< ଲୂକ 17 >

1 ସେ ଆପଣା ଶିଷ୍ୟମାନଙ୍କୁ କହିଲେ, “ବିଘ୍ନ ଯେ ନ ଘଟିବ, ଏହା ଅସମ୍ଭବ, କିନ୍ତୁ ଯାହା ଦ୍ୱାରା ତାହା ଘଟିବ, ହାୟ, ସେ ଦଣ୍ଡର ପାତ୍ର;
Men han sagde til sine Disciple: „Det er umuligt, at Forargelser ikke skulde komme; men ve den, ved hvem de komme!
2 ଏହି ସାନ ପିଲାମାନଙ୍କ ମଧ୍ୟରୁ ଜଣକର ବିଘ୍ନର କାରଣ ହେବା ଅପେକ୍ଷା ବରଂ ତାହା ବେକରେ ଗୋଟିଏ ଚକିପଥର ଟଙ୍ଗାଯାଇ ତାହାକୁ ସମୁଦ୍ରରେ ପକାଇ ଦିଆଯାଇଥିଲେ ତାହା ପାଇଁ ଭଲ ହୋଇଥାଆନ୍ତା।
Det er bedre for ham, om en Møllesten er lagt om hans Hals, og han er kastet i Havet, end at han skulde forarge een af disse smaa.
3 ତୁମ୍ଭେମାନେ ନିଜ ନିଜ ବିଷୟରେ ସାବଧାନ ହୋଇଥାଅ। ଯଦି ତୁମ୍ଭ ଭାଇ ପାପ କରେ, ତେବେ ତାହାକୁ ଅନୁଯୋଗ କର; ଆଉ ସେ ଯଦି ମନ-ପରିବର୍ତ୍ତନ କରେ, ତେବେ ତାହାକୁ କ୍ଷମା ଦିଅ।
Vogter paa eder selv! Dersom din Broder synder, da irettesæt ham; og dersom han angrer, da tilgiv ham!
4 ପୁଣି, ଯଦି ସେ ଦିନ ଭିତରେ ସାତ ଥର ତୁମ୍ଭ ବିରୁଦ୍ଧରେ ପାପ କରେ ଓ ସାତ ଥର ତୁମ୍ଭ ନିକଟକୁ ଫେରିଆସି ମୁଁ ମନ-ପରିବର୍ତ୍ତନ କରୁଅଛି ବୋଲି କହେ, ତେବେ ତାହାକୁ କ୍ଷମା କର।”
Og dersom han syv Gange om Dagen synder imod dig og syv Gange vender tilbage til dig og siger: Jeg angrer det, da skal du tilgive ham.‟
5 ସେଥିରେ ପ୍ରେରିତମାନେ ପ୍ରଭୁଙ୍କୁ କହିଲେ, ଆମ୍ଭମାନଙ୍କର ବିଶ୍ୱାସ ବଢ଼ାଇ ଦିଅନ୍ତୁ।
Og Apostlene sagde til Herren: „Giv os mere Tro!‟
6 ପ୍ରଭୁ କହିଲେ, “ଯଦି ଗୋଟିଏ ସୋରିଷ ଦାନା ପରି ତୁମ୍ଭମାନଙ୍କର ବିଶ୍ୱାସ ଥାଏ, ତାହାହେଲେ ଏହି ତୁତକୋଳି ଗଛକୁ ତୁ ସମୂଳେ ଉପୁଡ଼ାଯାଇ ସମୁଦ୍ରରେ ରୋପିତ ହୁଅ ବୋଲି କହିଲେ, ତାହା ତୁମ୍ଭମାନଙ୍କର ଆଜ୍ଞା ମାନିବ।”
Men Herren sagde: „Dersom I havde Tro som et Sennepskorn, da kunde I sige til dette Morbærfigentræ: Ryk dig op med Rode, og plant dig i Havet, og det skulde adlyde eder.
7 “କିନ୍ତୁ ତୁମ୍ଭମାନଙ୍କ ମଧ୍ୟରେ ଏପରି ଲୋକ କିଏ ଅଛି, ଯାହାର ଦାସ ହଳ ବୁଲାଇ କିମ୍ବା ପଶୁ ଚରାଇ କ୍ଷେତରୁ ଆସିଲେ ସେ ତାହାକୁ କହିବ, ଏହିକ୍ଷଣି ଆସି ଖାଇ ବସ?
Men hvem af eder, som har en Tjener, der pløjer eller vogter, siger til ham, naar han kommer hjem fra Marken: Gaa straks hen og sæt dig til Bords?
8 ସେ କଅଣ ବରଂ ତାହାକୁ କହିବ ନାହିଁ, ମୋହର ଖାଇବାର ଠିକ୍ କର, ପୁଣି, ମୁଁ ଖିଆପିଆ ଶେଷ ନ କରିବା ପର୍ଯ୍ୟନ୍ତ ଅଣ୍ଟା ବାନ୍ଧି ମୋହର ସେବା କର, ତାହା ପରେ ତୁ ଖିଆପିଆ କରିବୁ?
Vil han ikke tværtimod sige til ham: Tilbered, hvad jeg skal have til Nadvere, og bind op om dig, og vart mig op, medens jeg spiser og drikker; og derefter maa du spise og drikke?
9 ଦାସ ଆଦେଶ ଅନୁସାରେ କାମ କରିବାରୁ ସେ କଅଣ ତାହାକୁ ଧନ୍ୟବାଦ ଦିଏ?
Mon han takker Tjeneren, fordi han gjorde det, som var befalet? Jeg mener det ikke.
10 ସେହି ପ୍ରକାରେ ତୁମ୍ଭେମାନେ ମଧ୍ୟ ଆଦେଶ ଅନୁସାରେ ସବୁ କାମ କଲା ପରେ କୁହ, ‘ଆମ୍ଭେମାନେ ଅକର୍ମଣ୍ୟ ଦାସ, ଯାହା କର୍ତ୍ତବ୍ୟ, କେବଳ ତାହା କରିଅଛୁ।’”
Saaledes skulle ogsaa I, naar I have gjort alle de Ting, som ere eder befalede, sige: Vi ere unyttige Tjenere; kun hvad vi vare skyldige at gøre, have vi gjort.‟
11 ସେ ଯିରୂଶାଲମ ସହରକୁ ଯାତ୍ରା କରିବା ସମୟରେ ଶମିରୋଣ ଓ ଗାଲିଲୀ ମଧ୍ୟ ଦେଇ ଯାଉଥିଲେ।
Og det skete, medens han var paa Vej til Jerusalem, at han drog midt imellem Samaria og Galilæa.
12 ଆଉ ଯୀଶୁ କୌଣସି ଗୋଟିଏ ଗ୍ରାମରେ ପ୍ରବେଶ କରନ୍ତେ ଦଶ ଜଣ କୁଷ୍ଠରୋଗୀ ତାହାଙ୍କ ସହିତ ସାକ୍ଷାତ କଲେ;
Og da han gik ind i en Landsby, mødte der ham ti spedalske Mænd, som stode langt borte,
13 ସେମାନେ ଦୂରରେ ଠିଆ ହୋଇ ଉଚ୍ଚସ୍ୱରରେ କହିଲେ, ହେ ଯୀଶୁ, ହେ ଗୁରୁ, ଆମ୍ଭମାନଙ୍କୁ ଦୟା କରନ୍ତୁ।
og de opløftede Røsten og sagde: „Jesus, Mester, forbarm dig over os!‟
14 ପୁଣି, ସେ ସେମାନଙ୍କୁ ଦେଖି କହିଲେ, “ତୁମ୍ଭେମାନେ ଯାଇ ନିଜ ନିଜକୁ ଯାଜକମାନଙ୍କୁ ଦେଖାଅ।” ଆଉ ସେମାନେ ଯାଉ ଯାଉ ଶୁଚି ହେଲେ।
Og da han saa dem, sagde han til dem: „Gaar hen og fremstiller eder for Præsterne!‟ Og det skete, medens de gik bort, bleve de rensede.
15 କିନ୍ତୁ ସେମାନଙ୍କ ମଧ୍ୟରୁ ଜଣେ ନିଜକୁ ସୁସ୍ଥ ହୋଇଥିବା ଦେଖି ଉଚ୍ଚସ୍ୱରରେ ଈଶ୍ବରଙ୍କ ମହିମା କୀର୍ତ୍ତନ କରୁ କରୁ ଫେରିଆସି,
Men en af dem vendte tilbage, da han saa, at han var helbredet, og priste Gud med høj Røst.
16 ଯୀଶୁଙ୍କ ଚରଣ ତଳେ ଉବୁଡ଼ ହୋଇ ତାହାଙ୍କର ଧନ୍ୟବାଦ କରିବାକୁ ଲାଗିଲା; ସେ ଜଣେ ଶମିରୋଣୀୟ ଲୋକ।
Og han faldt paa sit Ansigt for hans Fødder og takkede ham; og denne var en Samaritan.
17 ସେଥିରେ ଯୀଶୁ ଉତ୍ତର ଦେଲେ, “ଦଶ ଜଣ କଅଣ ଶୁଚି ହେଲେ ନାହିଁ?
Men Jesus svarede og sagde: „Bleve ikke de ti rensede? hvor ere de ni?
18 ତେବେ ଆଉ ନଅ ଜଣ କାହାନ୍ତି? ଈଶ୍ବରଙ୍କୁ ଗୌରବ ଦେବା ନିମନ୍ତେ ଏହି ଅଣଯିହୁଦୀ ଲୋକଟି ଛଡ଼ା କଅଣ ଆଉ କେହି ଫେରିଆସି ନାହିଁ?”
Fandtes der ingen, som vendte tilbage for at give Gud Ære, uden denne fremmede?‟
19 ପୁଣି, ସେ ତାହାକୁ କହିଲେ, “ଉଠିଯାଅ, ତୁମ୍ଭର ବିଶ୍ୱାସ ତୁମ୍ଭକୁ ସୁସ୍ଥ କରିଅଛି।”
Og han sagde til ham: „Staa op, gaa bort; din Tro har frelst dig!‟
20 ଈଶ୍ବରଙ୍କ ରାଜ୍ୟ କେବେ ଆସୁଅଛି, ଏ ବିଷୟରେ ଫାରୂଶୀମାନେ ତାହାଙ୍କୁ ପଚାରିବାରୁ ସେ ସେମାନଙ୍କୁ ଉତ୍ତର ଦେଲେ, “ଈଶ୍ବରଙ୍କ ରାଜ୍ୟ ଦୃଶ୍ୟ ଭାବରେ ଆସେ ନାହିଁ;
Men da han blev spurgt af Farisæerne om, naar Guds Rige kommer, svarede han dem og sagde: „Guds Rige kommer ikke saaledes, at man kan vise derpaa.
21 କିମ୍ବା ଦେଖ, ଏଠାରେ ବା ସେଠାରେ ବୋଲି ଲୋକ କହିବେ ନାହିଁ; କାରଣ ଦେଖ, ଈଶ୍ବରଙ୍କ ରାଜ୍ୟ ତୁମ୍ଭମାନଙ୍କ ମଧ୍ୟରେ ଅଛି।”
Ikke heller vil man sige: Se her, eller: Se der er det; thi se, Guds Rige er inden i eder.‟
22 କିନ୍ତୁ ସେ ଶିଷ୍ୟମାନଙ୍କୁ କହିଲେ, “ଏପରି ସମୟ ଆସିବ, ଯେତେବେଳେ ତୁମ୍ଭେମାନେ ମନୁଷ୍ୟପୁତ୍ରଙ୍କର ଦିନଗୁଡ଼ିକ ମଧ୍ୟରୁ ଗୋଟିଏ ଦିନ ଦେଖିବାକୁ ଇଚ୍ଛା କରିବ, କିନ୍ତୁ ଦେଖିବ ନାହିଁ।
Men han sagde til Disciplene: „Der skal komme Dage, da I skulle attraa at se en af Menneskesønnens Dage, og I skulle ikke se den.
23 ଦେଖ, ଏଠାରେ ବା ସେଠାରେ ଲୋକେ ତୁମ୍ଭମାନଙ୍କୁ କହିବେ; କିନ୍ତୁ ତୁମ୍ଭେମାନେ ଯାଅ ନାହିଁ କିମ୍ବା ସେମାନଙ୍କର ଅନୁସରଣ କର ନାହିଁ।
Og siger man til eder: Se der, eller: Se her er han, saa gaar ikke derhen, og løber ikke derefter!
24 କାରଣ ବିଜୁଳି ମାରି ଯେପରି ଆକାଶରୁ ଗୋଟିଏ ପାଖରୁ ଆରପାଖ ପର୍ଯ୍ୟନ୍ତ ଆଲୁଅ ଦିଏ, ମନୁଷ୍ୟପୁତ୍ର ଆପଣା ଦିନରେ ସେହିପରି ହେବେ।
Thi ligesom Lynet, naar det lyner fra den ene Side af Himmelen, skinner til den anden Side af Himmelen, saaledes skal Menneskesønnen være paa sin Dag.
25 ଅବଶ୍ୟ ଅନେକ ଦୁଃଖଭୋଗ କରିବାକୁ ହେବ ଓ ଏହି ବର୍ତ୍ତମାନ ପୁରୁଷ ଦ୍ୱାରା ଅଗ୍ରାହ୍ୟ ହେବାକୁ ହେବ।
Men først bør han lide meget og forkastes af denne Slægt.
26 ଆଉ ନୋହଙ୍କ ସମୟରେ ଯେପ୍ରକାର ଘଟିଥିଲା, ମନୁଷ୍ୟପୁତ୍ରଙ୍କ ସମୟରେ ମଧ୍ୟ ସେହି ପ୍ରକାର ଘଟିବ;
Og som det skete i Noas Dage, saaledes skal det ogsaa være i Menneskesønnens Dage:
27 ଜାହାଜରେ ନୋହଙ୍କ ପ୍ରବେଶ କରିବା ଦିନ ପର୍ଯ୍ୟନ୍ତ ଲୋକମାନେ ଭୋଜନପାନ ଓ ବିବାହ କରିବା ଓ ବିବାହ ହେବାରେ ବ୍ୟସ୍ତ ଥିଲେ, ପୁଣି, ଜଳପ୍ଲାବନ ଆସି ସମସ୍ତଙ୍କୁ ବିନାଶ କଲା।
De spiste, drak, toge til Ægte, bleve bortgiftede indtil den Dag, da Noa gik ind i Arken, og Syndfloden kom og ødelagde alle.
28 ଲୋଟଙ୍କ ସମୟରେ ମଧ୍ୟ ସେହି ପ୍ରକାର ଘଟିଥିଲା, ଲୋକମାନେ ଖିଆପିଆ, କିଣାବିକା, ଗଛ ଲଗାଇବା ଓ ଘର ତିଆରି କରିବାରେ ବ୍ୟସ୍ତ ଥିଲେ,
Ligeledes, som det skete i Loths Dage: De spiste, drak, købte, solgte, plantede, byggede;
29 କିନ୍ତୁ ଲୋଟ ସଦୋମରୁ ବାହାରିଯିବା ଦିନ ଆକାଶରୁ ଅଗ୍ନି ଓ ଗନ୍ଧକ ଆସି ସମସ୍ତଙ୍କୁ ବିନାଶ କଲା।
men paa den Dag, da Loth gik ud af Sodoma, regnede Ild og Svovl ned fra Himmelen og ødelagde dem alle:
30 ମନୁଷ୍ୟପୁତ୍ର ପ୍ରକାଶିତ ହେବା ଦିନ ସେହି ପ୍ରକାର ଘଟିବ।
paa samme Maade skal det være paa den Dag, da Menneskesønnen aabenbares.
31 ସେହି ଦିନ ଯେ ଛାତ ଉପରେ ଥିବ, ସେ ଘର ଭିତରେ ଥିବା ଆପଣା ଜିନିଷପତ୍ର ନେଇଯିବା ପାଇଁ ଓହ୍ଲାଇ ନ ଆସୁ; ସେହିପରି ଯେ କ୍ଷେତରେ ଥିବ, ସେ ଫେରି ନ ଯାଉ।
Paa den Dag skal den, som er paa Taget og har sine Ejendele i Huset, ikke stige ned for at hente dem; og ligesaa skal den, som er paa Marken, ikke vende tilbage igen!
32 ଲୋଟଙ୍କ ସ୍ତ୍ରୀଙ୍କର କଥା ମନେ ପକାଅ।
Kommer Loths Hustru i Hu!
33 ଯେ କେହି ଆପଣା ଜୀବନ ଲାଭ କରିବାକୁ ଚେଷ୍ଟା କରେ, ସେ ତାହା ହରାଇବ, ଆଉ ଯେ କେହି ଆପଣା ଜୀବନ ହରାଇବ, ସେ ତାହା ବଞ୍ଚାଇବ।
Den, som søger at bjærge sit Liv, skal miste det; og den, som mister det, skal beholde Livet.
34 ମୁଁ ତୁମ୍ଭମାନଙ୍କୁ କହୁଅଛି, ସେହି ରାତିରେ ଦୁଇ ଜଣ ଗୋଟିଏ ଖଟରେ ଶୋଇଥିବେ, ଜଣକୁ ନିଆଯିବ ଓ ଅନ୍ୟ ଜଣକୁ ଛଡ଼ାଯିବ।
Jeg siger eder: I den Nat skulle to Mænd være paa eet Leje; den ene skal tages med, og den anden skal lades tilbage.
35 ଦୁଇ ଜଣ ସ୍ତ୍ରୀ ଏକାଠି ଚକି ପେଷୁଥିବେ, ଜଣକୁ ନିଆଯିବ ଓ ଅନ୍ୟ ଜଣକୁ ଛଡ଼ାଯିବ।
To Kvinder skulle male paa samme Kværn; den ene skal tages med, og den anden skal lades tilbage.
36 [ଦୁଇ ଜଣ କ୍ଷେତରେ ଥିବେ, ଜଣକୁ ନିଆଯିବ ଓ ଅନ୍ୟ ଜଣକୁ ଛଡ଼ାଯିବ।]”
[To Mænd skulle være paa Marken; den ene skal tages med, og den anden skal lades tilbage.‟]
37 ସେଥିରେ ଶିଷ୍ୟମାନେ ତାହାଙ୍କୁ ଉତ୍ତର ଦେଲେ, ହେ ପ୍ରଭୁ, କେଉଁଠାରେ? ସେ ସେମାନଙ୍କୁ କହିଲେ, “ଯେଉଁଠାରେ ଶବ, ସେହିଠାରେ ଶାଗୁଣାଗୁଡ଼ାକ ମଧ୍ୟ ଏକାଠି ହେବେ।”
Og de svare og sige til ham: „Hvor, Herre?‟ Men han sagde til dem: „Hvor Aadselet er, der ville ogsaa Ørnene samle sig.‟

< ଲୂକ 17 >