< ଜଅନ୍‌ 11 >

1 ବେତ୍‌ନିଆ ଗଡେ ଲାଜାର୍‌ ନାଉଁର୍‌ ଗଟେକ୍‌ ଲକ୍‌କେ ଜର୍‌ ଅଇରଇଲା । ମରିୟମ୍‌ ଆରି ତାର୍‌ ବଇନି ମାର୍‌ତା ସେ ଗାଏଁ ରଇଲାଇ ।
ବେଥନୀୟା ନିବାସୀ ଲାଜାର ନାମକ ଜଣେ ଲୋକ ପୀଡ଼ିତ ଥିଲେ; ମରୀୟମ ଓ ତାହାଙ୍କ ଭଉଣୀ ମାର୍ଥା ସେହି ଗ୍ରାମର ଲୋକ।
2 ଏ ମରିୟମ୍‌ ଅଇଲାନି, ଜନ୍‌ ମାଇଜି କି ବେସି ଦାମ୍‌ଦେବା ବାସ୍‌ନା ଚିକନ୍‌ ଜିସୁର୍‌ ପାଦେ ରକଇକରି ତାର୍‌ ଚେଣ୍ଡିସଙ୍ଗ୍‌ ପୁଚିଦେଇରଇଲା । ତାର୍‌ ବାଇ ଲାଜାର୍‌କେ ଆକା ଜର୍‌ ଅଇରଇଲା ।
ଯେଉଁ ସ୍ତ୍ରୀଲୋକ ପ୍ରଭୁଙ୍କୁ ତୈଳରେ ଅଭିଷେକ କରି ଆପଣା କେଶରେ ତାହାଙ୍କ ପାଦ ପୋଛିଦେଲେ, ଏ ସେହି ମରୀୟମ; ତାଙ୍କର ଭାଇ ଲାଜାର ପୀଡ଼ିତ ଥିଲେ।
3 ସେଟାର୍‌ପାଇ ତାର୍‌ ବଇନିମନ୍‌ ଜିସୁର୍‌ ଲଗେ କବର୍‌ ପାଟାଇଲାଇ, “ମାପ୍‌ରୁ ତମେ ଜାକେ ଆଲାଦ୍‌ କଲାସ୍‌ନି, ସେ ବେସି ଜର୍‌ ଅଇଲାଆଚେ ।”
ତେଣୁ ସେହି ଭଉଣୀମାନେ ତାହାଙ୍କ ନିକଟକୁ କହି ପଠାଇଲେ, ପ୍ରଭୁ, ଦେଖନ୍ତୁ, ଯାହାକୁ ଆପଣ ସ୍ନେହ କରନ୍ତି, ସେ ପୀଡ଼ିତ ଅଛି।
4 ମାତର୍‌ ଜିସୁ ଏ କାତା ସୁନିକରି କଇଲା, “ଏ ଜର୍‌ ମର୍‌ବାପାଇ ଅଏ ନାଇ, ମାତର୍‌ ପର୍‌ମେସରର୍‌ ମଇମାର୍‌ ପାଇ । ସେଟାର୍‌ ଲାଗି, ତାର୍‌ ପଅ, ମୁଇ ମିସା ମଇମା ପାଇବି ।”
କିନ୍ତୁ ଯୀଶୁ ତାହା ଶୁଣି କହିଲେ, “ଏହି ପୀଡ଼ା ମୃତ୍ୟୁ ନିମନ୍ତେ ନୁହେଁ, ମାତ୍ର ଈଶ୍ବରଙ୍କ ଗୌରବ ନିମନ୍ତେ, ଯେପରି ତଦ୍ୱାରା ଈଶ୍ବରଙ୍କ ପୁତ୍ର ଗୌରବପ୍ରାପ୍ତ ହୁଅନ୍ତି।”
5 ଜିସୁ, ମାର୍‌ତା, ତାର୍‌ ବଇନି ଆରି ଲାଜାର୍‌କେ ବେସି ଆଲାଦ୍‌ କର୍‌ତେରଇଲା ।
ଯୀଶୁ, ମାର୍ଥା ଏବଂ ତାହାଙ୍କ ଭଉଣୀ ଏବଂ ଲାଜାରଙ୍କୁ ସ୍ନେହ କରୁଥିଲେ।
6 ସେଟାର୍‌ପାଇ ଲାଜାର୍‌ ନିକ ନ ରଇବା କବର୍‌ ପାଇ ଜିସୁ ଜନ୍‌ ଜାଗାଇ ରଇଲା, ସେ ଜାଗାଇ ଆରି ଦୁଇଦିନ୍‌ ରଇଲା ।
ଅତଏବ, ସେ ପୀଡ଼ିତ ଅଛନ୍ତି ବୋଲି ଯେତେବେଳେ ସେ ଶୁଣିଲେ, ସେତେବେଳେ ସେ ଯେଉଁ ସ୍ଥାନରେ ଥିଲେ, ସେହି ସ୍ଥାନରେ ଦୁଇ ଦିନ ରହିଗଲେ।
7 ତାର୍‌ ପଚେ ସେ ସିସ୍‌ମନ୍‌କେ କଇଲା, “ଆସା, ଆମେ ଆରିତରେକ୍‌ ଜିଉଦା ଦେସେ ବାଉଡି ଜୁ ।”
ତତ୍ପରେ ସେ ଶିଷ୍ୟମାନଙ୍କୁ କହିଲେ, “ଚାଲ, ଆମ୍ଭେମାନେ ପୁନର୍ବାର ଯିହୂଦିୟା ପ୍ରଦେଶକୁ ଯିବା।”
8 ସିସ୍‌ମନ୍‌ ତାକେ କଇଲାଇ, “ଏ ଗୁରୁ, ତମ୍‌କେତା କେତେ ଦିନ୍‌ ଆଗେ, ଲକ୍‌ମନ୍‌ ପାକ୍‌ନା ସଙ୍ଗ୍‌ ମାର୍‌ବାକେ ଚେସ୍‌ଟା କର୍‌ତେରଇଲାଇ, ତମେ ଆରିତରେକ୍‌ ତେଇ ଜିବାକେ ମନ୍‌ କଲାସ୍‌ନି କି?”
ଶିଷ୍ୟମାନେ ତାହାଙ୍କୁ କହିଲେ, ହେ ଗୁରୁ, ଯିହୁଦୀ ଲୋକମାନେ ଏବେ ଆପଣଙ୍କୁ ପଥର ଫୋପାଡ଼ିବାକୁ ଚେଷ୍ଟା କରୁଥିଲେ, ପୁଣି, ଆପଣ ଆଉ ଥରେ ସେଠାକୁ ଯାଉଅଛନ୍ତି?
9 ଜିସୁ କ‍ଇଲା “ଗଟେକ୍‌ ଦିନେ କାଇ ବାର ଗଁଟା ଉଜଲ୍‌ ନ ରଏ କି? ଜନ୍‌ ଲକ୍‌ମନ୍‌ ଦିନ୍‌ବେଲାର୍‌ ଉଜ୍‌ଲେ ରଇବାଇ, ସେମନ୍‌ ଜଟିଆଇ ନ ଅଅତ୍‌, କାଇକେବଇଲେ ସେମନ୍‌କେ ଏ ଜଗତର୍‌ ଉଜଲ୍‌ ଡିସ୍‌ସି ।
ଯୀଶୁ ଉତ୍ତର ଦେଲେ, “ଦିନରେ କଅଣ ବାର ଘଣ୍ଟା ନାହିଁ? କେହି ଦିନରେ ଚାଲିଲେ ଝୁଣ୍ଟେ ନାହିଁ, କାରଣ ସେ ଏହି ଜଗତର ଜ୍ୟୋତିଃ ଦେଖେ;
10 ୧୦ ମାତର୍‌ ରାତିଆ ଇଣ୍ଡ୍‌ଲେ ଜଟିଆଇ ଅଇବାଇ । କାଇକେବଇଲେ ସେମନର୍‌ଟାନେ ଉଜଲ୍‌ ନ ରଏ ।”
କିନ୍ତୁ ରାତିରେ ଚାଲିଲେ ସେ ଝୁଣ୍ଟେ, କାରଣ ତାହା ଅନ୍ତରରେ ଜ୍ୟୋତିଃ ନାହିଁ।”
11 ୧୧ ଜିସୁ ଏ ସବୁ କାତା କଇଲା ପଚେ, ସିସ୍‌ମନ୍‌କେ କଇଲା, “ଆମର୍‌ ସବୁଲକର୍‌ ମଇତର୍‌ ଲାଜାର୍‌ ଏବେ ସଇଆଚେ, ତାକେ ମୁଇ ଉଟାଇବାର୍‌ ଗାଲିନି ।”
ସେ ଏସମସ୍ତ କଥା କହିଲା ଉତ୍ତାରେ ସେମାନଙ୍କୁ ଆହୁରି କହିଲେ, “ଆମ୍ଭମାନଙ୍କ ବନ୍ଧୁ ଲାଜାର ନିଦ୍ରା ଯାଇଅଛନ୍ତି, କିନ୍ତୁ ତାହାଙ୍କୁ ନିଦ୍ରାରୁ ଉଠାଇବା ନିମନ୍ତେ ମୁଁ ଯାଉଅଛି।”
12 ୧୨ ତେଇ ସିସ୍‌ମନ୍‌ ଜିସୁକେ କଇଲାଇ, “ମାପ୍‌ରୁ, ଜଦି ସେ ସଇଲାଆଚେ ବଇଲେ ନିକ ଅଇସି ।”
ସେଥିରେ ଶିଷ୍ୟମାନେ ତାହାଙ୍କୁ କହିଲେ, ପ୍ରଭୁ, ଯଦି ସେ ନିଦ୍ରା ଯାଇଅଛନ୍ତି, ତାହାହେଲେ ସେ ସୁସ୍ଥ ହେବେ।
13 ୧୩ ଜିସୁ ଲାଜାରର୍‌ ମରନ୍‌ ବିସଇ ନେଇକରି କଇରଇଲା, ମାତର୍‌ ସିସ୍‌ମନ୍‌ ଲାଜାର୍‌କେ ଗୁନର୍‌ଲାଗି ସଇଲା ବିସଇ କଇଲାନି ବଲି ବାବ୍‌ଲାଇ ।
ଯୀଶୁ ତାଙ୍କର ମୃତ୍ୟୁ ବିଷୟରେ କହିଲେ, କିନ୍ତୁ ସେ ନିଦ୍ରାରେ ଶୋଇପଡ଼ିବା ବିଷୟରେ କହିଲେ ବୋଲି ସେମାନେ ମନେ କଲେ।
14 ୧୪ ସେଟାର୍‌ପାଇ ଜିସୁ ସେମନ୍‌କେ ନିକ ସଙ୍ଗ୍‌ ବୁଜ୍‌ଲା ପାରା କଇଲା, “ଲାଜାର୍‌ ମରିଗାଲାଆଚେ ।
ଅତଏବ, ଯୀଶୁ ସେତେବେଳେ ସେମାନଙ୍କୁ ସ୍ପଷ୍ଟ ରୂପେ କହିଲେ, “ଲାଜାର ମରିଯାଇଅଛନ୍ତି;
15 ୧୫ ଆରି ମୁଇ ତେଇ ନ ରଇଲି, ସେଟାର୍‌ପାଇ ତମର୍‌ ସଙ୍ଗ୍‌ ସାର୍‌ଦା କଲିନି, ଜେନ୍ତାରିକି ତମେ ବିସ୍‌ବାସ୍‌ କର୍‌ସା । ମାତର୍‌ ଆସା, ଏବେ ଆମେ ତାକେ ଜାଇ ଦେକୁ ।”
ଆଉ, ମୁଁ ଯେ ସେ ସ୍ଥାନରେ ନ ଥିଲି, ଏଥିସକାଶେ ତୁମ୍ଭମାନଙ୍କ ନିମନ୍ତେ ଆନନ୍ଦ କରୁଅଛି, ଯେପରି ତୁମ୍ଭେମାନେ ବିଶ୍ୱାସ କରିବ; କିନ୍ତୁ ଚାଲ, ଆମ୍ଭେମାନେ ତାହାଙ୍କ ନିକଟକୁ ଯିବା।”
16 ୧୬ ତେଇ ତମା ନାଉଁର୍‌ ଜାକେ କି ବିଦୁମ୍‌ ବଲି କଇବାଇ, ସେ ତାର୍‌ ସଙ୍ଗର୍‌ ସିସ୍‌ମନ୍‌କେ କଇଲା, “ଜୁ ଆମେ ମିସା ଗୁରୁର୍‌ ସଙ୍ଗ୍‌ ଜାଇ ତାର୍‌ସଙ୍ଗ୍‌ ମରୁ ।”
ସେଥିରେ ଥୋମା, ଯାହାଙ୍କୁ ଦିଦୁମ ବୋଲି କହନ୍ତି, ସେ ଆପଣା ସଙ୍ଗୀ ଶିଷ୍ୟମାନଙ୍କୁ କହିଲେ, ଚାଲ, ଆମ୍ଭେମାନେ ମଧ୍ୟ ଯାଇ ତାହାଙ୍କ ସାଙ୍ଗରେ ମରିବା।
17 ୧୭ ଜିସୁ ବେତ୍‌ନିଆଇ କେଟିକରି ସୁନ୍‌ଲା ଜେ ଲାଜାର୍‌କେ ସମାଦି ଦେଇ ଚାର୍‌ଦିନ୍‌ ଅଇରଇଲା ।
ଯୀଶୁ ପହଞ୍ଚି ଶୁଣିଲେ ଯେ, ସେ ଚାରି ଦିନ ହେଲା ସମାଧିରେ ରଖାଗଲେଣି।
18 ୧୮ ଜିରୁସାଲାମ୍‌ ଅନି ବେତ୍‌ନିଆ ତିନ୍‌ କିଲମିଟର୍‌ ତେଇଅନି ଉନାର୍‌ ବାଟ୍‌ ।
ବେଥନୀୟା ଯିରୂଶାଲମ ସହରରୁ ପ୍ରାୟ ଏକ କ୍ରୋଶ ଦୂରରେ ଥିଲା,
19 ୧୯ ଆରି ଜିଉଦିମନର୍‌ ତେଇଅନି କେତେକ୍‌ କେତେକ୍‌ ଲକ୍‌ମନ୍‌ ମାର୍‌ତା ଆରି ମରିୟମ୍‌ ଲଗେ ତାର୍‌ ମରିଜାଇରଇବା ବାଇର୍‌ ବିସଇ ସାଁତାଇବାକେ ଆସିରଇଲାଇ ।
ଆଉ, ଯିହୁଦୀମାନଙ୍କ ମଧ୍ୟରୁ ଅନେକେ ମାର୍ଥା ଓ ମରୀୟମଙ୍କୁ ସେମାନଙ୍କ ଭାଇ ବିଷୟରେ ସାନ୍ତ୍ୱନା ଦେବା ନିମନ୍ତେ ସେମାନଙ୍କ ନିକଟକୁ ଆସିଥିଲେ।
20 ୨୦ ଜିସୁ ଆଇଲାନି ବଲି ସୁନ୍‌ଲା ଦାପ୍‌ରେ ମାର୍‌ତା ତାକେ ବେଟ୍‌ଅଇବାର୍‌ ଗାଲା । ମାତର୍‌ ମରିୟମ୍‌ ଗରେସେ ବସିରଇଲା ।
ସେଥିରେ ଯୀଶୁ ଆସିଅଛନ୍ତି ବୋଲି ଯେତେବେଳେ ମାର୍ଥା ଶୁଣିଲେ, ସେତେବେଳେ ସେ ତାହାଙ୍କୁ ଭେଟିବାକୁ ଗଲେ, କିନ୍ତୁ ମରୀୟମ ଗୃହରେ ବସି ରହିଲେ।
21 ୨୧ ମାର୍‌ତା ଜିସୁକେ କଇଲା, “ମାପ୍‌ରୁ ତମେ ଜଦି ଇତି ରଇତାସ୍‌ ବଇଲେ, ମର୍‌ ବାଇ ନ ମର୍‌ତା ।
ମାର୍ଥା ଯୀଶୁଙ୍କୁ କହିଲେ, ପ୍ରଭୁ, ଯଦି ଆପଣ ଏଠାରେ ଉପସ୍ଥିତ ହୋଇଥାଆନ୍ତେ, ତାହାହେଲେ ମୋହର ଭାଇ ମରି ନ ଥାଆନ୍ତା।
22 ୨୨ ମାତର୍‌, ମୁଇ ଜାନି ଆଚି । ଏବେ ମିସା ତମେ ପର୍‌ମେସର୍‌କେ ଜାଇଟା ମାଙ୍ଗ୍‌ଲେ, ସେଟା ଦେଇସି ।”
କିନ୍ତୁ ଆପଣ ଈଶ୍ବରଙ୍କୁ ଯାହା କିଛି ମାଗିବେ, ଈଶ୍ବର ଯେ ତାହା ଆପଣଙ୍କୁ ଦେବେ, ଏହା ଏବେ ସୁଦ୍ଧା ମୁଁ ଜାଣେ।
23 ୨୩ ଜିସୁ ତାକେ କଇଲା, “ତର୍‌ ବାଇ ଆରି ଜିବନ୍‌ ଅଇ ଉଟ୍‌ସି ।”
ଯୀଶୁ ତାହାଙ୍କୁ କହିଲେ, “ତୁମ୍ଭ ଭାଇ ପୁଣି, ଉଠିବ।”
24 ୨୪ ମାର୍‌ତା ଜିସୁକେ କଇଲା, “ସେ ସାରାସାରି ଦିନେ ଆରିତରେକ୍‌ ଉଟ୍‌ବା ବେଲାଇ ଉଟ୍‌ସି, ଏଟା ମୁଇ ଜାନି ।”
ମାର୍ଥା ତାହାଙ୍କୁ କହିଲେ, ସେ ଯେ ଶେଷ ଦିନରେ ପୁନରୁତ୍ଥାନ ସମୟରେ ଉଠିବ, ଏହା ମୁଁ ଜାଣେ।
25 ୨୫ ଜିସୁ ତାକେ କଇଲା, “ମୁଇ ଜିବନ୍‌ ଆରି ମରିକରି ଆରିତରେକ୍‌ ଉଟ୍‌ବା ଲକ୍‌ । ଜେ ମକେ ବିସ୍‌ବାସ୍‌ କର୍‌ସି, ସେ ମଲେ ମିସା, ବଁଚ୍‌ସି ।
ଯୀଶୁ ତାହାଙ୍କୁ କହିଲେ, “ମୁଁ ପୁନରୁତ୍ଥାନ ଓ ଜୀବନ; ଯେ ମୋʼ ଠାରେ ବିଶ୍ୱାସ କରେ, ସେ ଯଦ୍ୟପି ମରେ, ତଥାପି ସେ ବଞ୍ଚିବ,
26 ୨୬ ଆରି ଜେ ଜଦି ବଁଚି ରଇକରି ବିସ୍‌ବାସ୍‌ କର୍‌ସି, ସେ କେବେ ମିସା ନ ମରେ । ଏ କାତା ବିସ୍‌ବାସ୍‌ କଲାସ୍‌ନି କି?” (aiōn g165)
ପୁଣି, ଯେ କେହି ବଞ୍ଚେ ଓ ମୋʼ ଠାରେ ବିଶ୍ୱାସ କରେ, ସେ କଦାପି ମରିବ ନାହିଁ; ଏହା କଅଣ ବିଶ୍ୱାସ କରୁଅଛ?” (aiōn g165)
27 ୨୭ ମାର୍‌ତା ଜିସୁକେ କଇଲା, “ଉଁ ମାପ୍‌ରୁ, ମୁଇ ବିସ୍‌ବାସ୍‌ କଲିନି । ତମେ ସେ ପର୍‌ମେସରର୍‌ ପ । ଜନ୍‌ ମସିଅ ଏ ଜଗତେ ଆଇବାର୍‌ ରଇଲା, ତମେ ସେ ଆକା ।”
ସେ ତାହାଙ୍କୁ କହିଲେ, ହଁ, ପ୍ରଭୁ, ଯାହାଙ୍କର ଜଗତକୁ ଆଗମନ କରିବାର ଥିଲା, ଆପଣ ଯେ ଈଶ୍ବରଙ୍କ ପୁତ୍ର ସେହି ଖ୍ରୀଷ୍ଟ, ଏହା ମୋହର ବିଶ୍ୱାସ।
28 ୨୮ ଏ ସବୁ କାତା କଇସାର୍‌ଲାପଚେ ମାର୍‌ତା ଜାଇକରି ନିଜର୍‌ ବଇନିକେ କେ ନ ସୁନ୍‌ଲାପାରା ଡାକି କଇଲା, “ଆଉ ଗୁରୁ ଆସିଆଚେ ଆରି ତକେ ଡାକ୍‌ଲାନି ।”
ଏହା କହିଲା ଉତ୍ତାରେ ସେ ଯାଇ ଆପଣା ଭଉଣୀ ମରୀୟମଙ୍କୁ ଗୋପନରେ ଡାକି କହିଲେ, ଗୁରୁ ଆସିଲେଣି ଆଉ ତୋତେ ଡାକୁଅଛନ୍ତି।
29 ୨୯ ମରିୟମ୍‌ ଏ କାତା ସୁନିକରି ଦାନ୍ଦା ପାନ୍ଦା ଅଇ ଜିସୁକେ ବେଟ୍‌ ଅଇବାର୍‌ ଗାଲା ।
ସେ ଏହା ଶୁଣି ଶୀଘ୍ର ଉଠି ତାହାଙ୍କ ନିକଟକୁ ଗଲେ।
30 ୩୦ ଜିସୁ ସେଡ୍‌କିବେଲା ଗାଉଁ ବିତ୍‌ରେ ଆସି ନ ରଇଲା, ମାତର୍‌ ମାର୍‌ତା ତାକେ ଜନ୍‌ ଜାଗାଇ ବେଟ୍‌ ଅଇରଇଲା, ତେଇସେ ରଇଲା ।
ଯୀଶୁ ସେତେବେଳେ ଗ୍ରାମ ଭିତରକୁ ଆସି ନ ଥିଲେ, କିନ୍ତୁ ମାର୍ଥା ତାହାଙ୍କୁ ଯେଉଁ ସ୍ଥାନରେ ଭେଟିଥିଲେ, ସେପର୍ଯ୍ୟନ୍ତ ସେ ସେହି ସ୍ଥାନରେ ଥିଲେ।
31 ୩୧ ମରିୟମ୍‌ ଉଟିକରି ଦାନ୍ଦା ପାନ୍ଦା ଅଇ ବାଇରେ ସାଁତାଇବାକେ ଆସିରଇଲା ଲକ୍‌ମନ୍‌ ଦେକ୍‌ଲାଇ, ସେମନ୍‌ ମିସା ତାର୍‌ ପଚେ ପଚେ ଗାଲାଇ । ସେମନ୍‌ ବାବ୍‌ଲାଇ, ସେ କବର୍‌ ଲଗେ କାନ୍ଦ୍‌ବାର୍‌ ଗାଲାନି ।
ଅତଏବ, ଯେଉଁ ଯିହୁଦୀମାନେ ତାହାଙ୍କ ସହିତ ଗୃହରେ ଥାଇ ତାହାଙ୍କୁ ସାନ୍ତ୍ୱନା ଦେଉଥିଲେ, ସେମାନେ ମରୀୟମଙ୍କୁ ଶୀଘ୍ର ଉଠି ବାହାରିଯିବା ଦେଖି, ସେ ସମାଧି ନିକଟରେ ରୋଦନ କରିବା ନିମନ୍ତେ ଯାଉଅଛନ୍ତି, ଏହା ମନେ କରି ତାହାଙ୍କ ପଛେ ପଛେ ଗଲେ।
32 ୩୨ ତେଇ ଜିସୁ ଜନ୍‌ ଜାଗାଇରଇଲା, ମରିୟମ୍‌ ସେ ଜାଗାଇ କେଟ୍‌ଲା ଆରି ଜିସୁକେ ଦେକିକରି ତାର୍‌ ପାଦେ ଡାଣ୍ଡାସନ୍‌ ପଡି କଇଲା, “ମାପ୍‌ରୁ ତମେ ଜଦି ଇତି ରଇତାସ୍‌ଆଲେ ମର୍‌ ବାଇ ନ ମର୍‌ତା ।”
ସେଥିରେ ଯୀଶୁ ଯେଉଁ ସ୍ଥାନରେ ଥିଲେ, ମରୀୟମ ସେହି ସ୍ଥାନରେ ଉପସ୍ଥିତ ହୋଇ ତାହାଙ୍କୁ ଦେଖି ତାହାଙ୍କର ଚରଣ ତଳେ ପଡ଼ି କହିଲେ, ପ୍ରଭୁ, ଯଦି ଆପଣ ଏଠାରେ ଉପସ୍ଥିତ ହୋଇଥାଆନ୍ତେ, ତାହାହେଲେ ମୋʼ ଭାଇ ମରି ନ ଥାଆନ୍ତା।
33 ୩୩ ମରିୟମ୍‌ ତାକେ ଆରି ତାର୍‌ ସଙ୍ଗ୍‌ ରଇବା ଲକ୍‌ମନ୍‌ କାନ୍ଦ୍‌ତେରଇବାଟା ଦେକି ଜିସୁ ଆତ୍‌ମାଇ ବେସି ମନ୍‌ଦୁକ୍‌ ଅଇଗାଲା ।
ଅତଏବ, ଯୀଶୁ ତାହାଙ୍କୁ ଓ ତାହାଙ୍କ ସହିତ ଆସିଥିବା ଯିହୁଦୀ ଲୋକମାନଙ୍କୁ ରୋଦନ କରୁଥିବା ଦେଖି ଆତ୍ମାରେ ଗଭୀର ଭାବେ ଉତ୍ତେଜିତ ହେଲେ, ପୁଣି, କର୍ତ୍ତବ୍ୟ ସାଧନ ନିମନ୍ତେ ଦୃଢ଼ ସଙ୍କଳ୍ପରେ ପଚାରିଲେ,
34 ୩୪ ସେ ପାଚାର୍‌ଲା, “ତାକେ କନ୍ତି କବର୍‌ ଦେଇଆଚାସ୍‌?” ସେମନ୍‌ ତାକେ କଇଲାଇ, “ମାପ୍‌ରୁ ଆସିଦେକା ।”
“ତାଙ୍କୁ କେଉଁଠାରେ ରଖିଅଛ?” ସେମାନେ ତାହାଙ୍କୁ କହିଲେ, ପ୍ରଭୁ, ଆସି ଦେଖନ୍ତୁ।
35 ୩୫ ଜିସୁ କାନ୍ଦ୍‌ଲା ।
ଯୀଶୁ କାନ୍ଦିଲେ।
36 ୩୬ ତେଇ ଜିଉଦି ଲକ୍‌ମନ୍‌ କଇଲାଇ, “ଦେକା, ସେ ଲାଜାର୍‌କେ କେନ୍ତି ଆଲାଦ୍‌ କର୍‌ତେରଇଲା ।”
ସେଥିରେ ଯିହୁଦୀ ଲୋକମାନେ କହିଲେ, ଦେଖ, ସେ ତାହାଙ୍କୁ କିପରି ସ୍ନେହ କରୁଥିଲେ।
37 ୩୭ ମାତର୍‌ ସେମନର୍‌ ବିତ୍‌ରେଅନି କେତେକ୍‌ ଲକ୍‌ କଇଲାଇ, “ଏ ଲକ୍‌ ଜନ୍‌ କାଣାକେ ଆଁକି ଡିସାଇରଇଲା, ସେ ମନ୍‌କଲେ କାଇ ଏ ଲାଜାରର୍‌ ମରନ୍‌ ମିସା ତେବାଇ ନାପାର୍‌ତା କି?”
କିନ୍ତୁ ସେମାନଙ୍କ ମଧ୍ୟରେ କେହି କେହି କହିଲେ, ଏହି ଯେଉଁ ବ୍ୟକ୍ତି ସେହି ଅନ୍ଧବ୍ୟକ୍ତିର ଆଖି ଫିଟାଇଥିଲେ, ସେ କଅଣ ଏହାର ମୃତ୍ୟୁ ମଧ୍ୟ ନିବାରଣ କରିପାରି ନ ଥାଆନ୍ତେ?
38 ୩୮ ତେଇ ଆରିତରେକ୍‌ ଜିସୁ ମନ୍‌ ବିତ୍‌ରେ କିଲ୍‌ବିଲ୍‌ ଅଇ ସମାଦି ଲଗେ ଗାଲା । ସମାଦିଟାନେ ଗଟେକ୍‌ ପାଆର୍‌ ଆରି ପାଆର୍‌ ମୁଆଟେ ଗଟେକ୍‌ ବଡ୍‌ ପାକ୍‌ନା ଡାବିଅଇରଇଲା ।
ସେଥିରେ ଯୀଶୁ ପୁନର୍ବାର ଅନ୍ତରରେ ବିରକ୍ତ ହୋଇ ସମାଧି ନିକଟକୁ ଆସିଲେ; ତାହା ଗୋଟିଏ ଗୁହା, ପୁଣି, ତାʼ ମୁହଁରେ ଗୋଟାଏ ପଥର ଥିଲା।
39 ୩୯ ଜିସୁ ତିଆର୍‌ଲା, “ଏ ପାକ୍‌ନା ଗୁଚାଇଦିଆସ୍‌ ।” ମରିଜାଉ ଲାଜାରର୍‌ ବଇନି ମାର୍‌ତା କଇଲା, “ମାପ୍‌ରୁ ସେଟା କୁଇକରି ଗନ୍ଦି ଗାଲାବେ, କାଇକେବଇଲେ, ତାକେ କବର୍‌ଦେଇ ଚାର୍‌ଦିନ୍‌ ଅଇଗାଲା ।”
ଯୀଶୁ କହିଲେ, “ଏହି ପଥର ଘୁଞ୍ଚାଇଦିଅ।” ମୃତ ବ୍ୟକ୍ତିଙ୍କ ଭଉଣୀ ମାର୍ଥା ତାହାଙ୍କୁ କହିଲେ, ପ୍ରଭୁ, ସେ ବାସିଗଲାଣି, କାରଣ ସେ ଚାରି ଦିନ ହେଲା ମଲାଣି।
40 ୪୦ ଜିସୁ ମାର୍‌ତାକେ କଇଲା, “ତୁଇ ଜଦି ବିସ୍‌ବାସ୍‌ କର୍‌ସୁ ବଇଲେ ପର୍‌ମେସରର୍‌ ମଇମା ଦେକ୍‌ସୁ ବଲି ମୁଇ ତକେ କଇ ନ ର‍ଇଲି କି?”
ଯୀଶୁ ତାହାଙ୍କୁ କହିଲେ, “ଯଦି ତୁମ୍ଭେ ବିଶ୍ୱାସ କର, ତାହାହେଲେ ଈଶ୍ବରଙ୍କ ମହିମା ଦେଖିବ, ଏହା କଅଣ ମୁଁ ତୁମ୍ଭକୁ କହିଲି ନାହିଁ?” ସେଥିରେ ସେମାନେ ପଥର ଘୁଞ୍ଚାଇଦେଲେ।
41 ୪୧ ତେଇ ସେମନ୍‌ ପାକ୍‌ନା ଗୁଚାଇଲାଇ । ଜିସୁ ସରଗ୍‌ବାଟେ ମୁ କରି କଇଲା, “ବାବା ତମେ ମର୍‌ ପାର୍‌ତନା ସୁନ୍‌ଲାସ୍‌ ବଲି ମୁଇ ତମ୍‌କେ ଦନିଅବାଦ୍‌ ଦେଲିନି ।
ଆଉ, ଯୀଶୁ ଊର୍ଦ୍ଧ୍ୱଦୃଷ୍ଟି କରି କହିଲେ, “ପିତଃ, ତୁମ୍ଭେ ମୋହର ପ୍ରାର୍ଥନା ଶୁଣିଲ ବୋଲି ମୁଁ ତୁମ୍ଭକୁ ଧନ୍ୟବାଦ ଦେଉଅଛି।
42 ୪୨ ତମେ ଜେଡେବେଲେ ମିସା ମର୍‌ ପାର୍‌ତନା ସୁନ୍‌ସା, ଏଟା ମୁଇ ଜାନି, ମାତର୍‌ ଜନ୍‌ ଲକ୍‌ମନ୍‌ ଏ ଚାରିବେଡ୍‌ତି ଟିଆଅଇ ଆଚତ୍‌, ସେମନ୍‌ ଜେନ୍ତିକି ତମେଆକା ମକେ ପାଟାଇଆଚାସ୍‌ ବଲି ବିସ୍‌ବାସ୍‌ କର୍‌ବାଇ, ଏଟାର୍‌ ପାଇ ମୁଇ ଏନ୍ତିବଲି କଇଲି ।”
ତୁମ୍ଭେ ଯେ ସର୍ବଦା ମୋହର ପ୍ରାର୍ଥନା ଶୁଣିଥାଅ, ଏହା ମୁଁ ଜାଣିଥିଲି; କିନ୍ତୁ ଯେଉଁ ଲୋକସମୂହ ଚତୁର୍ଦ୍ଦିଗରେ ଠିଆ ହୋଇଅଛନ୍ତି, ତୁମ୍ଭେ ମୋତେ ପ୍ରେରଣ କରିଅଛ ବୋଲି ସେମାନେ ଯେପରି ବିଶ୍ୱାସ କରିବେ, ଏଥିପାଇଁ ସେମାନଙ୍କ ହେତୁ ମୁଁ ଏହା କହିଲି।”
43 ୪୩ ଏନ୍ତି କଇ ସାରାଇ ଜିସୁ ଆକ୍‌ମାରି ଡାକ୍‌ଲା, “ଲାଜାର୍‌ ତୁଇ ବାରଇ ଆଉ ।”
ସେ ଏହା କହି ଉଚ୍ଚସ୍ୱରରେ ଡାକିଲେ, “ଲାଜାର, ବାହାରି ଆସ।”
44 ୪୪ ଡାକ୍‌ଲା ଦାପ୍‌ରେ ମଲା ଲାଜାର୍‌ ବାରଇ ଆଇଲା । ତାର୍‌ ଆତେ ଗଡେ ମଡା ଲୁଗା ବାନ୍ଦାଅଇରଇଲା । ମୁଏ ମିସା ଗର୍‌ଣ୍ଡା ଗୁଡିଆଇ ଅଇରଇଲା । ଜିସୁ ସେମନ୍‌କେ କଇଲା “ତାକେ ବାନ୍ଦ୍‌ଲାଟା କୁସ୍‌ଲାଇ କରି, ଜିବାକେ ଦିଆସ୍‌ ।”
ମୃତ ଲୋକଟି ବାହାରି ଆସିଲେ; ତାହାଙ୍କ ହାତ ଓ ପାଦ ସମାଧିବସ୍ତ୍ରରେ ବନ୍ଧା ହୋଇଥିଲା, ପୁଣି, ତାହାଙ୍କ ମୁଖରେ ଖଣ୍ଡେ ଗାମୁଛା ଗୁଡ଼ା ହୋଇଥିଲା। ଯୀଶୁ ସେମାନଙ୍କୁ କହିଲେ, “ଏହାଙ୍କ ବନ୍ଧନ ଫିଟାଇ ଚାଲିଯିବାକୁ ଦିଅ।”
45 ୪୫ ଜିଉଦି ଲକ୍‌ମନର୍‌ ବିତ୍‌ରେଅନି, ବେସି ଲକ୍‌ ମରିୟମର୍‌ ଲଗେ ଆସିରଇଲାଇ, ଆରି ଜିସୁର୍‌ ଏ କାମ୍‌ ଦେକି, ତାକେ ବିସ୍‌ବାସ୍‌ କଲାଇ ।
ଅତଏବ, ଯିହୁଦୀ ଲୋକମାନଙ୍କ ମଧ୍ୟରେ ଅନେକେ, ଅର୍ଥାତ୍‍ ଯେଉଁମାନେ ମରୀୟମଙ୍କ ନିକଟକୁ ଆସିଥିଲେ ଓ ଯୀଶୁଙ୍କ କର୍ମ ଦେଖିଥିଲେ, ସେମାନେ ତାହାଙ୍କଠାରେ ବିଶ୍ୱାସ କଲେ;
46 ୪୬ ଆରି ସେମନର୍‌ ବିତ୍‌ରେଅନି କେତେଲକ୍‌ ପାରୁସିମନର୍‌ ଲଗେ ଜାଇକରି ଜିସୁ କରି ରଇବା କାମ୍‌ ଲକ୍‌ମନ୍‌କେ ଜାନାଇଲାଇ ।
ପୁଣି, ସେମାନଙ୍କ ମଧ୍ୟରୁ କେହି କେହି ଫାରୂଶୀମାନଙ୍କ ନିକଟକୁ ଯାଇ, ଯୀଶୁ ଯାହା ଯାହା କରିଥିଲେ, ସେହିସବୁ ସେମାନଙ୍କୁ ଜଣାଇଲେ।
47 ୪୭ ପଚେ ମୁକିଅ ପୁଜାରିମନ୍‌ ଆରି ପାରୁସିମନ୍‌ ଗଟେକ୍‌ ବଡ୍‌ ପଁଚାଦି ଡାକାଇ କଇଲାଇ, “ଆମେ କାଇଟା କରୁ? ଦେକା ଏ ଲକ୍‌ ତା କେତେକ୍‌ କେତେକ୍‌ କାବାଅଇଜିବା କାମ୍‌ମନ୍‌ କଲାନି ।
ସେଥିରେ ପ୍ରଧାନ ଯାଜକ ଓ ଫାରୂଶୀମାନେ ମହାସଭା ଆହ୍ୱାନ କରି କହିଲେ, ଆମ୍ଭେମାନେ କଅଣ କରୁଅଛୁ? ଏ ଲୋକ ତ ଅନେକ ଆଶ୍ଚର୍ଯ୍ୟକର୍ମ କରୁଅଛି।
48 ୪୮ ଆମେ ଜଦି ଆକେ ଏନ୍ତାରି ଚାଡିଦେଉଁ ବଇଲେ ସବୁଲକ୍‌ ତାର୍‌ଟାନେ ବିସ୍‌ବାସ୍‌ କର୍‌ବାଇ ଆରି ରମିୟ ଅଦିକାରି ଆସିକରି ଆମର୍‌ ଏ ମନ୍ଦିର୍‌ ଆରି ଆମର୍‌ ବିସ୍‌ବାସ୍‌ କର୍‌ବା ଦରମ୍‌ ସବୁ କୁରୁପ୍‌ନାସ୍‌ କରିପାକାଇସି ।”
ଯଦି ଆମ୍ଭେମାନେ ତାହାକୁ ଏପରି ଛାଡ଼ିଦେବା, ତାହାହେଲେ ସମସ୍ତେ ତାହାଠାରେ ବିଶ୍ୱାସ କରିବେ, ଆଉ ରୋମୀୟ ଅଧିକାରୀମାନେ ଆସି ଆମ୍ଭମାନଙ୍କର ଏହି ସ୍ଥାନ ଓ ଜାତି ଉଭୟଙ୍କୁ ନଷ୍ଟ କରିଦେବେ।
49 ୪୯ ମାତର୍‌ ସେମନର୍‌ ବିତ୍‌ରେଅନି ଗଟେକ୍‌ କୟାପା ନାଉଁର୍‌, ସେ ବରସର୍‌ ପାଇ ବାଚିରଇବା ବଡ୍‌ ପୁଜାରି, କଇଲା “ତମେ କେତେ ବକୁଆ ଲକ୍‌ମନ୍‌!
କିନ୍ତୁ ସେମାନଙ୍କ ମଧ୍ୟରୁ ଜଣେ, ଅର୍ଥାତ୍‍, କୟାଫା ନାମକ ସେହି ବର୍ଷର ମହାଯାଜକ ସେମାନଙ୍କୁ କହିଲେ, ତୁମ୍ଭେମାନେ କିଛି ଜାଣ ନାହିଁ;
50 ୫୦ ତମେ କାଇ ବୁଜି ନାପାର୍‌ଲାସ୍‌ନି? ଗୁଲାଇ ଜାତି ନାସ୍‌ ଅଇବା ବାଦୁଲେ ଗଟେକ୍‌ ଲକ୍‌ ମର୍‌ବାଟା ନିକ ।”
ସମୁଦାୟ ଜାତି ବିନଷ୍ଟ ନ ହୋଇ ଲୋକସାଧାରଣଙ୍କ ନିମନ୍ତେ ଜଣେ ଯେ ମରିବା ତୁମ୍ଭମାନଙ୍କ ପକ୍ଷରେ ମଙ୍ଗଳଜନକ, ଏହା ମଧ୍ୟ ତୁମ୍ଭେମାନେ ବିଚାର କରୁ ନାହଁ।
51 ୫୧ କୟାପା ସତ‍ଇସେ ତାର୍‌ ନିଜର୍‌ଟାନେ ଅନି ଏନ୍ତି କଇ ନ ରଇଲା, ମାତର୍‌ ସେ ବରସର୍‌ ବଡ୍‌ ପୁଜାରି ଅଇରଇଲାର୍‌ ଲାଗି ପଚର୍‌ ଗଟ୍‍ନା ସବୁ ବବିସତ୍‌କାତା ତାର୍‌ ମୁଏଁ ଅନି ବାରଇରଇଲା । ସେ ଜାନିଦେଇ ରଇଲା ଜେ,
ସେ ଆପଣାଠାରୁ ଏହା କହିଲେ ନାହିଁ, କିନ୍ତୁ ସେ ସେହି ବର୍ଷର ମହାଯାଜକ ଥିବାରୁ ଯୀଶୁ ଯେ ଜାତି ନିମନ୍ତେ,
52 ୫୨ ଚିନ୍‌ ଚତର୍‌ ଅଇଜାଇରଇବା ପର୍‌ମେସରର୍‌ ଲକ୍‌ମନ୍‌କେ ଟୁଲିଆଇ, ଗଟେକ୍‌ କୁଟୁମ୍‌ କରାଇବାକେ ଜିସୁ ମର୍‌ବାକେ ଗାଲାନି ।
ଆଉ କେବଳ ସେହି ଜାତି ନିମନ୍ତେ ନୁହେଁ, ମାତ୍ର ଈଶ୍ବରଙ୍କ ଛିନ୍ନଭିନ୍ନ ସନ୍ତାନମାନଙ୍କୁ ମଧ୍ୟ ସଂଗ୍ରହ କରି ଏକ କରିବା ନିମନ୍ତେ ମୃତ୍ୟୁଭୋଗ କରିବାକୁ ଯାଉଅଛନ୍ତି, ଏଥିସକାଶେ ଏହି ଭାବବାଣୀ କହିଲେ।
53 ୫୩ ତେବର୍‌ପାଇ ସେ ଦିନେଅନି ଜିଉଦିନେତାମନ୍‌ ଜିସୁକେ ମରାଇବାକେ ପାଁଚ୍‌ନା କଲାଇ ।
ତେଣୁ ସେହି ଦିନଠାରୁ ସେମାନେ ତାହାଙ୍କୁ ବଧ କରିବା ନିମନ୍ତେ ମନ୍ତ୍ରଣା କଲେ।
54 ୫୪ ତେବେ ଜିସୁ ଜିଉଦି ଲକ୍‌ମନର୍‌ ବିତ୍‌ରେ ସବୁଲକ୍‌ ଜାନ୍‌ଲା ପାରା ବୁଲାଚାଲା ନ କର୍‌ତେ ରଇଲା । ସେ ଜାଗାଇଅନି ବାରଇଜାଇକରି, ମରୁବାଲି ବୁଏଁ ରଇବା କିନରା ଜାଗାଇ ରଇଲା ଏପ୍‌ରଇମ୍‌ ନାଉଁର୍‌ ଗଟେକ୍‌ ଗଡେ ଜାଇ ସିସ୍‌ମନର୍‌ ସଙ୍ଗ୍‌ ତେଇ ରଇଲା ।
ଅତଏବ, ଯୀଶୁ ଯିହୁଦୀ ଲୋକମାନଙ୍କ ମଧ୍ୟରେ ଆଉ ପ୍ରକାଶରେ ଗମନାଗମନ କଲେ ନାହିଁ, କିନ୍ତୁ ସେ ସେ ସ୍ଥାନରୁ ବାହାରିଯାଇ ପ୍ରାନ୍ତର ନିକଟରେ ଥିବା ଅଞ୍ଚଳର ଇଫ୍ରୟିମ ନାମକ ଗୋଟିଏ ନଗରକୁ ପ୍ରସ୍ଥାନ କଲେ, ଆଉ ସେ ଶିଷ୍ୟମାନଙ୍କ ସହିତ ସେଠାରେ ରହିଲେ।
55 ୫୫ ଜିଉଦିମନର୍‌ ନିସ୍‌ତାର୍‌ ପରବ୍‌ କେଟିଆଇଲା । ସେ ପରବ୍‌ ଅଇବା ଆଗ୍‌ତୁ ନିଜେ ନିଜେ ସୁକଲ୍‌ ଅଇବାକେ ଗୁଲାଇ ରାଇଜର୍‌ ଲକ୍‌ମନ୍‌ ନିସ୍‌ତାର୍‌ ପରବ୍‌ ଆଗ୍‌ତୁ ଜିରୁସାଲାମ୍‌ ଜିବାକେ ବାଟ୍‍ଦାର୍‌ଲାଇ ।
ଯିହୁଦୀମାନଙ୍କର ନିସ୍ତାର ପର୍ବ ସନ୍ନିକଟ ଥିଲା, ପୁଣି, ପଲ୍ଲୀଗ୍ରାମଗୁଡ଼ିକରୁ ଅନେକେ ଆପଣା ଆପଣାକୁ ଶୁଚି କରିବା ନିମନ୍ତେ ନିସ୍ତାର ପର୍ବ ପୂର୍ବେ ଯିରୂଶାଲମ ସହରକୁ ଯାତ୍ରା କଲେ।
56 ୫୬ ସେମନ୍‌ ଜିସୁକେ କଜ୍‌ଲାଇ ଆରି ମନ୍ଦିର୍‌ ଟିଆଅଇଲାବେଲେ ତାକର୍‌ ତାକର୍‌ ବିତ୍‌ରେ କୁଆବଲା ଅଇଲାଇ, “ସେ ପରବ୍‌ଟାନେ ନ ଆସେବଲି କାଇ ତମେ ବାବ୍‌ଲାସ୍‌ନି କି?”
ସେଥିରେ ସେମାନେ ଯୀଶୁଙ୍କର ଅନ୍ୱେଷଣ କରୁ କରୁ ମନ୍ଦିରରେ ଠିଆ ହୋଇଥିବା ସମୟରେ ପରସ୍ପର କହିବାକୁ ଲାଗିଲେ, ତୁମ୍ଭେମାନେ କଅଣ ମନେ କରୁଅଛ? ସେ କି ପର୍ବକୁ ଆସିବେ ନାହିଁ?
57 ୫୭ ମୁକିଅ ପୁଜାରି ଆରି ପାରୁସି ଲକ୍‌ମନ୍‌ ଜିସୁକେ ଦାର୍‌ବାକେ ସେ କନ୍ତି ଆଚେ ଜାନିରଇବାଇ ବଲି, ସେଟା ଆଦେସ୍‌ ଦେଇରଇଲାଇ ।
ପ୍ରଧାନ ଯାଜକ ଓ ଫାରୂଶୀମାନେ ତାହାଙ୍କୁ ଧରିବା ଉଦ୍ଦେଶ୍ୟରେ, ସେ କେଉଁଠାରେ ଅଛନ୍ତି, ଏହା ଯଦି କେହି ଜାଣେ, ତାହା ପ୍ରକାଶ କରିବାକୁ ଆଜ୍ଞା ଦେଇଥିଲେ।

< ଜଅନ୍‌ 11 >