< Mark 1 >

1 The beginning of the Good News of Jesus Christ, the Son of God.
ଈଶ୍ବରଙ୍କ ପୁତ୍ର ଯୀଶୁ ଖ୍ରୀଷ୍ଟଙ୍କ ସୁସମାଚାରର ଆରମ୍ଭ।
2 As it is written in the prophets, “Behold, I send my messenger before your face, who will prepare your way before you:
ଯିଶାଇୟ ଭାବବାଦୀଙ୍କ ଶାସ୍ତ୍ରରେ ଯେପରି ଲେଖାଅଛି, “ଦେଖ, ଆମ୍ଭେ ଆପଣା ଦୂତକୁ ତୁମ୍ଭ ଆଗରେ ପ୍ରେରଣ କରୁଅଛୁ, ସେ ତୁମ୍ଭର ପଥ ପ୍ରସ୍ତୁତ କରିବ;
3 the voice of one crying in the wilderness, ‘Make ready the way of the Lord! Make his paths straight!’”
ପ୍ରାନ୍ତରରେ ଉଚ୍ଚ ଶବ୍ଦ କରୁଥିବା ଜଣକର ସ୍ୱର, ପ୍ରଭୁଙ୍କ ପଥ ପ୍ରସ୍ତୁତ କର, ତାହାଙ୍କ ରାଜଦାଣ୍ଡ ସଳଖ କର।”
4 John came baptizing in the wilderness and preaching the baptism of repentance for forgiveness of sins.
ବାପ୍ତିଜକ ଯୋହନ ପ୍ରାନ୍ତରରେ ଉପସ୍ଥିତ ହୋଇ ପାପ କ୍ଷମା ନିମନ୍ତେ ମନ-ପରିବର୍ତ୍ତନର ବାପ୍ତିସ୍ମ ଘୋଷଣା କରିବାକୁ ଲାଗିଲେ।
5 All the country of Judea and all those of Jerusalem went out to him. They were baptized by him in the Jordan river, confessing their sins.
ସେଥିରେ ସମଗ୍ର ଯିହୂଦିୟା ପ୍ରଦେଶ ଓ ସମସ୍ତ ଯିରୂଶାଲମ ସହରନିବାସୀ ବାହାରି ତାହାଙ୍କ ନିକଟକୁ ଆସିବାକୁ ଲାଗିଲେ ଓ ଆପଣା ଆପଣା ପାପ ସ୍ୱୀକାର କରି ତାହାଙ୍କ ଦ୍ୱାରା ଯର୍ଦ୍ଦନ ନଦୀରେ ବାପ୍ତିଜିତ ହେଲେ।
6 John was clothed with camel’s hair and a leather belt around his waist. He ate locusts and wild honey.
ଯୋହନ ଓଟ ଲୋମର ବସ୍ତ୍ର ପିନ୍ଧୁଥିଲେ ଓ ଆପଣା କଟିରେ ଚର୍ମପଟୁକା ବାନ୍ଧୁଥିଲେ, ପୁଣି, ପଙ୍ଗପାଳ ଓ ବନମଧୁ ଖାଉଥିଲେ।
7 He preached, saying, “After me comes he who is mightier than I, the thong of whose sandals I am not worthy to stoop down and loosen.
ସେ ଘୋଷଣା କରି କହିବାକୁ ଲାଗିଲେ, “ମୋʼଠାରୁ ଯେ ଅଧିକ ଶକ୍ତିମାନ, ସେ ମୋʼ ଉତ୍ତାରେ ଆସୁଅଛନ୍ତି; ମୁଁ ଅବନତ ହୋଇ ତାହାଙ୍କ ପାଦୁକାର ବନ୍ଧନ ଫିଟାଇବାକୁ ଯୋଗ୍ୟ ନୁହେଁ।
8 I baptized you in water, but he will baptize you in the Holy Spirit.”
ମୁଁ ତୁମ୍ଭମାନଙ୍କୁ ଜଳରେ ବାପ୍ତିସ୍ମ ଦେଲି, ମାତ୍ର ସେ ତୁମ୍ଭମାନଙ୍କୁ ପବିତ୍ର ଆତ୍ମାରେ ବାପ୍ତିସ୍ମ ଦେବେ।”
9 In those days, Jesus came from Nazareth of Galilee, and was baptized by John in the Jordan.
ସେହି ସମୟରେ ଯୀଶୁ ଗାଲିଲୀର ନାଜରିତରୁ ଆସି ଯର୍ଦ୍ଦନ ନଦୀରେ ଯୋହନଙ୍କ ଦ୍ୱାରା ବାପ୍ତିଜିତ ହେଲେ।
10 Immediately coming up from the water, he saw the heavens parting and the Spirit descending on him like a dove.
ଆଉ, ସେହିକ୍ଷଣି ସେ ଜଳରୁ ଉଠି ଆସିବା ସମୟରେ ଆକାଶ ଉନ୍ମୁକ୍ତ ହେବା ଓ ପବିତ୍ର ଆତ୍ମାଙ୍କୁ କପୋତ ପରି ଆପଣା ଉପରକୁ ଓହ୍ଲାଇ ଆସିବା ଦେଖିଲେ,
11 A voice came out of the sky, “You are my beloved Son, in whom I am well pleased.”
ପୁଣି, ଆକାଶରୁ ଏହି ବାଣୀ ହେଲା, “ତୁମ୍ଭେ ଆମ୍ଭର ପ୍ରିୟ ପୁତ୍ର, ତୁମ୍ଭଠାରେ ଆମ୍ଭର ପରମ ସନ୍ତୋଷ।”
12 Immediately the Spirit drove him out into the wilderness.
ସେହିକ୍ଷଣି ପବିତ୍ର ଆତ୍ମା ତାହାଙ୍କୁ ପ୍ରାନ୍ତରକୁ ଘେନିଗଲେ।
13 He was there in the wilderness forty days, tempted by Satan. He was with the wild animals; and the angels were serving him.
ଯୀଶୁ ପ୍ରାନ୍ତରରେ ଚାଳିଶ ଦିନ ରହି ଶୟତାନ ଦ୍ୱାରା ପରୀକ୍ଷିତ ହେଉଥିବା ସମୟରେ, ସେ ବନ୍ୟ-ପଶୁମାନଙ୍କ ସହିତ ରହିଲେ, ପୁଣି, ଦୂତମାନେ ତାହାଙ୍କ ସେବା କରୁଥିଲେ।
14 Now after John was taken into custody, Jesus came into Galilee, preaching the Good News of God’s Kingdom,
ଯୋହନ କାରାରୁଦ୍ଧ ହେଲା ପରେ ଯୀଶୁ ଗାଲିଲୀକୁ ଆସି ଈଶ୍ବରଙ୍କ ସୁସମାଚାର ଘୋଷଣା କରି କହିବାକୁ ଲାଗିଲେ,
15 and saying, “The time is fulfilled, and God’s Kingdom is at hand! Repent, and believe in the Good News.”
“କାଳ ସମ୍ପୂର୍ଣ୍ଣ ହେଲାଣି, ଈଶ୍ବରଙ୍କ ରାଜ୍ୟ ସନ୍ନିକଟ; ମନ-ପରିବର୍ତ୍ତନ କର ଓ ସୁସମାଚାରରେ ବିଶ୍ୱାସ କର।”
16 Passing along by the sea of Galilee, he saw Simon and Andrew, the brother of Simon, casting a net into the sea, for they were fishermen.
ସେ ଗାଲିଲୀ ସମୁଦ୍ରକୂଳ ଦେଇ ଯାଉଥିବା ସମୟରେ ଶିମୋନ ଓ ତାହାଙ୍କ ଭାଇ ଆନ୍ଦ୍ରିୟଙ୍କୁ ସମୁଦ୍ରରେ ଭଉଁରୀଜାଲ ପକାଉଥିବା ଦେଖିଲେ, କାରଣ ସେମାନେ ମତ୍ସ୍ୟଜୀବୀ ଥିଲେ।
17 Jesus said to them, “Come after me, and I will make you into fishers for men.”
ଯୀଶୁ ସେମାନଙ୍କୁ କହିଲେ, “ମୋହର ଅନୁଗମନ କର, ମୁଁ ତୁମ୍ଭମାନଙ୍କୁ ମନୁଷ୍ୟ ଧରିବା ଶିଖାଇବି।”
18 Immediately they left their nets, and followed him.
ସେଥିରେ ସେମାନେ ସେହିକ୍ଷଣି ଜାଲ ଛାଡ଼ି ତାହାଙ୍କର ଅନୁଗମନ କଲେ।
19 Going on a little further from there, he saw James the son of Zebedee, and John his brother, who were also in the boat mending the nets.
ପୁଣି, ସେ ଅଳ୍ପ ଦୂର ଆଗକୁ ଯାଇ ଜେବଦୀଙ୍କ ପୁତ୍ର ଯାକୁବ ଓ ତାହାଙ୍କ ଭାଇ ଯୋହନଙ୍କୁ ନୌକାରେ ଜାଲ ସଜାଡ଼ୁଥିବା ଦେଖିଲେ।
20 Immediately he called them, and they left their father, Zebedee, in the boat with the hired servants, and went after him.
ସେହିକ୍ଷଣି ସେ ସେମାନଙ୍କୁ ଡାକିଲେ, ପୁଣି, ସେମାନେ ସେମାନଙ୍କର ପିତା ଜେବଦୀଙ୍କୁ ମୂଲିଆମାନଙ୍କ ସହିତ ନୌକାରେ ଛାଡ଼ି ତାହାଙ୍କର ଅନୁଗମନ କଲେ।
21 They went into Capernaum, and immediately on the Sabbath day he entered into the synagogue and taught.
ପରେ ସେମାନେ କଫର୍ନାହୂମକୁ ଗଲେ, ଆଉ ସେହିକ୍ଷଣି ସେ ବିଶ୍ରାମବାର ଦିନରେ ସମାଜଗୃହରେ ପ୍ରବେଶ କରି ଶିକ୍ଷା ଦେବାକୁ ଲାଗିଲେ।
22 They were astonished at his teaching, for he taught them as having authority, and not as the scribes.
ଲୋକମାନେ ତାହାଙ୍କ ଶିକ୍ଷାରେ ଆଶ୍ଚର୍ଯ୍ୟାନ୍ୱିତ ହେଲେ, କାରଣ ସେ ଶାସ୍ତ୍ରୀମାନଙ୍କ ପରି ଶିକ୍ଷା ନ ଦେଇ ଅଧିକାରପ୍ରାପ୍ତ ବ୍ୟକ୍ତିଙ୍କ ପରି ସେମାନଙ୍କୁ ଶିକ୍ଷା ଦେଉଥିଲେ।
23 Immediately there was in their synagogue a man with an unclean spirit, and he cried out,
ସେହିକ୍ଷଣି ସେମାନଙ୍କ ସମାଜଗୃହରେ ଥିବା ଜଣେ ଅଶୁଚି ଆତ୍ମାବିଷ୍ଟ ଲୋକ ଚିତ୍କାର କରି କହିଲା,
24 saying, “Ha! What do we have to do with you, Jesus, you Nazarene? Have you come to destroy us? I know who you are: the Holy One of God!”
ହେ ନାଜରିତୀୟ ଯୀଶୁ, ତୁମ୍ଭ ସାଙ୍ଗରେ ଆମ୍ଭମାନଙ୍କର କଅଣ ଅଛି? ତୁମ୍ଭେ କି ଆମ୍ଭମାନଙ୍କୁ ବିନାଶ କରିବାକୁ ଆସିଲ? ତୁମ୍ଭେ କିଏ, ତାହା ମୁଁ ଜାଣେ; ତୁମ୍ଭେ ଈଶ୍ବରଙ୍କ ସେହି ପବିତ୍ର ବ୍ୟକ୍ତି।
25 Jesus rebuked him, saying, “Be quiet, and come out of him!”
ଯୀଶୁ ତାହାକୁ ଧମକ ଦେଇ କହିଲେ, “ଚୁପ୍ କର୍, ଏହାଠାରୁ ବାହାରିଯା।”
26 The unclean spirit, convulsing him and crying with a loud voice, came out of him.
ସେଥିରେ ସେହି ଅଶୁଚି ଆତ୍ମା ତାହାକୁ ମୋଡ଼ିପକାଇ ଅତି ଉଚ୍ଚସ୍ୱରରେ ପାଟି କରି ତାହାଠାରୁ ବାହାରିଗଲା।
27 They were all amazed, so that they questioned among themselves, saying, “What is this? A new teaching? For with authority he commands even the unclean spirits, and they obey him!”
ଏଥିରେ ସମସ୍ତେ ଏତେ ବିସ୍ମୟାନ୍ୱିତ ହେଲେ ଯେ, ସେମାନେ ବାଦାନୁବାଦ କରି କହିବାକୁ ଲାଗିଲେ, ଏ କଅଣ? ଏ ତ ଅଧିକାରଯୁକ୍ତ ନୂତନ ଶିକ୍ଷା! ସେ ଅଶୁଚି ଆତ୍ମାମାନଙ୍କୁ ସୁଦ୍ଧା ଆଦେଶ ଦିଅନ୍ତି, ଆଉ ସେମାନେ ତାହାଙ୍କ ଆଜ୍ଞା ମାନନ୍ତି।
28 The report of him went out immediately everywhere into all the region of Galilee and its surrounding area.
ସେଥିରେ ତାହାଙ୍କ ସମ୍ବନ୍ଧୀୟ ସମାଚାର ସେହିକ୍ଷଣି ଗାଲିଲୀର ଚାରିଆଡ଼େ ସମସ୍ତ ଅଞ୍ଚଳରେ ବ୍ୟାପିଗଲା।
29 Immediately, when they had come out of the synagogue, they came into the house of Simon and Andrew, with James and John.
ତତ୍ପରେ ସେମାନେ ସମାଜଗୃହରୁ ବାହାରି ଯାକୁବ ଓ ଯୋହନଙ୍କ ସହିତ ସେହିକ୍ଷଣି ଶିମୋନ ଓ ଆନ୍ଦ୍ରିୟଙ୍କ ଗୃହକୁ ଗଲେ।
30 Now Simon’s wife’s mother lay sick with a fever, and immediately they told him about her.
ଶିମୋନଙ୍କ ଶାଶୁ ଜ୍ୱରରେ ଶଯ୍ୟାଗତା ଥିଲେ, ଆଉ ସେମାନେ ସେହିକ୍ଷଣି ତାହାଙ୍କ କଥା ଯୀଶୁଙ୍କୁ ଜଣାଇଲେ।
31 He came and took her by the hand and raised her up. The fever left her immediately, and she served them.
ସେଥିରେ ସେ ପାଖକୁ ଯାଇ ତାହାଙ୍କ ହସ୍ତ ଧରି ତାହାଙ୍କୁ ଉଠାଇଲେ, ଆଉ ତାହାଙ୍କୁ ଜ୍ୱର ଛାଡ଼ିଗଲା, ପୁଣି, ସେ ସେମାନଙ୍କ ସେବା କରିବାକୁ ଲାଗିଲେ।
32 At evening, when the sun had set, they brought to him all who were sick and those who were possessed by demons.
ସନ୍ଧ୍ୟା ସମୟରେ ସୂର୍ଯ୍ୟ ଅସ୍ତ ହେଲା ଉତ୍ତାରେ ଲୋକେ ତାହାଙ୍କ ଛାମୁକୁ ପୀଡ଼ିତ ଓ ଭୂତଗ୍ରସ୍ତ ସମସ୍ତଙ୍କୁ ଆଣିବାକୁ ଲାଗିଲେ,
33 All the city was gathered together at the door.
ପୁଣି, ନଗରବାସୀ ସମସ୍ତେ ଦ୍ୱାର ନିକଟରେ ଏକତ୍ର ହେଲେ।
34 He healed many who were sick with various diseases and cast out many demons. He didn’t allow the demons to speak, because they knew him.
ସେଥିରେ ସେ ନାନା ପ୍ରକାର ରୋଗରେ ପୀଡ଼ିତ ଅନେକ ରୋଗୀଙ୍କୁ ସୁସ୍ଥ କଲେ ଓ ଅନେକ ଭୂତ ଛଡ଼ାଇଲେ, ପୁଣି, ସେ ଭୂତମାନଙ୍କୁ କଥା କହିବାକୁ ଦେଲେ ନାହିଁ, କାରଣ ସେମାନେ ତାହାଙ୍କୁ ଚିହ୍ନୁ ଥିଲେ।
35 Early in the morning, while it was still dark, he rose up and went out, and departed into a deserted place, and prayed there.
ପାହାନ୍ତିଆ ସମୟରେ ଅନ୍ଧାର ଥାଉ ଥାଉ ସେ ଉଠି ବାହାରିଗଲେ ଓ ଗୋଟିଏ ନିର୍ଜନ ସ୍ଥାନକୁ ଯାଇ ସେଠାରେ ପ୍ରାର୍ଥନା କରିବାକୁ ଲାଗିଲେ।
36 Simon and those who were with him searched for him.
ଆଉ ଶିମୋନ ଓ ତାହାଙ୍କ ସଙ୍ଗୀମାନେ ତାହାଙ୍କର ଅନୁସନ୍ଧାନ କରି,
37 They found him and told him, “Everyone is looking for you.”
ସାକ୍ଷାତ ପାଇ ତାହାଙ୍କୁ କହିଲେ, ସମସ୍ତେ ଆପଣଙ୍କର ଅନ୍ୱେଷଣ କରୁଅଛନ୍ତି।
38 He said to them, “Let’s go elsewhere into the next towns, that I may preach there also, because I came out for this reason.”
ସେଥିରେ ଯୀଶୁ ସେମାନଙ୍କୁ କହିଲେ, “ଆସ, ଆମ୍ଭେମାନେ ଅନ୍ୟ ସ୍ଥାନକୁ, ଅର୍ଥାତ୍‍ ନିକଟବର୍ତ୍ତୀ ଗ୍ରାମମାନଙ୍କୁ ଯିବା; ସେଠାରେ ମଧ୍ୟ ମୁଁ ପ୍ରଚାର କରିବି, କାରଣ ସେହି ଉଦ୍ଦେଶ୍ୟରେ ମୁଁ ବାହାରିଅଛି।”
39 He went into their synagogues throughout all Galilee, preaching and casting out demons.
ପୁଣି, ସେ ସମୁଦାୟ ଗାଲିଲୀରେ ଭ୍ରମଣ କରୁ କରୁ ସେମାନଙ୍କର ସମସ୍ତ ସମାଜଗୃହରେ ପ୍ରଚାର କଲେ ଓ ଭୂତମାନଙ୍କୁ ବାହାର କଲେ।
40 A leper came to him, begging him, kneeling down to him, and saying to him, “If you want to, you can make me clean.”
ଏଥିମଧ୍ୟରେ ଜଣେ କୁଷ୍ଠରୋଗୀ ତାହାଙ୍କ ନିକଟକୁ ଆସି ଆଣ୍ଠୁପାତି ତାହାଙ୍କୁ ବିନତି କରି କହିଲା, ଆପଣ ଯଦି ଇଚ୍ଛା କରନ୍ତି, ତାହାହେଲେ ମୋତେ ଶୁଚି କରିପାରନ୍ତି।
41 Being moved with compassion, he stretched out his hand, and touched him, and said to him, “I want to. Be made clean.”
ସେଥିରେ ସେ ଦୟାରେ ବିଗଳିତ ହୋଇ ହସ୍ତ ବିସ୍ତାର କରି ତାହାକୁ ସ୍ପର୍ଶ କଲେ ଓ କହିଲେ, “ମୁଁ ଇଚ୍ଛା କରୁଅଛି, ଶୁଚି ହୁଅ।”
42 When he had said this, immediately the leprosy departed from him and he was made clean.
ସେହିକ୍ଷଣି କୁଷ୍ଠରୋଗ ତାହାଠାରୁ ଦୂର ହେଲା ଓ ସେ ଶୁଚି ହେଲା।
43 He strictly warned him and immediately sent him out,
ପୁଣି, ସେ ତାହାକୁ ଦୃଢ଼ରୂପେ ଆଜ୍ଞା ଦେଇ ସେହିକ୍ଷଣି ବିଦାୟ କରି କହିଲେ,
44 and said to him, “See that you say nothing to anybody, but go show yourself to the priest and offer for your cleansing the things which Moses commanded, for a testimony to them.”
“ସାବଧାନ, କାହାକୁ କିଛି କୁହ ନାହିଁ, କିନ୍ତୁ ଯାଅ, ଯାଜକଙ୍କ ନିକଟରେ ନିଜକୁ ଦେଖାଅ, ପୁଣି, ମୋଶା ଯାହା ଯାହା ଆଦେଶ ଦେଇଅଛନ୍ତି, ସେହିସବୁ ଆପଣାର ଶୁଚିକ୍ରିୟା ସ୍ୱରୂପେ ସେମାନଙ୍କ ନିକଟରେ ସାକ୍ଷ୍ୟ ଦେବା ନିମନ୍ତେ ଉତ୍ସର୍ଗ କର।”
45 But he went out, and began to proclaim it much, and to spread about the matter, so that Jesus could no more openly enter into a city, but was outside in desert places. People came to him from everywhere.
କିନ୍ତୁ ସେ ବାହାରିଯାଇ ସେହି ବିଷୟ ଅଧିକ ଘୋଷଣା କରି ଚାରିଅାଡ଼େ ଏତେ କହିବାକୁ ଲାଗିଲା ଯେ, ଯୀଶୁ ଆଉ ପ୍ରକାଶରେ କୌଣସି ନଗରରେ ପ୍ରବେଶ କରିପାରିଲେ ନାହିଁ, ମାତ୍ର ବାହାରେ ନିର୍ଜନ ସ୍ଥାନମାନଙ୍କରେ ରହିଲେ; ଆଉ, ଲୋକମାନେ ଚତୁର୍ଦ୍ଦିଗରୁ ତାହାଙ୍କ ନିକଟକୁ ଆସିବାକୁ ଲାଗିଲେ।

< Mark 1 >