< 1 Samuel 30 >

1 Nnansa so, Dawid ne ne mmarima kɔduruu Siklag. Na Amalekfoɔ abɛto ahyɛ Negeb so ahye Siklag pasaa.
ଏଉତ୍ତାରେ ଦାଉଦ ଓ ତାଙ୍କର ଲୋକମାନେ ତୃତୀୟ ଦିନରେ ସିକ୍ଲଗ୍‍ ନଗରରେ ଉପସ୍ଥିତ ହେଲେ, ସେସମୟକୁ ଅମାଲେକୀୟ ଲୋକମାନେ ଦକ୍ଷିଣାଞ୍ଚଳ ଓ ସିକ୍ଲଗ୍‍ ଆକ୍ରମଣ କରିଥିଲେ ଓ ସିକ୍ଲଗ୍‍କୁ ଆଘାତ କରି ଅଗ୍ନିରେ ଦଗ୍ଧ କରିଥିଲେ।
2 Wɔkyekyeree mmaa ne wɔn a wɔwɔ mu nyinaa a ɛyɛ mmɔfra ne mpanin. Wɔankum wɔn mu biara, na mmom, wɔsoaa wɔn de wɔn kɔeɛ.
ପୁଣି, ତନ୍ମଧ୍ୟସ୍ଥିତ ସ୍ତ୍ରୀମାନଙ୍କୁ ଓ ସାନ ବଡ଼ ସମସ୍ତଙ୍କୁ ବନ୍ଦୀ କରି ନେଇ ଯାଇଥିଲେ; ସେମାନେ କାହାକୁ ବଧ ନ କରି ସମସ୍ତଙ୍କୁ ନେଇ ଆପଣା ପଥରେ ଚାଲି ଯାଇଥିଲେ।
3 Ɛberɛ a Dawid ne ne mmarima no hunuu sɛdeɛ Siklag asɛeɛ ne asɛm a ato wɔn abusuafoɔ no,
ପୁଣି, ଦାଉଦ ଓ ତାଙ୍କର ଲୋକମାନେ ନଗରରେ ଉପସ୍ଥିତ ହୁଅନ୍ତେ, ଦେଖ, ନଗର ଅଗ୍ନିରେ ଦଗ୍ଧ ଓ ସେମାନଙ୍କ ଭାର୍ଯ୍ୟା, ପୁତ୍ର ଓ କନ୍ୟାଗଣ ବନ୍ଦୀ ରୂପେ ନୀତ ହୋଇଅଛନ୍ତି।
4 wɔtwaa agyaadwoɔ ara kɔsii sɛ afei na wɔntumi ntwa agyaadwoɔ no bio.
ତହୁଁ ଦାଉଦ ଓ ତାଙ୍କର ସଙ୍ଗୀ ଲୋକମାନେ ଆପଣା ଆପଣା ରବ ଉଠାଇ ରୋଦନ କଲେ, ଏପରି କି ଆଉ ରୋଦନ କରିବାକୁ ସେମାନଙ୍କଠାରେ କିଛି ବଳ ରହିଲା ନାହିଁ।
5 Dawid yerenom baanu a wɔne Yesreelni Ahinoam ne Karmelni Abigail a na ɔyɛ Nabal yere no ka wɔn a wɔsoaa wɔn kɔeɛ no ho.
ପୁଣି, ଯିଷ୍ରିୟେଲୀୟା ଅହୀନୋୟମ୍‍ ଓ କର୍ମିଲୀୟ ନାବଲର ଭାର୍ଯ୍ୟା ଅବୀଗଲ ନାମ୍ନୀ ଦାଉଦଙ୍କର ଦୁଇ ଭାର୍ଯ୍ୟା ବନ୍ଦୀ ହୋଇଥିଲେ।
6 Dawid ho yeraa no yie, ɛfiri sɛ, na mmarima no adwene ho sɛ wɔbɛsi no aboɔ, ɛsiane, wɔn mmammarima ne wɔn mmammaa a wɔakyekye wɔn no enti. Nanso, Dawid nyaa ahoɔden wɔ Awurade, ne Onyankopɔn mu.
ଏଥିରେ ଦାଉଦ ଅତିଶୟ ଉଦ୍‍ବିଗ୍ନ ହେଲେ; କାରଣ ପ୍ରତ୍ୟେକ ଲୋକର ମନ ଆପଣା ଆପଣା ପୁତ୍ରକନ୍ୟା ସକାଶୁ ବିରକ୍ତ ହେବାରୁ ଲୋକମାନେ ତାଙ୍କୁ ପଥରରେ ମାରିବାକୁ କହିଲେ; ମାତ୍ର, ଦାଉଦ ସଦାପ୍ରଭୁ ଆପଣା ପରମେଶ୍ୱରଙ୍କଠାରେ ଆପଣାକୁ ସବଳ କଲେ।
7 Na Dawid ka kyerɛɛ ɔsɔfoɔ Abiatar, sɛ, “Fa asɔfotadeɛ no brɛ me.” Na Abiatar de baeɛ.
ଏଉତ୍ତାରେ ଦାଉଦ ଅହୀମେଲକ୍‍ର ପୁତ୍ର ଅବୀୟାଥର ଯାଜକକୁ କହିଲେ, “ମୋʼ କତିକି ଟିକିଏ ଏଫୋଦ ଆଣିଲ।” ତହିଁରେ ଅବୀୟାଥର ଦାଉଦଙ୍କ ନିକଟକୁ ଏଫୋଦ ଆଣିଲା।
8 Na Dawid bisaa Awurade sɛ, “Menti ɛdɔm no anaa? Mɛto wɔn anaa?” Awurade buaa no sɛ, “Aane, ti wɔn. Na biribiara a wɔafa afiri mo nkyɛn no, mo nsa bɛka ne nyinaa.”
ସେତେବେଳେ ଦାଉଦ ସଦାପ୍ରଭୁଙ୍କ ନିକଟରେ ପଚାରି କହିଲେ, “ମୁଁ ଏହି ସୈନ୍ୟଦଳର ପଛେ ପଛେ ଗୋଡ଼ାଇଲେ କି ସେମାନଙ୍କର ସଙ୍ଗ ଧରି ପାରିବି?” ତହିଁରେ ସେ ତାଙ୍କୁ କହିଲେ, “ପଛେ ପଛେ ଯାଅ; କାରଣ ତୁମ୍ଭେ ନିଶ୍ଚୟ ସେମାନଙ୍କର ସଙ୍ଗ ଧରିବ ଓ ବିଫଳ ନ ହୋଇ ସମସ୍ତଙ୍କୁ ଉଦ୍ଧାର କରିବ।”
9 Enti, Dawid ne ne mmarima ahansia no sii ɛkwan so. Ankyɛre biara na wɔduruu Besor asuwa no so.
ତହୁଁ ଦାଉଦ ଓ ତାଙ୍କର ସଙ୍ଗୀ ଛଅ ଶହ ଲୋକ ଯାଇ ବିଷୋର ନଦୀ ନିକଟରେ ଉପସ୍ଥିତ ହେଲେ, ସେଠାରେ ପଶ୍ଚାତ୍‍ ପରିତ୍ୟକ୍ତ ଲୋକମାନେ ରହିଗଲେ।
10 Nanso, mmarima no mu ahanu deɛ, na wɔabrɛbrɛ yie enti, wɔantumi antwa asuo no. Ɛno enti, Dawid de akodɔm ahanan a wɔaka no toaa so.
ମାତ୍ର ଦାଉଦ ଓ ଚାରି ଶହ ଲୋକ ପଛେ ପଛେ ଗୋଡ଼ାଇଲେ; କାରଣ ଦୁଇ ଶହ ଲୋକ ଏପରି କ୍ଳାନ୍ତ ହୋଇଥିଲେ ଯେ, ସେମାନେ ବିଷୋର ନଦୀ ପାର ହୋଇ ନ ପାରି ପଛରେ ରହିଗଲେ।
11 Dawid akodɔm no bi hunuu Misraimni barima bi wɔ wiram hɔ na wɔde no brɛɛ Dawid. Wɔmaa no burodo sɛ ɔnni ne nsuo sɛ ɔnnom.
ଏଉତ୍ତାରେ ଲୋକମାନେ କ୍ଷେତ୍ରରେ ଜଣେ ମିସରୀୟକୁ ପାଇ ଦାଉଦଙ୍କ ନିକଟକୁ ଆଣିଲେ ଓ ତାହାକୁ ଆହାର ଦିଅନ୍ତେ ସେ ଭୋଜନ କଲା; ମଧ୍ୟ ସେମାନେ ପାନ କରିବା ପାଇଁ ତାହାକୁ ଜଳ ଦେଲେ;
12 Wɔsane maa no borɔdɔma ɔfam sin bi ne bobe aba abɔnta, ɛfiri sɛ, na hwee nkaa nʼano nnansa awia ne anadwo. Ankyɛre na ɔnyaa ahoɔden.
ପୁଣି, ସେମାନେ ତାହାକୁ ଡିମ୍ବିରିଚକ୍ତିରୁ ଏକ ଖଣ୍ଡ ଓ ଦୁଇ ପେଣ୍ଡା ଦ୍ରାକ୍ଷା ଦେଲେ; ଆଉ ସେ ଭୋଜନ କରନ୍ତେ ଚେତନା ପାଇଲା, କାରଣ ସେ ତିନି ଦିନ ତିନି ରାତ୍ରି କିଛି ଆହାର କରି ନ ଥିଲା, କି କିଛି ଜଳ ପାନ କରି ନ ଥିଲା।
13 Dawid bisaa no sɛ, “Hwan onipa ne wo, na wofiri he?” Ɔbuaa sɛ, “Meyɛ Misraimni, na Amalekni bi akoa ne me. Nnansa ni na me wura gyaa me hɔ, ɛfiri sɛ, na meyare.
ଏଥିରେ ଦାଉଦ ତାହାକୁ ପଚାରିଲେ, “ତୁମ୍ଭେ କାହାର ଲୋକ? ଓ ତୁମ୍ଭେ କେଉଁଠାରୁ ଆସିଅଛ?” ତହୁଁ ସେ କହିଲା, “ମୁଁ ଜଣେ ମିସରୀୟ ଯୁବା ଓ ଏକ ଅମାଲେକୀୟ ଲୋକର ଦାସ; ପୁଣି, ତିନି ଦିନ ହେଲା ମୁଁ ପୀଡ଼ିତ ହେବାରୁ ମୋହର ମୁନିବ ମୋତେ ଛାଡ଼ି ଚାଲିଗଲା।
14 Yɛkɔtuaa Keretifoɔ wɔ Negeb a ɛyɛ Yudaman wɔ Kaleb asase so, na yɛhyee Siklag nkyɛreeɛ.”
ଆମ୍ଭେମାନେ କରେଥୀୟମାନଙ୍କ ଦକ୍ଷିଣାଞ୍ଚଳ ଆକ୍ରମଣ କଲୁ ଓ ଆମ୍ଭେମାନେ ସିକ୍ଲଗ୍‍କୁ ଅଗ୍ନିରେ ଓ ଯିହୁଦାର ଅଧିକାର ଓ କାଲେବର ଦକ୍ଷିଣାଞ୍ଚଳ ଦଗ୍ଧ କଲୁ।”
15 Dawid bisaa no sɛ, “Enti, wobɛdi mʼanim akɔ wɔn nkyɛn?” Aberanteɛ no buaa sɛ, “Sɛ wode Onyankopɔn din bɛka ntam sɛ worenkum me anaa worensane mfa me mma me wura deɛ a, ɛnneɛ, mɛdi wʼanim de wo akɔ.”
ତହିଁରେ ଦାଉଦ ତାହାକୁ କହିଲେ, “ତୁମ୍ଭେ କʼଣ ଆମ୍ଭକୁ ସେହି ସୈନ୍ୟଦଳ ନିକଟକୁ ନେଇଯିବ?” ତହୁଁ ସେ କହିଲା, “ତୁମ୍ଭେ ଯେ ମୋତେ ବଧ କରିବ ନାହିଁ, ଅବା ମୋହର ମୁନିବ ହସ୍ତରେ ମୋତେ ସମର୍ପଣ କରିବ ନାହିଁ, ଏହା ପରମେଶ୍ୱରଙ୍କ ନାମରେ ଶପଥ କର, ତେବେ ମୁଁ ସେହି ସୈନ୍ୟଦଳ ନିକଟକୁ ତୁମ୍ଭକୁ ନେଇଯିବି।”
16 Na Misraimni no dii wɔn anim kɔɔ Amalekfoɔ no atenaeɛ. Ɛberɛ a Dawid ne ne mmarima no duruu hɔ no, na Amalekfoɔ no ahwete wɔ ɛserɛ no so a wɔredidi nom na wɔde ahosɛpɛ resa, ɛfiri sɛ, na wɔanya asadeɛ bebree afiri Filistifoɔ nkyɛn ne Yuda asase so.
ଏଉତ୍ତାରେ ସେ ତାଙ୍କୁ ନେଇଯାଆନ୍ତେ, ଦେଖ, ପଲେଷ୍ଟୀୟମାନଙ୍କର ଓ ଯିହୁଦାର ଦେଶରୁ ପ୍ରଚୁର ଲୁଟଦ୍ରବ୍ୟ ଆଣିଥିବାରୁ ସେମାନେ ଭୂମିଯାକ ବ୍ୟାପି ଭୋଜନପାନ ଓ ଉତ୍ସବ କରୁଅଛନ୍ତି।
17 Dawid ne ne mmarima to hyɛɛ wɔn so, kunkumm wɔn wɔ akofena ano anadwo mu no nyinaa, kɔsii adekyeeɛ no anwummerɛ. Amalekfoɔ no mu biara antumi annwane, agye mmarima ahanan a wɔtenatenaa nyoma so dwaneeɛ no.
ଏହେତୁ ଦାଉଦ ଗୋଧୂଳି ସମୟାବଧି ପରଦିନ ସନ୍ଧ୍ୟା ପର୍ଯ୍ୟନ୍ତ ସେମାନଙ୍କୁ ଆଘାତ କଲେ; ଆଉ ଯେଉଁ ଚାରି ଶହ ଯୁବା ଲୋକ ଓଟ ଚଢ଼ି ପଳାଇଲେ, ସେମାନଙ୍କ ଛଡ଼ା ସେହି ଲୋକମାନଙ୍କ ମଧ୍ୟରୁ; ଜଣେ ଅବଶିଷ୍ଟ ରହିଲା ନାହିଁ।
18 Dawid gyee biribiara a Amalekfoɔ no faeɛ, sane gyee ne yerenom baanu no.
ପୁଣି, ଅମାଲେକୀୟମାନେ ଯାହା କିଛି ନେଇ ଯାଇଥିଲେ, ଦାଉଦ ସେସମସ୍ତ ଉଦ୍ଧାର କଲେ; ମଧ୍ୟ ଦାଉଦ ଆପଣାର ଦୁଇ ଭାର୍ଯ୍ୟାଙ୍କୁ ମୁକ୍ତ କଲେ।
19 Biribiara anyera: sɛ ɛyɛ ketewa anaa kɛseɛ, ɔbabarima anaa ɔbabaa anaa biribiara a wɔfom faeɛ no, Dawid de ne nyinaa sane baeɛ.
ପୁଣି, ସେମାନଙ୍କର ସାନ କି ବଡ଼, ପୁତ୍ର କି କନ୍ୟା, ଲୁଟଦ୍ରବ୍ୟ କି ଯାହା କିଛି ଅମାଲେକୀୟମାନେ ନେଇଥିଲେ, ତହିଁରୁ କିଛି ଊଣା ହେଲା ନାହିଁ; ଦାଉଦ ସବୁ ଫେରି ପାଇଲେ।
20 Nʼakodɔm no kaa nnwan ne anantwie no so, de wɔn baeɛ. Na wɔkaa sɛ, “Yeinom nyinaa wɔ Dawid sɛ nʼadwuma pa so akatua.”
ଆଉ ସେମାନେ ନିଜ ପଶୁପଲ ଆଗେ ଆଗେ ଯେଉଁ ଅନ୍ୟ ଗୋମେଷାଦି ପଲ ଅଡ଼ାଇ ନେଉଥିଲେ, ଦାଉଦ ସେସବୁ ନେଲେ, ପୁଣି, ଲୋକମାନେ କହିଲେ, ଏ ଦାଉଦଙ୍କ ଲୁଟଦ୍ରବ୍ୟ।
21 Na wɔduruu Besor asuwa no so na wɔhunuu mmarima ahanu a ɔbrɛ dodoɔ enti, wɔantumi ne wɔn ankɔ no. Dawid kyeaa wɔn anigyeɛ so.
ଏଉତ୍ତାରେ ଅତି କ୍ଳାନ୍ତ ହୋଇ ଦାଉଦଙ୍କର ପଛେ ପଛେ ଯାଇ ନ ପାରିବାରୁ ଯେଉଁ ଦୁଇ ଶହ ଲୋକଙ୍କୁ ସେମାନେ ବିଷୋର ନଦୀ ନିକଟରେ ରଖି ଯାଇଥିଲେ, ଦାଉଦ ସେମାନଙ୍କ ନିକଟକୁ ଗଲେ; ତହୁଁ ସେମାନେ ଦାଉଦଙ୍କୁ ଭେଟିବାକୁ ଓ ତାଙ୍କ ସଙ୍ଗୀ ଲୋକମାନଙ୍କୁ ଭେଟିବାକୁ ବାହାରିଲେ; ପୁଣି, ଦାଉଦ ଲୋକମାନଙ୍କ ନିକଟବର୍ତ୍ତୀ ହୋଇ ସେମାନଙ୍କୁ କୁଶଳବାର୍ତ୍ତା ପଚାରିଲେ।
22 Nanso, Dawid mmarima no mu asɛmpɛfoɔ bi kaa sɛ, “Wɔne yɛn ankɔ enti, wɔrennya asadeɛ no bi. Momfa wɔn yerenom ne wɔn mma mma wɔn, na monka nkyerɛ wɔn sɛ, wɔmfiri yɛn ani so nkɔ.”
ସେତେବେଳେ ଦାଉଦଙ୍କ ସଙ୍ଗରେ ଯେଉଁମାନେ ଯାଇଥିଲେ, ସେମାନଙ୍କ ମଧ୍ୟରୁ ଦୁଷ୍ଟ ଓ ପାପାଧମ ମନୁଷ୍ୟ ସମସ୍ତେ ଉତ୍ତର ଦେଇ କହିଲେ, “ସେମାନେ ଆମ୍ଭ ସଙ୍ଗରେ ଗଲେ ନାହିଁ, ଏଥିପାଇଁ ଆମ୍ଭେମାନେ ପ୍ରାପ୍ତ ଲୁଟଦ୍ରବ୍ୟରୁ ସେମାନଙ୍କୁ କିଛି ଦେବୁ ନାହିଁ, କେବଳ ସେମାନଙ୍କର ପ୍ରତ୍ୟେକ ଲୋକକୁ ତାହାର ଭାର୍ଯ୍ୟା ଓ ସନ୍ତାନସନ୍ତତି ଦେବୁ, ସେମାନେ ତାଙ୍କୁ ନେଇ ଚାଲିଯାଆନ୍ତୁ।”
23 Nanso, Dawid kaa sɛ, “Dabi, anuanom! Monnyɛ deɛ Awurade de ama yɛn no ho pɛsɛmenkomenya. Wakora yɛn so, aboa yɛn ama yɛadi yɛn atamfoɔ so nkonim.
ଏଥିରେ ଦାଉଦ ସେମାନଙ୍କୁ କହିଲେ, “ହେ ମୋହର ଭ୍ରାତୃଗଣ, ଯେଉଁ ସଦାପ୍ରଭୁ ଆମ୍ଭମାନଙ୍କୁ ରକ୍ଷା କରି ଆମ୍ଭମାନଙ୍କ ପ୍ରତିକୂଳଗାମୀ ସୈନ୍ୟଦଳକୁ ଆମ୍ଭମାନଙ୍କ ହସ୍ତରେ ସମର୍ପଣ କଲେ, ସେ ଆମ୍ଭମାନଙ୍କୁ ଯାହା ଦେଇଅଛନ୍ତି, ତାହା ନେଇ ତୁମ୍ଭମାନଙ୍କର ଏରୂପ କରିବା ଉଚିତ ନୁହେଁ।
24 Mogye di sɛ sɛ moka no saa a, obi bɛtie mo? Sɛ yɛrekyɛ a, momma yɛnkyɛ no pɛ mma wɔn a wɔkɔ sa ne wɔn a wɔhwɛ akodeɛ so nyinaa.”
ପୁଣି, ଏ ବିଷୟରେ ତୁମ୍ଭମାନଙ୍କର କଥା କିଏ ଶୁଣିବ? କାରଣ ଯୁଦ୍ଧକୁ ଗମନକାରୀ ଲୋକ ଯେପରି ଆପଣା ଅଂଶ ପାଇବ, ସାମଗ୍ରୀ ନିକଟରେ ରହିବା ଲୋକ ସେପରି ଅଂଶ ପାଇବ, ସେମାନେ ସମାନ ଅଂଶ ପାଇବେ।”
25 Ɛfiri saa ɛberɛ no, Dawid yɛɛ yei mmara, maa Israel nyinaa na wɔgu so di so saa ara de bɛsi ɛnnɛ.
ପୁଣି, ଦାଉଦ ସେହି ଦିନାବଧି ଇସ୍ରାଏଲ ନିମନ୍ତେ ଏହି ବିଧି ଓ ଶାସନ ସ୍ଥିର କଲେ, ତାହା ଆଜି ପର୍ଯ୍ୟନ୍ତ ଚଳୁଅଛି।
26 Ɛberɛ a Dawid duruu Siklag no, ɔsoma maa wɔde asadeɛ no bi kɔmaa Yuda mpanimfoɔ a na wɔyɛ ne nnamfonom kaa sɛ, “Mo akyɛdeɛ a yɛfa firi Awurade atamfoɔ nsam nie.”
ଏଉତ୍ତାରେ ଦାଉଦ ସିକ୍ଲଗ୍‍ରେ ଉପସ୍ଥିତ ହୁଅନ୍ତେ, ସେ ବେଥେଲ୍‍ ଓ ଦକ୍ଷିଣାଞ୍ଚଳସ୍ଥ ରାମତ୍‍ ଓ ଯତ୍ତୀର
27 Wɔde akyɛdeɛ no kɔmaa ntuanofoɔ a wɔwɔ Bet-El, Ramot a ɛwɔ anafoɔ fam, Yatir.
ଓ ଅରୋୟେର ଓ ଶିଫ୍‍ମୋତ୍‍ ଓ ଇଷ୍ଟିମୋୟ;
28 Aroer, Sifmot, Estemoa,
ରାଖଲ ଓ ଯିରହମେଲୀୟମାନଙ୍କ ନଗର ଓ କେନୀୟମାନଙ୍କ ନଗର
29 Rakal ne wɔn a wɔwɔ Yerahmeelfoɔ nkuro mu ne wɔn a wɔwɔ Kenifoɔ kuro mu,
ଓ ହର୍ମା ଓ କୋରାଶନ ଓ ଅଥାକ୍‍
30 ne wɔn a wɔwɔ Horma, Bor-Asan, Atak,
ଓ ହିବ୍ରୋଣ ଓ ଯେ ଯେ ସ୍ଥାନରେ ଦାଉଦଙ୍କର ଓ ତାଙ୍କ ଲୋକମାନଙ୍କର ଗମନାଗମନ ହୋଇଥିଲା,
31 Hebron ne mmeaemmeae a Dawid ne ne mmarima kyinkyinii hɔ nyinaa.
ସେହି ସମସ୍ତ ସ୍ଥାନସ୍ଥିତ ଆପଣା ମିତ୍ର ଯିହୁଦାର ପ୍ରାଚୀନବର୍ଗଙ୍କ ନିକଟକୁ ଲୁଟିତ ଦ୍ରବ୍ୟରୁ କିଛି କିଛି ପଠାଇ କହିଲେ, “ଦେଖ, ସଦାପ୍ରଭୁଙ୍କ ଶତ୍ରୁମାନଙ୍କଠାରୁ ଲୁଟିତ ଦ୍ରବ୍ୟ ମଧ୍ୟରୁ ତୁମ୍ଭମାନଙ୍କ ନିମନ୍ତେ ଏହି ଭେଟି।”

< 1 Samuel 30 >