< ବିଚାରକର୍ତ୍ତା 12 >

1 ଏଥିଉତ୍ତାରେ ଇଫ୍ରୟିମ ଲୋକମାନେ ଏକତ୍ର ହୋଇ ଉତ୍ତର ଦିଗକୁ ଗମନ କଲେ, ପୁଣି ସେମାନେ ଯିପ୍ତହଙ୍କୁ କହିଲେ, “ତୁମ୍ଭେ ଅମ୍ମୋନ-ସନ୍ତାନଗଣ ବିରୁଦ୍ଧରେ ଯୁଦ୍ଧ କରିବାକୁ ପାରି ହେବା ବେଳେ ତୁମ୍ଭ ସଙ୍ଗେ ଯିବା ପାଇଁ ଆମ୍ଭମାନଙ୍କୁ କାହିଁକି ଡାକିଲ ନାହିଁ? ଆମ୍ଭେମାନେ ତୁମ୍ଭ ଉପରେ ତୁମ୍ଭ ଘର ଅଗ୍ନିରେ ଦଗ୍ଧ କରିବା।”
以法莲人聚集,到了北方,对耶弗他说:“你去与亚扪人争战,为什么没有招我们同去呢?我们必用火烧你和你的房屋。”
2 ତହିଁରେ ଯିପ୍ତହ ସେମାନଙ୍କୁ କହିଲେ, “ଅମ୍ମୋନ-ସନ୍ତାନଗଣ ସହିତ ମୋହର ଓ ମୋʼ ଲୋକମାନଙ୍କର ବଡ଼ ବିବାଦ ହୋଇଥିଲା; ପୁଣି ମୁଁ ତୁମ୍ଭମାନଙ୍କୁ ଡାକନ୍ତେ, ତୁମ୍ଭେ ସେମାନଙ୍କ ହସ୍ତରୁ ଆମ୍ଭକୁ ଉଦ୍ଧାର କଲ ନାହିଁ।
耶弗他对他们说:“我和我的民与亚扪人大大争战;我招你们来,你们竟没有来救我脱离他们的手。
3 ଆଉ ତୁମ୍ଭେମାନେ ମୋତେ ଉଦ୍ଧାର କଲ ନାହିଁ, ଏହା ଦେଖି ମୁଁ ଆପଣା ପ୍ରାଣ ଆପଣା ହସ୍ତରେ ଘେନି ଅମ୍ମୋନ-ସନ୍ତାନଗଣ ବିରୁଦ୍ଧରେ ପାର ହୋଇଗଲି, ତହୁଁ ସଦାପ୍ରଭୁ ସେମାନଙ୍କୁ ମୋର ହସ୍ତରେ ସମର୍ପଣ କଲେ; ଏହେତୁ ତୁମ୍ଭେମାନେ ଆଜି କାହିଁକି ମୋʼ ବିରୁଦ୍ଧରେ ଯୁଦ୍ଧ କରିବାକୁ ଆସିଲ?”
我见你们不来救我,我就拚命前去攻击亚扪人,耶和华将他们交在我手中。你们今日为什么上我这里来攻打我呢?”
4 ତେବେ ଯିପ୍ତହ ଗିଲୀୟଦର ସମସ୍ତ ଲୋକଙ୍କୁ ଏକତ୍ର କରି ଇଫ୍ରୟିମ ସହିତ ଯୁଦ୍ଧ କଲେ; ତହିଁରେ ଗିଲୀୟଦୀୟ ଲୋକମାନେ ଇଫ୍ରୟିମକୁ ପରାସ୍ତ କଲେ, କାରଣ ସେମାନେ କହିଥିଲେ, “ହେ ଇଫ୍ରୟିମ ଓ ମନଃଶିର ମଧ୍ୟବର୍ତ୍ତୀ ଗିଲୀୟଦୀୟମାନେ, ତୁମ୍ଭେମାନେ ଇଫ୍ରୟିମର ପଳାତକ ଲୋକ।”
于是耶弗他招聚基列人,与以法莲人争战。基列人击杀以法莲人,是因他们说:“你们基列人在以法莲、玛拿西中间,不过是以法莲逃亡的人。”
5 ପୁଣି ଗିଲୀୟଦୀୟ ଲୋକମାନେ ଇଫ୍ରୟିମୀୟମାନଙ୍କ ନିକଟସ୍ଥ ଯର୍ଦ୍ଦନ ଘାଟ ହସ୍ତଗତ କଲେ; ତହିଁରେ ଇଫ୍ରୟିମର ପଳାତକ କୌଣସି ଲୋକ ଯେତେବେଳେ “ଆମ୍ଭକୁ ପାର ହୋଇ ଯିବାକୁ ଦିଅ” ବୋଲି କହିଲା, ସେତେବେଳେ ଗିଲୀୟଦର ଲୋକମାନେ ତାହାକୁ ପଚାରିଲେ, “ତୁମ୍ଭେ କି ଇଫ୍ରୟିମୀୟ ଲୋକ?” ଯେବେ ସେ କହିଲା, “ନା;”
基列人把守约旦河的渡口,不容以法莲人过去。以法莲逃走的人若说:“容我过去。”基列人就问他说:“你是以法莲人不是?”他若说:“不是”,
6 ତେବେ ସେମାନେ ତାହାକୁ କହିଲେ, କହ ତ “ଶିବ୍ବୋଲେତ୍‍” ତହିଁରେ ସେ କହିଲା, “ସିବ୍ବୋଲେତ୍‍,” କାରଣ ସେ ତାହା ଶୁଦ୍ଧ ରୂପେ ଉଚ୍ଚାରଣ କରି ପାରିଲା ନାହିଁ; ତେବେ ସେମାନେ ତାହାକୁ ଧରି ଯର୍ଦ୍ଦନ ଘାଟରେ ବଧ କଲେ; ଆଉ ସେହି ସମୟରେ ଇଫ୍ରୟିମର ବୟାଳିଶ ହଜାର ଲୋକ ମାରା ପଡ଼ିଲେ।
就对他说:“你说‘示播列’。”以法莲人因为咬不真字音,便说“西播列”。基列人就将他拿住,杀在约旦河的渡口。那时以法莲人被杀的有四万二千人。
7 ଯିପ୍ତହ ଛଅ ବର୍ଷ ଇସ୍ରାଏଲର ବିଚାର କଲେ। ଏଥିଉତ୍ତାରେ ଗିଲୀୟଦୀୟ ଯିପ୍ତହ ମଲେ ଓ ଗିଲୀୟଦୀୟ ଏକ ନଗରରେ କବର ପାଇଲେ।
耶弗他作以色列的士师六年。基列人耶弗他死了,葬在基列的一座城里。
8 ତାହା ଉତ୍ତାରେ ବେଥଲିହିମର ଇବ୍‍ସନ୍‍ ଇସ୍ରାଏଲର ବିଚାର କଲେ।
耶弗他以后,有伯利恒人以比赞作以色列的士师。
9 ତାଙ୍କର ତିରିଶ ପୁତ୍ର ଥିଲେ ଓ ସେ ତିରିଶ କନ୍ୟା ବାହାରେ ଦେଲେ ଓ ଆପଣା ପୁତ୍ରମାନଙ୍କ ପାଇଁ ତିରିଶ କନ୍ୟା ବାହାରୁ ଆଣିଲେ। ପୁଣି ସେ ସାତ ବର୍ଷ ଇସ୍ରାଏଲର ବିଚାର କଲେ।
他有三十个儿子,三十个女儿;女儿都嫁出去了。他给众子从外乡娶了三十个媳妇。他作以色列的士师七年。
10 ଏଥିଉତ୍ତାରେ ଇବ୍‍ସନ୍‍ ମଲେ ଓ ବେଥଲିହିମରେ କବର ପାଇଲେ।
以比赞死了,葬在伯利恒。
11 ତାହା ଉତ୍ତାରେ ସବୂଲୂନୀୟ ଏଲୋନ୍‍ ଇସ୍ରାଏଲର ବିଚାର କଲେ ଓ ସେ ଦଶ ବର୍ଷ ଇସ୍ରାଏଲର ବିଚାର କଲେ।
以比赞之后,有西布伦人以伦,作以色列的士师十年。
12 ଏଥିଉତ୍ତାରେ ସବୂଲୂନୀୟ ଏଲୋନ୍‍ ମଲେ ଓ ସବୂଲୂନ ଦେଶସ୍ଥ ଅୟାଲୋନ୍‍ରେ କବର ପାଇଲେ।
西布伦人以伦死了,葬在西布伦地的亚雅 。
13 ତାହା ଉତ୍ତାରେ ପିରୀୟାଥୋନୀୟ ହିଲ୍ଲେଲର ପୁତ୍ର ଅବ୍‍ଦୋନ୍‍ ଇସ୍ରାଏଲର ବିଚାର କଲେ।
以伦之后,有比拉顿人希列的儿子押顿作以色列的士师。
14 ଆଉ ତାହାର ଚାଳିଶ ପୁତ୍ର ଓ ତିରିଶ ପୌତ୍ର ଥିଲେ, ସେମାନେ ସତୁରି ଗର୍ଦ୍ଦଭ ଚଢ଼ିଲେ; ପୁଣି ସେ ଆଠ ବର୍ଷ ଇସ୍ରାଏଲର ବିଚାର କଲେ।
他有四十个儿子,三十个孙子,骑着七十匹驴驹。押顿作以色列的士师八年。
15 ଏଥିଉତ୍ତାରେ ପିରୀୟାଥୋନୀୟ ହିଲ୍ଲେଲର ପୁତ୍ର ଅବ୍‍ଦୋନ୍‍ ମଲେ ଓ ଅମାଲେକୀୟ ପର୍ବତମୟ ଦେଶ ଅନ୍ତର୍ଗତ ଇଫ୍ରୟିମ ଦେଶସ୍ଥ ଫିରୀୟାଥୋନରେ କବର ପାଇଲେ।
比拉顿人希列的儿子押顿死了,葬在以法莲地的比拉顿,在亚玛力人的山地。

< ବିଚାରକର୍ତ୍ତା 12 >