< Amos 6 >

1 Ve Zions sorgløse mænd og de trygge på Samarias bjerg, I ædle blandt førstegrødefolket, hvem Israels Hus søger til;
ନାନା ପ୍ରଧାନ ଗୋଷ୍ଠୀ ମଧ୍ୟରେ ପ୍ରସିଦ୍ଧ, ଯେଉଁମାନଙ୍କ ନିକଟକୁ ଇସ୍ରାଏଲ ବଂଶ ଆସନ୍ତି, ଏପରି ଯେ ସିୟୋନସ୍ଥ ସୁଖରେ ଥିବା ଲୋକମାନେ ଓ ଶମରୀୟା ପର୍ବତସ୍ଥ ନିରାପଦରେ ଥିବା ଲୋକମାନେ, ସେମାନେ ସନ୍ତାପର ପାତ୍ର!
2 (drag over til Kalne og se, derfra over til det store Hamat og ned til Filisternes Gat: Er de bedre end disse Riger, deres Område større end eders?)
ତୁମ୍ଭେମାନେ କଲନେ ସହରକୁ ଯାଇ ଦେଖ ଓ ସେସ୍ଥାନରୁ ତୁମ୍ଭେମାନେ ବଡ଼ ହମାତକୁ ଯାଅ; ତହିଁ ଉତ୍ତାରେ ପଲେଷ୍ଟୀୟମାନଙ୍କର ଗାଥ୍‍ ନଗରକୁ ଯାଅ; ସେହି ସବୁ କି ଏହି (ଦୁଇ) ରାଜ୍ୟ ଅପେକ୍ଷା ଉତ୍ତମ? ଅବା ସେମାନଙ୍କର ସୀମା କି ତୁମ୍ଭମାନଙ୍କର ସୀମା ଅପେକ୍ଷା ବଡ଼?
3 I, som afviser Ulykkesdagen og bringer Urettens Sæde nær.
ଏହି ଲୋକମାନେ ଅମଙ୍ଗଳର ଦିନକୁ ଦୂରରେ ରଖୁଅଛନ୍ତି ଓ ଦୌରାତ୍ମ୍ୟର ଆସନକୁ ନିକଟବର୍ତ୍ତୀ କରାଉଅଛନ୍ତି;
4 De ligger på Elfenbenslejer, henslængt på deres Bænke; af Hjorden æder de Lam og Kalve fra Fedesti;
ସେମାନେ ହସ୍ତୀଦନ୍ତ ଶଯ୍ୟାରେ ଶୟନ କରନ୍ତି ଓ ଖଟ ଉପରେ ଆପଣା ଆପଣା ଶରୀର ଲମ୍ବାଉଅଛନ୍ତି, ଆଉ ପଲରୁ ମେଷଶାବକ ଓ ଗୋଠରୁ ଗୋବତ୍ସ ଆଣି ଭୋଜନ କରନ୍ତି;
5 de kvidrer til Harpeklang og opfinder Strengeleg som David;
ନେବଲ ଯନ୍ତ୍ରରେ ଅନର୍ଥକ ଗୀତ ଗାନ କରନ୍ତି, ଦାଉଦଙ୍କ ସଦୃଶ୍ୟ ଆପଣାମାନଙ୍କ ନିମନ୍ତେ ନାନା ବାଦ୍ୟଯନ୍ତ୍ର ନିର୍ମାଣ କରନ୍ତି;
6 de drikker Vinen af Kander og salver sig med ypperste Olie, men sørger ej over Josefs Skade.
ବଡ଼ ବଡ଼ ପାତ୍ରରେ ଦ୍ରାକ୍ଷାରସ ପାନ କରନ୍ତି ଓ ଉତ୍କୃଷ୍ଟ ତୈଳରେ ଆପଣାମାନଙ୍କୁ ମର୍ଦ୍ଦନ କରନ୍ତି; ମାତ୍ର ଯୋଷେଫଙ୍କ କ୍ଲେଶରେ ସେମାନେ ଦୁଃଖିତ ହୁଅନ୍ତି ନାହିଁ।
7 Derfor skal de nu føres bort forrest i landflygtiges Flok. Dagdrivernes Skrål får Ende, lyder det fra HERREN, Hærskarers Gud.
ଏଥିପାଇଁ ସେମାନେ ଏବେ ପ୍ରଥମ ନିର୍ବାସିତ ଲୋକମାନଙ୍କ ସହିତ ନିର୍ବାସିତ ହେବେ ଓ ଶରୀର ଲମ୍ବକାରୀମାନଙ୍କର ହର୍ଷନାଦ ଲୁପ୍ତ ହେବ।”
8 Den Herre HERREN svor ved sig selv: Afsky har jeg for Jakobs Hovmod, hans Borge vækker mit Had; jeg prisgiver Byen og dens fylde.
ପ୍ରଭୁ ସଦାପ୍ରଭୁ ଆପଣା ନାମରେ ଶପଥ କରିଅଛନ୍ତି, ସଦାପ୍ରଭୁ ସୈନ୍ୟାଧିପତି ପରମେଶ୍ୱର ଏହି କଥା କହନ୍ତି, “ଆମ୍ଭେ ଯାକୁବର ଗୌରବକୁ ଘୃଣା କରୁ ଓ ତାହାର ଅଟ୍ଟାଳିକାସବୁକୁ ତୁଚ୍ଛଜ୍ଞାନ କରୁ; ଏଥିପାଇଁ ଆମ୍ଭେ ନଗର ଓ ତନ୍ମଧ୍ୟସ୍ଥ ଯାବତୀୟକୁ ପର ହସ୍ତରେ ସମର୍ପଣ କରିବା।”
9 Og er der end hele ti Mænd i eet Hus de skal dog dø.
ତହିଁରେ ଏକ ଗୃହରେ ଯଦି ଦଶ ଜଣ ଅବଶିଷ୍ଟ ରହିବେ, ତେବେ ସମସ୍ତେ ମରିବେ।
10 Og levnes der een, så trækkes han frem af sin Slægtning og den, som røer når Ligene hentes af Huse. Og han siger til ham inderst i Huset: "Er der flere hos dig?" Hin svarer: "Ingen!" Da siger han: "Tys!" Thi HERRENs Navn tør de ikke nævne.
ପୁଣି, ଗୃହ ମଧ୍ୟରୁ ଅସ୍ଥିସକଳ ବାହାର କରି ଆଣିବା ପାଇଁ କୌଣସି ଲୋକର ପିତୃବ୍ୟ, ଶବଦାହକାରୀ ତାହାକୁ ଉଠାଇଲା ଉତ୍ତାରେ ଗୃହର ଅନ୍ତରସ୍ଥ ଲୋକକୁ ପଚାରିବ, “ଏବେ ହେଁ ତୁମ୍ଭର କି ଆଉ କିଏ ଅଛି?” ତେବେ ସେ କହିବ, “ନାହିଁ।” ସେତେବେଳେ ସେ କହିବ, “ତୁନି ହୁଅ; କାରଣ ସଦାପ୍ରଭୁଙ୍କର ନାମ ଆମ୍ଭମାନଙ୍କର ଉଚ୍ଚାରଣ କରିବାର ନୁହେଁ।”
11 Thi HERREN, se, han byder og slår det store Hus i Stykker, det lille Hus i Splinter.
କାରଣ ଦେଖ, ସଦାପ୍ରଭୁ ଆଜ୍ଞା କରନ୍ତି ଓ ବଡ଼ ବଡ଼ ଗୃହ ଭଗ୍ନ ହେବ ଓ ସାନ ସାନ ଗୃହରେ ଫାଟ ହେବ।
12 Løber mon Heste på Klipper, pløjes mon Havet med Okser? Men I vender Retten til Gift og Retfærds Frugt til Malurt;
ଅଶ୍ୱଗଣ କି ଶୈଳ ଉପରେ ଦୌଡ଼ିବେ? କେହି ବଳଦ ନେଇ କି ସେଠାରେ ଚାଷ କରିବ? ତୁମ୍ଭେମାନେ ନ୍ୟାୟ ବିଚାରକୁ ବିଷରେ ଓ ଧାର୍ମିକତାର ଫଳକୁ ତିକ୍ତ ଫଳରେ ପରିଣତ କରିଅଛ;
13 I glæder jer over Lodebar og siger: "Mon ikke det var ved vor Styrke, vi tog Karnajim?
ତୁମ୍ଭେମାନେ ଅବସ୍ତୁରେ ଆନନ୍ଦ କରୁଅଛ, ତୁମ୍ଭେମାନେ କହୁଅଛ, “ଆମ୍ଭେମାନେ ଆପଣା ବଳରେ କି କରନିମ୍ ଲାଭ କରି ନାହୁଁ?”
14 Thi se, jeg rejser et Folk imod eder, Israels Hus, lyder det fra HERREN, Hærskarers Gud; Trængsel bringer det eder fra Egnen ved Hamat til Arababækken.
ଏହେତୁ ଦେଖ, ହେ ଇସ୍ରାଏଲ ବଂଶ ସଦାପ୍ରଭୁ ସୈନ୍ୟାଧିପତି ପରମେଶ୍ୱର କହନ୍ତି, “ଆମ୍ଭେ ତୁମ୍ଭମାନଙ୍କ ବିରୁଦ୍ଧରେ ଏକ ଗୋଷ୍ଠୀକୁ ଉଠାଇବା; ତହିଁରେ ସେମାନେ ହମାତର ପ୍ରବେଶ ସ୍ଥାନଠାରୁ ଆରବା ସ୍ରୋତ ମାର୍ଗ ପର୍ଯ୍ୟନ୍ତ ତୁମ୍ଭମାନଙ୍କୁ କ୍ଲେଶ ଦେବେ।”

< Amos 6 >