< Jeremiah 19 >

1 Thus sayth the Lord, Goe, and buy an earthen bottel of a potter, and take of the ancients of the people, and of the ancients of the Priests,
ସଦାପ୍ରଭୁ ଏହି କଥା କହିଲେ, “ତୁମ୍ଭେ ଯାଇ କୁମ୍ଭକାରର ଏକ ମୃତ୍ତିକା ପାତ୍ର କ୍ରୟ କର, ଆଉ ଲୋକମାନଙ୍କର କେତେକ ପ୍ରାଚୀନ ଲୋକଙ୍କୁ ଓ ଯାଜକମାନଙ୍କର କେତେକ ପ୍ରାଚୀନ ଲୋକଙ୍କୁ ନେଇ,
2 And goe forth vnto the valley of Ben-hinnom, which is by the entrie of the East gate: and thou shalt preache there the wordes, that I shall tell thee,
ହାର୍ଶିତ୍‍ ଦ୍ୱାରର ପ୍ରବେଶ ସ୍ଥାନର ନିକଟସ୍ଥ ହିନ୍ନୋମ ପୁତ୍ରର ଉପତ୍ୟକାକୁ ବାହାରି ଯାଅ, ଆଉ ଆମ୍ଭେ ତୁମ୍ଭକୁ ଯେଉଁ କଥା କହିବା, ତାହା ସେ ସ୍ଥାନରେ ପ୍ରଚାର କର;
3 And shalt say, Heare yee the worde of the Lord, O Kings of Iudah, and inhabitantes of Ierusalem, Thus sayth the Lord of hostes, the God of Israel, Behold, I will bring a plague vpon this place, the which whosoeuer heareth, his eares shall tingle.
ଆଉ କୁହ, ‘ହେ ଯିହୁଦାର ରାଜାଗଣ ଓ ଯିରୂଶାଲମ ନିବାସୀମାନେ, ତୁମ୍ଭେମାନେ ସଦାପ୍ରଭୁଙ୍କ ବାକ୍ୟ ଶୁଣ; ସୈନ୍ୟାଧିପତି ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଏହି କଥା କହନ୍ତି, ଦେଖ, ଆମ୍ଭେ ଏହି ସ୍ଥାନ ପ୍ରତି ଅମଙ୍ଗଳ ଘଟାଇବା, ତାହା ଯେ ଶୁଣେ, ତାହାର କର୍ଣ୍ଣ ଶିହରି ଉଠିବ।
4 Because they haue forsaken me, and prophaned this place, and haue burnt incense in it vnto other gods, whome neyther they, nor their fathers haue knowen, nor the Kings of Iudah (they haue filled this place also with the blood of innocents,
କାରଣ ସେମାନେ ଆମ୍ଭକୁ ପରିତ୍ୟାଗ କରିଅଛନ୍ତି ଓ ଏହି ସ୍ଥାନକୁ ପରର ସ୍ଥାନ ବୋଲି ଜ୍ଞାନ କରି ତହିଁ ମଧ୍ୟରେ ସେମାନେ ଓ ସେମାନଙ୍କର ପିତୃପୁରୁଷମାନେ ଓ ଯିହୁଦାର ରାଜାମାନେ ଯେଉଁ ଅନ୍ୟ ଦେବଗଣକୁ ଜାଣିଲେ ନାହିଁ, ସେମାନଙ୍କ ଉଦ୍ଦେଶ୍ୟରେ ଧୂପ ଜ୍ୱଳାଇ ଅଛନ୍ତି ଓ ଏହି ସ୍ଥାନକୁ ନିର୍ଦ୍ଦୋଷମାନଙ୍କ ରକ୍ତରେ ପରିପୂର୍ଣ୍ଣ କରିଅଛନ୍ତି।
5 And they haue built the hie places of Baal, to burne their sonnes with fire for burnt offrings vnto Baal, which I commanded not, nor spake it, neither came it into my minde)
ପୁଣି, ଆପଣା ପୁତ୍ରଗଣକୁ ହୋମବଳି ରୂପେ ବାଲ୍‍ଦେବ ଉଦ୍ଦେଶ୍ୟରେ ଅଗ୍ନିରେ ଦଗ୍ଧ କରିବା ନିମନ୍ତେ ବାଲ୍‍ଦେବର ଉଚ୍ଚସ୍ଥଳୀ ନିର୍ମାଣ କରିଅଛନ୍ତି; ତାହା ଆମ୍ଭେ ଆଦେଶ କରି ନାହୁଁ, କି କହି ନାହୁଁ, କିଅବା ଆମ୍ଭ ମନରେ ତାହା ଉଦୟ ହୋଇ ନାହିଁ।
6 Therefore behold, the dayes come, sayth the Lord, that this place shall no more be called Topheth, nor ye valley of Ben-hinnom, but the valley of slaughter.
ଏଥିନିମନ୍ତେ ସଦାପ୍ରଭୁ କହନ୍ତି, ଦେଖ, ଯେଉଁ ସମୟରେ ଏହି ସ୍ଥାନ ତୋଫତ୍‍ କିଅବା ହିନ୍ନୋମ ପୁତ୍ରର ଉପତ୍ୟକା ବୋଲି ଖ୍ୟାତ ନ ହୋଇ ହତ୍ୟା ଉପତ୍ୟକା ବୋଲି ଖ୍ୟାତ ହେବ, ଏପରି ସମୟ ଆସୁଅଛି।
7 And I will bring the counsell of Iudah and Ierusalem to nought in this place, and I will cause them to fall by the sword before their enemies, and by the hand of them that seeke their liues: and their carkeises will I giue to be meate for ye foules of the heauen, and to the beastes of the fielde.
ପୁଣି, ଆମ୍ଭେ ଏହି ସ୍ଥାନରେ ଯିହୁଦାର ଓ ଯିରୂଶାଲମର ମନ୍ତ୍ରଣା ବ୍ୟର୍ଥ କରିବା; ପୁଣି, ସେମାନଙ୍କ ଶତ୍ରୁଗଣ ସମ୍ମୁଖରେ ଖଡ୍ଗ ଦ୍ୱାରା ଓ ସେମାନଙ୍କ ପ୍ରାଣ ଅନ୍ୱେଷଣକାରୀମାନଙ୍କ ହସ୍ତ ଦ୍ୱାରା ସେମାନଙ୍କୁ ନିପାତ କରିବା; ଆଉ, ଆମ୍ଭେ ଖେଚର ପକ୍ଷୀଗଣକୁ ଓ ଭୂଚର ପଶୁଗଣକୁ ସେମାନଙ୍କର ଶବ ଖାଦ୍ୟ ନିମନ୍ତେ ଦେବା।
8 And I will make this citie desolate and an hissing, so that euery one that passeth thereby, shalbe astonished and hisse because of all ye plagues thereof.
ଆମ୍ଭେ ଏହି ନଗରକୁ ବିସ୍ମୟର ଓ ଶୀସ୍‍ ଶବ୍ଦର ପାତ୍ର କରିବା; ଆଉ, ତହିଁର ନିକଟ ଦେଇ ଗମନକାରୀ ପ୍ରତ୍ୟେକ ଲୋକ ତହିଁ ପ୍ରତି ଘଟିତ ସକଳ ଉତ୍ପାତ ସକାଶୁ ବିସ୍ମିତ ହୋଇ ଶୀସ୍‍ ଶବ୍ଦ କରିବ।
9 And I will feede the with the flesh of their sonnes and with the flesh of their daughters, and euery one shall eate the flesh of his friende in the siege and straitnesse, wherewith their enemies that seeke their liues, shall hold them strait.
ଆଉ, ସେମାନଙ୍କର ଶତ୍ରୁମାନେ ଓ ସେମାନଙ୍କର ପ୍ରାଣନାଶର ଚେଷ୍ଟାକାରୀମାନେ ସେମାନଙ୍କୁ ଅବରୋଧ କରିବା ଓ ସଙ୍କଟରେ ପକାଇବା ସମୟରେ ଆମ୍ଭେ ସେମାନଙ୍କୁ ଆପଣା ଆପଣା ପୁତ୍ରକନ୍ୟାର ମାଂସ ଭୋଜନ କରାଇବା ଓ ପ୍ରତ୍ୟେକେ ଆପଣା ଆପଣା ମିତ୍ରର ମାଂସ ଖାଇବେ।’
10 Then shalt thou breake the bottell in the sight of the men that go with thee,
ଆଉ, ତୁମ୍ଭେ ତୁମ୍ଭ ସଙ୍ଗୀ ଲୋକମାନଙ୍କ ସାକ୍ଷାତରେ ସେହି ପାତ୍ର ଭାଙ୍ଗି ସେମାନଙ୍କୁ କହିବ,
11 And shalt say vnto them, Thus saith ye Lord of hostes, Euen so will I breake this people and this citie, as one breaketh a potters vessell, that cannot be made whole againe, and they shall bury them in Topheth till there be no place to bury.
‘ସୈନ୍ୟାଧିପତି ସଦାପ୍ରଭୁ ଏହି କଥା କହନ୍ତି, ଯେପରି କେହି କୁମ୍ଭକାରର ପାତ୍ର ଭାଙ୍ଗି ପକାଇଲେ ତାହା ପୁନର୍ବାର ଯୋଡ଼ାଯାଇ ନ ପାରେ, ଆମ୍ଭେ ସେହିପରି ଏହି ଲୋକମାନଙ୍କୁ ଓ ଏହି ନଗରକୁ ଭାଙ୍ଗି ପକାଇବା; ତହିଁରେ କବର ସ୍ଥାନର ଅଭାବ ନ ହେବା ଯାଏ ଲୋକମାନେ ତୋଫତ୍‍ରେ କବର ଦେବେ।
12 Thus will I doe vnto this place, sayth the Lord, and to the inhabitantes thereof, and I will make this citie like Topheth.
ସଦାପ୍ରଭୁ କହନ୍ତି, ଆମ୍ଭେ ଏହି ସ୍ଥାନ ପ୍ରତି ଓ ତହିଁର ନିବାସୀମାନଙ୍କ ପ୍ରତି ଏହି କାର୍ଯ୍ୟ କରିବା, ଆମ୍ଭେ ଏହି ନଗରକୁ ତୋଫତ୍‍ ତୁଲ୍ୟ କରିବା।
13 For the houses of Ierusalem, and the houses of the Kings of Iudah shalbe defiled as the place of Topheth, because of al the houses vpon whose roofes they haue burnt incense vnto all the host of heauen, and haue powred out drinke offerings vnto other gods.
ତହିଁରେ ଅଶୁଚିକୃତ ଯିରୂଶାଲମସ୍ଥ ସକଳ ଗୃହ ଓ ଯିହୁଦାର ରାଜାଗଣର ଗୃହ, ଅର୍ଥାତ୍‍, ଯେସକଳ ଗୃହର ଛାତ ଉପରେ ସେମାନେ ଆକାଶମଣ୍ଡଳସ୍ଥ ସୈନ୍ୟଗଣର ଉଦ୍ଦେଶ୍ୟରେ ଧୂପ ଜ୍ୱଳାଇ ଅଛନ୍ତି ଓ ଅନ୍ୟ ଦେବଗଣର ଉଦ୍ଦେଶ୍ୟରେ ପେୟ-ନୈବେଦ୍ୟ ଢାଳିଅଛନ୍ତି, ସେସକଳ ତୋଫତ୍‍ ସ୍ଥାନ ତୁଲ୍ୟ ହେବ।’”
14 Then came Ieremiah from Topheth, where the Lord had sent him to prophecie, and he stood in the court of the Lordes house, and sayde to all the people,
ଏଥିଉତ୍ତାରେ ସଦାପ୍ରଭୁ ଯିରିମୀୟଙ୍କୁ ଭବିଷ୍ୟଦ୍‍ବାକ୍ୟ ପ୍ରଚାର କରିବା ନିମନ୍ତେ ଯେଉଁ ତୋଫତ୍‍କୁ ପଠାଇଥିଲେ, ସେ ସେହି ସ୍ଥାନରୁ ଆସିଲେ ଓ ସଦାପ୍ରଭୁଙ୍କ ଗୃହର ପ୍ରାଙ୍ଗଣରେ ଠିଆ ହୋଇ ସମସ୍ତ ଲୋକଙ୍କୁ କହିଲେ;
15 Thus saith the Lord of hostes, the God of Israel, Beholde, I will bring vpon this citie, and vpon all her townes, all the plagues that I haue pronounced against it, because they haue hardened their neckes, and would not heare my wordes.
“ସୈନ୍ୟାଧିପତି ସଦାପ୍ରଭୁ ଓ ଇସ୍ରାଏଲର ପରମେଶ୍ୱର ଏହି କଥା କହନ୍ତି, ଦେଖ, ଆମ୍ଭେ ଏହି ନଗର ଓ ତହିଁର ସକଳ ଉପନଗର ବିରୁଦ୍ଧରେ ଯେଉଁ ଯେଉଁ ଅମଙ୍ଗଳର କଥା କହିଅଛୁ, ସେସବୁ ସେମାନଙ୍କ ପ୍ରତି ଘଟାଇବା; କାରଣ ସେମାନେ ଆମ୍ଭର ବାକ୍ୟରେ ଅବଧାନ ନ କରିବା ପାଇଁ ଆପଣାମାନଙ୍କର ଗ୍ରୀବା ଶକ୍ତ କରିଅଛନ୍ତି।”

< Jeremiah 19 >