< ଲୁକ୍ 16 >
1 ୧ ଜିସୁ ତାର୍ ସିସ୍ମନ୍କେ ଗଟେକ୍ କାତାନି ବୁଜାଇ କଇଲା । “ଗଟେକ୍ ସାଉକାର୍ ଲକ୍ ରଇଲା । ତାର୍ ଦନ୍ ଇସାବ୍କିତାବ୍ କର୍ବାକେ ଗଟେକ୍ ମୁକିଅ ଗତିଦାଙ୍ଗ୍ଡା ରଇଲା । ଆରି ସେ ସବୁ ଦନ୍ ଏନେତେନେ କରିଦେଲାନି ବଲି ଗଟେକ୍ ଲକର୍ତେଇ ଅନି ସାଉକାର୍ ସୁନ୍ଲା ।”
ଯୀଶୁ ଶିଷ୍ୟମାନଙ୍କୁ ମଧ୍ୟ କହିଲେ, “ଜଣେ ଧନୀ ଲୋକ ଥିଲେ; ତାହାଙ୍କର ଜଣେ ବେବର୍ତ୍ତା ଥିଲେ, ଆଉ ସେ ତାହାଙ୍କର ସମ୍ପତ୍ତି ଅଯଥା ଖର୍ଚ୍ଚ କରିଦେଉଅଛି ବୋଲି ତାହା ବିଷୟରେ ଶୁଣି ସେ ତାହାକୁ ଡାକି କହିଲେ,
2 ୨ ସେଟାର୍ ପାଇ ସାଉକାର୍ ମୁକିଅ ଗତିଦାଙ୍ଗ୍ଡାକେ ଡାକି କଇଲା, “ତୁଇ ଟିକ୍ ସଙ୍ଗ୍ ଇସାବ୍ପତର୍ କରୁସ୍ ନାଇ ବଲି ମୁଇ ବେସି କାତା ସୁନ୍ଲିନି । ମର୍ ସବୁ ଡାବୁର୍ ଇସାବ୍ ମକେ ଦେ । କାଇକେ ବଇଲେ ତୁଇ ଆରି ମର ମୁକିଅ ଗତିଦାଙ୍ଗ୍ଡାର୍ କାମେ ନ ରଉସ୍ ।”
ମୁଁ ତୁମ୍ଭ ବିଷୟରେ ଏ କି କଥା ଶୁଣୁଅଛି? ତୁମ୍ଭ ବେବର୍ତ୍ତା କାର୍ଯ୍ୟର ହିସାବ ଦିଅ, କାରଣ ତୁମ୍ଭେ ଆଉ ବେବର୍ତ୍ତା ହୋଇ ରହି ପାରିବ ନାହିଁ।
3 ୩ ସେବେଲା ସେ ମୁକିଅ ଗତିଦାଙ୍ଗ୍ଡା ମନେ ମନେ ଏତାଇଲା । ଏବେ ମୁଇ କାଇଟା କର୍ବି? ମର୍ ସାଉକାର୍ କାମେ ଅନି ବାର୍କରିଦେବି ବଲି କଇଲା ଆଚେ । ମାଟି ମାର୍ବାକେ ମକେ ବପୁ ନାଇ ଆରି ବିକ୍ ମାଗ୍ବି ବଇଲେ ମିସା ଲାଜ୍ ଲାଗ୍ଲାନି ।
ସେଥିରେ ସେହି ବେବର୍ତ୍ତା ମନେ ମନେ କହିଲା, କଅଣ କରିବି? ମୋହର ପ୍ରଭୁ ତ ମୋʼଠାରୁ ବେବର୍ତ୍ତାପଦ ଛଡ଼ାଇ ନେଉଅଛନ୍ତି। ମାଟି ହାଣିବାକୁ ମୋହର ବଳ ନାହିଁ, ଭିକ ମାଗିବାକୁ ମୋତେ ଲାଜ ଲାଗୁଅଛି।
4 ୪ ମୁଇ କାଇଟା କର୍ବାର୍ ଆଚେ ବଲି ଜାନି ଆଚି । ମକେ ଏ କାମେଅନି ବାର୍ କରିଦେଲା ପଚେ କାଇଟା କଲେ ଲକ୍ମନର୍ ଗରେ ମକେ ଡାକି ନିକକରି ଦେକ୍ବାଇ ବଲି ବାବ୍ଲା ।
ମୁଁ ବେବର୍ତ୍ତାପଦରୁ ବାହାରିବା ପରେ ଲୋକ ଯେପରି ମୋତେ ଆପଣା ଆପଣା ଗୃହରେ ଗ୍ରହଣ କରିବେ, ଏଥିପାଇଁ କଅଣ କରିବି, ତାହା ବୁଝିଲିଣି।
5 ୫ ତେବେ ସେ ମୁକିଅ ଗତିଦାଙ୍ଗ୍ଡା ତାର୍ ସାଉକାର୍ତେଇଅନି ଉଦାର୍ ନେଲା ସବୁ ଲକ୍କେ ଡାକ୍ଲା । ପର୍ତୁମ୍ ଗଟେକ୍ ଲକ୍କେ ଡାକି ପାଚାର୍ଲା, “ତୁଇ ମର୍ ସାଉକାର୍କେ କେତେକ୍ ଦେବାର୍ ଆଚେ?”
ପୁଣି, ସେ ଆପଣା ପ୍ରଭୁଙ୍କର ପ୍ରତ୍ୟେକ ଖାତକକୁ ପାଖକୁ ଡାକି ପ୍ରଥମ ଜଣକୁ କହିଲା, ତୁମ୍ଭେ ମୋ ପ୍ରଭୁଙ୍କର କେତେ ଧାର ନେଇଅଛ? ସେ କହିଲା, ଶହେ ମହଣ ତୈଳ।
6 ୬ ସେ ଲକ୍ ତାକେ “ସଏ ଡାବା ଚିକନ୍ ।” ବଲି କଇଲା । ମୁକିଅ ଗତିଦାଙ୍ଗ୍ଡା ତାକେ କଇଲା, “ତମେ ଉଦାର୍ ନେଲା ପତିଲଗେ ଉନା କରି ପଚାସ୍ ଡାବା ବଲି ଲେକିଦେସ୍ ।”
ସେ ତାହାକୁ କହିଲା, ତୁମ୍ଭର ରସିଦ ନେଇ ଶୀଘ୍ର ବସି ପଚାଶ ବୋଲି ଲେଖ।
7 ୭ ତାର୍ ପଚେ ସେ ଆରି ଗଟେକ୍ ଲକ୍କେ ପାଚାର୍ଲା, “ତମେ କେତେକ୍ ଦେବାର୍ ଆଚେ?” ଉଦାର୍ ନେଲା ଲକ୍ କଇଲା, “ଅଜାର୍ ବାସ୍ତା ଦାନ୍ ।” ମୁକିଅ ଗତିଦାଙ୍ଗ୍ଡା ତାକେ କଇଲା “ତୁଇ ଉଦାର୍ ନେଲା ପତିତେଇ ଉନାକରି ଆଟ୍ ସଅ ବାସ୍ତା ବଲି ଲେକିଦେସ୍ ।”
ତାହା ପରେ ସେ ଆଉ ଜଣକୁ କହିଲା, ‘ତୁମ୍ଭେ କେତେ ଧାର ନେଇଅଛ?’ ସେ କହିଲା, ‘ଶହେ ଭରଣ ଗହମ।’ ସେ ତାହାକୁ କହିଲା, ‘ତୁମ୍ଭର ରସିଦ ନେଇ ଅଶୀ ବୋଲି ଲେଖ।’
8 ୮ ଏଟାର୍ ପାଇ ସେ ମିଚୁଆ ମୁକିଅ ଗତିଦାଙ୍ଗ୍ଡାକେ ତାର୍ ସାଉକାର୍ କଇଲା, “ତୁଇ ବେସି ଚାଲାକି ଅଇକରି ଏନ୍ତି କାମ୍ କରିଆଚୁସ୍ । କାଇକେ ବଇଲେ ଏ ଦୁନିଆର୍ ଲକ୍ମନ୍ ନିଜର୍ କାମ୍ କର୍ବାକେ ପର୍ମେସରର୍ ଲକ୍ମନର୍ ଟାନେଅନି ଅଦିକ୍ ଚାଲାକି ।” (aiōn )
ସେହି ଅବିଶ୍ୱସ୍ତ ବେବର୍ତ୍ତା ବୁଦ୍ଧି ସହିତ କାର୍ଯ୍ୟ କରିଥିବାରୁ ପ୍ରଭୁ ତାହାର ପ୍ରଶଂସା କଲେ; ଯେଣୁ ଏହି ଯୁଗର ସନ୍ତାନମାନେ ସେମାନଙ୍କ ନିଜ ଜାତି ପକ୍ଷରେ ଆଲୋକର ସନ୍ତାନମାନଙ୍କ ଅପେକ୍ଷା ଅଧିକ ବୁଦ୍ଧିମାନ। (aiōn )
9 ୯ ଆରି ଜିସୁ କଇଲା, “ସେଟାର୍ ପାଇ ମୁଇ ତମ୍କେ କଇଲିନି, ଲକ୍ମନ୍କେ ଏ ଦୁନିଆର୍ ଦନ୍ ଦେଇ କରି ନିଜର୍ ନିଜର୍ ପାଇ ମଇତର୍ କରା । ସେନ୍ତାରି କଲେ ଜେଡେବଲ୍ ତମର୍ ଦୁନିଆର୍ ଦନ୍ ସାରିଜାଇସି, ପର୍ମେସର୍ ତମ୍କେ କାଲ୍କାଲ୍ ଜୁଗ୍ଜୁଗ୍ ରଇବା ଗରେ ଡାକି ନେଇସି । (aiōnios )
ମୁଁ ମଧ୍ୟ ତୁମ୍ଭମାନଙ୍କୁ କହୁଅଛି, ଅଧର୍ମ ଧନରେ ଆପଣା ଆପଣା ନିମନ୍ତେ ବନ୍ଧୁ ଲାଭ କର, ଯେପରି ତାହା ଶେଷ ହେଲେ ସେମାନେ ତୁମ୍ଭମାନଙ୍କୁ ନିତ୍ୟସ୍ଥାୟୀ ବାସସ୍ଥାନରେ ଗ୍ରହଣ କରିବେ। (aiōnios )
10 ୧୦ କେ ସାନ୍ ବିସଇ ସତ୍ସଙ୍ଗ୍ କର୍ସି, ସେ ବଡ୍ ବିସଇ ସତ୍ସଙ୍ଗ୍ କର୍ସି । ସେନ୍ତାର୍ସେ କେ ସାନ୍ ବିସଇ ନେଇକରି ସତ୍ କାମ୍ ନ କରେ ସେ ବଡ୍ ବିସଇତେଇ ମିସା ସତ୍ କାମ୍ ନ କରେ ।
ଯେ ଅତି ଅଳ୍ପ ବିଷୟରେ ବିଶ୍ୱସ୍ତ, ସେ ବହୁତ ବିଷୟରେ ମଧ୍ୟ ବିଶ୍ୱସ୍ତ ଅଟେ, ପୁଣି, ଯେ ଅତି ଅଳ୍ପ ବିଷୟରେ ଅବିଶ୍ୱସ୍ତ ସେ ବହୁତ ବିଷୟରେ ମଧ୍ୟ ଅବିଶ୍ୱସ୍ତ।
11 ୧୧ ପର୍ମେସର୍ ତମ୍କେ ଏ ଦୁନିଆଇ ଦେଲା ଡାବୁ ଆରି ଦନର୍ ବିସଇ ସତଇସେ ନ କରାସ୍ ବଇଲେ ସରଗର୍ ଦନ୍ ତମ୍କେ ମିଲ୍ବାକେ ନ ଦେଏ ।
ଅତଏବ, ଯଦି ତୁମ୍ଭେମାନେ ଅଧର୍ମ ଧନରେ ବିଶ୍ୱସ୍ତ ହୋଇ ନାହଁ, ତେବେ କିଏ ତୁମ୍ଭମାନଙ୍କୁ ବିଶ୍ୱାସ କରି ସତ୍ୟ ଧନ ତୁମ୍ଭମାନଙ୍କ ହସ୍ତରେ ସମର୍ପଣ କରିବ?
12 ୧୨ ତମେ ବିନ୍ ଲକ୍ମନର୍ ଦନ୍ ସତ୍ବାବେ ନ ସଙ୍ଗଇଲେ ନିଜର୍ ଦନ୍ କେ ତମ୍କେ ଦେଇସି?
ଆଉ, ଯଦି ତୁମ୍ଭେମାନେ ପରର ବିଷୟରେ ବିଶ୍ୱସ୍ତ ହୋଇ ନାହଁ, ତେବେ କିଏ ତୁମ୍ଭମାନଙ୍କୁ ତୁମ୍ଭମାନଙ୍କର ନିଜ ବିଷୟ ଦେବ?
13 ୧୩ ଗଟେକ୍ ଗତିଦାଙ୍ଗ୍ଡା ଦୁଇଟା ସାଉକାରର୍ ଦାଇତ୍ ସମାନ୍ ବାବେ କରିନାପାରେ । କାଇକେବଇଲେ ସେ ଗଟେକ୍ ସାଉକାର୍କେ ଆଲାଦ୍ କର୍ସି ଆରି ଗଟେକ୍ ସାଉକାର୍କେ ଗିନ୍ କର୍ସି । ଗଟେକ୍ ସାଉକାର୍କେ ନାମ୍ସି ଆରି ଗଟେକ୍କେ ନ ନାମେ । ସେନ୍ତାର୍ସେ ଗଟେକ୍ ଲକ୍ ଏକାତରେକ୍ ଏ ଦୁନିଆର୍ ଦନ୍ ଆରି ପର୍ମେସର୍କେ ସମାନ୍ବାବେ ସେବା କରିନାପାରେ ।”
କୌଣସି ଦାସ ଦୁଇ ପ୍ରଭୁଙ୍କର ସେବା କରିପାରିବ ନାହିଁ; କାରଣ ସେ ଜଣକୁ ଘୃଣା କରିବ ଓ ଅନ୍ୟ ଜଣକୁ ପ୍ରେମ କରିବ, ଅଥବା ଜଣକ ପ୍ରତି ଆସକ୍ତ ହେବ ଓ ଅନ୍ୟ ଜଣକୁ ତୁଚ୍ଛ କରିବ। ତୁମ୍ଭେମାନେ ଈଶ୍ବର ଓ ଧନ ଉଭୟର ଦାସ ହୋଇପାରିବ ନାହିଁ।”
14 ୧୪ ପାରୁସି ଦଲର୍ ଲକ୍ମନ୍ ଏ ସବୁ କାତା ସୁନି ଜିସୁକେ ଟାପ୍ରା କଲାଇ, କାଇକେ ବଇଲେ ଡାବୁ ଆକା ସେମନର୍ ଜିବର୍ ଦନ୍ ବଲି ବାବ୍ତେ ରଇଲାଇ ।
ଏହିସବୁ କଥା ଶୁଣି ଧନଲୋଭୀ ଫାରୂଶୀମାନେ ତାହାଙ୍କୁ ପରିହାସ କରିବାକୁ ଲାଗିଲେ।
15 ୧୫ ଜିସୁ ସେମନ୍କେ କଇଲା, “ତମେ ଲକର୍ ମୁଆଟେ ନିକ ବଲି ଦେକାଇ ଅଇଲାସ୍ନି । ମାତର୍ ତମର୍ ମନ୍ବିତ୍ରେ କାଇଟା ଆଚେ ସେଟା ପର୍ମେସର୍ ଜାନିଆଚେ । ଜନ୍ ଦିନ୍ସୁ ଲକ୍ମନ୍ ବେସି ମୁଲିଅ ବଲି ବାବ୍ଲାଇନି ସେଟା ପର୍ମେସର୍ ଦେକ୍ବା ଇସାବେ ବେସି ଗିନର୍ ବିସଇ ।”
ସେଥିରେ ଯୀଶୁ ସେମାନଙ୍କୁ କହିଲେ, “ଯେଉଁମାନେ ନିଜ ନିଜକୁ ମନୁଷ୍ୟମାନଙ୍କ ଦୃଷ୍ଟିରେ ଧାର୍ମିକ ବୋଲି ଦେଖାନ୍ତି, ତୁମ୍ଭେମାନେ ସେହି ପ୍ରକାର ଲୋକ, କିନ୍ତୁ ଈଶ୍ବର ତୁମ୍ଭମାନଙ୍କର ହୃଦୟ ଜାଣନ୍ତି; କାରଣ ଯାହା ମନୁଷ୍ୟମାନଙ୍କ ମଧ୍ୟରେ ଉଚ୍ଚୀକୃତ, ତାହା ଈଶ୍ବରଙ୍କ ଦୃଷ୍ଟିରେ ଘୃଣିତ।
16 ୧୬ “ଡୁବନ୍ ଦେଉ ଜଅନ୍ ଆସି ନିକ କାତା କଇବାଟା ଆରାମ୍ କର୍ବା ଜାକ, ମସାର୍ ନିୟମ୍ ଆରି ବବିସତ୍ବକ୍ତାମନର୍ କାତା ତମ୍କେ କାଡାଇ ନେଇତେ ରଇଲା । ଜଅନ୍ ଆଇଲା ପଚେ, ପର୍ମେସରର୍ ରାଇଜର୍ ସୁବ୍ କବର୍ ଜାନାଇଲାଇନି । ଆରି ନିଜର୍ ବପୁସଙ୍ଗ୍ ପର୍ମେସରର୍ ରାଇଜେ ଜିବାକେ ବେସି ଲକ୍ମନ୍ ଚେସ୍ଟା କଲାଇନି ।
ମୋଶାଙ୍କ ବ୍ୟବସ୍ଥା ଓ ଭାବବାଦୀମାନଙ୍କ ଧର୍ମଶାସ୍ତ୍ର ଯୋହନଙ୍କ ପର୍ଯ୍ୟନ୍ତ ପ୍ରଚଳିତ ଥିଲା; ସେହି ସମୟଠାରୁ ଈଶ୍ବରଙ୍କ ରାଜ୍ୟର ସୁସମାଚାର ପ୍ରଚାର ହେଉଅଛି, ଆଉ ପ୍ରତ୍ୟେକ ଲୋକ ପରାକ୍ରମ ପୂର୍ବକ ସେଥିରେ ପ୍ରବେଶ କରୁଅଛନ୍ତି।
17 ୧୭ ସରଗ୍ ଆରି ଦୁନିଆ ନସିଗାଲେ ମିସା ନିୟମେ ଲେକା ଅଇରଇଲାଟା ଗଟେକ୍ ମିସା ଅଇକର୍ ନ ନସେ ।”
କିନ୍ତୁ ଇଶ୍ବରଙ୍କ ବ୍ୟବସ୍ଥାର ଏକ ବିନ୍ଦୁ ଲୋପ ପାଇବା ଅପେକ୍ଷା ବରଂ ଆକାଶ ଓ ପୃଥିବୀ ଲୋପ ପାଇବା ସହଜ।
18 ୧୮ “କେମିସା ନିଜର୍ ମାଇଜିକେ ଚାଡି ବିନ୍ଟା ଆନ୍ଲେ, ସେ ଦାଙ୍ଗ୍ଡିସଙ୍ଗ୍ ବେସିଆ କାମ୍ କଲା ଲକ୍ ଅଇଜାଇସି । ଆରି କେ, ସେ ଚାଡ୍ଲା ଦାଙ୍ଗ୍ଡିକେ ବିବା ଅଇସି ବଇଲେ ସେ ମିସା ଦାଙ୍ଗ୍ଡିସଙ୍ଗ୍ ବେସିଆ କାମ୍ କଲା ଆଚେ ।” ବଲି କଇଲା ।
ଯେ କେହି ଆପଣା ସ୍ତ୍ରୀକୁ ପରିତ୍ୟାଗ କରି ଅନ୍ୟକୁ ବିବାହ କରେ, ସେ ବ୍ୟଭିଚାର କରେ; ପୁଣି, ଯେ ସ୍ୱାମୀ ଦ୍ୱାରା ପରିତ୍ୟାଗ କରାଯାଇଥିବା ସ୍ତ୍ରୀକୁ ବିବାହ କରେ, ସେ ବ୍ୟଭିଚାର କରେ।”
19 ୧୯ ଜିସୁ ସେମନ୍କେ ଗଟେକ୍ କାତାନି ବୁଜାଇକରି କଇଲା, “ଗଟେକ୍ ସାଉକାର୍ ଲକ୍ ରଇଲା । ସେ ଲଚେକ୍ ମଲ୍ ଦେଇ ଗେନ୍ଲା ନିକ ନିକ ଚକା ପଚିଆ ପିନ୍ଦ୍ତେ ରଇଲା । ସେ ସବୁଦିନ୍ ବଜି କରି ନିଜେ ସାର୍ଦା ଅଇତେରଇଲା ।
“ଜଣେ ଧନୀ ଲୋକ ଥିଲା, ସେ କୃଷ୍ଣଲୋହିତ ବର୍ଣ୍ଣର ବହୁମୂଲ୍ୟ ବସ୍ତ୍ର ପିନ୍ଧି ମହା ଆଡ଼ମ୍ବରରେ ପ୍ରତିଦିନ ଆମୋଦ ପ୍ରମୋଦ କରୁଥିଲା;
20 ୨୦ ତେଇ ଲାଜାର୍ ନାଉଁର୍ ଅର୍କିତ୍ ଲକ୍ ଗଟେକ୍ ରଇଲା । ତାର୍ ଗୁଲାଇ ଗାଗଡ୍ ଗାଉ ଅଇରଇଲା । ତାକେ ଆନିକରି ସାଉକାରର୍ କାପାଟ୍ ଲଗେ ଡୁଲାଇତେ ରଇଲାଇ ।
କିନ୍ତୁ ତାହାର ଫାଟକ ପାଖରେ ଲାଜାର ବୋଲି ଜଣେ ଭିକାରୀ ପଡ଼ି ରହିଥିଲା,
21 ୨୧ ତେଇ ରଇ, ସେ ସାଉକାରର୍ ତାଲିଅନି ଅଦର୍ଲା ସକ୍ଡି ବାତ୍ସିତା ବେଟି କାଇବାକେ ମନ୍ କର୍ତେ ରଇଲା । କୁକୁର୍ମନ୍ ତାର୍ ଗାଗ୍ଡର୍ ଗାଉ ଚାଟ୍ତେ ରଇଲାଇ ।”
ତାର ଦେହରେ ଘାଆ ଭର୍ତ୍ତି ହୋଇଥିଲା; ସେ ସେହି ଧନୀ ଲୋକର ମେଜରୁ ପଡ଼ିବା ଅଇଁଣ୍ଠାରୁ କିଛି ଖାଇ ପେଟ ପୁରାଇବାକୁ ଆଶା କରୁଥିଲା; ଆଉ କୁକୁରଗୁଡ଼ାକ ସୁଦ୍ଧା ଆସି ତାହାର ଘାଆ ସବୁ ଚାଟୁଥିଲେ।
22 ୨୨ କେତେ ଦିନ୍ ଗାଲାପଚେ ସେ ଅର୍କିତ୍ ଲକ୍ ମରିଗାଲା । ଆରି ପର୍ମେସରର୍ ଦୁତ୍ମନ୍ ଆସି ତାକେ ସରଗ୍ପୁରର୍ ବଜିତେଇ ଅବ୍ରାଆମର୍ ଲଗେ ବସ୍ବାକେ ଦାରି ଗାଲାଇ । ଆରି କେତେ ଦିନ୍ ଗାଲାପଚେ ସେ ସାଉକାର୍ ମିସା ମରିଗାଲା । ତାକେ ନେଇ ତପିଦେଲାଇ ।
କାଳକ୍ରମେ ସେହି ଭିକାରୀଟି ମରିଗଲା ଓ ଦୂତମାନଙ୍କ ଦ୍ୱାରା ଅବ୍ରହାମଙ୍କ କୋଳକୁ ନିଆଗଲା; ପରେ ସେହି ଧନୀ ଲୋକ ମଧ୍ୟ ମରିଗଲା ଓ ସମାଧି ପାଇଲା।
23 ୨୩ ଆରି ସେ ନରକ୍ କୁଣ୍ଡେ ଗାଲା । ତେଇ ସେ ବେସି କସ୍ଟ ପାଇବାବେଲା ଉପ୍ରେ ସରଗ୍ପୁରେ ଦେକ୍ଲେ ଲାଜାର୍ ଅବ୍ରାଆମର୍ ଲଗେ ବସି ଆଚେ । (Hadēs )
ଆଉ, ସେ ନର୍କ-ଯନ୍ତ୍ରଣାରେ କଲବଲ ହୋଇ ଉପରକୁ ଚାହିଁ ଦୂରରେ ଅବ୍ରହାମ ଓ ତାହାଙ୍କ କୋଳରେ ଲାଜାରକୁ ଦେଖିଲା। (Hadēs )
24 ୨୪ ସେ ଆଉଲି ଅଇ କଇଲା, “ଏ ବାବା ଅବ୍ରାଆମ୍, ମକେ ଦୟା କର୍ । ଲାଜାର୍କେ ମର ଲଗେ ପାଟାଇଦେସ୍ । ସେ ଆସିକରି ନିଜର୍ ଆଙ୍ଗ୍ଟି ସଙ୍ଗ୍ ପାନି ଦେଇ, ମର୍ ଜିବ୍ କାକର୍ କର । କାଇକେ ବଇଲେ ମୁଇ ଏ ନରକ୍ପୁରର୍ ଜଇଲଗେ ବେସି କସ୍ଟ ପାଇଲିନି ।”
ସେଥିରେ ସେ ଡାକି କହିଲେ, ‘ହେ ପିତା ଅବ୍ରହାମ, ମୋତେ ଦୟା କରି ଲାଜାରକୁ ପଠାଇ ଦିଅନ୍ତୁ, ଯେପରି ସେ ପାଣିରେ ନିଜ ଅଙ୍ଗୁଳିର ଟିପ ବୁଡ଼ାଇ ମୋହର ଜିଭକୁ ଥଣ୍ଡା କରେ, କାରଣ ମୁଁ ଏହି ନିଆଁରେ କଲବଲ ହେଉଅଛି।’
25 ୨୫ ମାତର୍ ଅବ୍ରାଆମ୍ କଇଲା, “ବାବୁରେ, ତୁଇ ଜିବନ୍ ରଇଲାବେଲାର୍ କାତା ମନେ ଏତାଇ ଦେକ୍ । ତର୍ ଜିବ୍ନେ ସବୁ ନିମାନ୍ ବିସଇ ପାଇରଇଲୁସ୍ । ଆରି ଲାଜାର୍ ସବୁ କାରାପ୍ ବିସଇ ପାଇଲା । ମାତର୍ ସେ ଏବେ ଏ ଜାଗାଇ ସାର୍ଦାଅଇ ଆଚେ । ଆରି ତୁଇ ବେସି କସ୍ଟ ପାଇଲୁସ୍ନି ।
କିନ୍ତୁ ଅବ୍ରହାମ କହିଲେ, ‘ପୁଅରେ, ତୁ ଯେ ଜୀବିତ ଥିବା ସମୟରେ ତୋର ଭଲ ବିଷୟସବୁ ପାଇଲୁ, ଆଉ ଲାଜାର ସେହିପରି ମନ୍ଦ ବିଷୟସବୁ ପାଇଲା, ଏହା ମନେ କର; କିନ୍ତୁ ଏବେ ସେ ଏହି ସ୍ଥାନରେ ସାନ୍ତ୍ୱନା ପାଉଅଛି, ଆଉ ତୁ କଲବଲ ହେଉଅଛୁ।
26 ୨୬ ଆରି ଗଟେକ୍ ବିସଇ ଅଇଲାନି, ତର୍ ଆମର୍ ମଜାଇ ଗଟେକ୍ ବଡେଟା ପାଗଡ୍ ଆଚେ । ଇତିର୍ ଲକ୍ ସିତି ଜାଇ ନଏଁ ଆରି ସିତିର୍ ଲକ୍ ଇତି ଆସି ନଏଁ” ବଲି କଇଲା ।
ତାହା ଛଡ଼ା ତୁମ ଓ ଆମ ମଧ୍ୟରେ ବହୁତ ବଡ଼ ବ୍ୟବଧାନ ଅଛି, ଯେପରି ଯେଉଁମାନେ ଏ ସ୍ଥାନରୁ ତୁମ୍ଭମାନଙ୍କ ନିକଟକୁ ଯିବା ପାଇଁ ଇଚ୍ଛା କରନ୍ତି, ସେମାନେ ଯାଇ ପାରିବେ ନାହିଁ, କିମ୍ବା ସେ ସ୍ଥାନରୁ କେହି ଆମ୍ଭମାନଙ୍କ ନିକଟକୁ ପାର ହୋଇ ଆସି ପାରିବେ ନାହିଁ।’
27 ୨୭ ସେ ବେଲା ସେ ସାଉକାର୍ କଇଲା, “ଏ ବାବା ଏନ୍ତି ବଇଲେ ମୁଇ ତକେ ବାବୁଜିଆ କଲିନି ଲାଜାର୍କେ ଦୟାକରି ମର୍ ବାବାର୍ ଗରେ ପାଟାଇଦେସ୍ ।
ସେଥିରେ ସେ କହିଲେ, ‘ହେ ପିତା, ତାହାହେଲେ ମୁଁ ଆପଣଙ୍କୁ ଅନୁରୋଧ କରୁଅଛି, ତାହାକୁ ମୋହର ବାପାଙ୍କ ଘରକୁ ପଠାଉନ୍ତୁ,
28 ୨୮ କାଇକେ ବଇଲେ ତେଇ ମର୍ ପାଁଚ୍ଟା ବାଇମନ୍ ଆଚତ୍ । ଲାଜାର୍ ଜାଇ ସେମନ୍କେ ଜାଗ୍ରତ୍ କରାଅ । ସେମନ୍ ସେ କାତା ସୁନି ପାପେଅନି ମନ୍ ବାଦ୍ଲାଅତ୍ । ସେମନ୍ ମଲେ ମୁଇ ଏବେ ବେସି କସ୍ଟ ପାଇବା ଏ ଜାଗାଇ ନ ଆସତ୍” ବଲି କଇଲା ।
କାରଣ ମୋହର ପାଞ୍ଚ ଭାଇ ଅଛନ୍ତି; ସେମାନେ ମଧ୍ୟ ଯେପରି ଏହି ଯନ୍ତ୍ରଣାମୟ ସ୍ଥାନକୁ ନ ଆସିବେ, ସେଥିପାଇଁ ସେ ସେମାନଙ୍କ ନିକଟରେ ସାକ୍ଷ୍ୟ ଦେବେ।’
29 ୨୯ ମାତର୍ ଅବ୍ରାଆମ୍ ତାକେ କଇଲା, “ସେମନ୍ ଜାଗ୍ରତ୍ ଅଇ ରଇବାକେ ମସାର୍ ନିୟମ୍ ଆରି ବବିସତ୍ବକ୍ତାମନ୍ କଇଲା କାତା ସବୁ ତାକର୍ ଲଗେ ଆଚେ । ସେଟା ସେମନ୍ ପଡିକରି ସିକତ୍ ।” ବଲି କଇଲା ।
କିନ୍ତୁ ଅବ୍ରହାମ କହିଲେ, ‘ସେମାନଙ୍କ ନିକଟରେ ମୋଶା ଓ ଭାବବାଦୀମାନଙ୍କ ଧର୍ମଶାସ୍ତ୍ର ଅଛି, ସେମାନେ ସେମାନଙ୍କର କଥା ଶୁଣନ୍ତୁ।’
30 ୩୦ ଆରି ସେ ସାଉକାର୍ ଅବ୍ରାଆମ୍କେ କଇଲା, “ସେତ୍କି ନଏଁ ବାବା, ମଲାଟାନେଅନି ଉଟିକରି ଗଟେକ୍ ଲକ୍ ଜାଇ କଇଲେ ସେମନ୍ ବିସ୍ବାସ୍ କରି ପାପେଅନି ମନ୍ ବାଉଡାଇବାଇ ।” ବଲି କଇଲା ।
ସେଥିରେ ସେ କହିଲେ, ‘ହେ ପିତା ଅବ୍ରହାମ, ତାହା ଯଥେଷ୍ଟ ନୁହେଁ, ମାତ୍ର ଯଦି ମୃତମାନଙ୍କ ପାଖରୁ ଜଣେ ସେମାନଙ୍କ ନିକଟକୁ ଯିବ, ତାହାହେଲେ ସେମାନେ ମନ-ପରିବର୍ତ୍ତନ କରିବେ।’
31 ୩୧ ଅବ୍ରାମ୍ ତାକେ କଇଲା, “ତର୍ ବାଇମନ୍ ମସାର୍ ଆରି ବବିସତ୍ବକ୍ତାମନର୍ କାତା ନ ସୁନତ୍ ବଇଲେ ମଲାଟାନେଅନି ଉଟିକରି ଗଟେକ୍ ଲକ୍ ଜାଇ କଇଲେ ମିସା ସେମନ୍ ନ ମାନତ୍ ।”
କିନ୍ତୁ ସେ ତାହାକୁ କହିଲେ, ‘ଯଦି ସେମାନେ ମୋଶା ଓ ଭାବବାଦୀମାନଙ୍କର କଥା ନ ଶୁଣନ୍ତି, ତାହାହେଲେ ମୃତମାନଙ୍କ ମଧ୍ୟରୁ ଜଣେ ପୁନରୁତ୍ଥିତ ହେଲେ ସୁଦ୍ଧା ସେମାନେ ପରାମର୍ଶ ଗ୍ରହଣ କରିବେ ନାହିଁ।’”