< إِشَعْيَاءَ 66 >

هَكَذَا قَالَ ٱلرَّبُّ: «ٱلسَّمَاوَاتُ كُرْسِيِّي، وَٱلْأَرْضُ مَوْطِئُ قَدَمَيَّ. أَيْنَ ٱلْبَيْتُ ٱلَّذِي تَبْنُونَ لِي؟ وَأَيْنَ مَكَانُ رَاحَتِي؟ ١ 1
ସଦାପ୍ରଭୁ ଏହି କଥା କହନ୍ତି, “ସ୍ୱର୍ଗ ଆମ୍ଭର ସିଂହାସନ ଓ ପୃଥିବୀ ଆମ୍ଭର ପାଦପୀଠ; ତୁମ୍ଭେମାନେ ଆମ୍ଭ ନିମନ୍ତେ କି ପ୍ରକାର ଗୃହ ନିର୍ମାଣ କରିବ? ଓ କେଉଁ ସ୍ଥାନ ଆମ୍ଭର ବିଶ୍ରାମ-ସ୍ଥାନ ହେବ?
وَكُلُّ هَذِهِ صَنَعَتْهَا يَدِي، فَكَانَتْ كُلُّ هَذِهِ، يَقُولُ ٱلرَّبُّ. وَإِلَى هَذَا أَنْظُرُ: إِلَى ٱلْمِسْكِينِ وَٱلْمُنْسَحِقِ ٱلرُّوحِ وَٱلْمُرْتَعِدِ مِنْ كَلَامِي. ٢ 2
କାରଣ ଆମ୍ଭର ହସ୍ତ ଏହିସବୁ ନିର୍ମାଣ କରିଅଛି, ଆଉ ତହିଁ ସକାଶୁ ଏହିସବୁ ଉତ୍ପନ୍ନ ହେଲା, ଏହା ସଦାପ୍ରଭୁ କହନ୍ତି; ମାତ୍ର ଏହି ଲୋକ ପ୍ରତି, ଅର୍ଥାତ୍‍, ଯେଉଁ ଲୋକ ଦୁଃଖୀ, ଚୂର୍ଣ୍ଣମନା ଓ ଯେ ଆମ୍ଭ ବାକ୍ୟରେ କମ୍ପମାନ ହୁଏ, ତାହା ପ୍ରତି ଆମ୍ଭେ ଦୃଷ୍ଟିପାତ କରିବା।
مَنْ يَذْبَحُ ثَوْرًا فَهُوَ قَاتِلُ إِنْسَانٍ. مَنْ يَذْبَحُ شَاةً فَهُوَ نَاحِرُ كَلْبٍ. مَنْ يُصْعِدُ تَقْدِمَةً يُصْعِدُ دَمَ خِنْزِيرٍ. مَنْ أَحْرَقَ لُبَانًا فَهُوَ مُبَارِكٌ وَثَنًا. بَلْ هُمُ ٱخْتَارُوا طُرُقَهُمْ، وَبِمَكْرَهَاتِهِمْ سُرَّتْ أَنْفُسُهُمْ. ٣ 3
ଯେ ଗୋବଧ କରେ, ସେ ମନୁଷ୍ୟ ହତ୍ୟାକାରୀ ପରି ହୁଏ; ଯେ ମେଷଶାବକ ବଳିଦାନ କରେ, ସେ କୁକ୍କୁର ବେକ କାଟି ପକାଇବା ଲୋକ ପରି ହୁଏ; ଯେ ନୈବେଦ୍ୟ ଉତ୍ସର୍ଗ କରେ, ସେ ଶୂକର ରକ୍ତ ଉତ୍ସର୍ଗ କରିବା ଲୋକ ପରି ହୁଏ; ଯେ କୁନ୍ଦୁରୁ ଜ୍ୱଳାଏ, ସେ ଦେବତାର ଧନ୍ୟବାଦ କରିବା ଲୋକ ପରି ହୁଏ; ହଁ, ସେମାନେ ଆପଣାମାନଙ୍କର ପଥ ମନୋନୀତ କରିଅଛନ୍ତି ଓ ସେମାନଙ୍କର ପ୍ରାଣ ଆପଣାମାନଙ୍କ ଘୃଣାଯୋଗ୍ୟ ବିଷୟରେ ସନ୍ତୁଷ୍ଟ ହୁଏ;
فَأَنَا أَيْضًا أَخْتَارُ مَصَائِبَهُمْ، وَمَخَاوِفَهُمْ أَجْلِبُهَا عَلَيْهِمْ. مِنْ أَجْلِ أَنِّي دَعَوْتُ فَلَمْ يَكُنْ مُجِيبٌ. تَكَلَّمْتُ فَلَمْ يَسْمَعُوا. بَلْ عَمِلُوا ٱلْقَبِيحَ فِي عَيْنَيَّ، وَٱخْتَارُوا مَا لَمْ أُسَرَّ بِهِ». ٤ 4
ଆମ୍ଭେ ମଧ୍ୟ ସେମାନଙ୍କର ଭ୍ରାନ୍ତିଜନକ ବିଷୟ ମନୋନୀତ କରିବା ଓ ସେମାନଙ୍କ ଭୟର ବିଷୟ ସେମାନଙ୍କ ପ୍ରତି ଘଟାଇବା; କାରଣ ଆମ୍ଭେ ଡାକିଲା ବେଳେ କେହି ଉତ୍ତର ଦେଲେ ନାହିଁ; ଆମ୍ଭେ କଥା କହିଲା ବେଳେ ସେମାନେ ଶୁଣିଲେ ନାହିଁ; ମାତ୍ର ଯାହା ଆମ୍ଭ ଦୃଷ୍ଟିରେ ମନ୍ଦ, ତାହା ସେମାନେ କଲେ ଓ ଯହିଁରେ ଆମ୍ଭର ସନ୍ତୋଷ ନାହିଁ, ତାହା ସେମାନେ ମନୋନୀତ କଲେ।”
اِسْمَعُوا كَلَامَ ٱلرَّبِّ أَيُّهَا ٱلْمُرْتَعِدُونَ مِنْ كَلَامِهِ: «قَالَ إِخْوَتُكُمُ ٱلَّذِينَ أَبْغَضُوكُمْ وَطَرَدُوكُمْ مِنْ أَجْلِ ٱسْمِي: لِيَتَمَجَّدِ ٱلرَّبُّ. فَيَظْهَرُ لِفَرَحِكُمْ، وَأَمَّا هُمْ فَيَخْزَوْنَ. ٥ 5
ସଦାପ୍ରଭୁଙ୍କ ବାକ୍ୟରେ କମ୍ପମାନ ହେଉଅଛ ଯେ “ତୁମ୍ଭେମାନେ, ତୁମ୍ଭେମାନେ ତାହାଙ୍କର ବାକ୍ୟ ଶୁଣ; ତୁମ୍ଭମାନଙ୍କର ଯେଉଁ ଭ୍ରାତୃଗଣ ତୁମ୍ଭମାନଙ୍କୁ ଘୃଣା କରନ୍ତି, ଆମ୍ଭ ନାମ ସକାଶେ ତୁମ୍ଭମାନଙ୍କୁ ଦୂର କରନ୍ତି, ସେମାନେ କହିଅଛନ୍ତି, ‘ଆମ୍ଭେମାନେ ଯେପରି ତୁମ୍ଭମାନଙ୍କର ଆନନ୍ଦ ଦେଖି ପାରିବା, ଏଥିପାଇଁ ସଦାପ୍ରଭୁ ମହିମାନ୍ୱିତ ହେଉନ୍ତୁ;’ ମାତ୍ର ସେମାନେ ଲଜ୍ଜିତ ହେବେ।
صَوْتُ ضَجِيجٍ مِنَ ٱلْمَدِينَةِ، صَوْتٌ مِنَ ٱلْهَيْكَلِ، صَوْتُ ٱلرَّبِّ مُجَازِيًا أَعْدَاءَهُ. ٦ 6
ନଗରରୁ କଳହର ରବ, ମନ୍ଦିରରୁ ରବ, ଯେ ଆପଣା ଶତ୍ରୁମାନଙ୍କୁ ପ୍ରତିଫଳ ଦିଅନ୍ତି, ସେହି ସଦାପ୍ରଭୁଙ୍କର ରବ!
قَبْلَ أَنْ يَأْخُذَهَا ٱلطَّلْقُ وَلَدَتْ. قَبْلَ أَنْ يَأْتِيَ عَلَيْهَا ٱلْمَخَاضُ وَلَدَتْ ذَكَرًا. ٧ 7
ବେଦନାର ପୂର୍ବେ ସେ ପ୍ରସବ କଲା; ଗର୍ଭବେଦନା ଆସିବା ପୂର୍ବେ ପୁତ୍ରସନ୍ତାନ ଭୂମିଷ୍ଠ ହେଲା।
مَنْ سَمِعَ مِثْلَ هَذَا؟ مَنْ رَأَى مِثْلَ هَذِهِ؟ هَلْ تَمْخَضُ بِلَادٌ فِي يَوْمٍ وَاحِدٍ، أَوْ تُولَدُ أُمَّةٌ دَفْعَةً وَاحِدَةً؟ فَقَدْ مَخَضَتْ صِهْيَوْنُ، بَلْ وَلَدَتْ بَنِيهَا! ٨ 8
ଏପ୍ରକାର କଥା କିଏ ଶୁଣିଅଛି? ଏପ୍ରକାର କଥା କିଏ ଦେଖିଅଛି? ଏକ ଦିନରେ କି କୌଣସି ଦେଶର ଜନ୍ମ ହେବ? କୌଣସି ଗୋଷ୍ଠୀୟ ଲୋକେ କି ଏକାବେଳେ ଜନ୍ମ ହେବେ? ସିୟୋନ ଗର୍ଭବେଦନା ପାଇବା ମାତ୍ରେ, ସେ ଆପଣା ସନ୍ତାନଗଣକୁ ପ୍ରସବ କଲା।
هَلْ أَنَا أُمْخِضُ وَلَا أُوَلِّدُ، يَقُولُ ٱلرَّبُّ، أَوْ أَنَا ٱلْمُوَلِّدُ هَلْ أُغْلِقُ ٱلرَّحِمَ، قَالَ إِلَهُكِ؟ ٩ 9
ସଦାପ୍ରଭୁ କହନ୍ତି, ଆମ୍ଭେ ପ୍ରସବକାଳ ଉପସ୍ଥିତ କରି କି ପ୍ରସବ କରାଇବା ନାହିଁ? ତୁମ୍ଭର ପରମେଶ୍ୱର କହନ୍ତି, ପ୍ରସବ କରାଉ ଯେ ଆମ୍ଭେ, ଆମ୍ଭେ କି ଗର୍ଭରୋଧ କରିବା?
ٱفْرَحُوا مَعَ أُورُشَلِيمَ وَٱبْتَهِجُوا مَعَهَا، يَا جَمِيعَ مُحِبِّيهَا. اِفْرَحُوا مَعَهَا فَرَحًا، يَا جَمِيعَ ٱلنَّائِحِينَ عَلَيْهَا، ١٠ 10
ହେ ଯିରୂଶାଲମକୁ ପ୍ରେମକାରୀ ସମସ୍ତେ, ତୁମ୍ଭେମାନେ ତାହା ସହିତ ଆନନ୍ଦ କର ଓ ତାହା ନିମନ୍ତେ ଉଲ୍ଲାସ କର; ତାହା ବିଷୟରେ ଶୋକକାରୀ ସମସ୍ତେ, ତୁମ୍ଭେମାନେ ଆନନ୍ଦ ସକାଶୁ ତାହା ସହିତ ଉଲ୍ଲାସ କର;
لِكَيْ تَرْضَعُوا وَتَشْبَعُوا مِنْ ثَدْيِ تَعْزِيَاتِهَا، لِكَيْ تَعْصِرُوا وَتَتَلَذَّذُوا مِنْ دِرَّةِ مَجْدِهَا». ١١ 11
ତହିଁରେ ତୁମ୍ଭେମାନେ ତାହାର ସାନ୍ତ୍ୱନାରୂପ ସ୍ତନ୍ୟପାନ କରି ତୃପ୍ତ ହେବ; ତୁମ୍ଭେମାନେ ଦୁଗ୍ଧ ଦୁହିଁ ତାହାର ଐଶ୍ୱର୍ଯ୍ୟର ବାହୁଲ୍ୟରେ ଆନନ୍ଦିତ ହେବ।”
لِأَنَّهُ هَكَذَا قَالَ ٱلرَّبُّ: «هَأَنَذَا أُدِيرُ عَلَيْهَا سَلَامًا كَنَهْرٍ، وَمَجْدَ ٱلْأُمَمِ كَسَيْلٍ جَارِفٍ، فَتَرْضَعُونَ، وَعَلَى ٱلْأَيْدِي تُحْمَلُونَ وَعَلَى ٱلرُّكْبَتَيْنِ تُدَلَّلُونَ. ١٢ 12
କାରଣ ସଦାପ୍ରଭୁ ଏହି କଥା କହନ୍ତି, “ଦେଖ, ଆମ୍ଭେ ତାହା ଆଡ଼କୁ ନଦୀ ତୁଲ୍ୟ ଶାନ୍ତି ଓ ଉଚ୍ଛୁଳିବା ସ୍ରୋତ ତୁଲ୍ୟ ନାନା ଦେଶୀୟମାନଙ୍କ ଐଶ୍ୱର୍ଯ୍ୟ ବହାଇବା, ପୁଣି ତୁମ୍ଭେମାନେ ତହିଁରୁ ସ୍ତନ୍ୟପାନ କରିବ ଓ ତୁମ୍ଭେମାନେ ବାହୁରେ ବୁହାଯିବ ଓ ଆଣ୍ଠୁ ଉପରେ ନଚାଯିବ।
كَإِنْسَانٍ تُعَزِّيهِ أُمُّهُ هَكَذَا أُعَزِّيكُمْ أَنَا، وَفِي أُورُشَلِيمَ تُعَزَّوْنَ. ١٣ 13
ଯେପରି ଜଣକୁ ତାହାର ମାତା ସାନ୍ତ୍ୱନା କରେ, ସେହିପରି ଆମ୍ଭେ ତୁମ୍ଭମାନଙ୍କୁ ସାନ୍ତ୍ୱନା କରିବା ଓ ତୁମ୍ଭେମାନେ ଯିରୂଶାଲମରେ ସାନ୍ତ୍ୱନା ପାଇବ।
فَتَرَوْنَ وَتَفْرَحُ قُلُوبُكُمْ، وَتَزْهُو عِظَامُكُمْ كَٱلْعُشْبِ، وَتُعْرَفُ يَدُ ٱلرَّبِّ عِنْدَ عَبِيدِهِ، وَيَحْنَقُ عَلَى أَعْدَائِهِ. ١٤ 14
ପୁଣି, ତୁମ୍ଭେମାନେ ଏହା ଦେଖିବ ଓ ତୁମ୍ଭମାନଙ୍କର ହୃଦୟ ପ୍ରଫୁଲ୍ଲ ହେବ, ଆଉ ତୁମ୍ଭମାନଙ୍କର ଅସ୍ଥି ନବୀନ ତୃଣ ତୁଲ୍ୟ ସତେଜ ହେବ; ପୁଣି, ସଦାପ୍ରଭୁଙ୍କର ହସ୍ତ ତାହାଙ୍କ ଦାସମାନଙ୍କ ପକ୍ଷରେ ପ୍ରକାଶିତ ହେବ ଓ ସେ ଆପଣା ଶତ୍ରୁମାନଙ୍କ ବିରୁଦ୍ଧରେ କୋପାନ୍ୱିତ ହେବେ।
لِأَنَّهُ هُوَذَا ٱلرَّبُّ بِٱلنَّارِ يَأْتِي، وَمَرْكَبَاتُهُ كَزَوْبَعَةٍ لِيَرُدَّ بِحُمُوٍّ غَضَبَهُ، وَزَجْرَهُ بِلَهِيبِ نَارٍ. ١٥ 15
କାରଣ ଦେଖ, ମହାତାପରେ ଆପଣାର କ୍ରୋଧ ଓ ପ୍ରଜ୍ୱଳିତ ଅଗ୍ନି ଦ୍ୱାରା ଆପଣା ଭର୍ତ୍ସନା ପ୍ରତିଦାନ କରିବା ପାଇଁ ସଦାପ୍ରଭୁ ଅଗ୍ନି ସହକାରେ ଆଗମନ କରିବେ ଓ ତାହାଙ୍କର ରଥସବୁ ଘୂର୍ଣ୍ଣିବାୟୁ ତୁଲ୍ୟ ହେବ।
لِأَنَّ ٱلرَّبَّ بِٱلنَّارِ يُعَاقِبُ وَبِسَيْفِهِ عَلَى كُلِّ بَشَرٍ، وَيَكْثُرُ قَتْلَى ٱلرَّبِّ. ١٦ 16
କାରଣ ସଦାପ୍ରଭୁ ଅଗ୍ନି ଦ୍ୱାରା ଓ ଆପଣା ଖଡ୍ଗ ଦ୍ୱାରା ଯାବତୀୟ ମର୍ତ୍ତ୍ୟ ସହିତ ବିବାଦ ନିଷ୍ପନ୍ନ କରିବେ; ତହିଁରେ ସଦାପ୍ରଭୁଙ୍କ ଦ୍ୱାରା ହତ ଲୋକ ଅନେକ ହେବେ।
ٱلَّذِينَ يُقَدِّسُونَ وَيُطَهِّرُونَ أَنْفُسَهُمْ فِي ٱلْجَنَّاتِ وَرَاءَ وَاحِدٍ فِي ٱلْوَسَطِ، آكِلِينَ لَحْمَ ٱلْخِنْزِيرِ وَٱلرِّجْسَ وَٱلْجُرَذَ، يَفْنَوْنَ مَعًا، يَقُولُ ٱلرَّبُّ. ١٧ 17
ସଦାପ୍ରଭୁ କହନ୍ତି, ଯେଉଁମାନେ ମଧ୍ୟବର୍ତ୍ତୀ ଏକ ଜଣର ପଶ୍ଚାତ୍‍ ଉଦ୍ୟାନକୁ ଯିବା ପାଇଁ ଆପଣାମାନଙ୍କୁ ପବିତ୍ର ଓ ଶୁଚି କରନ୍ତି, ଶୂକର ମାଂସ ଓ ଘୃଣ୍ୟ ଦ୍ରବ୍ୟ ଓ ମୂଷା ଖାଆନ୍ତି, ସେମାନେ ଏକତ୍ର ବିନଷ୍ଟ ହେବେ।
وَأَنَا أُجَازِي أَعْمَالَهُمْ وَأَفْكَارَهُمْ. حَدَثَ لِجَمْعِ كُلِّ ٱلْأُمَمِ وَٱلْأَلْسِنَةِ، فَيَأْتُونَ وَيَرَوْنَ مَجْدِي. ١٨ 18
କାରଣ ଆମ୍ଭେ ସେମାନଙ୍କର କ୍ରିୟା ଓ କଳ୍ପନାସବୁ ଜାଣୁ; ସର୍ବଦେଶୀୟ ଓ ଭାଷାବାଦୀ ଲୋକଙ୍କୁ ଆମ୍ଭର ସଂଗ୍ରହ କରିବାର ସମୟ ଆସୁଅଛି ଓ ସେମାନେ ଆସି ଆମ୍ଭର ମହିମା ଦେଖିବେ।
وَأَجْعَلُ فِيهِمْ آيَةً، وَأُرْسِلُ مِنْهُمْ نَاجِينَ إِلَى ٱلْأُمَمِ، إِلَى تَرْشِيشَ وَفُولَ وَلُودَ ٱلنَّازِعِينَ فِي ٱلْقَوْسِ، إِلَى تُوبَالَ وَيَاوَانَ، إِلَى ٱلْجَزَائِرِ ٱلْبَعِيدَةِ ٱلَّتِي لَمْ تَسْمَعْ خَبَرِي وَلَا رَأَتْ مَجْدِي، فَيُخْبِرُونَ بِمَجْدِي بَيْنَ ٱلْأُمَمِ. ١٩ 19
ପୁଣି, ଆମ୍ଭେ ସେମାନଙ୍କ ମଧ୍ୟରେ ଏକ ଚିହ୍ନ ସ୍ଥାପନ କରିବା ଓ ସେମାନଙ୍କ ମଧ୍ୟରୁ ରକ୍ଷାପ୍ରାପ୍ତ ଲୋକମାନଙ୍କୁ ଆମ୍ଭେ ନାନା ଦେଶୀୟମାନଙ୍କ ନିକଟକୁ, ତର୍ଶୀଶ, ପୂଲ୍‍ ଓ ଲୁଦ୍‍, ଯେଉଁମାନେ ଧନୁର୍ଦ୍ଧାରୀ, ତୁବଲ୍‍ ଓ ଯବନ, ଇତ୍ୟାଦି ଯେଉଁ ଦୂରସ୍ଥ ଦ୍ୱୀପଗଣ ଆମ୍ଭର ସୁଖ୍ୟାତି ବିଷୟ କେବେ ଶୁଣି ନାହାନ୍ତି, କିଅବା ଆମ୍ଭର ପ୍ରତାପ ଦେଖି ନାହାନ୍ତି, ସେମାନଙ୍କ ନିକଟକୁ ପ୍ରେରଣ କରିବା ଓ ସେମାନେ ନାନା ଦେଶୀୟମାନଙ୍କ ମଧ୍ୟରେ ଆମ୍ଭର ମହିମା ପ୍ରକାଶ କରିବେ।
وَيُحْضِرُونَ كُلَّ إِخْوَتِكُمْ مِنْ كُلِّ ٱلْأُمَمِ، تَقْدِمَةً لِلرَّبِّ، عَلَى خَيْلٍ وَبِمَرْكَبَاتٍ وَبِهَوَادِجَ وَبِغَالٍ وَهُجُنٍ إِلَى جَبَلِ قُدْسِي أُورُشَلِيمَ، قَالَ ٱلرَّبُّ، كَمَا يُحْضِرُ بَنُو إِسْرَائِيلَ تَقْدِمَةً فِي إِنَاءٍ طَاهِرٍ إِلَى بَيْتِ ٱلرَّبِّ. ٢٠ 20
ପୁଣି, ସଦାପ୍ରଭୁ କହନ୍ତି, ଇସ୍ରାଏଲର ସନ୍ତାନଗଣ ଯେପରି ଶୁଚି ପାତ୍ରରେ ସଦାପ୍ରଭୁଙ୍କ ଗୃହକୁ ଉପହାର ଆଣନ୍ତି, ସେହିପରି ସେମାନେ ତୁମ୍ଭମାନଙ୍କର ଭ୍ରାତା ସମସ୍ତଙ୍କୁ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଉପହାର ନିମନ୍ତେ, ସର୍ବଦେଶୀୟମାନଙ୍କ ମଧ୍ୟରୁ ସେମାନଙ୍କୁ ଅଶ୍ୱ, ରଥ ଓ ଚୌଦଳ, ଖଚର ଓ ଦ୍ରୁତଗାମୀ ପଶୁମାନଙ୍କ ଉପରେ ଆମ୍ଭର ପବିତ୍ର ପର୍ବତ ଯିରୂଶାଲମକୁ ଆଣିବେ।
وَأَتَّخِذُ أَيْضًا مِنْهُمْ كَهَنَةً وَلَاوِيِّينَ، قَالَ ٱلرَّبُّ. ٢١ 21
ଆହୁରି, ଆମ୍ଭେ ସେମାନଙ୍କ ମଧ୍ୟରୁ ଯାଜକ ଓ ଲେବୀୟ ହେବା ନିମନ୍ତେ ଲୋକ ଗ୍ରହଣ କରିବା, ଏହା ସଦାପ୍ରଭୁ କହନ୍ତି।
لِأَنَّهُ كَمَا أَنَّ ٱلسَّمَاوَاتِ ٱلْجَدِيدَةَ وَٱلْأَرْضَ ٱلْجَدِيدَةَ ٱلَّتِي أَنَا صَانِعٌ تَثْبُتُ أَمَامِي، يَقُولُ ٱلرَّبُّ، هَكَذَا يَثْبُتُ نَسْلُكُمْ وَٱسْمُكُمْ. ٢٢ 22
କାରଣ ଆମ୍ଭେ ଯେଉଁ ନୂତନ ଆକାଶମଣ୍ଡଳ ଓ ନୂତନ ପୃଥିବୀ ନିର୍ମାଣ କରିବା, ତାହା ଯେପରି ଆମ୍ଭ ସମ୍ମୁଖରେ ସ୍ଥାୟୀ ହେବ, ସେହିପରି ତୁମ୍ଭମାନଙ୍କର ବଂଶ ଓ ତୁମ୍ଭମାନଙ୍କର ନାମ ସ୍ଥାୟୀ ହେବ, ଏହା ସଦାପ୍ରଭୁ କହନ୍ତି।
وَيَكُونُ مِنْ هِلَالٍ إِلَى هِلَالٍ وَمِنْ سَبْتٍ إِلَى سَبْتٍ، أَنَّ كُلَّ ذِي جَسَدٍ يَأْتِي لِيَسْجُدَ أَمَامِي، قَالَ ٱلرَّبُّ. ٢٣ 23
ଆଉ, ଏକ ଅମାବାସ୍ୟାଠାରୁ ଅନ୍ୟ ଅମାବାସ୍ୟା ପର୍ଯ୍ୟନ୍ତ ଓ ଏକ ବିଶ୍ରାମବାରଠାରୁ ଅନ୍ୟ ବିଶ୍ରାମବାର ପର୍ଯ୍ୟନ୍ତ ଯାବତୀୟ ମର୍ତ୍ତ୍ୟ ଆମ୍ଭ ସମ୍ମୁଖରେ ଭଜନା କରିବା ପାଇଁ ଆସିବେ, ଏହା ସଦାପ୍ରଭୁ କହନ୍ତି।
وَيَخْرُجُونَ وَيَرَوْنَ جُثَثَ ٱلنَّاسِ ٱلَّذِينَ عَصَوْا عَلَيَّ، لِأَنَّ دُودَهُمْ لَا يَمُوتُ وَنَارَهُمْ لَا تُطْفَأُ، وَيَكُونُونَ رَذَالَةً لِكُلِّ ذِي جَسَدٍ». ٢٤ 24
ପୁଣି, ସେମାନେ ବାହାରେ ଯାଇ, ଯେଉଁମାନେ ଆମ୍ଭ ବିରୁଦ୍ଧରେ ଅଧର୍ମ କରିଅଛନ୍ତି, ସେହି ଲୋକମାନଙ୍କର ଶବ ଦେଖିବେ; କାରଣ ସେମାନଙ୍କର କୀଟ ମରିବ ନାହିଁ, କିଅବା ସେମାନଙ୍କର ଅଗ୍ନି ନିର୍ବାଣ ହେବ ନାହିଁ; ପୁଣି, ସେମାନେ ସମସ୍ତ ମର୍ତ୍ତ୍ୟର ଘୃଣାସ୍ପଦ ହେବେ।”

< إِشَعْيَاءَ 66 >