< Leviticus 11 >

1 Locutusque est Dominus ad Moysen et Aaron, dicens:
ତାʼପରେ ସଦାପ୍ରଭୁ ମୋଶା ଓ ହାରୋଣଙ୍କୁ କହିଲେ,
2 Dicite filiis Israel: Haec sunt animalia quae comedere debetis de cunctis animantibus terrae:
“ଇସ୍ରାଏଲ-ସନ୍ତାନଗଣକୁ କୁହ, ତୁମ୍ଭେମାନେ ପୃଥିବୀସ୍ଥିତ ପଶୁମାନଙ୍କ ମଧ୍ୟରେ ଏହି ସମସ୍ତ ଜୀବ ଭୋଜନ କରିବ।
3 Omne quod habet divisam ungulam, et ruminat in pecoribus, comedetis.
ପଶୁମାନଙ୍କ ମଧ୍ୟରେ ଯାହାର ଖୁରା ବିଭକ୍ତ ଓ ପାଦ ଚିରା ଓ ଯେ ପାକୁଳି କରେ, ତାହାକୁ ତୁମ୍ଭେମାନେ ଭୋଜନ କରିବ।
4 Quidquid autem ruminat quidem, et habet ungulam, sed non dividit eam, sicut camelus et cetera, non comedetis illud, et inter immunda reputabitis.
ତଥାପି ଯେଉଁମାନେ ପାକୁଳି କରନ୍ତି, ଅଥବା ବିଭକ୍ତ ଖୁରାବିଶିଷ୍ଟ ଅଟନ୍ତି, ସେମାନଙ୍କ ମଧ୍ୟରୁ ଏହି ଏହି ପଶୁ ଭୋଜନ କରିବ ନାହିଁ, ଯଥା, ଓଟ, ଯେହେତୁ ସେ ପାକୁଳି କରେ, ମାତ୍ର ବିଭକ୍ତ ଖୁରାବିଶିଷ୍ଟ ନୁହେଁ, ତାହା ତୁମ୍ଭମାନଙ୍କ ପ୍ରତି ଅଶୁଚି।
5 Choerogryllus qui ruminat, ungulamque non dividit, immundus est.
ପୁଣି ଶାଫନ୍‍ (ଓଧ) ପଶୁ, ଯେହେତୁ ସେ ପାକୁଳି କରେ, ମାତ୍ର ବିଭକ୍ତ ଖୁରାବିଶିଷ୍ଟ ନୁହେଁ, ତାହା ତୁମ୍ଭମାନଙ୍କ ପ୍ରତି ଅଶୁଚି।
6 Lepus quoque: nam et ipse ruminat, sed ungulam non dividit.
ଆଉ, ଠେକୁଆ, ଯେହେତୁ ସେ ପାକୁଳି କରେ, ମାତ୍ର ବିଭକ୍ତ ଖୁରାବିଶିଷ୍ଟ ନୁହେଁ, ତାହା ତୁମ୍ଭମାନଙ୍କ ପ୍ରତି ଅଶୁଚି।
7 Et sus: qui cum ungulam dividat, non ruminat.
ପୁଣି, ଶୂକର, ଯେହେତୁ ସେ ବିଭକ୍ତ-ଖୁରା ଓ ଚିରାପାଦବିଶିଷ୍ଟ, ମାତ୍ର ପାକୁଳି କରେ ନାହିଁ, ତାହା ତୁମ୍ଭମାନଙ୍କ ପ୍ରତି ଅଶୁଚି।
8 horum carnibus non vescemini, nec cadavera contingetis, quia immunda sunt vobis.
ତୁମ୍ଭେମାନେ ସେମାନଙ୍କର ମାଂସ ଭୋଜନ କରିବ ନାହିଁ ଓ ସେମାନଙ୍କର ଶବ ସ୍ପର୍ଶ କରିବ ନାହିଁ, ସେମାନେ ତୁମ୍ଭମାନଙ୍କ ପ୍ରତି ଅଶୁଚି।
9 Haec sunt quae gignuntur in aquis, et vesci licitum est. Omne quod habet pinnulas et squamas, tam in mari quam in fluminibus et stagnis, comedetis.
ଜଳଜନ୍ତୁ ମଧ୍ୟରୁ ଏହିସବୁ ତୁମ୍ଭେମାନେ ଭୋଜନ କରିବ; ଜଳରେ, ସମୁଦ୍ରରେ ଓ ନଦୀରେ ସ୍ଥିତ ଜନ୍ତୁ ମଧ୍ୟରେ ଯାହାର ଡେଣା ଓ କାତି ଅଛି, ତାହା ତୁମ୍ଭେମାନେ ଭୋଜନ କରିବ।
10 Quidquid autem pinnulas et squamas non habet eorum quae in aquis moventur et vivunt, abominabile vobis,
ମାତ୍ର ସମୁଦ୍ରରେ ଓ ନଦୀରେ ସ୍ଥିତ ସମସ୍ତ ଜଳଚର, ଅବା ଜଳସ୍ଥିତ ପ୍ରାଣୀମାନଙ୍କ ମଧ୍ୟରେ ଯେଉଁମାନଙ୍କର ଡେଣା ଓ କାତି ନାହିଁ, ସେମାନେ ତୁମ୍ଭମାନଙ୍କ ପ୍ରତି ଘୃଣାଯୋଗ୍ୟ ଅଟନ୍ତି,
11 execrandumque erit, carnes eorum non comedetis, et morticina vitabitis.
ଆଉ, ସେମାନେ ତୁମ୍ଭମାନଙ୍କ ପ୍ରତି ଘୃଣାଯୋଗ୍ୟ ହେବେ; ତୁମ୍ଭେମାନେ ସେମାନଙ୍କର ମାଂସ ଭୋଜନ କରିବ ନାହିଁ, ପୁଣି ସେମାନଙ୍କ ଶବକୁ ଘୃଣା କରିବ।
12 Cuncta quae non habent pinnulas et squamas in aquis, polluta erunt.
ଜଳଜନ୍ତୁ ମଧ୍ୟରେ ଯେଉଁମାନଙ୍କର ଡେଣା ଓ କାତି ନାହିଁ, ସେହି ସମସ୍ତ ତୁମ୍ଭମାନଙ୍କ ପ୍ରତି ଘୃଣାଯୋଗ୍ୟ।
13 Haec sunt quae de avibus comedere non debetis, et vitanda sunt vobis: Aquilam, et gryphem, et haliaeetum,
ଆଉ, ପକ୍ଷୀମାନଙ୍କ ମଧ୍ୟରୁ ଏହିସବୁ ତୁମ୍ଭମାନଙ୍କର ଘୃଣାଯୋଗ୍ୟ ହେବେ; ସେମାନେ ଖାଦ୍ୟ ନୁହନ୍ତି; ଉତ୍କ୍ରୋଶ ଓ ହାଡ଼ଭଙ୍ଗା ଓ ବହୀରି,
14 et milvum ac vulturem iuxta genus suum.
ପୁଣି, ଚିଲ ଓ ଆପଣା ଆପଣା ଜାତି ଅନୁସାରେ ବାଜ,
15 et omne corvini generis in similitudinem suam,
ପୁଣି, ଆପଣା ଆପଣା ଜାତି ଅନୁସାରେ ସମସ୍ତ ଡାମରା କାଉ,
16 struthionem, et noctuam, et larum, et accipitrem iuxta genus suum:
ଓଟପକ୍ଷୀ, ତାମସ ପକ୍ଷୀ, ସମୁଦ୍ର ଚିଲ, ଆପଣା ଆପଣା ଜାତି ଅନୁସାରେ ଛଞ୍ଚାଣ,
17 bubonem, et mergulum, et ibin,
ପୁଣି, କୋଷପକ୍ଷୀ, ପାଣିକୁଆ, ବଗ,
18 et cygnum, et onocrotalum, et porphyrionem,
ଦୀର୍ଘ-ଗଳ ହଂସ, ପାଣିଭେଳା, ଶାଗୁଣା;
19 herodionem, et charadrion iuxta genus suum, upupam quoque, et vespertilionem.
ପୁଣି ବଗ, ଆପଣା ଆପଣା ଜାତି ଅନୁସାରେ କଙ୍କ, ଟିଟ୍ଟିଭ ଓ ଚାମଚିକା।
20 Omne de volucribus quod graditur super quattuor pedes, abominabile erit vobis.
ପୁଣି, ଚାରି ପାଦରେ ଗମନକାରୀ ପକ୍ଷବିଶିଷ୍ଟ ଜନ୍ତୁସକଳ ତୁମ୍ଭମାନଙ୍କର ଘୃଣାଯୋଗ୍ୟ ହେବେ।
21 Quidquid autem ambulat quidem super quattuor pedes, sed habet longiora retro crura, per quae salit super terram,
ତଥାପି ଚାରି ପାଦରେ ଗମନକାରୀ ପକ୍ଷବିଶିଷ୍ଟ ଜନ୍ତୁ ମଧ୍ୟରେ ଭୂମିରେ ଡେଇଁବା ପାଇଁ ଯେଉଁମାନଙ୍କର ଗୋଡ଼ନଳୀ ଦୀର୍ଘ, ସେମାନେ ତୁମ୍ଭମାନଙ୍କର ଖାଦ୍ୟ ହେବେ।
22 comedere debetis, ut est bruchus in genere suo, et attacus atque ophiomachus, ac locusta, singula iuxta genus suum.
ଅର୍ଥାତ୍‍, ଆପଣା ଆପଣା ଜାତି ଅନୁସାରେ ପଙ୍ଗପାଳ, ଆପଣା ଆପଣା ଜାତି ଅନୁସାରେ ବାଘୁଆଫଡ଼ିଙ୍ଗ, ଆପଣା ଆପଣା ଜାତି ଅନୁସାରେ ଝିଙ୍କାରୀ ଓ ଆପଣା ଆପଣା ଜାତି ଅନୁସାରେ ଝିଣ୍ଟିକା, ଏହି ସକଳ ତୁମ୍ଭମାନଙ୍କର ଖାଦ୍ୟ ହେବେ।
23 Quidquid autem ex volucribus quattuor tantum habet pedes, execrabile erit vobis:
ମାତ୍ର ଏହାଛଡ଼ା ଚାରିଗୋଡ଼ିଆ ଉଡ଼ନ୍ତା ସମସ୍ତ ପତଙ୍ଗ ତୁମ୍ଭମାନଙ୍କର ଘୃଣାଯୋଗ୍ୟ ହେବେ।
24 et quicumque morticina eorum tetigerit, polluetur, et erit immundus usque ad vesperum:
ଆଉ, ଏମାନଙ୍କ ଦ୍ୱାରା ତୁମ୍ଭେମାନେ ଅଶୁଚି ହେବ; ଯେକେହି ସେମାନଙ୍କର ଶବ ଛୁଇଁବ, ସେ ସନ୍ଧ୍ୟା ପର୍ଯ୍ୟନ୍ତ ଅଶୁଚି ରହିବ।
25 et si necesse fuerit ut portet quippiam horum mortuum, lavabit vestimenta sua, et immundus erit usque ad occasum solis.
ପୁଣି, ଯେକେହି ସେମାନଙ୍କ ଶବର କୌଣସି ଅଂଶ ବହିବ, ସେ ଆପଣା ବସ୍ତ୍ର ଧୋଇବ ଓ ସନ୍ଧ୍ୟା ପର୍ଯ୍ୟନ୍ତ ଅଶୁଚି ରହିବ।
26 Omne animal quod habet quidem ungulam, sed non dividit eam, nec ruminat, immundum erit: et quidquid tetigerit illud, contaminabitur.
ଯେଉଁସବୁ ପଶୁର ଖୁରା ବିଭକ୍ତ, ମାତ୍ର ପାଦ ଚିରା ନୁହେଁ, କିଅବା ଯେଉଁମାନେ ପାକୁଳି କରନ୍ତି ନାହିଁ, ସେମାନେ ତୁମ୍ଭମାନଙ୍କ ନିକଟରେ ଅଶୁଚି; ଯେକେହି ସେମାନଙ୍କୁ ଛୁଇଁବ, ସେ ଅଶୁଚି ହେବ।
27 Quod ambulat super manus ex cunctis animantibus, quae incedunt quadrupedia, immundum erit: qui tetigerit morticina eorum, polluetur usque ad vesperum.
ପୁଣି ଚାରିଗୋଡ଼ିଆ ବନ୍ୟଜନ୍ତୁମାନଙ୍କ ମଧ୍ୟରେ ଯେଉଁମାନେ ତଳିପାରେ ଚାଲନ୍ତି, ସେମାନେ ତୁମ୍ଭମାନଙ୍କ ପ୍ରତି ଅଶୁଚି; ଯେକେହି ସେମାନଙ୍କର ଶବ ଛୁଇଁବ, ସେ ସନ୍ଧ୍ୟା ପର୍ଯ୍ୟନ୍ତ ଅଶୁଚି ରହିବ।
28 Et qui portaverit huiuscemodi cadavera, lavabit vestimenta sua, et immundus erit usque ad vesperum: quia omnia haec immunda sunt vobis.
ପୁଣି, ଯେକେହି ସେମାନଙ୍କର ଶବ ବହିବ, ସେ ଆପଣା ବସ୍ତ୍ର ଧୋଇବ ଓ ସନ୍ଧ୍ୟା ପର୍ଯ୍ୟନ୍ତ ଅଶୁଚି ରହିବ; ସେମାନେ ତୁମ୍ଭମାନଙ୍କ ପ୍ରତି ଅଶୁଚି।
29 Haec quoque inter polluta reputabuntur de his, quae moventur in terra, mustela et mus et crocodilus, singula iuxta genus suum,
ଆଉ, ଭୂଚର ଉରୋଗାମୀ ଜନ୍ତୁମାନଙ୍କ ମଧ୍ୟରେ ଏହିସବୁ ତୁମ୍ଭମାନଙ୍କ ପ୍ରତି ଅଶୁଚି ହେବେ; ଖୋଲେଦ (ଗୋଧି) ଓ ମୂଷା; ପୁଣି, ଆପଣା ଆପଣା ଜାତି ଅନୁସାରେ ବଡ଼ ଏଣ୍ଡୁଅ;
30 mygale, et chamaeleon, et stellio, et lacerta, et talpa:
ଆଉ, ଏଣ୍ଡୁଅ ଓ ସ୍ଥଳ କୁମ୍ଭୀର, ଝିଟିପିଟି, ବାଲିଏଣ୍ଡୁଅ ଓ ବହୁରୂପୀ (ପୋହଳା ଏଣ୍ଡୁଅ)।
31 omnia haec immunda sunt. Qui tetigerit morticina eorum, immundus erit usque ad vesperum:
ଉରୋଗାମୀ ଜନ୍ତୁମାନଙ୍କ ମଧ୍ୟରେ ଏହି ସମସ୍ତ ତୁମ୍ଭମାନଙ୍କ ପ୍ରତି ଅଶୁଚି ହେବେ; ସେମାନେ ମଲେ ଯେକେହି ସେମାନଙ୍କୁ ଛୁଇଁବ, ସେ ସନ୍ଧ୍ୟା ପର୍ଯ୍ୟନ୍ତ ଅଶୁଚି ରହିବ।
32 et super quod ceciderit quidquam de morticinis eorum, polluetur tam vas ligneum et vestimentum, quam pelles et cilicia: et in quocumque fit opus, tingentur aqua, et polluta erunt usque ad vesperum, et sic postea mundabuntur.
ସେମାନଙ୍କ ମଧ୍ୟରୁ କୌଣସି ଶବ କୌଣସି ଦ୍ରବ୍ୟ ଉପରେ ପଡ଼ିଲେ, ତାହା ଅଶୁଚି ହେବ; କାଠ ପାତ୍ର, ବସ୍ତ୍ର, ଚର୍ମ କି ଅଖା, ଯେକୌଣସି କର୍ମଯୋଗ୍ୟ ପାତ୍ର ଉପରେ ପଡ଼ିଲେ, ତାହା ଜଳରେ ଡୁବାଯିବ, ଆଉ ତାହା ସନ୍ଧ୍ୟା ପର୍ଯ୍ୟନ୍ତ ଅଶୁଚି ରହିବ; ତହିଁ ଉତ୍ତାରେ ତାହା ଶୁଚି ହେବ।
33 Vas autem fictile, in quod horum quidquam intro cecidit, polluetur, et idcirco frangendum est.
ପୁଣି, କୌଣସି ମାଟି ପାତ୍ର ମଧ୍ୟରେ ସେମାନଙ୍କର ଶବ ପଡ଼ିଲେ, ତହିଁ ମଧ୍ୟସ୍ଥିତ ସମସ୍ତ ଦ୍ରବ୍ୟ ଅଶୁଚି ହେବ ଓ ତୁମ୍ଭେମାନେ ତାହା ଭାଙ୍ଗି ପକାଇବ।
34 Omnis cibus, quem comedetis, si fusa fuerit super eum aqua, immundus erit: et omne liquens quod bibitur de universo vase, immundum erit.
ପୁଣି, ଯେଉଁସବୁ ଖାଦ୍ୟଦ୍ରବ୍ୟ ଉପରେ ଜଳ ଥାଏ, ତାହା ଅଶୁଚି ହେବ; ପୁଣି, ସର୍ବପ୍ରକାର ପାତ୍ରରେ ସର୍ବପ୍ରକାର ପେୟଦ୍ରବ୍ୟ ଅଶୁଚି ହେବ;
35 Et quidquid de morticinis huiuscemodi ceciderit super illud, immundum erit: sive clibani, sive chytropodes, destruentur, et immundi erunt.
ପୁଣି, ଯେକୌଣସି ଦ୍ରବ୍ୟ ଉପରେ ସେମାନଙ୍କ ଶବର କିଛି ପଡ଼େ, ତାହା ଅଶୁଚି ହେବ; ତନ୍ଦୁର ହେଉ କି ଚୁଲି ହେଉ, ତାହା ଭଙ୍ଗାଯିବ; ତାହା ଅଶୁଚି ଅଟେ ଓ ତାହା ତୁମ୍ଭମାନଙ୍କ ପ୍ରତି ଅଶୁଚି ହେବ।
36 Fontes vero et cisternae, et omnis aquarum congregatio munda erit. Qui morticinum eorum tetigerit, polluetur.
ତଥାପି ନିର୍ଝର କିଅବା ଯେଉଁ କୂପରେ ଅନେକ ଜଳ ଥାଏ, ତାହା ଶୁଚି ହେବ; ମାତ୍ର ଯେ ସେମାନଙ୍କର ଶବ ଛୁଇଁବ, ସେ ଅଶୁଚି ହେବ।
37 Si ceciderit super sementem, non polluet eam.
ପୁଣି, ଯେଉଁ ବିହନ ବୁଣା ଯିବାକୁ ଅଛି, ତହିଁ ଉପରେ ଯେବେ ସେମାନଙ୍କ ଶବର କିଛି ପଡ଼େ, ତେବେ ତାହା ଶୁଚି ରହିବ।
38 Si autem quispiam aqua sementem perfuderit, et postea morticinis tacta fuerit, illico polluetur.
ମାତ୍ର ବିହନ ଉପରେ ଜଳ ଥିଲେ, ଯେବେ ସେମାନଙ୍କ ଶବର କିଛି ତହିଁ ଉପରେ ପଡ଼େ, ତେବେ ତାହା ତୁମ୍ଭମାନଙ୍କ ପ୍ରତି ଅଶୁଚି ହେବ।
39 Si mortuum fuerit animal, quod licet vobis comedere, qui cadaver eius tetigerit, immundus erit usque ad vesperum:
ଆଉ, ତୁମ୍ଭମାନଙ୍କର ଖାଦ୍ୟ ଯୋଗ୍ୟ କୌଣସି ପଶୁ ମଲେ, ଯେକେହି ତାହାର ଶବ ଛୁଇଁବ, ସେ ସନ୍ଧ୍ୟା ପର୍ଯ୍ୟନ୍ତ ଅଶୁଚି ରହିବ।
40 et qui comederit ex eo quippiam, sive portaverit; lavabit vestimenta sua, et immundus erit usque ad vesperum.
ପୁଣି, ଯେକେହି ତାହାର ଶବ ଖାଏ, ସେ ଆପଣା ବସ୍ତ୍ର ଧୋଇବ, ପୁଣି ସନ୍ଧ୍ୟା ପର୍ଯ୍ୟନ୍ତ ଅଶୁଚି ରହିବ; ଆଉ, ଯେକେହି ତାହା ବହେ, ସେ ଆପଣା ବସ୍ତ୍ର ଧୋଇବ ଓ ସନ୍ଧ୍ୟା ପର୍ଯ୍ୟନ୍ତ ଅଶୁଚି ରହିବ।
41 Omne quod reptat super terram, abominabile erit, nec assumetur in cibum.
ଆଉ, ଭୂଚର ପ୍ରତ୍ୟେକ ଉରୋଗାମୀ ଜନ୍ତୁ ଘୃଣାଯୋଗ୍ୟ ଅଟେ; ତାହା ଖାଦ୍ୟ ହେବ ନାହିଁ।
42 Quidquid super pectus quadrupes graditur, et multos habet pedes, sive per humum trahitur, non comedetis, quia abominabile est.
ଯେଉଁମାନେ ପେଟ ଦେଇ ଗମନ କରନ୍ତି ଓ ଯେଉଁମାନେ ଚାରି ପାଦରେ ଗମନ କରନ୍ତି, ଅବା ଯେଉଁମାନଙ୍କର ଅନେକ ପାଦ ଅଛି, ଏପରି ସମସ୍ତ ଭୂଚର ଉରୋଗାମୀ ଜନ୍ତୁକୁ ତୁମ୍ଭେମାନେ ଖାଇବ ନାହିଁ; କାରଣ ସେମାନେ ଘୃଣାଯୋଗ୍ୟ।
43 Nolite contaminare animas vestras, nec tangatis quidquam eorum, ne immundi sitis.
ତୁମ୍ଭେମାନେ ଏହିସବୁ ଭୂଚର ଉରୋଗାମୀ ଜନ୍ତୁ ଦ୍ୱାରା ଆପଣାମାନଙ୍କୁ ଘୃଣାଯୋଗ୍ୟ କରିବ ନାହିଁ, କିଅବା ତୁମ୍ଭେମାନେ ଅଶୁଚି ହେବା ନିମନ୍ତେ ସେମାନଙ୍କ ଦ୍ୱାରା ଆପଣାମାନଙ୍କୁ ଅଶୁଚି କରିବ ନାହିଁ।
44 Ego enim sum Dominus Deus vester: sancti estote, quia ego sanctus sum. Ne polluatis animas vestras in omni reptili quod movetur super terram.
କାରଣ ମୁଁ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର ଅଟେ; ଏହେତୁ ତୁମ୍ଭେମାନେ ଆପଣାମାନଙ୍କୁ ପବିତ୍ର କର ଓ ତୁମ୍ଭେମାନେ ପବିତ୍ର ହୁଅ; ଯେହେତୁ ମୁଁ ପବିତ୍ର; ତୁମ୍ଭେମାନେ ଭୂମିରେ ଗମନକାରୀ କୌଣସି ଉରୋଗାମୀ ଜୀବ ଦ୍ୱାରା ଆପଣାମାନଙ୍କୁ ଅଶୁଚି କରିବ ନାହିଁ।
45 Ego enim sum Dominus, qui eduxi vos de Terra Aegypti, ut essem vobis in Deum. Sancti eritis, quia ego sanctus sum.
କାରଣ ତୁମ୍ଭମାନଙ୍କର ପରମେଶ୍ୱର ହେବା ନିମନ୍ତେ ମୁଁ ସଦାପ୍ରଭୁ ମିସର ଦେଶରୁ ତୁମ୍ଭମାନଙ୍କୁ ବାହାର କରି ଆଣିଅଛି; ଏନିମନ୍ତେ ତୁମ୍ଭେମାନେ ପବିତ୍ର ହେବ, କାରଣ ମୁଁ ପବିତ୍ର ଅଟେ।
46 Ista est lex animantium ac volucrum, et omnis animae viventis, quae movetur in aqua, et reptat in terra,
ଶୁଚି ଓ ଅଶୁଚି ଏବଂ ଖାଦ୍ୟ ଓ ଅଖାଦ୍ୟ ପଶୁମାନଙ୍କ ପ୍ରଭେଦ ଜଣାଇବା ପାଇଁ,
47 ut differentias noveritis mundi, et immundi, et sciatis quid comedere et quid respuere debeatis.
ପଶୁ, ପକ୍ଷୀ, ଜଳଚର ପ୍ରାଣୀ ଓ ଉରୋଗାମୀ ଭୂଚର ପ୍ରାଣୀମାନଙ୍କ ବିଷୟରେ ଏହି ବ୍ୟବସ୍ଥା।”

< Leviticus 11 >