< ଯିରିମୀୟ 29 >

1 ଯିହୋୟାଖୀନ୍‍ ରାଜା ଓ ରାଜମାତା ଓ ନପୁଂସକଗଣ, ଆଉ ଯିହୁଦାର ଓ ଯିରୂଶାଲମର ଅଧିପତିମାନେ, ଶିଳ୍ପକରମାନେ ଓ କର୍ମକାରମାନେ ଯିରୂଶାଲମରୁ ପ୍ରସ୍ଥାନ କଲା ଉତ୍ତାରେ,
THUS SAITH THE LORD AGAINST THE PHILISTINES;
2 ଯିରିମୀୟ ଭବିଷ୍ୟଦ୍‍ବକ୍ତା ନିର୍ବାସିତ ଲୋକମାନଙ୍କର ଅବଶିଷ୍ଟ ପ୍ରାଚୀନବର୍ଗଙ୍କର ଓ ନବୂଖଦ୍‍ନିତ୍ସର ଦ୍ୱାରା ନିର୍ବାସାର୍ଥେ ଯିରୂଶାଲମଠାରୁ ବାବିଲକୁ ନୀତ ଯାଜକମାନଙ୍କର, ଭବିଷ୍ୟଦ୍‍ବକ୍ତାଗଣଙ୍କ ଓ ସମସ୍ତ ଲୋକମାନଙ୍କର ନିକଟକୁ ଯେଉଁ ପତ୍ର ଲେଖି,
Behold, waters come up from the north, and shall become a sweeping torrent, and it shall sweep away the land, and its fulness; the city, and them that dwell in it: and men shall cry and all that dwell in the land shall howl,
3 ଯିହୁଦାର ରାଜା ସିଦିକୀୟ ଦ୍ୱାରା ବାବିଲର ରାଜା ନବୂଖଦ୍‍ନିତ୍ସର ନିକଟକୁ ବାବିଲକୁ ପ୍ରେରିତ ଶାଫନ୍‍ର ପୁତ୍ର ଇଲୀୟାସା ହିଲ୍‍କୀୟର ପୁତ୍ର ଗମରୀୟର ହସ୍ତ ଦ୍ୱାରା ଯିରୂଶାଲମଠାରୁ ପଠାଇଥିଲେ, ସେହି ପତ୍ରରେ ଏହିସବୁ କଥା ଥିଲା, ଯଥା,
at the sound of his rushing, at [the sound of] his hoofs, and at the rattling of his chariots, at the noise of his wheels: the fathers turned not to their children because of the weakness of their hands,
4 “ସୈନ୍ୟାଧିପତି ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଏହି କଥା କହନ୍ତି, ଆମ୍ଭେ ଯିରୂଶାଲମରୁ ବାବିଲକୁ ଯେଉଁମାନଙ୍କୁ ନିର୍ବାସିତ କରାଇଅଛୁ, ସେହି ସକଳ ନିର୍ବାସିତମାନଙ୍କ ପ୍ରତି ଆମ୍ଭର ଆଦେଶ ଏହି;
in the day that is coming to destroy all the Philistines: and I will utterly destroy Tyre and Sidon and all the rest of their allies: for the Lord will destroy the remaining [inhabitants] of the islands.
5 ତୁମ୍ଭେମାନେ ଗୃହ ନିର୍ମାଣ କରି ତହିଁରେ ବାସ କର; ଉଦ୍ୟାନ ପ୍ରସ୍ତୁତ କରି ତହିଁର ଫଳ ଭୋଗ କର;
Baldness is come upon Gaza; Ascalon is cast away, and the remnant of the Enakim.
6 ତୁମ୍ଭେମାନେ ଭାର୍ଯ୍ୟା ଗ୍ରହଣ କରି ପୁତ୍ରକନ୍ୟା ଜାତ କର, ଆଉ ତୁମ୍ଭମାନଙ୍କର ପୁତ୍ରଗଣକୁ ଭାର୍ଯ୍ୟା ଗ୍ରହଣ କରାଅ ଓ ତୁମ୍ଭମାନଙ୍କର କନ୍ୟାଗଣଙ୍କୁ ସ୍ୱାମୀ ଗ୍ରହଣ କରାଅ, ସେମାନେ ପୁତ୍ରକନ୍ୟା ଜାତ କରନ୍ତୁ; ଆଉ, ତୁମ୍ଭେମାନେ ସେଠାରେ ବର୍ଦ୍ଧିତ ହୋଇ ଊଣା ହୁଅ ନାହିଁ।
How long wilt thou smite, O sword of the Lord? how long will it be ere thou art quiet? return into thy sheath, rest, and be removed.
7 ପୁଣି, ଆମ୍ଭେ ଯେଉଁ ନଗରରେ ତୁମ୍ଭମାନଙ୍କୁ ନିର୍ବାସିତ କରାଇଅଛୁ, ତହିଁର ଶାନ୍ତି ଚେଷ୍ଟା କର ଓ ତହିଁ ନିମନ୍ତେ ସଦାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କର, କାରଣ ତହିଁର ଶାନ୍ତିରେ ତୁମ୍ଭମାନଙ୍କର ଶାନ୍ତି ହେବ।
How shall it be quiet, whereas the Lord has given it a commission against Ascalon, and against the regions on the sea-coast, to awake against the remaining [countries]! CONCERNING IDUMEA, thus saith the Lord; There is no longer wisdom in Thaeman, counsel has perished from the wise ones, their wisdom is gone,
8 ସୈନ୍ୟାଧିପତି ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଏହି କଥା କହନ୍ତି; ତୁମ୍ଭମାନଙ୍କର ମଧ୍ୟବର୍ତ୍ତୀ ତୁମ୍ଭମାନଙ୍କର ଭବିଷ୍ୟଦ୍‍ବକ୍ତାମାନେ ଓ ଗଣକମାନେ ତୁମ୍ଭମାନଙ୍କୁ ନ ଭୁଲାଉନ୍ତୁ, ଅଥବା ତୁମ୍ଭେମାନେ ଯେଉଁ ସ୍ୱପ୍ନ ଦର୍ଶନ କର, ତୁମ୍ଭମାନଙ୍କର ସେହି ସବୁ ସ୍ୱପ୍ନରେ ମନୋଯୋଗ କର ନାହିଁ।
their place has been deceived. Dig deep for a dwelling, ye that inhabit Daedam, for he has wrought grievously: I brought trouble upon him in the time at which I visited him.
9 କାରଣ ସେମାନେ ଆମ୍ଭ ନାମରେ ତୁମ୍ଭମାନଙ୍କ ନିକଟରେ ମିଥ୍ୟା ଭବିଷ୍ୟଦ୍‍ବାକ୍ୟ ପ୍ରଚାର କରନ୍ତି; ସଦାପ୍ରଭୁ କହନ୍ତି, ଆମ୍ଭେ ସେମାନଙ୍କୁ ପ୍ରେରଣ କରି ନାହୁଁ।
For grape-gatherers are come, who shall not leave thee a remnant; as thieves by night, they shall lay their hand upon [thy possessions].
10 ଯେହେତୁ ସଦାପ୍ରଭୁ ଏହି କଥା କହନ୍ତି, ବାବିଲର ସତୁରି ବର୍ଷ ସମ୍ପୂର୍ଣ୍ଣ ହେଲା ଉତ୍ତାରେ ଆମ୍ଭେ ତୁମ୍ଭମାନଙ୍କର ତତ୍ତ୍ୱାନୁସନ୍ଧାନ କରିବା ଓ ତୁମ୍ଭମାନଙ୍କୁ ଏହି ସ୍ଥାନକୁ ଫେରାଇ ଆଣି ତୁମ୍ଭମାନଙ୍କ ପକ୍ଷରେ ଆମ୍ଭର ମଙ୍ଗଳ ବାକ୍ୟ ସିଦ୍ଧ କରିବା।
For I have stripped Esau, I have uncovered their secret places; they shall have no power to hide themselves, they have perished [each] by the hand of his brother, my neighbour, and it is impossible
11 କାରଣ ସଦାପ୍ରଭୁ କହନ୍ତି, ତୁମ୍ଭମାନଙ୍କ ପକ୍ଷରେ ଆମ୍ଭେ ଯେସକଳ ସଂକଳ୍ପ କରିଅଛୁ, ତାହା ଆମ୍ଭେ ଜାଣୁ, ତୁମ୍ଭମାନଙ୍କର ଅନ୍ତିମ କାଳରେ ତୁମ୍ଭମାନଙ୍କୁ ଭରସା ଦେବା ନିମନ୍ତେ ସେସବୁ ଅମଙ୍ଗଳର ନୁହେଁ, ମଙ୍ଗଳର ସଂକଳ୍ପ ଅଟେ।
for thy fatherless one to be left to live, but I shall live, and the widows trust in me.
12 ପୁଣି, ତୁମ୍ଭେମାନେ ଆମ୍ଭକୁ ଆହ୍ୱାନ କରିବ ଓ ଯାଇ ଆମ୍ଭ ନିକଟରେ ପ୍ରାର୍ଥନା କରିବ, ତହିଁରେ ଆମ୍ଭେ ତୁମ୍ଭମାନଙ୍କ କଥାରେ ମନୋଯୋଗ କରିବା।
For thus saith the Lord; They who were not appointed to drink the cup have drunk [it]; and thou shalt by no means be cleared:
13 ଆଉ, ତୁମ୍ଭେମାନେ ଆମ୍ଭଙ୍କୁ ଅନ୍ୱେଷଣ କରିବ ଓ ସର୍ବାନ୍ତଃକରଣ ସହିତ ଆମ୍ଭଙ୍କୁ ଖୋଜିଲେ ଆମ୍ଭର ଉଦ୍ଦେଶ୍ୟ ପାଇବ।
for by myself I have sworn, saith the Lord, that thou shalt be in the midst of her an impassable [land], and a reproach, and a curse; and all her cities shall be desert for ever.
14 ସଦାପ୍ରଭୁ କହନ୍ତି, ଆମ୍ଭେ ତୁମ୍ଭମାନଙ୍କୁ ଆମ୍ଭର ଉଦ୍ଦେଶ୍ୟ ପାଇବାକୁ ଦେବା, ପୁଣି, ଆମ୍ଭେ ତୁମ୍ଭମାନଙ୍କର ବନ୍ଦୀତ୍ୱାବସ୍ଥା ପରିବର୍ତ୍ତନ କରିବା ଓ ଯେଉଁ ସକଳ ଜାତିମାନଙ୍କ ମଧ୍ୟକୁ, ଯେସକଳ ସ୍ଥାନକୁ ଆମ୍ଭେ ତୁମ୍ଭମାନଙ୍କୁ ତଡ଼ି ଦେଇଅଛୁ, ସେହି ସବୁ ସ୍ଥାନରୁ ଆମ୍ଭେ ତୁମ୍ଭମାନଙ୍କୁ ସଂଗ୍ରହ କରିବା, ଏହା ସଦାପ୍ରଭୁ କହନ୍ତି; ଆଉ, ଆମ୍ଭେ ଯେଉଁ ସ୍ଥାନରୁ ତୁମ୍ଭମାନଙ୍କୁ ନିର୍ବାସିତ କରାଇଅଛୁ, ସେହି ସ୍ଥାନକୁ ପୁନର୍ବାର ଆଣିବା।
I have heard a report from the Lord, and he has sent messengers to the nations, [saying, ]Assemble yourselves, and come against her; rise ye up to war.
15 ସଦାପ୍ରଭୁ ବାବିଲରେ ଆମ୍ଭମାନଙ୍କ ନିମନ୍ତେ ଭବିଷ୍ୟଦ୍‍ବକ୍ତାଗଣ ଉତ୍ପନ୍ନ କରିଅଛନ୍ତି ବୋଲି ତୁମ୍ଭେମାନେ କହିଅଛ।
I have made thee small among the nations, utterly contemptible among men.
16 ଏହେତୁ ଦାଉଦର ସିଂହାସନରେ ଉପବିଷ୍ଟ ରାଜା ବିଷୟରେ ଓ ଏହି ନଗରରେ ବାସକାରୀ ସମସ୍ତ ଲୋକଙ୍କର, ଅର୍ଥାତ୍‍, ତୁମ୍ଭର ଯେଉଁ ଭ୍ରାତୃଗଣ ତୁମ୍ଭମାନଙ୍କ ସଙ୍ଗେ ବନ୍ଦୀ ହୋଇଯାଇ ନାହାନ୍ତି, ସେମାନଙ୍କ ବିଷୟରେ ସଦାପ୍ରଭୁ ଏହି କଥା କହନ୍ତି;
Thine insolence has risen up against thee, the fierceness of thine heart has burst the holes of the rocks, it has seized upon the strength of a lofty hill; for as an eagle he set his nest on high: thence will I bring thee down.
17 ସୈନ୍ୟାଧିପତି ସଦାପ୍ରଭୁ ଏହି କଥା କହନ୍ତି, ଦେଖ, ଆମ୍ଭେ ସେମାନଙ୍କ ପ୍ରତି ଖଡ୍ଗ, ଦୁର୍ଭିକ୍ଷ, ମହାମାରୀ ପଠାଇବା ଓ ଘୃଣାଜନକ ଯେଉଁ ଡିମ୍ବିରି ଫଳ ଅତି ମନ୍ଦ ହେବାରୁ ଭୋଜନ କରାଯାଇ ନ ପାରେ, ତାହାରି ତୁଲ୍ୟ ସେମାନଙ୍କୁ କରିବା।
And Idumea shall be a desert: every one that passes by shall hiss at it.
18 ପୁଣି, ଆମ୍ଭେ ଯେ ଯେ ଗୋଷ୍ଠୀ ମଧ୍ୟକୁ ସେମାନଙ୍କୁ ତଡ଼ି ଦେଇଅଛୁ, ସେସମସ୍ତଙ୍କ ମଧ୍ୟରେ ସେମାନଙ୍କୁ ଅଭିଶାପର, ବିସ୍ମୟର, ଶୀସ୍‍ ଶବ୍ଦର ଓ ନିନ୍ଦାର ପାତ୍ର ହେବା ନିମନ୍ତେ ଆମ୍ଭେ ଖଡ୍ଗ, ଦୁର୍ଭିକ୍ଷ ଓ ମହାମାରୀ ନେଇ ସେମାନଙ୍କ ପଛେ ପଛେ ଗୋଡ଼ାଇବା ଓ ପୃଥିବୀର ସମସ୍ତ ରାଜ୍ୟରେ ସେମାନଙ୍କୁ ଏଣେତେଣେ ନିକ୍ଷେପ କରିବା;
As Sodom was overthrown and Gomorrha and they that sojourned in her, saith the Lord Almighty, no man shall dwell there, nor shall any son of man inhabit there.
19 କାରଣ ସଦାପ୍ରଭୁ କହନ୍ତି, ଆମ୍ଭେ ପ୍ରଭାତରେ ଉଠି ଆମ୍ଭର ଦାସ ଭବିଷ୍ୟଦ୍‍ବକ୍ତାଗଣଙ୍କୁ ସେମାନଙ୍କ ନିକଟକୁ ପଠାଇ ଯାହା କହିଲୁ, ସେମାନେ ଆମ୍ଭର ସେହି ବାକ୍ୟରେ ମନୋଯୋଗ କରି ନାହାନ୍ତି; ମାତ୍ର ସଦାପ୍ରଭୁ କହନ୍ତି, ତୁମ୍ଭେମାନେ ଆମ୍ଭର ବାକ୍ୟ ଶୁଣିବାକୁ ସମ୍ମତ ହେଲ ନାହିଁ।
Behold, he shall come up as a lion out of the midst of Jordan to the place of Aetham: for I will speedily drive them from it, and do ye set the young men against her: for who is like me? and who will withstand me? and who [is] this shepherd, who shall confront me?
20 ଏହେତୁ ଆମ୍ଭ ଦ୍ୱାରା ଯିରୂଶାଲମରୁ ବାବିଲକୁ ପ୍ରେରିତ ନିର୍ବାସିତ ଲୋକ ସମସ୍ତେ, ତୁମ୍ଭେମାନେ ସଦାପ୍ରଭୁଙ୍କର ବାକ୍ୟ ଶୁଣ।
Therefore hear ye the counsel of the Lord, which he has framed against Idumea; and his device, which he has devised against the inhabitants of Thaeman: surely the least of the sheep shall be swept off; surely their dwelling shall be made desolate for them.
21 ‘କୋଲାୟର ପୁତ୍ର ଆହବ ଓ ମାସେୟର ପୁତ୍ର ସିଦିକୀୟ ଆମ୍ଭ ନାମରେ ତୁମ୍ଭମାନଙ୍କ ନିକଟରେ ମିଥ୍ୟା ଭବିଷ୍ୟଦ୍‍ବାକ୍ୟ ପ୍ରଚାର କରନ୍ତି, ସେମାନଙ୍କ ବିଷୟରେ ସୈନ୍ୟାଧିପତି ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଏହି କଥା କହନ୍ତି; ଦେଖ, ଆମ୍ଭେ ବାବିଲର ରାଜା ନବୂଖଦ୍‍ନିତ୍ସରର ହସ୍ତରେ ସେମାନଙ୍କୁ ସମର୍ପଣ କରିବା, ତହିଁରେ ସେ ତୁମ୍ଭମାନଙ୍କ ସାକ୍ଷାତରେ ସେମାନଙ୍କୁ ବଧ କରିବ;
For at the sound of their fall the earth was scared, and the cry of the sea was not heard.
22 ପୁଣି, ବାବିଲରେ ଯିହୁଦାର ନିର୍ବାସିତ ଯେତେ ଲୋକ ଅଛନ୍ତି, ସେମାନଙ୍କ ମଧ୍ୟରେ ସେହି ଦୁଇ ବ୍ୟକ୍ତିର ଉପଲକ୍ଷ୍ୟରେ ଏହି ଅଭିଶାପର କଥା ପ୍ରଚଳିତ ହେବ, ଯଥା, ବାବିଲର ରାଜା ସିଦିକୀୟ ଓ ଆହାବଙ୍କୁ ଯେପରି ଅଗ୍ନିରେ ଦଗ୍ଧ କରିଥିଲେ, ସେହିପରି ସଦାପ୍ରଭୁ ତୁମ୍ଭମାନଙ୍କୁ କରନ୍ତୁ।
Behold, he shall look [upon her] as an eagle, and spread forth [his] wings over her strongholds; and the heart of the mighty men of Idumea shall be in that day as the heart of a woman in her pangs.
23 କାରଣ ସେମାନେ ଇସ୍ରାଏଲ ମଧ୍ୟରେ ମୂଢ଼ତାର କାର୍ଯ୍ୟ କରିଅଛନ୍ତି, ସେମାନେ ଆପଣା ଆପଣା ପ୍ରତିବାସୀର ଭାର୍ଯ୍ୟା ସଙ୍ଗେ ବ୍ୟଭିଚାର କରିଅଛନ୍ତି, ପୁଣି, ଆମ୍ଭେ ଯାହା ଆଜ୍ଞା କରି ନାହୁଁ, ଏପରି ମିଥ୍ୟା କଥା ଆମ୍ଭ ନାମରେ କହିଅଛନ୍ତି, ସଦାପ୍ରଭୁ କହନ୍ତି, ଆମ୍ଭେ ଜାଣୁ ଓ ଆମ୍ଭେ ସାକ୍ଷୀ ଅଛୁ।’”
24 ଆହୁରି, ତୁମ୍ଭେ ନିହିଲାମୀୟ ଶମୟୀୟର ବିଷୟରେ ଏହି କଥା କହିବ,
25 “ସୈନ୍ୟାଧିପତି ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଏହି କଥା କହନ୍ତି, ତୁମ୍ଭେ ଯିରୂଶାଲମସ୍ଥିତ ସମସ୍ତ ଲୋକଙ୍କ ନିକଟକୁ ଓ ମାସେୟର ପୁତ୍ର ସଫନୀୟ ଯାଜକ ଓ ଅନ୍ୟାନ୍ୟ ସମସ୍ତ ଯାଜକମାନଙ୍କ ନିକଟକୁ ଆପଣା ନାମରେ ଏହି ପତ୍ର ପଠାଇଅଛ, ଯଥା,
26 ‘କେହି ବାତୁଳ ହୋଇ ଆପଣାକୁ ଭବିଷ୍ୟଦ୍‍ବକ୍ତା ପରି ଦେଖାଇଲେ, ତାହାକୁ ହରିକାଠରେ ଓ ବେଡ଼ିରେ ରଖିବା ପାଇଁ ସଦାପ୍ରଭୁଙ୍କ ଗୃହରେ ତୁମ୍ଭେମାନେ ଯେପରି ରକ୍ଷକ ସ୍ୱରୂପ ହେବ, ଏଥିପାଇଁ ଯିହୋୟାଦା ଯାଜକର ବଦଳରେ ସଦାପ୍ରଭୁ ତୁମ୍ଭକୁ ଯାଜକ କରିଅଛନ୍ତି।
27 ଏହେତୁ ଅନାଥୋତୀୟ ଯେଉଁ ଯିରିମୀୟ ତୁମ୍ଭମାନଙ୍କ ନିକଟରେ ଆପଣାକୁ ଭବିଷ୍ୟଦ୍‍ବକ୍ତା ପରି ଦେଖାଉଅଛି, ତୁମ୍ଭେ କାହିଁକି ତାହାକୁ ଧମକ ଦେଇ ନାହଁ?
28 ସେ କାରଣରୁ ସେ ବାବିଲରେ ଆମ୍ଭମାନଙ୍କ ନିକଟକୁ ପଠାଇ କହିଅଛି, ନିର୍ବାସିତ କାଳ ଦୀର୍ଘ, ତୁମ୍ଭେମାନେ ଗୃହ ନିର୍ମାଣ କରି ତହିଁରେ ବାସ କର ଓ ଉଦ୍ୟାନ ପ୍ରସ୍ତୁତ କରି ଫଳ ଭୋଗ କର।’”
29 ଏଥିଉତ୍ତାରେ ସଫନୀୟ ଯାଜକ ଯିରିମୀୟ ଭବିଷ୍ୟଦ୍‍ବକ୍ତାଙ୍କ କର୍ଣ୍ଣଗୋଚରରେ ଏହି ପତ୍ର ପାଠ କଲା।
30 ତହିଁ ଉତ୍ତାରେ ଯିରିମୀୟଙ୍କ ନିକଟରେ ସଦାପ୍ରଭୁଙ୍କର ଏହି ବାକ୍ୟ ଉପସ୍ଥିତ ହେଲା।
31 “ତୁମ୍ଭେ ନିର୍ବାସିତ ସମସ୍ତ ଲୋକ ପ୍ରତି ଏହି କଥା କହି ପଠାଅ, ନିହିଲାମୀୟ ଶମୟୀୟର ବିଷୟରେ ସଦାପ୍ରଭୁ ଏହି କଥା କହନ୍ତି; ‘ଆମ୍ଭେ ଶମୟୀୟକୁ ନ ପଠାଇଲେ ହେଁ ସେ ତୁମ୍ଭମାନଙ୍କ ନିକଟରେ ଭବିଷ୍ୟଦ୍‍ବାକ୍ୟ ପ୍ରଚାର କରିଅଛି ଓ ମିଥ୍ୟା କଥାରେ ତୁମ୍ଭମାନଙ୍କର ବିଶ୍ୱାସ ଜନ୍ମାଇଅଛି,
32 ଏହେତୁ ସଦାପ୍ରଭୁ ଏହି କଥା କହନ୍ତି, ଦେଖ, ଆମ୍ଭେ ନିହିଲାମୀୟ ଶମୟୀୟକୁ ଓ ତାହାର ବଂଶକୁ ଦଣ୍ଡ ଦେବା; ଏହି ଲୋକମାନଙ୍କ ମଧ୍ୟରେ ବାସ କରିବା ପାଇଁ ତାହାର କେହି ରହିବେ ନାହିଁ; ଆଉ, ଆମ୍ଭେ ଆପଣା ଲୋକମାନଙ୍କ ପ୍ରତି ଯେଉଁ ମଙ୍ଗଳ କରିବା, ତାହା ସେ ଦେଖିବ ନାହିଁ, ଏହା ସଦାପ୍ରଭୁ କହନ୍ତି; କାରଣ ସେ ସଦାପ୍ରଭୁଙ୍କ ବିରୁଦ୍ଧରେ ବିଦ୍ରୋହର କଥା କହିଅଛି।’”

< ଯିରିମୀୟ 29 >