ୍ଭମାନଙ୍କ ମଧ୍ୟରେ କଥା ଶୁଣୁଅଛନ୍ତି; ନିଶ୍ଚୟ ଆମ୍ଭେମାନେ ତୁମ୍ଭ ବାକ୍ୟାନୁସାରେ କରିବୁ।”
11 Then Jephthah went with the elders of Gilead, and the people made him head and captain over them; and Jephthah uttered all his words before Jehovah in Mizpah.
ଏଥିରେ ଯିପ୍ତହ ଗିଲୀୟଦର ପ୍ରାଚୀନବର୍ଗ ସହିତ ଗଲେ, ଆଉ ଲୋକମାନେ ତାଙ୍କୁ ଆପଣାମାନଙ୍କର ମସ୍ତକ ସ୍ୱରୂପ ଓ ଶାସନକର୍ତ୍ତା କଲେ; ପୁଣି ଯିପ୍ତହ ମିସ୍ପାରେ ସଦାପ୍ରଭୁଙ୍କ ସମ୍ମୁଖରେ ଆପଣାର ସମସ୍ତ କଥା କହିଲେ।
12 And Jephthah sent messengers to the king of the children of Ammon, saying, What hast thou to do with me, that thou art come against me to fight against my land?
ଏଥିଉତ୍ତାରେ ଯିପ୍ତହ ଅମ୍ମୋନ-ସନ୍ତାନଗଣର ରାଜା ନିକଟକୁ ଦୂତ ପଠାଇ କହିଲେ, “ମୋହର ବିରୁଦ୍ଧରେ ତୁମ୍ଭର କି ସମସ୍ୟା ଅଛି ଯେ, ତୁମ୍ଭେ ମୋହର ଦେଶ ବିରୁଦ୍ଧରେ ଯୁଦ୍ଧ କରିବା ପାଇଁ ମୋହର ନିକଟକୁ ଆସିଅଛ?”
13 And the king of the children of Ammon said to the messengers of Jephthah, Because Israel took away my land, when they came up out of Egypt, from the Arnon even unto the Jabbok and unto the Jordan; and now restore it peaceably.
ତହିଁରେ ଅମ୍ମୋନ-ସନ୍ତାନଗଣର ରାଜା ଯିପ୍ତହଙ୍କ ଦୂତମାନଙ୍କୁ କହିଲା, “କାରଣ ଏହି, ଇସ୍ରାଏଲ ଯେତେବେଳେ ମିସରରୁ ବାହାର ହୋଇ ଆସିଲେ, ସେତେବେଳେ ଅର୍ଣ୍ଣୋନଠାରୁ ଯବ୍ବୋକ୍‍ ଓ ଯର୍ଦ୍ଦନ ପର୍ଯ୍ୟନ୍ତ ମୋହର ଭୂମି ହରଣ କଲେ; ଏଣୁ ଏବେ ବିରୋଧ ନ କରି ତାହା ଫେରାଇ ଦିଅ।”
14 And Jephthah sent messengers again to the king of the children of Ammon,
ତହିଁରେ ଯିପ୍ତହ ଅମ୍ମୋନ-ସନ୍ତାନଗଣର ରାଜା ନିକଟକୁ ପୁନର୍ବାର ଦୂତ ପଠାଇ ତାହାକୁ କହିଲେ;
15 and said to him, Thus saith Jephthah: Israel took not away the land of Moab, nor the land of the children of Ammon.
“ଯିପ୍ତହ ଏହି କଥା କହେ, ମୋୟାବର ଭୂମି କିଅବା ଅମ୍ମୋନ-ସନ୍ତାନଗଣର ଭୂମି ଇସ୍ରାଏଲ ହରଣ କରି ନାହିଁ।
16 But when they came up from Egypt, then Israel walked through the wilderness as far as the Red sea, and came to Kadesh.
ମାତ୍ର ଇସ୍ରାଏଲ ମିସରରୁ ଆସିବା ବେଳେ ଇସ୍ରାଏଲ ସୂଫ ସାଗର ପର୍ଯ୍ୟନ୍ତ ପ୍ରାନ୍ତରରେ ଭ୍ରମଣ କଲା ଉତ୍ତାରେ କାଦେଶରେ ଉପସ୍ଥିତ ହେଲେ।
17 And Israel sent messengers to the king of Edom, saying, Let me, I pray thee, pass through thy land; but the king of Edom would not hearken. And they also sent to the king of Moab; and he would not. And Israel abode in Kadesh.
ସେତେବେଳେ ଇସ୍ରାଏଲ ଇଦୋମର ରାଜା ନିକଟକୁ ଦୂତ ପଠାଇ କହିଲେ, ‘ବିନୟ କରୁଅଛି, ତୁମ୍ଭ ଦେଶ ଦେଇ ଆମ୍ଭକୁ ଯିବାକୁ ଦିଅ;’ ମାତ୍ର ଇଦୋମର ରାଜା ଶୁଣିଲା ନାହିଁ। ପୁଣି ସେହି ପ୍ରକାର ସେ ମୋୟାବର ରାଜା ନିକଟକୁ କହି ପଠାଇଲେ; ସେ ମଧ୍ୟ ସମ୍ମତ ହେଲା ନାହିଁ; ତେଣୁ ଇସ୍ରାଏଲ କାଦେଶରେ ରହିଲେ।
18 And they walked through the wilderness, and went round the land of Edom and the land of Moab, and came by the east of the land of Moab, and encamped beyond the Arnon, but came not within the border of Moab, for the Arnon is the border of Moab.
ଏଥିଉତ୍ତାରେ ସେ ପ୍ରାନ୍ତର ଦେଇ ଯାଇ ଇଦୋମ ଦେଶ ଓ ମୋୟାବ ଦେଶ ଘୁରି ମୋୟାବ ଦେଶର ପୂର୍ବଦିଗ ଦେଇ ଆସି ଅର୍ଣ୍ଣୋନର ସେପାରିରେ ଛାଉଣି ସ୍ଥାପନ କଲେ; ମାତ୍ର ସେମାନେ ମୋୟାବ-ସୀମା ଭିତରେ ପ୍ରବେଶ କଲେ ନାହିଁ, କାରଣ ଅର୍ଣ୍ଣୋନ ମୋୟାବର ସୀମା ଥିଲା।
19 And Israel sent messengers to Sihon king of the Amorites, the king of Heshbon, and Israel said to him, Let us pass, we pray thee, through thy land unto my place.
ପୁଣି ଇସ୍ରାଏଲ ହିଷ୍‍ବୋନର ଇମୋରୀୟ ରାଜା ସୀହୋନ ନିକଟକୁ ଦୂତ ପଠାଇଲେ; ପୁଣି ଇସ୍ରାଏଲ ତାହାକୁ କହିଲେ, ‘ବିନୟ କରୁଅଛୁ, ତୁମ୍ଭ ଦେଶ ଦେଇ ଆମ୍ଭମାନଙ୍କ ସ୍ଥାନକୁ ଯିବା ପାଇଁ ଆମ୍ଭମାନଙ୍କୁ ଦିଅ।’
20 But Sihon trusted not Israel, to let him pass through his border, and Sihon gathered all his people, and they encamped in Jahzah; and he fought with Israel.
ମାତ୍ର ସୀହୋନ ଆପଣା ସୀମା ଦେଇ ଯିବା ପାଇଁ ଇସ୍ରାଏଲକୁ ବିଶ୍ୱାସ କରୁ ନ ଥିବାରୁ ଅନୁମତି ଦେଲା ନାହିଁ; ପୁଣି ସୀହୋନ ଆପଣାର ସମସ୍ତ ଲୋକଙ୍କୁ ଏକତ୍ର କରି ଯହସରେ ଛାଉଣି ସ୍ଥାପନ କରି ଇସ୍ରାଏଲ ସଙ୍ଗେ ଯୁଦ୍ଧ କଲା।
21 And Jehovah the God of Israel gave Sihon and all his people into the hand of Israel, and they smote them; and Israel took possession of the whole land of the Amorites, who dwelt in that country.
ତହିଁରେ ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ସୀହୋନକୁ ଓ ତାହାର ସମସ୍ତ ଲୋକଙ୍କୁ ଇସ୍ରାଏଲ ହସ୍ତରେ ସମର୍ପଣ କରନ୍ତେ, ସେମାନେ ସେମାନଙ୍କୁ ଆଘାତ କଲେ। ଏହିରୂପେ ଇସ୍ରାଏଲ ସେହି ଦେଶ ନିବାସୀ ଇମୋରୀୟମାନଙ୍କ ସମସ୍ତ ଦେଶ ଅଧିକାର କଲେ।
22 And they possessed all the borders of the Amorites, from the Arnon unto the Jabbok, and from the wilderness unto the Jordan.
ସେମାନେ ଅର୍ଣ୍ଣୋନଠାରୁ ଯବ୍ବୋକ୍‍ ପର୍ଯ୍ୟନ୍ତ ଓ ପ୍ରାନ୍ତରଠାରୁ ଯର୍ଦ୍ଦନ ପର୍ଯ୍ୟନ୍ତ ଇମୋରୀୟମାନଙ୍କର ସମସ୍ତ ସୀମା ଅଧିକାର କଲେ।
23 And now Jehovah the God of Israel has dispossessed the Amorites from before his people Israel, and shouldest thou take possession of it?
ଏହେତୁ ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଆପଣା ଲୋକ ଇସ୍ରାଏଲୀୟମାନଙ୍କ ସମ୍ମୁଖରୁ ଇମୋରୀୟମାନଙ୍କୁ ଅଧିକାରଚ୍ୟୁତ କରିଅଛନ୍ତି, ଏବେ ତୁମ୍ଭେ କି ସେସବୁ ଅଧିକାର କରିବ?
24 Dost not thou possess what Chemosh thy god puts thee in possession of? and whatever Jehovah our God has dispossessed before us, that will we possess.
ତୁମ୍ଭର କମୋଶ ଦେବ ଯାହା ତୁମ୍ଭକୁ ଅଧିକାର କରିବାକୁ ଦିଅନ୍ତି, ତାହା କି ତୁମ୍ଭେ ଅଧିକାର କରିବ ନାହିଁ? ସେରୂପେ ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ୱର ଯେଉଁମାନଙ୍କୁ ଆମ୍ଭମାନଙ୍କ ସମ୍ମୁଖରୁ ଅଧିକାରଚ୍ୟୁତ କରିଅଛନ୍ତି, ସେମାନଙ୍କୁ ଆମ୍ଭେମାନେ ଅଧିକାର କରିବୁ।
25 And now art thou indeed better than Balak the son of Zippor, king of Moab? did he ever strive with Israel? did he ever fight against them?
କୁହ ଦେଖି, ତୁମ୍ଭେ କି ମୋୟାବ-ରାଜା ସିପ୍ପୋରର ପୁତ୍ର ବାଲାକଠାରୁ କିଛି ଅଧିକ? ସେ କି ଇସ୍ରାଏଲ ସଙ୍ଗେ କେବେ ବିବାଦ କରିଥିଲେ? ଅବା ସେ କି କେବେ ସେମାନଙ୍କ ବିରୁଦ୍ଧରେ ଯୁଦ୍ଧ କରିଥିଲେ?
26 While Israel dwelt in Heshbon and its dependent villages, and in Aroer and its dependent villages, and in all the cities that are along the banks of the Arnon, three hundred years — why did ye not recover [them] within that time?
ଇସ୍ରାଏଲ ତିନି ଶତ ବର୍ଷ ହେଲା ହିଷ୍‍ବୋନ ଓ ତହିଁ ଉପନଗରରେ, ପୁଣି ଅରୋୟର ଓ ତହିଁ ଉପନଗରରେ, ଆଉ ଅର୍ଣ୍ଣୋନ ତୀରସ୍ଥିତ ସମସ୍ତ ନଗରରେ ବାସ କରୁଅଛନ୍ତି; ଏଥିମଧ୍ୟରେ ତୁମ୍ଭେମାନେ କାହିଁକି ସେସବୁ ଫେରାଇ ନ ନେଲ?
27 So I have not sinned against thee, but it is thou who doest me wrong in making war against me. Jehovah, the Judge, be judge this day between the children of Israel and the children of Ammon!
ଏହେତୁ ମୁଁ ତୁମ୍ଭ ବିରୁଦ୍ଧରେ କୌଣସି ପାପ କରି ନାହିଁ, ମାତ୍ର ତୁମ୍ଭେ ମୋହର ବିରୁଦ୍ଧରେ ଯୁଦ୍ଧ କରିବାରେ ମୋʼ ପ୍ରତି ଅନ୍ୟାୟ କର୍ମ କରୁଅଛ; ସଦାପ୍ରଭୁ ଯେ ବିଚାରକର୍ତ୍ତା, ସେ ଆଜି ଇସ୍ରାଏଲ-ସନ୍ତାନଗଣ ଓ ଅମ୍ମୋନ-ସନ୍ତାନଗଣ ମଧ୍ୟରେ ବିଚାରକର୍ତ୍ତା ହେଉନ୍ତୁ।”
28 But the king of the children of Ammon hearkened not to the words of Jephthah that he had sent him.
ତଥାପି ଯିପ୍ତହଙ୍କ ପ୍ରେରିତ କଥା ଅମ୍ମୋନ-ସନ୍ତାନଗଣର ରାଜା ଶୁଣିଲା ନାହିଁ।
29 Then the Spirit of Jehovah came upon Jephthah, and he passed through Gilead and Manasseh, and passed to Mizpeh of Gilead, and from Mizpeh of Gilead he passed over to the children of Ammon.
ତହିଁରେ ସଦାପ୍ରଭୁଙ୍କ ଆତ୍ମା ଯିପ୍ତହଙ୍କ ଉପରେ ଅଧିଷ୍ଠାନ କରନ୍ତେ, ସେ ଗିଲୀୟଦ ଓ ମନଃଶି ପ୍ରଦେଶ ଦେଇ ଗିଲୀୟଦସ୍ଥିତ ମିସ୍ପେକୁ ଗଲେ ଓ ଗିଲୀୟଦସ୍ଥିତ ମିସ୍ପେରୁ ଅମ୍ମୋନ-ସନ୍ତାନଗଣ ନିକଟକୁ ଗଲେ।
30 And Jephthah vowed a vow to Jehovah, and said, If thou wilt without fail give the children of Ammon into my hand,
ସେସମୟରେ ଯିପ୍ତହ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ମାନତ ମନାସି କହିଲେ, “ଯେବେ ତୁମ୍ଭେ ଅମ୍ମୋନ-ସନ୍ତାନମାନଙ୍କୁ ନିଃସନ୍ଦେହ ମୋହର ହସ୍ତରେ ସମର୍ପଣ କରିବ,
31 then shall that which cometh forth from the door of my house to meet me, when I return in peace from the children of Ammon, be Jehovah's, and I will offer it up for a burnt-offering.
ତେବେ ମୁଁ ଅମ୍ମୋନ-ସନ୍ତାନଗଣ ନିକଟରୁ କୁଶଳରେ ଫେରି ଆସିବା ବେଳେ ଯେକେହି ମୋତେ ଭେଟିବା ପାଇଁ ମୋହର ଗୃହଦ୍ୱାରରୁ ବାହାରି ଆସିବ, ସେ ନିଶ୍ଚେ ସଦାପ୍ରଭୁଙ୍କର ହେବ ଓ ମୁଁ ତାହାକୁ ହୋମବଳି ରୂପେ ଉତ୍ସର୍ଗ କରିବି।”
32 And Jephthah passed over to the children of Ammon to fight against them; and Jehovah gave them into his hand.
ଏଉତ୍ତାରେ ଯିପ୍ତହ ଅମ୍ମୋନ-ସନ୍ତାନଗଣ ସହିତ ଯୁଦ୍ଧ କରିବାକୁ ପାର ହୋଇଗଲେ ଓ ସଦାପ୍ରଭୁ ସେମାନଙ୍କୁ ତାଙ୍କ ହସ୍ତରେ ସମର୍ପଣ କଲେ।
33 And he smote them from Aroer until thou come to Minnith, twenty cities, even unto Abel-Cheramim, with a very great slaughter; and the children of Ammon were subdued before the children of Israel.
ତହିଁରେ ସେ ଅରୋୟରଠାରୁ ମିନ୍ନୀତ ନିକଟ ପର୍ଯ୍ୟନ୍ତ କୋଡ଼ିଏ ନଗର ଓ ଅବେଲ୍‍-କରାମୀମ୍‍ ପର୍ଯ୍ୟନ୍ତ ଅତି ମହାସଂହାରରେ ସେମାନଙ୍କୁ ସଂହାର କଲେ। ଏରୂପେ ଅମ୍ମୋନ-ସନ୍ତାନଗଣ ଇସ୍ରାଏଲ-ସନ୍ତାନଗଣ ସମ୍ମୁଖରେ ପରାସ୍ତ ହେଲେ।
34 And Jephthah came to Mizpah to his house, and behold, his daughter came out to meet him with tambours and with dances; and she was an only child: besides her he had neither son nor daughter.
ଏଥିଉତ୍ତାରେ ଯିପ୍ତହ ମିସ୍ପାରେ ଆପଣା ଗୃହକୁ ଆସିଲେ, ଆଉ ଦେଖ, ତାଙ୍କର କନ୍ୟା ତାଙ୍କୁ ଭେଟିବା ପାଇଁ ଦାରା ନେଇ ନୃତ୍ୟ କରୁ କରୁ ଆସିଲା; ସେ ତାଙ୍କର ଏକମାତ୍ର ସନ୍ତତି ଥିଲା; ତାହା ଛଡ଼ା ତାଙ୍କର ପୁତ୍ର କି କନ୍ୟା ନ ଥିଲା।
35 And it came to pass, when he saw her, that he rent his garments, and said, Alas, my daughter! thou hast brought me very low, and thou art one of them that trouble me; for I have opened my mouth to Jehovah, and I cannot go back.
ସେତେବେଳେ ସେ ଆପଣା କନ୍ୟାକୁ ଦେଖି ଆପଣା ବସ୍ତ୍ର ଚିରି କହିଲେ, “ହାୟ, ହାୟ, ଆମ୍ଭର କନ୍ୟେ! ତୁମ୍ଭେ ମୋତେ ଘୋର ସନ୍ତାପରେ ପକାଇଲ, ତୁମ୍ଭେ ମୋହର ଦୁଃଖଦାୟୀମାନଙ୍କ ମଧ୍ୟରେ ଜଣେ ହେଲ; କାରଣ ମୁଁ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଆପଣା ମୁଖ ଫିଟାଇଅଛି, ଆଉ ପଛକୁ ହଟି ନ ପାରେ।”
36 And she said to him, My father, if thou hast opened thy mouth to Jehovah, do to me according to that which has proceeded out of thy mouth; forasmuch as Jehovah has taken vengeance for thee upon thine enemies, upon the children of Ammon.
ତହିଁରେ ସେ ତାଙ୍କୁ କହିଲା, “ହେ ଆମ୍ଭର ପିତଃ, ତୁମ୍ଭେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଆପଣା ମୁଖ ଫିଟାଇଅଛ; ତୁମ୍ଭ ମୁଖରୁ ଯାହା ନିର୍ଗତ ହୋଇଅଛି, ତଦନୁସାରେ ମୋʼ ପ୍ରତି କର; କାରଣ ସଦାପ୍ରଭୁ ତୁମ୍ଭ ନିମନ୍ତେ ତୁମ୍ଭ ଶତ୍ରୁ ଅମ୍ମୋନ-ସନ୍ତାନମାନଙ୍କଠାରୁ ପରିଶୋଧ ନେଇଅଛନ୍ତି।”
37 And she said to her father, Let this thing be done for me: leave me alone two months, that I may go and descend to the mountains, and bewail my virginity, I and my companions.
ଆହୁରି ସେ ଆପଣା ପିତାକୁ କହିଲା, “ମୋʼ ପାଇଁ ଏହି କଥା କରାଯାଉ; ମୋତେ ଦୁଇ ମାସ ଛାଡ଼ିଦିଅ, ତହିଁରେ ମୁଁ ଆପଣା ସଖୀମାନଙ୍କ ସଙ୍ଗରେ ପର୍ବତମୟ ସ୍ଥାନକୁ ଯାଇ ଆପଣା କୁମାରୀତ୍ୱ ବିଷୟରେ ବିଳାପ କରିବି।”
38 And he said, Go. And he sent her away for two months. And she went with her companions, and bewailed her virginity upon the mountains.
ତହୁଁ ସେ କହିଲେ, “ଯାଅ।” ଆଉ ସେ ଦୁଇ ମାସ ପାଇଁ ତାହାକୁ ବିଦାୟ କଲେ; ତହିଁରେ ସେ ଓ ତାହାର ସଖୀମାନେ ପର୍ବତମୟ ସ୍ଥାନକୁ ଯାଇ ତାହାର କୁମାରୀତ୍ୱ ବିଷୟରେ ବିଳାପ କଲେ।
39 And it came to pass at the end of two months, that she returned to her father, and he performed on her the vow that he had vowed; and she had known no man. And it became a fixed custom in Israel,
ପୁଣି, ଦୁଇ ମାସ ଶେଷରେ ସେ ଆପଣା ପିତା ନିକଟକୁ ଫେରି ଆସିଲା, ତହିଁରେ ପିତା ଆପଣା ମନାସିଲାର ମାନତ ଅନୁସାରେ ତାହା ପ୍ରତି କଲେ। ସେ ପୁରୁଷର ପରିଚୟ ପାଇ ନ ଥିଲା।
40 that from year to year the daughters of Israel go to celebrate the daughter of Jephthah the Gileadite four days in the year.
ସେହି ଦିନଠାରୁ ଆଜି ପର୍ଯ୍ୟନ୍ତ ଇସ୍ରାଏଲୀୟ କନ୍ୟାମାନେ ବର୍ଷକୁ ବର୍ଷ ଗିଲୀୟଦୀୟ ଯିପ୍ତହ-କନ୍ୟାର ଗୁଣ କୀର୍ତ୍ତନ କରିବାକୁ ବର୍ଷରେ ଚାରି ଦିନ ଯିବାର ରୀତି ଇସ୍ରାଏଲ ମଧ୍ୟରେ ଚଳିଲା।

< Judges 11 >