< Zəkəriyyə 14 >

1 Budur, Rəbbin günü gəlir! Ey Yerusəlim xalqı, sənin qarət olunmuş mallarını gözlərin önündə bölüşdürəcəklər.
ଦେଖ, ସଦାପ୍ରଭୁଙ୍କର ଏକ ଦିନ ଆସୁଅଛି, ସେହି ସମୟରେ ତୁମ୍ଭ ସମ୍ପତ୍ତି ତୁମ୍ଭ ମଧ୍ୟରେ ବିଭକ୍ତ କରାଯିବ।
2 Mən bütün millətləri Yerusəlimə qarşı müharibə etmək üçün toplayacağam. Şəhər ələ keçiriləcək, evlər qarət ediləcək, qadınlara təcavüz ediləcək. Şəhər əhalisinin yarısı sürgünə göndəriləcək, amma qalanların şəhərdən kökü kəsilməyəcək.
କାରଣ ଯିରୂଶାଲମ ବିରୁଦ୍ଧରେ ସଂଗ୍ରାମ ପାଇଁ ସମସ୍ତ ଗୋଷ୍ଠୀଙ୍କୁ ଆମ୍ଭେ ସଂଗ୍ରହ କରିବା; ପୁଣି, ନଗର ଶତ୍ରୁହସ୍ତଗତ ଓ ଗୃହସକଳ ଲୁଟିତ ହେବ ଓ ସ୍ତ୍ରୀମାନେ ବଳାତ୍କୃତ ହେବେ; ଆଉ, ନଗରର ଅର୍ଦ୍ଧେକ ଲୋକ ବନ୍ଦୀ ହୋଇଯିବେ ମାତ୍ର ଅବଶିଷ୍ଟ ଲୋକ ନଗରରୁ ଉଚ୍ଛିନ୍ନ ହେବେ ନାହିଁ।
3 O zaman Rəbb çıxıb müharibə günündə necə döyüşdüsə, eləcə o millətlərə qarşı döyüşəcək.
ସେତେବେଳେ ସଦାପ୍ରଭୁ ବାହାର ହେବେ ଓ ସଂଗ୍ରାମ ଦିନରେ ଯେପରି ଯୁଦ୍ଧ କଲେ, ସେହିପରି ସେହି ସବୁ ଗୋଷ୍ଠୀ ବିରୁଦ୍ଧରେ ଯୁଦ୍ଧ କରିବେ।
4 O gün Onun ayaqları Yerusəlimin önündə – şərq tərəfində olan Zeytun dağının üzərində duracaq. Zeytun dağı şərqə və qərbə doğru ortadan yarılıb çox böyük bir vadi olacaq. Dağın yarısı şimala, yarısı cənuba çəkiləcək.
ପୁଣି, ସେହି ଦିନ ପୂର୍ବ ଦିଗରେ ଯିରୂଶାଲମର ସମ୍ମୁଖସ୍ଥ ଜୈତୁନ ପର୍ବତରେ ତାହାଙ୍କର ଚରଣ ଥୁଆ ହେବ ଓ ଜୈତୁନ ପର୍ବତର ମଧ୍ୟଦେଶ ପୂର୍ବ ଓ ପଶ୍ଚିମ ଦିଗରେ ବିଦୀର୍ଣ୍ଣ ହୋଇ ଅତି ବୃହତ ଏକ ଉପତ୍ୟକା ହେବ; ଆଉ, ପର୍ବତର ଅର୍ଦ୍ଧେକ ଉତ୍ତର ଦିଗ ଆଡ଼େ ଓ ଅର୍ଦ୍ଧେକ ଦକ୍ଷିଣ ଦିଗ ଆଡ଼େ ଘୁଞ୍ଚିଯିବ।
5 Siz isə dağlarımdakı vadi ilə qaçacaqsınız, çünki dağlardakı vadi Aselə qədər uzanacaq. Yəhuda padşahı Uzziyanın dövründə zəlzələ olarkən necə qaçdınızsa, eləcə qaçacaqsınız. O zaman Allahım Rəbb bütün müqəddəslərlə birgə gələcək.
ଆଉ, ତୁମ୍ଭେମାନେ ଆମ୍ଭ ପର୍ବତଗଣର ଉପତ୍ୟକା ଦେଇ ପଳାୟନ କରିବ; କାରଣ ପର୍ବତଗଣର ଉପତ୍ୟକା ଆତ୍ସେଲ ପର୍ଯ୍ୟନ୍ତ ଯିବ; ହଁ, ତୁମ୍ଭେମାନେ ଯିହୁଦାର ରାଜା ଉଷୀୟର ସମୟରେ ଯେପରି ଭୂମିକମ୍ପର ଆଗରୁ ପଳାୟନ କଲେ, ସେପରି ପଳାୟନ କରିବ। ଆଉ, ସଦାପ୍ରଭୁ ମୋʼ ପରମେଶ୍ୱର ଆସିବେ ଓ ତାହାଙ୍କ ସଙ୍ଗେ ସବୁ ପବିତ୍ର ପ୍ରାଣୀମାନେ ଆସିବେ।
6 O gün işıq olmayacaq, işıq verən göy cisimləri qaralacaq.
ପୁଣି, ସେହି ଦିନ ଏପରି ଘଟିବ ଯେ, ଦୀପ୍ତି, ଥଣ୍ଡା, ବା ବରଫ ହେବ ନାହିଁ।
7 Yalnız Rəbbin bildiyi xüsusi bir gün olacaq. Gecə də, gündüz də olmayacaq. Axşam vaxtı işıqlı olacaq.
ମାତ୍ର ତାହା ଗୋଟିଏ ଦିନ ହେବ, ତହିଁର ତତ୍ତ୍ୱ ସଦାପ୍ରଭୁଙ୍କୁ ଜଣା; ତାହା ଦିନ ନୁହେଁ କି ରାତ୍ରି ନୁହେଁ; ମାତ୍ର ସନ୍ଧ୍ୟାକାଳରେ ଦୀପ୍ତି ହେବ।
8 O gün Yerusəlimdən həyat verən sular axacaq. Suların yarısı Şərq dənizinə, yarısı isə Qərb dənizinə axacaq. Yayda da, qışda da belə olacaq.
ପୁଣି, ସେହି ଦିନ ଯିରୂଶାଲମରୁ ଅମୃତ ଜଳ ନିର୍ଗତ ହେବ; ତହିଁର ଅର୍ଦ୍ଧେକ ପୂର୍ବ ସମୁଦ୍ର ଆଡ଼େ ଓ ଅର୍ଦ୍ଧେକ ପଶ୍ଚିମ ସମୁଦ୍ର ଆଡ଼େ ଯିବ; ଗ୍ରୀଷ୍ମକାଳରେ ଓ ଶୀତକାଳରେ ତାହା ରହିବ।
9 Rəbb bütün dünyanın padşahı olacaq. O gün yalnız Rəbb və Onun adı ucalacaq.
ଆଉ, ସଦାପ୍ରଭୁ ସମୁଦାୟ ପୃଥିବୀ ଉପରେ ରାଜା ହେବେ; ସେହି ଦିନ ସଦାପ୍ରଭୁ ଅଦ୍ୱିତୀୟ ହେବେ ଓ ତାହାଙ୍କର ନାମ ଅଦ୍ୱିତୀୟ ହେବ।
10 Bütün ölkə Gevadan Yerusəlimin cənubundakı Rimmona qədər Arava düzənliyi kimi olacaq. Amma Yerusəlim yüksəklikdə olacaq, Binyamin darvazasından ilk darvazanın yerinə, Künc darvazasına, Xananel qülləsindən padşahın üzümsıxanlarına qədər öz yerində duracaq.
ଗେବାଠାରୁ ଯିରୂଶାଲମର ଦକ୍ଷିଣସ୍ଥ ରିମ୍ମୋନ୍‍ ପର୍ଯ୍ୟନ୍ତ ସମସ୍ତ ଦେଶ ଆରବା ତୁଲ୍ୟ ପରିବର୍ତ୍ତିତ ହେବ; ଆଉ, ନଗର ଉନ୍ନତ ହୋଇ ବିନ୍ୟାମୀନ୍‍ର ଦ୍ୱାରଠାରୁ ପ୍ରଥମ ଦ୍ୱାରର ସ୍ଥାନ, ଅର୍ଥାତ୍‍, କୋଣର ଦ୍ୱାର ପର୍ଯ୍ୟନ୍ତ ଓ ହନନେଲର ଦୁର୍ଗଠାରୁ ରାଜାର ଦ୍ରାକ୍ଷାଯନ୍ତ୍ର ପର୍ଯ୍ୟନ୍ତ ଆପଣା ସ୍ଥାନରେ ବାସ କରିବ।
11 İnsanlar orada sakin olub asayiş içində yaşayacaq. Yerusəlim bir daha məhvə düçar olmayacaq.
ପୁଣି, ମନୁଷ୍ୟମାନେ ତହିଁ ମଧ୍ୟରେ ବାସ କରିବେ, ପୁଣି ଅଭିଶାପ ଆଉ ରହିବ ନାହିଁ; ମାତ୍ର ଯିରୂଶାଲମ ନିରାପଦରେ ବାସ କରିବ।
12 Yerusəlimə hücum edən bütün xalqları Rəbb bu bəla ilə cəzalandıracaq. Ayaq üstə olanda bədənləri, hədəqələrindəki gözləri, ağızlarındakı dilləri çürüyəcək.
ଆଉ, ଯେଉଁ ସକଳ ଗୋଷ୍ଠୀ ଯିରୂଶାଲମ ବିରୁଦ୍ଧରେ ଯୁଦ୍ଧ କରିଅଛନ୍ତି, ସଦାପ୍ରଭୁ ସେମାନଙ୍କୁ ଯେଉଁ ମହାମାରୀରେ ଆଘାତ କରିବେ, ତାହା ଏହି; ସେମାନେ ଆପଣା ଆପଣା ଚରଣରେ ଠିଆ ହେବା ବେଳେ ସେମାନଙ୍କର ମାଂସ କ୍ଷୟ ପାଇବ ଓ ସେମାନଙ୍କର ଚକ୍ଷୁ ଆପଣା ଆପଣା କୋରଡ଼ରେ କ୍ଷୟ ପାଇବ ଓ ସେମାନଙ୍କ ମୁଖରେ ସେମାନଙ୍କର ଜିହ୍ୱା କ୍ଷୟ ପାଇବ।
13 O gün Rəbb onları böyük təlaşa düçar edəcək. Hər kəs qonşusunun əlini tutacaq, bir-birinin üstünə hücum çəkəcək.
ପୁଣି, ସେହି ଦିନ ସେମାନଙ୍କ ମଧ୍ୟରେ ସଦାପ୍ରଭୁଙ୍କ ଆଡ଼ରୁ ମହା କୋଳାହଳ ହେବ; ଆଉ, ସେମାନଙ୍କର ପ୍ରତ୍ୟେକ ଜଣ ଆପଣା ଆପଣା ପ୍ରତିବାସୀର ହସ୍ତ ଧରିବେ ଓ ପ୍ରତ୍ୟେକର ହସ୍ତ ଆପଣା ଆପଣା ପ୍ରତିବାସୀର ହସ୍ତ ବିରୁଦ୍ଧରେ ଉଠିବ।
14 Yəhudalılar da Yerusəlimdə vuruşacaq. Ətrafdakı bütün millətlərin sərvəti, çoxlu miqdarda qızıl, gümüş və paltar toplanacaq.
ଯିହୁଦା ମଧ୍ୟ ଯିରୂଶାଲମ ବିରୁଦ୍ଧରେ ଯୁଦ୍ଧ କରିବ ଓ ଚତୁର୍ଦ୍ଦିଗସ୍ଥିତ ସବୁ ଗୋଷ୍ଠୀଙ୍କ ସମ୍ପତ୍ତି, ସୁନା, ରୂପା ଓ ବସ୍ତ୍ର ଅତିଶୟ ପ୍ରଚୁର ରୂପେ ସଞ୍ଚୟ କରାଯିବ।
15 Düşmən ordugahlarındakı bütün heyvanlar da – atlar, qatırlar, dəvələr və eşşəklər bu cür bəlaya düçar olacaq.
ପୁଣି, ସେହି ସବୁ ଛାଉଣିରେ ଯେଉଁ ଅଶ୍ୱ, ଖଚର, ଓଟ ଓ ଗଧ ଓ ସବୁ ପ୍ରକାର ପଶୁ ଥିବେ, ସେମାନଙ୍କ ପ୍ରତି ଯେଉଁ ମହାମାରୀ ଘଟିବ, ତାହା ସେହି ମହାମାରୀ ପରି ହେବ।
16 Yerusəlimə hücum edən millətlərdən sağ qalanların hamısı Ordular Rəbbi olan Padşaha səcdə etmək və Çardaqlar bayramını keçirmək üçün hər il Yerusəlimə gedəcək.
ଆଉ, ଯେଉଁ ଗୋଷ୍ଠୀସବୁ ଯିରୂଶାଲମ ବିରୁଦ୍ଧରେ ଆସିଲେ, ସେମାନଙ୍କ ମଧ୍ୟରୁ ଯେଉଁମାନେ ଅବଶିଷ୍ଟ ରହିବେ, ସେ ପ୍ରତ୍ୟେକେ ସୈନ୍ୟାଧିପତି ସଦାପ୍ରଭୁ ରାଜାଙ୍କ ନିକଟରେ ପ୍ରଣାମ କରିବା ପାଇଁ ଓ ପତ୍ରକୁଟୀର ପର୍ବ ପାଳନ କରିବା ପାଇଁ ବର୍ଷକୁ ବର୍ଷ ଆସିବେ।
17 Əgər yer üzündəki nəsillərdən hansısa Ordular Rəbbi olan Padşaha səcdə etmək üçün Yerusəlimə getməsə, onun ölkəsinə yağış yağmayacaq.
ପୁଣି, ପୃଥିବୀସ୍ଥ ସବୁ ଗୋଷ୍ଠୀ ମଧ୍ୟରୁ ଯେଉଁମାନେ ସୈନ୍ୟାଧିପତି ସଦାପ୍ରଭୁ ରାଜାଙ୍କ ନିକଟରେ ପ୍ରଣାମ କରିବା ପାଇଁ ଯିରୂଶାଲମକୁ ଆସିବେ ନାହିଁ, ସେମାନଙ୍କ ଉପରେ କିଛି ଜଳ ବୃଷ୍ଟି ହେବ ନାହିଁ।
18 Misirlilər nəsli Yerusəlimə getməsə, onların torpağı suvarılmayacaq. Rəbb onlara da Çardaqlar bayramını keçirmək üçün Yerusəlimə getməyən bütün millətlərə verdiyi cəzanı verəcək.
ଆଉ, ମିସରର ଗୋଷ୍ଠୀ ଯଦି ନ ଆସେ, ତେବେ ସେମାନଙ୍କ ଉପରେ ଜଳ ବୃଷ୍ଟି ହେବ ନାହିଁ; ଯେଉଁ ଗୋଷ୍ଠୀଗଣ ପତ୍ରକୁଟୀର ପର୍ବ ପାଳନ କରିବା ପାଇଁ ଆସିବେ ନାହିଁ, ସେମାନଙ୍କୁ ସଦାପ୍ରଭୁ ମହାମାରୀରେ ଆଘାତ କରିବେ।
19 Misirlilərə və Çardaqlar bayramını keçirmək üçün Yerusəlimə getməyən bütün millətlərə belə cəza veriləcək.
ଏହା ମିସରର ଦଣ୍ଡ ହେବ ଓ ଯେଉଁସବୁ ଗୋଷ୍ଠୀ ପତ୍ରକୁଟୀର ପର୍ବ ପାଳନ କରିବାକୁ ଆସିବେ ନାହିଁ, ସେମାନଙ୍କ ପ୍ରତି ଏହି ଦଣ୍ଡ ହେବ।
20 O gün atların zınqırovları üzərinə “Rəbbə həsr edilmiş” sözləri yazılacaq. Rəbbin evindəki qazanlar da qurbangahın önündəki ləyənlər kimi olacaq.
ସେହି ଦିନ ଅଶ୍ୱଗଣର ଘଣ୍ଟି ଏହି କଥା କହିବ, “ସଦାପ୍ରଭୁ ପବିତ୍ର” ଓ ସଦାପ୍ରଭୁଙ୍କ ଗୃହର ହାଣ୍ଡିସବୁ ଯଜ୍ଞବେଦି ସମ୍ମୁଖସ୍ଥ ପାତ୍ରସବୁର ପରି ହେବ।
21 Yerusəlim və Yəhudada hər qazan Ordular Rəbbinə həsr olunacaq. Qurban kəsən adamların hamısı gəlib bu qazanlardan qurban ətini bişirmək üçün istifadə edəcək. O gün Ordular Rəbbinin evində artıq Kənanlı qalmayacaq».
ହଁ, ଯିରୂଶାଲମର ଓ ଯିହୁଦାର ହାଣ୍ଡିସବୁ ସୈନ୍ୟାଧିପତି ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ପବିତ୍ର ହେବ; ଆଉ, ଯଜ୍ଞକାରୀ ସମସ୍ତେ ଆସି ସେହି ହାଣ୍ଡି ମଧ୍ୟରୁ ନେଇ ରୋଷେଇ କରିବେ ଓ ତହିଁରେ ପାକ କରିବେ; ପୁଣି, ସେହି ଦିନ ସୈନ୍ୟାଧିପତି ସଦାପ୍ରଭୁଙ୍କ ଗୃହରେ କିଣାନୀୟ କୌଣସି ଲୋକ ଆଉ ନ ଥିବ।

< Zəkəriyyə 14 >