< ଯିହିଜିକଲ ଭବିଷ୍ୟଦବକ୍ତାଙ୍କ ପୁସ୍ତକ 11 >

1 ଏଥିଉତ୍ତାରେ ପରମେଶ୍ୱରଙ୍କ ଆତ୍ମା ମୋତେ ଉଠାଇ ସଦାପ୍ରଭୁଙ୍କ ଗୃହର ପୂର୍ବାଭିମୁଖ ପୂର୍ବ-ଦ୍ୱାର ନିକଟକୁ ଆଣିଲେ; ଆଉ ଦେଖ, ସେହି ଦ୍ୱାର ନିକଟରେ ପଚିଶ ଜଣ ପୁରୁଷ ଥିଲେ; ପୁଣି, ସେମାନଙ୍କ ମଧ୍ୟରେ ମୁଁ ଲୋକମାନଙ୍କର ଅଧିପତି ଅସୂରର ପୁତ୍ର ଯାସନୀୟ ଓ ବନାୟର ପୁତ୍ର ପ୍ଲଟୀୟକୁ ଦେଖିଲି।
Potem duch uniósł mnie i zaprowadził do wschodniej bramy domu PANA, która jest zwrócona na wschód. A oto u wejścia tej bramy [było] dwudziestu pięciu mężczyzn, wśród których zobaczyłem Jaazaniasza, syna Azzura, i Pelatiasza, syna Benajasza, książąt ludu.
2 ଆଉ, ସେ ମୋତେ କହିଲେ, “ହେ ମନୁଷ୍ୟ-ସନ୍ତାନ, ଏହି ଲୋକମାନେ ଅଧର୍ମ ସଂକଳ୍ପ କରନ୍ତି ଓ ଏହି ନଗର ମଧ୍ୟରେ କୁମନ୍ତ୍ରଣା ଦିଅନ୍ତି;
Wtedy powiedział mi: Synu człowieczy, to są mężczyźni, [którzy] obmyślają nieprawość i dają złe rady w tym mieście;
3 ସେମାନେ କହନ୍ତି, ‘ଗୃହ ନିର୍ମାଣ କରିବାର ସମୟ ସନ୍ନିକଟ ହୋଇ ନାହିଁ; ଏହି ନଗର ହଣ୍ଡା ଓ ଆମ୍ଭେମାନେ ମାଂସ।’
Mówią: To nie tak blisko, budujmy domy. Oto [miasto] jest kotłem, a my – mięsem.
4 ଏହେତୁ ହେ ମନୁଷ୍ୟ-ସନ୍ତାନ, ତୁମ୍ଭେ ସେମାନଙ୍କ ବିରୁଦ୍ଧରେ ଭବିଷ୍ୟଦ୍‍ବାକ୍ୟ ପ୍ରଚାର କର, ଭବିଷ୍ୟଦ୍‍ବାକ୍ୟ ପ୍ରଚାର କର।”
Dlatego prorokuj przeciwko nim, prorokuj, synu człowieczy!
5 ତହିଁରେ ସଦାପ୍ରଭୁଙ୍କ ଆତ୍ମା ମୋʼ ଠାରେ ଅଧିଷ୍ଠିତ ହୋଇ ମୋତେ କହିଲେ, “କୁହ, ସଦାପ୍ରଭୁ ଏହି କଥା କହନ୍ତି; ହେ ଇସ୍ରାଏଲ ବଂଶ, ତୁମ୍ଭେମାନେ ଏପ୍ରକାର କଥା କହିଅଛ; ତୁମ୍ଭମାନଙ୍କ ମନରେ ଯେଉଁ ଯେଉଁ ବିଷୟ ଉଠୁଅଛି, ତାହା ଆମ୍ଭେ ଜାଣୁ।
Wtedy zstąpił na mnie Duch PANA i powiedział do mnie: Mów: Tak mówi PAN: Tak mówiliście, domu Izraela. Znam bowiem wszystko, co wam przychodzi na myśl.
6 ତୁମ୍ଭେମାନେ ଏହି ନଗରରେ ଆପଣାମାନଙ୍କର ହତ ଲୋକଙ୍କ ସଂଖ୍ୟା ବୃଦ୍ଧି କରିଅଛ ଓ ତହିଁର ପଥସବୁ ହତ ଲୋକରେ ପୂର୍ଣ୍ଣ କରିଅଛ।
Zabiliście wielkie mnóstwo [ludzi] w tym mieście i napełniliście ulice zabitymi.
7 ଏହେତୁ ପ୍ରଭୁ, ସଦାପ୍ରଭୁ ଏହି କଥା କହନ୍ତି; ତୁମ୍ଭମାନଙ୍କର ଯେଉଁ ହତ ଲୋକଙ୍କୁ ତୁମ୍ଭେମାନେ ନଗର ମଧ୍ୟରେ ରଖିଅଛ, ସେମାନେ ମାଂସ, ପୁଣି ଏହି ନଗର ହଣ୍ଡା ଅଟେ; ମାତ୍ର ତୁମ୍ଭମାନଙ୍କୁ ତହିଁ ମଧ୍ୟରୁ ବାହାର କରାଯିବ।
Dlatego tak mówi Pan BÓG: Wasi zabici, których położyliście w środku miasta, są mięsem, a miasto – kotłem. Lecz wyprowadzę was z niego.
8 ତୁମ୍ଭେମାନେ ଖଡ୍ଗକୁ ଭୟ କରିଅଛ; ଆଉ ପ୍ରଭୁ, ସଦାପ୍ରଭୁ କହନ୍ତି, ଆମ୍ଭେ ତୁମ୍ଭମାନଙ୍କ ବିରୁଦ୍ଧରେ ଖଡ୍ଗ ଆଣିବା।
Baliście się miecza, a ja sprowadzę na was miecz, mówi Pan BÓG.
9 ପୁଣି, ଆମ୍ଭେ ତୁମ୍ଭମାନଙ୍କୁ ତହିଁ ମଧ୍ୟରୁ ବାହାର କରି ଆଣି ବିଦେଶୀମାନଙ୍କ ହସ୍ତରେ ସମର୍ପଣ କରିବା ଓ ତୁମ୍ଭମାନଙ୍କ ମଧ୍ୟରେ ବିଚାର ସାଧନ କରିବା।
A wyprowadzę was z niego, wydam was w ręce obcych i wykonam nad wami sądy.
10 ତୁମ୍ଭେମାନେ ଖଡ୍ଗରେ ପତିତ ହେବ; ଆମ୍ଭେ ଇସ୍ରାଏଲର ସୀମା ମଧ୍ୟରେ ତୁମ୍ଭମାନଙ୍କର ବିଚାର କରିବା; ତହିଁରେ ଆମ୍ଭେ ଯେ ସଦାପ୍ରଭୁ ଅଟୁ, ଏହା ତୁମ୍ଭେମାନେ ଜାଣିବ।
Padniecie od miecza, osądzę was na granicy Izraela i dowiecie się, że ja jestem PANEM.
11 ଏହି ନଗର ତୁମ୍ଭମାନଙ୍କ ପାଇଁ ହଣ୍ଡା ହେବ ନାହିଁ, କିଅବା ତୁମ୍ଭେମାନେ ତହିଁ ମଧ୍ୟରେ ମାଂସ ହେବ ନାହିଁ; ଆମ୍ଭେ ଇସ୍ରାଏଲର ସୀମା ମଧ୍ୟରେ ତୁମ୍ଭମାନଙ୍କର ବିଚାର କରିବା।
Miasto nie będzie dla was kotłem ani wy nie będziecie w nim mięsem; na granicy Izraela osądzę was.
12 ପୁଣି, ଆମ୍ଭେ ଯେ ସଦାପ୍ରଭୁ ଅଟୁ, ଏହା ତୁମ୍ଭେମାନେ ଜାଣିବ; କାରଣ ତୁମ୍ଭେମାନେ ଆମ୍ଭର ବିଧିମତେ ଆଚରଣ କରି ନାହଁ, କିଅବା ଆମ୍ଭର ଦଣ୍ଡାଜ୍ଞା ସଫଳ କରି ନାହଁ, ମାତ୍ର ତୁମ୍ଭମାନଙ୍କର ଚତୁର୍ଦ୍ଦିଗସ୍ଥିତ ଗୋଷ୍ଠୀଗଣର ବିଧାନାନୁସାରେ କର୍ମ କରିଅଛ।”
I dowiecie się, że ja jestem PANEM, ponieważ nie postępowaliście według moich ustaw, nie wykonaliście moich sądów, ale czyniliście według sądów tych pogan, którzy [są] dokoła was.
13 ପୁଣି, ମୁଁ ଏହି ଭବିଷ୍ୟଦ୍‍ବାକ୍ୟ ପ୍ରଚାର କଲା ବେଳେ ବନାୟର ପୁତ୍ର ପ୍ଲଟୀୟ ମଲା। ତହିଁରେ ମୁଁ ଉବୁଡ଼ ହୋଇ ପଡ଼ି ଉଚ୍ଚସ୍ୱରରେ କ୍ରନ୍ଦନ କରି କହିଲି, “ଆହା, ପ୍ରଭୁ, ସଦାପ୍ରଭୁ! ତୁମ୍ଭେ କି ଇସ୍ରାଏଲର ଅବଶିଷ୍ଟାଂଶକୁ ସମ୍ପୂର୍ଣ୍ଣ ରୂପେ ଶେଷ କରିବ?”
A gdy prorokowałem, umarł Pelatiasz, syn Benajasza. Wtedy upadłem na twarz i zawołałem donośnym głosem: Ach, Panie BOŻE! Czy doszczętnie wyniszczysz resztkę Izraela?
14 ଏଥିଉତ୍ତାରେ ସଦାପ୍ରଭୁଙ୍କର ବାକ୍ୟ ମୋʼ ନିକଟରେ ଉପସ୍ଥିତ ହେଲା ଏବଂ ସେ କହିଲେ,
I doszło do mnie słowo PANA mówiące:
15 “ହେ ମନୁଷ୍ୟ-ସନ୍ତାନ, ଯିରୂଶାଲମ ନିବାସୀମାନେ ତୁମ୍ଭର ଭ୍ରାତୃଗଣକୁ, ହଁ, ତୁମ୍ଭର ଭ୍ରାତୃଗଣକୁ, ତୁମ୍ଭର କୁଟୁମ୍ବବର୍ଗୀୟ ଲୋକମାନଙ୍କୁ ଓ ସମୁଦାୟ ଇସ୍ରାଏଲ ବଂଶୀୟ ସମସ୍ତଙ୍କୁ କହିଅଛନ୍ତି, ‘ତୁମ୍ଭେମାନେ ସଦାପ୍ରଭୁଙ୍କଠାରୁ ଦୂରକୁ ଯାଅ; ଏହି ଦେଶ ଅଧିକାରାର୍ଥେ ଆମ୍ଭମାନଙ୍କୁ ଦତ୍ତ ହୋଇଅଛି;’
Synu człowieczy, twoi bracia, [właśnie] twoi bracia, twoi krewni i cały dom Izraela [są tymi], do których mówili mieszkańcy Jerozolimy: Oddalcie się od PANA. Nam została dana ta ziemia w posiadanie.
16 ଏହେତୁ ତୁମ୍ଭେ କୁହ, ‘ସଦାପ୍ରଭୁ ଏହି କଥା କହନ୍ତି; ଯଦ୍ୟପି ଆମ୍ଭେ ସେମାନଙ୍କୁ ନାନା ଗୋଷ୍ଠୀଗଣ ମଧ୍ୟକୁ ଦୂରୀକୃତ କରିଅଛୁ ଓ ଯଦ୍ୟପି ଆମ୍ଭେ ସେମାନଙ୍କୁ ନାନା ଦେଶ ମଧ୍ୟରେ ଛିନ୍ନଭିନ୍ନ କରିଅଛୁ, ତଥାପି ସେମାନେ ଯେଉଁ ଯେଉଁ ସ୍ଥାନକୁ ଯାଇଅଛନ୍ତି, ସେହି ସବୁ ଦେଶରେ ଆମ୍ଭେ ଅଳ୍ପ କାଳ ନିମନ୍ତେ ସେମାନଙ୍କର ଧର୍ମଧାମ ହେବା।’
Dlatego mów: Tak mówi Pan BÓG: Chociaż wygnałem ich daleko pomiędzy pogan i chociaż rozproszyłem ich po krajach, jednak przez krótki czas będę dla nich świątynią w krajach, do których przybędą.
17 ଏଥିପାଇଁ ତୁମ୍ଭେ କୁହ, ‘ପ୍ରଭୁ, ସଦାପ୍ରଭୁ ଏହି କଥା କହନ୍ତି; ଆମ୍ଭେ ଗୋଷ୍ଠୀଗଣ ମଧ୍ୟରୁ ତୁମ୍ଭମାନଙ୍କୁ ସଂଗ୍ରହ କରିବା ଓ ତୁମ୍ଭେମାନେ ଯେଉଁ ଯେଉଁ ସ୍ଥାନରେ ଛିନ୍ନଭିନ୍ନ ହୋଇଅଛ, ସେହି ସବୁ ଦେଶରୁ ତୁମ୍ଭମାନଙ୍କୁ ଏକତ୍ର କରିବା ଓ ଇସ୍ରାଏଲ ଦେଶ ତୁମ୍ଭମାନଙ୍କୁ ଦେବା।’
Dlatego mów: Tak mówi Pan BÓG: Zgromadzę was z pogan i zbiorę was z krajów, do których zostaliście rozproszeni, i dam wam ziemię Izraela.
18 ପୁଣି, ସେମାନେ ସେହି ଦେଶକୁ ଯିବେ ଓ ତହିଁର ଯାବତୀୟ ଅଶୁଚି ବସ୍ତୁ ଓ ଘୃଣାଯୋଗ୍ୟ ବିଷୟସବୁ ସେହି ସ୍ଥାନରୁ ଦୂର କରିବେ।
Wejdą tam i usuną z niej wszystkie jej plugastwa i wszystkie jej obrzydliwości.
19 ଆଉ, ଆମ୍ଭେ ସେମାନଙ୍କୁ ଏକ ଚିତ୍ତ ଦେବା ଓ ଆମ୍ଭେ ତୁମ୍ଭମାନଙ୍କ ଅନ୍ତରରେ ଏକ ନୂତନ ଆତ୍ମା ସ୍ଥାପନ କରିବା ଓ ଆମ୍ଭେ ସେମାନଙ୍କ ମାଂସରୁ ପ୍ରସ୍ତରମୟ ହୃଦୟ ଦୂର କରିବା ଓ ସେମାନଙ୍କୁ ମାଂସମୟ ହୃଦୟ ଦେବା।
I dam im jedno serce, i włożę nowego ducha w wasze wnętrze; usunę z ich ciała serce kamienne, a dam im serce mięsiste;
20 ତହିଁରେ ସେମାନେ ଆମ୍ଭର ବିଧିମତେ ଆଚରଣ କରିବେ ଓ ଆମ୍ଭର ନିୟମସବୁ ମାନ୍ୟ କରି ପାଳନ କରିବେ; ପୁଣି, ସେମାନେ ଆମ୍ଭର ଲୋକ ହେବେ ଓ ଆମ୍ଭେ ସେମାନଙ୍କର ପରମେଶ୍ୱର ହେବା।
Aby postępowali według moich ustaw i strzegli moich sądów oraz czynili je. I będą moim ludem, a ja będę ich Bogiem.
21 ମାତ୍ର ଯେଉଁମାନଙ୍କ ହୃଦୟ ଆପଣାମାନଙ୍କର ଅଶୁଚି ଓ ଘୃଣାଯୋଗ୍ୟ ବସ୍ତୁସକଳର ହୃଦୟ ଅନୁସାରେ ଆଚରଣ କରେ, ଆମ୍ଭେ ସେମାନଙ୍କର ଆଚରଣର ପ୍ରତିଫଳ ସେମାନଙ୍କ ମସ୍ତକରେ ବର୍ତ୍ତାଇବା, ଏହା ପ୍ରଭୁ, ସଦାପ୍ରଭୁ କହନ୍ତି।”
Ale co do tych, których serce chodzi za żądzami ich plugastw i obrzydliwości, złożę im na głowę ich własną drogę, mówi Pan BÓG.
22 ଏଥିଉତ୍ତାରେ କିରୂବଗଣ ଆପଣା ଆପଣା ପକ୍ଷଗୁଡ଼ିକ ଉଠାଇଲେ, ଆଉ ଚକ୍ରସବୁ ସେମାନଙ୍କ ପାର୍ଶ୍ୱରେ ଥିଲା; ଆଉ, ଇସ୍ରାଏଲର ପରମେଶ୍ୱରଙ୍କ ପ୍ରତାପ ସେମାନଙ୍କ ଊର୍ଦ୍ଧ୍ୱରେ ବିଦ୍ୟମାନ ଥିଲା।
Wtedy cherubiny podniosły swoje skrzydła i wraz z nimi koła, a chwała Boga Izraela [była] nad nimi u góry.
23 ଏଉତ୍ତାରେ ସଦାପ୍ରଭୁଙ୍କର ପ୍ରତାପ ନଗର ମଧ୍ୟରୁ ଊର୍ଦ୍ଧ୍ୱଗମନ କରି ନଗରର ପୂର୍ବଦିଗସ୍ଥିତ ପର୍ବତ ଉପରେ ସ୍ଥଗିତ ହେଲା।
I odeszła chwała PANA z pośrodku miasta, i stanęła na górze, która [jest] na wschód od miasta.
24 ତହିଁରେ ପରମେଶ୍ୱରଙ୍କ ଆତ୍ମା ମୋତେ ଉଠାଇ ଦର୍ଶନରେ କଲ୍‍ଦୀୟ ଦେଶକୁ ନିର୍ବାସିତ ଲୋକମାନଙ୍କ ନିକଟକୁ ଆଣିଲେ। ତହୁଁ ମୁଁ ଯେଉଁ ଦର୍ଶନ ପାଇଥିଲି, ତାହା ମୋʼ ନିକଟରୁ ଊର୍ଦ୍ଧ୍ୱଗମନ କଲା।
A duch uniósł mnie i przyprowadził w widzeniu przez Ducha Bożego do ziemi Chaldei, do pojmanych. I odeszło ode mnie widzenie, które miałem.
25 ଏଥିରେ ସଦାପ୍ରଭୁ ମୋତେ ଯେଉଁ ଯେଉଁ ବିଷୟ ଦେଖାଇଥିଲେ, ସେହି ସକଳ ବିଷୟ ମୁଁ ନିର୍ବାସିତ ଲୋକମାନଙ୍କୁ ଜଣାଇଲି।
Następnie opowiedziałem pojmanym te wszystkie rzeczy, które PAN mi ukazał.

< ଯିହିଜିକଲ ଭବିଷ୍ୟଦବକ୍ତାଙ୍କ ପୁସ୍ତକ 11 >