< ԵՐԿՐՈՐԴ ՊԵՏՐՈՍԻ 2 >

1 Բայց նաեւ սուտ մարգարէներ կային ժողովուրդին մէջ, ինչպէս ձեր մէջ ալ պիտի ըլլան սուտ վարդապետներ, որոնք գաղտնի պիտի ներմուծեն կորստաբեր հերձուածներ, եւ ուրանալով զիրենք գնող Տէրը՝ արագահաս կորուստ պիտի բերեն իրենց վրայ:
କିନ୍ତୁ ଲୋକମାନଙ୍କ ମଧ୍ୟରେ ଭଣ୍ଡ ଭାବବାଦୀମାନେ ମଧ୍ୟ ଉତ୍ପନ୍ନ ହେଲେ; ସେହିପରି ତୁମ୍ଭମାନଙ୍କ ମଧ୍ୟରେ ସୁଦ୍ଧା ଭଣ୍ଡ ଶିକ୍ଷକମାନେ ଉତ୍ପନ୍ନ ହେବେ; ସେମାନେ ବିନାଶଜନକ ଭ୍ରାନ୍ତ ମତ ଗୁପ୍ତରେ ପ୍ରଚଳନ କରି ସେମାନଙ୍କର କ୍ରୟକର୍ତ୍ତା ପ୍ରଭୁଙ୍କୁ ହିଁ ଅସ୍ୱୀକାର କରିବେ, ପୁଣି, ଆପଣାମାନଙ୍କର ଆକସ୍ମିକ ସର୍ବନାଶ ଘଟାଇବେ।
2 Շատեր պիտի հետեւին անոնց կորստաբեր ճամբաներուն՝՝, եւ անոնց պատճառով ճշմարտութեան ճամբան պիտի հայհոյուի:
ଆଉ, ଅନେକେ ସେମାନଙ୍କ କାମୁକତାର ଅନୁଗାମୀ ହେବେ, ଫଳତଃ ଏମାନଙ୍କ ହେତୁ ସତ୍ୟ ମାର୍ଗ ନିନ୍ଦିତ ହେବ।
3 Անոնք ագահութեամբ ու շինծու խօսքերով պիտի շահագործեն ձեզ. սակայն անոնց դատաստանը՝ վաղուց պատրաստ ըլլալով՝ անգործ չէ, եւ անոնց կորուստը չի մրափեր:
ସେମାନେ ଧନଲୋଭରେ ଛଳବାକ୍ୟ ଦ୍ୱାରା ତୁମ୍ଭମାନଙ୍କଠାରୁ ଅର୍ଥଲାଭ କରିବାକୁ ଚେଷ୍ଟା କରିବେ; ସେମାନଙ୍କର ଦଣ୍ଡ ଅନେକ କାଳରୁ ଘଟି ଆସୁଅଛି ଓ ସେମାନଙ୍କର ବିନାଶ ବିଳମ୍ବ ହେବ ନାହିଁ।
4 Արդարեւ Աստուած չխնայեց մեղանչած հրեշտակներուն, հապա նետեց տարտարոսը ու մատնեց մթութեան կապանքներուն՝ դատաստանի վերապահելու համար: (Tartaroō g5020)
କାରଣ ଈଶ୍ବର ପାପରେ ପତିତ ଦୂତମାନଙ୍କୁ ନ ଛାଡ଼ି ନର୍କରେ ନିକ୍ଷେପ କରି ବିଚାର ନିମନ୍ତେ ଅନ୍ଧକାରମୟ ଗହ୍ୱରରେ ରଖିଅଛନ୍ତି (Tartaroō g5020)
5 Նաեւ չխնայեց նախկին աշխարհին. բայց պահեց Նոյը՝ ութերորդ անձը, արդարութեան քարոզիչը, երբ ջրհեղեղը բերաւ ամբարիշտներու աշխարհին վրայ:
ସେ ପୁରାତନ ଜଗତକୁ ମଧ୍ୟ ଛାଡ଼ିଲେ ନାହିଁ, କିନ୍ତୁ କେବଳ ଧର୍ମପ୍ରଚାରକ ନୋହଙ୍କୁ ଅନ୍ୟ ସାତ ଜଣ ସହିତ ରକ୍ଷା କରି ଧର୍ମଭ୍ରଷ୍ଟ ଜଗତରେ ଜଳପ୍ଳାବନ ଘଟାଇଲେ;
6 Մոխիրի վերածելով Սոդոմի ու Գոմորի քաղաքները՝ դատապարտեց զանոնք կործանումով, եւ օրինակ դարձուց յետագայ ամբարիշտներուն.
ସେ ସଦୋମ ଓ ଗମୋରା ନଗରସବୁକୁ ଭସ୍ମରେ ପରିଣତ କରି ସମ୍ପୂର୍ଣ୍ଣ ରୂପେ ଧ୍ୱଂସ ପାଇବା ନିମନ୍ତେ ଦଣ୍ଡାଜ୍ଞା ଦେଲେ ଓ ସେମାନଙ୍କୁ ଭବିଷ୍ୟତକାଳର ଅଧାର୍ମିକମାନଙ୍କ ଦୃଷ୍ଟାନ୍ତ ସ୍ୱରୂପ କଲେ,
7 սակայն ազատեց արդար Ղովտը, որ ընկճուած էր անօրէններուն շուայտ վարքէն:
ପୁଣି, ସେ ଦୂରାଚାରୀମାନଙ୍କ କାମୁକତାପୂର୍ଣ୍ଣ ଆଚରଣରେ ବ୍ୟଥିତ ଧାର୍ମିକ ଲୋଟଙ୍କୁ ଉଦ୍ଧାର କଲେ,
8 (Որովհետեւ անոնց մէջ բնակող այդ արդարը, տեսնելով ու լսելով անոնց անօրէն գործերը, օրէ օր կը տանջէր իր արդար անձը: )
ଯେଣୁ ସେହି ଧାର୍ମିକ ଲୋକ ସେମାନଙ୍କ ମଧ୍ୟରେ ବାସ କରି ସେମାନଙ୍କ ଅନ୍ୟାୟ କାର୍ଯ୍ୟ ଦେଖି ଓ ସେ ବିଷୟ ଶୁଣି ପ୍ରତିଦିନ ଆପଣା ଧର୍ମପରାୟଣ ପ୍ରାଣରେ ଯନ୍ତ୍ରଣା ଭୋଗ କଲେ।
9 Տէրը գիտէ բարեպաշտները ազատել փորձութենէ, եւ անարդարները վերապահել դատաստանի օրուան՝ պատուհասի համար.
ଏହି ପ୍ରକାରେ ପ୍ରଭୁ ଧର୍ମପରାୟଣମାନଙ୍କୁ ପରୀକ୍ଷାରୁ ରକ୍ଷା କରିବାକୁ ପୁଣି, ଅଧାର୍ମିକମାନଙ୍କୁ, ବିଶେଷତଃ ଯେଉଁମାନେ ଶରୀରର କୁତ୍ସିତ କାମାଭିଳାଷରେ ଚାଳିତ ହୋଇ ପ୍ରଭୁତ୍ୱ ଅବଜ୍ଞା କରନ୍ତି, ସେମାନଙ୍କୁ ବିଚାର ଦିନ ନିମନ୍ତେ ଦଣ୍ଡର ଅଧୀନରେ ରଖିବାକୁ ଜାଣନ୍ତି।
10 մա՛նաւանդ անոնք՝ որ կ՚ընթանան մարմինի ետեւէն՝ պղծութեան ցանկութեամբ, ու կ՚արհամարհեն տէրութիւնը: Յանդուգն եւ ինքնահաւան ըլլալով՝ չեն դողար փառաւորներուն հայհոյելով,
ସେମାନେ ଦୁଃସାହସୀ ଓ ସ୍ୱେଚ୍ଛାଚାରୀ ହୋଇ ଅଲୌକିକ ଶକ୍ତିମାନଙ୍କର ନିନ୍ଦା କରିବାକୁ ଭୟ କରନ୍ତି ନାହିଁ,
11 մինչդեռ հրեշտակները՝ որ անոնցմէ աւելի մեծ են ոյժով ու կարողութեամբ՝ Տէրոջ առջեւ հայհոյալից դատավճիռ չեն արձակեր՝՝ անոնց դէմ:
ଯଦ୍ୟପି ଅଧିକ ଶକ୍ତି ଓ ପରାକ୍ରମଶାଳୀ ଦୂତମାନେ ପ୍ରଭୁଙ୍କ ଛାମୁରେ ନିନ୍ଦା କରି ସେମାନଙ୍କର ବିଚାର କରନ୍ତି ନାହିଁ।
12 Իսկ ասոնք կը հայհոյեն իրենց չգիտցած բաները. սակայն բնութեան անբան կենդանիներուն պէս, (որոնք եղած են որսի եւ ապականութեան համար, ) պիտի ապականին իրե՛նց ապականութեան մէջ,
କିନ୍ତୁ ଏମାନେ ଅଜ୍ଞାନ ପଶୁ ତୁଲ୍ୟ ସ୍ୱଭାବାନୁସାରେ ଧୃତ ଓ ବିନଷ୍ଟ ହେବା ନିମନ୍ତେ ଜାତ ହୋଇ, ଯେଉଁ ଯେଉଁ ବିଷୟ ଅଜ୍ଞାତ, ସେହି ସେହି ବିଷୟର ନିନ୍ଦା କରି ସେଗୁଡ଼ାକର ବିନାଶରେ ନିଜେ ବିନଷ୍ଟ ହେବେ,
13 ստանալով անիրաւութեան վարձատրութիւնը: Ասոնք ցերեկուան մէջ եղած հեշտանքը հաճոյք կը համարեն: Բիծ ու արատ են, զուարճանալով իրենց խաբէութիւններով՝ մինչ խրախճանք կ՚ընեն ձեզի հետ:
ପୁଣି, ଅନ୍ୟାୟ ବେତନ ସ୍ୱରୂପେ ଅଧର୍ମର ଫଳ ଭୋଗ କରିବେ; ସେମାନେ ଦିନବେଳେ ବିଳାସ କରିବାରେ ସୁଖ ପାଆନ୍ତି, ପୁଣି, କଳଙ୍କ ଓ ନିନ୍ଦାର କାରଣ ହୋଇ ତୁମ୍ଭମାନଙ୍କ ସହିତ ଭୋଜନପାନରେ ସୁଖ ପାଇବା ସମୟରେ ଆପଣାମାନଙ୍କର ଭ୍ରଷ୍ଟ କଳ୍ପନାରେ ଉନ୍ମତ୍ତ ହୁଅନ୍ତି।
14 Շնութեամբ լի աչքեր ունին, որոնք երբեք չեն դադրիր մեղանչելէ՝ խաբելով անհաստատ անձերը: Ագահութեան վարժուած սիրտ ունին, եւ անիծեալ զաւակներ են:
ସେମାନଙ୍କର ଚକ୍ଷୁ ବ୍ୟଭିଚାରିଣୀ ସ୍ତ୍ରୀରେ ପରିପୂର୍ଣ୍ଣ ହୋଇ ପାପରୁ କ୍ଷାନ୍ତ ହୁଏ ନାହିଁ, ସେମାନେ ଚଞ୍ଚଳମତି ଲୋକମାନଙ୍କୁ ପ୍ରଲୋଭିତ କରନ୍ତି, ସେମାନଙ୍କର ହୃଦୟ ଧନଲୋଭରେ ଅଭ୍ୟସ୍ତ, ସେମାନେ ଅଭିଶାପର ସନ୍ତାନ,
15 Ուղիղ ճամբան ձգելով մոլորեցան՝ հետեւելով Բէովրեան Բաղաամի ճամբային, որ սիրեց անիրաւութեան վարձքը.
ସେମାନେ ଅନ୍ୟାୟ ବେତନର ଲାଳସାକାରୀ ବିୟୋରର ପୁତ୍ର ବିଲୀୟାମର ମାର୍ଗ ଅନୁସରଣ କଲେ ଓ ସତ୍ୟ ମାର୍ଗ ପରିତ୍ୟାଗ କରି ବିପଥଗାମୀ ହେଲେ;
16 բայց կշտամբուեցաւ իր օրինազանցութեան համար, երբ մունջ էշը՝ խօսելով մարդկային ձայնով՝ արգիլեց մարգարէին անմտութիւնը:
କିନ୍ତୁ ସେ ଆପଣା ଅପରାଧ ସକାଶେ ଅନୁଯୋଗ ପ୍ରାପ୍ତ ହେଲା, ଗୋଟିଏ ମୂକ ପଶୁ ମନୁଷ୍ୟ ସ୍ୱରରେ କଥା କହି ଭାବବାଦୀର ଉନ୍ମତ୍ତତା ନିବୃତ୍ତ କଲା।
17 Ասոնք անջուր աղբիւրներ են, ու փոթորիկէն քշուած ամպեր, որոնց վերապահուած է խաւարին մթութիւնը յաւիտեան: (questioned)
ସେମାନେ ନିର୍ଜଳର ନିର୍ଝର ଓ ପ୍ରଚଣ୍ଡ ବାୟୁରେ ଚାଳିତ ମେଘ ତୁଲ୍ୟ, ସେମାନଙ୍କ ନିମନ୍ତେ ଘୋର ଅନ୍ଧକାର ରକ୍ଷିତ ହୋଇଅଛି।
18 Քանի որ երբ կը խօսին ունայնութեան յոխորտաբանութիւններ, մարմինի ցանկութիւններով, ցոփութիւններով կը խաբեն անո՛նք՝ որ հազիւ փախեր էին մոլորութեան մէջ ընթացողներէն:
କାରଣ ସେମାନେ ନିରର୍ଥକ ଅହଙ୍କାରର କଥା କହି ଭ୍ରାନ୍ତ ଆଚରଣକାରୀମାନଙ୍କଠାରୁ ପ୍ରାୟ ଉଦ୍ଧାର ପାଉଥିବା ଲୋକମାନଙ୍କୁ ଶାରୀରିକ ସୁଖାଭିଳାଷରେ କାମୁକତା ଦ୍ୱାରା ପ୍ରଲୋଭିତ କରନ୍ତି;
19 Ազատութիւն կը խոստանան անոնց, մինչդեռ իրե՛նք ստրուկներ են ապականութեան. որովհետեւ մէկը ինչ բանէ որ պարտուի, ստրուկ կ՚ըլլայ անոր:
ସେମାନେ ସେମାନଙ୍କୁ ସ୍ୱାଧୀନତାର ପ୍ରତିଜ୍ଞା ଦିଅନ୍ତି, କିନ୍ତୁ ନିଜେ ବିନାଶର ଦାସ ଅଟନ୍ତି; କାରଣ ଯେ ଯାହା ଦ୍ୱାରା ପରାସ୍ତ ହୁଏ, ସେ ସେଥିର ଦାସ।
20 Արդարեւ եթէ իրենք, փախչելէ ետք աշխարհի պղծութիւններէն՝ Տէր ու Փրկիչ Յիսուս Քրիստոսի ճանաչումով, դարձեալ կաշկանդուին ու պարտուին անոնցմէ, իրենց վախճանը աւելի գէշ կ՚ըլլայ առաջին վիճակէն:
ଯେଣୁ ସେମାନେ ଯଦି ପ୍ରଭୁ ଓ ତ୍ରାଣକର୍ତ୍ତା ଯୀଶୁ ଖ୍ରୀଷ୍ଟଙ୍କ ବିଷୟକ ଜ୍ଞାନ ଦ୍ୱାରା ସଂସାରର ଅଶୁଚିତାରୁ ରକ୍ଷା ପାଇ ପୁନର୍ବାର ସେଥିର ବନ୍ଧନରେ ଆବଦ୍ଧ ହୋଇ ପରାସ୍ତ ହୁଅନ୍ତି, ତାହାହେଲେ ସେମାନଙ୍କ ପ୍ରଥମ ଦଶା ଅପେକ୍ଷା ଶେଷ ଦଶା ଅଧିକ ମନ୍ଦ ହୁଏ।
21 Որովհետեւ աւելի լաւ կ՚ըլլար իրենց՝ որ բնա՛ւ չգիտնային արդարութեան ճամբան, քան թէ՝ գիտնալէ ետք՝ հեռանային իրենց աւանդուած սուրբ պատուիրանէն:
କାରଣ ଧାର୍ମିକତାର ମାର୍ଗ ଜାଣି ଆପଣାମାନଙ୍କ ନିକଟରେ ସମର୍ପିତ ପବିତ୍ର ଆଜ୍ଞାରୁ ବିମୁଖ ହେବା ଅପେକ୍ଷା ବରଂ ସେହି ମାର୍ଗ ନ ଜାଣିବା ସେମାନଙ୍କ ପକ୍ଷରେ ଭଲ ହୋଇଥାଆନ୍ତା।
22 Սակայն իրենց պատահեցաւ ինչ որ ճշմարիտ առակը կ՚ըսէ. «Շունը կը վերադառնայ իր փսխածին, ու լուացուած խոզը՝ ցեխին մէջ թաւալելու»:
କୁକୁର ଆପଣା ବାନ୍ତି ଖାଇବାକୁ ଓ ଧୌତ ହୋଇଥିବା ଘୁଷୁରି କାଦୁଅରେ ଲୋଟିବାକୁ ପୁନର୍ବାର ଫେରେ, ଏହି ସତ୍ୟ ଦୃଷ୍ଟାନ୍ତବାକ୍ୟ ସେମାନଙ୍କ ପ୍ରତି ଘଟିଅଛି।

< ԵՐԿՐՈՐԴ ՊԵՏՐՈՍԻ 2 >