< Første Krønikebog 27 >

1 Israeliterne efter deres Tal: Fædrenehusenes Overhoveder, Tusind- og Hundredførerne og deres Fogeder, som tjente Kongen i alle Sager vedrørende Skifterne, de, der skiftevis trådte til og fra hver Måned hele Året rundt, hvert Skifte på 24000 Mand:
ଆପଣା ଆପଣା ସଂଖ୍ୟାନୁସାରେ ଇସ୍ରାଏଲ-ସନ୍ତାନଗଣ, ଅର୍ଥାତ୍‍, ପିତୃବଂଶର ପ୍ରଧାନମାନେ ଓ ସହସ୍ରପତିମାନେ ଓ ଶତପତିମାନେ ଓ ସେମାନଙ୍କର କାର୍ଯ୍ୟଶାସକମାନେ, ବର୍ଷର ସମୁଦାୟ ମାସରେ ମାସକୁ ମାସ ପାଳିର ଯେକୌଣସି ବିଷୟରେ ରାଜାଙ୍କର ସେବା କରିବାକୁ ଆସିଲେ ଓ ଗଲେ, ସେମାନଙ୍କ ପ୍ରତ୍ୟେକ ପାଳିରେ ଚବିଶ ହଜାର ଲୋକ ଥିଲେ।
2 Over det første Skifte, den første Måneds Skifte stod Isjba'al, Zabdiels Søn - til hans Skifte hørte 24000 Mand
ପ୍ରଥମ ପାଳି ଉପରେ ପ୍ରଥମ ମାସ ନିମନ୍ତେ ସବ୍‍ଦୀୟେଲର ପୁତ୍ର ଯାଶ୍‍ବୀୟାମ୍‍ ଥିଲା; ଆଉ ତାହାର ପାଳିରେ ଚବିଶ ହଜାର ଲୋକ ଥିଲେ।
3 af Perez's Efterkommere, Overhoved for alle Hærførerne; det var den første Måned.
ସେ ପେରସ ବଂଶୀୟ ଲୋକ, ପ୍ରଥମ ମାସ ପାଇଁ ନିଯୁକ୍ତ ସକଳ ସେନାପତିଙ୍କ ଉପରେ ପ୍ରଧାନ ଥିଲା।
4 Over den anden Måneds Skifte stod Ahohiten El'azar, Dodajs Søn; til hans Skifte hørte 24000 Mand.
ଦ୍ୱିତୀୟ ମାସର ପାଳି ଉପରେ ଅହୋହୀୟ ଦୋଦୟ ଓ ତାହାର ଦଳୀୟ ଲୋକ ଥିଲେ; ମିକ୍ଲୋତ୍‍ ଶାସକ ଥିଲା ଓ ତାହାର ପାଳିରେ ଚବିଶ ହଜାର ଲୋକ ଥିଲେ।
5 Den tredje Hærfører, ham i den tredje Måned, var Benaja, Ypperstepræsten Jojadas Søn; til hans Skifte hørte 24000 Mand.
ତୃତୀୟ ମାସ ନିମନ୍ତେ ତୃତୀୟ ସେନାପତି ଯିହୋୟାଦା ଯାଜକର ପୁତ୍ର ବନାୟ ପ୍ରଧାନ ଥିଲା; ତାହାର ପାଳିରେ ଚବିଶ ହଜାର ଲୋକ ଥିଲେ।
6 Denne Benaja var Helten blandt de tredive og stod i Spidsen for de tredive, og ved hans Skifte var hans Søn Ammizabad.
ଏହି ବନାୟ ତିରିଶ ବୀରଙ୍କ ମଧ୍ୟରେ ଗଣିତ ଓ ସେହି ତିରିଶ ଜଣଙ୍କ ଉପରେ ପ୍ରଧାନ ଥିଲା; ଆଉ ତାହାର ପାଳିରେ ତାହାର ପୁତ୍ର ଅମ୍ମୀଷାବଦ୍‍ ଥିଲା।
7 Den fjerde, ham i den fjerde Måned, var Joabs Broder Asa'el og efter ham hans Søn Zebadja; til hans Skifte hørte 24000 Mand.
ଚତୁର୍ଥ ମାସ ପାଇଁ ଚତୁର୍ଥ ସେନାପତି ଯୋୟାବର ଭ୍ରାତା ଅସାହେଲ ଥିଲା ଓ ତାହା ଉତ୍ତାରେ ତାହାର ପୁତ୍ର ସବଦୀୟ; ଆଉ ତାହାର ପାଳିରେ ଚବିଶ ହଜାର ଲୋକ ଥିଲେ।
8 Den femte, ham i den femte Måned, var Hærføreren Zeraiten Sjamhut; til hans Skifte hørte 24000 Mand.
ପଞ୍ଚମ ମାସ ନିମନ୍ତେ ପଞ୍ଚମ ସେନାପତି ଯିଷ୍ରାହୀୟ ଶମ୍ମୋତ୍‍ ଥିଲା; ଆଉ ତାହାର ପାଳିରେ ଚବିଶ ହଜାର ଲୋକ ଥିଲେ।
9 Den sjette, ham i den sjette Måned, var Ira, Ikkesjs Søn, fra Tekoa; til hans Skifte hørte 24000 Mand.
ଷଷ୍ଠ ମାସ ନିମନ୍ତେ ଷଷ୍ଠ ସେନାପତି ତକୋୟୀୟ ଇକ୍‍କେଶର ପୁତ୍ର ଈରା ଥିଲା; ଆଉ ତାହାର ପାଳିରେ ଚବିଶ ହଜାର ଲୋକ ଥିଲେ।
10 Den syvende, ham i den syvende Måned, var Peloniten Helez af Efraimiterne; til hans Skifte hørte 24000 Mand.
ସପ୍ତମ ମାସ ନିମନ୍ତେ ସେନାପତି ଇଫ୍ରୟିମ-ବଂଶଜାତ ପଲୋନୀୟ ହେଲସ୍‍ ଥିଲା; ଆଉ ତାହାର ପାଳିରେ ଚବିଶ ହଜାର ଲୋକ ଥିଲେ।
11 Den ottende, ham i den ottende Måned, var Husjatiten Sibbekaj af Zeras Slægt; til hans Skifte hørte 24000 Mand.
ଅଷ୍ଟମ ମାସ ନିମନ୍ତେ ଅଷ୍ଟମ ସେନାପତି ସେରହ-ବଂଶଜାତ ହୂଶାତୀୟ ସିବ୍ବଖୟ ଥିଲା; ଆଉ ତାହାର ପାଳିରେ ଚବିଶ ହଜାର ଲୋକ ଥିଲେ।
12 Den niende, ham i den niende Måned, var Abiezer fra Anatot at Benjaminiterne; til hans Skifte hørte 24000 Mand.
ନବମ ମାସ ନିମନ୍ତେ ନବମ ସେନାପତି ବିନ୍ୟାମୀନ୍-ବଂଶଜାତ ଅନାଥୋତୀୟ ଅବୀୟେଷର ଥିଲା; ଆଉ ତାହାର ପାଳିରେ ଚବିଶ ହଜାର ଲୋକ ଥିଲେ।
13 Den tiende, ham i den tiende Måned, var Maharaj fra Netofa af Zeras Slægt, til hans Skifte hørte 24000 Mand.
ଦଶମ ମାସ ନିମନ୍ତେ ଦଶମ ସେନାପତି ସେରହ-ବଂଶଜାତ ନଟୋଫାତୀୟ ମହରୟ ଥିଲା; ଆଉ ତାହାର ପାଳିରେ ଚବିଶ ହଜାର ଲୋକ ଥିଲେ।
14 Den ellevte, ham i den ellevte Måned, var Benaja fra Pir'aton af Efraimiterne; til hans Skifte hørte 24000 Mand.
ଏକାଦଶ ମାସ ନିମନ୍ତେ ଏକାଦଶ ସେନାପତି ଇଫ୍ରୟିମ-ବଂଶଜାତ ପିରୀୟାଥୋନୀୟ ବନାୟ ଥିଲା; ଆଉ ତାହାର ପାଳିରେ ଚବିଶ ହଜାର ଲୋକ ଥିଲେ।
15 Den tolvte, ham i den tolvte Måned, var Heldaj fra Netofa af Otniels Slægt; til hans Skifte hørte 24000 Mand.
ଦ୍ୱାଦଶ ମାସ ନିମନ୍ତେ ଦ୍ୱାଦଶ ସେନାପତି ଅତ୍ନୀୟେଲ-ବଂଶଜାତ ନଟୋଫାତୀୟ ହିଲ୍‍ଦୟ ଥିଲା; ଆଉ ତାହାର ପାଳିରେ ଚବିଶ ହଜାର ଲୋକ ଥିଲେ।
16 I Spidsen for Israels Stammer stod: Som Fyrste for Rubeniterne Eliezer, Zikris Søn; for Simeoniterne Sjefatja, Ma'akas Søn;
ଆହୁରି ଇସ୍ରାଏଲର ବଂଶାଧ୍ୟକ୍ଷଗଣ; ରୁବେନୀୟମାନଙ୍କ ମଧ୍ୟରେ ସିଖ୍ରିର ପୁତ୍ର ଅଧ୍ୟକ୍ଷ ଇଲୀୟେଜର; ଶିମୀୟୋନୀୟମାନଙ୍କ ମଧ୍ୟରେ ମାଖାର ପୁତ୍ର ଶଫଟୀୟ।
17 for Levi Hasjabja, Hemuels Søn, for Aron Zadok;
ଲେବୀ-ବଂଶ ମଧ୍ୟରେ କମୂୟେଲର ପୁତ୍ର ହଶବୀୟ; ହାରୋଣ-ବଂଶ ମଧ୍ୟରେ ସାଦୋକ।
18 for Juda Eliab, en af Davids Brødre; for Issakar Omri, Mikaels Søn;
ଯିହୁଦା ବଂଶ ମଧ୍ୟରେ ଦାଉଦଙ୍କର ଜଣେ ଭ୍ରାତା ଇଲୀହୂ; ଇଷାଖର ବଂଶ ମଧ୍ୟରେ ମୀଖାୟେଲର ପୁତ୍ର ଅମ୍ରି।
19 for Zebulon Jisjmaja, Obadjas Søn; for Naftali Jerimot, Azriels Søn;
ସବୂଲୂନ ବଂଶ ମଧ୍ୟରେ ଓବଦୀୟର ପୁତ୍ର ଯିଶ୍ମୟୀୟ; ନପ୍ତାଲି ବଂଶ ମଧ୍ୟରେ ଅସ୍ରୀୟେଲର ପୁତ୍ର ଯିରେମୋତ୍‍।
20 for Efraimiterne Hosea, Azazjas Søn; for Manasses halve Stamme Joel, Pedajas Søn;
ଇଫ୍ରୟିମ-ସନ୍ତାନଗଣ ମଧ୍ୟରେ ଅସସୀୟର ପୁତ୍ର ହୋଶେୟ; ମନଃଶିର ଅର୍ଦ୍ଧ ବଂଶ ମଧ୍ୟରେ ପଦାୟର ପୁତ୍ର ଯୋୟେଲ।
21 for Manasses anden Halvdel i Gilead Jiddo, Zekarjas Søn; for Benjamin Ja'asiel, Abners Søn;
ଗିଲୀୟଦସ୍ଥ ମନଃଶିର ଅର୍ଦ୍ଧ ବଂଶ ମଧ୍ୟରେ ଜିଖରୀୟର ପୁତ୍ର ଇଦ୍ଦୋ; ବିନ୍ୟାମୀନ୍ ବଂଶ ମଧ୍ୟରେ ଅବ୍‍ନରର ପୁତ୍ର ଯାସୀୟେଲ୍‍।
22 for Dan Azar'el, Jerobams Søn. Det var Israels Stammers Øverster.
ଦାନ୍ ବଂଶ ମଧ୍ୟରେ ଯିରୋହମର ପୁତ୍ର ଅସରେଲ୍‍; ଏମାନେ ଇସ୍ରାଏଲର ବଂଶାଧ୍ୟକ୍ଷ ଥିଲେ।
23 David tog ikke Tal på dem, dervar under tyve År, thi HERREN havde forjættet at ville gøre Israel talrigt som Himmelens Stjerner.
ମାତ୍ର ଦାଉଦ କୋଡ଼ିଏ ବର୍ଷ ଓ ତହିଁରୁ ନ୍ୟୂନ ବୟସ୍କ ଲୋକମାନଙ୍କର ସଂଖ୍ୟା ନେଲେ ନାହିଁ। କାରଣ ସଦାପ୍ରଭୁ ଆକାଶମଣ୍ଡଳର ତାରାଗଣ ତୁଲ୍ୟ ଇସ୍ରାଏଲକୁ ବହୁସଂଖ୍ୟକ କରିବେ ବୋଲି କହିଥିଲେ।
24 Joab, Zerujas Søn, begyndte at tælle dem, men fuldførfe det ikke; thi for den Sags Skyld ramtes Israel af Vrede, og Tallet indførtes ikke i Kong Davids Krønike.
ସରୁୟାର ପୁତ୍ର ଯୋୟାବ ଗଣନା କରିବାକୁ ଆରମ୍ଭ କରିଥିଲା, ମାତ୍ର ସମାପ୍ତ କଲା ନାହିଁ; କାରଣ, ସେହି ଗଣନା ସକାଶୁ ଇସ୍ରାଏଲ ଉପରେ କ୍ରୋଧ ଉପସ୍ଥିତ ହେଲା; ପୁଣି, ସେହି ସଂଖ୍ୟା ଦାଉଦ ରାଜାଙ୍କର ଇତିହାସ ପୁସ୍ତକରେ ଲେଖାଗଲା ନାହିଁ।
25 Over Kongens Skatte havde Azmavet, Adiels Søn, Opsynet, og over Forrådene ude på Landet, i Byerne, Landsbyerne og Fæstningerne Jonatan, Uzzijas Søn;
ଆଉ, ଅଦୀୟେଲର ପୁତ୍ର ଅସ୍ମାବତ୍‍ ରାଜାଙ୍କ କୋଷାଧ୍ୟକ୍ଷ, ପୁଣି, ଉଷୀୟର ପୁତ୍ର ଯୋନାଥନ କ୍ଷେତ୍ର, ନଗର ଓ ଗ୍ରାମ ଓ ଦୁର୍ଗସ୍ଥିତ ଭଣ୍ଡାରସବୁର ଅଧ୍ୟକ୍ଷ ଥିଲା।
26 over Markarbejderne ved Jordens Dyrkning Ezri, Kelubs Søn;
ଆଉ କଲୂବର ପୁତ୍ର ଇଷ୍ରି କୃଷିକର୍ମକାରୀମାନଙ୍କର ଅଧ୍ୟକ୍ଷ ଥିଲା।
27 over Vingårdene Sjim'i fra Rama; over Vinforrådene i Vingårdene Sjifmiten Zabdi;
ରାମାଥୀୟ ଶିମୀୟି ଦ୍ରାକ୍ଷାକ୍ଷେତ୍ରସକଳର ଅଧ୍ୟକ୍ଷ ଓ ଶିଫ୍‍ମୀୟ ସବ୍‍ଦି ଦ୍ରାକ୍ଷାକ୍ଷେତ୍ରୋତ୍ପନ୍ନ ଦ୍ରାକ୍ଷାରସ-ଭଣ୍ଡାରର ଅଧ୍ୟକ୍ଷ ଥିଲା।
28 over Oliventræerne og Morbærfigentræerne i Lavlandet Ba'al-Hanan fra Geder; over Olieforrådene Joasj;
ପୁଣି, ଗାଦେରୀୟ ବାଲ୍‍ହାନନ୍‍ ତଳଭୂମିସ୍ଥିତ ଜୀତବୃକ୍ଷ ଓ ଡିମ୍ବିରି ବୃକ୍ଷସବୁର ଅଧ୍ୟକ୍ଷ ଓ ଯୋୟାଶ୍‍ ତୈଳ-ଭଣ୍ଡାରର ଅଧ୍ୟକ୍ଷ ଥିଲା।
29 over Hornkvæget, der græssede på Saron, Saroniten Sjitraj; over Hornkvæget i Dalene Sjafat, Adlajs Søn;
ଆଉ ଶାରୋଣୀୟ ସିଟ୍ରୟ ଶାରୋଣରେ ଚରିବା ପଶୁପଲର ଅଧ୍ୟକ୍ଷ; ପୁଣି, ଅଦ୍‍ଲୟର ପୁତ୍ର ଶାଫଟ୍‍ ସବୁ ଉପତ୍ୟକାସ୍ଥିତ ପଶୁପଲର ଅଧ୍ୟକ୍ଷ ଥିଲା।
30 over Kamelerne Ismaelitem Obil; over Æslerne Jedeja fra Meronot;
ଇଶ୍ମାୟେଲୀୟ ଓବୀଲ୍‍ ଉଷ୍ଟ୍ରଗଣର ଅଧ୍ୟକ୍ଷ ଓ ମେରୋଣୋଥୀୟ ଯେହଦୀୟ ଗର୍ଦ୍ଦଭୀଗଣର ଅଧ୍ୟକ୍ଷ ଥିଲା।
31 over Småkvæget Hagriten Jaziz. Alle disse var Overopsynsmænd over Kong Davids Ejendele.
ହାଗରୀୟ ଯାଷୀଷ୍‍ ସବୁ ମେଷପଲର ଅଧ୍ୟକ୍ଷ ଥିଲା; ଏସମସ୍ତେ ଦାଉଦ ରାଜାଙ୍କର ସମ୍ପତ୍ତିର ଅଧ୍ୟକ୍ଷ ଥିଲେ।
32 Davids Farbroder Jonatan, en indsigtsfuld og skriffkyndig Mand, var Rådgiver. Jehiel, Hakmonis Søn, opdrog Kongens Sønner.
ଆହୁରି ଦାଉଦଙ୍କର ପିତୃବ୍ୟ ଯୋନାଥନ ମନ୍ତ୍ରୀ ଥିଲା, ସେ ବିଜ୍ଞ ଓ ଲେଖକ। ଆଉ ହକ୍‍ମୋନୀୟର ପୁତ୍ର ଯିହୀୟେଲ ରାଜପୁତ୍ରମାନଙ୍କର ସଙ୍ଗୀ ଥିଲା।
33 Akitofel var Kongens Rådgiver og Arkiten Husjaj Kongens Ven.
ଅହୀଥୋଫଲ ରାଜମନ୍ତ୍ରୀ ଓ ଅର୍କୀୟ ହୂଶୟ ରାଜମିତ୍ର ଥିଲା।
34 Akitofels Eftermand var Jojada, Benajas Søn, og Ebjatar. Joab var Kongens Hærfører.
ଆଉ ଅହୀଥୋଫଲ ଉତ୍ତାରେ ବନାୟର ପୁତ୍ର ଯିହୋୟାଦା ଓ ଅବୀୟାଥର ଥିଲେ; ପୁଣି, ଯୋୟାବ ରାଜାଙ୍କ ସୈନ୍ୟର ଅଧିପତି ଥିଲା।

< Første Krønikebog 27 >