< Job 35 >

1 Elihu sì wí pe:
ଆହୁରି, ଇଲୀହୂ ଉତ୍ତର କରି କହିଲା,
2 “Ìwọ rò pé èyí ha tọ́, tí ìwọ wí pé, òdodo mi ni èyí níwájú Ọlọ́run?
“ତୁମ୍ଭେ କି ଏହାକୁ ଆପଣାର ନ୍ୟାୟ ବୋଲି ଜ୍ଞାନ କରୁଅଛ? ଅବା କହୁଅଛ? ପରମେଶ୍ୱରଙ୍କ ଧାର୍ମିକତା ଅପେକ୍ଷା ମୋହର ଧାର୍ମିକତା ଅଧିକ?
3 Nítorí tí ìwọ wí pé èrè kí ní yóò jásí fún ọ, tàbí èrè kí ni èmi yóò fi jẹ́ ju èrè ẹ̀ṣẹ̀ mi lọ.
ଏଥିପାଇଁ କି ତୁମ୍ଭେ କହୁଅଛ, ‘ଏଥିରୁ ମୋହର କେଉଁ ଫଳ ହେବ? ଓ ପାପ କଲେ ଯେଉଁ ଲାଭ ହୁଅନ୍ତା, ତହିଁରୁ କେଉଁ ଅଧିକ ଲାଭ ମୋହର ହେବ?’
4 “Èmi ó dá ọ lóhùn àti àwọn ẹgbẹ́ rẹ pẹ̀lú rẹ.
ମୁଁ ତୁମ୍ଭକୁ ଓ ତୁମ୍ଭ ସଙ୍ଗେ ତୁମ୍ଭ ସଙ୍ଗୀମାନଙ୍କୁ ଉତ୍ତର ଦେବି।
5 Síjú wo ọ̀run; kí o rí i, kí ó sì bojú wo àwọsánmọ̀ tí ó ga jù ọ́ lọ.
ଗଗନମଣ୍ଡଳ ପ୍ରତି ଦୃଷ୍ଟି କରି ଅନାଅ ଓ ତୁମ୍ଭ ଅପେକ୍ଷା ଉଚ୍ଚ ଆକାଶମଣ୍ଡଳକୁ ଦେଖ।
6 Bí ìwọ bá dẹ́ṣẹ̀, kí ni ìwọ fi sẹ̀ sí? Tàbí bí ìrékọjá rẹ di púpọ̀, kí ni ìwọ fi èyí nì ṣe sí i?
ତୁମ୍ଭେ ପାପ କଲେ, ପରମେଶ୍ୱରଙ୍କ ବିରୁଦ୍ଧରେ କଅଣ କର? ଓ ତୁମ୍ଭର ଅପରାଧ ବୃଦ୍ଧି ପାଇଲେ, ତାହାଙ୍କ ପ୍ରତି ତୁମ୍ଭେ କଅଣ କର?
7 Bí ìwọ bá sì ṣe olódodo, kí ni ìwọ fi fún un, tàbí kí ni òun rí gbà láti ọwọ́ rẹ wá?
ତୁମ୍ଭେ ଧାର୍ମିକ ହେଲେ, ତାହାଙ୍କୁ କଅଣ ଦିଅ? ଅବା ସେ ତୁମ୍ଭ ହସ୍ତରୁ କଅଣ ପାଆନ୍ତି?
8 Ìwà búburú rẹ ni fún ènìyàn bí ìwọ; òdodo rẹ sì ni fún ọmọ ènìyàn.
ତୁମ୍ଭର ଦୁଷ୍ଟତା ତୁମ୍ଭ ତୁଲ୍ୟ ମନୁଷ୍ୟର କ୍ଷତି କରିପାରେ ଓ ତୁମ୍ଭର ଧାର୍ମିକତା ମନୁଷ୍ୟ-ସନ୍ତାନର ଲାଭ କରିପାରେ।
9 “Nípa ọ̀pọ̀lọpọ̀ ìninilára, wọ́n mú ni kígbe; wọ́n kígbe nípa apá àwọn alágbára.
ଉପଦ୍ରବର ବାହୁଲ୍ୟ ସକାଶୁ ଲୋକେ କ୍ରନ୍ଦନ କରନ୍ତି; ବଳବାନର ବାହୁ ସକାଶୁ ସେମାନେ ସାହାଯ୍ୟ ପାଇଁ ଡାକ ପକାନ୍ତି।
10 Ṣùgbọ́n kò sí ẹni tí ó wí pé, ‘Níbo ni Ọlọ́run Ẹlẹ́dàá mi wà tí ó sì fi orin fún mi ní òru;
‘ମାତ୍ର ଯେ ରାତ୍ରିକାଳେ ଗାନ ପ୍ରଦାନ କରନ୍ତି, ଯେ ପୃଥିବୀର ପଶୁମାନଙ୍କ ଅପେକ୍ଷା ଆମ୍ଭମାନଙ୍କୁ ଅଧିକ ଶିକ୍ଷା ଦିଅନ୍ତି
11 tí òun kọ́ wa ní ẹ̀kọ́ jù àwọn ẹranko ayé lọ, tí ó sì mú wa gbọ́n ju àwọn ẹyẹ ojú ọ̀run lọ?’
ଓ ଆକାଶର ପକ୍ଷୀଗଣ ଅପେକ୍ଷା ଆମ୍ଭମାନଙ୍କୁ ଅଧିକ ଜ୍ଞାନବାନ କରନ୍ତି, ଏପରି ମୋହର ସୃଷ୍ଟିକର୍ତ୍ତା ପରମେଶ୍ୱର କାହାନ୍ତି?’ ଏହା କେହି ନ କହେ।
12 Nígbà náà ni wọ́n ń ké ṣùgbọ́n Ọlọ́run kò dáhùn nítorí ìgbéraga ènìyàn búburú.
ଦୁଷ୍ଟ ଲୋକଙ୍କ ଅହଙ୍କାର ସକାଶୁ ସେମାନେ କ୍ରନ୍ଦନ କରନ୍ତି, ମାତ୍ର କେହି ଉତ୍ତର ଦିଏ ନାହିଁ।
13 Nítòótọ́ Ọlọ́run kì yóò gbọ́ ọ̀rọ̀ asán; bẹ́ẹ̀ ní Olódùmarè kì yóò kà á sí.
ନିଶ୍ଚୟ ପରମେଶ୍ୱର ଅସାର କଥା ଶୁଣିବେ ନାହିଁ, କିଅବା ସର୍ବଶକ୍ତିମାନ ତାହା ଆଦର କରିବେ ନାହିଁ।
14 Bí ó tilẹ̀ ṣe pé ìwọ wí pé ìwọ kì í rí i, ọ̀rọ̀ ìdájọ́ ń bẹ níwájú rẹ, ẹni tí ìwọ sì gbọdọ̀ dúró dè.
ତୁମ୍ଭେ ତ କହୁଅଛ, ମୁଁ ପରମେଶ୍ୱରଙ୍କୁ ଦେଖୁ ନାହିଁ, ବିଚାର ତାହାଙ୍କ ସମ୍ମୁଖରେ ଅଛି ଓ ମୁଁ ତାହାଙ୍କୁ ଅପେକ୍ଷା କରୁଅଛି; ତେବେ ମୁଁ ଏହି କଥାକୁ କେତେ ଅନାଦର କରିବି।
15 Ṣùgbọ́n nísinsin yìí nítorí tí ìbínú rẹ̀ kò tí fìyà jẹ ni, òun kò ni ka ìwà búburú si?
ମାତ୍ର ଏବେ, ସେ ନିଜ କ୍ରୋଧରେ ଶାସ୍ତି ଦେଇ ନାହାନ୍ତି, କିଅବା ଅହଙ୍କାର ପ୍ରତି ବଡ଼ ମନୋଯୋଗ କରନ୍ତି ନାହିଁ;
16 Nítorí náà ní Jobu ṣe ya ẹnu rẹ̀ lásán ó sọ ọ̀rọ̀ di púpọ̀ láìsí ìmọ̀.”
ଏଥିପାଇଁ ଆୟୁବ ଅସାର କଥାରେ ଆପଣା ମୁଖ ଫିଟାଏ; ସେ ଅନେକ ଜ୍ଞାନବର୍ଜ୍ଜିତ କଥା କହେ।”

< Job 35 >