< ᎣᏍᏛ ᎧᏃᎮᏛ ᎹᏚ ᎤᏬᏪᎳᏅᎯ 10 >

1 ᏫᏚᏯᏅᎲᏃ ᏔᎳᏚ ᎢᏯᏂᏛ ᎬᏩᏍᏓᏩᏗᏙᎯ, ᏚᏁᎸ ᎠᏂᏍᎩᎾ ᏧᏂᏄᎪᏫᏍᏗᏱ, ᎠᎴ ᏧᎾᏓᏅᏬᏗᏱ ᏂᎦᎥ ᏚᏂᏢᎬ, ᎠᎴ ᏂᎦᎥ ᎥᏳᎩ.
ଇତିମଧ୍ୟରେ ସେ ଆପଣା ବାର ଶିଷ୍ୟମାନଙ୍କୁ ପାଖକୁ ଡାକି ସେମାନଙ୍କୁ ଅଶୁଚି ଆତ୍ମା ଛଡ଼ାଇବା ନିମନ୍ତେ ସେମାନଙ୍କ ଉପରେ ଅଧିକାର ଦେଲେ, ପୁଣି, ସମସ୍ତ ପ୍ରକାର ରୋଗ ଓ ସମସ୍ତ ପ୍ରକାର ପୀଡ଼ା ସୁସ୍ଥ କରିବା ନିମନ୍ତେ ଅଧିକାର ଦେଲେ।
2 ᎯᎠᏃ ᎾᏍᎩ ᏄᏍᏗ ᏚᎾᏙᎥ ᏔᎳᏚ ᎢᏯᏂᏛ ᎨᏥᏅᏏᏛ. ᎢᎬᏱᏱ ᏌᏩᏂ ᏈᏓ ᏣᏃᏎᎰᎢ, ᎡᏂᏗᏃ ᎾᏍᎩᏉ ᎤᏅᏟ, ᏥᎻᏃ ᏤᏈᏗ ᎤᏪᏥ, ᏣᏂᏃ ᎾᏍᎩᏉ ᎤᏅᏟ.
ସେହି ଦ୍ୱାଦଶ ପ୍ରେରିତମାନଙ୍କ ନାମ ଏହି, ପ୍ରଥମରେ ଶିମୋନ, ଯାହାକୁ ପିତର ବୋଲି କହନ୍ତି, ଆଉ ତାହାଙ୍କ ଭାଇ ଆନ୍ଦ୍ରିୟ, ଜେବଦୀଙ୍କ ପୁତ୍ର ଯାକୁବ ଓ ତାହାଙ୍କ ଭାଇ ଯୋହନ,
3 ᏈᎵᎩᏃ, ᏩᏓᎳᎻᏃ, ᏓᎻᏃ, ᎹᏚᏃ ᎠᏕᎸ ᎠᎩᏏᏙᎯ, ᏥᎻᏃ ᎡᎵᏈ ᎤᏪᏥ, ᎴᏈᏯᏃ ᏓᏗᏯ ᏣᏃᏎᎰᎢ,
ଫିଲିପ୍ପ ଓ ବାର୍ଥଲମୀ, ଥୋମା ଓ କରଗ୍ରାହୀ ମାଥିଉ, ଆଲଫିଙ୍କ ପୁତ୍ର ଯାକୁବ ଓ ଥଦ୍ଦୀୟ,
4 ᏌᏩᏂᏃ ᎠᎨᎾᏂᏗ, ᏧᏓᏏᏃ ᎢᏍᎦᎳᏗ ᎾᏍᎩ ᏥᏌ ᏧᎶᏄᎮᎸᎩ.
କିଣାନୀୟ ଦଳର ଶିମୋନ ଓ ଇଷ୍କାରିୟୋତୀୟ ଯିହୂଦା, ଯେ ଯୀଶୁଙ୍କୁ ଶତ୍ରୁ ହସ୍ତରେ ସମର୍ପଣ କଲା।
5 ᎾᏍᎩ ᎯᎠ ᏔᎳᏚ ᎢᏯᏂᏛ ᏥᏌ ᏚᏅᏒᎩ ᏚᏁᏤᎸᏃ ᎯᎠ ᏂᏚᏪᏎᎸᎩ; ᏧᎾᏓᎴᏅᏛ ᏴᏫ ᏗᏁᎲ ᎢᏗᏢ ᏞᏍᏗ ᏫᏥᎶᏒᎩ, ᎠᎴ ᏌᎺᎵ ᎠᏁᎯ ᏚᏂᏚᎲ ᏞᏍᏗ ᎢᏥᏴᎸᎩ
ଯୀଶୁ ଏହି ବାର ଜଣଙ୍କୁ ପଠାଇ ସେ ସେମାନଙ୍କୁ ଆଜ୍ଞା ଦେଇ କହିଲେ, “ଅଣଯିହୁଦୀମାନଙ୍କ ପାଖକୁ ଯାଅ ନାହିଁ ଏବଂ ଶମିରୋଣୀୟମାନଙ୍କର କୌଣସି ନଗରରେ ପ୍ରବେଶ କର ନାହିଁ,
6 ᎠᏫᏍᎩᏂ ᎤᎾᎴᎾᎯᏛ ᎢᏏᎵ ᏏᏓᏁᎸ ᎨᏒ ᏗᏥᏩᏛᎱᎦ.
ବରଂ ଇସ୍ରାଏଲ ବଂଶର ହଜିଯାଇଥିବା ମେଷମାନଙ୍କ ପାଖକୁ ଯାଅ।
7 ᎢᏣᎢᏒᏃ ᎢᏣᎵᏥᏙᎲᏍᎨᏍᏗ, ᎯᎠ ᏂᏥᏪᏍᎨᏍᏗ; ᎦᎸᎳᏗ ᎡᎯ ᎤᎬᏫᏳᎯ ᎨᏒ ᎡᏍᎦᏂᏳ ᏓᏯᎢ.
ପୁଣି, ଯାଉ ଯାଉ ସ୍ୱର୍ଗରାଜ୍ୟ ସନ୍ନିକଟ, ଏହି କଥା କହି ଘୋଷଣା କର।
8 ᏧᏂᏢᎩ ᏕᏥᏅᏫᏍᎨᏍᏗ, ᎠᏓᏰᏍᎩ ᏧᏂᏢᎩ ᏕᏥᏅᎦᎵᏍᎨᏍᏗ, ᏧᏂᏲᎱᏒᎯ ᏕᏣᎴᏗᏍᎨᏍᏗ, ᎠᏂᏍᎩᎾ ᏕᏥᏄᎪᏫᏍᎨᏍᏗ. ᎠᏎᏉ ᎡᏥᏁᎸᎯ, ᎠᏎᏉ ᎢᏣᏓᏁᎮᏍᏗ.
ପୀଡ଼ିତମାନଙ୍କୁ ସୁସ୍ଥ କର, ମୃତମାନଙ୍କୁ ଉଠାଅ, କୁଷ୍ଠରୋଗୀମାନଙ୍କୁ ଶୁଚି କର, ଭୂତମାନଙ୍କୁ ବାହାର କର। ତୁମ୍ଭେମାନେ ବିନାମୂଲ୍ୟରେ ପାଇଅଛ, ବିନାମୂଲ୍ୟରେ ଦାନ କର।
9 ᏞᏍᏗ ᏕᏣᏓᏠᎲ ᏱᏣᏓᏁᎴᏍᏗ ᏓᎶᏂᎨ ᎠᏕᎸ ᎠᎴ ᎤᏁᎬ ᎠᏕᎸ ᎠᎴ ᎥᏣᏱ,
ତୁମ୍ଭମାନଙ୍କ ଗାଞ୍ଜିଆରେ ସୁନା କି ରୂପା କି ତମ୍ବା, ଆଉ ଯାତ୍ରା ନିମନ୍ତେ ଝୋଲି
10 ᎠᎴ ᏕᎦᎶᏗ, ᎠᎴ ᏔᎵ ᏗᏣᏄᏬ, ᎠᎴ ᏗᎳᏑᎶ, ᎠᎴ ᏗᏙᎳᏅᏍᏗ; ᏧᎸᏫᏍᏓᏁᎯᏰᏃ ᎤᏩᏛᏗ ᎨᏐ ᎤᎵᏍᏓᏴᏗ.
କିମ୍ବା ଦୁଇଟି ଅଙ୍ଗରଖା ଅବା ଜୋତା କିମ୍ବା ବାଡ଼ି ଆୟୋଜନ କର ନାହିଁ, କାରଣ କାର୍ଯ୍ୟକାରୀ ଆପଣା ଆହାରର ଯୋଗ୍ୟ।
11 ᎢᎸᎯᏢᏃ ᎤᏛᎾ ᎦᏚᎲ ᎠᎴ ᎤᏍᏗ ᎦᏚᎲ ᎢᏥᎷᎨᏍᏗ, ᎢᏣᏓᏛᏛᎲᏍᎨᏍᏗ ᎩᎶ ᎡᎲ ᎤᏓᏅᏘ, ᎾᎿᎭᏃ ᎢᏥᏁᏍᏗ ᎬᏂ ᎥᏣᏂᎩ.
ଆଉ ତୁମ୍ଭେମାନେ ଯେକୌଣସି ନଗରରେ କି ଗ୍ରାମରେ ପ୍ରବେଶ କରିବ, ସେଠାରେ କେଉଁ ଲୋକ ଯୋଗ୍ୟ, ତାହା ଅନୁସନ୍ଧାନ କର, ପୁଣି, ନ ଯିବା ପର୍ଯ୍ୟନ୍ତ ସେଠାରେ ରୁହ।
12 ᎠᏓᏁᎸᏃ ᎢᏥᏴᎭ ᎢᏥᏲᎵᎮᏍᏗ.
ଆଉ ଗୃହରେ ପ୍ରବେଶ କରିବା ସମୟରେ ତାହାକୁ ଆଶୀର୍ବାଦ କର;
13 ᎢᏳᏃ ᎾᎿᎭᎠᏂᏁᎳ ᎤᏩᏙᎯᏯᏛ ᏗᎬᏩᎾᏓᏂᎸᎢᏍᏗ ᎢᎨᏎᏍᏗ, ᎾᏍᎩ ᎤᏩᏙᎯᏯᏛ ᎢᏣᏤᎵ ᎤᏂᎷᏤᏗ ᎨᏎᏍᏗ; ᎢᏳᏃ ᏗᎬᏩᎾᏓᏂᎸᎢᏍᏗ ᏂᎨᏒᎾ ᎢᎨᏎᏍᏗ, ᎾᏍᎩ ᏅᏩᏙᎯᏯᏛ ᎢᏨᏒᏉ ᎢᏥᎷᏤᏗ ᎢᎨᏎᏍᏗ.
ସେହି ଗୃହ ଯଦି ଯୋଗ୍ୟ, ତେବେ ତାହା ପ୍ରତି ତୁମ୍ଭମାନଙ୍କ ଶାନ୍ତି ବର୍ତ୍ତୁ, କିନ୍ତୁ ତାହା ଯଦି ଯୋଗ୍ୟ ନୁହେଁ, ତାହାହେଲେ ତୁମ୍ଭମାନଙ୍କ ଶାନ୍ତି ତୁମ୍ଭମାନଙ୍କ ପାଖକୁ ଫେରିଆସୁ।
14 ᎢᏳᏃ ᎩᎶ ᏂᏗᏣᏓᏂᎸᎬᎾ ᎢᎨᏎᏍᏗ, ᎠᎴ ᎢᏥᏁᎬ ᎾᏛᎩᏍᎬᎾ ᎢᎨᏎᏍᏗ, ᎾᎿᎭᎦᎵᏦᏕ ᎠᎴ ᎦᏚᎲ ᎢᏥᏄᎪᎩ, ᏕᏥᏅᎪᎥᏗᏍᎨᏍᏗ ᎦᏓ ᏗᏣᎳᏏᏕᏂ.
ପୁଣି, ଯେ କେହି ତୁମ୍ଭମାନଙ୍କୁ ଗ୍ରହଣ କରିବ ନାହିଁ ଅବା ତୁମ୍ଭମାନଙ୍କ କଥା ଶୁଣିବ ନାହିଁ, ସେହି ଗୃହରୁ କିମ୍ବା ସେହି ନଗରରୁ ବାହାରିଯିବା ବେଳେ ତୁମ୍ଭମାନଙ୍କ ପାଦଧୂଳି ଝାଡ଼ିଦିଅ।
15 ᎤᏙᎯᏳᎯᏯ ᎯᎠ ᏂᏨᏳᏪᏎᎭ, ᎡᏍᎦᏉ ᎢᎦᎢ ᎤᏂᎩᎵᏲᎢᏍᏗ ᎨᏎᏍᏗ ᏐᏓᎻ ᎠᎴ ᎪᎹᎵ, ᏗᎫᎪᏙᏗᏱ ᎢᎦ ᎨᏎᏍᏗ, ᎤᏟᎯᏳ ᎾᏍᎩ Ꮎ ᎦᏚᎲᎢ.
ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ବିଚାର ଦିନରେ ସେହି ନଗରର ଦଶା ଅପେକ୍ଷା ସଦୋମ ଓ ଗମୋରା ଦେଶର ଦଶା ସହନୀୟ ହେବ।”
16 ᎬᏂᏳᏉ ᎢᏨᏅᎵ ᎠᏫ ᎤᏂᏃᏕᎾ ᏣᏁᎳᏗᏙᎰ ᏩᏲᎯ ᎾᏍᎩᏯᎢ; ᎾᏍᎩ ᎢᏳᏍᏗ ᎢᎾᏛ ᎢᎨᏥᏏᎾᏌᏂ ᎨᏌᏍᏗ, ᎠᎴ ᎫᎴ-ᏗᏂᏍᎪᏂᎯ ᎢᎨᏣᏓᏅᏘ ᎨᏎᏍᏗ.
“ଦେଖ, ବାଘମାନଙ୍କ ମଧ୍ୟରେ ମେଣ୍ଢାମାନଙ୍କ ପରି ମୁଁ ତୁମ୍ଭମାନଙ୍କୁ ପଠାଉଅଛି, ଅତଏବ ସର୍ପ ପରି ବୁଦ୍ଧିମାନ ଓ କପୋତ ପରି ଅହିଂସକ ହୁଅ।
17 ᏕᏤᏯᏙᏤᎮᏍᏗ ᎠᏗᎾ ᏴᏫ, ᏕᎦᎳᏫᎥᏰᏃ ᏙᏓᎨᏣᏘᏃᎵ, ᏧᏂᎳᏫᎢᏍᏗᏱᏃ ᏙᏓᎨᏥᎵᎥᏂᎵ.
ମାତ୍ର ମନୁଷ୍ୟମାନଙ୍କଠାରୁ ସାବଧାନ ହୋଇଥାଅ, କାରଣ ସେମାନେ ତୁମ୍ଭମାନଙ୍କୁ ବିଚାରସଭାମାନଙ୍କରେ ସମର୍ପଣ କରିବେ ଓ ସେମାନଙ୍କ ସମାଜଗୃହ ସମୂହରେ କୋରଡ଼ା ମାରିବେ,
18 ᎠᎴ ᎠᏴ ᎨᏒ ᏅᏗᎦᎵᏍᏙᏗᏍᎨᏍᏗ ᏄᏂᎬᏫᏳᏌᏕᎩ ᎠᎴ ᎤᏂᎬᏫᏳᎯ ᏚᏃᎸ ᎢᎬᏱᏗᏢ ᏕᏣᏘᏃᎯᎮᏍᏗ, ᎾᏍᎩ ᎤᏅᏒ ᎠᎴ ᏧᎾᏓᎴᏅᏛ ᏴᏫ ᎤᎾᏙᎴᎰᎯᏍᏙᏗ.
ପୁଣି, ତୁମ୍ଭେମାନେ ମୋ ସକାଶେ ଶାସନକର୍ତ୍ତା ଓ ରାଜାମାନଙ୍କ ପାଖକୁ ଅଣାଯିବ; ତାହା ସେମାନଙ୍କ ଓ ଅଣଯିହୁଦୀମାନଙ୍କ ପ୍ରତି ସାକ୍ଷ୍ୟସ୍ୱରୂପ ହେବ।
19 ᎠᏎᏃ ᎿᎭᏉ ᏕᎨᏣᏘᏃᎯᎮᏍᏗ ᏞᏍᏗ ᏱᏤᎵᎯᏍᎨᏍᏗ ᎢᏳᏍᏗ ᎢᏥᏁᎢᏍᏗᏱ ᎠᎴ ᎢᏥᏪᏍᏗᏱ; ᎾᎯᏳᏉᏰᏃ ᎡᏥᏁᏗ ᎨᏎᏍᏗ ᎢᏥᏪᏍᏗᏱ.
କିନ୍ତୁ ଯେତେବେଳେ ସେମାନେ ତୁମ୍ଭମାନଙ୍କୁ ସମର୍ପଣ କରିବେ, ସେତେବେଳେ ତୁମ୍ଭେମାନେ କିପରି ବା କି କଥା କହିବ, ସେ ବିଷୟରେ ଚିନ୍ତିତ ହୁଅ ନାହିଁ, କାରଣ କଅଣ କହିବ, ତାହା ସେହି ସମୟରେ ତୁମ୍ଭମାନଙ୍କୁ ଦିଆଯିବ।
20 ᎥᏝᏰᏃ ᏂᎯ ᏱᏥᏁᎪᎢ, ᎢᏥᏙᏓᏍᎩᏂ ᎤᏓᏅᏙ ᎧᏁᎪᎢ ᏂᎯ ᎢᏨᏗᏍᎪᎢ.
ଯେଣୁ ତୁମ୍ଭେମାନେ ବକ୍ତା ନୁହଁ, କିନ୍ତୁ ତୁମ୍ଭମାନଙ୍କ ପିତାଙ୍କ ଆତ୍ମା ଯେ କି ତୁମ୍ଭମାନଙ୍କ ଅନ୍ତରରେ କଥା କହନ୍ତି, ସେ ବକ୍ତା ଅଟନ୍ତି।
21 ᎠᏍᎦᏯᏃ ᏙᏓᏳᏲᏏ ᎤᏲᎱᎯᏍᏗᏱ ᏗᎾᏓᏅᏟ, ᎠᎦᏴᎵᎨᏃ ᎤᏪᏥ ᏙᏓᏳᏲᏏ, ᎠᎴ ᎣᏂ ᏧᎾᏛᏒᎯ ᏙᏛᎾᏡᏔᏂ ᏧᏂᎦᏴᎵᎨᎢ, ᎠᎴ ᎾᏍᎩ ᏅᏛᏅᏂᏌᏂ ᏗᎨᏥᎢᏍᏗ ᎨᏎᏍᏗ.
ଭାଇ ଭାଇକୁ ଓ ପିତା ପୁତ୍ରକୁ ମୃତ୍ୟୁଭୋଗ କରିବା ନିମନ୍ତେ ସମର୍ପଣ କରିବେ, ପୁଣି, ସନ୍ତାନମାନେ ପିତାମାତାଙ୍କ ବିରୁଦ୍ଧରେ ଉଠି ସେମାନଙ୍କୁ ବଧ କରିବେ।
22 ᎠᎴ ᎾᏂᎥᏉ ᏴᏫ ᎨᏥᏍᎦᎩ ᎨᏎᏍᏗ ᎠᏴ ᏓᏆᏙᎥ ᏅᏗᎦᎵᏍᏙᏗᏍᎨᏍᏗ; ᎠᏎᏃ ᎾᏍᎩ ᎬᎵᏍᏆᏗᏍᎩ ᎠᏟᏂᎬᏁᎯ ᎠᏥᏍᏕᎸᏗ ᎨᏎᏍᏗ.
ଆଉ ମୋହର ନାମ ସକାଶେ ତୁମ୍ଭେମାନେ ସମସ୍ତଙ୍କ ଦ୍ୱାରା ଘୃଣିତ ହେବ, ମାତ୍ର ଯେ ଶେଷ ପର୍ଯ୍ୟନ୍ତ ଧୈର୍ଯ୍ୟ ଧରି ରହିବ, ସେ ପରିତ୍ରାଣ ପାଇବ।
23 ᎠᎴ ᎿᎭᏉ ᎤᏲ ᏂᎨᏨᎿᎭᏕᎨᏍᏗ ᎢᎸᎯᏢ ᎦᏚᎲᎢ, ᎢᎶᎵᏍᎨᏍᏗ ᏅᏩᎵᎴ ᏗᎦᏚᎲ ᏫᏥᎶᏍᎨᏍᏗ. ᎤᏙᎯᏳᎯᏯᏰᏃ ᎯᎠ ᏂᏨᏪᏎᎭ, ᎥᏝ ᎢᏏᎵᏱ ᏕᎦᏚᎲᎢ ᏱᎨᏤᏙᏁᏍᏗ ᎿᎭᏉ ᏴᏫ ᎤᏪᏥ ᏓᎦᎷᏥ.
କିନ୍ତୁ ସେମାନେ ଯେତେବେଳେ ତୁମ୍ଭମାନଙ୍କୁ ଏକ ନଗରରେ ତାଡ଼ନା କରିବେ, ସେତେବେଳେ ଅନ୍ୟ ନଗରକୁ ପଳାଇଯାଅ, କାରଣ ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ଇସ୍ରାଏଲ ନଗରଗୁଡ଼ିକରେ ତୁମ୍ଭମାନଙ୍କ ଭ୍ରମଣ ଶେଷ ନ ହେବା ପୂର୍ବରୁ ମନୁଷ୍ୟପୁତ୍ର ଆଗମନ କରିବେ।
24 ᏗᏕᎶᏆᏍᎩ ᎥᏝ ᎤᏟ ᏱᎾᏥᎸᏉᏙᎢ ᎡᏍᎦᏉ ᏧᏪᏲᎲᏍᎩ, ᎠᎴ ᎠᏥᏅᏏᏓᏍᏗ ᎥᏝ ᎤᏟ ᏱᎾᏥᎸᏉᏙᎢ ᏒᏍᎦᏉ ᎤᏅᏏᏙᎯ.
ଶିଷ୍ୟ ଗୁରୁଠାରୁ କିମ୍ବା ଦାସ କର୍ତ୍ତାଠାରୁ ଶ୍ରେଷ୍ଠ ନୁହେଁ।
25 ᏰᎵᏉᏰᏃ ᏗᏕᎶᏆᏍᎩ ᏧᏪᏲᎲᏍᎩ ᎢᏧᎳᎭᏉ ᏱᎩ, ᎠᎴ ᎠᏥᏅᏏᏓᏍᏗ ᎤᏅᏏᏙᎯ ᎢᏧᎳᎭᏉ ᏱᎩ. ᎢᏳᏰᏃ ᏧᏓᏘᎿᎭᎢ ᎠᏓᏁᎸ ᏇᎵᏥᏆ ᏳᏃᏎᎸ, ᎤᏟ ᎠᎯᏗᏳ ᎾᏍᎩ ᎢᏧᏂᏪᏎᏗᏱ ᏚᏓᏘᎿᎭᎥᎢ.
ଶିଷ୍ୟ ଆପଣା ଗୁରୁ ଓ ଦାସ ଆପଣା କର୍ତ୍ତା ପରି ହେଲେ ସେମାନଙ୍କ ପକ୍ଷରେ ଯଥେଷ୍ଟ। ସେମାନେ ଯେବେ ଗୃହ କର୍ତ୍ତାଙ୍କୁ ବାଲ୍‌ଜିବୂଲ୍ ବୋଲି କହିଅଛନ୍ତି, ତେବେ ତାହାଙ୍କର ପରିଜନଙ୍କୁ ତ ଆହୁରି ଅଧିକ କହିବେ।”
26 ᎾᏍᎩ ᎢᏳᏍᏗ ᏞᏍᏗ ᏱᏗᏥᏍᎦᎢᎮᏍᏗ. ᎥᏝᏰᏃ ᎪᎱᏍᏗ ᏱᎬᏍᎦᎳ ᎾᏍᎩ ᎬᏂᎨᏒ ᎢᏳᎵᏍᏙᏗ ᏂᎨᏒᎾ ᎨᏒᎢ, ᎥᏝ ᎠᎴ ᎪᎱᏍᏗ ᎤᏕᎵᏛ ᏱᎩ ᎾᏍᎩ ᎠᏙᎴᎰᎯᏍᏗ ᏂᎨᏒᎾ ᎨᏒᎢ.
“ଅତଏବ ସେମାନଙ୍କୁ ଭୟ କର ନାହିଁ; କାରଣ ଯାହା ପ୍ରକାଶିତ ନ ହେବ, ଏପରି ଆଚ୍ଛାଦିତ କିଛି ନାହିଁ, ଆଉ ଯାହା ଜଣା ନ ଯିବ, ଏପରି ଗୁପ୍ତ କିଛି ନାହିଁ।
27 ᎤᎵᏏᎬ ᎢᏨᏁᏤᎸᎢ ᎢᎦᎦᏛ ᎢᏥ ᏁᎨᏍᏗ; ᎡᏣᏙᏅᎡᎸᏃ ᎨᏒ ᎦᏌᎾᎵ ᎢᏣᎵᏥᏙᎲᏍᎨᏍᏗ.
ମୁଁ ତୁମ୍ଭମାନଙ୍କୁ ଯାହା ଅନ୍ଧକାରରେ କହେ, ତାହା ଆଲୋକରେ କୁହ, ପୁଣି, ଯାହା ତୁମ୍ଭେମାନେ ଗୋପନରେ ଶୁଣ, ତାହା ଘର ଛାତ ଉପରେ ଘୋଷଣା କର।
28 ᎠᎴ ᏞᏍᏗ ᏱᏗᏥᏍᎦᎢᎮᏍᏗ ᎠᏰᎸᎢ ᎠᏂᎯᎯ, ᎠᏎᏃ ᎠᏓᏅᏙ ᎬᏩᏂᎯᏍᏗ ᏂᎨᏒᎾ ᏥᎩ. ᎤᎬᏫᏳᏎᏍᏗᏍᎩᏂ ᎡᏥᏍᎦᎢᎮᏍᏗ ᎾᏍᎩ ᏗᎬᏩᎯᏍᏗ ᏥᎩ ᎠᏰᎸᎢ ᎠᎴ ᎠᏓᏅᏙ ᎢᏧᎳ ᏨᏍᎩᏃᎢ. (Geenna g1067)
ଆଉ ଯେଉଁମାନେ ଶରୀରକୁ ବଧ କରନ୍ତି, କିନ୍ତୁ ଆତ୍ମାକୁ ବଧ କରିପାରନ୍ତି ନାହିଁ, ସେମାନଙ୍କୁ ଭୟ କର ନାହିଁ; ବରଂ ଯେ ଶରୀର ଓ ଆତ୍ମା ଉଭୟକୁ ନର୍କରେ ବିନଷ୍ଟ କରିପାରନ୍ତି, ତାହାଙ୍କୁ ହିଁ ଭୟ କର। (Geenna g1067)
29 ᏝᏍᎪ ᎠᏂᏔᎵ ᏥᏍᏆᏯ ᏌᏉ ᎢᏯᏓᏅᏖᏗ ᏧᎾᎬᏩᎶᏗ ᏱᎩ, ᎠᏎᏃ ᎥᏝ ᏌᏉ ᎡᎳᏗ ᎤᏅᎢᏍᏗ ᏱᎩ ᎢᏥᏙᏓ ᎤᏓᏅᏖᎸᎯ ᏂᎨᏒᎾ.
ଦୁଇଟି ଘରଚଟିଆ କଅଣ ଗୋଟିଏ ପଇସାରେ ବିକାଯାଆନ୍ତି ନାହିଁ? ଆଉ ତୁମ୍ଭମାନଙ୍କର ପିତାଙ୍କର ଅନୁମତି ବିନା ସେମାନଙ୍କ ମଧ୍ୟରୁ ଗୋଟିଏ ହେଲେ ତଳେ ପଡ଼େ ନାହିଁ;
30 ᎾᏍᏉᏍᎩᏂ ᎢᏥᏍᏘᏰᎬ ᎢᏥᏍᎪᎵ ᏂᎦᏗᏳ ᏗᏎᎸᎯ.
କିନ୍ତୁ ତୁମ୍ଭମାନଙ୍କ ମସ୍ତକର ସମସ୍ତ କେଶ ହିଁ ଗଣାଯାଇଅଛି।
31 ᎾᏍᎩ ᎢᏳᏍᏗ ᏞᏍᏗ ᏱᏥᏍᎦᎢᎮᏍᏗ; ᎤᏟᏰᏃ ᏂᎦᎥ ᏗᏣᎬᏩᎶᏗ ᏂᎯ ᎡᏍᎦᏉ ᎤᏂᏣᏘ ᏥᏍᏆᏯ.
ଏଣୁ ଭୟ କର ନାହିଁ, ତୁମ୍ଭେମାନେ ଅନେକ ଘରଚଟିଆ ଠାରୁ ଶ୍ରେଷ୍ଠ।”
32 ᎩᎶᏰᏃ ᎬᏂᎨᏒ ᎾᏋᏁᎮᏍᏗ ᏴᏫ ᎠᏂᎦᏔᎲᎢ, ᎾᏍᏉ ᎠᏴ ᎾᏍᎩ ᎬᏂᎨᏒ ᎤᏓᏥᏴᏁᎵ ᎡᏙᏓ ᎦᎸᎳᏗ ᎡᎯ ᎠᎦᏔᎲᎢ.
“ଆଉ, ଯେ କେହି ଲୋକଙ୍କ ଆଗରେ ମୋତେ ସ୍ୱୀକାର କରିବ, ମୁଁ ମଧ୍ୟ ମୋହର ସ୍ୱର୍ଗସ୍ଥ ପିତାଙ୍କ ଆଗରେ ତାହାକୁ ସ୍ୱୀକାର କରିବି।
33 ᎩᎶᏍᎩᏂ ᎢᎠᏆᏓᏱᎮᏍᏗ ᏴᏫ ᎠᏂᎦᏔᎲᎢ, ᎾᏍᏉ ᎠᏴ ᎾᏍᎩ ᏓᏥᏯᏓᏱᎵ ᎡᏙᏓ ᎦᎸᎳᏗ ᎡᎯ ᎠᎦᏔᎲᎢ.
ମାତ୍ର ଯେ କେହି ଲୋକଙ୍କ ଆଗରେ ମୋତେ ଅସ୍ୱୀକାର କରିବ, ମୁଁ ମଧ୍ୟ ମୋହର ସ୍ୱର୍ଗସ୍ଥ ପିତାଙ୍କ ଆଗରେ ତାହାକୁ ଅସ୍ୱୀକାର କରିବି।”
34 ᏞᏍᏗ ᏙᎯᏱ ᎤᎾᏄᎪᏫᏏᎸ ᎡᎶᎯ, ᏱᏍᎩᏰᎵᏎᎮᏍᏗ; ᎥᏝᏍᎩᏂ ᏙᎯᏱ ᏯᎩᎾᏄᎪᏫᏏᎸ, ᎠᏰᎳᏍᏗᏍᎩᏂ ᎦᏅᎯᏛ.
“ମୁଁ ଯେ ପୃଥିବୀରେ ଶାନ୍ତି ଦେବାକୁ ଆସିଅଛି, ଏହା ମନେ କର ନାହିଁ; ଶାନ୍ତି ଦେବାକୁ ନ ଆସି ବରଂ ଖଡ୍ଗ ଦେବାକୁ ଆସିଅଛି।
35 ᎠᏴᏰᏃ ᎠᎩᎷᏥᎸ, ᏗᎾᏓᏍᎦᎩ ᎢᏳᎵᏍᏙᏗᏱ ᎠᏍᎦᏯ ᎤᏙᏓᏃ, ᎠᎴ ᎠᎦᏅᎩ ᎠᎨᏴ ᎤᏥᏃ, ᎠᎴ ᎤᏓᏦᎯᏯ ᎤᏦᎯᏃ;
କାରଣ ମୁଁ ‘ପିତାଙ୍କ ସହିତ ପୁତ୍ରର ଓ ମାତା ସହିତ କନ୍ୟାର ପୁଣି, ଶାଶୁ ସହିତ ବୋହୁର ବିରୋଧ ବଢ଼ାଇବାକୁ ଆସିଅଛି,
36 ᎩᎶᏃ ᎤᏩᏒᏉ ᏚᏓᏘᎿᎭᎥ ᎬᏩᏍᎦᎩ ᎨᏎᏍᏗ.
ଆଉ ମନୁଷ୍ୟର ନିଜ ପରିଜନ ହିଁ ତାହାର ଶତ୍ରୁ ହେବେ।’
37 ᎩᎶᏃ ᎤᏟ ᏄᎨᏳᏎᏍᏗ ᎤᏙᏓ ᎠᎴ ᎤᏥ ᎡᏍᎦᏉ ᎠᏴ ᎾᎩᎨᏳᏎᏍᏗ, ᎥᏝ ᏰᎵ ᎾᏍᎩ ᎠᏴ ᎠᏆᏤᎵ ᎢᎬᏩᎵᏍᏙᏗ ᏱᎨᏎᏍᏗ. ᎩᎶᏃ ᎤᏟ ᏄᎨᏳᏎᏍᏗ ᎤᏪᏥ ᎠᏍᎦᏯ ᎠᎴ ᎤᏪᏥ ᎠᎨᏴ ᎡᏍᎦᏉ ᎠᏴ ᎾᎩᎨᏳᏎᏍᏗ, ᎥᏝ ᏰᎵ ᎾᏍᎩ ᎠᏴ ᎠᏆᏤᎵ ᎢᎬᏩᎵᏍᏙᏗ ᏱᎨᏎᏍᏗ.
ଯେ ପିତା କି ମାତାକୁ ମୋʼଠାରୁ ଅଧିକ ପ୍ରିୟ ଜ୍ଞାନ କରେ, ସେ ମୋହର ଯୋଗ୍ୟ ନୁହେଁ, ପୁଣି, ଯେ ପୁତ୍ର କି କନ୍ୟାକୁ ମୋʼଠାରୁ ଅଧିକ ପ୍ରେମ କରେ, ସେ ମୋହର ଯୋଗ୍ୟ ନୁହେଁ।
38 ᎩᎶ ᎾᏱᏍᎬᎾ ᎢᎨᏎᏍᏗ ᎤᏤᎵ ᏧᏓᎿᎭᏩᏛ ᎠᎴ ᎾᎩᏍᏓᏩᏕᎬᎾ ᎢᎨᏎᏍᏗ, ᎥᏝ ᏰᎵ ᎠᏴ ᎠᏆᏤᎵ ᎢᎬᏩᎵᏍᏙᏗ ᏱᎨᏎᏍᏗ.
ଆଉ ଯେ ଆପଣା କ୍ରୁଶ ନେଇ ମୋହର ଅନୁଗମନ ନ କରେ, ସେ ମୋହର ଯୋଗ୍ୟ ନୁହେଁ।
39 ᎩᎶᏃ ᎬᏅ ᎢᎠᏩᏘᏍᎨᏍᏗ, ᎾᏍᎩ ᎤᏲᎱᏎᏗ ᎨᏎᏍᏗ; ᎩᎶᏃ ᎢᎤᏲᎱᏎᎮᏍᏗ ᎬᏅ ᎠᏴ ᏅᏗᎦᎵᏍᏙᏗᏍᎨᏍᏗ, ᎾᏍᎩ ᎤᏩᏛᏗ ᎨᏎᏍᏗ.
ଯେ ଆପଣା ଜୀବନ ବଞ୍ଚାଏ, ସେ ତାହା ହରାଇବ, ଆଉ ଯେ ମୋ ନିମନ୍ତେ ଆପଣା ଜୀବନ ହରାଏ, ସେ ତାହା ବଞ୍ଚାଇବ।”
40 ᎩᎶᏃ ᏕᏣᏓᏂᎸᎨᏍᏗ, ᎾᏍᎩ ᎠᏴ ᏓᏆᏓᏂᎸᎨᏍᏗ; ᎩᎶᏃ ᎠᏴ ᏓᏆᏓᏂᎸᎨᏍᏗ, ᎾᏍᎩ ᏓᏓᏂᎸᎨᏍᏗ ᏅᏛᎩᏅᏒᎯ
“ଯେ ତୁମ୍ଭମାନଙ୍କୁ ଗ୍ରହଣ କରେ, ସେ ମୋତେ ଗ୍ରହଣ କରେ, ଆଉ ଯେ ମୋତେ ଗ୍ରହଣ କରେ, ସେ ମୋହର ପ୍ରେରଣକର୍ତ୍ତାଙ୍କୁ ଗ୍ରହଣ କରେ।
41 ᎩᎶᏃ ᏓᏓᏂᎸᎨᏍᏗ ᎠᏙᎴᎰᏍᎩ ᎠᏙᎴᎰᏍᎩ ᎨᏒ ᎤᏗᎦᎵᏍᏙᏗᎨᏍᏗ, ᎠᏙᎴᎰᏍᎩ ᎠᎦᎫᏴᏓᏁᏗ ᎨᏒ ᎾᏍᎩ ᎠᎦᎫᏴᏓᏁᎮᏍᏗ; ᎩᎶᏃ ᏓᏓᏂᎸᎨᏍᏗ ᎤᏓᏅᏘ ᎠᏍᎦᏯ ᎤᏓᏅᏘ ᎨᏒ ᎤᏗᎦᎵᏍᏙ ᏗᏍᎨᏍᏗ, ᎤᏓᏅᏘ ᎠᏍᎦᏯ ᎠᎦᎫᏴᏓᏁᏗ ᎨᏒ ᎾᏍᎩ ᎠᎦᎫᏴᏓᏁᎮᏍᏗ.
ଯେ ଭାବବାଦୀଙ୍କୁ ଭାବବାଦୀ ବୋଲି ଗ୍ରହଣ କରେ, ସେ ଭାବବାଦୀଙ୍କ ପୁରସ୍କାର ପାଇବ। ଆଉ ଯେ ଧାର୍ମିକ ବ୍ୟକ୍ତିଙ୍କୁ ଧାର୍ମିକ ବୋଲି ଗ୍ରହଣ କରେ, ସେ ଧାର୍ମିକ ବ୍ୟକ୍ତିଙ୍କ ପୁରସ୍କାର ପାଇବ।
42 ᎩᎶᏃ ᏌᏉ ᎯᎠ ᏧᎾᏍᏗ ᎨᏒᎢ ᎤᎵᏍᏈᏗᏉ ᎠᎧᎵᎢ ᎤᏴᏜᏓᎠᎹ ᎠᎱᎥᏍᎨᏍᏗ ᎠᎩᏍᏓᏩᏗᏙᎯ ᎨᏒ ᏅᏗᎦᎵᏍᏙᏗᏍᎨᏍᏗ, ᎤᏙᎯᏳᎯᏯ ᏂᏨᏪᏎᎭ, ᎥᏝ ᎾᏍᎩ ᎤᏲᎱᏎᏗ ᏱᎨᏎᏍᏗ ᎠᎦᎫᏴᎡᏗ ᎨᏒᎢ.
ପୁଣି, ଯେ କେହି ଏହି କ୍ଷୁଦ୍ରମାନଙ୍କ ମଧ୍ୟରୁ ଜଣକୁ ମୋହର ଶିଷ୍ୟ ବୋଲି ଯଦି ଗିନାଏ ଥଣ୍ଡା ପାଣି ମଧ୍ୟ ପିଇବାକୁ ଦେବ, ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ସେ କୌଣସି ପ୍ରକାରେ ଆପଣା ପୁରସ୍କାର ହରାଇବ ନାହିଁ।”

< ᎣᏍᏛ ᎧᏃᎮᏛ ᎹᏚ ᎤᏬᏪᎳᏅᎯ 10 >