< ԵՐԿՐՈՐԴ ԿՈՐՆԹԱՑԻՍ 8 >

1 Եղբայրնե՛ր, ձեզի կը տեղեկացնենք Աստուծոյ շնորհքին մասին, որ տրուած է Մակեդոնիայի եկեղեցիներուն.
ହେ ଭାଇମାନେ, ମାକିଦନିଆର ମଣ୍ଡଳୀ-ସମୂହ ମଧ୍ୟରେ ଈଶ୍ବରଙ୍କ ଦତ୍ତ ଯେଉଁ ଅନୁଗ୍ରହ ପ୍ରକାଶିତ ହୋଇଅଛି, ତାହା ଆମ୍ଭେମାନେ ତୁମ୍ଭମାନଙ୍କୁ ଜଣାଉଅଛୁ;
2 թէ ի՛նչպէս՝ տառապանքի մեծ փորձի մը մէջ՝ իրենց առատ ուրախութիւնը եւ իրենց ծանր աղքատութիւնը ճոխացան իրենց հարուստ առատաձեռնութեամբ:
ସେମାନେ ମହା କ୍ଳେଶରୂପ ପରୀକ୍ଷାରେ ପଡ଼ିଲେ ହେଁ ସେମାନଙ୍କର ମହାନନ୍ଦ ଭୀଷଣ ଦରିଦ୍ରତା ମଧ୍ୟରେ ସୁଦ୍ଧା ପ୍ରଚୁରଭାବେ ଅସୀମ ବଦାନ୍ୟତା ଉତ୍ପନ୍ନ କରିଅଛି।
3 Որովհետեւ ես կը վկայեմ թէ իրենց կարողութեան համեմատ, ու կարողութենէն ալ աւելի յօժարակամ ըլլալով,
କାରଣ ମୁଁ ସାକ୍ଷ୍ୟ ଦେଉଅଛି ଯେ, ସେମାନଙ୍କ ଶକ୍ତି ଅନୁସାରେ, ବରଂ ସେମାନଙ୍କ ଶକ୍ତିର ଅତିରିକ୍ତ ଭାବରେ ସେମାନେ ଦାନ କଲେ;
4 շատ պնդումով կ՚աղերսէին մեզի՝ որ ընդունինք շնորհքը եւ սուրբերուն համար եղած սպասարկութեան հաղորդակցութիւնը:
ସାଧୁମାନଙ୍କ ସେବାର ସହଭାଗିତାରୂପ ଅନୁଗ୍ରହପ୍ରାପ୍ତ ହେବା ନିମନ୍ତେ ସେମାନେ ସ୍ୱେଚ୍ଛାରେ ବହୁତ ବିନତି ସହ ଆମ୍ଭମାନଙ୍କୁ ନିବେଦନ କଲେ;
5 Ո՛չ թէ ինչպէս մենք կը յուսայինք, հապա իրենք զիրենք ալ տուին՝ նախ Տէրոջ, ու յետոյ մեզի՝ Աստուծոյ կամքով:
ଏଥିରେ ସେମାନେ ଯେ କେବଳ ଆମ୍ଭମାନଙ୍କ ଆଶାନୁସାରେ କଲେ, ତାହା ନୁହେଁ, ମାତ୍ର ଈଶ୍ବରଙ୍କ ଇଚ୍ଛା ଦ୍ୱାରା ଚାଳିତ ହୋଇ ପ୍ରଥମେ ଆପଣା ଆପଣାକୁ ପ୍ରଭୁଙ୍କ ନିକଟରେ ଏବଂ ଆମ୍ଭମାନଙ୍କ ନିକଟରେ ସମର୍ପଣ କଲେ।
6 Ա՛յնքան՝ որ աղաչեցինք Տիտոսի, որ ինչպէս ան նախապէս սկսաւ, նոյնպէս նաեւ աւարտէ ձեր մէջ այդ շնորհքն ալ:
ଏଣୁ ତୀତସ ତୁମ୍ଭମାନଙ୍କ ମଧ୍ୟରେ ଏହି ଅନୁଗ୍ରହ କାର୍ଯ୍ୟ ଯେଉଁ ପ୍ରକାରେ ଆରମ୍ଭ କରିଥିଲେ, ସେହି ପ୍ରକାରେ ତାହା ଯେପରି ସମାପ୍ତ ମଧ୍ୟ କରନ୍ତି, ଏଥିନିମନ୍ତେ ତାହାଙ୍କୁ ଉତ୍ସାହ ଦେଲୁ।
7 Հետեւաբար, ինչպէս դուք ճոխացած էք ամէն բանով, (հաւատքով, խօսքով, գիտութեամբ, ամբողջ փութաջանութեամբ եւ մեզի հանդէպ ձեր տածած սիրով, ) ճոխացէ՛ք նաեւ այս շնորհքով:
ଆଉ, ବିଶ୍ୱାସ, ବକ୍ତାପଣ, ଜ୍ଞାନ ଓ ସର୍ବପ୍ରକାର ଉଦ୍‍ଯୋଗ, ପୁଣି, ତୁମ୍ଭମାନଙ୍କ ପ୍ରତି ଆମ୍ଭମାନଙ୍କ ପ୍ରେମର ପ୍ରଭାବ, ଏହିପରି ସମସ୍ତ ବିଷୟ ଯେପରି ତୁମ୍ଭମାନଙ୍କଠାରେ ପ୍ରଚୁରଭାବେ ଦେଖାଯାଉଅଛି, ସେହିପରି ଏହି ଅନୁଗ୍ରହ କାର୍ଯ୍ୟ ମଧ୍ୟ ତୁମ୍ଭମାନଙ୍କଠାରେ ପ୍ରଚୁରଭାବେ ଦେଖାଯାଉ।
8 Կը խօսիմ ո՛չ թէ հրամայելով, հապա՝ ուրիշներուն փութաջանութեան առիթով, ու փորձարկելու համար ձեր սիրոյն անկեղծութիւնը:
ମୁଁ ଆଦେଶ ଦେଲା ପରି କହୁ ନାହିଁ, ମାତ୍ର ଅନ୍ୟମାନଙ୍କ ଉଦ୍‍ଯୋଗ ଉଲ୍ଲେଖ କରି ତୁମ୍ଭମାନଙ୍କ ପ୍ରେମର ସରଳତା ମଧ୍ୟ ସପ୍ରମାଣ କରିବା ନିମନ୍ତେ କହୁଅଛି।
9 Քանի որ դուք գիտէք մեր Տէրոջ՝ Յիսուս Քրիստոսի շնորհքը, որ թէպէտ հարուստ էր՝ ձեզի համար աղքատ եղաւ, որպէսզի դուք հարստանաք անոր աղքատանալով:
କାରଣ ଆମ୍ଭମାନଙ୍କ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଅନୁଗ୍ରହ ତୁମ୍ଭେମାନେ ଜାଣ, ତୁମ୍ଭେମାନେ ଯେପରି ତାହାଙ୍କ ଦରିଦ୍ରତା ଦ୍ୱାରା ଧନବାନ ହୁଅ, ଏଥିପାଇଁ ସେ ଧନୀ ହେଲେ ହେଁ କିପରି ତୁମ୍ଭମାନଙ୍କ ନିମନ୍ତେ ଦରିଦ୍ର ହେଲେ।
10 Եւ այս մասին կարծիք մը կու տամ, որովհետեւ ասիկա օգտակար է ձեզի, դո՛ւք՝ որ նախապէս սկսաք՝ անցեալ տարուընէ՝ ո՛չ միայն ընել, այլ նաեւ կամենալ:
ଏ ସମ୍ବନ୍ଧରେ ମୋହର ମତ ଏହି, ତାହା ତ ତୁମ୍ଭମାନଙ୍କ ନିମନ୍ତେ ହିତଜନକ, ଯେଣୁ ଗତ ବର୍ଷରୁ ତୁମ୍ଭେମାନେ ଯେ ପ୍ରଥମ କରି କାର୍ଯ୍ୟ କରିବାକୁ ଆରମ୍ଭ କଲ, ତାହା ନୁହେଁ, ମାତ୍ର ଏହା କରିବା ନିମନ୍ତେ ପ୍ରଥମରେ ଇଚ୍ଛା ସୁଦ୍ଧା କରିଥିଲ;
11 Իսկ հիմա ընե՛լն ալ կատարեցէք, որպէսզի՝ ինչպէս յօժարութիւն կար, նոյնպէս ալ կատարում ըլլայ՝ ձեր ունեցածէն:
ଏବେ ସେହି କର୍ମ ମଧ୍ୟ ସମାପ୍ତ କର, ଯେପରି ଇଚ୍ଛା କରିବାରେ ଯେପ୍ରକାର ଆଗ୍ରହଭାବ ଥିଲା, ସେହି ପ୍ରକାରେ ତୁମ୍ଭମାନଙ୍କ ଅବସ୍ଥା ପ୍ରମାଣେ କାର୍ଯ୍ୟ ମଧ୍ୟ ସମାପ୍ତ ହେବ।
12 Որովհետեւ եթէ նախապէս յօժարութիւն ըլլայ, տալը ընդունելի է՝ մէկու մը ունեցածին համեմատ, եւ ո՛չ թէ չունեցածին համեմատ:
କାରଣ ଯଦି ଆଗ୍ରହଭାବ ଥାଏ, ତେବେ ତାହା ଜଣକର ଅଭାବାନୁସାରେ ସୁଗ୍ରାହ୍ୟ ନୁହେଁ, ବରଂ ତାହାର ଯାହା ଅଛି, ତଦନୁସାରେ ସୁଗ୍ରାହ୍ୟ ହୁଏ।
13 Քանի որ ես չեմ ուզեր որ ուրիշները անդորր ըլլան ու դուք տառապիք.
ଯେଣୁ ଅନ୍ୟମାନେ ଯେପରି ସୁଖ ପାଆନ୍ତି, ଆଉ ତୁମ୍ଭେମାନେ କ୍ଳେଶ ପାଅ, ଏଥିପାଇଁ ମୁଁ ଏହା କହୁ ନାହିଁ;
14 հապա հաւասարութեամբ՝ հիմա, այս ատեն, ձեր լիութիւնը լրացնէ անոնց պակասը, որպէսզի անոնց լիութիւնն ալ օր մը լրացնէ ձե՛ր պակասը, եւ այսպէս հաւասարութիւն ըլլայ:
ମାତ୍ର ସାମ୍ୟଭାବ ଦେଖାଯିବା ନିମନ୍ତେ ବର୍ତ୍ତମାନ ସମୟରେ ତୁମ୍ଭମାନଙ୍କ ପ୍ରାଚୁର୍ଯ୍ୟ ଦ୍ୱାରା ସେମାନଙ୍କ ଅଭାବ ପୂରଣ ହେଉଅଛି, ଯେପରି ସେମାନଙ୍କ ପ୍ରାଚୁର୍ଯ୍ୟ ମଧ୍ୟ ତୁମ୍ଭମାନଙ୍କ ଅଭାବ ପୂରଣ କରିବ, ଆଉ ଏହି ପ୍ରକାରେ ସାମ୍ୟଭାବ ଦେଖାଯିବ,
15 Ինչպէս գրուած է. «Անոր որ շատ ժողվեց՝ ոչի՛նչ աւելցաւ, իսկ անոր որ քիչ ժողվեց՝ ոչի՛նչ նուազեցաւ»:
ଶାସ୍ତ୍ରରେ ଯେପରି ଲେଖାଅଛି, “ଯେ ଅଧିକ ସଂଗ୍ରହ କଲା, ତାହାର ବଳିଲା ନାହିଁ, ଆଉ ଯେ ଅଳ୍ପ ସଂଗ୍ରହ କଲା, ତାହାର ଅଭାବ ହେଲା ନାହିଁ।”
16 Բայց շնորհակալութի՛ւն Աստուծոյ, որ այս նոյն անձկալից փութաջանութիւնը դրաւ Տիտոսի սիրտին մէջ՝ ձեզի համար:
କିନ୍ତୁ ଈଶ୍ବରଙ୍କର ଧନ୍ୟବାଦ ହେଉ, ସେ ତୁମ୍ଭମାନଙ୍କ ନିମନ୍ତେ ତୀତସଙ୍କ ହୃଦୟରେ ସମାନ ଉଦ୍‍ଯୋଗ ଜନ୍ମାଇଅଛନ୍ତି;
17 Արդարեւ ան ընդունեց մեր յորդորը. բայց աւելի՛ փութաջան ըլլալով՝ իր իսկ համաձայնութեամբ գնաց ձեզի:
କାରଣ ସେ ଯେ କେବଳ ଆମ୍ଭମାନଙ୍କ ଅନୁରୋଧ ଗ୍ରହଣ କଲେ, ତାହା ନୁହେଁ, ମାତ୍ର ସେ ନିଜେ ଅତ୍ୟନ୍ତ ଉଦ୍‍ଯୋଗୀ ହୋଇ ସ୍ୱେଚ୍ଛାରେ ତୁମ୍ଭମାନଙ୍କ ନିକଟକୁ ଯାଉଅଛନ୍ତି।
18 Անոր հետ ղրկեցինք նաեւ այն եղբայրը, որուն գովեստը կ՚ըլլայ բոլոր եկեղեցիներուն մէջ՝ աւետարանին համար:
ପୁଣି, ତାହାଙ୍କ ସଙ୍ଗେ ଆମ୍ଭେମାନେ ଆଉ ଜଣେ ଭାଇଙ୍କୁ ପଠାଉଅଛୁ; ସୁସମାଚାର ପ୍ରଚାର ସମ୍ବନ୍ଧରେ ତାହାଙ୍କ ପ୍ରଶଂସା ସମୁଦାୟ ମଣ୍ଡଳୀରେ ବ୍ୟାପିଯାଇଅଛି,
19 Եւ ո՛չ միայն այսքան, հապա նաեւ եկեղեցիներէն ընտրուեցաւ իբր մեզի ճամբորդակից՝ այս շնորհքին հետ, որ մենք կը սպասարկենք նոյն Տէրոջ փառքին համար, ու ձեր յօժարութեամբ:
କେବଳ ତାହା ନୁହେଁ, କିନ୍ତୁ ସେ ମଧ୍ୟ ଆମ୍ଭମାନଙ୍କର ସେବା ଦ୍ୱାରା ସାଧିତ ଏହି ଅନୁଗ୍ରହ କାର୍ଯ୍ୟ ସମ୍ବନ୍ଧରେ ପ୍ରଭୁଙ୍କ ଗୌରବ ଓ ଆମ୍ଭମାନଙ୍କ ଆଗ୍ରହଭାବ ନିମନ୍ତେ ଆମ୍ଭମାନଙ୍କର ସହଯାତ୍ରୀ ହେବା ପାଇଁ ମଣ୍ଡଳୀ-ସମୂହ ଦ୍ୱାରା ନିଯୁକ୍ତ ହୋଇଅଛନ୍ତି;
20 Կը զգուշանայինք որ ո՛չ մէկը մեզ արատաւորէ այս ճոխութեան մէջ, որ կը սպասարկուի մեր միջոցով.
ଆମ୍ଭମାନଙ୍କ ଦ୍ୱାରା ସାଧିତ ଏହି ସେବାସ୍ୱରୂପ ପ୍ରଚୁର ଦାନ ବିଷୟରେ କେହି ଯେପରି ଆମ୍ଭମାନଙ୍କୁ ଦୋଷୀ ନ କରେ, ସେଥିପାଇଁ ସାବଧାନ ହେଉଅଛୁ;
21 քանի որ կը մտադրէինք ո՛չ միայն Տէրոջ առջեւ, հապա մարդոց առջեւ ալ ընել ինչ որ պարկեշտ է:
କାରଣ କେବଳ ପ୍ରଭୁଙ୍କ ଦୃଷ୍ଟିରେ ନୁହେଁ, କିନ୍ତୁ ମନୁଷ୍ୟମାନଙ୍କ ଦୃଷ୍ଟିରେ ମଧ୍ୟ ଯାହାସବୁ ଉତ୍ତମ, ସେହିସବୁ ଆମ୍ଭେମାନେ ବିବେଚନା କରୁ।
22 Անոնց հետ ղրկեցինք մեր եղբայրը, որուն փութաջանութիւնը յաճախ փորձարկած ենք շատ բաներու մէջ, իսկ հիմա ա՛լ աւելի փութաջան է, քանի որ մեծ վստահութիւն ունի ձեր վրայ:
ପୁଣି, ଆମ୍ଭେମାନେ ଆମ୍ଭମାନଙ୍କର ଆଉ ଜଣେ ଭାଇଙ୍କୁ ମଧ୍ୟ ସେମାନଙ୍କ ସଙ୍ଗେ ପଠାଉଅଛୁ, ତାହାଙ୍କୁ ଆମ୍ଭେମାନେ ଅନେକ ବିଷୟରେ ଅନେକ ଥର ଉଦ୍‍ଯୋଗୀ ବୋଲି ପ୍ରମାଣ ପାଇଅଛୁ, ପୁଣି, ତୁମ୍ଭମାନଙ୍କଠାରେ ଦୃଢ଼ ବିଶ୍ୱାସ କରିବାରୁ ସେ ଏବେ ଆହୁରି ଅଧିକ ଉଦ୍‍ଯୋଗୀ ହୋଇଅଛନ୍ତି।
23 Ինչ կը վերաբերի Տիտոսի, ան հաղորդակիցս է ու ձեր մօտ իմ գործակիցս. իսկ մեր եղբայրները՝ եկեղեցիներէն ղրկուածներն են, եւ Քրիստոսի փառքը:
ତୀତସଙ୍କ ବିଷୟରେ ଯଦି କେହି ପଚାରେ, ସେ ମୋହର ସହଭାଗୀ ଓ ତୁମ୍ଭମାନଙ୍କ ନିମନ୍ତେ ମୋହର ସହକର୍ମୀ; କିଅବା ଯଦି ଆମ୍ଭମାନଙ୍କ ଭାଇମାନଙ୍କ ସମ୍ବନ୍ଧରେ ପଚାରେ, ସେମାନେ ମଣ୍ଡଳୀ-ସମୂହ ଦ୍ୱାରା ପ୍ରେରିତ, ପୁଣି, ଖ୍ରୀଷ୍ଟଙ୍କ ଗୌରବ ସ୍ୱରୂପ।
24 Ուրեմն ատոնց ու եկեղեցիներուն առջեւ ցո՛յց տուէք ձեր սիրոյն եւ ձեզի հանդէպ մեր պարծանքին ապացոյցը:
ଅତଏବ, ତୁମ୍ଭମାନଙ୍କ ପ୍ରେମ ଓ ତୁମ୍ଭମାନଙ୍କ ବିଷୟରେ ଆମ୍ଭମାନଙ୍କ ଦର୍ପର ପ୍ରମାଣ ମଣ୍ଡଳୀ-ସମୂହର ସମ୍ମୁଖରେ ସେମାନଙ୍କୁ ଦେଖାଅ।

< ԵՐԿՐՈՐԴ ԿՈՐՆԹԱՑԻՍ 8 >