< 1 Khokhuen 15 >

1 Amah ham im te David khopuei ah a sak. Pathen thingkawng ham hmuen a saelh tih te ham te dap a tuk pah.
ଆହୁରି ଦାଉଦ ଆପଣା ପାଇଁ ଦାଉଦ ନଗରେ ଅନେକ ଗୃହ ନିର୍ମାଣ କଲେ; ଆଉ ପରମେଶ୍ୱରଙ୍କ ସିନ୍ଦୁକ ପାଇଁ ଏକ ସ୍ଥାନ ପ୍ରସ୍ତୁତ କରି ତହିଁ ପାଇଁ ଏକ ତମ୍ବୁ ସ୍ଥାପନ କଲେ।
2 David loh, “Levi bueng pawt atah Pathen kah thingkawng te koh ham moenih. Amih tah BOEIPA kah thingkawng aka kawt ham neh kumhal due amah taengah aka thotat ham BOEIPA loh a coelh coeng,” a ti.
ସେହି ସମୟରେ ଦାଉଦ କହିଲେ, “ଲେବୀୟମାନଙ୍କ ଛଡ଼ା ଆଉ କେହି ପରମେଶ୍ୱରଙ୍କ ସିନ୍ଦୁକ ବୋହିବା କର୍ତ୍ତବ୍ୟ ନୁହେଁ; କାରଣ ପରମେଶ୍ୱରଙ୍କ ସିନ୍ଦୁକ ବୋହିବା ପାଇଁ ଓ ଚିରକାଳ ତାହାଙ୍କର ପରିଚର୍ଯ୍ୟା କରିବା ପାଇଁ ସଦାପ୍ରଭୁ ସେମାନଙ୍କୁ ମନୋନୀତ କରିଅଛନ୍ତି।”
3 Te phoeiah BOEIPA thingkawng te a saelh pah a hmuen la khuen ham David loh Israel pum te Jerusalem ah a tingtun sak.
ଏଉତ୍ତାରେ ସଦାପ୍ରଭୁଙ୍କ ସିନ୍ଦୁକ ନିମନ୍ତେ ଦାଉଦ ଯେଉଁ ସ୍ଥାନ ପ୍ରସ୍ତୁତ କରିଥିଲେ, ସେହି ସ୍ଥାନକୁ ତାହା ଆଣିବା ପାଇଁ ସେ ସମସ୍ତ ଇସ୍ରାଏଲକୁ ଯିରୂଶାଲମରେ ଏକତ୍ର କଲେ।
4 Te vaengah David loh Aaron neh Levi koca te a coi.
ଆଉ ଦାଉଦ ହାରୋଣ-ସନ୍ତାନଗଣକୁ ଓ ଲେବୀୟମାନଙ୍କୁ ଏକତ୍ର କଲେ।
5 Kohath koca lamloh mangpa Uriel neh a manuca he ya pakul.
କହାତ-ସନ୍ତାନଗଣ ମଧ୍ୟରେ ଊରୀୟେଲ ପ୍ରଧାନ ଓ ତାହାର ଭ୍ରାତୃଗଣ ଏକ ଶହ କୋଡ଼ିଏ ଜଣ;
6 Merari koca lamloh mangpa Asaiah neh a manuca yahnih pakul.
ମରାରି-ସନ୍ତାନଗଣ ମଧ୍ୟରେ ଅସାୟ ପ୍ରଧାନ ଓ ତାହାର ଭ୍ରାତୃଗଣ ଦୁଇ ଶହ କୋଡ଼ିଏ ଜଣ;
7 Gershom koca lamloh mangpa Joel neh a manuca ya sawmthum.
ଗେର୍ଶୋମ-ସନ୍ତାନଗଣ ମଧ୍ୟରେ ଯୋୟେଲ ପ୍ରଧାନ ଓ ତାହାର ଭ୍ରାତୃଗଣ ଏକ ଶହ ତିରିଶ ଜଣ;
8 Elizaphan koca lamloh mangpa Shemaiah neh a manuca yahnih.
ଇଲୀଶାଫନ୍‍-ସନ୍ତାନଗଣ ମଧ୍ୟରେ ଶମୟୀୟ ପ୍ରଧାନ ଓ ତାହାର ଭ୍ରାତୃଗଣ ଦୁଇ ଶହ ଜଣ;
9 Hebron koca lamloh mangpa Eliel neh a manuca sawmrhet.
ହିବ୍ରୋଣ-ସନ୍ତାନଗଣ ମଧ୍ୟରେ ଇଲୀୟେଲ୍‍ ପ୍ରଧାନ ଓ ତାହାର ଭ୍ରାତୃଗଣ ଅଶୀ ଜଣ;
10 Uzziel koca lamloh mangpa Amminadab neh a manuca ya hlai nit.
ଉଷୀୟେଲ-ସନ୍ତାନଗଣ ମଧ୍ୟରେ ଅମ୍ମୀନାଦବ ପ୍ରଧାନ ଓ ତାହାର ଭ୍ରାତୃଗଣ ଏକ ଶହ ବାର ଜଣ।
11 David loh khosoih Zadok neh Abiathar te khaw, Levi, Uriel, Asaiah, Joel, Shemaiah, Eliel, Amminadab te khaw a khue.
ପୁଣି, ଦାଉଦ ସାଦୋକ ଓ ଅବୀୟାଥର ଯାଜକମାନଙ୍କୁ ଓ ଲେବୀୟମାନଙ୍କୁ, ଊରୀୟେଲକୁ, ଅସାୟକୁ ଓ ଯୋୟେଲକୁ, ଶମୟୀୟକୁ ଓ ଇଲୀୟେଲ୍‍କୁ ଓ ଅମ୍ମୀନାଦବକୁ ଡାକି କହିଲେ,
12 Te vaengah amih te, “Nangmih tah Levi napa rhoek kah a lu rhoek ni. Namamih neh na manuca rhoek khaw ciim uh lamtah Israel Pathen BOEIPA kah thingkawng te ka saelh nah la khuen uh.
“ତୁମ୍ଭେମାନେ ଲେବୀୟମାନଙ୍କ ପିତୃବଂଶର ପ୍ରଧାନ; ମୁଁ ଇସ୍ରାଏଲର ପରମେଶ୍ୱର ସଦାପ୍ରଭୁଙ୍କ ସିନ୍ଦୁକ ନିମନ୍ତେ ଯେଉଁ ସ୍ଥାନ ପ୍ରସ୍ତୁତ କରିଅଛି, ସେହି ସ୍ଥାନକୁ ତାହା ଆଣିବା ପାଇଁ ତୁମ୍ଭେମାନେ ଓ ତୁମ୍ଭମାନଙ୍କ ଭ୍ରାତୃଗଣ ଉଭୟ ଆପଣାମାନଙ୍କୁ ପବିତ୍ର କର।”
13 Balae tih lamhma vaengah na om uh pawh. Laitloeknah bangla amah te n'toem uh pawt dongah mamih kah Pathen BOEIPA tah mamih taeng lamloh pung coeng,” a ti nah.
କାରଣ ପ୍ରଥମ ଥର ତୁମ୍ଭେମାନେ ତାହା ନ ବୋହିବାରୁ ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ୱର ଆମ୍ଭମାନଙ୍କୁ ଆକ୍ରମଣ କଲେ, ଯେଣୁ ଆମ୍ଭେମାନେ ବିଧିମତେ ତାହାଙ୍କର ଅନ୍ୱେଷଣ ନ କଲୁ।
14 Te dongah Israel Pathen BOEIPA kah thingkawng koh ham te khosoih rhoek neh Levi rhoek tah ciim uh.
ତହୁଁ ଯାଜକମାନେ ଓ ଲେବୀୟମାନେ ଇସ୍ରାଏଲର ପରମେଶ୍ୱର ସଦାପ୍ରଭୁଙ୍କ ସିନ୍ଦୁକ ଆଣିବା ନିମନ୍ତେ ଆପଣାମାନଙ୍କୁ ପବିତ୍ର କଲେ।
15 Te dongah Pathen thingkawng te Moses kah a uen bangla BOEIPA ol dongah Levi koca rhoek loh a laengpang dongah a hnokohcung neh a koh uh.
ପୁଣି, ସଦାପ୍ରଭୁଙ୍କ ବାକ୍ୟ ପ୍ରମାଣେ ମୋଶା ଯେପରି ଆଜ୍ଞା କରିଥିଲେ, ତଦନୁସାରେ ଲେବୀୟ ସନ୍ତାନମାନେ ପରମେଶ୍ୱରଙ୍କ ସିନ୍ଦୁକକୁ ତହିଁର ସାଙ୍ଗୀ ଦ୍ୱାରା ଆପଣା ଆପଣା କାନ୍ଧରେ ବୋହିଲେ।
16 David loh Levi mangpa rhoek taengah amah boeinaphung te lumlaa kah a tumbael neh thangpa neh, rhotoeng neh tlaklak neh aka hlai khaw, kohoenah ol neh pomsang ham aka yaak sak khaw a pai sak ham te a thui pah.
ଆଉ ଦାଉଦ ଲେବୀୟମାନଙ୍କର ପ୍ରଧାନବର୍ଗଙ୍କୁ କହିଲେ, ତୁମ୍ଭେମାନେ ଆପଣାମାନଙ୍କ ଗାୟକ ଭ୍ରାତୃଗଣକୁ ନେବଲ ଓ ବୀଣା ଓ କରତାଳ, ବାଦ୍ୟଯନ୍ତ୍ର ନେଇ ଉଚ୍ଚସ୍ୱରରେ ଆନନ୍ଦଧ୍ୱନି କରିବା ପାଇଁ ନିଯୁକ୍ତ କର।
17 Te dongah Levi rhoek loh Joel capa Heman neh a manuca khui lamkah Berekiah capa Asaph, a manuca Merari koca lamkah Kushaiah capa Ethan a tuek uh.
ତହିଁରେ ଲେବୀୟମାନେ ଯୋୟେଲର ପୁତ୍ର ହେମନକୁ ନିଯୁକ୍ତ କଲେ, ତାହାର ଭ୍ରାତୃଗଣ ମଧ୍ୟରୁ ବେରିଖୀୟର ପୁତ୍ର ଆସଫକୁ ଓ ସେମାନଙ୍କ ଭ୍ରାତୃଗଣ ମରାରି-ସନ୍ତାନମାନଙ୍କ ମଧ୍ୟରୁ କୁଶାୟାର ପୁତ୍ର ଏଥନ୍‍କୁ;
18 Amih neh a manuca rhoek hmatoeng ah Zekhariah koca, Jaaziel, Shemiramoth, Jehiel, Unni, Eliab, Benaiah, Maaseiah, Mattithiah, Elipheleh, Mikneiah, Obededom neh thoh tawt Jeiel.
ଆଉ ସେମାନଙ୍କ ସଙ୍ଗେ ସେମାନଙ୍କ ଦ୍ୱିତୀୟ ପଦସ୍ଥ ଭ୍ରାତୃଗଣକୁ, ଅର୍ଥାତ୍‍, ଜିଖରୀୟକୁ, ବେନ୍‍କୁ, ଯାସୀୟେଲକୁ, ଶମୀରାମୋତ୍‍‍କୁ, ଯିହୀୟେଲକୁ, ଉନ୍ନିକୁ, ଇଲୀୟାବ୍‍କୁ, ବନାୟକୁ, ମାସେୟକୁ, ମତ୍ତଥୀୟକୁ, ଇଲୀଫଲେହୁକୁ, ମିକ୍‍ନେୟକୁ, ଦ୍ୱାରପାଳ ଓବେଦ୍‍-ଇଦୋମକୁ ଓ ଯିୟୀୟେଲ୍‍କୁ ନିଯୁକ୍ତ କଲେ।
19 Laa neh aka hlai Heman, Asaph neh Ethan loh rhohum tlaklak neh a yaak sak.
ଏହିରୂପେ ହେମନ, ଆସଫ ଓ ଏଥନ୍‍ ଗାୟକମାନେ ପିତ୍ତଳର କରତାଳ ନେଇ ଉଚ୍ଚଧ୍ୱନି କରିବା ପାଇଁ;
20 Zekhariah, Aziel, Shemiramoth, Jehiel, Unni, Eliab, Maaseiah, Benaiah loh Alamoth thangpa neh.
ଆଉ ଜିଖରୀୟ, ଅସୀୟେଲ, ଶମୀରାମୋତ୍‍, ଯିହୀୟେଲ, ଉନ୍ନି, ଇଲୀୟାବ୍‍, ମାସେୟ ଓ ବନାୟ ନେବଲ ନେଇ ଅଲାମୋତ୍‍ ସ୍ୱର ବଜାଇବା ପାଇଁ;
21 Rhotoeng neh parhet bangla aka mawt, Mattithiah, Elipheleh, Mikneiah, Obededom, Jeiel, Azaziah.
ପୁଣି, ମତ୍ତଥୀୟ, ଇଲୀଫଲେହୁ, ମିକ୍‍ନେୟ, ଓବେଦ୍‍-ଇଦୋମ, ଯିୟୀୟେଲ୍‍ ଓ ଅସସୀୟ ବୀଣା ବଜାଇ ଶିମିନୀତ୍‍ ସ୍ୱରରେ ଆରମ୍ଭ କରିବା ପାଇଁ ନିଯୁକ୍ତ ହେଲେ।
22 Amah loh a yakming dongah olrhuh neh aka toel Levi kah olrhuh mangpa Kenaniah.
ପୁଣି, ଲେବୀୟମାନଙ୍କର ପ୍ରଧାନ କନନୀୟ ଗାନ ବିଷୟରେ ନିଯୁକ୍ତ ହେଲା, ସେ ନିପୁଣ ଥିବାରୁ ଗାନ ଶିଖାଇଲା।
23 Thingkawng hamla thoh tawt Berekiah neh Elkanah.
ଆଉ ବେରିଖୀୟ ଓ ଇଲ୍‍କାନା ସିନ୍ଦୁକର ଦ୍ୱାରରକ୍ଷକ ହେଲେ।
24 Pathen thingkawng hmai ah olueng aka ueng khosoih Shebaniah, Joshaphat, Nethanel, Amasai, Zekhariah, Benaiah neh Eliezer. Thingkawng ham thoh tawt te Obededom neh Jehiah.
ପୁଣି, ଶବନୀୟ, ଯୋଶାଫଟ୍‍, ନଥନେଲ, ଅମାସୟ, ଜିଖରୀୟ, ବନାୟ ଓ ଇଲୀୟେଜର ଯାଜକମାନେ ପରମେଶ୍ୱରଙ୍କ ସିନ୍ଦୁକ ସମ୍ମୁଖରେ ତୂରୀ ବଜାଇଲେ; ଆଉ ଓବେଦ୍‍-ଇଦୋମ ଓ ଯିହୀୟ ସିନ୍ଦୁକର ଦ୍ୱାରରକ୍ଷକ ହେଲେ।
25 Te phoeiah David khaw, Israel kah a hamca rhoek khaw, mangpa thawngkhat khaw, Obededom im lamkah BOEIPA kah paipi thingkawng te kohoenah neh khuen hamla cet uh.
ତହୁଁ ଦାଉଦ ଓ ଇସ୍ରାଏଲର ପ୍ରାଚୀନବର୍ଗ ଓ ସହସ୍ରପତିମାନେ ଓବେଦ୍‍-ଇଦୋମର ଗୃହରୁ ଆନନ୍ଦପୂର୍ବକ ସଦାପ୍ରଭୁଙ୍କ ନିୟମ-ସିନ୍ଦୁକ ଆଣିବାକୁ ଗଲେ;
26 Pathen loh BOEIPA kah paipi thingkawng aka kawt Levi rhoek te a bom. Te dongah vaito pumrhih neh tutal pumrih a nawn uh.
ପୁଣି, ଯେଉଁ ଲେବୀୟମାନେ ସଦାପ୍ରଭୁଙ୍କ ନିୟମ-ସିନ୍ଦୁକ ବହିଲେ, ପରମେଶ୍ୱର ସେମାନଙ୍କର ସାହାଯ୍ୟ କରନ୍ତେ, ସେମାନେ ସାତ ବଳଦ ଓ ସାତ ମେଷ ବଳିଦାନ କଲେ।
27 Te vaengah David khaw, thingkawng aka kawt Levi boeih khaw, laa sa rhoek khaw, olrhuh neh aka hlai mangpa Kenaniah khaw baibok hnikul neh yol uh tih David loh takhlawk hnisui a bai thil.
ଆଉ ଦାଉଦ, ସିନ୍ଦୁକ-ବାହକ ଲେବୀୟମାନେ, ଗାୟକମାନେ, ଗାୟକମାନଙ୍କ ସହିତ ଗୀତ-ଶିକ୍ଷକ କନନୀୟ, ସମସ୍ତେ ଶୁଭ୍ର କ୍ଷୌମବସ୍ତ୍ରର ଚୋଗା ପିନ୍ଧିଥିଲେ; ଆଉ ଦାଉଦଙ୍କର ଦେହରେ ଶୁଭ୍ର କ୍ଷୌମବସ୍ତ୍ରର ଏଫୋଦ ଥିଲା।
28 Te vaengah Israel pum loh BOEIPA kah paipi thingkawng te tamlung neh, tuki ol neh, olueng neh, tlaklak neh, thangpa, rhotoeng a tum uh tih cet uh.
ଏହିରୂପେ ଉଚ୍ଚସ୍ୱରରେ ଜୟଧ୍ୱନି କରି ଶିଙ୍ଗା, ତୂରୀ, କରତାଳ, ନେବଲ ଓ ବୀଣା ବଜାଇ ସମଗ୍ର ଇସ୍ରାଏଲ ସଦାପ୍ରଭୁଙ୍କ ନିୟମ-ସିନ୍ଦୁକ ଆଣିଲେ।
29 BOEIPA kah paipi thingkawng te David khopuei la a kun vaengah Saul canu Mikhal loh bangbuet lamkah a dan. Te vaengah manghai David a cungpet neh a luem te a hmuh tih anih te a lungbuei ah a sawtsit.
ପୁଣି, ଦାଉଦ-ନଗରରେ ସଦାପ୍ରଭୁଙ୍କ ନିୟମ-ସିନ୍ଦୁକ ଉପସ୍ଥିତ ହୁଅନ୍ତେ, ଶାଉଲଙ୍କ କନ୍ୟା ମୀଖଲ ଝରକା ବାଟେ ଅନାଇ ଦାଉଦ ରାଜାଙ୍କୁ ନୃତ୍ୟ ଓ ଆନନ୍ଦ କରିବାର ଦେଖିଲା, ତହିଁରେ ସେ ମନେ ମନେ ତାଙ୍କୁ ତୁଚ୍ଛ କଲା।

< 1 Khokhuen 15 >