< 1 Mbiri 17 >

1 Davide atakhazikika mʼnyumba yake yaufumu, anawuza mneneri Natani kuti, “Ine pano ndikukhala mʼnyumba yaufumu yomanga ndi mitengo ya mkungudza, pomwe Bokosi la Chipangano la Yehova lili mu tenti.”
ଏଥିଉତ୍ତାରେ ଦାଉଦ ଆପଣା ଗୃହରେ ବାସ କରୁଥିବା ବେଳେ ସେ ନାଥନ ଭବିଷ୍ୟଦ୍‍ବକ୍ତାଙ୍କୁ କହିଲେ, “ଦେଖ, ମୁଁ ଏରସ କାଷ୍ଠନିର୍ମିତ ଗୃହରେ ବାସ କରୁଅଛି, ମାତ୍ର ସଦାପ୍ରଭୁଙ୍କ ନିୟମ-ସିନ୍ଦୁକ ଯବନିକା ମଧ୍ୟରେ ବାସ କରୁଅଛି।”
2 Natani anayankha Davide kuti, “Chitani chilichonse chimene chili mu mtima mwanu, chifukwa Mulungu ali nanu.”
ତହିଁରେ ନାଥନ ଦାଉଦଙ୍କୁ କହିଲେ, “ତୁମ୍ଭ ହୃଦୟରେ ଯାହା ଅଛି, ତାହାସବୁ କର; କାରଣ ପରମେଶ୍ୱର ତୁମ୍ଭ ସଙ୍ଗରେ ଅଛନ୍ତି।”
3 Usiku umenewo mawu a Mulungu anafika kwa Natani, ndipo anati,
ଏଉତ୍ତାରେ ସେହି ରାତ୍ରିରେ ପରମେଶ୍ୱରଙ୍କ ବାକ୍ୟ ନାଥନଙ୍କ ନିକଟରେ ଉପସ୍ଥିତ ହେଲା, ଯଥା,
4 “Pita kamuwuze mtumiki wanga Davide kuti, ‘Yehova akunena kuti, sudzandimangira ndiwe nyumba yokhalamo.’
ଯାଅ, “ଆମ୍ଭ ଦାସ ଦାଉଦଙ୍କୁ ଜଣାଅ, ‘ସଦାପ୍ରଭୁ ଏହି କଥା କହନ୍ତି, ତୁମ୍ଭେ ଆମ୍ଭ ନିମନ୍ତେ ବସତି-ଗୃହ ନିର୍ମାଣ କରିବ ନାହିଁ;
5 Ine sindinakhalepo mʼnyumba kuyambira tsiku limene ndinatulutsa Israeli mʼdziko la Igupto mpaka lero lino. Ndakhala ndikuyenda kuchoka mʼtenti ina kupita mʼtenti ina, kuchoka malo ena kupita malo ena.
କାରଣ ଆମ୍ଭେ ଇସ୍ରାଏଲକୁ ବାହାର କରି ଆଣିବା ଦିନଠାରୁ ଆଜି ପର୍ଯ୍ୟନ୍ତ କୌଣସି ଗୃହରେ ବାସ କରି ନାହୁଁ; ମାତ୍ର ଏ ତମ୍ବୁରୁ ସେ ତମ୍ବୁକୁ ଓ ଏକ ଆବାସରୁ ଅନ୍ୟ ଆବାସକୁ ଯାଇଅଛୁ।
6 Konse ndakhala ndikuyenda ndi Aisraeli onse, kodi ndinanenapo kwa wina aliyense wa atsogoleri awo amene ndinamulamula kuweta anthu anga kuti, ‘Kodi nʼchifukwa chiyani simunandimangire nyumba ya mitengo ya mkungudza?’”
ଆମ୍ଭେ ସମୁଦାୟ ଇସ୍ରାଏଲ ସହିତ ଯେଉଁସବୁ ସ୍ଥାନରେ ଗମନାଗମନ କଲୁ, ତହିଁ ମଧ୍ୟରୁ କୌଣସି ସ୍ଥାନରେ, ଆମ୍ଭ ଲୋକମାନଙ୍କୁ ପାଳନ କରିବା ପାଇଁ ଯେଉଁମାନଙ୍କୁ ଆଜ୍ଞା କରିଥିଲୁ, ଇସ୍ରାଏଲର ଏପରି କୌଣସି ବିଚାରକର୍ତ୍ତାକୁ, ତୁମ୍ଭେମାନେ କାହିଁକି ଆମ୍ଭ ପାଇଁ ଏରସ କାଷ୍ଠର ଗୃହ ନିର୍ମାଣ କରି ନାହଁ, ଏପରି ଏକ କଥା କʼଣ ଆମ୍ଭେ କହିଅଛୁ?
7 Ndipo tsopano umuwuze mtumiki wanga Davide kuti, “Yehova Wamphamvuzonse akuti, Ine ndinakutenga ku busa ukuweta nkhosa, kuti ukhale mtsogoleri wa anthu anga, Aisraeli.
ଏଣୁ ଏବେ ତୁମ୍ଭେ ଆମ୍ଭ ଦାସ ଦାଉଦଙ୍କୁ ଏପରି କୁହ, ସୈନ୍ୟାଧିପତି ସଦାପ୍ରଭୁ ଏହି କଥା କହନ୍ତି, ତୁମ୍ଭେ ଯେପରି ଆମ୍ଭ ଲୋକ ଇସ୍ରାଏଲ ଉପରେ ଅଗ୍ରଣୀ ହେବ, ଏଥିପାଇଁ ଆମ୍ଭେ ତୁମ୍ଭକୁ ମେଷଶାଳାରୁ, ମେଷମାନଙ୍କ ପଶ୍ଚାଦ୍‍ଗମନରୁ ଗ୍ରହଣ କଲୁ।
8 Ineyo ndinali nawe kulikonse kumene unkapita, ndipo ndachotsa adani ako onse pamaso pako. Tsopano ndidzakuza dzina lako kuti likhale mʼgulu la mayina a anthu otchuka kwambiri pa dziko lapansi.
ପୁଣି, ତୁମ୍ଭେ ଯେଉଁ ଯେଉଁ ସ୍ଥାନକୁ ଗଲ, ଆମ୍ଭେ ତୁମ୍ଭର ସଙ୍ଗୀ ହେଲୁ ଓ ତୁମ୍ଭ ସମ୍ମୁଖରୁ ତୁମ୍ଭର ସମସ୍ତ ଶତ୍ରୁଙ୍କୁ ଉଚ୍ଛିନ୍ନ କଲୁ; ଆହୁରି ଆମ୍ଭେ ପୃଥିବୀସ୍ଥ ମହାଲୋକମାନଙ୍କ ନାମ ତୁଲ୍ୟ ତୁମ୍ଭର ନାମ କରିବା।
9 Ndipo ndidzawapatsa malo anthu anga, Aisraeli ndipo ndidzawadzala pamalo awoawo kuti asadzavutitsidwenso. Anthu oyipa sadzawazunzanso monga ankachitira poyamba paja;
ଆଉ ଆମ୍ଭେ ଆପଣା ଇସ୍ରାଏଲ ଲୋକମାନଙ୍କ ନିମନ୍ତେ ଗୋଟିଏ ସ୍ଥାନ ନିରୂପଣ କରି ସେମାନଙ୍କୁ ରୋପଣ କରିବା; ତହିଁରେ ସେମାନେ ଆପଣାମାନଙ୍କ ସେହି ସ୍ଥାନରେ ବାସ କରି ଆଉ ଚାଳିତ ନୋହିବେ; କିଅବା ଯେପରି ପୂର୍ବକାଳରେ ଓ ଯେ ସମୟାବଧି
10 monga akhala akuchitira kuchokera nthawi imene ndinasankha atsogoleri a anthu anga Aisraeli. Ine ndidzagonjetsanso adani anu onse. “‘Ine ndikulengeza kwa iwe kuti Yehova adzakhazikitsa banja lako.
ଆମ୍ଭେ ଆପଣା ଲୋକ ଇସ୍ରାଏଲ ଉପରେ ବିଚାରକର୍ତ୍ତୃଗଣକୁ ନିଯୁକ୍ତ କରିଅଛୁ, ସେସମୟାବଧି ଯେପରି ହୋଇଅଛି, ସେପରି ଅଧର୍ମର ସନ୍ତାନମାନେ ସେମାନଙ୍କୁ ଆଉ ନାଶ କରିବେ ନାହିଁ; ଆଉ ଆମ୍ଭେ ତୁମ୍ଭର ସମୁଦାୟ ଶତ୍ରୁଙ୍କୁ ଅବନତ କରିବା। ଆହୁରି ଆମ୍ଭେ ତୁମ୍ଭକୁ କହୁଅଛୁ, ସଦାପ୍ରଭୁ ତୁମ୍ଭ ପାଇଁ ଏକ ବଂଶ ସ୍ଥାପନ କରିବେ।
11 Masiku ako akadzatha ndipo ukadzatsatira makolo ako, Ine ndidzawutsa mphukira yako imene idzalowa mʼmalo mwako, mmodzi mwa ana ako, ndipo ndidzakhazikitsa ufumu wake.
ପୁଣି, ଆପଣା ପିତୃଲୋକଙ୍କ ନିକଟକୁ ତୁମ୍ଭର ଯିବାର ଦିନ ପୂର୍ଣ୍ଣ ହେଲେ, ଆମ୍ଭେ ତୁମ୍ଭ ଉତ୍ତାରେ ତୁମ୍ଭ ପୁତ୍ରମାନଙ୍କ ମଧ୍ୟରୁ ତୁମ୍ଭ ବଂଶ ସ୍ଥାପନ କରିବା ଓ ଆମ୍ଭେ ତାହାର ରାଜ୍ୟ ସ୍ଥିର କରିବା।
12 Iye ndiye amene adzandimangira nyumba, ndipo ndidzakhazikitsa ufumu wake kwamuyaya.
ସେ ଆମ୍ଭ ନିମନ୍ତେ ଏକ ଗୃହ ନିର୍ମାଣ କରିବ ଓ ଆମ୍ଭେ ତାହାର ସିଂହାସନ ଅନନ୍ତକାଳସ୍ଥାୟୀ କରିବା।
13 Ine ndidzakhala abambo ake, ndipo iye adzakhala mwana wanga. Ine sindidzasiya kumukonda monga ndinachitira ndi amene unalowa mʼmalo mwawo.
ଆମ୍ଭେ ତାହାର ପିତା ହେବା ଓ ସେ ଆମ୍ଭର ପୁତ୍ର ହେବ; ପୁଣି, ତୁମ୍ଭ ପୂର୍ବବର୍ତ୍ତୀ ଶାସକଙ୍କଠାରୁ(ଶାଉଲ) ଯେପରି ଆମ୍ଭେ ଆପଣା ଦୟା ଦୂର କଲୁ, ସେପରି ତାହାଠାରୁ ଦୂର କରିବା ନାହିଁ;
14 Ndidzamuyika kukhala wolamulira nyumba yanga ndi ufumu wanga kwamuyaya. Mpando wake waufumu udzakhazikika kwamuyaya.’”
ମାତ୍ର, ଆମ୍ଭେ ଆପଣା ଗୃହରେ ଓ ଆପଣା ରାଜ୍ୟରେ ତାହାକୁ ଅନନ୍ତକାଳ ସ୍ଥିର କରିବା ଓ ତାହାର ସିଂହାସନ ଅନନ୍ତକାଳସ୍ଥାୟୀ ହେବ।’”
15 Natani anafotokozera Davide mawu onse avumbulutso limene analandira.
ନାଥନ ଦାଉଦଙ୍କୁ ଏସମସ୍ତ ବାକ୍ୟ ଓ ଦର୍ଶନ ଅନୁସାରେ କଥା କହିଲେ।
16 Choncho Mfumu Davide analowa mu tenti nakhala pamaso pa Yehova, ndipo anati, “Ine ndine yani, Inu Yehova Mulungu, ndipo banja langa nʼchiyani kuti mundifikitse pamene ndafikapa?
ଏଥିରେ ଦାଉଦ ରାଜା ଭିତରକୁ ଯାଇ ସଦାପ୍ରଭୁଙ୍କ ସମ୍ମୁଖରେ ବସିଲେ ଓ କହିଲେ, “ହେ ସଦାପ୍ରଭୁ ପରମେଶ୍ୱର! ମୁଁ କିଏ ଓ ମୋହର ବଂଶ ଅବା କି ଯେ, ତୁମ୍ଭେ ମୋତେ ଏପର୍ଯ୍ୟନ୍ତ ଆଣିଅଛ?
17 Inu Mulungu, kukhala ngati izi ndi zosakwanira pamaso panu, Inuyo mwayankhula zatsogolo la banja la mtumiki wanu. Mwandiyangʼana ndipo mwandiyesa ngati munthu wolemekezeka kwambiri pakati pa anthu, Inu Yehova Mulungu.”
ତଥାପି ହେ ପରମେଶ୍ୱର! ଏହା ତୁମ୍ଭ ଦୃଷ୍ଟିରେ କ୍ଷୁଦ୍ର ବିଷୟ ହେଲା; ଏହେତୁ ତୁମ୍ଭେ ଆପଣା ଦାସର ବଂଶ ବିଷୟରେ ଆଗତ ଦୀର୍ଘକାଳର କଥା କହିଅଛ, ଆଉ ହେ ସଦାପ୍ରଭୁ ପରମେଶ୍ୱର! ତୁମ୍ଭେ ମୋତେ ଉଚ୍ଚପଦସ୍ଥ ମନୁଷ୍ୟର ଶ୍ରେଣୀଭୁକ୍ତ ବୋଲି ଜ୍ଞାନ କରିଅଛ।
18 “Kodi Davide anenenso chiyani kwa Inu, pakuti mwachitira ulemu wotere mtumiki wanu? Pakuti Inu mukumudziwa mtumiki wanu.
ଏଣୁ ତୁମ୍ଭ ଦାସ ପ୍ରତି କୃତ ସମ୍ମାନ ବିଷୟରେ ଦାଉଦ ତୁମ୍ଭଙ୍କୁ ଆଉ କଅଣ କହିପାରେ? ତୁମ୍ଭେ ଆପଣା ଦାସକୁ ଜାଣୁଅଛ।
19 Inu Yehova, chifukwa cha mtumiki wanu komanso mwa chifuniro chanu, mwachita chinthu chachikulu ichi ndipo mwawulula malonjezo anu aakulu onse.
ହେ ସଦାପ୍ରଭୋ! ତୁମ୍ଭେ ଏହି ସକଳ ମହତ୍ ବିଷୟ ଜଣାଇବା ପାଇଁ ଆପଣା ଦାସ ସକାଶେ ଓ ଆପଣା ହୃଦୟାନୁସାରେ ଏହି ସକଳ ମହତ୍ କର୍ମ ସାଧନ କରିଅଛ।
20 “Palibe wina wofanana nanu, Inu Yehova, ndipo palibe Mulungu wina koma Inu nokha monga tamvera ndi makutu athu.
ହେ ସଦାପ୍ରଭୋ! ତୁମ୍ଭ ତୁଲ୍ୟ ଆଉ କେହି ନାହିଁ, କିଅବା ଆମ୍ଭେମାନେ ନିଜ କର୍ଣ୍ଣରେ ଯାହା ଶୁଣିଅଛୁ, ତଦନୁସାରେ ତୁମ୍ଭ ଛଡ଼ା ଆଉ ପରମେଶ୍ୱର କେହି ନାହିଁ।
21 Ndipo ndi ndani wofanana ndi anthu anu Aisraeli, mtundu wokhawo pa dziko lapansi umene Mulungu wake anapita kukawuwombola, monga anthu akeake ndi kukadzitchukitsa yekha pochita zinthu zodabwitsa zazikulu, pothamangitsa mitundu ina pamaso pa anthu ake, amene Inu munawawombola ku Igupto?
ତୁମ୍ଭ ଲୋକ ଇସ୍ରାଏଲ ତୁଲ୍ୟ ପୃଥିବୀରେ ଆଉ କେଉଁ ଗୋଷ୍ଠୀ ଅଛି? ସେମାନଙ୍କୁ ଆପଣା ଉଦ୍ଦେଶ୍ୟରେ ଏକ ଲୋକ ରୂପେ ମୁକ୍ତ କରିବାକୁ ଓ ମିସରରୁ ମୁକ୍ତ ତୁମ୍ଭର ସେହି ଲୋକମାନଙ୍କ ସମ୍ମୁଖରୁ ନାନା ଗୋଷ୍ଠୀୟମାନଙ୍କୁ ତଡ଼ିଦେଇ ମହତ୍ ଓ ଭୟାନକ କର୍ମ ଦ୍ୱାରା ତୁମ୍ଭର ନାମ କରିବାକୁ ପରମେଶ୍ୱର ଆଗମନ କରିଥିଲେ।
22 Inu munawapanga anthu anu Aisraeli kukhala anuanu kwamuyaya, ndipo Inu, Inu Yehova ndinu Mulungu wawo.
ତୁମ୍ଭେ ଆପଣା ଲୋକ ଇସ୍ରାଏଲକୁ ଅନନ୍ତକାଳ ଆପଣାର ଲୋକ କରିଅଛ, ଆଉ ହେ ସଦାପ୍ରଭୋ! ତୁମ୍ଭେ ସେମାନଙ୍କର ପରମେଶ୍ୱର ହୋଇଅଛ।
23 “Ndipo tsopano Yehova, sungani kwamuyaya lonjezo limene mwachita ndi mtumiki wanu ndi banja lake, likhazikitseni kwamuyaya. Chitani monga mwalonjezera,
ଏବେ ହେ ସଦାପ୍ରଭୋ! ତୁମ୍ଭେ ଆପଣା ଦାସ ବିଷୟରେ ଓ ତାହାର ବଂଶ ବିଷୟରେ ଯେଉଁ କଥା କହିଅଛ; ତାହା ଅନନ୍ତକାଳ ସ୍ଥିରୀକୃତ ହେଉ ଓ ତୁମ୍ଭେ ଯେପରି କହିଅଛ, ସେପରି କର।
24 kotero dzina lanu likhazikike ndi kukhala lotchuka mpaka muyaya. Ndipo anthu adzanena kuti, ‘Yehova Wamphamvuzonse, Mulungu wa woyangʼanira Israeli, ndi Mulungu wa Israeli!’ Ndipo banja la mtumiki wanu Davide lidzakhazikika pamaso panu.
ପୁଣି, ସୈନ୍ୟାଧିପତି ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର, ସେ ଇସ୍ରାଏଲର ସପକ୍ଷ ପରମେଶ୍ୱର ଅଟନ୍ତି ଓ ତୁମ୍ଭ ଦାସ ଦାଉଦର ବଂଶ ତୁମ୍ଭ ସମ୍ମୁଖରେ ସ୍ଥାପିତ ହୋଇଅଛି, ଏହି କଥା ଦ୍ୱାରା ତୁମ୍ଭର ନାମ ଅନନ୍ତକାଳ ସ୍ଥିରୀକୃତ ଓ ମହତ୍ ହେଉ।
25 “Inu Mulungu wanga, mwaululira mtumiki wanu kuti mudzamumangira nyumba. Nʼchifukwa chake ine mtumiki wanu ndalimba mtima kupemphera motere.
କାରଣ, ହେ ମୋହର ପରମେଶ୍ୱର! ତୁମ୍ଭେ ମୋʼ ପାଇଁ ଏକ ବଂଶ ସ୍ଥାପନ କରିବ ବୋଲି ଆପଣା ଦାସର କର୍ଣ୍ଣଗୋଚର କରିଅଛ; ଏହେତୁ ତୁମ୍ଭ ନିକଟରେ ଏହି ପ୍ରାର୍ଥନା କରିବାକୁ ତୁମ୍ଭ ଦାସ ସାହସ ପାଇଅଛି।
26 Inu Yehova, ndinu Mulungu! Mwalonjeza zinthu zabwinozi kwa mtumiki wanu.
ଏବେ ହେ ସଦାପ୍ରଭୋ! ତୁମ୍ଭେ ହିଁ ପରମେଶ୍ୱର, ପୁଣି, ତୁମ୍ଭେ ଆପଣା ଦାସ ପ୍ରତି ଏହି ମଙ୍ଗଳ ପ୍ରତିଜ୍ଞା କରିଅଛ।
27 Ndipo chakukomerani kudalitsa banja la mtumiki wanu kuti likhale pamaso panu mpaka muyaya. Pakuti Inu Yehova mwalidalitsa, lidzakhala lodalitsika mpaka muyaya.”
ତୁମ୍ଭ ଦାସର ବଂଶ ତୁମ୍ଭ ସମ୍ମୁଖରେ ଅନନ୍ତକାଳସ୍ଥାୟୀ ହେବା ପାଇଁ ତୁମ୍ଭେ ଅନୁଗ୍ରହ କରି ତାହାକୁ ଆଶୀର୍ବାଦ କରିଅଛ; କାରଣ, ହେ ସଦାପ୍ରଭୋ, ତୁମ୍ଭେ ଆଶୀର୍ବାଦ କରିଅଛ, ଏଣୁ ତାହା ଅନନ୍ତକାଳ ଆଶୀର୍ବାଦଯୁକ୍ତ ଅଟେ।”

< 1 Mbiri 17 >