< صَمُوئِيلَ ٱلْأَوَّلُ 26 >

ثُمَّ جَاءَ ٱلزِّيفِيُّونَ إِلَى شَاوُلَ إِلَى جِبْعَةَ قَائِلِينَ: «أَلَيْسَ دَاوُدُ مُخْتَفِيًا فِي تَلِّ حَخِيلَةَ ٱلَّذِي مُقَابِلَ ٱلْقَفْرِ؟» ١ 1
ଏଥିଉତ୍ତାରେ ସୀଫୀୟମାନେ ଗିବୀୟାକୁ ଶାଉଲଙ୍କ ନିକଟକୁ ଆସି କହିଲେ, “ଦାଉଦ କʼଣ ମରୁଭୂମି ସମ୍ମୁଖସ୍ଥ ହଖୀଲା ପର୍ବତରେ ଆପଣାକୁ ଲୁଚାଇ ନାହିଁ।”
فَقَامَ شَاوُلُ وَنَزَلَ إِلَى بَرِّيَّةِ زِيفٍ وَمَعَهُ ثَلَاثَةُ آلَافِ رَجُلٍ مُنْتَخَبِي إِسْرَائِيلَ لِكَيْ يُفَتِّشَ عَلَى دَاوُدَ فِي بَرِّيَّةِ زِيفٍ. ٢ 2
ଏଥିରେ ଶାଉଲ ଉଠି ସୀଫ୍‍ ପ୍ରାନ୍ତରରେ ଦାଉଦଙ୍କୁ ଖୋଜିବା ପାଇଁ ଇସ୍ରାଏଲର ତିନି ସହସ୍ର ବଛା ଲୋକ ସଙ୍ଗେ ନେଇ ସୀଫ୍‍ ପ୍ରାନ୍ତରକୁ ଗଲେ।
وَنَزَلَ شَاوُلُ فِي تَلِّ حَخِيلَةَ ٱلَّذِي مُقَابِلَ ٱلْقَفْرِ عَلَى ٱلطَّرِيقِ. وَكَانَ دَاوُدُ مُقِيمًا فِي ٱلْبَرِّيَّةِ. فَلَمَّا رَأَى أَنَّ شَاوُلَ قَدْ جَاءَ وَرَاءَهُ إِلَى ٱلْبَرِّيَّةِ ٣ 3
ପୁଣି, ଶାଉଲ ପଥ ପାର୍ଶ୍ୱରେ ମରୁଭୂମି ସମ୍ମୁଖସ୍ଥ ହଖୀଲା ପର୍ବତରେ ଛାଉଣି ସ୍ଥାପନ କଲେ। ମାତ୍ର ଦାଉଦ ପ୍ରାନ୍ତରରେ ବାସ କରୁଥିଲେ, ପୁଣି, ଶାଉଲ ତାଙ୍କ ପଛେ ପଛେ ପ୍ରାନ୍ତରକୁ ଆସିଅଛନ୍ତି, ଏହା ସେ ଦେଖିଲେ।
أَرْسَلَ دَاوُدُ جَوَاسِيسَ وَعَلِمَ بِٱلْيَقِينِ أَنَّ شَاوُلَ قَدْ جَاءَ. ٤ 4
ଏଣୁ ଦାଉଦ ଚୋର ପଠାଇ ଶାଉଲ ନିଶ୍ଚୟ ଆସିଅଛନ୍ତି ବୋଲି ଜାଣିଲେ।
فَقَامَ دَاوُدُ وَجَاءَ إِلَى ٱلْمَكَانِ ٱلَّذِي نَزَلَ فِيهِ شَاوُلُ، وَنَظَرَ دَاوُدُ ٱلْمَكَانَ ٱلَّذِي ٱضْطَجَعَ فِيهِ شَاوُلُ وَأَبْنَيْرُ بْنُ نَيْرٍ رَئِيسُ جَيْشِهِ. وَكَانَ شَاوُلُ مُضْطَجِعًا عِنْدَ ٱلْمِتْرَاسِ وَٱلشَّعْبُ نُزُولٌ حَوَالَيْهِ. ٥ 5
ଏଥିରେ ଦାଉଦ ଉଠି ଶାଉଲଙ୍କର ଛାଉଣି-ସ୍ଥାନକୁ ଆସିଲେ; ଆଉ ଦାଉଦ ଶାଉଲଙ୍କର ଓ ତାଙ୍କ ସେନାପତି ନେର୍‍ର ପୁତ୍ର ଅବ୍‍ନରର ଶୟନ ସ୍ଥାନ ଦେଖିଲେ; ଶାଉଲ ଶଗଡ଼ବନ୍ଦି ସ୍ଥାନ ମଧ୍ୟରେ ଶୋଇଥିଲେ ଓ ତାଙ୍କର ଚାରିଆଡ଼େ ଲୋକମାନେ ଛାଉଣି କରିଥିଲେ।
فَأَجَابَ دَاوُدُ وَكَلَّمَ أَخِيمَالِكَ ٱلْحِثِّيَّ وَأَبِيشَايَ ٱبْنَ صُرُوِيَّةَ أَخَا يُوآبَ قَائِلًا: «مَنْ يَنْزِلُ مَعِي إِلَى شَاوُلَ إِلَى ٱلْمَحَلَّةِ؟» فَقَالَ أَبِيشَايُ: «أَنَا أَنْزِلُ مَعَكَ». ٦ 6
ଏଥିରେ ଦାଉଦ ହିତ୍ତୀୟ ଅହୀମେଲକ୍‍କୁ ଓ ସରୁୟାର ପୁତ୍ର ଯୋୟାବର ଭ୍ରାତା ଅବୀଶୟକୁ ଉତ୍ତର ଦେଇ କହିଲେ, “ମୋʼ ସଙ୍ଗରେ ଛାଉଣିକୁ ଶାଉଲଙ୍କ ନିକଟକୁ କିଏ ଯିବ?” ତହିଁରେ ଅବୀଶୟ କହିଲା, “ମୁଁ ତୁମ୍ଭ ସଙ୍ଗେ ଯିବି।”
فَجَاءَ دَاوُدُ وَأَبِيشَايُ إِلَى ٱلشَّعْبِ لَيْلًا وَإِذَا بِشَاوُلَ مُضْطَجعٌ نَائِمٌ عِنْدَ ٱلْمِتْرَاسِ، وَرُمْحُهُ مَرْكُوزٌ فِي ٱلْأَرْضِ عِنْدَ رَأْسِهِ، وَأَبْنَيْرُ وَٱلشَّعْبُ مُضْطَجِعُونَ حَوَالَيْهِ. ٧ 7
ତହୁଁ ରାତ୍ରି ବେଳେ ଦାଉଦ ଓ ଅବୀଶୟ ଲୋକମାନଙ୍କ ନିକଟକୁ ଗଲେ; ଆଉ ଦେଖ, ଶାଉଲ ଶଗଡ଼ବନ୍ଦି ସ୍ଥାନ ମଧ୍ୟରେ ଶୟନ କରି ନିଦ୍ରିତ ହୋଇଅଛନ୍ତି, ତାଙ୍କର ବର୍ଚ୍ଛା ତାଙ୍କ ମସ୍ତକ ପାଖ ଭୂମିରେ ମରା ହୋଇଅଛି; ପୁଣି, ଅବ୍‍ନର ଓ ଲୋକମାନେ ତାଙ୍କର ଚାରିଆଡ଼େ ଶୋଇଅଛନ୍ତି।
فَقَالَ أَبِيشَايُ لِدَاوُدَ: «قَدْ حَبَسَ ٱللهُ ٱلْيَوْمَ عَدُوَّكَ فِي يَدِكَ. فَدَعْنِيَ ٱلْآنَ أَضْرِبْهُ بِٱلرُّمْحِ إِلَى ٱلْأَرْضِ دَفْعَةً وَاحِدَةً وَلَا أُثَنِّي عَلَيْهِ». ٨ 8
ସେତେବେଳେ ଅବୀଶୟ ଦାଉଦଙ୍କୁ କହିଲେ, “ପରମେଶ୍ୱର ଆଜି ଆପଣଙ୍କ ଶତ୍ରୁକୁ ଆପଣଙ୍କ ହସ୍ତରେ ସମର୍ପଣ କରିଅଛନ୍ତି; ଏଣୁ ଏବେ ଏହି ବର୍ଚ୍ଛାରେ ତାହାକୁ ଆଘାତ କରି ଏକାଥରକେ ଭୂମିରେ ବିଦ୍ଧ କରିବାକୁ ମୋତେ ଅନୁମତି ଦେଉନ୍ତୁ, ମୁଁ ତାହାକୁ ଦୁଇ ଥର ଆଘାତ କରିବି ନାହିଁ।”
فَقَالَ دَاوُدُ لِأَبِيشَايَ: «لَا تُهْلِكْهُ، فَمَنِ ٱلَّذِي يَمُدُّ يَدَهُ إِلَى مَسِيحِ ٱلرَّبِّ وَيَتَبَرَّأُ؟» ٩ 9
ଏଥିରେ ଦାଉଦ ଅବୀଶୟକୁ କହିଲେ, “ତାଙ୍କୁ ବିନାଶ କର ନାହିଁ, କାରଣ ସଦାପ୍ରଭୁଙ୍କ ଅଭିଷିକ୍ତଙ୍କର ପ୍ରତିକୂଳରେ କିଏ ହସ୍ତ ବିସ୍ତାର କରି ନିର୍ଦ୍ଦୋଷ ହୋଇପାରେ?”
وَقَالَ دَاوُدُ: «حَيٌّ هُوَ ٱلرَّبُّ، إِنَّ ٱلرَّبَّ سَوْفَ يَضْرِبُهُ، أَوْ يَأْتِي يَوْمُهُ فَيَمُوتُ، أَوْ يَنْزِلُ إِلَى ٱلْحَرْبِ وَيَهْلِكُ. ١٠ 10
ଆହୁରି ଦାଉଦ କହିଲେ, “ସଦାପ୍ରଭୁ ଜୀବିତ ଥିବା ପ୍ରମାଣେ ସଦାପ୍ରଭୁ ତାଙ୍କୁ ଆଘାତ କରିବେ; ଅବା ତାଙ୍କର ମରଣ ଦିନ ଉପସ୍ଥିତ ହେବ; କିଅବା ସେ ଯୁଦ୍ଧକୁ ଯାଇ ବିନଷ୍ଟ ହେବେ।
حَاشَا لِي مِنْ قِبَلِ ٱلرَّبِّ أَنْ أَمُدَّ يَدِي إِلَى مَسِيحِ ٱلرَّبِّ! وَٱلْآنَ فَخُذِ ٱلرُّمْحَ ٱلَّذِي عِنْدَ رَأْسِهِ وَكُوزَ ٱلْمَاءِ وَهَلُمَّ». ١١ 11
ମୁଁ ଯେ ସଦାପ୍ରଭୁଙ୍କ ଅଭିଷିକ୍ତଙ୍କର ପ୍ରତିକୂଳରେ ହସ୍ତ ବିସ୍ତାର କରିବି, ଏହା ସଦାପ୍ରଭୁ ମୋʼ ଠାରୁ ଦୂର କରନ୍ତୁ; ମାତ୍ର ତୁମ୍ଭେ ତାଙ୍କ ମସ୍ତକ ପାଖରୁ ବର୍ଚ୍ଛା ଓ ଜଳପାତ୍ର ନେଇଆସ, ଆମ୍ଭେମାନେ ଯିବା।”
فَأَخَذَ دَاوُدُ ٱلرُّمْحَ وَكُوزَ ٱلْمَاءِ مِنْ عِنْدِ رَأْسِ شَاوُلَ وَذَهَبَا، وَلَمْ يَرَ وَلَا عَلِمَ وَلَا ٱنْتَبَهَ أَحَدٌ لِأَنَّهُمْ جَمِيعًا كَانُوا نِيَامًا، لِأَنَّ سُبَاتَ ٱلرَّبِّ وَقَعَ عَلَيْهِمْ. ١٢ 12
ତହୁଁ ଦାଉଦ ଶାଉଲଙ୍କର ମସ୍ତକ ପାଖରୁ ବର୍ଚ୍ଛା ଓ ଜଳପାତ୍ର ନେଲେ ଓ ସେମାନେ ବାହାରିଗଲେ, ମାତ୍ର ସମସ୍ତେ ନିଦ୍ରିତ ଥିବାରୁ କେହି ତାହା ଦେଖିଲା ନାହିଁ, କି ଜାଣିଲା ନାହିଁ, କି କେହି ଜାଗିଲା ନାହିଁ; କାରଣ ସମସ୍ତେ ନିଦ୍ରିତ ଥିଲେ; ଯେହେତୁ ସଦାପ୍ରଭୁ ସେମାନଙ୍କୁ ଘୋର ନିଦ୍ରାଗ୍ରସ୍ତ କରିଥିଲେ।
وَعَبَرَ دَاوُدُ إِلَى ٱلْعَبْرِ وَوَقَفَ عَلَى رَأْسِ ٱلْجَبَلِ عَنْ بُعْدٍ، وَٱلْمَسَافَةُ بَيْنَهُمْ كَبِيرَةٌ. ١٣ 13
ଏଉତ୍ତାରେ ଦାଉଦ ସେପାଖକୁ ଯାଇ ଦୂର ପର୍ବତ ଶିଖରରେ ଠିଆ ହେଲେ; ସେମାନଙ୍କ ମଧ୍ୟରେ ବହୁତ ସ୍ଥାନ ଅନ୍ତର ଥିଲା।
وَنَادَى دَاوُدُ ٱلشَّعْبَ وَأَبْنَيْرَ بْنَ نَيْرٍ قَائِلًا: «أَمَا تُجِيبُ يَا أَبْنَيْرُ؟» فَأَجَابَ أَبْنَيْرُ وَقَالَ: «مَنْ أَنْتَ ٱلَّذِي يُنَادِي ٱلْمَلِكَ؟» ١٤ 14
ଆଉ ଦାଉଦ ଲୋକମାନଙ୍କୁ ଓ ନେର୍‍ର ପୁତ୍ର ଅବ୍‍ନରକୁ ଡାକି କହିଲେ, “ହେ ଅବ୍‍ନର, ତୁମ୍ଭେ କʼଣ ଉତ୍ତର ଦେବ ନାହିଁ?” ତେବେ ଅବ୍‍ନର ଉତ୍ତର ଦେଇ କହିଲା, “ରାଜାଙ୍କୁ ଡାକ ପକାଇବା ଲୋକ ତୁମ୍ଭେ କିଏ?”
فَقَالَ دَاوُدُ لِأَبْنَيْرَ: «أَمَا أَنْتَ رَجُلٌ؟ وَمَنْ مِثْلُكَ فِي إِسْرَائِيلَ؟ فَلِمَاذَا لَمْ تَحْرُسْ سَيِّدَكَ ٱلْمَلِكَ؟ لِأَنَّهُ قَدْ جَاءَ وَاحِدٌ مِنَ ٱلشَّعْبِ لِكَيْ يُهْلِكَ ٱلْمَلِكَ سَيِّدَكَ. ١٥ 15
ଏଥିରେ ଦାଉଦ ଅବ୍‍ନରକୁ କହିଲେ, “ତୁମ୍ଭେ କି ଜଣେ ପୁରୁଷ ନୁହଁ? ଇସ୍ରାଏଲ ମଧ୍ୟରେ ତୁମ୍ଭ ପରି କିଏ ଅଛି? ତେବେ ତୁମ୍ଭେ କାହିଁକି ଆପଣା ପ୍ରଭୁ ରାଜାଙ୍କୁ ଜଗି ରହିଲ ନାହିଁ? କାରଣ ତୁମ୍ଭ ପ୍ରଭୁ ରାଜାଙ୍କୁ ବିନାଶ କରିବା ପାଇଁ ଲୋକମାନଙ୍କ ମଧ୍ୟରୁ ଜଣେ ଆସିଥିଲା।
لَيْسَ حَسَنًا هَذَا ٱلْأَمْرُ ٱلَّذِي عَمِلْتَ. حَيٌّ هُوَ ٱلرَّبُّ، إِنَّكُمْ أَبْنَاءُ ٱلْمَوْتِ أَنْتُمْ، لِأَنَّكُمْ لَمْ تُحَافِظُوا عَلَى سَيِّدِكُمْ، عَلَى مَسِيحِ ٱلرَّبِّ. فَٱنْظُرِ ٱلْآنَ أَيْنَ هُوَ رُمْحُ ٱلْمَلِكِ وَكُوزُ ٱلْمَاءِ ٱلَّذِي كَانَ عِنْدَ رَأْسِهِ». ١٦ 16
ତୁମ୍ଭେ ଏହି ଯେଉଁ କର୍ମ କଲ, ତାହା ଭଲ ନୁହେଁ। ସଦାପ୍ରଭୁ ଜୀବିତ ଥିବା ପ୍ରମାଣେ ତୁମ୍ଭେମାନେ ପ୍ରାଣଦଣ୍ଡ ଯୋଗ୍ୟ, କାରଣ ତୁମ୍ଭେମାନେ ସଦାପ୍ରଭୁଙ୍କ ଅଭିଷିକ୍ତ ତୁମ୍ଭମାନଙ୍କ ପ୍ରଭୁଙ୍କୁ ଜଗି ରହିଲ ନାହିଁ। ଏବେ ରାଜାଙ୍କ ବର୍ଚ୍ଛା ଓ ତାଙ୍କ ମସ୍ତକ ନିକଟରେ ଥିବା ଜଳପାତ୍ର କାହିଁ, ଦେଖିଲ?”
وَعَرَفَ شَاوُلُ صَوْتَ دَاوُدَ فَقَالَ: «أَهَذَا هُوَ صَوْتُكَ يَا ٱبْنِي دَاوُدُ؟» فَقَالَ دَاوُدُ: «إِنَّهُ صَوْتِي يَاسَيِّدِي ٱلْمَلِكَ». ١٧ 17
ସେତେବେଳେ ଶାଉଲ ଦାଉଦଙ୍କର ରବ ବାରି କହିଲେ, “ହେ ମୋର ପୁତ୍ର ଦାଉଦ, ଏ କʼଣ ତୁମ୍ଭର ରବ?” ତହିଁରେ ଦାଉଦ କହିଲେ, “ମୋହର ରବ, ମୋହର ପ୍ରଭୁ, ମହାରାଜ।”
ثُمَّ قَالَ: «لِمَاذَا سَيِّدِي يَسْعَى وَرَاءَ عَبْدِهِ؟ لِأَنِّي مَاذَا عَمِلْتُ وَأَيُّ شَرٍّ بِيَدِي؟ ١٨ 18
ଆହୁରି ସେ କହିଲେ, “ମୋର ପ୍ରଭୁ ଆପଣା ଦାସ ପଛେ ପଛେ କାହିଁକି ଗୋଡ଼ାଇଅଛନ୍ତି? ମୁଁ କଅଣ କରିଅଛି? ଅବା ମୋʼ ହାତରେ କେଉଁ ମନ୍ଦତା ଅଛି?
وَٱلْآنَ فَلْيَسْمَعْ سَيِّدِي ٱلْمَلِكُ كَلَامَ عَبْدِهِ: فَإِنْ كَانَ ٱلرَّبُّ قَدْ أَهَاجَكَ ضِدِّي فَلْيَشْتَمَّ تَقْدِمَةً. وَإِنْ كَانَ بَنُو ٱلنَّاسِ فَلْيَكُونُوا مَلْعُونِينَ أَمَامَ ٱلرَّبِّ، لِأَنَّهُمْ قَدْ طَرَدُونِي ٱلْيَوْمَ مِنَ ٱلِٱنْضِمَامِ إِلَى نَصِيبِ ٱلرَّبِّ قَائِلِينَ: ٱذْهَبِ ٱعْبُدْ آلِهَةً أُخْرَى. ١٩ 19
ଏହେତୁ ଏବେ ମୋର ପ୍ରଭୁ ମହାରାଜ ଆପଣା ଦାସ କଥା ଶୁଣନ୍ତୁ। ଯେବେ ସଦାପ୍ରଭୁ ଆପଣଙ୍କୁ ମୋର ପ୍ରତିକୂଳରେ ପ୍ରବର୍ତ୍ତାଇଥାʼନ୍ତି, ତେବେ ସେ ଉପହାର ଗ୍ରହଣ କରନ୍ତୁ; ମାତ୍ର ଯେବେ ମନୁଷ୍ୟ-ସନ୍ତାନମାନେ ତାହା କରିଥାʼନ୍ତି, ତେବେ ସେମାନେ ସଦାପ୍ରଭୁଙ୍କ ସମ୍ମୁଖରେ ଶାପଗ୍ରସ୍ତ ହେଉନ୍ତୁ; କାରଣ ମୁଁ ଯେପରି ସଦାପ୍ରଭୁଙ୍କ ଅଧିକାରରେ ସଂଲଗ୍ନ ହୋଇ ନ ରହିବି, ଏଥିପାଇଁ ସେମାନେ ଆଜି ମୋତେ ତଡ଼ିଦେଇ କହିଅଛନ୍ତି, ‘ଯାଅ ଅନ୍ୟ ଦେବଗଣର ସେବା କର।’
وَٱلْآنَ لَا يَسْقُطْ دَمِي إِلَى ٱلْأَرْضِ أَمَامَ وَجْهِ ٱلرَّبِّ، لِأَنَّ مَلِكَ إِسْرَائِيلَ قَدْ خَرَجَ لِيُفَتِّشَ عَلَى بُرْغُوثٍ وَاحِدٍ! كَمَا يُتْبَعُ ٱلْحَجَلُ فِي ٱلْجِبَالِ!». ٢٠ 20
ଏହେତୁ ଏବେ ସଦାପ୍ରଭୁଙ୍କ ଛାମୁରୁ ଦୂରରେ ମୋହର ରକ୍ତ ଭୂମିରେ ପତିତ ନ ହେଉ। କାରଣ ଯେପରି କେହି ପର୍ବତରେ ତିତ୍ତିର ପକ୍ଷୀ ପଛେ ମୃଗୟା କରେ, ସେପରି ଇସ୍ରାଏଲର ରାଜା ଗୋଟିଏ ଡାଉଁଶର ଅନ୍ୱେଷଣରେ ବାହାର ହୋଇ ଆସିଅଛନ୍ତି।”
فَقَالَ شَاوُلُ: «قَدْ أَخْطَأْتُ. اِرْجِعْ يَا ٱبْنِي دَاوُدَ لِأَنِّي لَا أُسِيءُ إِلَيْكَ بَعْدُ مِنْ أَجْلِ أَنَّ نَفْسِي كَانَتْ كَرِيمَةً فِي عَيْنَيْكَ ٱلْيَوْمَ. هُوَذَا قَدْ حَمِقْتُ وَضَلَلْتُ كَثِيرًا جِدًّا». ٢١ 21
ଏଥିରେ ଶାଉଲ କହିଲେ, “ମୁଁ ପାପ କଲି; ହେ ମୋହର ପୁତ୍ର ଦାଉଦ, ଫେରି ଆସ; ମୁଁ ତୁମ୍ଭକୁ ଆଉ ହିଂସା କରିବି ନାହିଁ, କାରଣ ଆଜି ମୋହର ପ୍ରାଣ ତୁମ୍ଭ ଦୃଷ୍ଟିରେ ବହୁମୂଲ୍ୟ ହେଲା; ଦେଖ, ମୁଁ ମୂର୍ଖତାର କର୍ମ କରିଅଛି ଓ ଅତିଶୟ ଭ୍ରାନ୍ତ ହୋଇଅଛି।”
فَأَجَابَ دَاوُدُ وَقَالَ: «هُوَذَا رُمْحُ ٱلْمَلِكِ، فَلْيَعْبُرْ وَاحِدٌ مِنَ ٱلْغِلْمَانِ وَيَأْخُذْهُ. ٢٢ 22
ତହିଁରେ ଦାଉଦ ଉତ୍ତର ଦେଇ କହିଲେ, “ମହାରାଜ, ଏ ବର୍ଚ୍ଛା ଦେଖନ୍ତୁ! ଯୁବାମାନଙ୍କ ମଧ୍ୟରୁ ଜଣେ ପାର ହୋଇ ଆସି ଏହା ନେଇ ଯାଉ।
وَٱلرَّبُّ يَرُدُّ عَلَى كُلِّ وَاحِدٍ بِرَّهُ وَأَمَانَتَهُ، لِأَنَّهُ قَدْ دَفَعَكَ ٱلرَّبُّ ٱلْيَوْمَ لِيَدِي وَلَمْ أَشَأْ أَنْ أَمُدَّ يَدِي إِلَى مَسِيحِ ٱلرَّبِّ. ٢٣ 23
ପୁଣି, ସଦାପ୍ରଭୁ ପ୍ରତ୍ୟେକ ମନୁଷ୍ୟକୁ ତାହାର ଧାର୍ମିକତା ଓ ବିଶ୍ୱସ୍ତତା ପ୍ରମାଣେ ଫଳ ଦେଉନ୍ତୁ; ସଦାପ୍ରଭୁ ଆଜି ଆପଣଙ୍କୁ ମୋହର ହସ୍ତରେ ସମର୍ପଣ କଲେ ହେଁ ମୁଁ ସଦାପ୍ରଭୁଙ୍କ ଅଭିଷିକ୍ତଙ୍କର ପ୍ରତିକୂଳରେ ହସ୍ତ ବିସ୍ତାର କରିବାକୁ ଇଚ୍ଛା କଲି ନାହିଁ।
وَهُوَذَا كَمَا كَانَتْ نَفْسُكَ عَظِيمَةً ٱلْيَوْمَ فِي عَيْنَيَّ، كَذَلِكَ لِتَعْظُمْ نَفْسِي فِي عَيْنَيِ ٱلرَّبِّ فَيَنْقُذْنِي مِنْ كُلِّ ضِيقٍ». ٢٤ 24
ଏହେତୁ ଦେଖନ୍ତୁ, ଆଜି ଯେପରି ମୋʼ ଦୃଷ୍ଟିରେ ଆପଣଙ୍କ ପ୍ରାଣ ବଡ଼ ହେଲା, ସେପରି ସଦାପ୍ରଭୁଙ୍କ ଦୃଷ୍ଟିରେ ମୋହର ପ୍ରାଣ ବଡ଼ ହେଉ ଓ ସେ ମୋତେ ସମସ୍ତ କ୍ଳେଶରୁ ଉଦ୍ଧାର କରନ୍ତୁ।”
فَقَالَ شَاوُلُ لِدَاوُدَ: «مُبَارَكٌ أَنْتَ يَا ٱبْنِي دَاوُدَ، فَإِنَّكَ تَفْعَلُ وَتَقْدِرُ». ثُمَّ ذَهَبَ دَاوُدُ فِي طَرِيقِهِ وَرَجَعَ شَاوُلُ إِلَى مَكَانِهِ. ٢٥ 25
ଏଥିରେ ଶାଉଲ ଦାଉଦଙ୍କୁ କହିଲେ, “ହେ ମୋହର ପୁତ୍ର ଦାଉଦ, ତୁମ୍ଭେ ଧନ୍ୟ; ତୁମ୍ଭେ ମହତ କର୍ମ କରିବ ଓ ଅବଶ୍ୟ କୃତକାର୍ଯ୍ୟ ହେବ।” ତହୁଁ ଦାଉଦ ଆପଣା ପଥରେ ଗଲେ ଓ ଶାଉଲ ଆପଣା ସ୍ଥାନକୁ ଫେରିଗଲେ।

< صَمُوئِيلَ ٱلْأَوَّلُ 26 >