< Ezekiel 24 >

1 Again, in the ninth year, in the tenth month, in the tenth day of the month, the LORD’s word came to me, saying,
ପୁନର୍ବାର ନବମ ବର୍ଷର ଦଶମ ମାସରେ, ମାସର ଦଶମ ଦିନରେ ସଦାପ୍ରଭୁଙ୍କର ବାକ୍ୟ ମୋʼ ନିକଟରେ ଉପସ୍ଥିତ ହେଲା ଏବଂ ସେ କହିଲେ,
2 “Son of man, write the name of the day, this same day. The king of Babylon drew close to Jerusalem this same day.
“ହେ ମନୁଷ୍ୟ-ସନ୍ତାନ, ତୁମ୍ଭେ ଦିନର ନାମ, ଅର୍ଥାତ୍‍, ଆଜି ଦିନର ନାମ ଲେଖି ରଖ; ଆଜି ଦିନରେ ବାବିଲର ରାଜା ଯିରୂଶାଲମ ନିକଟବର୍ତ୍ତୀ ହେଲା।
3 Utter a parable to the rebellious house, and tell them, ‘The Lord GOD says, “Put the cauldron on the fire. Put it on, and also pour water into it.
ଏଣୁ ତୁମ୍ଭେ ଏହି ବିଦ୍ରୋହୀ ବଂଶର ଉଦ୍ଦେଶ୍ୟରେ ଗୋଟିଏ ଦୃଷ୍ଟାନ୍ତ କଥା କହି ସେମାନଙ୍କୁ କୁହ, ପ୍ରଭୁ, ସଦାପ୍ରଭୁ ଏହି କଥା କହନ୍ତି, ହଣ୍ଡା ଚଢ଼ାଅ, ତାହା ଚଢ଼ାଅ ଓ ମଧ୍ୟ ତହିଁ ଭିତରେ ଜଳ ଢାଳିଦିଅ;
4 Gather its pieces into it, even every good piece: the thigh and the shoulder. Fill it with the choice bones.
ମାଂସଖଣ୍ଡସବୁ, ଉତ୍ତମ ଉତ୍ତମ ଖଣ୍ଡସବୁ, ଊରୁ ଓ ସ୍କନ୍ଧ, ତହିଁ ଭିତରେ ଏକତ୍ର କର; ଭଲ ଭଲ ଅସ୍ଥିରେ ତାହା ପୂର୍ଣ୍ଣ କର।
5 Take the choice of the flock, and also a pile of wood for the bones under the cauldron. Make it boil well. Yes, let its bones be boiled within it.”
ପଲ ମଧ୍ୟରୁ ଉତ୍ତମ ପଶୁ ନିଅ ଓ ହଣ୍ଡା ତଳେ ଅସ୍ଥିସବୁ ସଜାଅ; ତାହା ଉତ୍ତମ ରୂପେ ସିଦ୍ଧ କର ଓ ଅସ୍ଥିସବୁ ତହିଁ ମଧ୍ୟରେ ପାକ ହେଉ।
6 “‘Therefore the Lord GOD says: “Woe to the bloody city, to the cauldron whose rust is in it, and whose rust has not gone out of it! Take out of it piece after piece without casting lots for it.
ଏହେତୁ ପ୍ରଭୁ, ସଦାପ୍ରଭୁ ଏହି କଥା କହନ୍ତି, ସେହି ରକ୍ତପୂର୍ଣ୍ଣା ନଗରୀ, ସେହି ହଣ୍ଡା, ଯହିଁର କଳଙ୍କ ତହିଁ ମଧ୍ୟରେ ଅଛି ଓ ଯହିଁର କଳଙ୍କ ତହିଁ ମଧ୍ୟରୁ ବାହାର ହୋଇ ନାହିଁ, ସେ ସନ୍ତାପର ପାତ୍ର! ତୁମ୍ଭେ ଖଣ୍ଡ ଖଣ୍ଡ କରି ତାହା ବାହାର କର; ତହିଁ ବିଷୟରେ ଗୁଲିବାଣ୍ଟ କରାଯାଇ ନାହିଁ।
7 “‘“For the blood she shed is in the middle of her. She set it on the bare rock. She did not pour it on the ground, to cover it with dust.
କାରଣ ତାହାର ରକ୍ତ ତାହା ମଧ୍ୟରେ ଅଛି; ସେ ଶୁଷ୍କ ଶୈଳ ଉପରେ ତାହା ରଖିଲା; ସେ ଧୂଳିରେ ତାହା ଆଚ୍ଛାଦିତ କରିବା ପାଇଁ ଭୂମିରେ ତାହା ଢାଳିଲା ନାହିଁ;
8 That it may cause wrath to come up to take vengeance, I have set her blood on the bare rock, that it should not be covered.”
ସେ ରକ୍ତ ପ୍ରତିଶୋଧ ନେବା ନିମନ୍ତେ ଯେପରି କୋପକୁ ଉପସ୍ଥିତ କରାଇବ, ଏଥିପାଇଁ ଆଚ୍ଛାଦିତ ନୋହିବା ନିମନ୍ତେ ଆମ୍ଭେ ଶୁଷ୍କ ଶୈଳ ଉପରେ ତାହା ରଖିଅଛୁ।
9 “‘Therefore the Lord GOD says: “Woe to the bloody city! I also will make the pile great.
ଏହେତୁ ପ୍ରଭୁ, ସଦାପ୍ରଭୁ ଏହି କଥା କହନ୍ତି; ସେହି ରକ୍ତପୂର୍ଣ୍ଣା ନଗରୀ ସନ୍ତାପର ପାତ୍ର! ଆମ୍ଭେ ମଧ୍ୟ ରାଶି ବଡ଼ କରିବା।
10 Heap on the wood. Make the fire hot. Boil the meat well. Make the broth thick, and let the bones be burned.
କାଠ ଗଦା କର, ଅଗ୍ନି ଜ୍ୱଳାଅ, ମାଂସ ଉତ୍ତମ ରୂପେ ସିଦ୍ଧ କର, ଝୋଳ ବହଳ କର ଓ ଅସ୍ଥିସବୁ ଦଗ୍ଧ ହେଉ।
11 Then set it empty on its coals, that it may be hot, and its bronze may burn, and that its filthiness may be molten in it, that its rust may be consumed.
ତହିଁରେ ହଣ୍ଡା ତପ୍ତ ହେବା ପାଇଁ, ତହିଁର ପିତଳ ଦଗ୍ଧ ହେବା ପାଇଁ ଓ ତହିଁର ମଇଳା ତହିଁ ମଧ୍ୟରେ ତରଳି ଯିବା ପାଇଁ ଓ କଳଙ୍କ କ୍ଷୟ ପାଇବା ପାଇଁ ତାହା ଖାଲି କର, ତାହା ଜ୍ୱଳନ୍ତା ଅଙ୍ଗାର ଉପରେ ରଖ।
12 She is weary with toil; yet her great rust, rust by fire, does not leave her.
ସେ ପରିଶ୍ରମ କରି କରି ଆପଣାକୁ କ୍ଳାନ୍ତ କରିଅଛି; ତଥାପି ତାହାର ମହାକଳଙ୍କ ତାହା ମଧ୍ୟରୁ ଯାଏ ନାହିଁ; ତାହାର କଳଙ୍କ ଅଗ୍ନି ଦ୍ୱାରା ଯାଏ ନାହିଁ।
13 “‘“In your filthiness is lewdness. Because I have cleansed you and you were not cleansed, you will not be cleansed from your filthiness any more, until I have caused my wrath toward you to rest.
ତୁମ୍ଭର ଅଶୌଚର ଲମ୍ପଟତା ଅଛି; ଆମ୍ଭେ ତୁମ୍ଭକୁ ଶୁଚି କଲେ ହେଁ ତୁମ୍ଭେ ଶୁଚି ହେଲ ନାହିଁ, ଏଥିପାଇଁ ତୁମ୍ଭ ଉପରେ ଆମ୍ଭେ ଆପଣା କୋପ ଶାନ୍ତ ନ କରିବା ପର୍ଯ୍ୟନ୍ତ ତୁମ୍ଭେ ଆପଣା ଅଶୌଚରୁ ଆଉ ଶୁଚୀକୃତ ନୋହିବ।
14 “‘“I, the LORD, have spoken it. It will happen, and I will do it. I will not go back. I will not spare. I will not repent. According to your ways and according to your doings, they will judge you,” says the Lord GOD.’”
ଆମ୍ଭେ ସଦାପ୍ରଭୁ ଏହା କହିଅଛୁ, ଏହା ସିଦ୍ଧ ହେବ ଓ ଆମ୍ଭେ ଏହା ସାଧନ କରିବା; ଆମ୍ଭେ ଫେରିଯିବା ନାହିଁ, କିଅବା ଆମ୍ଭେ ଚକ୍ଷୁଲଜ୍ଜା କରିବା ନାହିଁ; ଅଥବା ଆମ୍ଭେ ଅନୁତାପ କରିବା ନାହିଁ; ତୁମ୍ଭର ଆଚରଣ ଅନୁସାରେ ଓ ତୁମ୍ଭର କ୍ରିୟାନୁସାରେ ସେମାନେ ତୁମ୍ଭର ବିଚାର କରିବେ, ଏହା ପ୍ରଭୁ, ସଦାପ୍ରଭୁ କହନ୍ତି।”
15 Also the LORD’s word came to me, saying,
ଆହୁରି, ସଦାପ୍ରଭୁଙ୍କର ବାକ୍ୟ ମୋʼ ନିକଟରେ ଉପସ୍ଥିତ ହେଲା ଏବଂ ସେ କହିଲେ,
16 “Son of man, behold, I will take away from you the desire of your eyes with one stroke; yet you shall neither mourn nor weep, neither shall your tears run down.
“ହେ ମନୁଷ୍ୟ-ସନ୍ତାନ, ଦେଖ, ଆମ୍ଭେ ତୁମ୍ଭ ନୟନର ପ୍ରୀତିପାତ୍ରକୁ ଏକ ଆଘାତରେ ହରଣ କରିବା; ତଥାପି ତୁମ୍ଭେ ବିଳାପ କି କ୍ରନ୍ଦନ କରିବ ନାହିଁ, କିଅବା ତୁମ୍ଭର ଚକ୍ଷୁରୁ ଲୋତକ ଧାର ବହିବ ନାହିଁ।
17 Sigh, but not aloud. Make no mourning for the dead. Bind your headdress on you, and put your sandals on your feet. Do not cover your lips, and do not eat mourner’s bread.”
ଦୀର୍ଘ ନିଃଶ୍ୱାସ ଛାଡ଼, ମାତ୍ର ଉଚ୍ଚ କରି ନୁହେଁ; ମୃତ ଲୋକ ପାଇଁ ବିଳାପ କର ନାହିଁ, ଆପଣା ମସ୍ତକରେ ଶିରୋଭୂଷଣ ବାନ୍ଧ ଓ ପାଦରେ ପାଦୁକା ପିନ୍ଧ, ତୁମ୍ଭର ଓଷ୍ଠାଧର ଆଚ୍ଛାଦନ କର ନାହିଁ, ପୁଣି, ଲୋକମାନଙ୍କର ରୁଟି ଖାଅ ନାହିଁ।”
18 So I spoke to the people in the morning, and at evening my wife died. So I did in the morning as I was commanded.
ତହିଁରେ ମୁଁ ପ୍ରାତଃକାଳରେ ଲୋକମାନଙ୍କ ସଙ୍ଗେ କଥା କହିଲି; ପୁଣି, ସନ୍ଧ୍ୟା ବେଳେ ମୋର ଭାର୍ଯ୍ୟା ମଲା, ତହିଁରେ ପ୍ରାତଃକାଳରେ ମୁଁ ଆଜ୍ଞାନୁସାରେ କର୍ମ କଲି।
19 The people asked me, “Will not you tell us what these things mean to us, that you act like this?”
ତହୁଁ ଲୋକମାନେ ମୋତେ କହିଲେ, “ତୁମ୍ଭେ ଯେ ଏରୂପ କରୁଅଛ, ଏସବୁ ଆମ୍ଭମାନଙ୍କ ପ୍ରତି କଅଣ, ଏହା କି ଆମ୍ଭମାନଙ୍କୁ କହିବ ନାହିଁ?”
20 Then I said to them, “The LORD’s word came to me, saying,
ତହିଁରେ ମୁଁ ସେମାନଙ୍କୁ କହିଲି, “ସଦାପ୍ରଭୁଙ୍କର ଏହି ବାକ୍ୟ ମୋʼ ନିକଟରେ ଉପସ୍ଥିତ ହେଲା,
21 ‘Speak to the house of Israel, “The Lord GOD says: ‘Behold, I will profane my sanctuary, the pride of your power, the desire of your eyes, and that which your soul pities; and your sons and your daughters whom you have left behind will fall by the sword.
‘ତୁମ୍ଭେ ଇସ୍ରାଏଲ ବଂଶକୁ କୁହ, ପ୍ରଭୁ, ସଦାପ୍ରଭୁ ଏହି କଥା କହନ୍ତି; ଦେଖ, ତୁମ୍ଭମାନଙ୍କର ବଳର ଦର୍ପ ସ୍ୱରୂପ, ତୁମ୍ଭମାନଙ୍କ ନୟନର ପ୍ରୀତିପାତ୍ର ଓ ତୁମ୍ଭମାନଙ୍କ ପ୍ରାଣର ସ୍ନେହପାତ୍ର, ଏପରି ଯେ ଆମ୍ଭର ଧର୍ମଧାମ, ଆମ୍ଭେ ତାହା ଅପବିତ୍ର କରିବା, ପୁଣି, ତୁମ୍ଭମାନଙ୍କର ଯେଉଁ ପୁତ୍ରକନ୍ୟାଗଣକୁ ତୁମ୍ଭେମାନେ ପଛରେ ଛାଡ଼ି ଯାଇଅଛ, ସେମାନେ ଖଡ୍ଗରେ ପତିତ ହେବେ।
22 You will do as I have done. You will not cover your lips or eat mourner’s bread.
ତହିଁରେ ଆମ୍ଭେ ଯେପରି କରିଅଛୁ, ତୁମ୍ଭେମାନେ ସେହିପରି କରିବ; ତୁମ୍ଭେମାନେ ଆପଣା ଆପଣା ଓଷ୍ଠାଧର ଆଚ୍ଛାଦନ କରିବ ନାହିଁ, କିଅବା ଲୋକମାନଙ୍କର ରୁଟି ଖାଇବ ନାହିଁ।
23 Your turbans will be on your heads, and your sandals on your feet. You will not mourn or weep; but you will pine away in your iniquities, and moan one toward another.
ପୁଣି, ତୁମ୍ଭମାନଙ୍କର ଶିରୋଭୂଷଣ ତୁମ୍ଭମାନଙ୍କ ମସ୍ତକରେ ଓ ତୁମ୍ଭମାନଙ୍କ ପାଦୁକା ତୁମ୍ଭମାନଙ୍କ ପାଦରେ ରହିବ; ତୁମ୍ଭେମାନେ ବିଳାପ କିମ୍ବା କ୍ରନ୍ଦନ କରିବ ନାହିଁ; ମାତ୍ର ତୁମ୍ଭେମାନେ ଆପଣା ଆପଣା ଅଧର୍ମରେ କ୍ଷୀଣ ହୋଇଯିବ ଓ ଏକ ଜଣ ଆରେକର ନିକଟରେ ବିଳାପ କରିବ।
24 Thus Ezekiel will be a sign to you; according to all that he has done, you will do. When this comes, then you will know that I am the Lord GOD.’”’”
ଏହିରୂପେ ଯିହିଜିକଲ ତୁମ୍ଭମାନଙ୍କ ପ୍ରତି ଚିହ୍ନସ୍ୱରୂପ ହେବେ; ସେ ଯେପରି କରିଅଛନ୍ତି, ତୁମ୍ଭେମାନେ ସର୍ବପ୍ରକାରେ ସେହିପରି କରିବ; ଏହା ଯେତେବେଳେ ଘଟିବ, ସେତେବେଳେ ଆମ୍ଭେ ଯେ ପ୍ରଭୁ, ସଦାପ୍ରଭୁ ଅଟୁ, ଏହା ତୁମ୍ଭେମାନେ ଜାଣିବ।’
25 “You, son of man, should not it be in the day when I take from them their strength, the joy of their glory, the desire of their eyes, and that whereupon they set their heart—their sons and their daughters—
ହେ ମନୁଷ୍ୟ-ସନ୍ତାନ, ଆମ୍ଭେ ଯେଉଁ ଦିନ ସେମାନଙ୍କର ବଳ, ସେମାନଙ୍କର ଗୌରବଜନକ ଆନନ୍ଦ, ସେମାନଙ୍କର ନୟନର ପ୍ରୀତିପାତ୍ର ଓ ଯହିଁରେ ସେମାନେ ଆପଣା ଚିତ୍ତ ଆସକ୍ତ କରନ୍ତି, ସେମାନଙ୍କର ପୁତ୍ର ଓ କନ୍ୟାଗଣ ସେମାନଙ୍କଠାରୁ ହରଣ କରିବା,
26 that in that day he who escapes will come to you, to cause you to hear it with your ears?
ସେ ଦିନ ତାହା ତୁମ୍ଭ କର୍ଣ୍ଣଗୋଚର କରାଇବା ନିମନ୍ତେ ପଳାତକ ଲୋକ କି ତୁମ୍ଭ ନିକଟକୁ ଆସିବ ନାହିଁ?
27 In that day your mouth will be opened to him who has escaped, and you will speak and be no more mute. So you will be a sign to them. Then they will know that I am the LORD.”
ସେ ଦିନ ପଳାତକ ଲୋକ ନିକଟରେ ତୁମ୍ଭର ମୁଖ ଫିଟିଯିବ, ତହିଁରେ ତୁମ୍ଭେ ଆଉ ଘୁଙ୍ଗା ନ ହୋଇ କଥା କହିବ; ଏହିରୂପେ ତୁମ୍ଭେ ସେମାନଙ୍କ ପ୍ରତି ଚିହ୍ନସ୍ୱରୂପ ହେବ; ତହିଁରେ ଆମ୍ଭେ ଯେ ସଦାପ୍ରଭୁ ଅଟୁ, ଏହା ସେମାନେ ଜାଣିବେ।”

< Ezekiel 24 >