< କରିନ୍ଥୀୟ 14 >

1 ପ୍ରେମର ଅନୁସରଣ କର, ପୁଣି, ଆତ୍ମିକ ଦାନସବୁ ପାଇବା ନିମନ୍ତେ, ବିଶେଷତଃ ଯେପରି ଭାବବାଣୀ କହିପାର, ଏଥିନିମନ୍ତେ ଏକାନ୍ତ ଚେଷ୍ଟା କର।
Seek this love earnestly, and strive for spiritual gifts, above all for the gift of preaching.
2 କାରଣ ଯେ ପରଭାଷାରେ କଥା କହେ, ସେ ମନୁଷ୍ୟକୁ କଥା କହେ ନାହିଁ, କିନ୍ତୁ ଈଶ୍ବରଙ୍କୁ କହେ, ଯେଣୁ କେହି ତାହା ବୁଝେ ନାହିଁ, ମାତ୍ର ସେ ପବିତ୍ର ଆତ୍ମା ଦ୍ୱାରା ନିଗୂଢ଼ ବିଷୟ କହେ।
The person who, when speaking, uses the gift of “tongues” is speaking, not to people, but to God, for no one understands them; yet in spirit they are speaking of hidden truths.
3 କିନ୍ତୁ ଯେ ଭାବବାଣୀ କହେ, ସେ ମନୁଷ୍ୟମାନଙ୍କୁ ନିଷ୍ଠା, ଉତ୍ସାହ ଓ ସାନ୍ତ୍ୱନାଜନକ କଥା କହେ।
But those who preach are speaking to their fellow men and women words that will build up faith, and give them comfort and encouragement.
4 ଯେ ପରଭାଷାରେ କଥା କହେ, ସେ ନିଜର ନିଷ୍ଠା ଜନ୍ମାଏ, କିନ୍ତୁ ଯେ ଭାବବାଣୀ କହେ, ସେ ମଣ୍ଡଳୀର ନିଷ୍ଠା ଜନ୍ମାଏ।
Those who, when speaking, use the gift of “tongues” builds up their own faith, while those who preach build up the faith of the church.
5 ତୁମ୍ଭେମାନେ ସମସ୍ତେ ଯେ ପରଭାଷାରେ କଥା କୁହ, ଏହା ମୋହର ଇଚ୍ଛା, କିନ୍ତୁ ତୁମ୍ଭେମାନେ ଯେ ଭାବବାଣୀ କୁହ, ଏହା ମୋହର ଅଧିକ ଇଚ୍ଛା; ଯେ ପରଭାଷାରେ କଥା କହେ, ସେ ଯଦି ମଣ୍ଡଳୀର ନିଷ୍ଠା ପ୍ରାପ୍ତି ନିମନ୍ତେ ଭାଷାର ଅର୍ଥ ନ କରେ, ତେବେ ତାହା ଅପେକ୍ଷା ଯେ ଭାବବାଣୀ କହେ, ସେ ଶ୍ରେଷ୍ଠ।
Now I want you all to speak in “tongues,” but much more I wish that you should preach. A preacher is worth more than one who speaks in “tongues,” unless they interprets their words, so that the faith of the church may be built up.
6 ଏପରି ସ୍ଥଳେ ହେ ଭାଇମାନେ, ମୁଁ ଯଦି ତୁମ୍ଭମାନଙ୍କ ନିକଟକୁ ଯାଇ ପ୍ରକାଶିତ ବାକ୍ୟ, ବା ଜ୍ଞାନ, ବା ଭାବବାଣୀ, ବା ଶିକ୍ଷାର କଥା ନ କହି କେବଳ ପରଭାଷାରେ କଥା କହେ, ତେବେ ସେଥିରେ ମୁଁ ତୁମ୍ଭମାନଙ୍କର କଅଣ ଉପକାର କରିବି?
This being so, friends, what good will I do you, if I come to you and speak in “tongues,” unless my words convey some revelation, or knowledge, or take the form of preaching or teaching?
7 ବଂଶୀ ହେଉ ବା ବୀଣା ହେଉ, ନିର୍ଜୀବ ବାଦ୍ୟଯନ୍ତ୍ର ବାଜିଲେ ସୁଦ୍ଧା ଯଦି ସ୍ୱରରେ ପାର୍ଥକ୍ୟ ନ ଥାଏ, ତେବେ ବଂଶୀରେ କଅଣ ବାଜୁଅଛି ବା ବୀଣାରେ କଅଣ ବାଜୁଅଛି, ତାହା କିପରି ଜଣାଯିବ?
Even with inanimate things, such as a flute or a harp, though they produce sounds, yet unless the notes are quite distinct, how can the tune played on the flute or the harp be recognised?
8 ପୁଣି, ତୂରୀ ଯଦି ଅସ୍ପଷ୍ଟ ଧ୍ୱନି କରେ, ତେବେ କିଏ ଯୁଦ୍ଧ ନିମନ୍ତେ ପ୍ରସ୍ତୁତ ହେବ?
If the bugle sounds a doubtful call, who will prepare for battle?
9 ସେହିପରି ତୁମ୍ଭେମାନେ ମଧ୍ୟ ଯଦି ଜିହ୍ୱା ଦ୍ୱାରା ସହଜ ବୋଧଗମ୍ୟ କଥା ନ କୁହ, ତେବେ କଅଣ କହୁଅଛ, ତାହା କିପରି ଜଣାଯିବ? କାରଣ ତୁମ୍ଭେମାନେ ଶୂନ୍ୟକୁ କହିବା ପରି ହେବ।
And so with you; unless, in using the gift of “tongues,” you utter intelligible words, how can what you say be understood? You will be speaking to the winds!
10 ଜଗତରେ ହୋଇପାରେ ଅନେକ ପ୍ରକାର ଶବ୍ଦ ଅଛି, ପୁଣି କୌଣସି ଶବ୍ଦ ଅର୍ଥଶୂନ୍ୟ ନୁହେଁ।
There are, for instance, a certain number of different languages in the world, and not one of them fails to convey meaning.
11 ଏଣୁ ମୁଁ ଯଦି ସେହି ଶବ୍ଦର ଅର୍ଥ ନ ବୁଝେ, ତେବେ ଯେ କହେ, ମୁଁ ତାହା ପ୍ରତି ବର୍ବର ପରି ହେବି, ଆଉ ସେ ମୋʼ ନିକଟରେ ବିଦେଶୀୟ ପରି ହେବ।
If, however, I do not happen to know the language, I will be a foreigner to those who speak it, and they will be foreigners to me.
12 ସେହି ପ୍ରକାରେ ତୁମ୍ଭେମାନେ ମଧ୍ୟ ଆତ୍ମିକ ଦାନସବୁ ପାଇବାକୁ ଏକାନ୍ତ ଚେଷ୍ଟା କରୁଥିବାରୁ ମଣ୍ଡଳୀର ନିଷ୍ଠା ନିମନ୍ତେ ସେହିସବୁ ପ୍ରଚୁର ପରିମାଣରେ ପାଇବାକୁ ଚେଷ୍ଟା କର।
And so with you; since you are striving for spiritual gifts, be eager to excel in such as will build up the faith of the church.
13 ଅତଏବ, ଯେ ପରଭାଷାରେ କଥା କହେ, ସେ ଯେପରି ଅର୍ଥ କରିପାରେ, ଏଥିନିମନ୍ତେ ପ୍ରାର୍ଥନା କରୁ।
Therefore anyone who, when speaking, uses the gift of “tongues” should pray for ability to interpret them.
14 କାରଣ ମୁଁ ଯଦି ପରଭାଷାରେ ପ୍ରାର୍ଥନା କରେ, ତେବେ ମୋହର ଆତ୍ମା ପ୍ରାର୍ଥନା କରେ, କିନ୍ତୁ ମୋହର ମନ ଫଳହୀନ ହୁଏ।
If, when praying, I use the gift of “tongues,” my spirit indeed prays, but my mind is a blank.
15 ତେବେ କର୍ତ୍ତବ୍ୟ କଅଣ? ମୁଁ ଆତ୍ମା ଦ୍ୱାରା ପ୍ରାର୍ଥନା କରିବି; ପୁଣି, ବୁଦ୍ଧି ସହିତ ମଧ୍ୟ ପ୍ରାର୍ଥନା କରିବି; ଆତ୍ମା ଦ୍ୱାରା ସ୍ତୁତିଗାନ କରିବି, ପୁଣି, ବୁଦ୍ଧି ସହିତ ମଧ୍ୟ ସ୍ତୁତିଗାନ କରିବି।
What, then, is my conclusion? Simply this – I will pray with my spirit, but with my mind as well; I will sing with my spirit, but with my mind as well.
16 ନତୁବା ତୁମ୍ଭେ ଯଦି ଆତ୍ମା ଦ୍ୱାରା ଧନ୍ୟବାଦ ଦିଅ, ତେବେ ସାଧାରଣ ଲୋକ ତୁମ୍ଭ କଥା ନ ବୁଝିବାରୁ କିପରି ତୁମ୍ଭ ଧନ୍ୟବାଦରେ ଆମେନ୍‍ କହିବ?
If you bless God with your spirit only, how can people in the congregation who are without your gift say “Amen” to your thanksgiving? They do not know what you are saying!
17 ଯେଣୁ ତୁମ୍ଭେ ଉତ୍ତମ ରୂପେ ଧନ୍ୟବାଦ ଦେଉଅଛ ସତ, କିନ୍ତୁ ସେହି ଅନ୍ୟ ଜଣର ଉନ୍ନତି ହୁଏ ନାହିଁ।
Your thanksgiving may be excellent, but the other is not helped by it.
18 ମୁଁ ତୁମ୍ଭ ସମସ୍ତଙ୍କ ଅପେକ୍ଷା ଅଧିକ ରୂପେ ପରଭାଷାରେ କଥା କହେ ବୋଲି ଈଶ୍ବରଙ୍କୁ ଧନ୍ୟବାଦ ଦେଉଅଛି;
Thank God, I use the gift of “tongues” more than any of you.
19 ତଥାପି ମୁଁ ଯେପରି ଅନ୍ୟମାନଙ୍କୁ ମଧ୍ୟ ଶିକ୍ଷା ଦେଇ ପାରେ, ଏଥିନିମନ୍ତେ ମଣ୍ଡଳୀରେ ପରଭାଷାରେ ଦଶ ହଜାର କଥା କହିବା ଅପେକ୍ଷା ବରଂ ବୁଦ୍ଧି ସହିତ ପାଞ୍ଚୋଟି କଥା କହିବାକୁ ଭଲ ପାଏ।
But at a meeting of the church I would rather speak five words with my mind, and so teach others, than ten thousand words when using the gift of “tongues.”
20 ହେ ଭାଇମାନେ, ବୁଦ୍ଧିରେ ବାଳକ ପରି ହୁଅ ନାହିଁ, ବରଂ ମନ୍ଦ ବିଷୟରେ ଶିଶୁ ପରି ହୁଅ, କିନ୍ତୁ ବୁଦ୍ଧିରେ ପୂର୍ଣ୍ଣ-ବୟସ୍କ ହୁଅ।
My friends, do not show yourselves children in understanding. In wickedness be infants, but in understanding show yourselves adults.
21 ବ୍ୟବସ୍ଥାରେ ଲେଖାଅଛି, “ପ୍ରଭୁ କହନ୍ତି, ବିଦେଶୀୟ ଭାଷାବାଦୀମାନଙ୍କ ଦ୍ୱାରା ଓ ବିଦେଶୀୟମାନଙ୍କ ମୁଖ ଦ୍ୱାରା ଆମ୍ଭେ ଏହି ଲୋକମାନଙ୍କୁ କଥା କହିବା, ତାହାହେଲେ ସୁଦ୍ଧା ସେମାନେ ଆମ୍ଭର କଥା ଶୁଣିବେ ନାହିଁ।”
It is said in the Law – “In strange tongues and by the lips of strangers will I speak to this people, but even then they will not listen to me, says the Lord.”
22 ଏଣୁ ପରଭାଷାରେ କଥା କହିବା ବିଶ୍ୱାସୀମାନଙ୍କ ନିମନ୍ତେ ଚିହ୍ନସ୍ୱରୂପ ନୁହେଁ, ମାତ୍ର ଅବିଶ୍ୱାସୀମାନଙ୍କ ନିମନ୍ତେ ଚିହ୍ନସ୍ୱରୂପ; ଅନ୍ୟ ପକ୍ଷରେ ଭାବବାଣୀ କହିବା ଅବିଶ୍ୱାସୀମାନଙ୍କ ନିମନ୍ତେ ଚିହ୍ନସ୍ୱରୂପ ନୁହେଁ, ମାତ୍ର ବିଶ୍ୱାସୀମାନଙ୍କ ନିମନ୍ତେ ଚିହ୍ନସ୍ୱରୂପ।
Therefore the gift of the “tongues” is intended as a sign, not for those who believe in Christ, but for those who do not, while the gift of preaching is intended as a sign, not for those who do not believe in Christ, but for those who do.
23 ଆହୁରି ମଧ୍ୟ ସମସ୍ତ ମଣ୍ଡଳୀ ଯଦି ସମବେତ ହୁଏ ଓ ସମସ୍ତେ ପରଭାଷାରେ କଥା କହନ୍ତି, ପୁଣି, ସାଧାରଣ ବା ଅବିଶ୍ୱାସୀ ଲୋକମାନେ ଆସନ୍ତି, ତାହାହେଲେ ତୁମ୍ଭେମାନେ ପାଗଳ ବୋଲି କଅଣ ସେମାନେ କହିବେ ନାହିଁ?
So, when the whole church meets, if all present use the gift of “tongues,” and some people who are without the gift, or who are unbelievers, come in, will not they say that you are mad?
24 କିନ୍ତୁ ଯଦି ସମସ୍ତେ ଭାବବାଣୀ କହନ୍ତି, ପୁଣି, ଜଣେ ଅବିଶ୍ୱାସୀ ବା ସାଧାରଣ ଲୋକ ଆସେ, ତେବେ ସେ ସମସ୍ତଙ୍କ ଦ୍ୱାରା ଦୋଷୀ ବୋଲି ପ୍ରମାଣିତ ହୁଏ, ସମସ୍ତଙ୍କ ଦ୍ୱାରା ବିଚାରିତ ହୁଏ,
While, if all those present use the gift of preaching, and an unbeliever, or someone without the gift, comes in, they are convinced of their sinfulness by them all, they are called to account by them all;
25 ତାହାର ହୃଦୟର ଗୁପ୍ତ ବିଷୟସବୁ ପ୍ରକାଶିତ ହୁଏ; ସେଥିରେ ସେ ମୁହଁ ମାଡ଼ି ପଡ଼ିବ ଓ ଈଶ୍ବର ଯେ ନିଶ୍ଚୟ ତୁମ୍ଭମାନଙ୍କ ମଧ୍ୟରେ ଅଛନ୍ତି, ଏହା ସ୍ୱୀକାର କରି ତାହାଙ୍କୁ ପ୍ରଣାମ କରିବ।
the secrets of their heart are revealed, and then, throwing themselves on their face, they will worship God, and declare “God is indeed among you!”
26 ହେ ଭାଇମାନେ, ତେବେ କର୍ତ୍ତବ୍ୟ କଅଣ? ତୁମ୍ଭେମାନେ ସମବେତ ହେବା ସମୟରେ ଗୀତ, ବା ଶିକ୍ଷା, ବା ପ୍ରକାଶିତ ବାକ୍ୟ, ବା ପରଭାଷା ବା ଭାଷାର ଅର୍ଥ, ଏପରି ପ୍ରତ୍ୟେକର କିଛି ନା କିଛି ଅଛି। ସମସ୍ତ ବିଷୟ ନିଷ୍ଠା ନିମନ୍ତେ କରାଯାଉ।
What do I suggest, then, friends? Whenever you meet for worship, each of you comes, either with a hymn, or a lesson, or a revelation, or the gift of “tongues,” or the interpretation of them; let everything be directed to the building up of faith.
27 ଯଦି କେହି ପରଭାଷାରେ କଥା କହେ, ତେବେ ଦୁଇ ଅବା ଅଧିକ ହେଲେ ତିନି ଜଣ ପାଳି ଅନୁସାରେ କହନ୍ତୁ, ଆଉ ଜଣେ ଅର୍ଥ କରୁ।
If any of you use the gift of “tongues,” not more than two, or at the most three, should do so – each speaking in his turn – and someone should interpret them.
28 କିନ୍ତୁ ଯଦି କୌଣସି ଅର୍ଥକାରକ ନ ଥାଏ, ତାହାହେଲେ ସେ ମଣ୍ଡଳୀରେ ନୀରବ ରହୁ ଓ ନିରୋଳାରେ ଈଶ୍ବରଙ୍କୁ କହୁ।
If there is no one able to interpret what is said, they should remain silent at the meeting of the church, and speak to themselves and to God.
29 ଆଉ, ଦୁଇ ବା ତିନି ଜଣ ଭାବବାଣୀ କହନ୍ତୁ, ପୁଣି, ଅନ୍ୟମାନେ ବିଚାର କରନ୍ତୁ।
Of preachers two or three should speak, and the rest should weigh well what is said.
30 କିନ୍ତୁ ଉପବିଷ୍ଟ ଅନ୍ୟ କାହାରି ପ୍ରତି ଯଦି କୌଣସି ବାକ୍ୟ ପ୍ରକାଶିତ ହୁଏ, ତାହାହେଲେ ପ୍ରଥମ ଜଣକ ନୀରବ ହେଉ।
But, if some revelation is made to another person as he sits there, the first speaker should stop.
31 କାରଣ ଯେପରି ସମସ୍ତେ ଶିକ୍ଷା ପାଆନ୍ତି, ପୁଣି, ସମସ୍ତେ ଚେତନା ପ୍ରାପ୍ତ ହୁଅନ୍ତି, ଏଥିନିମନ୍ତେ ତୁମ୍ଭେମାନେ ସମସ୍ତେ ଜଣ ଜଣ କରି ଭାବବାଣୀ କହିପାର।
For you can all preach in turn, so that all may learn some lesson and all receive encouragement.
32 ଭାବବାଦୀମାନଙ୍କ ଆତ୍ମା ଭାବବାଦୀମାନଙ୍କର ବଶୀଭୂତ।
(The spirit that moves the preachers is within the preachers’ control;
33 କାରଣ ଈଶ୍ବର ବିଶୃଙ୍ଖଳତାର ଈଶ୍ବର ନୁହଁନ୍ତି, ମାତ୍ର ଶାନ୍ତିର ଈଶ୍ବର।
for God is not a God of disorder, but of peace.) This custom prevails in all the churches of Christ’s people.
34 ସାଧୁମାନଙ୍କ ସମସ୍ତ ମଣ୍ଡଳୀରେ ଯେପରି ହୋଇଥାଏ, ସେହିପରି ସ୍ତ୍ରୀଲୋକମାନେ ମଣ୍ଡଳୀରେ ନୀରବ ରହନ୍ତୁ, ଯେଣୁ କଥା କହିବା ପାଇଁ ସେମାନେ ଅନୁମତି ପାଇ ନାହାନ୍ତି, ବରଂ ମୋଶାଙ୍କ ବ୍ୟବସ୍ଥାର ଉକ୍ତି ଅନୁସାରେ ସେମାନେ ବଶୀଭୂତ ହୋଇ ରହନ୍ତୁ।
At the meetings of the church married women should remain silent, for they are not allowed to speak in public; they should take a subordinate place, as the Law itself directs.
35 ସେମାନେ ଯଦି କୌଣସି ବିଷୟ ବୁଝିବାକୁ ଇଚ୍ଛା କରନ୍ତି, ତେବେ ଘରେ ଆପଣା ଆପଣା ସ୍ୱାମୀମାନଙ୍କୁ ପଚାରନ୍ତୁ, କାରଣ ମଣ୍ଡଳୀ ମଧ୍ୟରେ କଥା କହିବା ସ୍ତ୍ରୀଲୋକ ପକ୍ଷରେ ଲଜ୍ଜାଜନକ।
If they want information on any point, they should ask their husbands about it at home; for it is unbecoming for a married woman to speak at a meeting of the church.
36 କଅଣ? ଈଶ୍ବରଙ୍କ ବାକ୍ୟ କି ତୁମ୍ଭମାନଙ୍କଠାରୁ ବାହାରିଅଛି? ଅବା କେବଳ ତୁମ୍ଭମାନଙ୍କ ନିକଟକୁ ଆସିଅଛି?
What! Did God’s message to the world originate with you? Or did it find its way to none but you?
37 କେହି ଯଦି ଆପଣାକୁ ଭାବବାଦୀ ବା ଆତ୍ମିକ ଦାନ ପ୍ରାପ୍ତ ବୋଲି ମନେ କରେ, ତାହାହେଲେ ମୁଁ ତୁମ୍ଭମାନଙ୍କୁ ଯାହା ଯାହା ଲେଖୁଅଛି, ସେହିସବୁ ଯେ ପ୍ରଭୁଙ୍କ ଆଜ୍ଞା, ଏହା ସେ ଜ୍ଞାତ ହେଉ।
If anyone thinks that he has the gift of preaching or any other spiritual gift, he should recognise that what I am now saying to you is a command from the Lord.
38 କିନ୍ତୁ କେହି ଯଦି ଜ୍ଞାତ ନ ହୁଏ, ତେବେ ସେ ଅଜ୍ଞାତ ରହୁ।
Anyone who ignores it may be ignored.
39 ଏଣୁ ହେ ମୋହର ଭାଇମାନେ, ଭାବବାଣୀ କହିବାକୁ ଏକାନ୍ତ ଚେଷ୍ଟା କର; ପୁଣି, ପରଭାଷାରେ କଥା କହିବାକୁ ମନା ନ କର।
Therefore, my friends, strive for the gift of preaching, and yet do not forbid speaking in “tongues.”
40 କିନ୍ତୁ ସମସ୍ତ ବିଷୟ ସୁନ୍ଦରତାରେ ଓ ଶୃଙ୍ଖଳତାନୁସାରେ କରାଯାଉ।
Let everything be done in a proper and orderly manner.

< କରିନ୍ଥୀୟ 14 >