< Atemmufoɔ 20 >

1 Afei, Israelfoɔ nyinaa; ɛfiri Dan kɔsi Beer-Seba ne Gilead asase so bɛhyiaa Awurade anim sɛ nnipa baako wɔ Mispa.
ଏଥିଉତ୍ତାରେ ଦାନ୍‍ଠାରୁ ବେର୍‍ଶେବା ପର୍ଯ୍ୟନ୍ତ ଓ ଗିଲୀୟଦ ଦେଶ ପର୍ଯ୍ୟନ୍ତ ଇସ୍ରାଏଲ-ସନ୍ତାନଗଣ ସମସ୍ତେ ବାହାର ହେଲେ ଓ ସମଗ୍ର ମଣ୍ଡଳୀ ଏକ ମନୁଷ୍ୟ ପରି ମିସ୍ପାରେ ସଦାପ୍ରଭୁଙ୍କ ସାକ୍ଷାତରେ ଏକତ୍ରିତ ହେଲେ।
2 Nnipa no nyinaa ne Israel mmusuakuo no nyinaa ntuanofoɔ, akofoɔ mpem ahanan a wɔkurakura akofena kɔɔ Onyankopɔn mma dwabɔ no ase.
ପରମେଶ୍ୱରଙ୍କ ଲୋକଗଣର ସେହି ସମାଜରେ ଇସ୍ରାଏଲର ସମୁଦାୟ ବଂଶୀୟ ଲୋକଙ୍କ ପ୍ରଧାନବର୍ଗ ଓ ଚାରି ଲକ୍ଷ ଖଡ୍ଗଧାରୀ ପଦାତିକ ଉପସ୍ଥିତ ହେଲେ।
3 (Nkra duruu Benyamin asase so sɛ Israelfoɔ mmusuakuo a wɔaka no kɔ Mispa.) Israelfoɔ no bisaa deɛ ɛyɛeɛ a saa awudisɛm yi siiɛ.
(ତହୁଁ ଇସ୍ରାଏଲ-ସନ୍ତାନଗଣ ଯେ ମିସ୍ପାକୁ ଯାଇଅଛନ୍ତି, ଏହା ବିନ୍ୟାମୀନୀୟ ସନ୍ତାନଗଣ ଶୁଣିଲେ)। ଇସ୍ରାଏଲ-ସନ୍ତାନଗଣ ପଚାରିଲେ, “ଏହି ଦୁଷ୍ଟତା କିପ୍ରକାରେ ହେଲା? ତାହା ଆମ୍ଭମାନଙ୍କୁ କୁହ।”
4 Enti, Lewini a ɔyɛ ɔbaa a wɔkumm no no kunu no kaa sɛ, “Me ne me mpena baa Gilead a ɛwɔ Benyamin asase so bɛdaa hɔ.
ତହିଁରେ ସେହି ହତ ସ୍ତ୍ରୀର ଲେବୀୟ ଉପପତି ଉତ୍ତର ଦେଇ କହିଲା, “ମୁଁ ଓ ମୋର ଉପପତ୍ନୀ ରାତ୍ରି କ୍ଷେପଣ ନିମନ୍ତେ ବିନ୍ୟାମୀନ୍‍ର ଅଧିକାରସ୍ଥ ଗିବୀୟାକୁ ଆସିଥିଲୁ।
5 Anadwo no Gilead ntuanofoɔ no mu bi bɛtwaa fie no ho hyiaeɛ, pɛɛ sɛ wɔkum me, na wɔtoo me mpena no monnaa ma ɔwuiɛ.
ପୁଣି ଗିବୀୟାର ଲୋକମାନେ ମୋʼ ବିରୁଦ୍ଧରେ ଉଠି ରାତ୍ରିରେ ଗୃହ ଚତୁର୍ଦ୍ଦିଗରେ ମୋତେ ଘେରିଲେ; ମୋତେ ସେମାନେ ବଧ କରିବାକୁ ବିଚାର କଲେ, ପୁଣି ମୋର ଉପପତ୍ନୀକୁ ବଳାତ୍କାର କଲେ, ତହିଁରେ ସେ ମଲା।
6 Mefaa me mpena no twitwaa no asinasini de esini baako biara kɔɔ Israel mantam biara so. Ɛfiri sɛ, saa mmarima yi ayɛ atantansɛm ne aniwusɛm wɔ Israel.
ତହୁଁ ମୁଁ ନିଜ ଉପପତ୍ନୀକୁ ନେଇ ଖଣ୍ଡ ଖଣ୍ଡ କରି ଇସ୍ରାଏଲର ଅଧିକାରସ୍ଥ ପ୍ରଦେଶର ସର୍ବତ୍ର ପଠାଇଲି; କାରଣ ସେମାନେ ଇସ୍ରାଏଲ ମଧ୍ୟରେ ଦୁଷ୍ଟତା ଓ ମୂଢ଼ତାର କର୍ମ କରିଅଛନ୍ତି।
7 Enti, seesei, ɛsɛ sɛ Israelfoɔ nyinaa fa adwene wɔ yei ho.”
ଦେଖ, ହେ ଇସ୍ରାଏଲ-ସନ୍ତାନଗଣ, ତୁମ୍ଭେ ସମସ୍ତେ ଏ ବିଷୟରେ ଆପଣା ଆପଣା ମତ ଓ ମନ୍ତ୍ରଣା ଦିଅ।”
8 Nnipa no nyinaa sɔre buaa sɛ, “Yɛn mu biara rensane nkɔ fie.
ତହିଁରେ ସମସ୍ତେ ଏକ ଲୋକ ପରି ଉଠି କହିଲେ, “ଆମ୍ଭେମାନେ କେହି ଆପଣା ତମ୍ବୁକୁ ଯିବୁ ନାହିଁ, କିଅବା ଆମ୍ଭେମାନେ କେହି ଆପଣା ଘରକୁ ଫେରିବୁ ନାହିଁ।
9 Mmom, yɛbɛbɔ ntonto na yɛahunu wɔn a wɔbɛkɔ akɔto ahyɛ Gibea so.
ମାତ୍ର ଗିବୀୟା ପ୍ରତି ଏବେ ଆମ୍ଭେମାନେ ଏହି କଥା କରିବୁ; ଗୁଲିବାଣ୍ଟ କ୍ରମେ ତାହା ବିରୁଦ୍ଧରେ ଯିବୁ;
10 Abusuakuo biara mu mmarima nkyɛmu edu mu baako na wɔbɛyi wɔn ama wɔama yɛn akofoɔ no nnuane, na yɛn a yɛaka no nso atɔ Geba so wereɛ wɔ animguasedeɛ a wɔayɛ wɔ Israel no.”
ପୁଣି ଲୋକମାନଙ୍କ ନିମନ୍ତେ ଖାଦ୍ୟଦ୍ରବ୍ୟ ଆଣିବା ପାଇଁ ଆମ୍ଭେମାନେ ଇସ୍ରାଏଲର ସମୁଦାୟ ବଂଶ ମଧ୍ୟରୁ ଶହକେ ଦଶ ଜଣ, ହଜାରକେ ଏକ ଶହ ଜଣ, ଦଶ ହଜାରରେ ଏକ ହଜାର ଜଣ ଲେଖାଏଁ ନେବୁ, ତହିଁରେ ଲୋକମାନେ ବିନ୍ୟାମୀନ୍‍ର ଅଧିକାରସ୍ଥ ଗିବୀୟାକୁ ଆସିଲେ, ସେମାନେ ଇସ୍ରାଏଲ ମଧ୍ୟରେ ଯେସମସ୍ତ ମୂଢ଼ତାର କର୍ମ କରିଅଛନ୍ତି, ତଦନୁସାରେ ସେମାନଙ୍କୁ ପ୍ରତିଫଳ ଦେବେ।”
11 Enti, Israelfoɔ nyinaa ano kɔɔ bɛnkorɔ mu boaa wɔn ho ano sɛ wɔbɛkɔ akɔto ahyɛ kuro no so.
ଏହିରୂପେ ଇସ୍ରାଏଲୀୟ ସମସ୍ତ ଲୋକ ଏକ ମନୁଷ୍ୟ ପରି ଯୁକ୍ତ ହୋଇ ସେହି ନଗର ବିରୁଦ୍ଧରେ ଏକତ୍ରିତ ହେଲେ।
12 Israelfoɔ no somaa abɔfoɔ kɔɔ Benyamin abusuakuo no mu kɔbisaa wɔn sɛ, “Ɛdeɛn awurukasɛm na moayɛ wɔ mo mu yi?
ଏଥିଉତ୍ତାରେ ଇସ୍ରାଏଲ ବଂଶ ବିନ୍ୟାମୀନ୍‍ର ସମୁଦାୟ ବଂଶ ନିକଟକୁ ଲୋକ ପଠାଇ କହିଲେ, “ତୁମ୍ଭମାନଙ୍କ ମଧ୍ୟରେ ଏ କି ଦୁଷ୍ଟତା ଘଟିଅଛି?
13 Monyi saa amumuyɛfoɔ a wɔfiri Gibea no mmra, na yɛnkum wɔn na yɛntu saa awurukasɛm yi ase mfiri Israel.” Nanso, Benyaminfoɔ no antie.
ଏବେ ତୁମ୍ଭେମାନେ ସେହି ଗିବୀୟାର ଦୁଷ୍ଟ ଲୋକମାନଙ୍କୁ ସମର୍ପଣ କର, ତହିଁରେ ଆମ୍ଭେମାନେ ସେମାନଙ୍କୁ ବଧ କରି ଇସ୍ରାଏଲ ମଧ୍ୟରୁ ଦୁଷ୍ଟତା ଦୂର କରିବା।” ମାତ୍ର ବିନ୍ୟାମୀନ୍ ଆପଣା ଭ୍ରାତା ଇସ୍ରାଏଲ-ସନ୍ତାନଗଣର ରବ ଶୁଣିବାକୁ ସମ୍ମତ ହେଲେ ନାହିଁ।
14 Mmom, wɔfifiri wɔn nkuro mu boaa wɔn ho ano wɔ Gibea sɛ wɔne Israelfoɔ no rebɛko.
ପୁଣି ଇସ୍ରାଏଲ-ସନ୍ତାନଗଣ ସଙ୍ଗେ ଯୁଦ୍ଧ କରିବା ପାଇଁ ବିନ୍ୟାମୀନ୍-ସନ୍ତାନଗଣ ନଗରମାନରୁ ବାହାରି ଗିବୀୟାକୁ ଯାଇ ଏକତ୍ରିତ ହେଲେ।
15 Akofoɔ mpem aduonu nsia a wɔkurakura akofena kɔduruu Gibea, kɔkaa akofoɔ ahanson a na wɔte hɔ dada no ho.
ସେହି ଦିନ ନଗରମାନରୁ ଆସିଥିବା ବିନ୍ୟାମୀନ୍-ସନ୍ତାନଗଣର ଛବିଶ ହଜାର ଖଡ୍ଗଧାରୀ ଲୋକ ଗଣିତ ହେଲେ, ଏହାଛଡ଼ା ଗିବୀୟା ନିବାସୀ ଲୋକମାନଙ୍କର ସାତ ଶହ ବଛା ଲୋକ ଗଣିତ ହେଲେ।
16 Na Benyamin akofoɔ no mu ahanson yɛ abenkumma a wɔn mu biara yɛ toamfom wɔ ahwimmoɔ toɔ mu.
ଏହି ଲୋକସମୂହ ମଧ୍ୟରେ ସାତ ଶହ ବଛା ଲୋକ ବାଁହାତିଆ ଥିଲେ; ସେମାନେ ପ୍ରତ୍ୟେକେ ବଣା ନ ହୋଇ ଏକ କେଶକୁ ହିଁ ଲକ୍ଷ୍ୟ କରି ଛାଟିଣୀ ମାରି ପାରନ୍ତି।
17 Na Israelfoɔ wɔ akofoɔ mpem ahanan a wɔkurakura akofena a Benyamin akofoɔ nka ho.
ବିନ୍ୟାମୀନ୍ ଛଡ଼ା ଇସ୍ରାଏଲର ଖଡ୍ଗଧାରୀ ଚାରି ଲକ୍ଷ ଲୋକ ଗଣିତ ହେଲେ; ଏସମସ୍ତେ ଯୋଦ୍ଧା।
18 Ansa na wɔrebɛfiri ɔko no ase no, Israelfoɔ no kɔɔ Bet-El kɔbisaa Onyankopɔn sɛ, “Abusuakuo bɛn na ɛsɛ sɛ wɔdi ɔko no anim tia Benyaminfoɔ no?” Awurade buaa sɛ, “Yuda na ɛsɛ sɛ wɔdi animu.”
ଏଥିଉତ୍ତାରେ ଇସ୍ରାଏଲ-ସନ୍ତାନଗଣ ଉଠି ବେଥେଲ୍‍କୁ ଯାଇ ପରମେଶ୍ୱରଙ୍କ ନିକଟରେ ପଚାରି କହିଲେ; “ବିନ୍ୟାମୀନ୍-ସନ୍ତାନଗଣ ସହିତ ଯୁଦ୍ଧ କରିବା ପାଇଁ ଆମ୍ଭମାନଙ୍କ ପକ୍ଷରୁ ପ୍ରଥମେ କିଏ ଯିବ?” ସଦାପ୍ରଭୁ କହିଲେ, “ଯିହୁଦା ପ୍ରଥମେ ଯିବ।”
19 Enti, Israelfoɔ no siim anɔpahema kɔkyeree sraban wɔ baabi a ɛbɛn Gibea.
ତହିଁରେ ଇସ୍ରାଏଲ-ସନ୍ତାନଗଣ ପ୍ରଭାତରେ ଉଠି ଗିବୀୟା ବିରୁଦ୍ଧରେ ଛାଉଣି ସ୍ଥାପନ କଲେ।
20 Afei, wɔtu teneeɛ de wɔn ani kyerɛɛ Gibea sɛ wɔrekɔto ahyɛ Benyamin mmarima no so.
ପୁଣି ଇସ୍ରାଏଲୀୟ ଲୋକମାନେ ବିନ୍ୟାମୀନ୍ ସଙ୍ଗେ ଯୁଦ୍ଧ କରିବାକୁ ବାହାରିଲେ ଓ ଇସ୍ରାଏଲୀୟ ଲୋକମାନେ ଗିବୀୟା ନିକଟରେ ସେମାନଙ୍କ ବିରୁଦ୍ଧରେ ଯୁଦ୍ଧ ସଜାଇଲେ।
21 Nanso, Benyamin akofoɔ a na wɔrebɔ kuro no ho ban no pue kunkumm Israelfoɔ no ɔpeduonu mmienu wɔ akono hɔ ɛda no ara.
ତହିଁରେ ବିନ୍ୟାମୀନ୍-ସନ୍ତାନଗଣ ଗିବୀୟାରୁ ବାହାରି ସେହି ଦିନ ଇସ୍ରାଏଲ ମଧ୍ୟରୁ ବାଇଶ ହଜାର ଲୋକଙ୍କୁ ସଂହାର କରି ଭୂମିରେ ନିପାତ କଲେ।
22 Nanso, Israelfoɔ nyaa akokoɔduru boaa wɔn ho ano wɔ baabi a wɔkoo ɛda a ɛdi animu no.
ତହିଁ ଉତ୍ତାରେ ଇସ୍ରାଏଲୀୟ ଲୋକମାନେ ଆପଣାମାନଙ୍କୁ ଆଶ୍ୱାସ ଦେଇ ପ୍ରଥମ ଦିନ ଯେଉଁ ସ୍ଥାନରେ ଆପଣାମାନଙ୍କୁ ସଜାଇଥିଲେ, ପୁନର୍ବାର ସେହି ସ୍ଥାନରେ ଯୁଦ୍ଧ ସଜାଇଲେ।
23 Na wɔakɔ Bet-El akɔsu wɔ Awurade anim akɔsi anwummerɛ. Afei, wɔbisaa Awurade sɛ, “Yɛne yɛn ara abusuafoɔ a wɔfiri Benyamin nko bio anaa?” Na Awurade buaa sɛ, “Monkɔ na mo ne wɔn nkɔko.”
ପୁଣି ଇସ୍ରାଏଲ-ସନ୍ତାନଗଣ ଉଠିଯାଇ ସନ୍ଧ୍ୟା ପର୍ଯ୍ୟନ୍ତ ସଦାପ୍ରଭୁଙ୍କ ସମ୍ମୁଖରେ ରୋଦନ କଲେ; ପୁଣି ସେମାନେ ସଦାପ୍ରଭୁଙ୍କୁ ପଚାରି କହିଲେ, “ଆମ୍ଭେ କି ଆପଣା ଭାଇ ବିନ୍ୟାମୀନ୍-ସନ୍ତାନଗଣ ସହିତ ଯୁଦ୍ଧ କରିବାକୁ ନିକଟବର୍ତ୍ତୀ ହେବା?” ତହିଁରେ ସଦାପ୍ରଭୁ କହିଲେ, “ତାହା ବିରୁଦ୍ଧରେ ଯାଅ।”
24 Enti, wɔkɔko tiaa Benyamin akofoɔ no,
ଏଉତ୍ତାରେ ଇସ୍ରାଏଲ-ସନ୍ତାନଗଣ ଦ୍ୱିତୀୟ ଦିନ ବିନ୍ୟାମୀନ୍-ସନ୍ତାନଗଣ ବିରୁଦ୍ଧରେ ଯୁଦ୍ଧ କରିବାକୁ ନିକଟବର୍ତ୍ତୀ ହେଲେ।
25 na Benyamin mmarima no sane kumm Israelfoɔ akofoɔ a wɔnim akofena akodie yie no mpem dunwɔtwe.
ପୁଣି ବିନ୍ୟାମୀନ୍ ସେହି ଦ୍ୱିତୀୟ ଦିନ ସେମାନଙ୍କ ବିରୁଦ୍ଧରେ ଗିବୀୟାରୁ ବାହାରି ଇସ୍ରାଏଲ-ସନ୍ତାନଗଣର ଅଠର ହଜାର ଲୋକଙ୍କୁ ପୁନର୍ବାର ସଂହାର କରି ଭୂମିରେ ନିପାତ କଲେ; ଏସମସ୍ତେ ଖଡ୍ଗଧାରୀ ଥିଲେ।
26 Ɛnna Israelfoɔ no kɔɔ Bet-El kɔsuu wɔ Awurade anim kyenee kɔm kɔsii anwummerɛ. Wɔbɔɔ ɔhyeɛ afɔdeɛ ne aduane afɔdeɛ maa Awurade.
ତେବେ ସମସ୍ତ ଇସ୍ରାଏଲ ସନ୍ତାନ ଓ ସମସ୍ତ ଲୋକ ଉଠି ବେଥେଲ୍‍କୁ ଯାଇ ରୋଦନ କଲେ ଓ ସଦାପ୍ରଭୁଙ୍କ ସମ୍ମୁଖରେ ବସି ସେଦିନ ସନ୍ଧ୍ୟା ପର୍ଯ୍ୟନ୍ତ ଉପବାସ କଲେ ଓ ସେମାନେ ସଦାପ୍ରଭୁଙ୍କ ସମ୍ମୁଖରେ ହୋମବଳି ଓ ମଙ୍ଗଳାର୍ଥକ ବଳି ଉତ୍ସର୍ଗ କଲେ।
27 Na Israelfoɔ kɔɔ Awurade anim kɔpɛɛ akwankyerɛ. (Saa ɛberɛ no na Onyankopɔn apam adaka no wɔ Bet-El,
ସେହି ସମୟରେ ପରମେଶ୍ୱରଙ୍କ ନିୟମ-ସିନ୍ଦୁକ ସେଠାରେ ଥିଲା, ପୁଣି ହାରୋଣର ପୌତ୍ର, ଇଲୀୟାସରର ପୁତ୍ର ପୀନହସ୍‍ ସେହି ସମୟରେ ତହିଁ ସମ୍ମୁଖରେ ଠିଆ ହେବା ବ୍ୟକ୍ତି ଥିଲା।
28 na Eleasa babarima Pinehas a ɔyɛ Aaron nana no na na ɔyɛ ɔsɔfoɔ). Israelfoɔ no bisaa Awurade, sɛ, “Ɛsɛ sɛ yɛko tia yɛn ara yɛn abusuafoɔ Benyamin bio anaasɛ yɛnnyae?” Awurade buaa sɛ, “Monkɔ! Ɔkyena mɛma moadi wɔn so nkonim.”
ଏହେତୁ ଇସ୍ରାଏଲ-ସନ୍ତାନଗଣ ସଦାପ୍ରଭୁଙ୍କୁ ପଚାରି କହିଲେ, “ଆମ୍ଭେ ଆପଣା ଭାଇ ବିନ୍ୟାମୀନ୍-ସନ୍ତାନଗଣ ବିରୁଦ୍ଧରେ ଯୁଦ୍ଧ କରିବା ପାଇଁ ଏବେ ହେଁ କି ପୁନର୍ବାର ଯିବା, ଅବା କ୍ଷାନ୍ତ ହେବା?” ସଦାପ୍ରଭୁ କହିଲେ, ଯାଅ; “ଆମ୍ଭେ କାଲି ତୁମ୍ଭ ହସ୍ତରେ ତାହାକୁ ସମର୍ପଣ କରିବା।”
29 Enti, Israelfoɔ de atɛfoɔ twaa Gibea ho nyinaa hyiaeɛ.
ତହୁଁ ଇସ୍ରାଏଲ ଗିବୀୟାର ଚତୁର୍ଦ୍ଦିଗରେ ଲୋକ ଛକି ବସାଇ ରଖିଲା।
30 Ne nnansa so no, wɔboaa wɔn ho ano wɔ beaeɛ korɔ hɔ ara.
ଏଥିଉତ୍ତାରେ ତୃତୀୟ ଦିନ ଇସ୍ରାଏଲ-ସନ୍ତାନଗଣ ବିନ୍ୟାମୀନ୍-ସନ୍ତାନଗଣ ବିରୁଦ୍ଧରେ ଉଠିଗଲେ ଓ ପୂର୍ବ ପରି ଗିବୀୟା ନିକଟରେ ଆପଣାମାନଙ୍କୁ ସଜାଇଲେ।
31 Ɛberɛ a Benyaminfoɔ akofoɔ pue baeɛ wɔ ɔko so no, wɔtwee wɔn firii kuro no mu. Na sɛdeɛ na wɔayɛ pɛn no, wɔhyɛɛ aseɛ kunkumm Israelfoɔ no. Ɛbɛyɛ Israelfoɔ aduasa na wɔwuwuiɛ wɔ akono petee mu hɔ a ebi deda akwan a ɛkɔ Bet-El ne Gibea ho.
ତହୁଁ ବିନ୍ୟାମୀନ୍-ସନ୍ତାନଗଣ ସେହି ଲୋକମାନଙ୍କ ବିରୁଦ୍ଧରେ ଯାଇ ନଗରଠାରୁ ଦୂରକୁ ଆକର୍ଷିତ ହେଲେ; ପୁଣି ପୂର୍ବ ସମୟ ପରି ଲୋକମାନଙ୍କୁ ଆଘାତ ଓ ବଧ କରିବାକୁ ଲାଗିଲେ; ଆଉ ବେଥେଲ୍‍ ଆଡ଼େ ଓ କ୍ଷେତ୍ର ଦେଇ ଗିବୀୟା ଆଡ଼େ ଯିବା ଦୁଇ ସଡ଼କରେ ସେମାନେ ଊଣାଧିକ ଇସ୍ରାଏଲୀୟ ତିରିଶ ଲୋକଙ୍କୁ ବଧ କଲେ।
32 Afei Benyamin akofoɔ no teaam sɛ, “Yɛredi wɔn so sɛdeɛ yɛdii wɔn so wɔ ɔko a ɛdi ɛkan no mu no!” Na saa ɛberɛ no na Israelfoɔ no apene so dada sɛ wɔbɛdwane ama Benyamin mmarima no ataa wɔn wɔ akwan no so, na ama wɔatwe wɔn afiri kuro no mu.
ତହୁଁ ବିନ୍ୟାମୀନ୍-ସନ୍ତାନମାନେ କହିଲେ, “ଏମାନେ ତ ପୂର୍ବ ପରି ଆମ୍ଭମାନଙ୍କ ସମ୍ମୁଖରେ ପରାସ୍ତ ହେଉଅଛନ୍ତି।” ମାତ୍ର ଇସ୍ରାଏଲ-ସନ୍ତାନଗଣ କହିଲେ, “ଆମ୍ଭେମାନେ ପଳାଇ ନଗରରୁ ସଡ଼କକୁ ସେମାନଙ୍କୁ ଆକର୍ଷଣ କରିନେଉ।”
33 Ɛberɛ a Israelfoɔ akodɔm kɛseɛ no duruu Baal-Tamar no, wɔdanee wɔn ho koeɛ. Ɛhɔ na Israelfoɔ a wɔatɛ wɔ Geba no puee prɛko pɛ firi wɔn atɛeɛm
ତହୁଁ ଇସ୍ରାଏଲ ଲୋକ ସମସ୍ତେ ଆପଣା ଆପଣା ସ୍ଥାନରୁ ଉଠି ବାଲ୍‍ତାମରରେ ଆପଣାମାନଙ୍କୁ ସଜାଇଲେ; ଏଥିମଧ୍ୟରେ ଇସ୍ରାଏଲର ଛକି ବସିବା ଲୋକମାନେ ଗିବୀୟାସ୍ଥ ଆପଣା ଆପଣା ସ୍ଥାନରୁ ଏକାବେଳେ ଉଠି ଆସିଲେ।
34 kɔsii Benyaminfoɔ no akyi tohyɛɛ wɔn so. Ɔko no mu yɛɛ den ara kɔsii sɛ na Benyaminfoɔ no ntumi nhunu amanehunu a ɛbɛba.
ତହୁଁ ଇସ୍ରାଏଲୀୟ ସମସ୍ତ ଲୋକଙ୍କ ମଧ୍ୟରୁ ଦଶ ହଜାର ବଛା ଲୋକ ଗିବୀୟା ନିକଟକୁ ଆସନ୍ତେ, ଭାରୀ ଯୁଦ୍ଧ ହେଲା; ମାତ୍ର ଅମଙ୍ଗଳ ଆସି ଯେ ସେମାନଙ୍କ ଉପରେ ପଡ଼ିଲାଣି, ଏହା ସେମାନେ ଜାଣିଲେ ନାହିଁ।
35 Ɛno enti, Awurade boaa Israel ma wɔdii Benyamin so nkonim. Saa ɛda no, Israelfoɔ kunkumm Benyamin akofoɔ no mpem aduonu enum ne ɔha, a na wɔn nyinaa nim akofena ano ko yie.
ସେତେବେଳେ ସଦାପ୍ରଭୁ ଇସ୍ରାଏଲ ସମ୍ମୁଖରେ ବିନ୍ୟାମୀନ୍‍କୁ ଆଘାତ କଲେ; ତହିଁରେ ଇସ୍ରାଏଲ-ସନ୍ତାନଗଣ ସେହି ଦିନ ବିନ୍ୟାମୀନ୍‍ର ପଚିଶ ହଜାର ଏକ ଶହ ଲୋକ ବଧ କଲେ; ଏସମସ୍ତେ ଖଡ୍ଗଧାରୀ ଥିଲେ।
36 Afei, Benyaminfoɔ no hunuu sɛ wɔadi nkoguo. Israelfoɔ no dwane firii Benyamin akofoɔ no anim, sɛdeɛ ɛbɛyɛ a, wɔn a wɔakɔ atɛ no bɛnya ɛkwan ayɛ wɔn adwuma.
ଏହିରୂପେ ବିନ୍ୟାମୀନ୍-ସନ୍ତାନଗଣ ଆପଣାମାନଙ୍କୁ ପରାସ୍ତ ହେବାର ଦେଖିଲେ; କାରଣ ଇସ୍ରାଏଲୀୟ ଲୋକମାନେ ଗିବୀୟାରେ ଛକି ବସାଇଥିବା ଲୋକମାନଙ୍କ ଉପରେ ନିର୍ଭର ରଖି ବିନ୍ୟାମୀନ୍‍କୁ ସ୍ଥାନ ଛାଡ଼ିଦେଲେ।
37 Afei, wɔn a na wɔatɛ no firii afanan nyinaa kɔɔ Gibea, kunkumm obiara a ɔwɔ kuro no mu.
ଏଥିମଧ୍ୟରେ ଛକି ବସିବା ଲୋକମାନେ ଶୀଘ୍ର ମାଡ଼ି ଆସି ଗିବୀୟା ଆକ୍ରମଣ କଲେ; ପୁଣି ଛକି ବସିବା ଲୋକମାନେ ଆସି ଖଡ୍ଗଧାରରେ ସମସ୍ତ ନଗର ଆଘାତ କଲେ।
38 Wɔtuee wisie kumɔnn wɔ kuro no so,
ଆଉ ସେହି ଛକି ବସିବା ଲୋକମାନେ ଯେପରି ନଗରରୁ ବୃହତ ଧୂମ-ମେଘ ଉଠାଇବେ; ଇସ୍ରାଏଲୀୟ ଲୋକଙ୍କ ସହିତ ସେମାନଙ୍କର ଏହି ଚିହ୍ନ ସ୍ଥିର ହୋଇଥିଲା।
39 a ɛyɛ nsɛnkyerɛnneɛ ma Israelfoɔ no sɛ wɔnsane mmra mmɛto nhyɛ Benyamin akofoɔ no so. Saa ɛberɛ no na Benyamin akofoɔ no akum Israelfoɔ no aduasa, a wɔteaam sɛ, “Yɛredi wɔn so sɛdeɛ yɛdii wɔn so ɔko a ɛdi ɛkan no mu no!”
ଏହେତୁ ଇସ୍ରାଏଲୀୟ ଲୋକମାନେ ଯୁଦ୍ଧ ବେଳେ ମୁଖ ଫେରାଇଲେ, ତହୁଁ ବିନ୍ୟାମୀନ୍ ଇସ୍ରାଏଲର ଲୋକମାନଙ୍କୁ ଆଘାତ କରି ଊଣାଧିକ ତିରିଶ ଜଣଙ୍କୁ ବଧ କଲେ; କାରଣ ସେମାନେ କହିଲେ, ପ୍ରଥମ ଯୁଦ୍ଧରେ ଯେପରି, ଏବେ ମଧ୍ୟ ସେପରି, ନିଶ୍ଚୟ ଏମାନେ ଆମ୍ଭମାନଙ୍କ ସମ୍ମୁଖରେ ପରାସ୍ତ ହେଉଅଛନ୍ତି।
40 Nanso, ɛberɛ a Benyamin akofoɔ no hwɛɛ wɔn akyi, na wɔhunuu wisie a atu nam ewiem wɔ kuro no mu baabiara no,
ମାତ୍ର ଯେତେବେଳେ ନଗରରୁ ସ୍ତମ୍ଭାକାରରେ ଧୂମ-ମେଘ ଉଠିବାକୁ ଲାଗିଲା, ସେତେବେଳେ ବିନ୍ୟାମୀନୀୟ ଲୋକମାନେ ପଛକୁ ଅନାଇଲେ, ଆଉ ଦେଖ, ସମୁଦାୟ ନଗରର ଧୂମ ଆକାଶକୁ ଉଠୁଅଛି।
41 Israelfoɔ no sane baeɛ bɛto hyɛɛ wɔn so. Afei, Benyamin akofoɔ no hunuu sɛ asɛm aba na wɔbɔɔ huboa.
ତହୁଁ ଇସ୍ରାଏଲୀୟ ଲୋକମାନେ ନେଉଟିଲେ, ପୁଣି ବିନ୍ୟାମୀନୀୟ ଲୋକମାନେ ଅବାକ୍ ହେଲେ; କାରଣ ସେମାନେ ଆପଣାମାନଙ୍କ ଉପରେ ଅମଙ୍ଗଳ ଆସି ପଡ଼ିଲା ବୋଲି ଦେଖିଲେ।
42 Enti, wɔdwane de wɔn ani kyerɛɛ ɛserɛ so. Nanso, Israelfoɔ no taa wɔn kunkumm wɔn.
ଏଣୁ ସେମାନେ ଇସ୍ରାଏଲୀୟ ଲୋକମାନଙ୍କ ସମ୍ମୁଖରୁ ପ୍ରାନ୍ତର-ପଥ ଆଡ଼େ ଫେରିଲେ; ମାତ୍ର ଯୁଦ୍ଧ ସେମାନଙ୍କ ପଛେ ପଛେ ଲାଗି ରହିଲା; ପୁଣି ନଗରମାନରୁ ଆସିଥିବା ଲୋକମାନେ ସେମାନଙ୍କୁ ପଥ ମଧ୍ୟରେ ସଂହାର କଲେ।
43 Israelfoɔ no twaa Benyaminfoɔ no ho hyiaeɛ, taa wɔn anibereɛ so, kɔtoo wɔn wɔ Gibea atɔeɛ fam.
ସେମାନେ ବିନ୍ୟାମୀନୀୟ ଲୋକମାନଙ୍କୁ ଚାରିଆଡ଼ୁ ଘେରିଲେ ଓ ସେମାନଙ୍କୁ ଗୋଡ଼ାଇ ସେମାନଙ୍କ ବିଶ୍ରାମ ସ୍ଥାନରେ ସୂର୍ଯ୍ୟୋଦୟ ଆଡ଼େ ଗିବୀୟା ସମ୍ମୁଖସ୍ଥ ସ୍ଥାନ ପର୍ଯ୍ୟନ୍ତ ସେମାନଙ୍କୁ ଭୂମିରେ ଦଳି ପକାଇଲେ।
44 Ɛda no, Benyamin akofoɔ akɛseɛ mpem dunwɔtwe na wɔtotɔɔ ɔko no mu.
ତହିଁରେ ବିନ୍ୟାମୀନ୍‍ର ଅଠର ହଜାର ଲୋକ ହତ ହେଲେ; ସେସମସ୍ତେ ବୀର ଥିଲେ।
45 Wɔn a wɔanwuwu no dwane kɔɔ ɛserɛ so baabi a ɛbɛn Rimon botan no ho. Nanso, Israelfoɔ no kunkumm wɔn mu mpem enum wɔ ɛkwan no so. Wɔtoaa so taa wɔn, kɔsii sɛ wɔkumm mpenu wɔ baabi a ɛbɛn Gidom kaa ho.
ଏଉତ୍ତାରେ ସେମାନେ ଫେରି ପ୍ରାନ୍ତର ଆଡ଼େ ରିମ୍ମୋନ୍‍ ଶୈଳକୁ ପଳାଇଲେ; ତହୁଁ ଏମାନେ ସଡ଼କରେ ପାଞ୍ଚ ହଜାର ଲୋକଙ୍କୁ ଗୋଟାଇ ସାଉଣ୍ଟି ମାରିଲେ; ପୁଣି ଗିଦୀୟୋମ୍‍ ପର୍ଯ୍ୟନ୍ତ ସେମାନଙ୍କ ପଛେ ଲାଗି ରହି ସେମାନଙ୍କର ଦୁଇ ହଜାର ଲୋକଙ୍କୁ ବଧ କଲେ।
46 Enti, Benyamin abusuakuo no hweree akofoɔ akokoɔdurufoɔ ɔpeduonunum saa ɛda no,
ଏହିରୂପେ ସେହି ଦିନ ବିନ୍ୟାମୀନ୍‍ର ଖଡ୍ଗଧାରୀ ପଚିଶ ହଜାର ଲୋକ ହତ ହେଲେ; ସେସମସ୍ତେ ବୀର ଥିଲେ।
47 ma ɛkaa mmarima ahansia pɛ a wɔdwane kɔɔ ɔbotan Rimon ho kɔtenaa hɔ abosome ɛnan no.
ମାତ୍ର ଛଅ ଶହ ଲୋକ ନେଉଟି ପ୍ରାନ୍ତର ଆଡ଼େ ରିମ୍ମୋନ୍‍ ଶୈଳକୁ ପଳାଇଲେ ଓ ରିମ୍ମୋନ୍‍ ଶୈଳରେ ଚାରି ମାସ ରହିଲେ।
48 Afei Israelfoɔ no sane baeɛ bɛkunkumm abɔdeɛ biara a nkwa wɔ mu wɔ nkuro no nyinaa mu, firi nnipa so kɔsi anantwie ne biribiara so. Na kuro biara a wɔduruu so no, wɔhyee no dworobɛɛ.
ଏଥିଉତ୍ତାରେ ଇସ୍ରାଏଲୀୟ ଲୋକମାନେ ବିନ୍ୟାମୀନ୍-ସନ୍ତାନଗଣର ବିରୁଦ୍ଧରେ ଫେରି ସମୁଦାୟ ନଗର ଓ ପଶୁ ଓ ଯାହା କିଛି ପାଇଲେ, ସେସବୁକୁ ଖଡ୍ଗଧାରରେ ଆଘାତ କଲେ; ଆହୁରି ସେମାନେ ଯେତେ ନଗର ପାଇଲେ, ସେସବୁରେ ଅଗ୍ନି ଲଗାଇଲେ।

< Atemmufoɔ 20 >