< 1 Sama’ila 30 >

1 A rana ta uku, Dawuda da mutanensa suka isa Ziklag, sai suka tarar Amalekawa sun riga sun kawo wa Negeb da Ziklag hari. Suka cinye Ziklag, suka ƙone ta,
ଏଉତ୍ତାରେ ଦାଉଦ ଓ ତାଙ୍କର ଲୋକମାନେ ତୃତୀୟ ଦିନରେ ସିକ୍ଲଗ୍‍ ନଗରରେ ଉପସ୍ଥିତ ହେଲେ, ସେସମୟକୁ ଅମାଲେକୀୟ ଲୋକମାନେ ଦକ୍ଷିଣାଞ୍ଚଳ ଓ ସିକ୍ଲଗ୍‍ ଆକ୍ରମଣ କରିଥିଲେ ଓ ସିକ୍ଲଗ୍‍କୁ ଆଘାତ କରି ଅଗ୍ନିରେ ଦଗ୍ଧ କରିଥିଲେ।
2 suka kwashe mata, yara da tsofaffi da dukan abubuwan da suke cikin garin. Ba su kashe kowa ba, amma suka kwashe su, suka tafi.
ପୁଣି, ତନ୍ମଧ୍ୟସ୍ଥିତ ସ୍ତ୍ରୀମାନଙ୍କୁ ଓ ସାନ ବଡ଼ ସମସ୍ତଙ୍କୁ ବନ୍ଦୀ କରି ନେଇ ଯାଇଥିଲେ; ସେମାନେ କାହାକୁ ବଧ ନ କରି ସମସ୍ତଙ୍କୁ ନେଇ ଆପଣା ପଥରେ ଚାଲି ଯାଇଥିଲେ।
3 Da Dawuda da mutanensa suka isa Ziklag suka tarar an ƙone garin, an kuma kwashe matansu, da’ya’yansu mata, da kuma’ya’yansu maza ganima,
ପୁଣି, ଦାଉଦ ଓ ତାଙ୍କର ଲୋକମାନେ ନଗରରେ ଉପସ୍ଥିତ ହୁଅନ୍ତେ, ଦେଖ, ନଗର ଅଗ୍ନିରେ ଦଗ୍ଧ ଓ ସେମାନଙ୍କ ଭାର୍ଯ୍ୟା, ପୁତ୍ର ଓ କନ୍ୟାଗଣ ବନ୍ଦୀ ରୂପେ ନୀତ ହୋଇଅଛନ୍ତି।
4 sai Dawuda da mutanensa suka yi kuka, suka yi ta kuka har sai da ƙarfinsu ya ƙare.
ତହୁଁ ଦାଉଦ ଓ ତାଙ୍କର ସଙ୍ଗୀ ଲୋକମାନେ ଆପଣା ଆପଣା ରବ ଉଠାଇ ରୋଦନ କଲେ, ଏପରି କି ଆଉ ରୋଦନ କରିବାକୁ ସେମାନଙ୍କଠାରେ କିଛି ବଳ ରହିଲା ନାହିଁ।
5 An kama matan Dawuda, wato, Ahinowam daga Yezireyel da Abigiyel matar Nabal mutumin Karmel wanda ya rasu.
ପୁଣି, ଯିଷ୍ରିୟେଲୀୟା ଅହୀନୋୟମ୍‍ ଓ କର୍ମିଲୀୟ ନାବଲର ଭାର୍ଯ୍ୟା ଅବୀଗଲ ନାମ୍ନୀ ଦାଉଦଙ୍କର ଦୁଇ ଭାର୍ଯ୍ୟା ବନ୍ଦୀ ହୋଇଥିଲେ।
6 Dawuda kuwa ya damu ƙwarai domin mutanensa suna niyyar su jajjefe shi da duwatsu, kowannensu ransa ya ɓace saboda’ya’yansa maza da mata, amma Dawuda ya sami ƙarfafawa a cikin Ubangiji Allahnsa.
ଏଥିରେ ଦାଉଦ ଅତିଶୟ ଉଦ୍‍ବିଗ୍ନ ହେଲେ; କାରଣ ପ୍ରତ୍ୟେକ ଲୋକର ମନ ଆପଣା ଆପଣା ପୁତ୍ରକନ୍ୟା ସକାଶୁ ବିରକ୍ତ ହେବାରୁ ଲୋକମାନେ ତାଙ୍କୁ ପଥରରେ ମାରିବାକୁ କହିଲେ; ମାତ୍ର, ଦାଉଦ ସଦାପ୍ରଭୁ ଆପଣା ପରମେଶ୍ୱରଙ୍କଠାରେ ଆପଣାକୁ ସବଳ କଲେ।
7 Sai Dawuda ya ce wa Abiyatar firist, ɗan Ahimelek, “Kawo mini efod.” Sai Abiyatar ya kawo masa.
ଏଉତ୍ତାରେ ଦାଉଦ ଅହୀମେଲକ୍‍ର ପୁତ୍ର ଅବୀୟାଥର ଯାଜକକୁ କହିଲେ, “ମୋʼ କତିକି ଟିକିଏ ଏଫୋଦ ଆଣିଲ।” ତହିଁରେ ଅବୀୟାଥର ଦାଉଦଙ୍କ ନିକଟକୁ ଏଫୋଦ ଆଣିଲା।
8 Dawuda kuwa ya nemi nufin Ubangiji ya ce, “In bi bayan’yan harin nan? Zan ci musu?” Ubangiji ya ce, “Bi su, gama za ka ci musu, ka ƙwato abin da suka kwashe.”
ସେତେବେଳେ ଦାଉଦ ସଦାପ୍ରଭୁଙ୍କ ନିକଟରେ ପଚାରି କହିଲେ, “ମୁଁ ଏହି ସୈନ୍ୟଦଳର ପଛେ ପଛେ ଗୋଡ଼ାଇଲେ କି ସେମାନଙ୍କର ସଙ୍ଗ ଧରି ପାରିବି?” ତହିଁରେ ସେ ତାଙ୍କୁ କହିଲେ, “ପଛେ ପଛେ ଯାଅ; କାରଣ ତୁମ୍ଭେ ନିଶ୍ଚୟ ସେମାନଙ୍କର ସଙ୍ଗ ଧରିବ ଓ ବିଫଳ ନ ହୋଇ ସମସ୍ତଙ୍କୁ ଉଦ୍ଧାର କରିବ।”
9 Dawuda da mutanensa ɗari shida suka kama hanya, da suka kai Kwarin Besor, waɗansunsu suka tsaya a can.
ତହୁଁ ଦାଉଦ ଓ ତାଙ୍କର ସଙ୍ଗୀ ଛଅ ଶହ ଲୋକ ଯାଇ ବିଷୋର ନଦୀ ନିକଟରେ ଉପସ୍ଥିତ ହେଲେ, ସେଠାରେ ପଶ୍ଚାତ୍‍ ପରିତ୍ୟକ୍ତ ଲୋକମାନେ ରହିଗଲେ।
10 Dawuda ya ci gaba da mutane ɗari huɗu, don mutane ɗari biyu sun gaji sosai har sun kāsa ƙetare rafin Besor.
ମାତ୍ର ଦାଉଦ ଓ ଚାରି ଶହ ଲୋକ ପଛେ ପଛେ ଗୋଡ଼ାଇଲେ; କାରଣ ଦୁଇ ଶହ ଲୋକ ଏପରି କ୍ଳାନ୍ତ ହୋଇଥିଲେ ଯେ, ସେମାନେ ବିଷୋର ନଦୀ ପାର ହୋଇ ନ ପାରି ପଛରେ ରହିଗଲେ।
11 Suka sami wani mutumin Masar a fili suka kawo shi wurin Dawuda. Suka ba shi abinci ya ci, suka kuma ba shi ruwa ya sha.
ଏଉତ୍ତାରେ ଲୋକମାନେ କ୍ଷେତ୍ରରେ ଜଣେ ମିସରୀୟକୁ ପାଇ ଦାଉଦଙ୍କ ନିକଟକୁ ଆଣିଲେ ଓ ତାହାକୁ ଆହାର ଦିଅନ୍ତେ ସେ ଭୋଜନ କଲା; ମଧ୍ୟ ସେମାନେ ପାନ କରିବା ପାଇଁ ତାହାକୁ ଜଳ ଦେଲେ;
12 Suka ba shi saura wainan’ya’yan ɓaure da kuma wainan’ya’yan inabi, ya ci ya sami ƙarfi. Gama bai ci ba, bai sha ba, har yini uku da dare uku.
ପୁଣି, ସେମାନେ ତାହାକୁ ଡିମ୍ବିରିଚକ୍ତିରୁ ଏକ ଖଣ୍ଡ ଓ ଦୁଇ ପେଣ୍ଡା ଦ୍ରାକ୍ଷା ଦେଲେ; ଆଉ ସେ ଭୋଜନ କରନ୍ତେ ଚେତନା ପାଇଲା, କାରଣ ସେ ତିନି ଦିନ ତିନି ରାତ୍ରି କିଛି ଆହାର କରି ନ ଥିଲା, କି କିଛି ଜଳ ପାନ କରି ନ ଥିଲା।
13 Dawuda ya tambaye shi ya ce, “Wane ne ubangidanka, kuma daga ina ka fito?” Ya ce, “Ni mutumin Masar ne, bawan wani mutumin Amalek. Maigidana ya ƙyale ni sa’ad da na yi rashin lafiya kwanaki ukun da suka wuce.
ଏଥିରେ ଦାଉଦ ତାହାକୁ ପଚାରିଲେ, “ତୁମ୍ଭେ କାହାର ଲୋକ? ଓ ତୁମ୍ଭେ କେଉଁଠାରୁ ଆସିଅଛ?” ତହୁଁ ସେ କହିଲା, “ମୁଁ ଜଣେ ମିସରୀୟ ଯୁବା ଓ ଏକ ଅମାଲେକୀୟ ଲୋକର ଦାସ; ପୁଣି, ତିନି ଦିନ ହେଲା ମୁଁ ପୀଡ଼ିତ ହେବାରୁ ମୋହର ମୁନିବ ମୋତେ ଛାଡ଼ି ଚାଲିଗଲା।
14 Mun kai hari a Negeb ta Keretawa ta Yahuda, da Negeb ta Kaleb, muka kuma ƙone Ziklag.”
ଆମ୍ଭେମାନେ କରେଥୀୟମାନଙ୍କ ଦକ୍ଷିଣାଞ୍ଚଳ ଆକ୍ରମଣ କଲୁ ଓ ଆମ୍ଭେମାନେ ସିକ୍ଲଗ୍‍କୁ ଅଗ୍ନିରେ ଓ ଯିହୁଦାର ଅଧିକାର ଓ କାଲେବର ଦକ୍ଷିଣାଞ୍ଚଳ ଦଗ୍ଧ କଲୁ।”
15 Dawuda ya ce masa, “Za ka iya kai ni wurin maharan nan?” Ya ce, “Idan ka rantse mini da Allah, ba za ka kashe ni ba, ba kuwa za ka mai da ni wurin ubangidana ba, sai in kai ka inda maharan suke.”
ତହିଁରେ ଦାଉଦ ତାହାକୁ କହିଲେ, “ତୁମ୍ଭେ କʼଣ ଆମ୍ଭକୁ ସେହି ସୈନ୍ୟଦଳ ନିକଟକୁ ନେଇଯିବ?” ତହୁଁ ସେ କହିଲା, “ତୁମ୍ଭେ ଯେ ମୋତେ ବଧ କରିବ ନାହିଁ, ଅବା ମୋହର ମୁନିବ ହସ୍ତରେ ମୋତେ ସମର୍ପଣ କରିବ ନାହିଁ, ଏହା ପରମେଶ୍ୱରଙ୍କ ନାମରେ ଶପଥ କର, ତେବେ ମୁଁ ସେହି ସୈନ୍ୟଦଳ ନିକଟକୁ ତୁମ୍ଭକୁ ନେଇଯିବି।”
16 Ya bi da Dawuda har zuwa can, sai ga su a baje ko’ina a ƙasa, suna ci, suna sha, suna annashuwa saboda yawan ganimar da suka kwashe daga ƙasar Filistiyawa da ƙasar Yahuda.
ଏଉତ୍ତାରେ ସେ ତାଙ୍କୁ ନେଇଯାଆନ୍ତେ, ଦେଖ, ପଲେଷ୍ଟୀୟମାନଙ୍କର ଓ ଯିହୁଦାର ଦେଶରୁ ପ୍ରଚୁର ଲୁଟଦ୍ରବ୍ୟ ଆଣିଥିବାରୁ ସେମାନେ ଭୂମିଯାକ ବ୍ୟାପି ଭୋଜନପାନ ଓ ଉତ୍ସବ କରୁଅଛନ୍ତି।
17 Dawuda ya yaƙe su tun daga fāɗuwar rana har yammar kashegari. Ba ko ɗaya da ya tsira sai samari ɗari huɗu waɗanda suka tsere a kan raƙuma.
ଏହେତୁ ଦାଉଦ ଗୋଧୂଳି ସମୟାବଧି ପରଦିନ ସନ୍ଧ୍ୟା ପର୍ଯ୍ୟନ୍ତ ସେମାନଙ୍କୁ ଆଘାତ କଲେ; ଆଉ ଯେଉଁ ଚାରି ଶହ ଯୁବା ଲୋକ ଓଟ ଚଢ଼ି ପଳାଇଲେ, ସେମାନଙ୍କ ଛଡ଼ା ସେହି ଲୋକମାନଙ୍କ ମଧ୍ୟରୁ; ଜଣେ ଅବଶିଷ୍ଟ ରହିଲା ନାହିଁ।
18 Dawuda ya ƙwato kome da Amalekawa suka kwashe tare da matarsa biyu.
ପୁଣି, ଅମାଲେକୀୟମାନେ ଯାହା କିଛି ନେଇ ଯାଇଥିଲେ, ଦାଉଦ ସେସମସ୍ତ ଉଦ୍ଧାର କଲେ; ମଧ୍ୟ ଦାଉଦ ଆପଣାର ଦୁଇ ଭାର୍ଯ୍ୟାଙ୍କୁ ମୁକ୍ତ କଲେ।
19 Babu abin da ya ɓace, Dawuda ya dawo da kowa, manya da ƙanana,’yan maza da’yan mata duka, da dukan abubuwan da Amalekawa suka kwashe.
ପୁଣି, ସେମାନଙ୍କର ସାନ କି ବଡ଼, ପୁତ୍ର କି କନ୍ୟା, ଲୁଟଦ୍ରବ୍ୟ କି ଯାହା କିଛି ଅମାଲେକୀୟମାନେ ନେଇଥିଲେ, ତହିଁରୁ କିଛି ଊଣା ହେଲା ନାହିଁ; ଦାଉଦ ସବୁ ଫେରି ପାଇଲେ।
20 Ya kuma ƙwato garkunan tumaki, da na awaki, da na shanu. Mutanensa suka koro shanun, suka yi gaba, suka ce, “Wannan shi ne ganimar Dawuda.”
ଆଉ ସେମାନେ ନିଜ ପଶୁପଲ ଆଗେ ଆଗେ ଯେଉଁ ଅନ୍ୟ ଗୋମେଷାଦି ପଲ ଅଡ଼ାଇ ନେଉଥିଲେ, ଦାଉଦ ସେସବୁ ନେଲେ, ପୁଣି, ଲୋକମାନେ କହିଲେ, ଏ ଦାଉଦଙ୍କ ଲୁଟଦ୍ରବ୍ୟ।
21 Da Dawuda ya zo wurin mutum ɗari biyu ɗin nan waɗanda suka tafke, suka kāsa binsa, waɗanda aka bari a bakin Kwarin Besor, sai suka taryi Dawuda da mutanensa da suka tafi tare da shi. Sa’ad da Dawuda ya zo kusa da su, sai ya gaishe su.
ଏଉତ୍ତାରେ ଅତି କ୍ଳାନ୍ତ ହୋଇ ଦାଉଦଙ୍କର ପଛେ ପଛେ ଯାଇ ନ ପାରିବାରୁ ଯେଉଁ ଦୁଇ ଶହ ଲୋକଙ୍କୁ ସେମାନେ ବିଷୋର ନଦୀ ନିକଟରେ ରଖି ଯାଇଥିଲେ, ଦାଉଦ ସେମାନଙ୍କ ନିକଟକୁ ଗଲେ; ତହୁଁ ସେମାନେ ଦାଉଦଙ୍କୁ ଭେଟିବାକୁ ଓ ତାଙ୍କ ସଙ୍ଗୀ ଲୋକମାନଙ୍କୁ ଭେଟିବାକୁ ବାହାରିଲେ; ପୁଣି, ଦାଉଦ ଲୋକମାନଙ୍କ ନିକଟବର୍ତ୍ତୀ ହୋଇ ସେମାନଙ୍କୁ କୁଶଳବାର୍ତ୍ତା ପଚାରିଲେ।
22 Sai dukan mugaye da marasa kirki daga cikin mutanen da suka tafi tare da Dawuda suka ce, “Tun da yake ba su tafi tare da mu ba, ba za mu ba su kome daga cikin ganimar da muka ƙwato ba, sai dai kowane mutum yă ɗauki matarsa da’ya’yansa yă tafi.”
ସେତେବେଳେ ଦାଉଦଙ୍କ ସଙ୍ଗରେ ଯେଉଁମାନେ ଯାଇଥିଲେ, ସେମାନଙ୍କ ମଧ୍ୟରୁ ଦୁଷ୍ଟ ଓ ପାପାଧମ ମନୁଷ୍ୟ ସମସ୍ତେ ଉତ୍ତର ଦେଇ କହିଲେ, “ସେମାନେ ଆମ୍ଭ ସଙ୍ଗରେ ଗଲେ ନାହିଁ, ଏଥିପାଇଁ ଆମ୍ଭେମାନେ ପ୍ରାପ୍ତ ଲୁଟଦ୍ରବ୍ୟରୁ ସେମାନଙ୍କୁ କିଛି ଦେବୁ ନାହିଁ, କେବଳ ସେମାନଙ୍କର ପ୍ରତ୍ୟେକ ଲୋକକୁ ତାହାର ଭାର୍ଯ୍ୟା ଓ ସନ୍ତାନସନ୍ତତି ଦେବୁ, ସେମାନେ ତାଙ୍କୁ ନେଇ ଚାଲିଯାଆନ୍ତୁ।”
23 Dawuda ya ce, “A’a,’yan’uwana ba za ku yi haka da abin da Ubangiji ya ba mu ba. Ya tsare mu, ya kuma bashe sojojin da suka yi gāba da mu a hannuwanmu.
ଏଥିରେ ଦାଉଦ ସେମାନଙ୍କୁ କହିଲେ, “ହେ ମୋହର ଭ୍ରାତୃଗଣ, ଯେଉଁ ସଦାପ୍ରଭୁ ଆମ୍ଭମାନଙ୍କୁ ରକ୍ଷା କରି ଆମ୍ଭମାନଙ୍କ ପ୍ରତିକୂଳଗାମୀ ସୈନ୍ୟଦଳକୁ ଆମ୍ଭମାନଙ୍କ ହସ୍ତରେ ସମର୍ପଣ କଲେ, ସେ ଆମ୍ଭମାନଙ୍କୁ ଯାହା ଦେଇଅଛନ୍ତି, ତାହା ନେଇ ତୁମ୍ଭମାନଙ୍କର ଏରୂପ କରିବା ଉଚିତ ନୁହେଁ।
24 Wa zai goyi bayanku a kan wannan al’amari? Wanda ya tafi wurin yaƙi da wanda ya zauna wurin kaya, rabonsu zai zama daidai.”
ପୁଣି, ଏ ବିଷୟରେ ତୁମ୍ଭମାନଙ୍କର କଥା କିଏ ଶୁଣିବ? କାରଣ ଯୁଦ୍ଧକୁ ଗମନକାରୀ ଲୋକ ଯେପରି ଆପଣା ଅଂଶ ପାଇବ, ସାମଗ୍ରୀ ନିକଟରେ ରହିବା ଲୋକ ସେପରି ଅଂଶ ପାଇବ, ସେମାନେ ସମାନ ଅଂଶ ପାଇବେ।”
25 Dawuda ya sa wannan tă zama dawwammamiyar farilla ga Isra’ila tun daga wannan rana har yă zuwa yau.
ପୁଣି, ଦାଉଦ ସେହି ଦିନାବଧି ଇସ୍ରାଏଲ ନିମନ୍ତେ ଏହି ବିଧି ଓ ଶାସନ ସ୍ଥିର କଲେ, ତାହା ଆଜି ପର୍ଯ୍ୟନ୍ତ ଚଳୁଅଛି।
26 Da Dawuda ya iso Ziklag, sai ya aika wa abokansa, dattawan Yahuda da rabo daga cikin ganimar ya ce, “Ga kyauta dominku, daga cikin ganimar maƙiyan Ubangiji.”
ଏଉତ୍ତାରେ ଦାଉଦ ସିକ୍ଲଗ୍‍ରେ ଉପସ୍ଥିତ ହୁଅନ୍ତେ, ସେ ବେଥେଲ୍‍ ଓ ଦକ୍ଷିଣାଞ୍ଚଳସ୍ଥ ରାମତ୍‍ ଓ ଯତ୍ତୀର
27 Kyautar domin waɗanda suke a Betel, da Ramot ta Negeb, da Yattir,
ଓ ଅରୋୟେର ଓ ଶିଫ୍‍ମୋତ୍‍ ଓ ଇଷ୍ଟିମୋୟ;
28 da Arower, da Sifmot, da Eshtemowa,
ରାଖଲ ଓ ଯିରହମେଲୀୟମାନଙ୍କ ନଗର ଓ କେନୀୟମାନଙ୍କ ନଗର
29 da Rakal, da garuruwan Yerameyelawa, da garuruwan Keniyawa,
ଓ ହର୍ମା ଓ କୋରାଶନ ଓ ଅଥାକ୍‍
30 da Horma, da Bor-Ashan, da Atak,
ଓ ହିବ୍ରୋଣ ଓ ଯେ ଯେ ସ୍ଥାନରେ ଦାଉଦଙ୍କର ଓ ତାଙ୍କ ଲୋକମାନଙ୍କର ଗମନାଗମନ ହୋଇଥିଲା,
31 da Hebron, da dukan wuraren da Dawuda da mutanensa suka taɓa zagawa.
ସେହି ସମସ୍ତ ସ୍ଥାନସ୍ଥିତ ଆପଣା ମିତ୍ର ଯିହୁଦାର ପ୍ରାଚୀନବର୍ଗଙ୍କ ନିକଟକୁ ଲୁଟିତ ଦ୍ରବ୍ୟରୁ କିଛି କିଛି ପଠାଇ କହିଲେ, “ଦେଖ, ସଦାପ୍ରଭୁଙ୍କ ଶତ୍ରୁମାନଙ୍କଠାରୁ ଲୁଟିତ ଦ୍ରବ୍ୟ ମଧ୍ୟରୁ ତୁମ୍ଭମାନଙ୍କ ନିମନ୍ତେ ଏହି ଭେଟି।”

< 1 Sama’ila 30 >