< Matthew 11 >

1 When Jesus had finished directing his twelve disciples, he departed from there to teach and preach in their cities.
ଯୀଶୁ ଆପଣା ବାର ଜଣ ଶିଷ୍ୟଙ୍କୁ ଆଦେଶ ଦେବାର ସମାପ୍ତ କଲା ପରେ ଗାଲିଲୀର ନଗରସମୂହରେ ଶିକ୍ଷା ଦେବାକୁ ଓ ଘୋଷଣା କରିବାକୁ ସେ ସ୍ଥାନରୁ ବାହାରିଗଲେ।
2 Now when John heard in the prison the works of Christ, he sent two of his disciples
ଏଥିମଧ୍ୟରେ ବାପ୍ତିଜକ ଯୋହନ ଖ୍ରୀଷ୍ଟଙ୍କ କର୍ମର ବିବରଣ କାରାଗାରରେ ଶୁଣି ଆପଣା ଶିଷ୍ୟମାନଙ୍କ ଦ୍ୱାରା ତାହାଙ୍କୁ ପଚାରି ପଠାଇଲେ,
3 and said to him, “Are you he who comes, or should we look for another?”
ଯାହାଙ୍କର ଆଗମନ ହେବ, ସେହି ବ୍ୟକ୍ତି କି ଆପଣ, ଅବା ଆମ୍ଭେମାନେ ଅନ୍ୟ ଜଣଙ୍କ ଅପେକ୍ଷାରେ ରହିବୁ?
4 Jesus answered them, “Go and tell John the things which you hear and see:
ଯୀଶୁ ସେମାନଙ୍କୁ ଉତ୍ତର ଦେଲେ, “ତୁମ୍ଭେମାନେ ଯାଇ, ଯାହା ଯାହା ଶୁଣିଅଛ ଓ ଦେଖିଅଛ, ସେହିସବୁ ଯୋହନଙ୍କୁ ଜଣାଅ;
5 the blind receive their sight, the lame walk, the lepers are cleansed, the deaf hear, the dead are raised up, and the poor have good news preached to them.
ଅନ୍ଧମାନେ ଦୃଷ୍ଟି ପାଆନ୍ତି, ଖଞ୍ଜମାନେ ଗମନ କରନ୍ତି, କୁଷ୍ଠରୋଗୀମାନେ ଶୁଚି ହୁଅନ୍ତି, ବଧିରମାନେ ଶ୍ରବଣ କରନ୍ତି, ମୃତମାନେ ଉତ୍ଥାପିତ ହୁଅନ୍ତି, ପୁଣି, ଦରିଦ୍ରମାନଙ୍କ ନିକଟରେ ସୁସମାଚାର ପ୍ରଚାରିତ ହୁଏ;
6 Blessed is he who finds no occasion for stumbling in me.”
ଆଉ, ଯେ କେହି ମୋʼ ଠାରେ ବିଘ୍ନର କାରଣ ନ ପାଏ, ସେ ଧନ୍ୟ।”
7 As these went their way, Jesus began to say to the multitudes concerning John, “What did you go out into the wilderness to see? A reed shaken by the wind?
ସେମାନେ ଚାଲିଯାଉଥିବା ସମୟରେ ଯୀଶୁ ଯୋହନଙ୍କ ସମ୍ବନ୍ଧରେ ଲୋକସମୂହକୁ କହିବାକୁ ଲାଗିଲେ, “ତୁମ୍ଭେମାନେ କଅଣ ଦେଖିବା ପାଇଁ ପ୍ରାନ୍ତରକୁ ବାହାରିଯାଇଥିଲ? କଅଣ ପବନରେ ଦୋହଲୁଥିବା ଗୋଟିଏ ନଳ?
8 But what did you go out to see? A man in soft clothing? Behold, those who wear soft clothing are in kings’ houses.
ତାହାହେଲେ ତୁମ୍ଭେମାନେ କଅଣ ଦେଖିବା ପାଇଁ ବାହାରିଯାଇଥିଲ? କଅଣ ସୂକ୍ଷ୍ମ ବସ୍ତ୍ର ପିନ୍ଧିଥିବା ଜଣେ ବ୍ୟକ୍ତିଙ୍କୁ? ଦେଖ, ଯେଉଁମାନେ ସୂକ୍ଷ୍ମ ବସ୍ତ୍ର ପିନ୍ଧନ୍ତି, ସେମାନେ ରାଜପ୍ରାସାଦରେ ଥାଆନ୍ତି।
9 But why did you go out? To see a prophet? Yes, I tell you, and much more than a prophet.
ତାହା ନ ହେଲେ କି ନିମନ୍ତେ ବାହାରିଯାଇଥିଲ? କଅଣ ଜଣେ ଭାବବାଦୀଙ୍କୁ ଦେଖିବାକୁ? ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ଭାବବାଦୀଙ୍କ ଅପେକ୍ଷା ଅଧିକ ଶ୍ରେଷ୍ଠ ବ୍ୟକ୍ତିଙ୍କୁ;
10 For this is he, of whom it is written, ‘Behold, I send my messenger before your face, who will prepare your way before you.’
ଯାହାଙ୍କ ବିଷୟରେ ଏହା ଲେଖାଅଛି, ‘ଦେଖ, ଆମ୍ଭେ ଆପଣା ଦୂତକୁ ତୁମ୍ଭ ଆଗରେ ପଠାଉଅଛୁ, ସେ ତୁମ୍ଭ ସମ୍ମୁଖରେ ତୁମ୍ଭର ପଥ ପ୍ରସ୍ତୁତ କରିବ, ଏ ସେହି ବ୍ୟକ୍ତି।’
11 Most certainly I tell you, among those who are born of women there has not arisen anyone greater than John the Baptizer; yet he who is least in the Kingdom of Heaven is greater than he.
ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ସ୍ତ୍ରୀଗର୍ଭଜାତ ସମସ୍ତଙ୍କ ମଧ୍ୟରେ ବାପ୍ତିଜକ ଯୋହନଙ୍କଠାରୁ ମହାନ କେହି ଉତ୍ପନ୍ନ ହୋଇ ନାହାନ୍ତି; ତଥାପି ସ୍ୱର୍ଗରାଜ୍ୟରେ ଯେ କ୍ଷୁଦ୍ରତମ, ସେ ତାହାଙ୍କଠାରୁ ମହାନ।
12 From the days of John the Baptizer until now, the Kingdom of Heaven suffers violence, and the violent take it by force.
ଆଉ, ବାପ୍ତିଜକ ଯୋହନଙ୍କ ସମୟଠାରୁ ଆଜି ପର୍ଯ୍ୟନ୍ତ ସ୍ୱର୍ଗରାଜ୍ୟ ବଳରେ ଆକ୍ରାନ୍ତ ହେଉଅଛି; ପୁଣି, ବଳରେ ଆକ୍ରମଣକାରୀମାନେ ପରାକ୍ରମରେ ତାହା ଅଧିକାର କରୁଅଛନ୍ତି।
13 For all the prophets and the law prophesied until John.
କାରଣ ସମସ୍ତ ଭାବବାଦୀ ଓ ମୋଶାଙ୍କ ବ୍ୟବସ୍ଥା ବାପ୍ତିଜକ ଯୋହନଙ୍କ ସମୟ ପର୍ଯ୍ୟନ୍ତ ଭାବବାଣୀ କରୁଥିଲେ।
14 If you are willing to receive it, this is Elijah, who is to come.
ଆଉ, ତୁମ୍ଭେମାନେ ଯେବେ ଗ୍ରହଣ କରିବାକୁ ଇଚ୍ଛା କର, ତେବେ ଯେଉଁ ଏଲୀୟଙ୍କ ଆସିବାର ଅଛି, ଏ ସେହି।
15 He who has ears to hear, let him hear.
ଯାହାର କାନ ଅଛି, ସେ ଶୁଣୁ।
16 “But to what shall I compare this generation? It is like children sitting in the marketplaces, who call to their companions
କିନ୍ତୁ ମୁଁ କାହା ସାଙ୍ଗରେ ବର୍ତ୍ତମାନ ପୁରୁଷର ତୁଳନା କରିବି? ପିଲାମାନଙ୍କ ପରି ଯେଉଁମାନେ ହାଟବଜାରରେ ବସି ଅନ୍ୟମାନଙ୍କୁ ଡାକି କହନ୍ତି,
17 and say, ‘We played the flute for you, and you didn’t dance. We mourned for you, and you didn’t lament.’
‘ଆମ୍ଭେମାନେ ତୁମ୍ଭମାନଙ୍କ ପାଖରେ ବଂଶୀ ବଜାଇଲୁ, ତୁମ୍ଭେମାନେ ନାଚିଲ ନାହିଁ; ଆମ୍ଭେମାନେ ବିଳାପ କଲୁ, ତୁମ୍ଭେମାନେ ଛାତିରେ ମାରି ହେଲ ନାହିଁ ବର୍ତ୍ତମାନ ପୁରୁଷ ସେମାନଙ୍କ ପରି।’
18 For John came neither eating nor drinking, and they say, ‘He has a demon.’
କାରଣ ଯୋହନ ଆସି ଭୋଜନପାନ କଲେ ନାହିଁ, ଆଉ ଲୋକେ କହନ୍ତି, ‘ସେ ଭୂତଗ୍ରସ୍ତ।’
19 The Son of Man came eating and drinking, and they say, ‘Behold, a gluttonous man and a drunkard, a friend of tax collectors and sinners!’ But wisdom is justified by her children.”
ମନୁଷ୍ୟପୁତ୍ର ଆସି ଭୋଜନପାନ କରନ୍ତି, ଆଉ ଲୋକେ କହନ୍ତି, ଦେଖ, ଏ ଜଣେ ପେଟୁକ ଓ ମଦୁଆ, କରଗ୍ରାହୀ ଓ ପାପୀମାନଙ୍କର ବନ୍ଧୁ; ମାତ୍ର ଜ୍ଞାନ ଆପଣା କର୍ମ ଦ୍ୱାରା ଯଥାର୍ଥ ବୋଲି ପ୍ରମାଣିତ ହେଲା।”
20 Then he began to denounce the cities in which most of his mighty works had been done, because they didn’t repent.
ସେତେବେଳେ ଯେଉଁ ଯେଉଁ ନଗରରେ ତାହାଙ୍କର ଅଧିକାଂଶ ଆଶ୍ଚର୍ଯ୍ୟର କାର୍ଯ୍ୟ କରାଯାଇଥିଲା, ସେହି ସେହି ନଗରକୁ ସେ ତିରସ୍କାର କରିବାକୁ ଲାଗିଲେ, କାରଣ ସେମାନେ ମନ-ପରିବର୍ତ୍ତନ କରି ନ ଥିଲେ।
21 “Woe to you, Chorazin! Woe to you, Bethsaida! For if the mighty works had been done in Tyre and Sidon which were done in you, they would have repented long ago in sackcloth and ashes.
“ହାୟ, ଦଣ୍ଡର ପାତ୍ର କୋରାଜୀନ୍, ହାୟ, ଦଣ୍ଡର ପାତ୍ର ବେଥ୍‌ସାଇଦା, କାରଣ ତୁମ୍ଭମାନଙ୍କ ମଧ୍ୟରେ ଯେଉଁ ଯେଉଁ ମହତର କାର୍ଯ୍ୟ କରାଯାଇଅଛି, ସେହିସବୁ ଯେବେ ସୋର ଓ ସୀଦୋନ ସହରମାନଙ୍କରେ କରାଯାଇଥାଆନ୍ତା, ତେବେ ସେମାନେ ସମୟ ପୂର୍ବରୁ ଅଖା ପିନ୍ଧି ପାଉଁଶରେ ବସି ମନ-ପରିବର୍ତ୍ତନ କରିଥାଆନ୍ତେ।
22 But I tell you, it will be more tolerable for Tyre and Sidon on the day of judgment than for you.
ତଥାପି ମୁଁ ତୁମ୍ଭମାନଙ୍କୁ କହୁଅଛି, ବିଚାର ଦିନରେ ତୁମ୍ଭମାନଙ୍କ ଦଶା ଅପେକ୍ଷା ସୋର ଓ ସୀଦୋନର ଦଶା ସହନୀୟ ହେବ।
23 You, Capernaum, who are exalted to heaven, you will go down to Hades. For if the mighty works had been done in Sodom which were done in you, it would have remained until today. (Hadēs g86)
ଆଉ ରେ କଫର୍ନାହୂମ, ତୁ କଅଣ ସ୍ୱର୍ଗ ପର୍ଯ୍ୟନ୍ତ ଉନ୍ନତ ହେବୁ? ପାତାଳ ପର୍ଯ୍ୟନ୍ତ ତୋର ଅଧୋଗତି ହେବ, କାରଣ ତୋʼ ମଧ୍ୟରେ ଯେଉଁ ଯେଉଁ ମହତର କାର୍ଯ୍ୟ କରାଯାଇଅଛି, ସେହିସବୁ ଯେବେ ସଦୋମରେ କରାଯାଇଥାଆନ୍ତା, ତେବେ ତାହା ଆଜି ପର୍ଯ୍ୟନ୍ତ ରହିଥାଆନ୍ତା। (Hadēs g86)
24 But I tell you that it will be more tolerable for the land of Sodom on the day of judgment, than for you.”
ତଥାପି ମୁଁ ତୁମ୍ଭମାନଙ୍କୁ କହୁଅଛି, ବିଚାର ଦିନରେ ତୋର ଦଶା ଅପେକ୍ଷା ସଦୋମ ଦେଶର ଦଶା ସହନୀୟ ହେବ।”
25 At that time, Jesus answered, “I thank you, Father, Lord of heaven and earth, that you hid these things from the wise and understanding, and revealed them to infants.
ସେହି ସମୟରେ ଯୀଶୁ ଉତ୍ତର ଦେଲେ, “ପିତଃ, ସ୍ୱର୍ଗ ଓ ପୃଥିବୀର ପ୍ରଭୁ, ତୁମ୍ଭେ ଜ୍ଞାନୀ ଓ ବୁଦ୍ଧିମାନ ଲୋକମାନଙ୍କଠାରୁ ଏହି ସମସ୍ତ ବିଷୟ ଗୁପ୍ତ ରଖି ଶିଶୁମାନଙ୍କ ନିକଟରେ ପ୍ରକାଶ କଲ, ଏନିମନ୍ତେ ତୁମ୍ଭର ସ୍ତୁତିବାଦ କରୁଅଛି;
26 Yes, Father, for so it was well-pleasing in your sight.
ହଁ, ପିତଃ, କାରଣ ଏହା ତୁମ୍ଭ ଦୃଷ୍ଟିରେ ସନ୍ତୋଷର ବିଷୟ ହେଲା।
27 All things have been delivered to me by my Father. No one knows the Son, except the Father; neither does anyone know the Father, except the Son and he to whom the Son desires to reveal him.
ମୋହର ପିତାଙ୍କ କର୍ତ୍ତୃକ ସମସ୍ତ ବିଷୟ ମୋʼ ଠାରେ ସମର୍ପିତ ହୋଇଅଛି, ଆଉ ପୁତ୍ରଙ୍କୁ କେହି ଜାଣେ ନାହିଁ, କେବଳ ପିତା ଜାଣନ୍ତି, ପୁଣି, ପିତାଙ୍କୁ କେହି ଜାଣେ ନାହିଁ, କେବଳ ପୁତ୍ର ଜାଣନ୍ତି, ଆଉ ପୁତ୍ର ଯାହା ପାଖରେ ତାହାଙ୍କୁ ପ୍ରକାଶ କରିବାକୁ ଇଚ୍ଛା କରନ୍ତି, ସେ ଜାଣେ।
28 “Come to me, all you who labor and are heavily burdened, and I will give you rest.
ହେ ପରିଶ୍ରାନ୍ତ ଓ ଭାରଗ୍ରସ୍ତ ଲୋକ ସମସ୍ତେ, ମୋʼ ନିକଟକୁ ଆସ, ମୁଁ ତୁମ୍ଭମାନଙ୍କୁ ବିଶ୍ରାମ ଦେବି।
29 Take my yoke upon you and learn from me, for I am gentle and humble in heart; and you will find rest for your souls.
ମୋହର ଜୁଆଳି ଆପଣା ଆପଣା ଉପରେ ଘେନ, ପୁଣି, ମୋʼ ନିକଟରୁ ଶିଖ, କାରଣ, ମୁଁ ମୃଦୁଶୀଳ ଓ ନମ୍ରଚିତ୍ତ, ଆଉ ତୁମ୍ଭେମାନେ ଆପଣା ଆପଣା ଆତ୍ମାରେ ବିଶ୍ରାମ ପାଇବ;
30 For my yoke is easy, and my burden is light.”
ଯେଣୁ ମୋହର ଜୁଆଳି ସହଜ ଓ ମୋହର ଭାର ଉଶ୍ୱାସ।”

< Matthew 11 >