< ୧ ଯୋହନ 3 >

1 ଦେଖ, ପିତା ଈଶ୍ବର ଆମ୍ଭମାନଙ୍କୁ କି ପ୍ରକାର ପ୍ରେମ ଦାନ କରିଅଛନ୍ତି ଯେ, ଆମ୍ଭେମାନେ ଈଶ୍ବରଙ୍କ ସନ୍ତାନ ବୋଲି ଖ୍ୟାତ ହେବୁ, ଆଉ ଆମ୍ଭେମାନେ ତାହା ହିଁ ଅଟୁ। ଏଥିସକାଶେ ଜଗତ ଆମ୍ଭମାନଙ୍କୁ ଚିହ୍ନୁ ନାହିଁ, କାରଣ ତାହା ତାହାଙ୍କୁ ଚିହ୍ନି ନ ଥିଲା।
ଅଲପ୍‌ ବାବିଦେକାପନି, ବାବା ପର୍‌ମେସର୍‌ ଆମ୍‌କେ କେଡେକ୍‌ ଆଲାଦ୍‌ କଲାନି । ତାର୍‌ ଏତେକ୍‌ ଆଲାଦର୍‌ ଲାଗି ଆମେ ତାର୍‌ ପିଲାଜିଲା ବଲାଇ ଅଇଲୁନି । ଆରି ସତଇସେ ଆମେ ତାର୍‌ ଅଇଆଚୁ ବଲି ଏ ଜଗତର୍‌ ଲକ୍‌ ବୁଜତ୍‌ନାଇ । କାଇକେବଇଲେ ଆମର୍‌ ବାବା ପର୍‌ମେସର୍‌କେ ସେମନ୍‌ ନାଜାନତ୍‌ ।
2 ହେ ପ୍ରିୟମାନେ, ବର୍ତ୍ତମାନ ଆମ୍ଭେମାନେ ଈଶ୍ବରଙ୍କ ସନ୍ତାନ ଅଟୁ, ଆଉ ଆମ୍ଭେମାନେ କଅଣ ହେବା, ତାହା ଏପର୍ଯ୍ୟନ୍ତ ପ୍ରକାଶିତ ହୋଇ ନାହିଁ। ଆମ୍ଭେମାନେ ଜାଣୁ ଯେ, ସେ ଯେତେବେଳେ ପ୍ରକାଶିତ ହେବେ, ସେତେବେଳେ ଆମ୍ଭେମାନେ ତାହାଙ୍କ ସଦୃଶ ହେବା, କାରଣ ସେ ଯେପରି, ଆମ୍ଭେମାନେ ସେହିପରି ତାହାଙ୍କୁ ଦର୍ଶନ କରିବା।
ଏ ମର୍‌ ଆଲାଦର୍‌ ମଇତର୍‌ମନ୍‌, ଏବେ ଆମେ ପର୍‌ମେସରର୍‌ ପିଲାଜିଲା ଅଇଆଚୁ । ପଚ୍‌କେ ଆମେ କେନ୍ତାର୍‌ ଅଇରଇବୁ ବଲି ଏବେଜାକ ନାଜାନୁ । ମାତର୍‌ ଜେଡେବେଲେ କିରିସ୍‌ଟ ଏଜଗତେ ବାଉଡି ଆଇସି, ସେବେଲେ ସେ ଜେନ୍ତାରି ଆଚେ, ସେନ୍ତାରି ତାକେ ଆମେ ଦେକ୍‌ବୁ । ଆମେ ମିସା ତାର୍‌ପାରା ଅଇଜିବୁ । ଏଟା ସତ୍‌ ।
3 ଆଉ ଯେ କେହି ତାହାଙ୍କଠାରେ ଏହି ଭରସା ସ୍ଥାପନ କରିଅଛି, ସେ ଯେପରି ପବିତ୍ର ଅଟନ୍ତି, ସେ ସେହିପରି ଆପଣାକୁ ପବିତ୍ର କରେ।
ଜେତ୍‌କି ଲକ୍‌ କିରିସ୍‌ଟର୍‌ ପାରା ଅଇବୁ ବଲି ଆସା କଲାସ୍‌ନି, ନିଜେ ପାପ୍‌ କାମ୍‌ ଚାଡି ସୁକଲ୍‌ ରଇବାର୍‌ ଆଚେ । ଜେନ୍ତାରିକି କିରିସ୍‌ଟ କେବେ ପାପ୍‌ ନ କରେ ।
4 ଯେ କେହି ପାପ କରେ, ସେ ମଧ୍ୟ ବ୍ୟବସ୍ଥା ଲଙ୍ଘନ କରେ, କାରଣ ବ୍ୟବସ୍ଥା ଲଙ୍ଘନ ହିଁ ପାପ।
ଜେ ପାପ୍‌ କର୍‌ସି, ସେ ପର୍‌ମେସରର୍‌ ନିୟମ୍‌ ବିରୁଦେ ଗାଲାନି । କାଇକେବଇଲେ ନିୟମ୍‌ ନ ମାନ୍‌ବାଟା ଆକା ପାପ୍‌ ।
5 ଆଉ ତୁମ୍ଭେମାନେ ଜାଣ ଯେ, ସେ ପାପ ବୋହିନେଇଯିବା ପାଇଁ ପ୍ରକାଶିତ ହେଲେ, ଆଉ ତାହାଙ୍କଠାରେ ପାପ ନାହିଁ।
ଆମର୍‌ ପାପର୍‌ ଡଣ୍ଡ୍‌ ନେବାର୍‌ପାଇ କିରିସ୍‌ଟ ଏ ଜଗତେ ଆଇଲା, ସେଟା ତମେ ଜାନାସ୍‌ । ଆରି ସେ କାଇ ପାପ୍‌କାମ୍‌ ନ କରେ ।
6 ଯେ କେହି ତାହାଙ୍କଠାରେ ରହେ, ସେ ପାପ କରେ ନାହିଁ; ଯେ କେହି ପାପ କରେ, ସେ ତାହାଙ୍କୁ ଦେଖି ନାହିଁ, କିଅବା ତାହାଙ୍କୁ ଜାଣି ନାହିଁ।
ତେବେ ଜଦି ଗଟେକ୍‌ ଲକ୍‌ କିରିସ୍‌ଟର୍‍ ସଙ୍ଗ୍ ମିସିରଇଲେ, ସେ ଆରି ପାପ୍‌ କର୍‌ବାର୍‌ ନାଇ । ମାତର୍‌ ଗଟେକ୍‌ ଲକ୍‌ ଜଦି ପାପ୍‌ କରିଲାଗିରଇସି, ସେ କିରିସ୍‌ଟକେ ଦେକେନାଇ କି ନାଜାନେ ମିସା ।
7 ହେ ବତ୍ସଗଣ, କେହି ତୁମ୍ଭମାନଙ୍କୁ ଭ୍ରାନ୍ତ ନ କରୁ; ଯେ ଧର୍ମାଚରଣ କରେ, ସେ ଯେପରି ଧାର୍ମିକ ଅଟନ୍ତି, ସେ ସେହିପରି ଧାର୍ମିକ ଅଟେ;
ଏ ପିଲାଟକିମନ୍‌, ତମେ କାର୍‌ଟାନେଅନି ମିସା ନାଡାଇ ନ ଅଇବାକେ ଜାଗ୍‌ରତ୍‌ ଅଇରୁଆ । ପର୍‌ମେସର୍‌ ଦେକ୍‌ବା ଇସାବେ ଜନ୍‌ ଲକ୍‌ ଦରମ୍‌ କାମ୍‌ କର୍‌ବାଇ, ସେମନ୍‌କେସେ ଦରମ୍‌ ଲକ୍‌ ବଲି ଡାକ୍‌ସି । ସେନ୍ତାରି ଲକ୍‌ମନ୍‌ ପର୍‌ମେସର୍‌ ଦେକ୍‌ବା ଇସାବେ ଦରମ୍‌ । ଜେନ୍ତାରିକି କିରିସ୍‌ଟ ଦରମ୍‍ ରଇଲା ।
8 ଯେ ପାପ କରେ, ସେ ଶୟତାନରୁ ଜାତ, କାରଣ ଶୟତାନ ଆରମ୍ଭରୁ ପାପ କରିଆସୁଅଛି। ଶୟତାନର କାର୍ଯ୍ୟ ବିନାଶ କରିବା ଉଦ୍ଦେଶ୍ୟରେ ହିଁ ଈଶ୍ବରଙ୍କ ପୁତ୍ର ପ୍ରକାଶିତ ହେଲେ।
ମାତର୍‌ ପାପ୍‌କରି ଲାଗିରଇବା ଲକ୍‌ମନ୍‌ ସଇତାନର୍‌ । କାଇକେବଇଲେ କାଇଟା ତିଆର୍‌ ନଅଇବା ଆଗ୍‌ତୁ ସଇତାନ୍‌ ପାପ୍‌ କରିଆଇଲାନି । ସଇତାନ୍‌ କରିରଇବା କାମ୍‌ କୁରୁପ୍‌ନାସ୍‌ କର୍‌ବାକେ ପର୍‌ମେସରର୍‌ ପଅ ଏ ଜଗତେ ଆଇଲା ।
9 ଯେ କେହି ଈଶ୍ବରଙ୍କଠାରୁ ଜାତ, ସେ ପାପ କରେ ନାହିଁ, କାରଣ ଈଶ୍ବରଙ୍କ ବୀଜ ତାହାଠାରେ ରହେ, ଆଉ ସେ ଈଶ୍ବରଙ୍କଠାରୁ ଜାତ ହେବାରୁ ପାପ କରିପାରେ ନାହିଁ।
ପର୍‌ମେସରର୍‌ ପିଲା ଅଇରଇବା କେ ମିସା ପାପ୍‌କରିଲାଗି ରଇବାର୍‌ ନାଇ । କାଇକେବଇଲେ ପର୍‌ମେସରର୍‌ ଗୁନ୍‌ଚଲନ୍‌ ତାକର୍‌ ବିତ୍‌ରେ ଆଚେ । ସେମନ୍‌ ପର୍‌ମେସରର୍‌ ପିଲାଜିଲା ଅଇଲାଇକେ, ପାପ୍‌କରିଲାଗି ନ ରଅତ୍‌ ।
10 ଏଥିରେ କିଏ ଈଶ୍ବରଙ୍କ ସନ୍ତାନ ଓ କିଏ ଶୟତାନର ସନ୍ତାନ, ଏହା ପ୍ରକାଶିତ ହୁଏ; ଯେ କେହି ଧର୍ମାଚରଣ କରେ ନାହିଁ, କିଅବା ଆପଣା ଭାଇକୁ ପ୍ରେମ କରେ ନାହିଁ, ସେ ଈଶ୍ବରଙ୍କଠାରୁ ଜାତ ନୁହେଁ।
୧୦କେ କେ ସଇତାନର୍‌ ପିଲାମନ୍‌ ଆରି କେ କେ ପର୍‌ମେସରର୍‌ ପିଲାମନ୍‌ ବଲି ଆମେ ଜାନୁ । ଜନ୍‌ ଲକ୍‌ମନ୍‌ ପର୍‌ମେସର୍‌ ଦେକ୍‌ବା ଇସାବେ ସତ୍‌ କାମ୍‌ ନ କରତ୍‌ । ଜନ୍‌ ଲକ୍‌ମନ୍‌ ମିସିବିଡିକରି ରଇବା ବିସ୍‌ବାସି ବାଇବଇନିମନ୍‌କେ ଆଲାଦ୍‌ ନ କରତ୍‌, ସେମନ୍‌ ତାର୍‌ ପିଲାଜିଲା ନ ଅଅତ୍‌ ।
11 କାରଣ ଆମ୍ଭମାନଙ୍କର ଯେ ପରସ୍ପରକୁ ପ୍ରେମ କରିବା କର୍ତ୍ତବ୍ୟ, ଏହି ବାଣୀ ତୁମ୍ଭେମାନେ ଆଦ୍ୟରୁ ଶୁଣିଅଛ;
୧୧ଏ କବର୍‌ ତମେ ଆଗ୍‌ତୁଅନି ସୁନିଆସିଆଚାସ୍‌ । ସେଟା ଅଇଲାନି, ଆମେ ଗଟେକ୍‌ ଲକ୍‌ ଆରି ଗଟେକ୍‌ ଲକ୍‌କେ ଆଲାଦ୍‌ କର୍‌ବାର୍‌ ଆଚେ ।
12 ପାପାତ୍ମାର ସନ୍ତାନ ଯେ କୟିନ, ତାହା ପରି ହୁଅ ନାହିଁ, ସେ ଆପଣା ଭାଇକୁ ବଧ କଲା; ଆଉ ସେ ତାହାକୁ କାହିଁକି ବଧ କଲା? କାରଣ ଏହି ଯେ, ତାହାର କାର୍ଯ୍ୟ ପାପମୟ, ଆଉ ତାହାର ଭାଇର କାର୍ଯ୍ୟ ଧର୍ମମୟ ଥିଲା।
୧୨ଆମେ କୟିନର୍‌ପାରା ଅଇବାର୍‌ ନାଇ । ସେ ଗଟେକ୍‌ ସଇତାନର୍‌ ଲକ୍‌ ରଇଲା । ଜେକି ଜେତ୍‌କି କାରାପ୍‌ କାମ୍‌ କରାଇସି । ସେ ତାର୍‌ ସାନ୍‌ବାଇକେ ମିସା ମରାଇଲା । ସେ କାଇକେ ସେନ୍ତାରି କଲା? କାଇକେବଇଲେ, ତାର୍‌ ନିଜର୍‌ ଜେତ୍‌କି କାମ୍‌ କାରାପ୍‌ ରଇଲା, ତାର୍‌ ବାଇ ଏବଲର୍‌ କାମ୍‌ମନ୍‌ ସେତ୍‍କି ଦରମ୍‌ ରଇଲା ।
13 ହେ ଭାଇମାନେ, ଜଗତ ତୁମ୍ଭମାନଙ୍କୁ ଘୃଣା କଲେ, ଆଶ୍ଚର୍ଯ୍ୟଜ୍ଞାନ କର ନାହିଁ।
୧୩ତେବର୍‌ପାଇ ଏ ମର୍‌ ବାଇବଇନିମନ୍‌, ଏଜଗତର୍‌ ଲକ୍‌ମନ୍‌ ତମ୍‌କେ ଗିନ୍‌ କଲେ, କାବା ଅଇବାର୍‌ନାଇ ।
14 ଆମ୍ଭେମାନେ ଜାଣୁ ଯେ, ଆମ୍ଭେମାନେ ମୃତ୍ୟୁକୁ ଅତିକ୍ରମ କରି ଜୀବନରେ ପ୍ରବେଶ କରିଅଛୁ, ଯେଣୁ ଆମ୍ଭେମାନେ ଭାଇମାନଙ୍କୁ ପ୍ରେମ କରୁଅଛୁ। ଯେ ପ୍ରେମ କରେ ନାହିଁ, ସେ ମୃତ୍ୟୁର ଅଧୀନରେ ଥାଏ।
୧୪ଆମେ କିରିସ୍‌ଟ ବିସ୍‌ବାସି ବାଇବଇନିମନ୍‌କେ ଆଲାଦ୍‌ କର୍‌ବାର୍‌ ଲାଗି ଏଟା ଜାନ୍‌ଲୁନି । ଜେ ଆଲାଦ୍‌ ନ କରେ, ସେ ଏବେ ମିସା ମରନର୍‌ ସାସନର୍‌ ତଲେଆଚେ ।
15 ଯେ କେହି ଆପଣା ଭାଇକୁ ଘୃଣା କରେ, ସେ ନରଘାତକ; ଆଉ ନରଘାତକଠାରେ ଯେ ଅନନ୍ତ ଜୀବନ ନ ଥାଏ, ଏହା ତୁମ୍ଭେମାନେ ଜାଣ। (aiōnios g166)
୧୫କେ ଜଦି ବିନ୍‌ ବିସ୍‌ବାସି ବାଇବଇନିମନ୍‌କେ ଗିନ୍‌ କର୍‌ସି, ନର୍‌ମାର୍‌ବା ଲକର୍‌ ସମାନ୍‌ । ଗଟେକ୍‌ ନର୍‌ମାରୁ ଲଗେ ପର୍‌ମେସରର୍‌ ନ ସାର୍‌ବା ଜିବନ୍‌ ନ ରଏ । ଏଟା ତମେ ଜାନିଆଚାସ୍‌ । (aiōnios g166)
16 ସେ ଆମ୍ଭମାନଙ୍କ ନିମନ୍ତେ ଆପଣା ପ୍ରାଣ ଦାନ କରିବା ଦ୍ୱାରା ଆମ୍ଭେମାନେ ପ୍ରେମର ପରିଚୟ ପାଇଅଛୁ; ପୁଣି, ଭାଇମାନଙ୍କ ନିମନ୍ତେ ଆମ୍ଭମାନଙ୍କର ମଧ୍ୟ ପ୍ରାଣ ଦାନ କରିବା ଉଚିତ।
୧୬ଏଟାର୍‌ଲାଗି ଆଲାଦ୍‌ କାଇଟା ଆମେ ଜାନ୍‌ଲୁନି । କିରିସ୍‌ଟ ଆମର୍‌ପାଇ ତାର୍‌ ନିଜର୍‌ ଜିବନ୍‌ ଦେଲା । ସେନ୍ତାରିସେ ଆମେମିସା ଆମର୍‌ ମିସିବିଡିରଇବା ବିସ୍‌ବାସି ବାଇବଇନି ମନର୍‌ଲାଗି ମର୍‌ବାକେ ତିଆର୍‌ ଅଇବାର୍‌ଆଚେ ।
17 କିନ୍ତୁ ଯେ ସଂସାର ଅନୁସାରେ ଧନଶାଳୀ ହୋଇ ଆପଣା ଭାଇକୁ ଅଭାବଗ୍ରସ୍ତ ଦେଖିଲେ ହେଁ ତାହା ପ୍ରତି ଆପଣା ଦୟା ରୁଦ୍ଧ କରେ, ତାହାଠାରେ ଈଶ୍ବରଙ୍କ ପ୍ରେମ କିପରି ରହିପାରେ?
୧୭ଜଦି କାକେମିସା ବଁଚ୍‌ବାକେ ତାର୍‌ ଲଡାକେ ଲାଗ୍‌ବାଟା ସବୁ ବିସଇଆଚେ, ଆରି ତାର୍‌ ବିସ୍‌ବାସି ବାଇକେ ଲଡାଆଚେ ବଲି ସେ ଜାନେ, ମାତର୍‌ ତାର୍‌ପାଇ ଜିବନ୍‌ ଦୁକାଏ ନାଇ, ସେ ମୁଇ ପର୍‌ମେସର୍‌କେ ଆଲାଦ୍‌ କଲିନି ବଲି କଇନାପାରେ ।
18 ହେ ବତ୍ସଗଣ, ଆସ, ଆମ୍ଭେମାନେ ବାକ୍ୟରେ କି ଜିହ୍ୱାରେ ପ୍ରେମ ନ କରି କାର୍ଯ୍ୟରେ ଓ ସତ୍ୟରେ ପ୍ରେମ କରୁ।
୧୮ଆଲାଦର୍‌ ପିଲାମନ୍‌, ଆମର୍‌ ଆଲାଦ୍‌ ଅବ୍‌କା କୁଆବଲାଇ ରଇବାର୍‌ ନାଇ । ଆମେ ସତ୍‌ସଙ୍ଗ୍ ଗଟେକ୍‌ ଲକ୍‌ ଆରିଗଟେକ୍‌ ଲକ୍‌କେ ଆଲାଦ୍‌ କର୍‌ବାର୍‌ ଆଚେ । ଜେନ୍ତାରିକି ପର୍‌ମେସର୍‌ ସତ୍‍ସଙ୍ଗ୍ ଆମ୍‌କେ ଆଲାଦ୍‌ କର୍‌ସି ।
19 ତାହା କଲେ, ଆମ୍ଭେମାନେ ଯେ ସତ୍ୟର ସନ୍ତାନ, ଏହା ଜାଣିବା,
୧୯ଆମେ ସବୁ ସେନ୍ତାରି ଗଟେକ୍‌ ଲକ୍‌ ଆରିଗଟେକ୍‌ ଲକ୍‌କେ ଆଲାଦ୍‌ କଲେ, ପର୍‌ମେସରର୍‌ ଲକ୍‌ବଲି ଜାନ୍‌ବୁ ଆକା । ଜନ୍‌ଟା ସତ୍‌ ଆରି ଜନ୍‌ଟା ଟିକ୍‌, ସେ ତାର୍‌ ଲକ୍‌ମନ୍‌କେ ଦେକାଇସି । ଆରି ଆମେ ପର୍‌ମେସର୍‌କେ ପାର୍‌ତନା କଲାବେଲେ ନ ଡରୁ ।
20 ପୁଣି, ଯେକୌଣସି ବିଷୟରେ ଆମ୍ଭମାନଙ୍କ ହୃଦୟ ଆମ୍ଭମାନଙ୍କୁ ଦୋଷୀ କରେ, ସେ ବିଷୟରେ ତଦ୍ୱାରା ତାହାଙ୍କ ଛାମୁରେ ଆପଣାମାନଙ୍କର ହୃଦୟ ସୁସ୍ଥିର କରିପାରିବା; କାରଣ ଈଶ୍ବର ଆମ୍ଭମାନଙ୍କ ହୃଦୟଠାରୁ ମହାନ ଓ ସେ ସବୁ ଜାଣନ୍ତି।
୨୦ଆମର୍‌ ବିବେକ୍‌ ଜଦି ଆମ୍‌କେ ପାପିବଲି ଦସ୍‌ ଦେଲେ, ଆମେ ସାନ୍ତିସଙ୍ଗ୍ ରଇବୁ । କାଇକେବଇଲେ ଆମର୍‌ ବିବେକ୍‌ ଟାନେଅନି ଆମେ ଜାନ୍‌ବାତେଇଅନି ପର୍‌ମେସର୍‌ ଅଦିକ୍‌ ଜାନେ । ଆରି ଆମେ କର୍‌ବା ସବୁ କାମ୍‌ ସେ ଜାନେ ।
21 ହେ ପ୍ରିୟମାନେ, ଆମ୍ଭମାନଙ୍କ ହୃଦୟ ଯଦି ଆମ୍ଭମାନଙ୍କୁ ଦୋଷୀ ନ କରେ, ତାହାହେଲେ ଈଶ୍ବରଙ୍କ ଛାମୁରେ ଆମ୍ଭମାନଙ୍କର ସାହସ ଅଛି,
୨୧ଏ ଆଲାଦର୍‌ ମଇତର୍‌ମନ୍‌, ଆମର୍‌ ବିବେକ୍‌ ଜଦି ଆମ୍‌କେ ଦସି ବଲି ନ ଜାନାଇଲେ, ଆମେ ପର୍‌ମେସର୍‌କେ ପାର୍‌ତନା କଲାବେଲେ ନ ଡରୁ ।
22 ପୁଣି, ଆମ୍ଭେମାନେ ଯାହା ଯାହା ମାଗୁ, ସେହିସବୁ ତାହାଙ୍କଠାରୁ ପାଇଥାଉ, କାରଣ ଆମ୍ଭେମାନେ ତାହାଙ୍କର ଆଜ୍ଞା ପାଳନ କରୁ, ପୁଣି, ତାହାଙ୍କର ଦୃଷ୍ଟିରେ ଯାହା ସନ୍ତୋଷଜନକ, ତାହା କରିଥାଉ।
୨୨ଆମେ ତାକେ ଜେତ୍‌କି ମାଙ୍ଗ୍‌ଲୁନି, ସେଟା ସବୁ ପର୍‌ମେସର୍‌ ଆମ୍‌କେ ଦେଇସି । କାଇକେବଇଲେ ସେ ତିଆର୍‌ଲାଟା ସବୁ ଆମେ କଲୁନି ।
23 ତାହାଙ୍କର ଆଜ୍ଞା ଏହି ଯେ, ଆମ୍ଭେମାନେ ତାହାଙ୍କ ପୁତ୍ର ଯୀଶୁ ଖ୍ରୀଷ୍ଟଙ୍କ ନାମରେ ବିଶ୍ୱାସ କରିବା ଓ ତାହାଙ୍କ ଦତ୍ତ ଆଜ୍ଞାନୁସାରେ ପରସ୍ପରକୁ ପ୍ରେମ କରିବା।
୨୩ଆରି ଏଟା ଅଇଲାନି ତାର୍‌ ଆଦେସ୍‌ । ତାର୍‌ ପଅ ଜିସୁକିରିସ୍‌ଟକେ ବିସ୍‌ବାସ୍‌ କର୍‌ବାର୍‌ ଆରି ଜିସୁ ତିଆର୍‌ଲାପାରା ଗଟେକ୍‌ ଲକ୍‌ ଆରିଗଟେକ୍‌ ଲକ୍‌କେ ଆଲାଦ୍‌ କର୍‌ବାର୍‌ ।
24 ଯେ ତାହାଙ୍କ ଆଜ୍ଞା ପାଳନ କରେ, ସେ ତାହାଙ୍କଠାରେ ରହେ ଓ ସେ ତାହାଠାରେ ରହନ୍ତି; ଆଉ ସେ ଯେ ଆମ୍ଭମାନଙ୍କଠାରେ ରହନ୍ତି, ଏହା ଆମ୍ଭେମାନେ ତାହାଙ୍କ ଦତ୍ତ ପବିତ୍ର ଆତ୍ମାଙ୍କ ଦ୍ୱାରା ଜାଣୁଅଛୁ।
୨୪ଜେତ୍‌କି ଲକ୍‌ ତାର୍‌ ଆଦେସ୍‌ ମାନ୍‌ବାଇ, ସେମନ୍‌ ସବୁ ପର୍‌ମେସରର୍‌ ସଙ୍ଗ୍ ମିସ୍‌ଲାଇ ଆଚତ୍‌ । ଆରି ସେ ମିସା ସେନ୍ତାରିସେ । ସେ ଆମର୍‌ ବତିରେ ଆଚେ ବଲି ଏନ୍ତାରି ଆମେ ଜାନ୍‌ଲୁନି । ଜନ୍‌ ସୁକଲ୍‌ଆତ୍‌ମା ପର୍‌ମେସର୍‌ ଆମର୍‌ ବିତ୍‌ରେ ରଇବାକେ ଦେଲାର୍‌ପାଇ ।

< ୧ ଯୋହନ 3 >