< Veprat e Apostujve 27 >

1 Kur u vendos që ne të lundrojmë për në Itali, Pali dhe disa të burgosur të tjerë iu dorëzuan një centurioni me emër Jul, i kohortës Augusta.
ଯେତେବେଳେ ଆମ୍ଭମାନଙ୍କର ଜାହାଜରେ ଚଢ଼ି ଇତାଲିଆକୁ ଯିବା ନିମନ୍ତେ ସ୍ଥିର ହୋଇଥିଲା, ସେତେବେଳେ ପାଉଲ ଓ ଅନ୍ୟ କେତେକ ବନ୍ଦୀ ଆଗସ୍ତିୟ ରାଜକୀୟ ସୈନ୍ୟଦଳର ଯୂଲିଅସ୍ ନାମକ ଜଣେ ଶତ-ସେନାପତିଙ୍କ ହସ୍ତରେ ସମର୍ପିତ ହେଲେ।
2 Hipëm në një anije të Adramitit, që duhej të kalonte nga portet e brigjeve të Azisë, dhe lundronim duke pasur me vete Aristarkun, një maqedonas nga Thesaloniki.
ସେଥିରେ ଏସିଆ ପ୍ରଦେଶର ଉପକୂଳରେ ବିଭିନ୍ନ ସ୍ଥାନକୁ ଯିବା ନିମନ୍ତେ ଉଦ୍ୟତ ଗୋଟିଏ ଆଦ୍ରାମୁତ୍ତୀୟ ଜାହାଜରେ ଆମ୍ଭେମାନେ ଚଢ଼ି ଜାହାଜ ଫିଟାଇଦେଲୁ; ଆଉ ଥେସଲନୀକୀ ସହରରେ ମାକିଦନିଆ ନଗରରୁ ଆରିସ୍ତାର୍ଖ ନାମକ ଜଣେ ବ୍ୟକ୍ତି ଆମ୍ଭମାନଙ୍କ ସାଙ୍ଗରେ ଥିଲେ।
3 Të nesërmen arritëm në Sidon; dhe Juli, duke u treguar njerëzor me Palin, i dha leje të shkojë te miqtë e vet dhe që të kujdesen për të.
ପରଦିନ ଆମ୍ଭେମାନେ ସୀଦୋନରେ ପହଞ୍ଚିଲୁ, ଆଉ ଯୂଲିଅସ୍ ପାଉଲଙ୍କ ପ୍ରତି ସଦୟ ବ୍ୟବହାର କରି ଆପଣା ମିତ୍ରମାନଙ୍କ ପାଖକୁ ଯାଇ ସେବା ପାଇବା ନିମନ୍ତେ ଅନୁମତି ଦେଲେ।
4 Pastaj, si u nisëm prej andej, lundruam të mbrojtur nga Qipro, sepse erërat ishin të kundërta.
ସେହି ସ୍ଥାନରୁ ଜାହାଜ ଫିଟାଇ ପ୍ରତିକୂଳ ପବନ ହେତୁ ଆମ୍ଭେମାନେ ସାଇପ୍ରସ୍ ଦ୍ୱୀପର ଆଶ୍ରୟସ୍ଥଳୀ ଦେଇ ଯାତ୍ରା କରି,
5 Si e kaptuam detin e Kilikisë dhe të Panfilisë, arritëm në Mirë të Likisë.
କିଲିକିୟା ଓ ପଂଫୂଲିଆ ଅଞ୍ଚଳ ସମ୍ମୁଖସ୍ଥ ସମୁଦ୍ର ପାର ହୋଇ ଲୁକିଆ ପ୍ରଦେଶର ମୁରା ସହରକୁ ଆସିଲୁ।
6 Centurioni gjeti atje një anije të Aleksandrisë, që do të shkonte për në Itali, dhe na futi në të.
ସେଠାରେ ଶତ-ସେନାପତି ଇତାଲିଆକୁ ଯାଉଥିବା ଗୋଟିଏ ଆଲେକ୍‍ଜାଣ୍ଡ୍ରୀୟ ଜାହାଜ ପାଇ ସେଥିରେ ଆମ୍ଭମାନଙ୍କୁ ଚଢ଼ାଇଦେଲେ।
7 Duke lundruar ngadalë për shumë ditë, arritëm me vështirësi deri përballë Knidit, sepse nuk na linte era; pastaj filluam të lundrojmë të mbrojtur nga Kreta nga ana e Salmonit.
ପରେ ଅନେକ ଦିନ ପର୍ଯ୍ୟନ୍ତ ଧିରେ ଧିରେ ଯାଇ କଷ୍ଟରେ କ୍ନିଦ ସହରର ସମ୍ମୁଖରେ ଉପସ୍ଥିତ ହୋଇ ପବନ ଆମ୍ଭମାନଙ୍କୁ ଆଗକୁ ଯିବାକୁ ଛାଡ଼ି ନ ଦେବାରୁ ସାଲ୍ମୋନୀର ବିପରୀତ, କ୍ରୀତୀ ଦ୍ୱୀପର ଆଶ୍ରୟସ୍ଥଳୀ ଦେଇ ଯାତ୍ରା କଲୁ,
8 Dhe duke lundruar me shumë vështirësi përbri brigjeve të saj, arritëm në një vend që quhet Limanet e Bukur, pranë të cilit ishte qyteti Lasea.
ପୁଣି, କଷ୍ଟରେ କୂଳେ କୂଳେ ଯାଇ “ସୁନ୍ଦର ବନ୍ଦର” ନାମକ ଗୋଟିଏ ସ୍ଥାନକୁ ଆସିଲୁ; ଲାସାୟା ସହର ସେଥିର ନିକଟବର୍ତ୍ତୀ।
9 Dhe, duke qenë se kishte kaluar mjaft kohë dhe lundrimi ishte bërë i rrezikshëm, sepse edhe agjërimi tashmë kishte kaluar, Pali i këshilloi ata të anijes,
ଏହି ପ୍ରକାରେ ଅନେକ ସମୟ ଅତିବାହିତ ହେଲା, ପୁଣି, ଜଳଯାତ୍ରା ବର୍ତ୍ତମାନ ବିପଦଜନକ ହୋଇ ପଡ଼ିଲା, କାରଣ ସେତେବେଳେ ଉପବାସ ପର୍ବ ସମାପ୍ତ ହୋଇଥିଲା। ଏଣୁ ପାଉଲ ସେମାନଙ୍କୁ ସତର୍କ କରାଇ କହିଲେ,
10 duke thënë: “O burra, unë po shoh se lundrimi do të bëhet me rrezik dhe me dëm të madh jo vetëm për ngarkesën dhe për anijen, por edhe për ne vetë.
ମହାଶୟମାନେ ଏହି ଜଳଯାତ୍ରା ଯେ କେବଳ ମାଲ ଓ ଜାହାଜର ଅନିଷ୍ଟ ହେବ, ତାହା ନୁହେଁ, ମାତ୍ର ଆମ୍ଭମାନଙ୍କ ପ୍ରାଣର ମଧ୍ୟ ଯେ ଅନିଷ୍ଟ ଓ କ୍ଷତିକାରକ ହେବ, ଏହା ମୁଁ ଜାଣୁଅଛି।
11 Por centurioni kishte më shumë besim te timonieri dhe te kapiteni i anijes sesa në ato që thoshte Pali.
କିନ୍ତୁ ଶତ-ସେନାପତି ପାଉଲଙ୍କ କଥା ଅପେକ୍ଷା ଜାହାଜର ଚାଳକ ଓ ଅଧିକାରୀଙ୍କ କଥାରେ ଅଧିକ ମନୋଯୋଗ କଲେ।
12 Dhe duke qenë se ai liman nuk ishte i përshtatshëm për të dimëruar, shumica qe e mendimit të lundronim prej andej për t’u përpjekur të arrijnim në njëfarë mënyre në Fenike, një liman i Kretës, që
ଆଉ ସେହି ବନ୍ଦରଟି ଶୀତକାଳ କଟାଇବା ନିମନ୍ତେ ସୁବିଧାଜନକ ନ ଥିବାରୁ କୌଣସି ପ୍ରକାରେ ଫୈନିକ୍ସ୍ ସହରରେ ପହଞ୍ଚି ସେଠାରେ ଶୀତକାଳ କଟାଇବା ନିମନ୍ତେ ସେଠାରୁ ଜାହାଜ ଛାଡ଼ିଦେବାକୁ ଅଧିକାଂଶ ଲୋକ ପରାମର୍ଶ ଦେଲେ; ସେହି ଫୈନିକ୍ସ୍ କ୍ରୀତୀର ଗୋଟିଏ ବନ୍ଦର, ତାହା ଉତ୍ତରପୂର୍ବ ଓ ଦକ୍ଷିଣ-ପୂର୍ବ ଅଭିମୁଖୀ।
13 Dhe kur filloi të fryjë lehtë juga, duke menduar se mund të realizohej qëllimi i tyre, i ngritën spirancat dhe filluan të lundrojnë afër brigjeve të Kretës.
ପରେ ଦକ୍ଷିଣା ପବନ ଧୀରେ ଧୀରେ ବହିବାରୁ ସେମାନେ ନିଜ ନିଜର ଉଦ୍ଦେଶ୍ୟ ସଫଳ ହେଲା ବୋଲି ମନେ କରି ଲଙ୍ଗର ତୋଳି କ୍ରୀତୀର କୂଳର ଅତି ନିକଟ ଦେଇ ଯିବାକୁ ଲାଗିଲେ।
14 Por, pak më vonë, shpërtheu mbi ishull një erë e vrullshme, që e quajnë euroklidon.
କିନ୍ତୁ ଅଳ୍ପ ସମୟ ଉତ୍ତାରେ, ଯାହାକୁ ଇଉରକ୍ୱିଲୋ ବୋଲି କହନ୍ତି, ସେହି ପ୍ରଚଣ୍ଡ ପବନ କୂଳରୁ ବହି ଆଘାତ କରିବାକୁ ଲାଗିଲା।
15 Duke qenë se anija po ikte pa qenë në gjendje t’i qëndronte erës, e lamë në mëshirë të fatit dhe kështu filluam të shkojmë sa andej-këtej.
ଜାହାଜଟି ତୋଫାନରେ ପଡ଼ି ପବନର ସମ୍ମୁଖୀନ ହୋଇ ନ ପାରିବାରୁ ଆମ୍ଭେମାନେ ତାହାକୁ ଭାସିଯିବାକୁ ଛାଡ଼ିଦେଲୁ।
16 Si kaluam me të shpejtë pranë një ishulli të vogël, që quhet Klauda, arritëm me vështirësi ta vëmë nën kontroll sandallin.
ପୁଣି, କାଉଦ ନାମକ ଗୋଟିଏ କ୍ଷୁଦ୍ର ଦ୍ୱୀପର ଆଶ୍ରୟସ୍ଥଳୀରେ ଯାଇ କଷ୍ଟରେ ଜାହାଜର ନୌକାଖଣ୍ଡିକ ଧରି ରକ୍ଷା କରିବାକୁ ସକ୍ଷମ ହେଲୁ,
17 Dhe, mbasi e ngritën në bordin, detarët përdorën të gjitha mënyrat për ta ngjeshur nga poshtë anijen dhe, nga frika se mos ngecnin në cekëtinat ranore të Sirtës, i ulën velat dhe kështu shkonin andej-këtej.
ଆଉ ସେମାନେ ତାହାକୁ ଉଠାଇନେଲା ଉତ୍ତାରେ ନାନା ଉପାୟରେ ଜାହାଜକୁ ତଳୁ ଘେରିଦେଇ ବାନ୍ଧିଲେ, ପୁଣି, କାଳେ ସେମାନେ ସୁର୍ତ୍ତି ନାମକ ଚଡ଼ାରେ ଲାଗିଯିବେ, ଏହି ଭୟରେ ପାଲସବୁ ପକାଇଦେଇ ଭାସିବାକୁ ଲାଗିଲେ।
18 Por mbasi furtuna na vuri përpara me forcë, të nesërmen filluan ta hedhim në det ngarkesën.
ତୋଫାନରେ ଆମ୍ଭମାନଙ୍କର ଅତିଶୟ କଷ୍ଟ ହେବାରୁ ତହିଁ ଆରଦିନ ନାବିକମାନେ ମାଲ ଫୋପାଡ଼ିବାକୁ ଲାଗିଲେ,
19 Ditën e tretë, hodhën me duart e tyre, pajisjet e anijes në det.
ପୁଣି, ତୃତୀୟ ଦିନରେ ନିଜ ହାତରେ ଜାହାଜର ସରଞ୍ଜାମସବୁ ଫୋପାଡ଼ିଦେଲେ।
20 Dhe, duke qenë se prej shumë ditësh nuk dukeshin as dielli as yjet, dhe furtuna po tërbohej, humbi tashmë çdo shpresë shpëtimi.
ଅନେକ ଦିନ ପର୍ଯ୍ୟନ୍ତ ସୂର୍ଯ୍ୟ କି ନକ୍ଷତ୍ର ଦେଖା ନ ଯିବାରୁ, ପୁଣି, ଭୀଷଣ ଝଡ଼ ଲାଗିରହିବାରୁ ଶେଷରେ ଆମ୍ଭମାନଙ୍କ ରକ୍ଷା ପାଇବାର ସମସ୍ତ ଆଶା ଦୂର ହେଲା।
21 Edhe, mbasi kishin mbetur shumë kohë pa ushqim, Pali u çua në mes të tyre dhe tha: “O burra, po të më kishit dëgjuar dhe të mos ishit nisur nga Kreta, do t’i ishim shmangur këtij rreziku dhe kësaj humbjeje.
ଆଉ, ସମସ୍ତେ ଅନେକ ଦିନ ପର୍ଯ୍ୟନ୍ତ ଅନାହାରରେ ରହିଲା ପରେ ପାଉଲ ସେମାନଙ୍କ ମଧ୍ୟରେ ଠିଆ ହୋଇ କହିଲେ, ମହାଶୟମାନେ, ମୋହର କଥା ମାନି କ୍ରୀତୀରୁ ଜାହାଜ ନ ଫିଟାଇବା, ପୁଣି, ଏହି ଅନିଷ୍ଟ ଓ କ୍ଷତି ନିବାରଣ କରିବା ଆପଣମାନଙ୍କର ଉଚିତ୍ ଥିଲା।
22 Dhe tani ju këshilloj të mos e humbni torruan sepse asnjë shpirt nga ne nuk do të humbasë, përveç anijes.
ଯାହା ହେଉ, ଏବେ ମୁଁ ଆପଣମାନଙ୍କୁ କହୁଅଛି, ସାହସ ଧରନ୍ତୁ, କାରଣ ଆପଣମାନଙ୍କ ମଧ୍ୟରେ କାହାର ପ୍ରାଣନାଶ ହେବ ନାହିଁ, କେବଳ ଜାହାଜ ନଷ୍ଟ ହେବ।
23 Sepse këtë natë m’u shfaq një engjëll i Perëndisë, të cilit unë i përkas dhe të cilit unë i shërbej,
ଯେଣୁ ମୁଁ ଯେଉଁ ଈଶ୍ବରଙ୍କର ଲୋକ, ପୁଣି, ଯାହାଙ୍କର ମଧ୍ୟ ମୁଁ ସେବା କରେ, ତାହାଙ୍କର ଜଣେ ଦୂତ ଏହି ରାତ୍ରିରେ ମୋ ପାଖରେ ଠିଆ ହୋଇ କହିଲେ,
24 duke thënë: “Pal, mos druaj, ti duhet të dalësh para Cezarit; dhe ja, Perëndia ty t’i ka dhënë të gjithë ata që lundrojnë me ty”.
ପାଉଲ, ଭୟ କର ନାହିଁ; କାଇସରଙ୍କର ସମ୍ମୁଖରେ ତୁମ୍ଭକୁ ଠିଆ ହେବାକୁ ହେବ, ଆଉ ଦେଖ, ତୁମ୍ଭର ସହଯାତ୍ରୀ ସମସ୍ତଙ୍କୁ ଈଶ୍ବର ତୁମ୍ଭକୁ ଦାନ କରିଅଛନ୍ତି।
25 Prandaj, o burra, kini zemër të gëzuar, sepse unë besoj në Perëndinë se do të ndodhë pikërisht ashtu siç m’u tha.
ଅତଏବ, ମହାଶୟମାନେ, ସାହସ ଧରନ୍ତୁ, କାରଣ ଈଶ୍ବରଙ୍କଠାରେ ମୋହର ବିଶ୍ୱାସ ଅଛି ଯେ, ମୋତେ ଯେପରି କୁହା ହୋଇଅଛି, ଠିକ୍ ସେହିପରି ଘଟିବ।
26 Edhe duhet të ngecim në një ishull”.
କିନ୍ତୁ ଆମ୍ଭମାନଙ୍କୁ କୌଣସି ଗୋଟିଏ ଦ୍ୱୀପରେ ଯାଇ ପଡ଼ିବାକୁ ହେବ।
27 Kur erdhi nata e katërmbëdhjetë që po kalonim andej e këndej në detin Adriatik, aty nga mesnata detarët patën përshtypjen se po i afroheshin një toke.
ଏହି ରୂପେ ଆମ୍ଭେମାନେ ଆଦ୍ରିଆ ସମୁଦ୍ରରେ ଇତଃସ୍ତତଃ ଚାଳିତ ହେଉ ହେଉ ଯେତେବେଳେ ଚତୁର୍ଦ୍ଦଶ ରାତ୍ରି ଉପସ୍ଥିତ ହେଲା, ସେତେବେଳେ ପ୍ରାୟ ଅର୍ଦ୍ଧରାତ୍ରି ସମୟରେ ନାବିକମାନେ କୌଣସି ସ୍ଥଳର ନିକଟବର୍ତ୍ତୀ ହେଉଛନ୍ତି ବୋଲି ଅନୁମାନ କଲେ।
28 Dhe, si hodhën matësin e thellësisë, gjetën njëzet pashë thellësi; pastaj, pak më tutje e hodhën përsëri matësin e thellësisë dhe gjetën pesëmbëdhjetë pashë.
ଏଣୁ ସେମାନେ ମାପ କରି ଶହେ କୋଡ଼ିଏ ଫୁଟ ଗଭୀରର ପାଣି ପାଇଲେ ପୁଣି ଟିକିଏ ଆଗକୁ ଯାଇ ଆଉ ଥରେ ମାପ କରି ନବେ ଫୁଟ ଗଭୀରର ପାଣି ପାଇଲେ।
29 Atëherë, nga frika se mos përplaseshin kundër shkëmbinjve, hodhën nga kiçi katër spiranca, duke pritur me ankth që të bëhej ditë.
କାଳେ ଆମ୍ଭେମାନେ କୌଣସି ପଥୁରିଆ ଭୂମିରେ ଯାଇ ପଡ଼ୁ, ଏହି ଭୟରେ ସେମାନେ ଚାରିଟା ଲଙ୍ଗର ପକାଇଦେଇ ଦିନ ଅପେକ୍ଷାରେ ରହିଲେ।
30 Por, duke qenë se detarët kërkonin të iknin prej anijes dhe po e ulnin sandallen në det gjoja për të hedhur spirancat nga bashi,
ପୁଣି, ନାବିକମାନେ ଜାହାଜର ସମ୍ମୁଖଭାଗରୁ ଲଙ୍ଗର ପକାଇବା ଛଳରେ ନୌକାଖଣ୍ଡିକ ସମୁଦ୍ରକୁ ଓହ୍ଲାଇ ଦେଇ ଜାହାଜରୁ ପଳାଇଯିବା ନିମନ୍ତେ ଚେଷ୍ଟା କରନ୍ତେ,
31 Pali u tha centurionit dhe ushtarëve: “Po nuk qëndruan këta në anije, ju nuk do të mund të shpëtoni”.
ପାଉଲ ଶତ-ସେନାପତି ଓ ସୈନ୍ୟମାନଙ୍କୁ କହିଲେ, ଏମାନେ ଜାହାଜରେ ନ ରହିଲେ ଆପଣମାନେ ରକ୍ଷା ପାଇ ପାରିବେ ନାହିଁ।
32 Atëherë ushtarët i prenë litarët e sandallit dhe e lanë të bjerë jashtë.
ସେଥିରେ ସୈନ୍ୟମାନେ ନୌକାର ଦଉଡିସବୁ କାଟିଦେଇ ତାହାକୁ ଜଳରେ ପକାଇଦେଲେ।
33 Dhe në pritje që të bëhej ditë, Pali i nxiti të gjithë të hanin diçka, duke thënë: “Sot është e katërmbëdhjeta ditë që, duke pritur, jeni të uritur, pa ngrënë asgjë.
ଆଉ, ଦିନ ହୋଇ ଆସୁଥିବା ପର୍ଯ୍ୟନ୍ତ ପାଉଲ ସେମାନଙ୍କୁ କିଛି ଭୋଜନ କରିବା ନିମନ୍ତେ ଉତ୍ସାହ ଦେଇ କହିଲେ, ଆଜିକି ଚଉଦ ଦିନ ହେଲା ଆପଣମାନେ ଅପେକ୍ଷାରେ ଥାଇ କିଛି ଭୋଜନ ନ କରି ଅନାହାରରେ ରହିଅଛନ୍ତି।
34 Prandaj ju këshilloj të hani diçka, sepse kjo është për shpëtimin tuaj; sepse as edhe një fije floku nga kokat tona nuk do të bjerë”.
ଏଣୁ କିଛି ଭୋଜନ କରିବା ନିମନ୍ତେ ମୁଁ ଆପଣମାନଙ୍କୁ ପରାମର୍ଶ ଦେଉଅଛି, କାରଣ ତାହା ଅାପଣମାନଙ୍କ ରକ୍ଷା ନିମନ୍ତେ ପ୍ରୟୋଜନ; ଯେଣୁ ଆପଣମାନଙ୍କର କାହାରି ମସ୍ତକର ଗୋଟିଏ କେଶ ନଷ୍ଟ ହେବ ନାହିଁ।
35 Si tha këto, mori bukë, iu falënderua Perëndisë përpara të gjithëve, pastaj e theu dhe filloi të hajë.
ସେ ଏହିସବୁ କଥା କହି ରୁଟି ଘେନି ସମସ୍ତଙ୍କ ସାକ୍ଷାତରେ ଈଶ୍ବରଙ୍କୁ ଧନ୍ୟବାଦ ଦେଇ ତାହା ଭାଙ୍ଗି ଭୋଜନ କରିବାକୁ ଲାଗିଲେ।
36 Atëherë të gjithë, si morën zemër, morën edhe ata nga ushqimi.
ସେଥିରେ ସେମାନେ ସମସ୍ତେ ସାହସ ପ୍ରାପ୍ତ ହୋଇ ନିଜେ ନିଜେ ମଧ୍ୟ ଭୋଜନ କଲେ।
37 Dhe në anijen ne ishim gjithsej dyqind e shtatëdhjetë e gjashtë veta.
ଆମ୍ଭେମାନେ ଜାହାଜରେ ସର୍ବସୁଧା ଦୁଇ ଶହ ଛଅସ୍ତରୀ ଜଣ ପ୍ରାଣୀ ଥିଲୁ।
38 Dhe mbasi hëngrën sa u ngopën, e lehtësuan anijen duke hedhur grurin në det.
ସେମାନେ ଯଥେଷ୍ଟ ଭୋଜନ କଲା ପରେ ସମୁଦ୍ରରେ ଗହମ ପକାଇଦେଇ ଜାହାଜକୁ ହାଲୁକା କରିବାକୁ ଲାଗିଲେ,
39 Dhe kur u gdhi, nuk e njihnin dot vendin, por vunë re një gji me një breg dhe vendosën ta shtyjnë anijen aty, po të mundnin.
ଦିନ ହୁଅନ୍ତେ, ସେ ସ୍ଥଳ ସେମାନେ ଚିହ୍ନି ପାରିଲେ ନାହିଁ, ମାତ୍ର ସେମାନେ ବାଲିକୂଳ ଥିବା ଗୋଟିଏ ଖାଲ ଦେଖି କୌଣସି ପ୍ରକାରେ ସେଠାରେ ଜାହାଜ ଲଗାଇବା ନିମନ୍ତେ ପରାମର୍ଶ କଲେ।
40 I zgjidhën spirancat dhe i lanë të fundosen në det, duke zgjidhur në të njëjtën kohë të lidhurat e timonit; pastaj, si e ngritën velën kryesore nga era, u drejtuan për te bregu.
ଏଣୁ ସେମାନେ ଲଙ୍ଗରସବୁ କାଟି ସେଗୁଡ଼ିକ ସମୁଦ୍ରରେ ଛାଡ଼ିଦେଲେ, ଆଉ ସାଙ୍ଗେ ସାଙ୍ଗେ ମଙ୍ଗର ଦଉଡିସବୁ ଫିଟାଇ ପବନ ଆଡ଼କୁ ଆଗ ପାଲ ଉଠାଇ କୂଳ ଆଡ଼କୁ ଯିବାକୁ ଚେଷ୍ଟା କଲେ।
41 Por, mbasi ranë në një cekëtinë që kishte deti nga të dy anët, anija ngeci dhe mbeti me bashin të zënë e të palëvizshëm, ndërsa kiçi po shkallmohej nga furia e valëve.
କିନ୍ତୁ ସେମାନେ ଦୁଇ ସମୁଦ୍ର ମିଶିଥିବା ସ୍ଥାନରେ ଯାଇ ପଡ଼ନ୍ତେ, ଜାହାଜଟି ଚଡ଼ାରେ ଲାଗିଗଲା; ତାହାର ସମ୍ମୁଖଭାଗ ଲାଖିଯାଇ ଅଚଳ ହୋଇ ରହିଲା, କିନ୍ତୁ ପଛ ଭାଗ ତରଙ୍ଗର ପ୍ରଚଣ୍ଡତାରେ ଭାଙ୍ଗି ଯିବାକୁ ଲାଗିଲା।
42 Ushtarët ishin të mendimit t’i vritnin robërit, që asnjë të mos ikte me not.
ସେତେବେଳେ କାଳେ ବନ୍ଦୀମାନଙ୍କ ମଧ୍ୟରୁ କେହି ପହଁରି ପଳାଇଯାଏ, ଏଥିପାଇଁ ସେମାନଙ୍କୁ ବଧ କରିବା ନିମନ୍ତେ ସୈନ୍ୟମାନେ ପରାମର୍ଶ କଲେ,
43 Por centurioni, duke dashur të shpëtojë Palin, ua largoi mendimin për këtë propozim dhe u dha urdhër atyre që dinin të notonin të hidheshin të parët në det dhe të dilnin në tokë;
କିନ୍ତୁ ଶତ-ସେନାପତି ପାଉଲଙ୍କୁ ରକ୍ଷା କରିବା ଇଚ୍ଛାରେ ସେମାନଙ୍କ ସଙ୍କଳ୍ପରୁ ସେମାନଙ୍କୁ କ୍ଷାନ୍ତ କରି ଆଜ୍ଞା ଦେଲେ ଯେ, ଯେଉଁମାନେ ପହଁରି ଜାଣନ୍ତି, ସେମାନେ ସମୁଦ୍ରରେ ଡେଇଁପଡ଼ି ପ୍ରଥମେ ସ୍ଥଳକୁ ଯାଆନ୍ତୁ,
44 pastaj të tjerët, kush mbi dërrasa, kush mbi pjesë të anijes; dhe kështu ndodhi që të gjithë mundën të shpëtojnë në tokë.
ପୁଣି, ଅବଶିଷ୍ଟମାନଙ୍କ ମଧ୍ୟରୁ କେହି କେହି ତକ୍ତା ଓ ଆଉ କେହି କେହି ଜାହାଜର ଅନ୍ୟାନ୍ୟ ଭଙ୍ଗା ଖଣ୍ଡ ଧରି ଯାଉନ୍ତୁ। ଏହି ପ୍ରକାରେ ସମସ୍ତେ ନିରାପଦରେ ସ୍ଥଳରେ ପହଞ୍ଚିଲେ।

< Veprat e Apostujve 27 >