< ᎣᏍᏛ ᎧᏃᎮᏛ ᎹᎦ ᎤᏬᏪᎳᏅᎯ 8 >

1 ᎾᎯᏳᏃ ᎤᏂᏣᏘ ᎨᏒ ᏴᏫ ᏧᏈᏯ ᎨᏒ ᎢᏳᏍᏗ, ᎠᎴ ᏄᏂᎲᎾ ᎨᏒ ᎤᎾᎵᏍᏓᏴᏗ, ᏥᏌ ᏫᏚᏯᏅᎲ ᎬᏩᏍᏓᏩᏗᏙᎯ, ᎯᎠ ᏂᏚᏪᏎᎴᎢ;
ସେହି ସମୟରେ ବହୁସଂଖ୍ୟକ ଲୋକ ପୁନର୍ବାର ଏକତ୍ର ହେଲେ, ଆଉ ସେମାନଙ୍କ ପାଖରେ ଖାଦ୍ୟଦ୍ରବ୍ୟ କିଛି ନ ଥିବାରୁ ଯୀଶୁ ଶିଷ୍ୟମାନଙ୍କୁ ନିକଟକୁ ଡାକି ସେମାନଙ୍କୁ କହିଲେ,
2 ᎦᏥᏯᏙᎵᎦ ᎤᏂᏣᏘ ᎨᏒᎢ, ᏅᏗᎦᎵᏍᏙᏗ ᎿᎭᏉ ᏦᎢ ᎢᎦ ᎢᏧᎳᎭ ᎣᎨᏙᎸᎢ ᎠᎴ ᏄᏂᎲᎾ ᎨᏒ ᎤᎾᎵᏍᏓᏴᏗ;
“ଲୋକସମୂହ ପ୍ରତି ମୋହର ଦୟା ହେଉଅଛି, କାରଣ ଏମାନେ ତିନି ଦିନ ହେଲାଣି ମୋʼ ସାଙ୍ଗରେ ରହିଅଛନ୍ତି ଓ ଏମାନଙ୍କ ପାଖରେ କିଛି ଖାଇବାକୁ ନାହିଁ।
3 ᎢᏳᏃ ᏱᎦᏥᏯᏂᎩᏍᏗᎭ ᏙᏧᏁᏅᏒ ᏯᏁᎦ ᏄᎾᎵᏍᏓᏴᏅᎾ, ᏩᎾᎢᏒᏉ ᏱᏓᏂᏩᎾᎦᎶᎩ; ᎢᎦᏛᏰᏃ ᎢᏅᎯᏳ ᏙᏧᏁᏅ.
ଯଦି ମୁଁ ସେମାନଙ୍କୁ ଅନାହାରରେ ଘରକୁ ପଠାଏ, ତାହାହେଲେ ବାଟରେ ସେମାନଙ୍କର ହଂସା ଉଡ଼ିଯିବ; ସେମାନଙ୍କ ମଧ୍ୟରୁ କେତେକ ତ ଦୂରରୁ ଆସିଅଛନ୍ତି।”
4 ᎬᏩᏍᏓᏩᏗᏙᎯᏃ ᎯᎠ ᏂᎬᏩᏪᏎᎴᎢ, ᎭᏢ ᏱᏓᎩ ᎩᎶ ᎾᏍᎩ ᎢᎦᎢ ᎦᏚ ᎠᏂ ᎢᎾᎨᎢ, ᎯᎠ ᎾᏍᎩ ᏰᎵ ᎬᏩᏂᏛᏓᏁᏗ.
ଶିଷ୍ୟମାନେ ତାହାଙ୍କୁ ଉତ୍ତର ଦେଲେ, ଏଠାରେ ଏହି ନିର୍ଜନ ସ୍ଥାନରେ କିଏ କେଉଁଠାରୁ ରୁଟି ଆଣି ଏମାନଙ୍କୁ ତୃପ୍ତ କରିପାରିବ?
5 ᏚᏛᏛᏁᏃ ᎯᎠ ᏄᏪᏎᎢ; ᎢᎳᎪ ᎦᏚ ᏕᏥᏰᎭ? ᎯᎠᏃ ᏄᏂᏪᏎᎢ, ᎦᎵᏉᎩ.
ଯୀଶୁ ସେମାନଙ୍କୁ ପଚାରିଲେ, “ତୁମ୍ଭମାନଙ୍କ ପାଖରେ କେତୋଟି ରୁଟି ଅଛି?” ସେମାନେ କହିଲେ, ସାତୋଟି।
6 ᏚᏁᏤᎴᏃ ᎤᏂᏣᏘ ᎦᏙᎯ ᎤᎾᏂᏢᏗᏱ; ᎦᎵᏉᎩᏃ ᎦᏚ ᏚᎩᏒ, ᎠᎴ ᎤᎵᎮᎵᏨ, ᏚᎬᎭᎷᏰᎢ, ᎠᎴ ᎬᏩᏍᏓᏩᏗᏙᎯ ᏚᏁᎴ ᎾᏍᎩ ᎢᎬᏱᏗᏢ ᏧᏂᏁᏗᏱ; ᎢᎬᏱᏗᏢᏃ ᏚᏂᏁᎴ ᎤᏂᏣᏘ ᏴᏫ.
ସେଥିରେ ଯୀଶୁ ଲୋକସମୂହକୁ ଭୂମିରେ ବସିବାକୁ ଆଜ୍ଞା ଦେଲେ; ଆଉ ସେ ସେହି ସାତୋଟି ରୁଟି ଘେନି ଧନ୍ୟବାଦ ଦେଇ ସେହିସବୁ ଭାଙ୍ଗି ପରିବେଷଣ କରିବା ନିମନ୍ତେ ଆପଣା ଶିଷ୍ୟମାନଙ୍କୁ ଦେଲେ ଓ ସେମାନେ ଲୋକସମୂହକୁ ତାହା ପରିବେଷଣ କଲେ।
7 ᎠᎴ ᎢᎸᏍᎩ ᏧᎾᏍᏗ ᎠᏣᏗ ᏓᏂᏁᎮᎢ, ᎤᎵᎮᎵᏨᏃ ᎤᏁᏤ ᎾᏍᎩ ᎾᏍᏉ ᎢᎬᏱᏗᏢ ᏧᏂᏅᏗᏱ.
ପୁଣି, ସେମାନଙ୍କ ପାଖରେ ଅଳ୍ପ କେତୋଟି ସାନ ମାଛ ଥିଲା; ସେହିସବୁକୁ ମଧ୍ୟ ସେ ଆଶୀର୍ବାଦ କରି ପରିବେଷଣ କରିବା ନିମନ୍ତେ କହିଲେ।
8 ᎤᎾᎵᏍᏓᏴᏁᏃ, ᎠᎴ ᏚᏃᎸᏎᎢ; ᎤᏄᏖᏎᏃ ᎤᎵᎬᎭᎷᏴᎯ ᎤᏘᏴᎯ ᎦᎵᏉᎩ ᎢᏯᎧᎵᎢ ᏔᎷᏣ.
ସେଥିରେ ସେମାନେ ଭୋଜନ କରି ତୃପ୍ତ ହେଲେ ଓ ସାତ ଟୋକେଇ ବଳକା ଭଙ୍ଗା ରୁଟି ଉଠାଇଲେ।
9 ᎤᎾᎵᏍᏓᏴᏅᎯᏃ ᏅᎩ ᎢᏯᎦᏴᎵ ᎢᏴᏛ ᎾᏂᎡᎢ; ᏚᏰᎵᎯᏍᏔᏁᏃ.
ସେମାନେ ପ୍ରାୟ ଚାରି ହଜାର ଲୋକ ଥିଲେ।
10 ᎢᎬᏪᏅᏛᏃ ᏥᏳᎯ ᎤᏣᏁ ᎠᏁᎮ ᎬᏩᏍᏓᏩᏗᏙᎯ, ᎠᎴ ᏓᎵᎻᏄᏓ ᎠᏍᏛ ᏭᎷᏤᎢ.
ତାହା ପରେ ସେ ସେମାନଙ୍କୁ ବିଦାୟ ଦେଲେ ଓ ସେହିକ୍ଷଣି ଆପଣା ଶିଷ୍ୟମାନଙ୍କ ସହିତ ନୌକାରେ ଚଢ଼ି ଦଲ୍‌ମନୂଥା ଅଞ୍ଚଳକୁ ଆସିଲେ।
11 ᎠᏂᏆᎵᏏᏃ ᎤᏂᎷᏤ ᎠᎴ ᎤᎾᎴᏅᎮ ᎬᏩᏛᏛᎮᎸᏁᎢ, ᎬᏩᏔᏲᏎᎴ ᏧᎾᏄᎪᏫᏎᏗᏱ ᎤᏰᎸᏛ ᎦᎸᎳᏗ ᏅᏓᏳᎶᏒᎯ, ᎬᏩᎪᎵᏰᏍᎨᎢ.
ପରେ ଫାରୂଶୀମାନେ ବାହାରି ଆସି ତାହାଙ୍କ ସାଙ୍ଗରେ ବାଦାନୁବାଦ କରିବାକୁ ଲାଗିଲେ ଓ ତାହାଙ୍କୁ ପରୀକ୍ଷା କରିବା ଅଭିପ୍ରାୟରେ ଆକାଶରୁ ଗୋଟିଏ ଚିହ୍ନ ମାଗିଲେ।
12 ᎤᏓᏅᏙᎩᎯᏃ ᎭᏫᏂ ᎤᎵᏰᏔᏁᎢ, ᎠᎴ ᎯᎠ ᏄᏪᏎᎢ, ᎦᏙᏃ ᎪᎯ ᎯᎠ ᏣᏁᎭ ᎤᏰᎸᏛ ᎤᏂᏲᎭ? ᎤᏙᎯᏳᎯᏯ ᎯᎠ ᏂᏨᏪᏎᎭ, ᎥᏝ ᎬᏂᎨᏒ ᎢᎨᎬᏁᏗ ᏱᎨᏎᏍᏗ ᎤᏰᎸᏛ ᎯᎠ ᎪᎯ ᏣᏁᎭ.
ସେଥିରେ ଯୀଶୁ ଆତ୍ମାରେ ବ୍ୟଥିତ ହୋଇ ଦୀର୍ଘ ନିଶ୍ୱାସ ଛାଡ଼ି କହିଲେ, “ବର୍ତ୍ତମାନ ପୁରୁଷ କାହିଁକି ଚିହ୍ନ ଅନ୍ୱେଷଣ କରୁଅଛି? ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ବର୍ତ୍ତମାନ ପୁରୁଷକୁ କୌଣସି ଚିହ୍ନ ଦିଆଯିବ ନାହିଁ।”
13 ᏚᏓᏅᎡᎸᏃ, ᎠᎴ ᏔᎵᏁ ᏥᏳᎯ ᎤᏣᏅ, ᎠᏍᎪᎾ ᏭᎶᏎᎢ.
ଆଉ, ସେ ସେମାନଙ୍କୁ ଛାଡ଼ି ପୁନର୍ବାର ନୌକାରେ ଚଢ଼ି ଆରପାରିକୁ ବାହାରିଗଲେ।
14 [ ᎬᏩᏍᏓᏩᏗᏙᎯᏃ ] ᎤᏅᎨᏫᏒᎯ ᎨᏎ ᎦᏚ ᏧᎾᏕᏅᏗᏱ, ᎥᏝ ᎠᎴ ᏳᎶᏒᏍᏕ ᏌᏉ ᎦᏚ ᎤᏂᎸ ᏥᏳᎯ.
ସେତେବେଳେ ଶିଷ୍ୟମାନେ ରୁଟି ନେବାକୁ ପାସୋରିଗଲେ; ନୌକାରେ ସେମାନଙ୍କ ପାଖରେ କେବଳ ଗୋଟିଏ ମାତ୍ର ରୁଟି ଥିଲା।
15 ᏚᏁᏤᎴᏃ ᎯᎠ ᏄᏪᏎᎢ, ᎢᏥᏯᏫᏍᎨᏍᏗ, ᎠᏂᏆᎵᏏ ᎤᎾᏤᎵ ᎠᎪᏙᏗ ᎢᏤᏯᏙᏤᎮᏍᏗ, ᎠᎴ ᎡᎶᏗ ᎤᏤᎵ ᎠᎪᏙᏗ.
ପରେ ସେ ସେମାନଙ୍କୁ ଦୃଢ଼ ଆଜ୍ଞା ଦେଲେ, “ସତର୍କ ହୁଅ, ଫାରୂଶୀମାନଙ୍କ ଓ ହେରୋଦଙ୍କ ଖମୀରଠାରୁ ସାବଧାନ ହୋଇଥାଅ।”
16 ᎤᏅᏒᏃ ᎨᏒ ᎤᎾᎵᏃᎮᎴ, ᎯᎠ ᏄᏂᏪᏎᎢ, ᏅᏗᎦᎵᏍᏙᏗᎭ ᎦᏚ ᏂᏗᏗᏰᎲᎾ ᎨᏒᎢ.
ସେଥିରେ ସେମାନେ ପରସ୍ପର ତର୍କବିତର୍କ କରି କହିବାକୁ ଲାଗିଲେ, ଆମ୍ଭମାନଙ୍କ ପାଖରେ ରୁଟି ନାହିଁ ବୋଲି ସେ ଏହା କହୁଅଛନ୍ତି।
17 ᏥᏌᏃ ᎤᏙᎴᎰᏒ ᎯᎠ ᏂᏚᏪᏎᎴᎢ, ᎦᏙᏃ ᎢᏣᎵᏃᎮᎭ ᎦᏚ ᏂᏗᏥᏰᎲᎾ ᎨᏒ ᎢᏳᏍᏗ? ᎠᏏᏉᏍᎪ ᏂᏣᏙᎴᎰᏍᎬᎾ ᎢᎩ, ᎠᎴ ᏂᏦᎵᎬᎾ ᎢᎩ? ᎠᏏᏉᏍᎪ ᎠᏍᏓᏯ ᏂᏕᏨᏅ ᏗᏥᎾᏫ?
ସେ ତାହା ଜାଣି ସେମାନଙ୍କୁ କହିଲେ, “ତୁମ୍ଭମାନଙ୍କ ପାଖରେ ରୁଟି ନାହିଁ ବୋଲି କାହିଁକି ପରସ୍ପର ତର୍କବିତର୍କ କରୁଅଛ? ତୁମ୍ଭେମାନେ କଅଣ ଏପର୍ଯ୍ୟନ୍ତ ଜାଣୁ ନାହଁ କି ବୁଝୁ ନାହଁ?
18 ᏕᏥᎧᏅᏍᎪ, ᏂᏥᎪᏩᏘᏍᎬᎾᏃ ᎢᎩ? ᏕᏥᎵᎷᎦᏍᎪ, ᏂᏣᏛᎩᏍᎬᎾᏃ ᎢᎩ? ᎠᎴ ᏂᏣᏅᏓᏗᏍᎬᎾᏍᎪ ᎢᎩ?
ତୁମ୍ଭମାନଙ୍କ ହୃଦୟ କଅଣ ଜଡ଼ ହୋଇ ରହିଅଛି? ଚକ୍ଷୁ ଥାଉ ଥାଉ କି ଦେଖୁ ନାହଁ? ପୁଣି, କର୍ଣ୍ଣ ଥାଉ ଥାଉ କି ଶୁଣୁ ନାହଁ?
19 ᎯᏍᎩ ᎦᏚ ᏓᎩᎬᎭᎷᏴ ᎯᏍᎩ ᎢᏯᎦᏴᎵ ᏕᏥᏁᎸ, ᎢᎳᎪ ᎢᏯᎧᎵᎢ ᏔᎷᏣ ᎤᎵᎬᎭᎷᏴᎯ ᎢᏧᏖᏎᎢ? ᏔᎳᏚ ᎢᎬᏬᏎᎴᎢ.
ସେହି ପାଞ୍ଚ ହଜାର ଲୋକଙ୍କ ମଧ୍ୟରେ ମୁଁ ଯେତେବେଳେ ପାଞ୍ଚୋଟି ରୁଟି ଭାଙ୍ଗିଥିଲି, ସେତେବେଳେ ତୁମ୍ଭେମାନେ ପୂରା କେତେ ଟୋକେଇ ଭଙ୍ଗାଯାଇଥିବା ଖଣ୍ଡ ଉଠାଇ ନେଇଥିଲ, ତାହା କି ତୁମ୍ଭମାନଙ୍କର ସ୍ମରଣ ନାହିଁ?” ସେମାନେ ତାହାଙ୍କୁ କହିଲେ, ବାର ଟୋକେଇ।
20 ᎦᎵᏉᎩᏃ [ ᎦᏚ ] ᏅᎩ ᎢᏯᎦᏴᎵ ᏕᏥᏁᎸ, ᎢᎳᎪ ᎢᏯᎧᎵᎢ ᏔᎷᏣ ᎤᎵᎬᎭᎷᏴᎯ ᎢᏧᏖᏎᎢ? ᎦᎵᏉᎩ ᎤᎾᏛᏁᎢ.
“ଆଉ, ସେହି ଚାରି ହଜାର ଲୋକଙ୍କ ମଧ୍ୟରେ ମୁଁ ଯେତେବେଳେ ସାତୋଟି ରୁଟି ଭାଙ୍ଗିଥିଲି, ସେତେବେଳେ ତୁମ୍ଭେମାନେ ପୂରା କେତେ ଟୋକେଇ ଭଙ୍ଗା ଖଣ୍ତ ଉଠାଇ ନେଇଥିଲ?” ସେମାନେ କହିଲେ, ସାତ ଟୋକେଇ।
21 ᎯᎠᏃ ᏂᏚᏪᏎᎴᎢ, ᎦᏙ ᎦᎵᏍᏙᏗᎭ ᏂᏦᎵᎬᎾ ᏥᎩ?
ସେଥିରେ ସେ ସେମାନଙ୍କୁ କହିଲେ, “ତୁମ୍ଭେମାନେ କଅଣ ଏପର୍ଯ୍ୟନ୍ତ ବୁଝୁ ନାହଁ?”
22 ᏇᏣᏱᏗᏃ ᏭᎷᏤᎢ; ᏗᎨᏫᏃ ᎠᏍᎦᏯ ᎬᏩᏘᏃᎮᎴᎢ, ᎠᎴ ᎤᏂᏔᏲᏎᎴ ᎾᏍᎩ ᎤᏒᏂᏍᏗᏱ.
ପରେ ସେମାନେ ବେଥ୍‌ସାଇଦାକୁ ଆସିଲେ। ଆଉ ଲୋକେ ଜଣେ ଅନ୍ଧକୁ ତାହାଙ୍କ ନିକଟକୁ ଆଣି ତାହାକୁ ଛୁଇଁବା ପାଇଁ ତାହାଙ୍କୁ ବିନତି କଲେ।
23 ᏗᎨᏫᏃ ᎤᏬᏯᏁᏒ, ᎦᏚᎲ ᎤᏄᎪᏫᏎᎢ; ᏗᎦᏙᎵᏃ ᏚᎵᏥᏍᏋ, ᎠᎴ ᏚᏏᏔᏛ, ᎪᎱᏍᏗᏍᎪ ᎯᎪᏩᏛᏗᎭ? ᎤᏬᏎᎴᎢ.
ତେଣୁ ସେ ଅନ୍ଧଟିର ହାତ ଧରି ତାହାକୁ ଗାଁ ବାହାରକୁ ଘେନିଗଲେ, ପୁଣି, ତାହାର ଅାଖିରେ ଛେପ ପକାଇ ଓ ତାହା ଉପରେ ହାତ ଥୋଇ ତାହାକୁ ପଚାରିଲେ, ତୁମ୍ଭେ କି କିଛି ଦେଖୁଅଛ?
24 ᏚᎧᎿᎭᏅᏃ, ᎯᎠ ᏄᏪᏎᎢ, ᏴᏫ ᎦᏥᎪᏩᏘᎭ ᎠᏁᎩᎭ ᏕᏡᎬ ᎾᏍᎩᏯᎢ.
ସେ ଚାହିଁ କହିଲା, ମୁଁ ମନୁଷ୍ୟମାନଙ୍କୁ ଦେଖୁଅଛି, କାରଣ ମୁଁ ଗଛ ପରି କଅଣ ଚାଲୁଥିବା ଦେଖୁଅଛି।
25 ᎿᎭᏉᏃ ᏔᎵᏁ ᏗᎦᏙᎵ ᏚᏏᏔᏕᎢ, ᎠᎴ ᏧᎧᏃᏗᏱ ᏄᏩᏁᎴᎢ; ᎠᎴ ᎤᏗᏩᏎᎢ, ᎠᎴ ᎾᏂᎥ ᎣᏏᏳ ᏓᎪᏩᏗᏍᎨᎢ.
ତାହା ପରେ ଯୀଶୁ ପୁଣି, ତାହାର ଆଖିରେ ହାତ ଦେଲେ; ସେଥିରେ ସେ ସ୍ପଷ୍ଟ ରୂପେ ଦେଖିଲା ଓ ସୁସ୍ଥ ହୋଇ ଏକଦୃଷ୍ଟିରେ ସମସ୍ତ ବିଷୟକୁ ଚାହିଁବାକୁ ଲାଗିଲା।
26 ᎠᎴ ᎤᏁᏤᎴ ᏧᏪᏅᏒ ᏭᎶᎯᏍᏗᏱ, ᎯᎠ ᏄᏪᏎᎢ, ᏞᏍᏗ ᏗᎦᏚᎲ ᏫᏣᏴᎸᎩ, ᎠᎴ ᏞᏍᏗ ᎩᎶ ᎦᏚᎲ ᎡᎯ ᎯᏃᏁᎸᎩ.
ପରେ ଯୀଶୁ ତାହାକୁ ତାହାର ଘରକୁ ପଠାଇଦେଇ କହିଲେ, “ଏ ଗାଁ ଭିତରକୁ ସୁଦ୍ଧା ଯାଅ ନାହିଁ।”
27 ᏥᏌᏃ ᎤᏄᎪᏤ ᎠᎴ ᎾᏍᎩ ᎬᏩᏍᏓᏩᏗᏙᎯ, ᏏᏌᎵᏱ ᏈᎵᎩ ᏕᎦᏚᎲ ᏭᏂᎶᏎᎢ; ᏩᎾᎢᏒᏃ ᏚᏛᏛᏁ ᎬᏩᏍᏓᏩᏗᏙᎯ, ᎯᎠ ᏂᏚᏪᏎᎴᎢ, ᎦᎪ ᎬᏉᏎᎰ ᏴᏫ?
ଏଥିଉତ୍ତାରେ ଯୀଶୁ ଓ ତାହାଙ୍କ ଶିଷ୍ୟମାନେ କାଇସରିୟା ଫିଲିପ୍ପୀ ଅଞ୍ଚଳର ଗ୍ରାମମାନଙ୍କୁ ପ୍ରସ୍ଥାନ କଲେ, ଆଉ ପଥ ମଧ୍ୟରେ ଆପଣା ଶିଷ୍ୟମାନଙ୍କୁ ପଚାରିବାକୁ ଲାଗିଲେ, “ମୁଁ କିଏ ବୋଲି ଲୋକେ କଅଣ କହନ୍ତି?”
28 ᎯᎠᏃ ᏄᏂᏪᏎᎢ, ᏣᏂ ᏗᏓᏬᏍᎩ; ᎢᎦᏛᏍᎩᏂ ᎢᎳᏯ [ ᎠᎾᏗᎭ; ] ᎢᎦᏛᏃ, ᎩᎶ ᎢᏳᏍᏗ ᎠᎾᏙᎴᎰᏍᎩ.
ଏଥିରେ ସେମାନେ ତାହାଙ୍କୁ କହିଲେ, ବାପ୍ତିଜକ ଯୋହନ, ଆଉ କେହି କେହି ଏଲୀୟ, କିନ୍ତୁ କେହି କେହି କହନ୍ତି, ଭାବବାଦୀମାନଙ୍କ ମଧ୍ୟରୁ ଜଣେ।
29 ᎯᎠᏃ ᏂᏚᏪᏎᎴᎢ, ᏂᎯᎾᏃ ᎦᎪ ᏍᎩᏲᏎᎭ? ᏈᏓᏃ ᎤᏁᏨ ᎯᎠ ᏄᏪᏎᎴᎢ, ᎦᎶᏁᏛ ᏂᎯ.
ସେ ସେମାନଙ୍କୁ ପଚାରିଲେ, “କିନ୍ତୁ ମୁଁ କିଏ ବୋଲି ତୁମ୍ଭେମାନେ କଅଣ କହୁଅଛ?” ପିତର ତାହାଙ୍କୁ ଉତ୍ତର ଦେଲେ, ଆପଣ ଖ୍ରୀଷ୍ଟ।
30 ᏚᏁᏤᎴᏃ ᎾᏍᎩ ᎩᎶ ᎤᏂᏃᏁᏗᏱ ᏂᎨᏒᎾ.
ସେଥିରେ ଯୀଶୁ ସେମାନଙ୍କୁ ତାହାଙ୍କ ବିଷୟରେ କାହାରିକୁ କିଛି ନ କହିବାକୁ ଦୃଢ଼ରୂପେ ଆଜ୍ଞା ଦେଲେ।
31 ᎤᎴᏅᎮᏃ ᏚᏪᏲᏁᎢ, ᎾᏍᎩ ᏴᏫ ᎤᏪᏥ ᎤᏣᏘ ᏧᏓᎴᏅᏛ ᎤᎩ ᎵᏲᎢᏍᏗᏱ; ᎠᎴ ᎬᏩᏲᎢᏎᏗ ᎨᏒ ᏗᏂᎳᏫᎩ, ᎠᎴ ᏄᏂᎬᏫᏳᏒ ᎠᏥᎸ-ᎠᏁᎶᎯ ᎠᎴ ᏗᏃᏪᎵᏍᎩ, ᎠᎴ ᎠᏥᎢᏍᏗᏱ ᎨᏒᎢ, ᏦᎢᏁᏃ ᎢᎦ ᏧᎴᎯᏐᏗ ᎨᏒᎢ.
ଆଉ, ଯୀଶୁ ସେମାନଙ୍କୁ ଶିକ୍ଷା ଦେବାକୁ ଲାଗିଲେ ଯେ, ମନୁଷ୍ୟପୁତ୍ରଙ୍କୁ ଅବଶ୍ୟ ବହୁତ ଦୁଃଖଭୋଗ କରିବାକୁ ହେବ ଏବଂ ପ୍ରାଚୀନ, ପ୍ରଧାନ ଯାଜକ ଓ ଶାସ୍ତ୍ରୀମାନଙ୍କ ଦ୍ୱାରା ଅଗ୍ରାହ୍ୟ ହୋଇ ହତ ହେବାକୁ ହେବ, ପୁଣି, ତିନି ଦିନ ପରେ ପୁନରୁତ୍ଥାନ ହେବାକୁ ହେବ।
32 ᎾᏍᎩᏃ ᎯᎠ ᎬᏂᎨᏒ ᏄᏪᏎᎢ. ᏈᏓᏃ ᎤᏯᏅᎲ ᎤᎴᏅᎮ ᎤᎬᏍᎪᎸᏁᎢ.
ଏହି କଥା ସେ ସ୍ପଷ୍ଟ ରୂପେ କହିଲେ। ସେଥିରେ ପିତର ତାହାଙ୍କୁ ଗୋଟିଏ ପାଖକୁ ଘେନିଯାଇ ଅନୁଯୋଗ କରିବାକୁ ଲାଗିଲେ।
33 ᎠᏎᏃ ᎤᎦᏔᎲᏒ, ᎠᎴ ᎬᏩᏍᏓᏩᏗᏙᎯ ᏚᎧᎿᎭᏅ, ᏈᏓ ᎤᎬᏍᎪᎸᏁᎢ, ᎯᎠ ᏄᏪᏎᎢ, ᎠᏆᏐᎭᏛ ᎭᎴᎲᎦ ᏎᏓᏂ; ᎥᏝᏰᏃ ᎤᏁᎳᏅᎯ ᎤᏤᎵ ᎨᏒ ᎣᏏᏳ ᏱᏣᏰᎸᎭ, ᏴᏫᏍᎩᏂ ᎤᎾᏤᎵ ᎨᏒᎢ.
କିନ୍ତୁ ସେ ବୁଲିପଡ଼ି ଆପଣା ଶିଷ୍ୟମାନଙ୍କୁ ଦେଖି ପିତରଙ୍କୁ ଅନୁଯୋଗ କରି କହିଲେ, “ମୋ ଆଗରୁ ଦୂର ହୁଅ, ଶୟତାନ, କାରଣ ତୁମ୍ଭେ ଈଶ୍ବରଙ୍କ ବିଷୟ ନ ଭାବି ମନୁଷ୍ୟର ବିଷୟ ଭାବୁଅଛ।”
34 ᏫᏚᏯᏅᎲᏃ ᏴᏫ, ᎠᎴ ᎾᏍᏉ ᎬᏩᏍᏓᏩᏗᏙᎯ, ᎯᎠ ᏂᏚᏪᏎᎴᎢ, ᎩᎶ ᎤᏚᎵᏍᎨᏍᏗ ᎠᎩᏍᏓᏩᏛᏍᏗᏱ, ᎤᏩᏒ ᎠᏓᏓᏱᎮᏍᏗ, ᎠᎴ ᎤᏩᏒ ᎤᏤᎵ ᏧᏓᎾᏩᏛ ᎠᏱᏍᎨᏍᏗ, ᎠᎴ ᎠᎩᏍᏓᏩᏕᎨᏍᏗ.
ତତ୍ପରେ ଯୀଶୁ ଆପଣା ଶିଷ୍ୟମାନଙ୍କ ସହିତ ଲୋକସମୂହକୁ ନିକଟକୁ ଡାକି କହିଲେ, “କେହି ଯେବେ ମୋହର ଅନୁଗାମୀ ହେବାକୁ ଇଚ୍ଛା କରେ, ତେବେ ସେ ଆପଣାକୁ ଅସ୍ୱୀକାର କରୁ, ପୁଣି, ଆପଣା କ୍ରୁଶ ଘେନି ମୋହର ଅନୁଗମନ କରୁ।
35 ᎩᎶᏰᏃ ᎤᏚᎵᏍᎨᏍᏗ ᎬᏅ ᎤᏍᏕᎸᏗᏱ, ᎾᏍᎩ ᎤᏲᎱᏎᎮᏍᏗ; ᎩᎶᏍᎩᏂ ᎬᏅ ᎤᏲᎱᏎᎮᏍᏗ ᎠᏴ ᎠᎴ ᎣᏍᏛ ᎧᏃᎮᏛ ᏅᏗᎦᎵᏍᏙᏗᏍᎨᏍᏗ, ᎾᏍᎩ ᎠᏥᏍᏕᎸᏗ ᎨᏎᏍᏗ.
କାରଣ ଯେ କେହି ଆପଣା ଜୀବନ ରକ୍ଷା କରିବାକୁ ଇଚ୍ଛା କରେ, ସେ ତାହା ହରାଇବ; କିନ୍ତୁ ଯେ କେହି ମୋହର ଓ ସୁସମାଚାର ନିମନ୍ତେ ଆପଣା ଜୀବନ ହରାଇବ, ସେ ତାହା ରକ୍ଷା କରିବ।
36 ᎦᏙᏰᏃ ᏳᏁᏉᏥ ᏴᏫ, ᎢᏳᏃ ᏂᎬᎾᏛ ᎡᎶᎯ ᎤᏤᎵ ᏱᏄᎵᏍᏔᏅ, ᎤᏩᏒᏃ ᎤᏓᏅᏙ ᏳᏲᎱᏎᎸ?
ଆଉ ମନୁଷ୍ୟ ଯେବେ ସମସ୍ତ ଜଗତ ଲାଭ କରି ନିଜ ଜୀବନ ହରାଏ, ତେବେ ତାହାର କି ଲାଭ?
37 ᎠᎴ ᎦᏙ ᏯᎲᎦ ᏴᏫ ᏱᎦᏁᏟᏴᏍᏓ ᎤᏓᏅᏙ?
ପୁଣି, ମନୁଷ୍ୟ ଆପଣା ଜୀବନ ବଦଳରେ କଅଣ ଦେଇ ପାରେ?
38 ᎩᎶᏰᏃ ᎠᏆᏕᎰᏍᎨᏍᏗ ᎠᏴ, ᎠᎴ ᎠᏴ ᏥᏁᎬᎢ, ᎤᏓᏑᏴ ᎠᏂ ᏗᎾᏓᏲᏁᎯ ᎠᎴ ᎠᏂᏍᎦᎾ ᎠᏁᎲᎢ, ᎾᏍᎩ ᎾᏍᏉ ᏴᏫ ᎤᏪᏥ ᎤᏕᎰᎯᏍᏗ ᎨᏎᏍᏗ, ᎦᎷᏨᎭ ᎤᏄᏬᏍᏕᏍᏗ ᎦᎸᏉᏗᏳ ᎨᏒ ᎤᏙᏓ ᎤᏤᎵᎦ, ᎠᏁᎮᏍᏗ ᎨᏥᎸᏉᏗ ᏗᏂᎧᎿᎭᏩᏗᏙᎯ.
ଯେଣୁ ଯେ କେହି ଏହି କାଳର ବ୍ୟଭିଚାରୀ ଓ ପାପିଷ୍ଠ ଲୋକମାନଙ୍କ ମଧ୍ୟରେ ମୋହର ଓ ମୋହର ବାକ୍ୟ ବିଷୟରେ ଲଜ୍ଜାବୋଧ କରେ, ମନୁଷ୍ୟପୁତ୍ର ଯେତେବେଳେ ପବିତ୍ର ଦୂତମାନଙ୍କ ସହିତ ଆପଣା ପିତାଙ୍କ ମହିମାରେ ଆଗମନ କରିବେ, ସେତେବେଳେ ସେ ମଧ୍ୟ ତାହା ବିଷୟରେ ଲଜ୍ଜାବୋଧ କରିବେ।”

< ᎣᏍᏛ ᎧᏃᎮᏛ ᎹᎦ ᎤᏬᏪᎳᏅᎯ 8 >