< Ezekiel 48 >

1 A ovo su imena plemenÄa: od krajnjega sjevera put Hetlona prema Ulazu u Hamat i Haser Enon, od damaščanskoga kraja na sjeveru duž Hamata, od istoka do zapada - dio Danov.
ଗୋଷ୍ଠୀବର୍ଗଙ୍କର ଏହି ଏହି ନାମ: ହମାତ୍‍ର ପ୍ରବେଶ ସ୍ଥାନକୁ ଯିବାର ହିତ୍‍ଲୋନର ପଥ ନିକଟସ୍ଥ ଉତ୍ତର ପ୍ରାନ୍ତ ସୀମାଠାରୁ ଦମ୍ମେଶକର ସୀମା ନିକଟସ୍ଥ ହତ୍‍ସର-ଐନନ୍‍, ହମାତ୍‍ ପାର୍ଶ୍ୱସ୍ଥ ଉତ୍ତର ଦିଗ ପର୍ଯ୍ୟନ୍ତ; ଆଉ, ତହିଁର ପୂର୍ବ ଓ ପଶ୍ଚିମ ସୀମା ହେବ; ଦାନ୍, ଏକ ଅଂଶ।
2 Uz područje Danovo, od istoka do zapada - dio Ašerov.
ଆଉ, ଦାନ୍‍ର ସୀମା ନିକଟରେ ପୂର୍ବଠାରୁ ପଶ୍ଚିମ ସୀମା ପର୍ଯ୍ୟନ୍ତ; ଆଶେର, ଏକ ଅଂଶ।
3 Uz područje Ašerovo, od istoka do zapada - dio Naftalijev.
ପୁଣି, ଆଶେରର ସୀମା ନିକଟରେ ପୂର୍ବଠାରୁ ପଶ୍ଚିମ ସୀମା ପର୍ଯ୍ୟନ୍ତ; ନପ୍ତାଲି, ଏକ ଅଂଶ
4 Uz područje Naftalijevo, od istoka do zapada - dio Manašeov.
ଓ ନପ୍ତାଲିର ସୀମା ନିକଟରେ ପୂର୍ବଠାରୁ ପଶ୍ଚିମ ସୀମା ପର୍ଯ୍ୟନ୍ତ; ମନଃଶି, ଏକ ଅଂଶ।
5 Uz područje Manašeovo, od istoka do zapada - dio Efrajimov.
ଆଉ, ମନଃଶିର ସୀମା ନିକଟରେ ପୂର୍ବଠାରୁ ପଶ୍ଚିମ ସୀମା ପର୍ଯ୍ୟନ୍ତ; ଇଫ୍ରୟିମ, ଏକ ଅଂଶ।
6 Uz područje Efrajimovo, od istoka do zapada - dio Rubenov.
ଇଫ୍ରୟିମର ସୀମା ନିକଟରେ ପୂର୍ବଠାରୁ ପଶ୍ଚିମ ସୀମା ପର୍ଯ୍ୟନ୍ତ; ରୁବେନ୍‍, ଏକ ଅଂଶ।
7 Uz područje Rubenovo, od istoka do zapada - dio Judin.
ଆଉ, ରୁବେନ୍‍ର ସୀମା ନିକଟରେ ପୂର୍ବଠାରୁ ପଶ୍ଚିମ ସୀମା ପର୍ଯ୍ୟନ୍ତ; ଯିହୁଦା, ଏକ ଅଂଶ।
8 Uz područje Judino, od istoka do zapada neka bude pridržano područje koje ćete Jahvi prinijeti: dvadeset i pet tisuća lakata u širinu, a u dužinu kao svaki drugi dio, od istoka do zapada. U sredini neka bude Svetište.
ପୁଣି, ଯିହୁଦାର ସୀମା ନିକଟରେ ପୂର୍ବଠାରୁ ପଶ୍ଚିମ ସୀମା ପର୍ଯ୍ୟନ୍ତ ତୁମ୍ଭମାନଙ୍କର ଦତ୍ତ ଉପହାର ଭୂମି ରହିବ, ତାହା ପ୍ରସ୍ଥରେ ପଚିଶ ହଜାର ଦଣ୍ଡ ଓ ପୂର୍ବଠାରୁ ପଶ୍ଚିମ ସୀମା ପର୍ଯ୍ୟନ୍ତ ଦୀର୍ଘତାରେ ଅନ୍ୟାନ୍ୟ ଅଂଶର ସମାନ ହେବ; ପୁଣି, ତହିଁର ମଧ୍ୟସ୍ଥାନରେ ଧର୍ମଧାମ ହେବ।
9 To pridržano područje koje ćete Jahvi prinijeti neka bude dugačko dvadeset i pet tisuća lakata, široko deset tisuća.
ତୁମ୍ଭେମାନେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଯେଉଁ ଉପହାର ଭୂମି ନିବେଦନ କରିବ, ତାହା ଦୀର୍ଘରେ ପଚିଶ ହଜାର ଓ ପ୍ରସ୍ଥରେ ଦଶ ହଜାର ନଳ ହେବ।
10 To sveto, prineseno područje za svećenike neka bude na sjeveru dvadeset i pet tisuća lakata; prema zapadu široko deset tisuća, prema istoku široko deset tisuća; prema jugu dugačko dvadeset i pet tisuća. U sredini neka bude Jahvino Svetište.
ସେହି ପବିତ୍ର ଉପହାର ଭୂମି ଏମାନଙ୍କ ପାଇଁ, ଅର୍ଥାତ୍‍, ଯାଜକମାନଙ୍କ ପାଇଁ ହେବ; ତାହା ଉତ୍ତର ଆଡ଼େ ପଚିଶ ହଜାର ନଳ ଦୀର୍ଘ ଓ ପଶ୍ଚିମ ଆଡ଼େ ଦଶ ହଜାର ନଳ ପ୍ରସ୍ଥ, ପୂର୍ବ ଆଡ଼େ ଦଶ ହଜାର ନଳ ପ୍ରସ୍ଥ ଓ ଦକ୍ଷିଣ ଆଡ଼େ ପଚିଶ ହଜାର ନଳ ଦୀର୍ଘ ହେବ; ତହିଁର ମଧ୍ୟସ୍ଥାନରେ ସଦାପ୍ରଭୁଙ୍କର ଧର୍ମଧାମ ହେବ।
11 A posvećenim svećenicima, potomcima Sadokovim, koji su mi vjerno služili i nisu, kao leviti, zastranili kad su ono zastranili sinovi Izraelovi:
ତାହା ସାଦୋକର ସନ୍ତାନଗଣ ମଧ୍ୟରୁ ପବିତ୍ରୀକୃତ ଯାଜକମାନଙ୍କ ନିମନ୍ତେ ହେବ, ସେମାନେ ଆମ୍ଭର ରକ୍ଷଣୀୟ ରକ୍ଷା କରିଅଛନ୍ତି; ଇସ୍ରାଏଲର ସନ୍ତାନଗଣ ବିପଥଗାମୀ ହେବା ସମୟରେ ଲେବୀୟମାନେ ଯେପରି ବିପଥଗାମୀ ହେଲେ, ସେମାନେ ସେହିପରି ବିପଥଗାମୀ ହେଲେ ନାହିଁ।
12 njima će pripasti dio od toga najsvetijeg područja zemlje, uz područje levitsko.
ଲେବୀୟମାନଙ୍କ ସୀମା ନିକଟସ୍ଥ ଦେଶର ଉପହାର ଭୂମିରୁ ସେମାନେ ଉପହାର ଭୂମି ପାଇବେ, ତାହା ମହାପବିତ୍ର ହେବ।
13 A levitima, baš kao i području svećeničkom: dvadeset i pet tisuća lakata u dužinu i deset tisuća lakata u širinu - ukupno dvadeset i pet tisuća lakata u dužinu, deset tisuća u širinu.
ଆଉ, ଯାଜକମାନଙ୍କର ସୀମାନୁସାରେ, ଲେବୀୟମାନେ ପଚିଶ ହଜାର ନଳ ଦୀର୍ଘ ଓ ଦଶ ହଜାର ନଳ ପ୍ରସ୍ଥ ଭୂମି ପାଇବେ; ସମୁଦାୟ ଭୂମିର ଦୀର୍ଘତା ପଚିଶ ହଜାର ଓ ପ୍ରସ୍ଥ ଦଶ ହଜାର ନଳ ହେବ।
14 Od toga se ništa ne smije prodati ni zamijeniti; ne smije se ni na koga prenijeti ta prvina zemlje, jer je Jahvi posvećena.
ପୁଣି, ସେମାନେ ସେହି ଭୂମିରୁ କିଛି ବିକ୍ରୟ କରିବେ ନାହିଁ; କିଅବା ତାହା ପରିବର୍ତ୍ତନ କରିବେ ନାହିଁ, ଅଥବା ଦେଶର ପ୍ରଥମଜାତ ଫଳ ହସ୍ତାନ୍ତରିତ ହେବ ନାହିଁ; କାରଣ ତାହା ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ପବିତ୍ର ଅଟେ।
15 Pet tisuća lakata u širinu, što ostane od onih dvadeset i pet tisuća, neka bude opće područje: za grad, za naselje i za čistinu. Grad neka bude u sredini.
ଆଉ, ପଚିଶ ହଜାର ନଳ ଭୂମିର ସମ୍ମୁଖରେ ପ୍ରସ୍ଥ ପରିମାଣରେ ଯେଉଁ ପାଞ୍ଚ ହଜାର ନଳ ଅବଶିଷ୍ଟ ରହେ, ତାହା ସାଧାରଣ ବ୍ୟବହାର, ନଗର, ବସତି ସ୍ଥାନ ଓ ତଳଭୂମି ନିମନ୍ତେ ରହିବ ଓ ନଗର ତହିଁ ମଧ୍ୟସ୍ଥାନରେ ହେବ।
16 Evo mjerÄa: sa sjevera četiri tisuće i pet stotina lakata; s juga četiri tisuće i pet stotina; s istoka četiri tisuće i pet stotina; sa zapada četiri tisuće i pet stotina.
ପୁଣି, ତହିଁର ପରିମାଣ ଏହିରୂପ ହେବ; ଉତ୍ତର ସୀମା ଚାରି ହଜାର ପାଞ୍ଚ ଶହ ନଳ, ଦକ୍ଷିଣ ସୀମା ଚାରି ହଜାର ପାଞ୍ଚ ଶହ, ପୂର୍ବ ସୀମା ଚାରି ହଜାର ପାଞ୍ଚ ଶହ ଓ ପଶ୍ଚିମ ସୀମା ଚାରି ହଜାର ପାଞ୍ଚ ଶହ ନଳ ହେବ।
17 A čistina oko grada: dvije stotine i pedeset lakata prema sjeveru, dvije stotine i pedeset prema jugu, dvije stotine i pedeset prema istoku, dvije stotine i pedeset prema zapadu.
ଆଉ, ନଗରର ତଳଭୂମି ରହିବ; ଉତ୍ତର ଆଡ଼େ ଦୁଇ ଶହ ପଚାଶ ନଳ, ଦକ୍ଷିଣ ଆଡ଼େ ଦୁଇ ଶହ ପଚାଶ, ପୂର୍ବ ଆଡ଼େ ଦୁଇ ଶହ ପଚାଶ ଓ ପଶ୍ଚିମ ଆଡ଼େ ଦୁଇ ଶହ ପଚାଶ ନଳ ଭୂମି ରହିବ।
18 Što ostane u dužinu, duž svetoga područja - deset tisuća lakata prema istoku i deset tisuća prema zapadu, duž svetoga područja - to neka bude za uzdržavanje onih koji služe gradu.
ପୁଣି, ପବିତ୍ର ଉପହାର ଭୂମି ଦୀର୍ଘତାନୁସାରେ ଯେଉଁ ଅବଶିଷ୍ଟ ଭୂମି, ତାହା ପୂର୍ବ ପ୍ରତି ଦଶ ହଜାର; ପଶ୍ଚିମ ପ୍ରତି ଦଶ ହଜାର ନଳ ହେବ ଓ ତାହା ପବିତ୍ର ଉପହାର ଭୂମିର ସମ୍ମୁଖବର୍ତ୍ତୀ ହେବ ଓ ତଦ୍ୟୁତ୍ପନ୍ନ ଦ୍ରବ୍ୟ ନଗରର ପରିଶ୍ରମକାରୀମାନଙ୍କ ଭକ୍ଷ୍ୟ ନିମନ୍ତେ ହେବ।
19 Ti koji služe gradu uzimat će se iz svih plemena Izraelovih.
ଆଉ, ଇସ୍ରାଏଲର ଯାବତୀୟ ଗୋଷ୍ଠୀ ମଧ୍ୟରୁ ନଗରରେ ଶ୍ରମକାରୀମାନେ ତାହା କୃଷି କରିବେ।
20 Sve, dakle, pridržano područje - dvadeset i pet tisuća lakata sa dvadeset i pet tisuća, u četverokut - prinijet ćete Jahvi: i sveto područje i posjed gradski.
ସମୁଦାୟ ଉପହାର ଭୂମି ପଚିଶ ହଜାର ନଳ ଦୀର୍ଘ ଓ ପଚିଶ ହଜାର ନଳ ପ୍ରସ୍ଥ ହେବ; ତୁମ୍ଭେମାନେ ନଗର ଅଧିକାର ସହିତ ଚତୁଃଷ୍କୋଣ ପବିତ୍ର ଉପହାର ଭୂମି ନିବେଦନ କରିବ।
21 Knezu pripada što preostane: s obje strane svetoga područja i posjeda gradskoga - prema istoku dvadeset i pet tisuća lakata, prema istočnoj strani, i prema zapadu dvadeset i pet tisuća lakata, prema zapadnoj strani, usporedo s drugim područjima - sve je to kneževo. A u sredini je sveto područje i Svetište Doma.
ପୁଣି, ପବିତ୍ର ଉପହାର ଭୂମିର ଓ ନଗର ଅଧିକାରର ଏପାଖରେ ଓ ସେପାଖରେ ଅବଶିଷ୍ଟ ଭୂମି ଅଧିପତିଙ୍କର ହେବ; ଅର୍ଥାତ୍‍, ଅନ୍ୟାନ୍ୟ ଅଂଶର ଅନୁସାରେ ପୂର୍ବ ସୀମା ଆଡ଼େ ପଚିଶ ହଜାର ନଳ ପରିମିତ ଉପହାର ଭୂମିର ସମ୍ମୁଖସ୍ଥ ଭୂମି ଓ ପଶ୍ଚିମ ଦିଗରେ ପଶ୍ଚିମ ଆଡ଼େ ପଚିଶ ହଜାର ନଳ ପରିମିତ ଭୂମିର ସମ୍ମୁଖସ୍ଥ ଭୂମି ଅଧିପତିଙ୍କର ହେବ; ଆଉ, ପବିତ୍ର ଉପହାର ଭୂମି ଓ ଗୃହର ପବିତ୍ର ସ୍ଥାନ ତହିଁର ମଧ୍ୟସ୍ଥିତ ହେବ।
22 Od levitskoga posjeda i od posjeda gradskoga - koje je usred kneževa - i između Judina i Benjaminova područja: kneževo je.
ଆହୁରି, ଅଧିପତିଙ୍କ ଅଂଶ ମଧ୍ୟସ୍ଥିତ ଲେବୀୟମାନଙ୍କ ଅଧିକାରର ସୀମା ଓ ନଗର ଅଧିକାରର ସୀମାଠାରୁ (ଯେଉଁ ଭୂମି) ଯିହୁଦା ଓ ବିନ୍ୟାମୀନ୍‍ର ସୀମାର ମଧ୍ୟବର୍ତ୍ତୀ ଅଛି, ତାହା ଅଧିପତିଙ୍କ ପାଇଁ ହେବ।
23 Ostala plemena: od istoka do zapada - dio Benjaminov.
ଅବଶିଷ୍ଟ ଗୋଷ୍ଠୀମାନଙ୍କ ବିଷୟ: ପୂର୍ବ ସୀମାରୁ ପଶ୍ଚିମ ସୀମା ପର୍ଯ୍ୟନ୍ତ; ବିନ୍ୟାମୀନ୍‍ର ଏକ ଅଂଶ।
24 Uz područje Benjaminovo, od istoka do zapada - dio Šimunov.
ବିନ୍ୟାମୀନ୍‍ର ସୀମା ନିକଟସ୍ଥ ପୂର୍ବ ସୀମାରୁ ପଶ୍ଚିମ ସୀମା ପର୍ଯ୍ୟନ୍ତ; ଶିମୀୟୋନର ଏକ ଅଂଶ
25 uz područje Šimunovo, od istoka do zapada - dio Jisakarov.
ପୁଣି, ଶିମୀୟୋନର ସୀମା ନିକଟସ୍ଥ ପୂର୍ବ ସୀମାରୁ ପଶ୍ଚିମ ସୀମା ପର୍ଯ୍ୟନ୍ତ; ଇଷାଖରର ଏକ ଅଂଶ।
26 Uz područje Jisakarovo, od istoka do zapada - dio Zebulunov.
ଆଉ, ଇଷାଖରର ସୀମା ନିକଟସ୍ଥ ପୂର୍ବ ସୀମାରୁ ପଶ୍ଚିମ ସୀମା ପର୍ଯ୍ୟନ୍ତ; ସବୂଲୂନର ଏକ ଅଂଶ।
27 Uz područje Zebulunovo, od istoka do zapada - dio Gadov.
ସବୂଲୂନର ସୀମା ନିକଟସ୍ଥ ପୂର୍ବ ସୀମାରୁ ପଶ୍ଚିମ ସୀମା ପର୍ଯ୍ୟନ୍ତ; ଗାଦ୍‍ର ଏକ ଅଂଶ।
28 Uz područje Gadovo, na južnoj strani, prema jugu, ide granica od Tamara do Meripskih voda i Kadeša, pa potokom prema Velikome moru.
ପୁଣି, ଗାଦ୍‍ର ସୀମା ନିକଟସ୍ଥ ଦକ୍ଷିଣ ଆଡ଼େ ଦକ୍ଷିଣ ସୀମା ନିକଟରେ ତାମରଠାରୁ ମରୀବତ୍‍-କାଦେଶସ୍ଥ ଜଳ ପର୍ଯ୍ୟନ୍ତ, ଅର୍ଥାତ୍‍, ମିସରର ନଦୀ ଓ ମହାସମୁଦ୍ର ପର୍ଯ୍ୟନ୍ତ (ଦେଶର) ସୀମା ହେବ।
29 To je zemlja koju ćete ždrijebom razdijeliti u baštinu plemenima Izraelovim, to su njihovi dijelovi - riječ je Jahve Gospoda.
ତୁମ୍ଭେମାନେ ଇସ୍ରାଏଲ ଗୋଷ୍ଠୀଗଣର ଉତ୍ତରାଧିକାର ନିମନ୍ତେ ଯେଉଁ ଦେଶ ଗୁଲିବାଣ୍ଟ ଦ୍ୱାରା ବିଭାଗ କରିବ, ତାହା ଏହି ଓ ଏହିସବୁ ସେମାନଙ୍କର ଭିନ୍ନ ଭିନ୍ନ ଅଂଶ ହେବ, ଏହା ପ୍ରଭୁ, ସଦାପ୍ରଭୁ କହନ୍ତି।
30 [30a] A ovo su gradska vrata
ଆଉ, ଏହିସବୁ ନଗରର ନିର୍ଗମନ ସ୍ଥାନ ହେବ; ଉତ୍ତର ଆଡ଼େ ଚାରି ହଜାର ପାଞ୍ଚ ଶହ ଦଣ୍ଡ ପରିମିତ ଭୂମି
31 [31a] koja će se zvati po Izraelovim plemenima. [30b] Na sjevernoj strani - četiri tisuće i pet stotina lakata u dužinu - [31b] troja vrata: Vrata Rubenova, Vrata Judina, Vrata Levijeva.
ଓ ନଗରର ଦ୍ୱାରସକଳ ଇସ୍ରାଏଲ ଗୋଷ୍ଠୀଗଣର ନାମାନୁସାରେ ହେବ; ଉତ୍ତର ଆଡ଼େ ତିନି ଦ୍ୱାର ହେବ; ଅର୍ଥାତ୍‍, ରୁବେନ୍‍ର ଏକ ଦ୍ୱାର; ଯିହୁଦାର ଏକ ଦ୍ୱାର; ଲେବୀର ଏକ ଦ୍ୱାର;
32 Na istočnoj strani - četiri tisuće i pet stotina lakata u dužinu - troja vrata: Vrata Josipova, Vrata Benjaminova, Vrata Danova.
ପୁଣି, ପୂର୍ବ ଆଡ଼େ ଚାରି ହଜାର ପାଞ୍ଚ ଶହ ଦଣ୍ଡ ଭୂମି ଓ ତିନି ଦ୍ୱାର ହେବ; ଅର୍ଥାତ୍‍, ଯୋଷେଫର ଏକ ଦ୍ୱାର, ବିନ୍ୟାମୀନ୍‍ର ଏକ ଦ୍ୱାର, ଦାନ୍‍ର ଏକ ଦ୍ୱାର;
33 Na južnoj strani - četiri tisuće i pet stotina lakata u dužinu - troja vrata: Vrata Šimunova, Vrata Jisakarova, Vrata Zebulunova.
ଆଉ, ଦକ୍ଷିଣ ଆଡ଼େ ଚାରି ହଜାର ପାଞ୍ଚ ଶହ ଦଣ୍ଡ ପରିମିତ ଭୂମି ଓ ତିନି ଦ୍ୱାର ହେବ; ଶିମୀୟୋନର ଏକ ଦ୍ୱାର; ଇଷାଖରର ଏକ ଦ୍ୱାର; ସବୂଲୂନର ଏକ ଦ୍ୱାର;
34 Sa zapadne strane - četiri tisuće i pet stotina lakata u dužinu - troja vrata: Vrata Gadova, Vrata Ašerova, Vrata Naftalijeva.
ପଶ୍ଚିମ ଆଡ଼େ ଚାରି ହଜାର ପାଞ୍ଚ ଶହ ଦଣ୍ଡ ଭୂମି ଓ ତିନି ଦ୍ୱାର ହେବ; ଗାଦ୍‍ର ଏକ ଦ୍ୱାର; ଆଶେରର ଏକ ଦ୍ୱାର; ନପ୍ତାଲିର ଏକ ଦ୍ୱାର ହେବ।
35 Sve uokolo: osamnaest tisuća lakata. A ime će gradu unapredak biti: 'Jahve je ovdje.'”
ଚତୁର୍ଦ୍ଦିଗ ଅଠର ହଜାର ଦଣ୍ଡ ପରିମିତ ହେବ, ଆଉ ‘ସଦାପ୍ରଭୁ ତହିଁ ବିଦ୍ୟମାନ,’ ସେହି ଦିନଠାରୁ ନଗରର ଏହି ନାମ ହେବ।”

< Ezekiel 48 >