< ଏବ୍ରୀ 10 >

1 ଅତଏବ, ମୋଶାଙ୍କ ବ୍ୟବସ୍ଥା ଆଗାମୀ ଉତ୍ତମ ବିଷୟର ଛାୟା ସ୍ୱରୂପ ହୋଇ ସେହିସବୁ ବିଷୟର ଅବିକଳ ପ୍ରତିମୂର୍ତ୍ତି ନ ହେବାରୁ ଯାଜକମାନଙ୍କର ବର୍ଷକୁ ବର୍ଷ ସେହି ଏକ-ପ୍ରକାର ବଳି ଉତ୍ସର୍ଗ କରିବା ଦ୍ୱାରା ଉପାସକମାନଙ୍କୁ କଦାପି ସିଦ୍ଧ କରିପାରେ ନାହିଁ।
The Law, though able to foreshadow the better system which was coming, never had its actual substance. Its priests, with those sacrifices which they offer continuously year after year, can never make those who come to worship perfect.
2 ସେହିସବୁ ବଳିର ଉତ୍ସର୍ଗ କଅଣ ନିବୃତ୍ତ ହୋଇ ନ ଥାଆନ୍ତା ଯଦି ଉପାସକମାନେ ଥରେ ଶୁଚିକୃତ ହୋଇ ବିବେକରେ ଆଉ ପାପର ବୋଧ ପାଇ ନ ଥାଆନ୍ତେ?
Otherwise, would not the offering of these sacrifices have been abandoned, as the worshipers, having been once purified, would have had their consciences clear from sins?
3 କିନ୍ତୁ ସେହିସବୁ ବଳିରେ ବର୍ଷକୁ ବର୍ଷ ପାପ ସ୍ମରଣ କରାଯାଏ;
But, on the contrary, these sacrifices recall their sins to mind year after year.
4 କାରଣ ବୃଷ ଓ ଛାଗର ରକ୍ତ ଯେ ପାପ ହରଣ କରିବ, ଏହା ଅସମ୍ଭବ।
For the blood of bulls and goats is powerless to remove sins.
5 ସେଥିପାଇଁ ଖ୍ରୀଷ୍ଟ ଜଗତକୁ ଆଗମନ କରି କହନ୍ତି, “ବଳିଦାନ ଓ ନୈବେଦ୍ୟ ନ ଲୋଡ଼ି ମୋʼ ନିମନ୍ତେ ଏକ ଶରୀର ପ୍ରସ୍ତୁତ କଲ;
That is why, when he was coming into the world, the Christ declared – “Sacrifice and offering you do not desire, but you provide for me a body;
6 ହୋମବଳି ଓ ପାପାର୍ଥକ ବଳିରେ ତୁମ୍ଭେ ସନ୍ତୁଷ୍ଟ ହେଲ ନାହିଁ।”
You take no pleasure in burnt offerings and sacrifices for sin.
7 ସେତେବେଳେ ମୁଁ କହିଲି, ଦେଖ, ଶାସ୍ତ୍ରରେ ମୋʼ ବିଷୟରେ ଲେଖାଅଛି, “ହେ ଈଶ୍ବର, ତୁମ୍ଭର ଇଚ୍ଛା ସାଧନ କରିବାକୁ ମୁଁ ଆସିଅଛି।”
So I said, ‘See, I have come’ (as is written of me in the pages of the book), ‘To do your will, God.’”
8 ଏସବୁ ଊର୍ଦ୍ଧ୍ୱରେ ସେ କହନ୍ତି, ବଳିଦାନ, ନୈବେଦ୍ୟ, ହୋମବଳି ଓ ପାପାର୍ଥକ ବଳି ତୁମ୍ଭେ ଲୋଡ଼ିଲ ନାହିଁ, କିମ୍ବା ସେଥିରେ ତୁମ୍ଭର ସନ୍ତୋଷ ନ ଥିଲା (ଯାହାସବୁ ମୋଶାଙ୍କ ବ୍ୟବସ୍ଥା ଅନୁସାରେ ଉତ୍ସର୍ଗ କରାଯାଏ)
First come the words – “You do not desire, nor do you take pleasure in, sacrifices, offerings, burnt offerings, and sacrifices for sin” (offerings regularly made under the Law),
9 ତତ୍ପରେ ସେ କହନ୍ତି, “ଦେଖ, ତୁମ୍ଭର ଇଚ୍ଛା ସାଧନ କରିବାକୁ ମୁଁ ଆସିଅଛି।” ଦ୍ୱିତୀୟ ନିୟମକୁ ସ୍ଥାପନ କରିବା ନିମନ୍ତେ ସେ ପ୍ରଥମ ନିୟମକୁ ଲୋପ କରନ୍ତି।
and then there is added – “See, I have come to do your will.” The former sacrifices are set aside to be replaced by the latter.
10 ଦ୍ବିତୀୟ ନିୟମରେ ଯୀଶୁ ଖ୍ରୀଷ୍ଟଙ୍କ ଶରୀର ଏକାଥରକେ ଉତ୍ସର୍ଗୀକୃତ ହେବା ଦ୍ୱାରା ସେହି ଇଚ୍ଛା ହେତୁ ଆମ୍ଭେମାନେ ପବିତ୍ରୀକୃତ ହୋଇଅଛୁ।
And it is in the fulfilment of the will of God that we have been purified by the sacrifice, once and for all, of the body of Jesus Christ.
11 ଆହୁରି ମଧ୍ୟ, ପ୍ରତ୍ୟେକ ଯାଜକ ପ୍ରତିଦିନ ସେବା କରିବା ପାଇଁ ଓ ଥରକୁଥର ସେହି ଏକ-ପ୍ରକାର ବଳି ଉତ୍ସର୍ଗ କରିବା ପାଇଁ ଠିଆ ହୋଇଥାଆନ୍ତି; ଏହିସବୁ କେବେ ପାପ ହରଣ କରିପାରେ ନାହିଁ।
Every other priest stands day after day at his ministrations, and offers the same sacrifices over and over again – sacrifices that can never take sins away.
12 ମାତ୍ର ସେ ପାପ ନିମନ୍ତେ କେବଳ ଏକ ବଳି ଉତ୍ସର୍ଗ କଲା ଉତ୍ତାରେ ଈଶ୍ବରଙ୍କ ଦକ୍ଷିଣ ପାର୍ଶ୍ୱରେ ଚିରକାଳ ପାଇଁ ଉପବେଶନ କଲେ;
But, this priest, after he had offered one sacrifice for sins, which should serve for all time, “took his seat at the right hand of God,”
13 ସେହି ଦିନାବଧି ତାହାଙ୍କର ଶତ୍ରୁମାନେ ତାହାଙ୍କ ପାଦପୀଠ କରାଯାଇ ନ ଥିବା ପର୍ଯ୍ୟନ୍ତ ସେ ଅପେକ୍ଷା କରୁଅଛନ୍ତି।
and has since then been waiting “for his enemies to be put as a stool for his feet.”
14 କାରଣ କେବଳ ଏକ ବଳିର ଉତ୍ସର୍ଗ ଦ୍ୱାରା ସେ ପବିତ୍ରୀକୃତ ହେଉଥିବା ଲୋକମାନଙ୍କୁ ଚିରକାଳ ପାଇଁ ସିଦ୍ଧ କରିଅଛନ୍ତି।
By a single offering he has made perfect for all time those who are being purified.
15 ଆଉ ପବିତ୍ର ଆତ୍ମା ମଧ୍ୟ ଆମ୍ଭମାନଙ୍କୁ ସେ ବିଷୟରେ ସାକ୍ଷ୍ୟ ଦିଅନ୍ତି;
We have also the testimony of the Holy Spirit. For, after saying –
16 “କାରଣ ପ୍ରଭୁ ଏହି କଥା କହନ୍ତି, ସେହି ସମୟ ଉତ୍ତାରେ ଆମ୍ଭେ ସେମାନଙ୍କ ସହିତ ଯେଉଁ ନିୟମ ସ୍ଥାପନ କରିବା, ତାହା ଏହି, ଆମ୍ଭେ ସେମାନଙ୍କ ହୃଦୟରେ ଆପଣା ବ୍ୟବସ୍ଥା ଦେବା, ପୁଣି, ସେମାନଙ୍କ ମନରେ ସେହିସବୁ ଲେଖିବା,”
“‘This is the covenant that I will make with them after those days,’ says the Lord; ‘I will impress my laws on their hearts, and will inscribe them on their minds,’”
17 ଏହା କହିଲା ଉତ୍ତାରେ ସେ କହନ୍ତି, “ସେମାନଙ୍କ ପାପ ଓ ସେମାନଙ୍କ ଅପରାଧସବୁ ଆମ୍ଭେ ଆଉ ସ୍ମରଣ କରିବା ନାହିଁ।”
then we have – “And their sins and their iniquities I will no longer remember.”
18 ଏହି ସମସ୍ତ କ୍ଷମା ହେବା ସ୍ଥଳେ ପାପ ନିମନ୍ତେ ଆଉ ବଳି ଉତ୍ସର୍ଗ କରିବା ଅନାବଶ୍ୟକ।
And, when these are forgiven, there is no further need of an offering for sin.
19 ଅତଏବ, ହେ ଭାଇମାନେ, ଯୀଶୁ ବିଚ୍ଛେଦବସ୍ତ୍ର, ଅର୍ଥାତ୍‍, ଆପଣା ରକ୍ତ ଦ୍ୱାରା ଯେଉଁ ନୂତନ ଓ ଜୀବନଦାୟକ ପଥ ଆମ୍ଭମାନଙ୍କ ନିମନ୍ତେ ପ୍ରସ୍ତୁତ କରିଅଛନ୍ତି,
Therefore, friends, since we may enter the sanctuary with confidence, in virtue of the blood of Jesus,
20 ସେହି ପଥରେ ଯୀଶୁଙ୍କ ରକ୍ତ ଦ୍ୱାରା ମହାପବିତ୍ର ସ୍ଥାନରେ ପ୍ରବେଶ କରିବା ନିମନ୍ତେ ଆମ୍ଭମାନଙ୍କର ସାହସ ଥିବାରୁ
by the way which he inaugurated for us – a new and living way, a way through the sanctuary curtain (that is, his human nature);
21 ପୁଣି, ଈଶ୍ବରଙ୍କ ଗୃହ ଉପରେ ନିଯୁକ୍ତ ଆମ୍ଭମାନଙ୍କର ଜଣେ ମହାଯାଜକ ଥିବାରୁ
and, since we have in him “a great priest set over the house of God,”
22 ଆସ, ଆମ୍ଭେମାନେ ହୃଦୟ ପ୍ରକ୍ଷାଳନ ଦ୍ୱାରା କଳୁଷିତ ବିବେକରୁ ଶୁଚିକୃତ ଓ ନିର୍ମଳ ଜଳରେ ଧୌତ-ଶରୀର ହୋଇ ସରଳ ହୃଦୟ ସହ ପୂର୍ଣ୍ଣ ବିଶ୍ୱାସରେ ଈଶ୍ବରଙ୍କ ନିକଟବର୍ତ୍ତୀ ହେଉ;
let us draw near to God in all sincerity of heart and in perfect faith, with our hearts purified by the sprinkled blood from all consciousness of wrong, and with our bodies washed with pure water.
23 ଆମ୍ଭେମାନେ ଯେଉଁ ଭରସା ସ୍ୱୀକାର କରୁଅଛୁ, ତାହା ଅଟଳ ଭାବରେ ଦୃଢ଼ କରି ଧରୁ, କାରଣ ଯେ ପ୍ରତିଜ୍ଞା କରିଅଛନ୍ତି, ସେ ବିଶ୍ୱସ୍ତ;
Let us maintain the confession of our hope unshaken, for he who has given us his promise will not fail us.
24 ପୁଣି, ପ୍ରେମ ଓ ସତ୍‍କ୍ରିୟାରେ ପ୍ରବର୍ତ୍ତାଇବା ନିମନ୍ତେ ପରସ୍ପର ବିଷୟରେ ମନୋଯୋଗ କରୁ,
Let us vie with one another in a rivalry of love and noble actions.
25 ଆଉ କେହି କେହି ଯେପରି ଆମ୍ଭମାନଙ୍କ ମଣ୍ଡଳୀ ଉପାସନା ପରିତ୍ୟାଗ କରିଥାଆନ୍ତି, ଆମ୍ଭେମାନେ ସେପରି ନ କରୁ; ବରଂ ପରସ୍ପରକୁ ଉତ୍ସାହ କରିବା, ବିଶେଷ ଭାବରେ ଯେତେବେଳେ ତୁମ୍ଭେମାନେ ପ୍ରଭୁଙ୍କ ଆଗମନର ଦିନ ନିକଟବର୍ତ୍ତୀ ହୋଇ ଆସୁଅଛି ବୋଲି ଦେଖୁଅଛ।
And let us not, as some do, cease to meet together; but, on the contrary, let us encourage one another, and all the more, now that you see the day drawing near.
26 କାରଣ ସତ୍ୟ ଜ୍ଞାନ ଲାଭ କରିବା ପରେ ଯଦି ଆମ୍ଭେମାନେ ସ୍ୱେଚ୍ଛାପୂର୍ବକ ପାପ କରୁଥାଉ, ତେବେ ପାପାର୍ଥକ ବଳି ଆଉ ଅବଶିଷ୍ଟ ନ ଥାଏ,
Remember, if we sin wilfully after we have gained a full knowledge of the truth, there can be no further sacrifice for sin;
27 ବରଂ ବିଚାରର ଏକ-ପ୍ରକାର ଭୟଙ୍କର ପ୍ରତୀକ୍ଷା ଓ ବିପକ୍ଷମାନଙ୍କୁ ଗ୍ରାସକାରୀ ଅଗ୍ନିର ପ୍ରଚଣ୍ଡତା ଅବଶିଷ୍ଟ ଥାଏ।
there is only a fearful anticipation of judgment, and a burning indignation which will destroy all opponents.
28 କେହି ମୋଶାଙ୍କ ବ୍ୟବସ୍ଥାକୁ ଅମାନ୍ୟ କଲେ, ସେ ଦୟା ପ୍ରାପ୍ତ ନ ହୋଇ ଦୁଇ କିମ୍ବା ତିନି ଜଣ ସାକ୍ଷୀଙ୍କ ପ୍ରମାଣରେ ହତ ହୁଏ;
When someone disregarded the Law of Moses, they were, on the evidence of two or three witnesses, put to death without pity.
29 ତେବେ ଭାବି ଦେଖ, ଯେ ଈଶ୍ବରଙ୍କ ପୁତ୍ରଙ୍କୁ ପଦଦଳିତ କରିଅଛି, ନିୟମର ଯେଉଁ ରକ୍ତ ଦ୍ୱାରା ସେ ପବିତ୍ରୀକୃତ ହୋଇଥିଲା, ତାହାକୁ ଅପବିତ୍ର ବୋଲି ମନେ କରିଅଛି ଓ ଅନୁଗ୍ରହଦାତା ଆତ୍ମାଙ୍କୁ ଅବମାନନା କରିଅଛି, ସେ କେଡ଼େ ଅଧିକ ଗୁରୁତର ଦଣ୍ଡର ଯୋଗ୍ୟ ନ ହେବ!
How much worse then, think you, will be the punishment deserved by those who have trampled underfoot the Son of God, who have treated the blood that rendered the covenant valid – the blood by which they were purified – as if it were not holy, and who have outraged the Spirit of love?
30 କାରଣ “ପ୍ରତିଶୋଧ ନେବା ଆମ୍ଭର ଅଧିକାର, ଆମ୍ଭେ ପ୍ରତିଫଳ ଦେବା”, ଯେ ଏହି କଥା କହିଅଛନ୍ତି, ତାହାଙ୍କୁ ଆମ୍ଭେମାନେ ଜାଣୁ; ପୁନଶ୍ଚ, “ପ୍ରଭୁ ଆପଣା ଲୋକମାନଙ୍କର ବିଚାର କରିବେ।”
We know who it was that said – “It is for me to avenge, I will requite”; and again – “The Lord will judge his people.”
31 ଜୀବିତ ଈଶ୍ବରଙ୍କ ହସ୍ତରେ ପଡ଼ିବା ଭୟଙ୍କର ବିଷୟ।
It is a fearful thing to fall into the hands of the living God.
32 କିନ୍ତୁ ଆଲୋକ ପ୍ରାପ୍ତ ହେଲା ଉତ୍ତାରେ ଯେତେବେଳେ ତୁମ୍ଭେମାନେ ନାନା ଦୁଃଖଭୋଗରୂପ କଠୋର ସଂଗ୍ରାମ ସହ୍ୟ କରିଥିଲ, ସେହି ପୂର୍ବ ସମୟକୁ ସ୍ମରଣରେ ଆଣ;
Call to mind those early days in which, after you had received the light, you patiently underwent a long and painful conflict.
33 ଏକ ଦିଗରେ ତିରସ୍କାର ଓ କ୍ଳେଶ ଦ୍ୱାରା କୌତୁକାସ୍ପଦ ହୋଇଥିଲ, ଅନ୍ୟ ଦିଗରେ ସେହି ପ୍ରକାର ବ୍ୟବହାର ପାଉଥିବା ଲୋକମାନଙ୍କର ସହଭାଗୀ ହୋଇଥିଲ।
Sometimes, in consequence of the taunts and injuries heaped on you, you became a public spectacle; and sometimes you suffered through having shown yourselves to be the friends of people who were in the same position in which you had been.
34 କାରଣ ତୁମ୍ଭେମାନେ ବନ୍ଦୀମାନଙ୍କ ସହିତ ଦୁଃଖଭୋଗ କରିଥିଲ, ଆଉ ତୁମ୍ଭମାନଙ୍କ ନିଜର ଯେ ଅଧିକ ଉତ୍ତମ ଓ ନିତ୍ୟସ୍ଥାୟୀ ସମ୍ପତ୍ତି ଅଛି, ଏହା ଜାଣି ଆନନ୍ଦରେ ତୁମ୍ଭମାନଙ୍କ ସମ୍ପତ୍ତିର ଲୁଣ୍ଠନ ସହ୍ୟ କରିଥିଲ।
For you not only sympathised with those who were in prison, but you even took the confiscation of your possessions joyfully, knowing, as you did, that you had in yourselves a greater possession and a lasting one.
35 ଅତଏବ, ତୁମ୍ଭମାନଙ୍କ ସାହସ ପରିତ୍ୟାଗ କର ନାହିଁ, ସେଥିର ମହା ପୁରସ୍କାର ଅଛି।
Do not, therefore, abandon the confidence that you have gained, for it has a great reward awaiting it.
36 ଯେଣୁ ତୁମ୍ଭେମାନେ ଯେପରି ଈଶ୍ବରଙ୍କ ଇଚ୍ଛା ସାଧନ କରି ପ୍ରତିଜ୍ଞାର ଫଳପ୍ରାପ୍ତ ହୋଇପାର, ଏଥିନିମନ୍ତେ ତୁମ୍ଭମାନଙ୍କର ଧୈର୍ଯ୍ୟଶୀଳ ହେବା ପ୍ରୟୋଜନ।
You still have need of patient endurance, in order that, when you have done God’s will, you may obtain the fulfilment of his promise.
37 ଯେପରି ଶାସ୍ତ୍ରରେ ଲେଖାଅଛି, “କାରଣ ଆଉ ଅତି ଅଳ୍ପ ସମୟ ମାତ୍ର, ଯାହାଙ୍କ ଆଗମନ କରିବାର ଅଛି, ସେ ଆଗମନ କରିବେ ଓ ବିଳମ୍ବ କରିବେ ନାହିଁ।”
“For there is indeed but a very little while before he who is coming will have come, without delay;
38 ପୁଣି, “ଆମ୍ଭର ଧାର୍ମିକ ବ୍ୟକ୍ତି ବିଶ୍ୱାସ ଦ୍ୱାରା ବଞ୍ଚିବ, କିନ୍ତୁ ଯଦି କେହି ପଶ୍ଚାତ୍‍ପଦ ହୁଏ, ତାହାହେଲେ ଆମ୍ଭର ଆତ୍ମା ତାହାଠାରେ ସନ୍ତୁଷ୍ଟ ନୁହେଁ।”
and through faith the righteous will find life, but, if anyone draws back, my heart can find no pleasure in them.”
39 ମାତ୍ର ଯେଉଁମାନେ ବିନାଶ ନିମନ୍ତେ ପଶ୍ଚାତ୍‍ପଦ ହୁଅନ୍ତି, ଆମ୍ଭେମାନେ ସେମାନଙ୍କ ଦଳର ଲୋକ ନୋହୁଁ, କିନ୍ତୁ ଯେଉଁମାନେ ଆତ୍ମାର ପରିତ୍ରାଣ ନିମନ୍ତେ ବିଶ୍ୱାସ କରନ୍ତି, ଆମ୍ଭେମାନେ ସେମାନଙ୍କ ଦଳର ଲୋକ ଅଟୁ।
But we do not belong to those who draw back, to their ruin, but to those who have faith, to the saving of their souls.

< ଏବ୍ରୀ 10 >