< Jeremiah 20 >

1 Now Pashhur, the son of Immer the priest, who was chief officer in the LORD’s house, heard Jeremiah prophesying these things.
ଯିରିମୀୟ ଏହିସବୁ ଭବିଷ୍ୟଦ୍‍ବାକ୍ୟ ପ୍ରଚାର କରିବା ବେଳେ ଇମ୍ମେର ଯାଜକର ପୁତ୍ର, ସଦାପ୍ରଭୁଙ୍କ ଗୃହର ପ୍ରଧାନ ଅଧ୍ୟକ୍ଷ ପଶ୍‍ହୂର ତାହା ଶୁଣିଲା।
2 Then Pashhur struck Jeremiah the prophet and put him in the stocks that were in the upper gate of Benjamin, which was in the LORD’s house.
ତହିଁରେ ପଶ୍‍ହୂର ଯିରିମୀୟ ଭବିଷ୍ୟଦ୍‍ବକ୍ତାଙ୍କୁ ପ୍ରହାର କରି, ସଦାପ୍ରଭୁଙ୍କ ଗୃହସ୍ଥିତ ବିନ୍ୟାମୀନ୍ ନାମକ ଉପର ଦ୍ୱାରରେ ଥିବା ହରିକାଠରେ ତାଙ୍କୁ ବନ୍ଦ କରି ରଖିଲା।
3 On the next day, Pashhur released Jeremiah out of the stocks. Then Jeremiah said to him, “The LORD has not called your name Pashhur, but Magormissabib.
ପୁଣି, ତହିଁ ପରଦିନ ପଶ୍‍ହୂର ଯିରିମୀୟଙ୍କୁ ହରିକାଠରୁ ବାହାର କରି ଆଣିଲା। ତହିଁରେ ଯିରିମୀୟ ତାହାକୁ କହିଲେ, “ସଦାପ୍ରଭୁ ତୁମ୍ଭର ନାମ ପଶ୍‍ହୂର ନ ରଖି, ମାଗୋରମୀଷାବୀବ୍‍ (ଚତୁର୍ଦ୍ଦିଗେ ଆଶଙ୍କା) ରଖିଅଛନ୍ତି।
4 For the LORD says, ‘Behold, I will make you a terror to yourself and to all your friends. They will fall by the sword of their enemies, and your eyes will see it. I will give all Judah into the hand of the king of Babylon, and he will carry them captive to Babylon, and will kill them with the sword.
କାରଣ ସଦାପ୍ରଭୁ ଏହି କଥା କହନ୍ତି, ଦେଖ, ଆମ୍ଭେ ତୁମ୍ଭକୁ, ତୁମ୍ଭ ପ୍ରତି ଓ ତୁମ୍ଭର ସମସ୍ତ ବନ୍ଧୁ ପ୍ରତି ଆଶଙ୍କାଜନକ କରିବା; ପୁଣି, ସେମାନେ ଆପଣାମାନଙ୍କ ଶତ୍ରୁଗଣର ଖଡ୍ଗ ଦ୍ୱାରା ହତ ହେବେ ଓ ତୁମ୍ଭର ଚକ୍ଷୁ ତାହା ଦେଖିବ; ଆଉ, ଆମ୍ଭେ ସମୁଦାୟ ଯିହୁଦାକୁ ବାବିଲର ରାଜା ହସ୍ତରେ ସମର୍ପଣ କରିବା, ତହିଁରେ ସେ ସେମାନଙ୍କୁ ବନ୍ଦୀ କରି ବାବିଲକୁ ଘେନିଯାଇ ଖଡ୍ଗରେ ବଧ କରିବ।
5 Moreover I will give all the riches of this city, and all its gains, and all its precious things, yes, I will give all the treasures of the kings of Judah into the hand of their enemies. They will make them captives, take them, and carry them to Babylon.
ଆହୁରି, ଆମ୍ଭେ ଏହି ନଗରର ସକଳ ସମ୍ପତ୍ତି ଓ ତହିଁର ଅର୍ଜିତ ସକଳ ଧନ ଓ ତହିଁର ସକଳ ବହୁମୂଲ୍ୟ ପଦାର୍ଥ ଦେବା, ହଁ, ଆମ୍ଭେ ଯିହୁଦାର ରାଜାଗଣର ସକଳ ଧନଭଣ୍ଡାର ସେମାନଙ୍କ ଶତ୍ରୁଗଣର ହସ୍ତଗତ କରିବା, ସେମାନେ ସେସବୁ ଲୁଟି କରି ନେବେ ଓ ବାବିଲକୁ ଘେନିଯିବେ।
6 You, Pashhur, and all who dwell in your house will go into captivity. You will come to Babylon, and there you will die, and there you will be buried, you, and all your friends, to whom you have prophesied falsely.’”
ପୁଣି, ହେ ପଶ୍‍ହୂର, ତୁମ୍ଭେ ତୁମ୍ଭ ଗୃହନିବାସୀ ସମସ୍ତଙ୍କ ସଙ୍ଗେ ବନ୍ଦୀତ୍ୱ ସ୍ଥାନକୁ ଯିବ ଓ ତୁମ୍ଭେ ବାବିଲରେ ଉପସ୍ଥିତ ହେବ, ଆଉ ସେଠାରେ ତୁମ୍ଭେ ମରିବ ଓ ସେଠାରେ କବର ପାଇବ, ତୁମ୍ଭର ଓ ତୁମ୍ଭେ ଯେଉଁମାନଙ୍କ ନିକଟରେ ମିଥ୍ୟା ଭବିଷ୍ୟଦ୍‍ବାକ୍ୟ ପ୍ରଚାର କଲ, ତୁମ୍ଭର ସେହି ବନ୍ଧୁ ସମସ୍ତଙ୍କର ଏହି ଦଶା ହେବ।”
7 LORD, you have persuaded me, and I was persuaded. You are stronger than I, and have prevailed. I have become a laughingstock all day. Everyone mocks me.
ହେ ସଦାପ୍ରଭୁ, ତୁମ୍ଭେ ମୋତେ ଭୁଲାଇଅଛ, ଆଉ ମୁଁ ଭ୍ରାନ୍ତ ହୋଇଅଛି; ତୁମ୍ଭେ ମୋʼ ଅପେକ୍ଷା ବଳବାନ, ତୁମ୍ଭେ ଜୟ କରିଅଛ; ମୁଁ ସାରାଦିନ ଉପହାସର ପାତ୍ର ହୋଇଅଛି, ସମସ୍ତେ ମୋତେ ପରିହାସ କରନ୍ତି।
8 For as often as I speak, I cry out; I cry, “Violence and destruction!” because the LORD’s word has been made a reproach to me, and a derision, all day.
କାରଣ ମୁଁ ଯେତେ ଥର କଥା କହେ, ସେତେଥର କ୍ରନ୍ଦନ କରେ; “ମୁଁ ଦୌରାତ୍ମ୍ୟ ଓ ଧନାପହାର ବୋଲି ଉଚ୍ଚସ୍ୱର କରେ;” କାରଣ ସଦାପ୍ରଭୁଙ୍କର ବାକ୍ୟ ମୋʼ ପ୍ରତି ସାରାଦିନ ଧିକ୍କାର ଓ ବିଦ୍ରୂପର ବିଷୟ ହୋଇଅଛି।
9 If I say that I will not make mention of him, or speak any more in his name, then there is in my heart as it were a burning fire shut up in my bones. I am weary with holding it in. I cannot.
ଯଦି ପୁଣି, “ମୁଁ ତାହାଙ୍କ ବିଷୟ କହିବି ନାହିଁ, କିଅବା ତାହାଙ୍କ ନାମରେ ଆଉ କଥା କହିବି ନାହିଁ,” ଯଦି ମୁଁ ଏହା କହେ, ତେବେ ମୋର ଅସ୍ଥି ମଧ୍ୟରେ ରୁଦ୍ଧ ଦାହକାରୀ ଅଗ୍ନି ମୋʼ ହୃଦୟରେ ଥିଲା ପରି ହୁଏ, ଆଉ ମୁଁ ତାହା ସମ୍ଭାଳି ରଖିବାରେ କ୍ଳାନ୍ତ ହୋଇ ନୀରବ ହୋଇ ନ ପାରେ।
10 For I have heard the defaming of many: “Terror on every side! Denounce, and we will denounce him!” say all my familiar friends, those who watch for my fall. “Perhaps he will be persuaded, and we will prevail against him, and we will take our revenge on him.”
କାରଣ ମୁଁ ଅନେକଙ୍କର ଅପବାଦ ଶୁଣିଅଛି, ଚତୁର୍ଦ୍ଦିଗରେ ଆଶଙ୍କା ଅଛି। ମୋର ଝୁଣ୍ଟିବାର ଅପେକ୍ଷାକାରୀ ଆତ୍ମୀୟ ମିତ୍ର ସମସ୍ତେ କହନ୍ତି, “ତୁମ୍ଭେମାନେ ଅଭିଯୋଗ କର, ଆମ୍ଭେମାନେ ହିଁ ତାହାର ଅଭିଯୋଗ କରିବା; କେଜାଣି ସେ ଭୁଲିଯିବ, ତହିଁରେ ଆମ୍ଭେମାନେ ତାହାକୁ ପରାସ୍ତ କରି ତାହାଠାରୁ ପରିଶୋଧ ନେବା।”
11 But the LORD is with me as an awesome mighty one. Therefore my persecutors will stumble, and they will not prevail. They will be utterly disappointed because they have not dealt wisely, even with an everlasting dishonor which will never be forgotten.
ମାତ୍ର ସଦାପ୍ରଭୁ ଭୟାନକ ବୀର ପରି ମୋʼ ସଙ୍ଗରେ ଅଛନ୍ତି; ଏହେତୁ ମୋର ତାଡ଼ନାକାରୀମାନେ ଝୁଣ୍ଟି ପଡ଼ିବେ ଓ ସେମାନେ ଜୟଯୁକ୍ତ ହେବେ ନାହିଁ; ସେମାନେ ବିବେଚନାପୂର୍ବକ କାର୍ଯ୍ୟ ନ କରିବାରୁ ଅତ୍ୟନ୍ତ ଲଜ୍ଜିତ ହେବେ, ସେ ଅପମାନ ନିତ୍ୟସ୍ଥାୟୀ ହେବ, ତାହା କେବେ ବିସ୍ମୃତ ହେବ ନାହିଁ।
12 But the LORD of Armies, who tests the righteous, who sees the heart and the mind, let me see your vengeance on them, for I have revealed my cause to you.
ମାତ୍ର ହେ ସୈନ୍ୟାଧିପତି ସଦାପ୍ରଭୁ, ତୁମ୍ଭେ ଧାର୍ମିକର ପରୀକ୍ଷକ, ତୁମ୍ଭେ ମର୍ମ ଓ ଅନ୍ତଃକରଣ ଦେଖୁଅଛ, ସେମାନଙ୍କ ପ୍ରତି ତୁମ୍ଭର ଦତ୍ତ ପ୍ରତିଫଳ ମୋତେ ଦେଖାଅ; କାରଣ ତୁମ୍ଭଙ୍କୁ ମୁଁ ଆପଣା ଗୁହାରି ଜଣାଇଅଛି।
13 Sing to the LORD! Praise the LORD, for he has delivered the soul of the needy from the hand of evildoers.
ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଗାନ କର, ସଦାପ୍ରଭୁଙ୍କର ପ୍ରଶଂସା କର; କାରଣ ସେ ଦୁଷ୍କର୍ମକାରୀମାନଙ୍କ ହସ୍ତରୁ ଦୀନହୀନର ପ୍ରାଣ ଉଦ୍ଧାର କରିଅଛନ୍ତି।
14 Cursed is the day in which I was born. Do not let the day in which my mother bore me be blessed.
ମୁଁ ଯେଉଁ ଦିନ ଜନ୍ମ ହୋଇଥିଲି, ସେଦିନ ଶାପଗ୍ରସ୍ତ ହେଉ; ମୋʼ ମାତା ଯେଉଁ ଦିନ ମୋତେ ପ୍ରସବ କଲେ, ସେ ଦିନ ଆଶୀର୍ବାଦ ପ୍ରାପ୍ତ ନ ହେଉ।
15 Cursed is the man who brought news to my father, saying, “A boy is born to you,” making him very glad.
ତୁମ୍ଭର ପୁତ୍ରସନ୍ତାନ ହୋଇଅଛି ବୋଲି ସମ୍ବାଦ ଦେଇ ଯେଉଁ ଲୋକ ମୋର ପିତାଙ୍କୁ ଅତି ଆନନ୍ଦିତ କରିଥିଲା, ସେ ଶାପଗ୍ରସ୍ତ ହେଉ।
16 Let that man be as the cities which the LORD overthrew, and did not repent. Let him hear a cry in the morning, and shouting at noontime,
ପୁଣି, ସଦାପ୍ରଭୁ କ୍ଷମା ନ କରି ଯେସକଳ ନଗର ବିନାଶ କରିଥିଲେ, ସେ ଲୋକ ସେହି ସବୁ ନଗର ତୁଲ୍ୟ ହେଉ; ଆଉ, ସେ ଲୋକ ପ୍ରାତଃକାଳରେ କ୍ରନ୍ଦନ ଓ ମଧ୍ୟାହ୍ନ କାଳରେ ଚିତ୍କାର ଶବ୍ଦ ଶୁଣୁ;
17 because he did not kill me from the womb. So my mother would have been my grave, and her womb always great.
କାରଣ ସେ ମୋତେ ଗର୍ଭରୁ ମାରି ପକାଇଲା ନାହିଁ; ତାହା କରିଥିଲେ, ମୋହର ମାତା ମୋର କବର ସ୍ୱରୂପ ହୋଇଥାʼନ୍ତେ ଓ ତାଙ୍କ ଗର୍ଭ ନିତ୍ୟ ଭାରୀ ଥାʼନ୍ତା।
18 Why did I come out of the womb to see labor and sorrow, that my days should be consumed with shame?
ଲଜ୍ଜାରେ ମୋର ସମୟ କଟାଇବା ନିମନ୍ତେ ମୁଁ ଆୟାସ ଓ ଦୁଃଖଭୋଗ କରିବା ପାଇଁ କାହିଁକି ଗର୍ଭରୁ ନିର୍ଗତ ହେଲି?

< Jeremiah 20 >