< ମୋଶାଙ୍କ ଲିଖିତ ପ୍ରଥମ ପୁସ୍ତକ 41 >

1 ଏଥିଉତ୍ତାରେ ସମ୍ପୂର୍ଣ୍ଣ ଦୁଇ ବର୍ଷ ଶେଷରେ ଫାରୋ ଏହି ସ୍ୱପ୍ନ ଦେଖିଲେ; ଦେଖ, ସେ ନୀଳ ନଦୀ କୂଳରେ ଠିଆ ହୋଇଅଛନ୍ତି।
At the end of two full years, Pharaoh dreamed, and behold, he stood by the river.
2 ଆଉ ଦେଖ, ନଦୀ ଭିତରୁ ସାତୋଟି ହୃଷ୍ଟପୁଷ୍ଟ ସୁନ୍ଦର ଗୋରୁ ଉଠି ନଳ-ତୃଣ ମଧ୍ୟରେ ଚରିବାକୁ ଲାଗିଲେ।
Behold, seven cattle came up out of the river. They were sleek and fat, and they fed in the marsh grass.
3 ସେମାନଙ୍କ ଉତ୍ତାରେ ଦେଖ, ଅନ୍ୟ ସାତୋଟି କୃଶ ଓ କୁତ୍ସିତ ଗୋରୁ ନଦୀରୁ ଉଠି ନଦୀ ତଟରେ ସେହି ଗୋରୁମାନଙ୍କ ପାଖରେ ଠିଆ ହେଲେ।
Behold, seven other cattle came up after them out of the river, ugly and thin, and stood by the other cattle on the brink of the river.
4 ତହିଁରେ ସେହି ଦୁର୍ବଳ ଓ କୁତ୍ସିତ ଗୋରୁ ସେହି ସାତୋଟି ହୃଷ୍ଟପୁଷ୍ଟ ସୁନ୍ଦର ଗୋରୁଙ୍କୁ ଖାଇ ପକାଇଲେ। ଏପରି ସମୟରେ ଫାରୋଙ୍କର ନିଦ୍ରା ଭଙ୍ଗ ହେଲା।
The ugly and thin cattle ate up the seven sleek and fat cattle. So Pharaoh awoke.
5 ତହିଁ ଉତ୍ତାରେ ସେ ନିଦ୍ରିତ ହୋଇ ଦ୍ୱିତୀୟ ଥର ସ୍ୱପ୍ନ ଦେଖିଲେ; ଗୋଟିଏ ଡେମ୍ଫରେ ସାତୋଟି ପରିପୁଷ୍ଟ ଓ ଉତ୍ତମ ଶିଷା ବାହାରିଲା।
He slept and dreamed a second time; and behold, seven heads of grain came up on one stalk, healthy and good.
6 ସେମାନଙ୍କ ଉତ୍ତାରେ ପୂର୍ବୀୟ ବାୟୁରେ ଶୁଷ୍କ ଆଉ ସାତୁଟା କ୍ଷୀଣ ଶିଷା ଉତ୍ପନ୍ନ ହେଲା।
Behold, seven heads of grain, thin and blasted with the east wind, sprung up after them.
7 ପୁଣି, ସେହି ସାତୁଟା କ୍ଷୀଣ ଶିଷା ଏହି ସାତୋଟି ପରିପୁଷ୍ଟ ଓ ପୂର୍ଣ୍ଣ ଶିଷାକୁ ଗ୍ରାସ କଲା। ଏପରି ସମୟରେ ଫାରୋଙ୍କର ନିଦ୍ରା ଭଙ୍ଗ ହୁଅନ୍ତେ, ସ୍ୱପ୍ନ-ମାତ୍ର ଜ୍ଞାତ ହେଲା।
The thin heads of grain swallowed up the seven healthy and full ears. Pharaoh awoke, and behold, it was a dream.
8 ପୁଣି, ପ୍ରଭାତରେ ତାଙ୍କର ମନ ଉଦ୍‍ବିଗ୍ନ ହେଲା, ତହୁଁ ସେ ଲୋକ ପଠାଇ ମିସର ଦେଶୀୟ ମନ୍ତ୍ରଜ୍ଞ ଓ ପଣ୍ଡିତ ସମସ୍ତଙ୍କୁ ଡକାଇଲେ; ମାତ୍ର ଫାରୋ ସେମାନଙ୍କ ନିକଟରେ ଆପଣା ସ୍ୱପ୍ନର କଥା କହନ୍ତେ, ସେମାନଙ୍କ ମଧ୍ୟରୁ କେହି ଫାରୋଙ୍କୁ ତହିଁର ଅର୍ଥ କହି ପାରିଲେ ନାହିଁ।
In the morning, his spirit was troubled, and he sent and called for all of Egypt’s magicians and wise men. Pharaoh told them his dreams, but there was no one who could interpret them to Pharaoh.
9 ସେତେବେଳେ ପ୍ରଧାନ ପାନପାତ୍ରବାହକ ଫାରୋଙ୍କ ଛାମୁରେ ନିବେଦନ କଲା, “ଆଜି ମୁଁ ନିଜ ଅପରାଧ ସ୍ମରଣ କରୁଅଛି।
Then the chief cup bearer spoke to Pharaoh, saying, “I remember my faults today.
10 ଫାରୋ ଆପଣା ଦାସ ମୋʼ ପ୍ରତି ଓ ପ୍ରଧାନ ସୂପକାର ପ୍ରତି କ୍ରୋଧାନ୍ୱିତ ହୋଇ ଆମ୍ଭମାନଙ୍କୁ ରକ୍ଷକ ସୈନ୍ୟାଧିପତିର କାରାଗାରରେ ବନ୍ଦ କରି ରଖିଥିଲେ।
Pharaoh was angry with his servants, and put me in custody in the house of the captain of the guard, with the chief baker.
11 ତହିଁରେ ଆମ୍ଭେ ଦୁହେଁ ଏକ ରାତ୍ରିରେ ସ୍ୱପ୍ନ ଦେଖିଲୁ; ପୁଣି, ଦୁହିଁଙ୍କ ସ୍ୱପ୍ନର ଦୁଇ ପ୍ରକାର ଅର୍ଥ ହେଲା।
We dreamed a dream in one night, he and I. Each man dreamed according to the interpretation of his dream.
12 ସେଠାରେ ଆମ୍ଭମାନଙ୍କ ସଙ୍ଗରେ ରକ୍ଷକ ସୈନ୍ୟାଧିପତିର ଦାସ ଜଣେ ଏବ୍ରୀୟ ଯୁବା ଥିଲା; ଆମ୍ଭେମାନେ ତାକୁ ସ୍ୱପ୍ନର କଥା କହନ୍ତେ, ସେ ଆମ୍ଭମାନଙ୍କୁ ତହିଁର ଅର୍ଥ କହିଲା, ପ୍ରତ୍ୟେକ ଜଣର ସ୍ୱପ୍ନାନୁସାରେ ଅର୍ଥ କହିଲା।
There was with us there a young man, a Hebrew, servant to the captain of the guard, and we told him, and he interpreted to us our dreams. He interpreted to each man according to his dream.
13 ତହିଁରେ ସେ ଆମ୍ଭ ଦୁହିଁଙ୍କୁ ଯେରୂପ ଅର୍ଥ କହିଥିଲା, ତଦ୍ରୂପ ଘଟିଲା; ମୁଁ ପୂର୍ବ ପଦରେ ନିଯୁକ୍ତ ହେଲି ଓ ସେ ଫାଶୀ ପାଇଲା।”
As he interpreted to us, so it was. He restored me to my office, and he hanged him.”
14 ସେତେବେଳେ ଫାରୋ ଯୋଷେଫଙ୍କୁ ଡକାଇ ପଠାନ୍ତେ, ଲୋକମାନେ କାରାଗାରରୁ ତାଙ୍କୁ ଶୀଘ୍ର ଆଣିଲେ; ସେ କ୍ଷୌରକର୍ମ କରି ଓ ଉତ୍ତମ ବସ୍ତ୍ର ପିନ୍ଧି ଫାରୋଙ୍କ ଛାମୁରେ ଉପସ୍ଥିତ ହେଲେ।
Then Pharaoh sent and called Joseph, and they brought him hastily out of the dungeon. He shaved himself, changed his clothing, and came in to Pharaoh.
15 ତହୁଁ ଫାରୋ ଯୋଷେଫଙ୍କୁ କହିଲେ, “ଆମ୍ଭେ ଗୋଟିଏ ସ୍ୱପ୍ନ ଦେଖିଅଛୁ, କେହି ତହିଁର ଅର୍ଥ କରି ପାରୁ ନାହାନ୍ତି; ମାତ୍ର ଆମ୍ଭେ ତୁମ୍ଭ ବିଷୟରେ ଶୁଣିଅଛୁ, ଯେ ତୁମ୍ଭେ ସ୍ୱପ୍ନ ଶୁଣିଲେ, ତହିଁର ଅର୍ଥ କରିପାର।”
Pharaoh said to Joseph, “I have dreamed a dream, and there is no one who can interpret it. I have heard it said of you, that when you hear a dream you can interpret it.”
16 ତହିଁରେ ଯୋଷେଫ କହିଲେ, “ତାହା ମୋହର ଆୟତ୍ତ ନୁହେଁ, ମାତ୍ର ପରମେଶ୍ୱର ଫାରୋଙ୍କୁ ମାଙ୍ଗଳିକ ଉତ୍ତର ଦେବେ।”
Joseph answered Pharaoh, saying, “It isn’t in me. God will give Pharaoh an answer of peace.”
17 ତହୁଁ ଫାରୋ ଯୋଷେଫଙ୍କୁ କହିଲେ, “ଆମ୍ଭ ସ୍ୱପ୍ନରେ, ଦେଖ, ଆମ୍ଭେ ନଦୀ ତଟରେ ଠିଆ ହୋଇଥିଲୁ।
Pharaoh spoke to Joseph, “In my dream, behold, I stood on the brink of the river;
18 ତହିଁରେ ନଦୀ ଭିତରୁ ସାତୋଟି ହୃଷ୍ଟପୁଷ୍ଟ ସୁନ୍ଦର ଗୋରୁ ଉଠି ନଳ-ତୃଣ ମଧ୍ୟରେ ଚରିବାକୁ ଲାଗିଲେ।
and behold, seven fat and sleek cattle came up out of the river. They fed in the marsh grass;
19 ଏଥିଉତ୍ତାରେ ସେମାନଙ୍କ ଉତ୍ତାରେ ଆଉ ସାତୋଟି ଦୁର୍ବଳ ଅତି କୁତ୍ସିତ ଓ କୃଶାଙ୍ଗ ଗୋରୁ ଉଠି ଆସିଲେ; ଆମ୍ଭେ ସେମାନଙ୍କ ପରି କୁତ୍ସିତ ଗୋରୁ ସମୁଦାୟ ମିସର ଦେଶରେ କଦାପି ଦେଖି ନାହୁଁ।
and behold, seven other cattle came up after them, poor and very ugly and thin, such as I never saw in all the land of Egypt for ugliness.
20 ପୁଣି, ସେହି କ୍ଷୀଣ କୁତ୍ସିତ ଗୋରୁ ପୂର୍ବର ହୃଷ୍ଟପୁଷ୍ଟ ସେହି ସାତୋଟି ଗୋରୁଙ୍କୁ ଖାଇ ପକାଇଲେ।
The thin and ugly cattle ate up the first seven fat cattle;
21 ମାତ୍ର ଖାଇଲା ଉତ୍ତାରେ ସେମାନଙ୍କ ପେଟ ଖାଇଲା ପରି ଜଣାଗଲା ନାହିଁ; ସେମାନେ ପୂର୍ବ ପରି କୁତ୍ସିତ ରହିଲେ। ଏପରି ସମୟରେ ଆମ୍ଭର ନିଦ୍ରା ଭଙ୍ଗ ହେଲା।
and when they had eaten them up, it couldn’t be known that they had eaten them, but they were still ugly, as at the beginning. So I awoke.
22 ଏଥିଉତ୍ତାରେ ଆମ୍ଭେ ସ୍ୱପ୍ନରେ ଦେଖିଲୁ ଯେ, ଦେଖ, ଗୋଟିଏ ଶଣ୍ଢାରେ ସାତୋଟି ପୂର୍ଣ୍ଣ ଓ ଉତ୍ତମ ଶିଷା ବାହାରିଲା।
I saw in my dream, and behold, seven heads of grain came up on one stalk, full and good;
23 ତହିଁ ଉତ୍ତାରେ ପୂର୍ବୀୟ ବାୟୁରେ ଶୁଷ୍କ, କ୍ଷୀଣ ଓ ମ୍ଳାନ ସାତୋଟି ଶିଷା ଉତ୍ପନ୍ନ ହେଲା।
and behold, seven heads of grain, withered, thin, and blasted with the east wind, sprung up after them.
24 ପୁଣି, ସେହି କ୍ଷୀଣ ଶିଷା, ସେହି ଉତ୍ତମ ସାତ ଶିଷାକୁ ଗ୍ରାସ କଲା। ଏହି ସ୍ୱପ୍ନ ଆମ୍ଭେ ମନ୍ତ୍ରଜ୍ଞମାନଙ୍କୁ କହିଲୁ, ମାତ୍ର କେହି ଏଥିର ଅର୍ଥ ଆମ୍ଭକୁ କହି ପାରିଲେ ନାହିଁ।”
The thin heads of grain swallowed up the seven good heads of grain. I told it to the magicians, but there was no one who could explain it to me.”
25 ତେବେ ଯୋଷେଫ ଫାରୋଙ୍କୁ କହିଲେ, “ଫାରୋଙ୍କର ସ୍ୱପ୍ନ ଏକ; ପରମେଶ୍ୱର ଯାହା କରିବାକୁ ଉଦ୍ୟତ, ତାହା ଫାରୋଙ୍କ ପ୍ରତି ପ୍ରକାଶ କରିଅଛନ୍ତି।
Joseph said to Pharaoh, “The dream of Pharaoh is one. What God is about to do he has declared to Pharaoh.
26 ସେହି ସାତୋଟି ଉତ୍ତମ ଗୋରୁ ସାତ ବର୍ଷ ସ୍ୱରୂପ, ପୁଣି, ସେହି ସାତୋଟି ଉତ୍ତମ ଶିଷା ମଧ୍ୟ ସାତ ବର୍ଷ ସ୍ୱରୂପ, ସ୍ୱପ୍ନ ଏକମାତ୍ର।
The seven good cattle are seven years; and the seven good heads of grain are seven years. The dream is one.
27 ତହିଁ ପଶ୍ଚାତ୍‍ ଉତ୍ଥିତ ସେହି ସାତୋଟି କ୍ଷୀଣ କୁତ୍ସିତ ଗୋରୁ ସାତ ବର୍ଷ ସ୍ୱରୂପ; ଆଉ ପୂର୍ବୀୟ ବାୟୁରେ ଶୁଷ୍କ ସାତୋଟି ଶିଷା ମଧ୍ୟ ଦୁର୍ଭିକ୍ଷର ସାତ ବର୍ଷ ସ୍ୱରୂପ।
The seven thin and ugly cattle that came up after them are seven years, and also the seven empty heads of grain blasted with the east wind; they will be seven years of famine.
28 ମୁଁ ଫାରୋଙ୍କୁ କହିଅଛି: ପରମେଶ୍ୱର ଯାହା କରିବାକୁ ଉଦ୍ୟତ, ତାହା ଫାରୋଙ୍କୁ ଦେଖାଇଅଛନ୍ତି।
That is the thing which I have spoken to Pharaoh. God has shown Pharaoh what he is about to do.
29 ଦେଖନ୍ତୁ, ସମସ୍ତ ମିସର ଦେଶରେ ସାତ ବର୍ଷ ମହା ସୁଭିକ୍ଷ ଆସୁଅଛି।
Behold, seven years of great plenty throughout all the land of Egypt are coming.
30 ତହିଁ ପଛେ ସାତ ବର୍ଷ ଦୁର୍ଭିକ୍ଷ ପଡ଼ିବ; ସମସ୍ତ ସୁଭିକ୍ଷ ମିସର ଦେଶରୁ ବିସ୍ମୃତ ହେବ; ଦୁର୍ଭିକ୍ଷ ଦେଶକୁ ଧ୍ୱଂସ କରିବ।
Seven years of famine will arise after them, and all the plenty will be forgotten in the land of Egypt. The famine will consume the land,
31 ପୁଣି, ପଶ୍ଚାଦ୍‍ବର୍ତ୍ତୀ ଦୁର୍ଭିକ୍ଷ ସକାଶୁ ଦେଶରେ ସୁଭିକ୍ଷ ଜଣା ପଡ଼ିବ ନାହିଁ; କାରଣ ତାହା ଅତି ଭାରୀ ହେବ।
and the plenty will not be known in the land by reason of that famine which follows; for it will be very grievous.
32 ଫାରୋ ଦୁଇ ଥର ସ୍ୱପ୍ନ ଦେଖିବାର ଭାବ ଏହି ଯେ, ପରମେଶ୍ୱରଙ୍କ ଦ୍ୱାରା ତାହା ନିଶ୍ଚିତ ହୋଇଅଛି, ପୁଣି, ପରମେଶ୍ୱର ତାହା ଶୀଘ୍ର ଘଟାଇବେ।
The dream was doubled to Pharaoh, because the thing is established by God, and God will shortly bring it to pass.
33 ଏଥିପାଇଁ ଏବେ ଫାରୋ ଜଣେ ବୁଦ୍ଧିମାନ ଜ୍ଞାନୀ ପୁରୁଷ ଦେଖି ମିସର ଦେଶ ଉପରେ ନିଯୁକ୍ତ କରନ୍ତୁ।
“Now therefore let Pharaoh look for a discreet and wise man, and set him over the land of Egypt.
34 ଫାରୋ ଏହା କରନ୍ତୁ, ଆଉ ଦେଶରେ ଅଧ୍ୟକ୍ଷଗଣ ନିଯୁକ୍ତ କରି ସାତ ବର୍ଷ ସୁଭିକ୍ଷ ସମୟରେ ମିସର ଦେଶରୁ ଶସ୍ୟର ପଞ୍ଚମାଂଶ ଗ୍ରହଣ କରନ୍ତୁ।
Let Pharaoh do this, and let him appoint overseers over the land, and take up the fifth part of the land of Egypt’s produce in the seven plenteous years.
35 ଅର୍ଥାତ୍‍, ସେମାନେ ସେହି ଆଗାମୀ ଉତ୍ତମ ବର୍ଷର ସବୁ ଭକ୍ଷ୍ୟ ସଂଗ୍ରହ କରନ୍ତୁ, ପୁଣି, ପ୍ରତି ନଗରରେ ଖାଦ୍ୟ ନିମନ୍ତେ ଫାରୋଙ୍କ ହସ୍ତାଧୀନରେ ଶସ୍ୟ ସଞ୍ଚୟ କରି ରକ୍ଷା କରନ୍ତୁ।
Let them gather all the food of these good years that come, and store grain under the hand of Pharaoh for food in the cities, and let them keep it.
36 ଏହିରୂପେ ମିସର ଦେଶରେ ଭବିଷ୍ୟତ ଦୁର୍ଭିକ୍ଷର ସାତ ବର୍ଷ ନିମନ୍ତେ ଦେଶର ନିର୍ବାହାର୍ଥେ ସେହି ଭକ୍ଷ୍ୟ ସଞ୍ଚିତ ଥିଲେ, ଦୁର୍ଭିକ୍ଷ ଦ୍ୱାରା ଦେଶ ଉଚ୍ଛିନ୍ନ ହେବ ନାହିଁ।”
The food will be to supply the land against the seven years of famine, which will be in the land of Egypt; so that the land will not perish through the famine.”
37 ସେତେବେଳେ ଫାରୋଙ୍କର ଓ ତାଙ୍କର ଦାସମାନଙ୍କ ଦୃଷ୍ଟିରେ ଏହି କଥା ଉତ୍ତମ ବୋଧ ହେଲା।
The thing was good in the eyes of Pharaoh, and in the eyes of all his servants.
38 ତହିଁରେ ଫାରୋ ଆପଣା ଦାସମାନଙ୍କୁ କହିଲେ, “ଆମ୍ଭେମାନେ କି ଏହାଙ୍କ ପରି ପୁରୁଷ ଆଉ ପାଇ ପାରିବା? ଏହାଙ୍କଠାରେ ପରମେଶ୍ୱରଙ୍କ ଆତ୍ମା ଅଛନ୍ତି।”
Pharaoh said to his servants, “Can we find such a one as this, a man in whom is the Spirit of God?”
39 ତହୁଁ ଫାରୋ ଯୋଷେଫଙ୍କୁ କହିଲେ, “ପରମେଶ୍ୱର ତୁମ୍ଭକୁ ଏସମସ୍ତ ଜଣାଇଛନ୍ତି, ଏଣୁ ତୁମ୍ଭ ପରି ବୁଦ୍ଧିମାନ ଓ ଜ୍ଞାନୀ କେହି ନାହିଁ;
Pharaoh said to Joseph, “Because God has shown you all of this, there is no one so discreet and wise as you.
40 ତୁମ୍ଭେ ଆମ୍ଭର ଗୃହାଧ୍ୟକ୍ଷ ହୁଅ; ଆମ୍ଭର ସମସ୍ତ ପ୍ରଜା ତୁମ୍ଭର ବାକ୍ୟ ଶିରୋଧାର୍ଯ୍ୟ କରିବେ, କେବଳ ସିଂହାସନରେ ଆମ୍ଭେ ତୁମ୍ଭଠାରୁ ବଡ଼ ଥିବା।”
You shall be over my house. All my people will be ruled according to your word. Only in the throne I will be greater than you.”
41 ଫାରୋ ଯୋଷେଫଙ୍କୁ ଆହୁରି କହିଲେ, “ଦେଖ, ଆମ୍ଭେ ତୁମ୍ଭକୁ ସମୁଦାୟ ମିସର ଦେଶ ଉପରେ ନିଯୁକ୍ତ କଲୁ।”
Pharaoh said to Joseph, “Behold, I have set you over all the land of Egypt.”
42 ଏଥିଉତ୍ତାରେ ଫାରୋ ଆପଣା ହସ୍ତରୁ ନିଜ ସନ୍ତକ-ଅଙ୍ଗୁରୀୟ କାଢ଼ି ଯୋଷେଫଙ୍କ ହସ୍ତରେ ଦେଇ ତାଙ୍କୁ ସୂକ୍ଷ୍ମବସ୍ତ୍ର ପିନ୍ଧାଇ ତାଙ୍କ ଗଳାରେ ସୁବର୍ଣ୍ଣ ହାର ଦେଲେ।
Pharaoh took off his signet ring from his hand, and put it on Joseph’s hand, and arrayed him in robes of fine linen, and put a gold chain about his neck.
43 ପୁଣି, ତାଙ୍କୁ ଆପଣା ଦ୍ୱିତୀୟ ରଥରେ ଆରୋହଣ କରାଇଲେ; ଆଉ ଲୋକମାନେ ତାଙ୍କର ଆଗେ ଆଗେ “ଆଣ୍ଠୁ ପାତ ଆଣ୍ଠୁ ପାତ” ବୋଲି ଘୋଷଣା କଲେ। ଏହି ପ୍ରକାରେ ସେ ତାଙ୍କୁ ସମସ୍ତ ମିସର ଦେଶ ଉପରେ ନିଯୁକ୍ତ କଲେ।
He made him ride in the second chariot which he had. They cried before him, “Bow the knee!” He set him over all the land of Egypt.
44 ଏଥିଉତ୍ତାରେ ଫାରୋ ଯୋଷେଫଙ୍କୁ କହିଲେ, “ଆମ୍ଭେ ଫାରୋ ଅଟୁ, ଏହେତୁ ତୁମ୍ଭ ଆଜ୍ଞା ବିନୁ ସମସ୍ତ ମିସର ଦେଶରେ କୌଣସି ଲୋକ ହାତ ଗୋଡ଼ ଉଠାଇ ପାରିବ ନାହିଁ।”
Pharaoh said to Joseph, “I am Pharaoh. Without you, no man shall lift up his hand or his foot in all the land of Egypt.”
45 ପୁଣି, ଫାରୋ ଯୋଷେଫଙ୍କର ନାମ “ସାଫନତ୍‍-ପାନେହ ରଖିଲେ;” ପୁଣି, ଓନ୍‍ ନଗର ନିବାସୀ ପୋଟୀଫେର ନାମକ ଯାଜକର ଆସନତ୍‍ ନାମ୍ନୀ କନ୍ୟା ସହିତ ତାଙ୍କର ବିବାହ ଦେଲେ। ଏଥିଉତ୍ତାରେ ଯୋଷେଫ ସମୁଦାୟ ମିସର ଦେଶରେ ଗମନାଗମନ କରିବାକୁ ଲାଗିଲେ।
Pharaoh called Joseph’s name Zaphenath-Paneah. He gave him Asenath, the daughter of Potiphera priest of On as a wife. Joseph went out over the land of Egypt.
46 ଯୋଷେଫ ତିରିଶ ବର୍ଷ ବୟସ ସମୟରେ ମିସରୀୟ ରାଜା ଫାରୋଙ୍କ ଛାମୁରେ ଠିଆ ହୋଇଥିଲେ; ତାହା ପରେ ଯୋଷେଫ ଫାରୋଙ୍କ ନିକଟରୁ ପ୍ରସ୍ଥାନ କରି ମିସର ଦେଶର ସର୍ବତ୍ର ଭ୍ରମଣ କଲେ।
Joseph was thirty years old when he stood before Pharaoh king of Egypt. Joseph went out from the presence of Pharaoh, and went throughout all the land of Egypt.
47 ଏଥିଉତ୍ତାରେ ସେହି ସୁଭିକ୍ଷର ସାତ ବର୍ଷ ଭୂମିରେ ଅପାର ଅପାର ଶସ୍ୟ ଉତ୍ପନ୍ନ ହେଲା।
In the seven plenteous years the earth produced abundantly.
48 ଯୋଷେଫ ସେହି ସାତ ବର୍ଷରେ ମିସର ଦେଶରେ ଉତ୍ପନ୍ନ ସକଳ ଶସ୍ୟ ସଂଗ୍ରହ କରି ପ୍ରତି ନଗରରେ ସଞ୍ଚୟ କଲେ; ପୁଣି, ଯେଉଁ ଯେଉଁ ନଗରର ଚାରିଆଡ଼ ଭୂମିରେ ଯେତେ ଶସ୍ୟ ଉତ୍ପନ୍ନ ହେଲା, ତାହାସବୁ ସେହି ସେହି ନଗରରେ ସଞ୍ଚୟ କଲେ।
He gathered up all the food of the seven years which were in the land of Egypt, and laid up the food in the cities. He stored food in each city from the fields around that city.
49 ଏହି ପ୍ରକାରେ ଯୋଷେଫ ସମୁଦ୍ରର ବାଲି ପରି ଏତେ ବହୁଳ ଶସ୍ୟ ସଂଗ୍ରହ କଲେ ଯେ, ତାହା ଆଉ ମାପିଲେ ନାହିଁ; କାରଣ ତାହା ଅପରିମେୟ ଥିଲା।
Joseph laid up grain as the sand of the sea, very much, until he stopped counting, for it was without number.
50 ଆଉ ଦୁର୍ଭିକ୍ଷ ବର୍ଷ ପୂର୍ବରେ ଯୋଷେଫଙ୍କର ଦୁଇ ପୁତ୍ର ଜାତ ହୋଇଥିଲେ, ଓନ୍‍ ନଗର ନିବାସୀ ପୋଟୀଫେର ଯାଜକର ଆସନତ୍‍ ନାମ୍ନୀ କନ୍ୟା ସେମାନଙ୍କୁ ଜନ୍ମ କରିଥିଲା।
To Joseph were born two sons before the year of famine came, whom Asenath, the daughter of Potiphera priest of On, bore to him.
51 ତହିଁରେ ଯୋଷେଫ ଜ୍ୟେଷ୍ଠର ନାମ ମନଃଶି ରଖିଲେ, କାରଣ ସେ କହିଲେ, “ପରମେଶ୍ୱର ମୋହର ସମସ୍ତ କ୍ଳେଶର ଓ ନିଜ ପିତୃଗୃହର ବିସ୍ମୃତି ଜନ୍ମାଇ ଅଛନ୍ତି।”
Joseph called the name of the firstborn Manasseh, “For”, he said, “God has made me forget all my toil, and all my father’s house.”
52 ପୁଣି, ଦ୍ୱିତୀୟ ପୁତ୍ରର ନାମ ଇଫ୍ରୟିମ ରଖିଲେ, କାରଣ ସେ କହିଲେ, “ମୋହର ଦୁଃଖଭୋଗର ଦେଶରେ ପରମେଶ୍ୱର ମୋତେ ଫଳବାନ କରିଅଛନ୍ତି।”
The name of the second, he called Ephraim: “For God has made me fruitful in the land of my affliction.”
53 ଏଥିଉତ୍ତାରେ ମିସର ଦେଶରେ ଘଟିତ ସୁଭିକ୍ଷର ସାତ ବର୍ଷ ଶେଷ ହେଲା।
The seven years of plenty, that were in the land of Egypt, came to an end.
54 ପୁଣି, ଯୋଷେଫଙ୍କ ବାକ୍ୟାନୁସାରେ ଦୁର୍ଭିକ୍ଷର ସାତ ବର୍ଷର ଆରମ୍ଭ ହେଲା; ତହିଁରେ ଅନ୍ୟ ସମସ୍ତ ଦେଶରେ ଦୁର୍ଭିକ୍ଷ ପଡ଼ିଲା, ମାତ୍ର ସମୁଦାୟ ମିସର ଦେଶରେ ଆହାର ଥିଲା।
The seven years of famine began to come, just as Joseph had said. There was famine in all lands, but in all the land of Egypt there was bread.
55 ପୁଣି, ସମୁଦାୟ ମିସର ଦେଶରେ ଦୁର୍ଭିକ୍ଷ ପଡ଼ନ୍ତେ, ପ୍ରଜାମାନେ ଆହାର ନିମନ୍ତେ ଫାରୋଙ୍କ ନିକଟରେ ଡକା ପକାଇଲେ; ତହିଁରେ ଫାରୋ ସମସ୍ତ ମିସରୀୟ ଲୋକଙ୍କୁ କହିଲେ, “ତୁମ୍ଭେମାନେ ଯୋଷେଫ ନିକଟକୁ ଯାଅ; ସେ ଯାହା କହନ୍ତି, ତାହା କର।”
When all the land of Egypt was famished, the people cried to Pharaoh for bread, and Pharaoh said to all the Egyptians, “Go to Joseph. What he says to you, do.”
56 ସେତେବେଳେ ସର୍ବଦେଶରେ ଦୁର୍ଭିକ୍ଷ ହୁଅନ୍ତେ, ଯୋଷେଫ ସବୁ ସ୍ଥାନର ଗୋଲା ଫିଟାଇ ମିସରୀୟମାନଙ୍କୁ ଶସ୍ୟ ବିକ୍ରୟ କରିବାକୁ ଲାଗିଲେ; ତଥାପି ମିସର ଦେଶରେ ଦୁର୍ଭିକ୍ଷ ପ୍ରବଳ ହେଲା।
The famine was over all the surface of the earth. Joseph opened all the store houses, and sold to the Egyptians. The famine was severe in the land of Egypt.
57 ପୁଣି, ସର୍ବଦେଶୀୟ ଲୋକମାନେ ମିସର ଦେଶରେ ଶସ୍ୟ କିଣିବା ପାଇଁ ଯୋଷେଫଙ୍କ ନିକଟକୁ ଆସିଲେ। ଯେହେତୁ ସବୁ ଦେଶରେ ଦୁର୍ଭିକ୍ଷ ପ୍ରବଳ ଥିଲା।
All countries came into Egypt, to Joseph, to buy grain, because the famine was severe in all the earth.

< ମୋଶାଙ୍କ ଲିଖିତ ପ୍ରଥମ ପୁସ୍ତକ 41 >