< 1 Samweli 9 >

1 Basi kulikuwa na mtu mmoja kutoka Benyamini, mtu mashuhuri. Jina lake aliitwa Kishi mwana wa Abieli, mwana wa Zerori, mwana wa Bekorathi, mwana wa Afia, mwana wa Mbenyamini.
ସେହି ସମୟରେ ବିନ୍ୟାମୀନ୍ ବଂଶୀୟ ଅଫୀହର ବୃଦ୍ଧ ପ୍ରପୌତ୍ର, ବଖୋରତର ପ୍ରପୌତ୍ର, ସରୋରର ପୌତ୍ର, ଅବୀୟେଲର ପୁତ୍ର କୀଶ୍‍ ନାମକ ଜଣେ ମହାବିକ୍ରମଶାଳୀ ବିନ୍ୟାମୀନୀୟ ଲୋକ ଥିଲା।
2 Huyu alikuwa na mtoto wa kiume aliyeitwa Sauli, kijana mzuri wa uso. Hapakuwapo mwanaume mzuri wa uso kuliko huyu miongoni mwa watu wote wa Israeli. Kutoka mabegani kwenda juu alikuwa mrefu kuliko watu wengine.
ପୁଣି, ତାହାର ଶାଉଲ ନାମରେ ଏକ ପୁତ୍ର ଥିଲେ, ସେ ସୁନ୍ଦର ଯୁବା ପୁରୁଷ; ଆଉ ଇସ୍ରାଏଲ ସନ୍ତାନମାନଙ୍କ ମଧ୍ୟରେ ତାଙ୍କଠାରୁ ଅଧିକ ସୁନ୍ଦର ପୁରୁଷ ନ ଥିଲେ; ସେ ସମସ୍ତ ଲୋକଙ୍କ ଅପେକ୍ଷା ସ୍କନ୍ଧରୁ ଊର୍ଦ୍ଧ୍ୱକୁ ଉଚ୍ଚ ଥିଲେ।
3 Na punda wa Kishi, baba yake na Sauli walipotea. hivyo Kishi akamwambia Sauli mwanawe, “Mchukue mmoja wa watumishi; uamke uende kuwatafuta punda,”
ଏକ ସମୟରେ ଶାଉଲଙ୍କ ପିତା କୀଶ୍‍ର ଗଧସବୁ ହଜିଲେ। ତହିଁରେ କୀଶ୍‍ ଆପଣା ପୁତ୍ର ଶାଉଲଙ୍କୁ କହିଲା, “ତୁମ୍ଭେ ଯୁବାମାନଙ୍କ ମଧ୍ୟରୁ ଜଣକୁ ସଙ୍ଗେ ନେଇ ଗଧ ଖୋଜିବାକୁ ଉଠିଯାଅ।”
4 Sauli akapita katika nchi ya vilima vilima ya Efraimu na akaenda akapita katika nchi ya Shalisha, lakini hawakuwaona. Kisha walipita katika nchi ya Shaalimu, lakini hawakuwa huko. Baadaye alipita katika nchi ya Wabenyamini, lakini hawakuwaona wale punda.
ତେଣୁ ସେ ଇଫ୍ରୟିମ-ପର୍ବତମୟ ଦେଶ ଦେଇ ଗଲେ, ତହୁଁ ଶାଲିଶା ପ୍ରଦେଶ ଦେଇ ଗଲେ, ମାତ୍ର ସେମାନେ ସେମାନଙ୍କୁ ପାଇଲେ ନାହିଁ; ତେବେ ସେମାନେ ଶାଲୀମ୍‍ ପ୍ରଦେଶ ଦେଇ ଗଲେ, ପୁଣି, ସେଠାରେ ଗଧମାନେ ନ ଥିଲେ; ତହିଁ ଉତ୍ତାରେ ସେ ବିନ୍ୟାମୀନ ପ୍ରଦେଶ ଦେଇ ଗଲେ, ମାତ୍ର ସେଠାରେ ସେମାନଙ୍କୁ ପାଇଲେ ନାହିଁ।
5 Na walipofika nchi ya Sufu, Sauli alimwambia mtumishi wake aliyekuwa naye, “Njoo na turudi, pengine baba aweza kuacha kuchunga punda na kuanza kutuhofia sisi.”
ଯେତେବେଳେ ସେମାନେ ସୂଫ ପ୍ରଦେଶରେ ଉପସ୍ଥିତ ହେଲେ, ସେତେବେଳେ ଶାଉଲ ଆପଣା ସଙ୍ଗୀ ଯୁବାକୁ କହିଲେ, “ଆସ ଆମ୍ଭେମାନେ ଫେରିଯାଉ; ନୋହିଲେ ମୋହର ପିତା ଗଧମାନଙ୍କ ବିଷୟରେ ଚିନ୍ତା କରିବା ଛାଡ଼ି ଆମ୍ଭମାନଙ୍କ ବିଷୟରେ ଚିନ୍ତା କରିବେ।”
6 Lakini mtumishi akamwmbia, “Sikiliza, Yupo mtu wa Mungu katika mji huu. Naye ni mtu wa kuheshimiwa sana; kila asemalo huwa kweli. Hebu twende huko; labda anaweza kutuambia tupitie wapi katika safari yetu.”
ତହିଁରେ ସେ ତାଙ୍କୁ କହିଲା, “ଦେଖ, ଏହି ନଗରରେ ପରମେଶ୍ୱରଙ୍କର ଏକ ଲୋକ ଅଛନ୍ତି, ସେ ଅତି ମାନ୍ୟଗଣ୍ୟ ଲୋକ; ସେ ଯାହାସବୁ କହନ୍ତି, ନିଶ୍ଚୟ ସଫଳ ହୁଏ; ଆସ, ଆମ୍ଭେମାନେ ସେଠାକୁ ଯାଉ; ହୋଇପାରେ, ଆମ୍ଭେମାନେ ଯେଉଁ ଯାତ୍ରା କରୁଅଛୁ, ସେ ବିଷୟ ସେ ଆମ୍ଭମାନଙ୍କୁ ଜଣାଇ ପାରିବେ।”
7 Ndipo Sauli akamwambia mtumish iwake, “Lakini kama tukienda kwake, twaweza kumpelekea nini? Maana hata mkate katika mfuko wetu umekwisha, na hakuna zawadi ya kumpelekea mtumishi wa Mungu. Tuna kitu gani?
ତେବେ ଶାଉଲ ଆପଣା ଯୁବାକୁ କହିଲେ, “ମାତ୍ର ଦେଖ, ଆମ୍ଭେମାନେ ଗଲେ, ସେ ଲୋକଙ୍କ ନିକଟକୁ କଅଣ ନେବା? କାରଣ ଆମ୍ଭମାନଙ୍କ ପାତ୍ରରୁ ଖାଦ୍ୟସାମଗ୍ରୀ ସରିଲାଣି, ପରମେଶ୍ୱରଙ୍କ ଲୋକଙ୍କ ନିକଟକୁ ନେବା ପାଇଁ କୌଣସି ଦର୍ଶନୀ ନାହିଁ; ଆମ୍ଭମାନଙ୍କ ପାଖରେ କଅଣ ଅଛି?”
8 Huyo mtumishi akamjibu Sauli na kusema, “Hapa, ninayo robo ya shekeli ya fedha ambayo nitampa mtumishi wa Mungu, atuambie ni njia ipi yatupasa tuiendee.”
ତହିଁରେ ସେହି ଯୁବା ଶାଉଲଙ୍କୁ ପୁନର୍ବାର ଉତ୍ତର ଦେଇ କହିଲା, “ଦେଖ, ଆମ୍ଭ ହାତରେ ଏକ ଶେକଲ ରୂପାର ଚତୁର୍ଥାଂଶ ଅଛି; ଆମ୍ଭମାନଙ୍କ ଯାତ୍ରା ବିଷୟ ଆମ୍ଭମାନଙ୍କୁ ଜଣାଇବା ପାଇଁ ଆମ୍ଭେ ପରମେଶ୍ୱରଙ୍କ ଲୋକଙ୍କୁ ତାହା ଦେବା।”
9 (Zamani katika Israeli, mtu alipotaka kujua neno kuhusu mapenzi ya Mungu, alisema, “Njoo, haya twende kwa mwonaji.” Kwa maana nabii wa leo, zamani aliitwa Mwonaji).
(ପୂର୍ବକାଳେ ଇସ୍ରାଏଲ ମଧ୍ୟରେ କାହାରି ପରମେଶ୍ୱରଙ୍କ ନିକଟରେ ପଚାରିବା ପାଇଁ ଯିବାର ହେଲେ, ସେ ଏପରି କହେ, “ଆସ, ଆମ୍ଭେମାନେ ଦର୍ଶକ ନିକଟକୁ ଯାଉ;” କାରଣ, ବର୍ତ୍ତମାନ ଯାହାକୁ ଭବିଷ୍ୟଦ୍‍ବକ୍ତା କହନ୍ତି, ପୂର୍ବକାଳରେ ତାହାକୁ ଦର୍ଶକ କହୁଥିଲେ)।
10 Ndipo Sauli akamwambia mtumishi wake, “Umesema vyema. Haya, njoo twende.” Basi wakaenda katika mji ambao mtu wa Mungu alikuwamo.
ଏହେତୁ ଶାଉଲ ଆପଣା ଯୁବାକୁ କହିଲେ, “ଭଲ କହିଲ; ଆସ, ଆମ୍ଭେମାନେ ଯାଉ।” ତହିଁରେ ପରମେଶ୍ୱରଙ୍କ ଲୋକ ଯେଉଁ ନଗରରେ ଥିଲେ, ସେଠାକୁ ସେମାନେ ଗଲେ।
11 Walipopanda mlima kuelekea mjini, walikutana na wasichana wakienda kuteka maji; Sauli na mtumishi wake wakawauliza, “Mwonaji hupo hapa?”
ସେମାନେ ନଗରକୁ ଯିବା ଉଠାଣି ପଥରେ ଗଲା ବେଳେ ଜଳ କାଢ଼ିବା ପାଇଁ ବାହାରକୁ ଯିବା କେତେକ ଯୁବତୀଙ୍କି ଦେଖି ପଚାରିଲେ, “ଏଠାରେ ଦର୍ଶକ ଅଛନ୍ତି କି?”
12 Nao wakawajibu, na kusema, “Yupo; tazameni, yuko mbele yenu. Harakisheni, kwa maana anakuja mjini leo, sababu leo watu wanatoa dhabihu zao mahali pa juu.
ତହିଁରେ ସେମାନେ ଉତ୍ତର ଦେଇ କହିଲେ, “ଅଛନ୍ତି; ଦେଖ, ସେ ତୁମ୍ଭ ଆଗରେ ଅଛନ୍ତି; ଶୀଘ୍ର ଯାଅ, କାରଣ ସେ ଆଜି ନଗରକୁ ଆସିଅଛନ୍ତି; ଆଜି ଉଚ୍ଚସ୍ଥଳୀରେ ଲୋକମାନଙ୍କର ଏକ ବଳିଦାନ ଅଛି;
13 Mara tu mtakapoingia mjini mtamuona, kabla hajapanda mahali pa juu kla chakula. Watu hawatakula hata atakapokuja, kwa sababu ndiye ataibariki dhabihu; na baadaye wale ambao wamealikwa hula. Basi pandeni, mtamuona sasa hivi.”
ସେ ଭୋଜନ କରିବା ପାଇଁ ଉଚ୍ଚସ୍ଥଳୀକି ଯିବା ପୂର୍ବେ ତୁମ୍ଭେମାନେ ନଗରରେ ପହଞ୍ଚିଲେ, ସେହିକ୍ଷଣି ତାଙ୍କୁ ଦେଖିବ; କାରଣ, ସେ ନ ଆସିବା ଯାଏ ଲୋକମାନେ ଭୋଜନ କରିବେ ନାହିଁ, ଯେହେତୁ ସେ ବଳିକୁ ଆଶୀର୍ବାଦ କଲା ଉତ୍ତାରେ ନିମନ୍ତ୍ରିତ ଲୋକମାନେ ଭୋଜନ କରନ୍ତି। ଏଣୁ ତୁମ୍ଭେମାନେ ଏହିକ୍ଷଣି ଉଠିଯାଅ, ଏତେବେଳେ ତୁମ୍ଭେମାନେ ତାଙ୍କୁ ପାଇବ।”
14 Kwa hiyo walikwea kwenda mjini. Walipokuwa wakiingia mjini, walimuona Samweli akija mbele yao, akipanda kwenda mahali pa juu.
ତହୁଁ ସେମାନେ ନଗରକୁ ଉଠିଗଲେ; ନଗର ମଧ୍ୟରେ ଉପସ୍ଥିତ ହେବା ମାତ୍ରେ, ଦେଖ, ଉଚ୍ଚସ୍ଥଳୀକି ଯିବା ପାଇଁ ଶାମୁୟେଲ ବାହାରି ଆସି ସେମାନଙ୍କ ନିକଟରେ ଉପସ୍ଥିତ ହେଲେ।
15 Siku moja kabla Sauli hajafika, BWANA alikuwa amemfunulia Samweli:
ଶାଉଲ ଆସିବାର ଦିନକ ପୂର୍ବେ ସଦାପ୍ରଭୁ ଶାମୁୟେଲଙ୍କ କର୍ଣ୍ଣରେ ଏହି କଥା କହିଥିଲେ,
16 “Kesho wakati kama huu nitakutumia mtu kutoka nchi ya Benyamini, nawe utamtia mafuta awe mfalme juu ya watu wangu Israeli. Atawaokoa watu wangu kutoka mkono wa Wafilisti. Kwa kuwa nimewaonea huruma watu wangu na kilio cha kutaka msaada kimenifikia.”
“କାଲି ପ୍ରାୟ ଏହି ସମୟରେ ଆମ୍ଭେ ବିନ୍ୟାମୀନ୍ ପ୍ରଦେଶରୁ ତୁମ୍ଭ ନିକଟକୁ ଜଣେ ଲୋକ ପଠାଇବା, ଆଉ ତୁମ୍ଭେ ତାହାକୁ ଆମ୍ଭ ଇସ୍ରାଏଲ ଲୋକଙ୍କ ଉପରେ ରାଜା କରି ଅଭିଷିକ୍ତ କରିବ ଓ ସେ ଆମ୍ଭ ଲୋକମାନଙ୍କୁ ପଲେଷ୍ଟୀୟମାନଙ୍କ ହସ୍ତରୁ ଉଦ୍ଧାର କରିବ; କାରଣ ଆମ୍ଭ ଲୋକମାନଙ୍କ କ୍ରନ୍ଦନ ଆମ୍ଭ କର୍ଣ୍ଣଗୋଚର ହେବାରୁ ଆମ୍ଭେ ସେମାନଙ୍କ ପ୍ରତି ଦୃଷ୍ଟିପାତ କଲୁ।”
17 Samweli alipomuona Sauli, BWANA akamwambia, “Huyu ndiye mtu niliyekwambia habari zake! Yeye ndiye atakayewatawala watu wangu.”
ଏଥିରେ ଶାମୁୟେଲ ଶାଉଲଙ୍କୁ ଦେଖନ୍ତେ, ସଦାପ୍ରଭୁ ତାଙ୍କୁ କହିଲେ, “ଯାହା ବିଷୟରେ ଆମ୍ଭେ ତୁମ୍ଭକୁ କହିଥିଲୁ, ସେହି ବ୍ୟକ୍ତିକୁ ଦେଖ! ସେ ଆମ୍ଭ ଲୋକମାନଙ୍କ ଉପରେ ଶାସନ କରିବ।”
18 Ndipo Sauli akaja karibu na Samweli katika lango na kusema, “Niambie nyumba ya Mwonaji iko wapi?
ସେତେବେଳେ ଶାଉଲ ନଗର-ଦ୍ୱାର ଭିତରେ ଶାମୁୟେଲଙ୍କର ନିକଟବର୍ତ୍ତୀ ହୋଇ କହିଲେ, “ବିନୟ କରୁଅଛି, ଦର୍ଶକର ଗୃହ କେଉଁଠାରେ, ମୋତେ କୁହ।”
19 Samweli akamjibu Sauli akisema, “Mimi ndiye mwonaji. Tangulia mbele hadi mahali pa juu, nami nitakueleza kila kitu kilichomoyoni mwako.
ତହିଁରେ ଶାମୁୟେଲ ଶାଉଲଙ୍କୁ ଉତ୍ତର ଦେଇ କହିଲେ, “ମୁଁ ସେହି ଦର୍ଶକ; ସେ ଉଚ୍ଚସ୍ଥଳୀକି ମୋହର ଆଗେ ଯାଅ, କାରଣ ତୁମ୍ଭେମାନେ ଆଜି ମୋହର ସଙ୍ଗେ ଭୋଜନ କରିବ; ଆଉ ସକାଳେ ମୁଁ ତୁମ୍ଭକୁ ବିଦାୟ କରିବି ଓ ତୁମ୍ଭ ମନରେ ଯେସବୁ କଥା ଅଛି, ତାହାସବୁ ତୁମ୍ଭକୁ ଜଣାଇବି।
20 Kama punda wenu waliopotea siku tatu zilizopita, msihofu kuhusu hao punda, kwa kuwa wamekwishapatikana. Na yote yaliyotamanika kwa ajili ya Israeli yanamwangukia nani? Siyo kwako na nyumba ya baba yako yote?”
ପୁଣି, ତିନି ଦିନ ହେଲା ତୁମ୍ଭର ଯେଉଁସବୁ ଗଧ ହଜିଛନ୍ତି; ସେମାନଙ୍କଠାରେ ମନ ଦିଅ ନାହିଁ; କାରଣ ସେମାନେ ମିଳିଲେଣି। ପୁଣି, ଇସ୍ରାଏଲ ମଧ୍ୟରେ ସମସ୍ତ ବାଞ୍ଛନୀୟ ବିଷୟ କାହା ପାଇଁ? ତାହା କି ତୁମ୍ଭ ନିମନ୍ତେ ଓ ତୁମ୍ଭର ସମସ୍ତ ପିତୃଗୃହ ନିମନ୍ତେ ନୁହେଁ?”
21 Sauli akamjibu na kusema, Siyo mimi Mbenyamini, kutoka kabila lililo dogo sana kwa makabila ya Israeli? Siyo ukoo wangu ulio mdogo sana kwa kabila la Benyamini? Kwa nini basi unaniambia kwa namna hii?”
ତହୁଁ ଶାଉଲ ଉତ୍ତର କରି କହିଲେ, “ମୁଁ କି ଇସ୍ରାଏଲ ବଂଶସମୂହ ମଧ୍ୟରେ କ୍ଷୁଦ୍ରତମ ବିନ୍ୟାମୀନ୍ ବଂଶୀୟ ନୁହେଁ? ଆଉ ବିନ୍ୟାମୀନ୍ ବଂଶୀୟ ସମସ୍ତ ପରିବାର ମଧ୍ୟରେ ମୋର ପରିବାର କି କ୍ଷୁଦ୍ରତମ ନୁହେଁ? ତେବେ ତୁମ୍ଭେ ମୋତେ ଏପ୍ରକାର କଥା କାହିଁକି କହୁଅଛ?”
22 Hivyo Samweli akamchukua Sauli na mtumishi wake, akawaingiza ukumbini, akawakalisha mahali pa heshima pa wale walioalikwa, idadi yao takribani watu thelathini.
ଏଥିରେ ଶାମୁୟେଲ ଶାଉଲଙ୍କୁ ଓ ତାଙ୍କର ଯୁବାକୁ ନେଇ ଭୋଜନଶାଳାକୁ ଗଲେ ଓ ଊଣାଧିକ ତିରିଶ ନିମନ୍ତ୍ରିତ ଲୋକଙ୍କ ମଧ୍ୟରେ ସେମାନଙ୍କୁ ସର୍ବୋତ୍ତମ ସ୍ଥାନରେ ବସାଇଲେ।
23 Samweli akamwambia mpishi, “Lete sehemu niliyokupatia, sehemu ambayo nilikwambia hivi, “Itenge.”'
ଏଉତ୍ତାରେ ଶାମୁୟେଲ ପାଚକକୁ କହିଲେ, “ମୁଁ ତୁମ୍ଭକୁ ଯେଉଁ ଅଂଶ ଦେଇ ଆପଣା ନିକଟରେ ରଖିଥାଅ ବୋଲି କହିଥିଲି, ତାହା ଆଣ।”
24 Basi mpishi alichukua paja lililokuwa limeinuliwa katika dhabihu na kile kilichokuwa pamoja nalo, akaitenga mbele ya Sauli. Kisha Samweli akasema, “Angalia kile kilichokuwa kimetunzwa kwa ajili yako! Kula, kwa sababu kilitunzwa hadi wakati maalum ufike kwa ajili yako. Na kwa sasa waweza kusema, 'Nimewaalika watu.”' Kwa hiyo Sauli alikula pamoja na Samweli siku hiyo.
ତହିଁରେ ପାଚକ ଚଟୁଆ ଓ ତହିଁ ଉପରେ ଯାହା ଥିଲା, ତାହା ଆଣି ଶାଉଲଙ୍କ ଆଗରେ ଥୋଇଲା। ତହୁଁ ଶାମୁୟେଲ କହିଲେ, “ଦେଖ! ଏହା ରଖାଯାଇଥିଲା, ଆପଣା ଆଗରେ ରଖି ଭୋଜନ କର; ଯେହେତୁ ନିରୂପିତ ସମୟ ଅପେକ୍ଷାରେ ଏହା ତୁମ୍ଭ ପାଇଁ ରଖାଯାଇଅଛି, କାରଣ ମୁଁ ଲୋକମାନଙ୍କୁ ନିମନ୍ତ୍ରଣ କରିଅଛି ବୋଲି କହିଥିଲି।” ତହିଁରେ ସେହି ଦିନ ଶାଉଲ ଶାମୁୟେଲଙ୍କ ସଙ୍ଗେ ଭୋଜନ କଲେ।
25 Walipokuwa wamekwisha shuka chini kutoka sehemu ya juu na kuingia mjini, Samweli akazungumza na Sauli darini.
ତହୁଁ ସେମାନେ ଉଚ୍ଚସ୍ଥଳୀରୁ ଓହ୍ଲାଇ ନଗରକୁ ଆସନ୍ତେ, ଶାମୁୟେଲ ଗୃହ-ଛାତ ଉପରେ ଶାଉଲଙ୍କ ସଙ୍ଗେ ଆଳାପ କଲେ।
26 Na kulipopambazuka, Samweli alimwita Sauli darini na kusema, “Amka, kusudi nikusindikize uende zako,” Hivyo Sauli aliamka, na wote wawili, yeye na Samweli walitoka kwenda mtaani.
ଏଉତ୍ତାରେ ସେମାନେ ଅତି ପ୍ରଭାତରେ ଉଠିଲେ; ପୁଣି, ପ୍ରାୟ ଦିବସ-ପ୍ରକାଶ ସମୟରେ ଶାମୁୟେଲ ଗୃହ-ଛାତ ଉପରେ ଶାଉଲଙ୍କୁ ଡାକି କହିଲେ, “ଉଠ, ମୁଁ ତୁମ୍ଭଙ୍କୁ ବିଦାୟ କରିବି।” ତହିଁରେ ଶାଉଲ ଉଠିଲେ, ପୁଣି, ସେ ଓ ଶାମୁୟେଲ ଦୁହେଁ ବାହାରକୁ ଗଲେ।
27 Walipokuwa wakienda nje ya viunga vya mji, Samweli akamwambia Sauli, “Mwambie mtumishi wako atanguliye mbele yetu(na alitangulia mbele), Lakini wewe sharti usubiri kidogo, nipate kukuambia ujumbe wa Mungu.”
ଆଉ ସେମାନେ ନଗର-ପ୍ରାନ୍ତରେ ହେବା ବେଳେ ଶାମୁୟେଲ ଶାଉଲଙ୍କୁ କହିଲେ, “ଏହି ଯୁବାକୁ ଆମ୍ଭମାନଙ୍କ ଆଗେ ଯିବାକୁ କୁହ; (ତହୁଁ ସେ ଆଗେ ଗଲା); ମାତ୍ର ତୁମ୍ଭେ ବର୍ତ୍ତମାନ ଠିଆ ହୁଅ, ଆମ୍ଭେ ତୁମ୍ଭକୁ ପରମେଶ୍ୱରଙ୍କ ବାକ୍ୟ ଶୁଣାଇବା।”

< 1 Samweli 9 >