< От Иоанна святое благовествование 5 >

1 По сих (же) бе праздник Иудейский, и взыде Иисус во Иерусалим.
ଏଥିଉତ୍ତାରେ ଯିହୁଦୀମାନଙ୍କର ଗୋଟିଏ ପର୍ବ ପଡ଼ିଲା, ଆଉ ଯୀଶୁ ଯିରୂଶାଲମ ସହରକୁ ଯାତ୍ରା କଲେ।
2 Есть же во Иерусалимех Овчая купель, яже глаголется еврейски Вифесда, пять притвор имущи:
ଯିରୂଶାଲମ ସହରର ମେଷଦ୍ୱାର ନିକଟରେ ଗୋଟିଏ ପୋଖରୀ ଅଛି; ଏବ୍ରୀ ଭାଷାରେ ତାହାକୁ ବେଥେସ୍‍ଦା ବୋଲି କହନ୍ତି, ତାହାର ପାଞ୍ଚୋଟି ମଣ୍ଡପ।
3 в тех слежаше множество болящих, слепых, хромых, сухих, чающих движения воды:
ସେଗୁଡ଼ିକରେ ଅନେକ ଅନେକ ପୀଡ଼ିତ, ଅନ୍ଧ, ଖଞ୍ଜ ଓ ଶୁଷ୍କାଙ୍ଗ ପଡ଼ିରହୁଥିଲେ। [ସେମାନେ ଜଳସଞ୍ଚଳନ ଅପେକ୍ଷାରେ ରହୁଥିଲେ;
4 Ангел бо Господень на (всяко) лето схождаше в купель и возмущаше воду: (и) иже первее влазяше по возмущении воды, здрав бываше, яцем же недугом одержимь бываше.
କାରଣ କୌଣସି କୌଣସି ସମୟରେ ପ୍ରଭୁଙ୍କର ଜଣେ ଦୂତ ପୁଷ୍କରିଣୀରେ ଅବତରଣ କରି ଜଳ କମ୍ପାଉଥିଲେ, ଆଉ ଜଳ କମ୍ପିଲା ପରେ ଯେ କେହି ପ୍ରଥମରେ ସେଥିରେ ପ୍ରବେଶ କରୁଥିଲା, ସେ ଯେକୌଣସି ରୋଗରେ ଆକ୍ରାନ୍ତ ହୋଇଥିଲେ ସୁଦ୍ଧା ସୁସ୍ଥ ହେଉଥିଲା।]
5 Бе же ту некий человек, тридесять и осмь лет имый в недузе (своем).
ସେଠାରେ ଅଠତିରିଶି ବର୍ଷାବଧି ରୋଗଗ୍ରସ୍ତ ଜଣେ ଲୋକ ଥିଲା।
6 Сего видев Иисус лежаща и разумев, яко многа лета уже имяше (в недузе), глагола ему: хощеши ли цел быти?
ଯୀଶୁ ତାହାକୁ ପଡ଼ିରହିଥିବା ଦେଖି ବହୁକାଳର ରୋଗୀ ବୋଲି ଜାଣି ତାହାକୁ ପଚାରିଲେ, “ତୁମ୍ଭେ କଅଣ ସୁସ୍ଥ ହେବାକୁ ଇଚ୍ଛା କରୁଅଛ?”
7 Отвеща Ему недужный: ей, Господи, человека не имам, да, егда возмутится вода, ввержет мя в купель: егда же прихожду аз, ин прежде мене слазит.
ରୋଗୀଟି ତାହାଙ୍କୁ ଉତ୍ତର ଦେଲା, ମହାଶୟ, ଜଳ କମ୍ପିବା ସମୟରେ ମୋତେ ପୋଖରୀ ଭିତରକୁ ଘେନିଯିବା ପାଇଁ ମୋହର କେହି ନାହିଁ; ଆଉ, ମୁଁ ଯାଉ ଯାଉ ଅନ୍ୟ ଜଣେ ମୋʼ ଆଗରୁ ପଶିଯାଏ।
8 Глагола ему Иисус: востани, возми одр твой и ходи.
ଯୀଶୁ ତାହାଙ୍କୁ କହିଲେ, “ଉଠ, ତୁମ୍ଭର ଖଟିଆ ଘେନି ଚାଲ।”
9 И абие здрав бысть человек: и взем одр свой и хождаше. Бе же суббота в той день.
ସେହିକ୍ଷଣି ସେ ଲୋକଟି ସୁସ୍ଥ ହେଲା ଓ ଆପଣାର ଖଟିଆ ଘେନି ଚାଲିବାକୁ ଲାଗିଲା। ସେହି ଦିନ ବିଶ୍ରାମବାର ଥିଲା।
10 Глаголаху же Жидове исцелевшему: суббота есть, и не достоит ти взяти одра (твоего).
ଅତଏବ, କେତେକ ଯିହୁଦୀ ନେତାମାନେ ସୁସ୍ଥ ହୋଇଥିବା ଲୋକକୁ କହିବାକୁ ଲାଗିଲେ, ଆଜି ବିଶ୍ରାମବାର, ଖଟିଆ ବୋହିନେଇଯିବା ତୁମ୍ଭ ନିମନ୍ତେ ବିଧିସଙ୍ଗତ ନୁହେଁ।
11 Он (же) отвеща им: Иже мя сотвори цела, Той мне рече: возми одр твой и ходи.
କିନ୍ତୁ, ସେ ସେମାନଙ୍କୁ ଉତ୍ତର ଦେଲା, ଯେ ମୋତେ ସୁସ୍ଥ କଲେ, ସେ ମୋତେ କହିଲେ, “ତୁମ୍ଭର ଖଟିଆ ଘେନି ଚାଲ।”
12 Вопросиша же его: кто есть Человек рекий ти: возми одр твой и ходи?
ସେମାନେ ତାହାକୁ ପଚାରିଲେ, ତୁମ୍ଭର ଖଟିଆ ଘେନି ଚାଲ ବୋଲି ଯେ ତୁମ୍ଭକୁ କହିଲା, ସେ ଲୋକ କିଏ?
13 Изцелевый же не ведяше, Кто есть: Иисус бо уклонися, народу сущу на месте.
କିନ୍ତୁ ସେ କିଏ, ତାହା ସେହି ସୁସ୍ଥ ହୋଇଥିବା ଲୋକ ଜାଣି ନ ଥିଲା, କାରଣ ସେ ସ୍ଥାନରେ ବହୁତ ଲୋକ ଥିବାରୁ ଯୀଶୁ ଅଗୋଚରରେ ଚାଲିଯାଇଥିଲେ।
14 Потом (же) обрете его Иисус в церкви и рече ему: се, здрав еси: ктому не согрешай, да не горше ти что будет.
ଏହାପରେ ଯୀଶୁ ମନ୍ଦିରରେ ତାହାର ଦେଖା ପାଇ ତାହାକୁ କହିଲେ, “ଦେଖ, ତୁମ୍ଭେ ସୁସ୍ଥ ହୋଇଅଛ, ଆଉ ପାପ କର ନାହିଁ, ଯେପରି ତୁମ୍ଭ ପ୍ରତି ଅଧିକ ଦୁର୍ଦ୍ଦଶା ନ ଘଟେ।”
15 Иде (же) человек и поведа Иудеом, яко Иисус есть, иже мя сотвори цела.
ସେହି ଲୋକ ଚାଲିଯାଇ, ଯେ ତାହାକୁ ସୁସ୍ଥ କରିଥିଲେ, ସେ ଯୀଶୁ ବୋଲି ଯିହୁଦୀମାନଙ୍କୁ କହିଲା।
16 И сего ради гоняху Иисуса Иудее и искаху Его убити, зане сия творяше в субботу.
ତେଣୁ ଯୀଶୁ ବିଶ୍ରାମବାର ଦିନରେ ଏହା କରୁଥିବାରୁ ଯିହୁଦୀମାନେ ତାହାଙ୍କୁ ତାଡ଼ନା କରିବାକୁ ଲାଗିଲେ।
17 Иисус же отвещаваше им: Отец Мой доселе делает, и Аз делаю.
ମାତ୍ର ଯୀଶୁ ସେମାନଙ୍କୁ ଉତ୍ତର ଦେଲେ, “ମୋହର ପିତା ଏପର୍ଯ୍ୟନ୍ତ କାର୍ଯ୍ୟ କରୁଅଛନ୍ତି, ଆଉ ମୁଁ ମଧ୍ୟ କରୁଅଛି।”
18 И сего ради паче искаху Его Иудее убити, яко не токмо разоряше субботу, но и Отца Своего глаголаше Бога, равен Ся творя Богу.
ଏହି କାରଣରୁ ଯିହୁଦୀମାନେ ତାହାଙ୍କୁ ବଧ କରିବା ନିମନ୍ତେ ଆହୁରି ଅଧିକ ଚେଷ୍ଟା କରିବାକୁ ଲାଗିଲେ, ଯେଣୁ ସେ ଯେ ବିଶ୍ରାମବାର ବିଧି ଲଙ୍ଘନ କରୁଥିଲେ, କେବଳ ତାହା ନୁହେଁ, ମାତ୍ର ଈଶ୍ବରଙ୍କୁ ଆପଣା ପିତା ବୋଲି କହି ନିଜକୁ ଈଶ୍ବରଙ୍କ ସହିତ ସମାନ କରୁଥିଲେ।
19 Отвеща же Иисус и рече им: аминь, аминь глаголю вам, не может Сын творити о Себе ничесоже, аще не еже видит Отца творяща: яже бо Он творит, сия и Сын такожде творит.
ତେଣୁ ଯୀଶୁ ସେମାନଙ୍କୁ ଉତ୍ତର ଦେଲେ, “ସତ୍ୟ ସତ୍ୟ ମୁଁ ତୁମ୍ଭମାନଙ୍କୁ କହୁଅଛି, ପୁତ୍ର ପିତାଙ୍କୁ ଯାହା କରୁଥିବା ଦେଖନ୍ତି, ତାହା ଛଡ଼ା ସେ ନିଜେ କିଛି ହିଁ କରିପାରନ୍ତି ନାହିଁ। କାରଣ ସେ ଯାହା ଯାହା କରନ୍ତି, ପୁତ୍ର ମଧ୍ୟ ସେହିସବୁ ସେପ୍ରକାରେ କରନ୍ତି।
20 Отец бо любит Сына и вся показует Ему, яже Сам творит: и болша сих покажет Ему дела, да вы чудитеся.
କାରଣ ପିତା ପୁତ୍ରଙ୍କୁ ସ୍ନେହ କରନ୍ତି, ପୁଣି, ଆପେ ଯାହା ଯାହା କରନ୍ତି, ସେହିସବୁ ତାହାଙ୍କୁ ଦେଖାନ୍ତି, ଆଉ ତୁମ୍ଭେମାନେ ଯେପରି ଚମତ୍କୃତ ହୁଅ, ଏଥିନିମନ୍ତେ ସେ ତାହାଙ୍କୁ ଏହାଠାରୁ ଆହୁରି ମହତ‍ ମହତ‍ କର୍ମ ଦେଖାଇବେ।
21 Якоже бо Отец воскрешает мертвыя и живит, тако и Сын, ихже хощет, живит.
ଯେଣୁ ପିତା ଯେପ୍ରକାରେ ମୃତମାନଙ୍କୁ ଉତ୍ଥାପନ କରି ଜୀବିତ କରନ୍ତି, ସେହି ପ୍ରକାରେ ପୁତ୍ର ମଧ୍ୟ ଯାହାଯାହାକୁ ଇଚ୍ଛା, ସେମାନଙ୍କୁ ଜୀବିତ କରନ୍ତି।
22 Отец бо не судит ни комуже, но суд весь даде Сынови,
ପୁଣି, ପିତା ମଧ୍ୟ କାହାର ବିଚାର କରନ୍ତି ନାହିଁ, ମାତ୍ର ସମସ୍ତେ ପିତାଙ୍କୁ ଯେଉଁ ପ୍ରକାରେ ସମାଦର କରନ୍ତି, ସେହି ପ୍ରକାରେ ପୁତ୍ରଙ୍କୁ ମଧ୍ୟ ଯେପରି ସମାଦର କରିବେ, ସେଥିନିମନ୍ତେ ପୁତ୍ରଙ୍କୁ ସମସ୍ତ ବିଚାର କରିବାର ଅଧିକାର ଦେଇଅଛନ୍ତି।
23 да вси чтут Сына, якоже чтут Отца. (а) иже не чтит Сына, не чтит Отца пославшаго Его.
ଯେ ପୁତ୍ରଙ୍କୁ ସମାଦର କରେ ନାହିଁ, ସେ ତାହାଙ୍କର ପ୍ରେରଣକର୍ତ୍ତା ପିତାଙ୍କୁ ମଧ୍ୟ ସମାଦର କରେ ନାହିଁ।
24 Аминь, аминь глаголю вам, яко слушаяй словесе Моего и веруяй Пославшему Мя имать живот вечный, и на суд не приидет, но прейдет от смерти в живот. (aiōnios g166)
ସତ୍ୟ ସତ୍ୟ ମୁଁ ତୁମ୍ଭମାନଙ୍କୁ କହୁଅଛି, ଯେ ମୋହର ବାକ୍ୟ ଶୁଣି ମୋହର ପ୍ରେରଣକର୍ତ୍ତାଙ୍କୁ ବିଶ୍ୱାସ କରେ, ସେ ଅନନ୍ତ ଜୀବନ ପ୍ରାପ୍ତ ହୋଇଅଛି, ପୁଣି, ସେ ବିଚାରିତ ନ ହୋଇ ବରଂ ମୃତ୍ୟୁକୁ ଅତିକ୍ରମ କରି ଜୀବନରେ ପ୍ରବେଶ କରିଅଛି। (aiōnios g166)
25 Аминь, аминь глаголю вам, яко грядет час, и ныне есть, егда мертвии услышат глас Сына Божия и услышавше оживут.
ସତ୍ୟ ସତ୍ୟ ମୁଁ ତୁମ୍ଭମାନଙ୍କୁ କହୁଅଛି, ଯେଉଁ ସମୟରେ ମୃତମାନେ ଈଶ୍ବରଙ୍କ ପୁତ୍ରଙ୍କ ସ୍ୱର ଶୁଣିବେ ଓ ଯେଉଁମାନେ ଶୁଣିବେ, ସେମାନେ ଜୀବିତ ହେବେ ଏପରି ସମୟ ଆସୁଅଛି, ପୁଣି, ବର୍ତ୍ତମାନ ସୁଦ୍ଧା ଉପସ୍ଥିତ।
26 Якоже бо Отец имать живот в Себе, тако даде и Сынови живот имети в Себе
କାରଣ ପିତା ଯେପରି ସ୍ୱୟଂଜୀବୀ, ସେହିପରି ସେ ପୁତ୍ରଙ୍କୁ ମଧ୍ୟ ସ୍ୱୟଂଜୀବୀ ହେବାକୁ ଦେଇଅଛନ୍ତି;
27 и область даде Ему и суд творити, яко Сын Человечь есть.
ଆଉ, ସେ ମନୁଷ୍ୟପୁତ୍ର ହେବାରୁ ସେ ତାହାଙ୍କୁ ବିଚାର କରିବାର ଅଧିକାର ଦେଲେ।
28 Не дивитеся сему: яко грядет час, в оньже вси сущии во гробех услышат глас Сына Божия,
ଏଥିରେ ଚମତ୍କୃତ ହୁଅ ନାହିଁ, କାରଣ ଯେଉଁ ସମୟରେ ସମାଧିସ୍ଥ ସମସ୍ତେ ତାହାଙ୍କ ସ୍ୱର ଶୁଣିବେ ଏବଂ ଯେଉଁମାନେ ସତ୍କର୍ମ କରିଅଛନ୍ତି,
29 и изыдут сотворшии благая в воскрешение живота, а сотворшии злая в воскрешение суда.
ସେମାନେ ଜୀବନର ପୁନରୁତ୍ଥାନ ନିମନ୍ତେ ଓ ଯେଉଁମାନେ ଅସତ୍‌ କର୍ମ କରିଅଛନ୍ତି, ସେମାନେ ଦଣ୍ଡର ପୁନରୁତ୍ଥାନ ନିମନ୍ତେ ବାହାର ହୋଇ ଆସିବେ, ଏପରି ସମୟ ଆସୁଅଛି।”
30 Не могу Аз о Себе творити ничесоже. Якоже слышу, сужду, и суд Мой праведен есть, яко не ищу воли Моея, но воли пославшаго Мя Отца.
“ମୁଁ ନିଜେ କିଛି କରିପାରେ ନାହିଁ; ମୁଁ ଯେପରି ଶୁଣେ, ସେହିପରି ବିଚାର କରେ, ଆଉ ମୋହର ବିଚାର ଯଥାର୍ଥ, କାରଣ ମୁଁ ଆପଣାର ଇଚ୍ଛା ସାଧନ କରିବାକୁ ଚେଷ୍ଟା ନ କରି ମୋହର ପ୍ରେରଣକର୍ତ୍ତାଙ୍କର ଇଚ୍ଛା ସାଧନ କରିବାକୁ ଚେଷ୍ଟା କରେ।
31 Аще Аз свидетелствую о Мне, свидетельство Мое несть истинно:
ଯଦି ମୁଁ ନିଜ ବିଷୟରେ ସାକ୍ଷ୍ୟ ଦିଏ, ତାହାହେଲେ ମୋହର ସାକ୍ଷ୍ୟ ସତ୍ୟ ନୁହେଁ।
32 ин есть свидетелствуяй о Мне, и вем, яко истинно есть свидетелство, еже свидетелствует о Мне:
ମୋʼ ବିଷୟରେ ଯେ ସାକ୍ଷ୍ୟ ଦିଅନ୍ତି, ସେ ଆଉ ଜଣେ; ପୁଣି, ମୋʼ ବିଷୟରେ ତାହାଙ୍କର ସାକ୍ଷ୍ୟ ଯେ ସତ୍ୟ, ତାହା ମୁଁ ଜାଣେ।
33 вы посласте ко Иоанну, и свидетелствова о истине.
ତୁମ୍ଭେମାନେ ଯୋହନଙ୍କ ନିକଟକୁ ଲୋକ ପଠାଇଅଛ ଓ ସେ ସତ୍ୟ ସପକ୍ଷରେ ସାକ୍ଷ୍ୟ ଦେଇଅଛନ୍ତି;
34 Аз же не от человека свидетелства приемлю, но сия глаголю, да вы спасени будете.
କିନ୍ତୁ ମୁଁ ମନୁଷ୍ୟଠାରୁ ସାକ୍ଷ୍ୟ ଗ୍ରହଣ କରେ ନାହିଁ, ବରଂ ତୁମ୍ଭେମାନେ ଯେପରି ପରିତ୍ରାଣ ପ୍ରାପ୍ତ ହୁଅ, ସେଥିପାଇଁ ଏହିସବୁ କହୁଅଛି।
35 Он бе светилник горя и светя: вы же восхотесте возрадоватися в час светения его.
ସେ ଜ୍ୱଳନ୍ତ ଓ ତେଜୋମୟ ପ୍ରଦୀପ ଥିଲେ, ଆଉ ତୁମ୍ଭେମାନେ ଅଳ୍ପ କାଳ ତାହାଙ୍କ ଜ୍ୟୋତିଃରେ ଉଲ୍ଲାସ କରିବା ନିମନ୍ତେ ଇଚ୍ଛୁକ ହେଲ।
36 Аз же имам свидетелство более Иоаннова: дела бо, яже даде Мне Отец, да совершу я, та дела, яже Аз творю, свидетелствуют о Мне, яко Отец Мя посла.
କିନ୍ତୁ ଯୋହନଙ୍କର ସାକ୍ଷ୍ୟ ଅପେକ୍ଷା ମୋହର ଗୁରୁତର ସାକ୍ଷ୍ୟ ଅଛି, କାରଣ ପିତା ମୋତେ ଯେ ଯେ କାର୍ଯ୍ୟ ସମାପ୍ତ କରିବାକୁ ଦେଇଅଛନ୍ତି, ଯେ ସମସ୍ତ କର୍ମ ମୁଁ କରୁଅଛି, ପିତା ମୋତେ ପ୍ରେରଣ କରିଅଛନ୍ତି ବୋଲି ସେହିସବୁ ମୋʼ ବିଷୟରେ ସାକ୍ଷ୍ୟ ଦେଉଅଛି।
37 И пославый Мя Отец Сам свидетелствова о Мне. Ни гласа Его нигдеже слышасте, ни видения Его видесте,
ଆଉ, ଯେଉଁ ପିତା ମୋତେ ପ୍ରେରଣ କଲେ, ସେ ମୋʼ ବିଷୟରେ ସାକ୍ଷ୍ୟ ଦେଇଅଛନ୍ତି। ତୁମ୍ଭେମାନେ କେବେ ହେଁ ତାହାଙ୍କର ସ୍ୱର ଶୁଣି ନାହଁ ବା ତାହାଙ୍କର ଆକାର ଦେଖି ନାହଁ,
38 и словесе Его не имате пребывающа в вас, зане, Егоже Той посла, Сему вы веры не емлете.
ପୁଣି, ତାହାଙ୍କ ବାକ୍ୟ ତୁମ୍ଭମାନଙ୍କ ଅନ୍ତରରେ ସ୍ଥାନ ପାଇ ନାହିଁ, କାରଣ ସେ ଯାହାଙ୍କୁ ପ୍ରେରଣ କଲେ, ତାହାଙ୍କୁ ତୁମ୍ଭେମାନେ ବିଶ୍ୱାସ କରୁ ନାହଁ।
39 Испытайте Писаний, яко вы мните в них имети живот вечный: и та суть свидетелствующая о Мне. (aiōnios g166)
ତୁମ୍ଭେମାନେ ଧର୍ମଶାସ୍ତ୍ର ଅନୁସନ୍ଧାନ କରୁଅଛ, କାରଣ ସେଥିରେ ଅନନ୍ତ ଜୀବନ ପ୍ରାପ୍ତ ହୋଇଅଛ ବୋଲି ମନେ କରୁଅଛ; ଆଉ, ସେହି ଧର୍ମଶାସ୍ତ୍ର ମୋʼ ବିଷୟରେ ସାକ୍ଷ୍ୟ ଦେଉଅଛି। (aiōnios g166)
40 И не хощете приити ко Мне, да живот имате.
କିନ୍ତୁ ତୁମ୍ଭେମାନେ ଜୀବନ ପ୍ରାପ୍ତ ହେବା ନିମନ୍ତେ ମୋʼ ନିକଟକୁ ଆସିବାକୁ ଇଚ୍ଛା କରୁ ନାହଁ।
41 Славы от человек не приемлю,
ମୁଁ ମନୁଷ୍ୟମାନଙ୍କଠାରୁ ଗୌରବ ଗ୍ରହଣ କରେ ନାହିଁ,
42 но разумех вы, яко любве Божия не имате в себе.
ମାତ୍ର ମୁଁ ତୁମ୍ଭମାନଙ୍କୁ ଜାଣିଅଛି, ତୁମ୍ଭମାନଙ୍କ ଅନ୍ତରରେ ଈଶ୍ବରଙ୍କ ପ୍ରେମ ନାହିଁ।
43 Аз приидох во имя Отца Моего, и не приемлете Мене: аще ин приидет во имя свое, того приемлете.
ମୁଁ ମୋହର ପିତାଙ୍କ ନାମରେ ଆସିଅଛି, ଆଉ ତୁମ୍ଭେମାନେ ତ ମୋତେ ଗ୍ରହଣ କରୁ ନାହଁ; ଅନ୍ୟ ଜଣେ ଯଦି ନିଜ ନାମରେ ଆସିବ, ତେବେ ତୁମ୍ଭେମାନେ ତାହାକୁ ଗ୍ରହଣ କରିବ।
44 Како вы можете веровати, славу друг от друга приемлюще, и славы, яже от Единаго Бога, не ищете?
ତୁମ୍ଭେମାନେ କିପରି ବିଶ୍ୱାସ କରିପାର? ତୁମ୍ଭେମାନେ ତ ପରସ୍ପରଠାରୁ ଗୌରବ ଗ୍ରହଣ କରୁଅଛ, ପୁଣି, ଏକମାତ୍ର ଈଶ୍ବରଙ୍କଠାରୁ ଯେଉଁ ଗୌରବ, ତାହା ପାଇବା ପାଇଁ ଚେଷ୍ଟା କରୁ ନାହଁ।
45 Не мните, яко Аз на вы реку ко Отцу: есть, иже на вы глаголет, Моисей, наньже вы уповаете.
ମୁଁ ଯେ ପିତାଙ୍କ ଛାମୁରେ ତୁମ୍ଭମାନଙ୍କ ବିରୁଦ୍ଧରେ ଅଭିଯୋଗ କରିବି, ଏହା ମନେ କର ନାହିଁ; ଯେଉଁ ମୋଶାଙ୍କଠାରେ ତୁମ୍ଭେମାନେ ଭରସା ରଖିଅଛ, ସେ ତୁମ୍ଭମାନଙ୍କ ବିରୁଦ୍ଧରେ ଅଭିଯୋଗ କରୁଅଛନ୍ତି।
46 Аще бо бысте веровали Моисеови, веровали бысте (убо и) Мне: о Мне бо той писа.
କାରଣ ତୁମ୍ଭେମାନେ ଯଦି ମୋଶାଙ୍କୁ ବିଶ୍ୱାସ କରିଥାଆନ୍ତ, ତେବେ ମୋତେ ବିଶ୍ୱାସ କରିଥାଆନ୍ତ, ଯେଣୁ ସେ ମୋʼ ବିଷୟରେ ଲେଖିଅଛନ୍ତି।
47 Аще ли того писанием не веруете, како Моим глаголголом веру имете?
କିନ୍ତୁ ତୁମ୍ଭେମାନେ ଯଦି ତାହାଙ୍କ ଲିଖିତ ବାକ୍ୟ ବିଶ୍ୱାସ କରୁ ନାହଁ, ତେବେ କିପରି ମୋହର ବାକ୍ୟ ବିଶ୍ୱାସ କରିବ?”

< От Иоанна святое благовествование 5 >